ମେଟ୍ରୋ

ଓଡ଼ିଆରେ ଲେଖା ହେଉନି ନାମଫଳକ:୧୦୦ ବ୍ୟବସାୟୀଙ୍କୁ ନୋଟିସ, ନ ମାନିଲେ ଆଦାୟ ହେବ ଜରିମାନା

ଓଡ଼ିଆରେ ଲେଖା ହେଉନି ନାମଫଳକ:୧୦୦ ବ୍ୟବସାୟୀଙ୍କୁ ନୋଟିସ, ନ ମାନିଲେ ଆଦାୟ ହେବ ଜରିମାନା

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ଓଡ଼ିଆରେ ନାମଫଳକ ଲେଖି ନ ଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୧୦୦ ବ୍ୟବସାୟିକ ପ୍ରତିଷ୍ଠାନକୁ  ନୋଟିସ୍‌ ଜାରି କରିଛି। ନୋଟିସ୍‌ ପାଇବା ପରେ ତୁରନ୍ତ ନାମଫଳକକୁ ଓଡ଼ିଆ ଭାଷାରେ ଲେଖିବାକୁ କୁହାଯାଇଛି। ଏହାକୁ ଅମାନ୍ୟ କଲେ ଜରିମାନା ଆଦାୟ କରାଯିବ ବୋଲି ଦକ୍ଷିଣ ପୂର୍ବାଞ୍ଚଳ ଜୋନର ଯୁଗ୍ମ କମିଶନର ବିମଳେନ୍ଦୁ ରାୟ କହିଛନ୍ତି।

ପୁଣି ଆସୁଛି ଘୂର୍ଣ୍ଣିଝଡ

ପୁଣି ଆସୁଛି ଘୂର୍ଣ୍ଣିଝଡ

ଚେନ୍ନାଇ/ଭୁବନେଶ୍ୱର, ୧୦।୧୧: ବଙ୍ଗୋପସାଗରରେ ପୁଣି ଡିପ୍ରେସନ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ସାମାଜିକ ନ୍ୟାୟବିନା ବହୁଜନଙ୍କ ଉନ୍ନତି ଅସମ୍ଭବ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ୨୨ ପ୍ରତିଶତ ଆଦିବାସୀ , ୧୬ ପ୍ରତିଶତ ଦଳିତ, ୫୪ ପ୍ରତିଶତ ଅନ୍ୟାନ ପଛୁଆବର୍ଗ ଏବଂ ୨ ପ୍ରତିଶତ ସଂଖ୍ୟାଲଘୁୁଙ୍କୁ ନେଇ ଓଡ଼ିଶା ସମୃଦ୍ଧ। ହେଲେ ଓଡ଼ିଶାର ଶତପ୍ରତିଶତ ରାଜନୈତିକ, ପ୍ରଶାସନିକ ମୃଷ୍ଟିମେୟ ବର୍ଗଙ୍କ ହାତରେ ରହିଛି।

ପୁଞ୍ଜି ନିବେଶ ଆଳରେ ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର: ଭାଜପା

ପୁଞ୍ଜି ନିବେଶ ଆଳରେ ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର: ଭାଜପା

ଭୁବନେଶ୍ୱର,୧୦।୧୧(ବ୍ୟୁରୋ):  ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ଆଳରେ ଶିଳ୍ପାୟନର ବିକାଶ ନୁହେଁ କେବଳ ପୁଞ୍ଜି ନିବେଶ ଆଳରେ ମିଛ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇବାର ଅପଚେଷ୍ଟା କରୁଛନ୍ତି।  

ମେକ୍‌ ଇନ୍‌ ନାଁରେ ବ୍ରେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମେକ୍‌ ଇନ୍‌ ନାଁରେ ବ୍ରେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ):  ମେକ୍‌ ଇନ୍‌ ଓଡ଼ିଶା ନାଁରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର  ଯୋଜନା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ହେଲା ବିଗତ ସାଢ଼େ ଅଠର ବର୍ଷରେ ଶିଳ୍ପାୟନରେ ବିଫଳତାକୁ ଲୁଚାଇବା ଏବଂ ଅନ୍ୟଟି  ନିର୍ବାଚନ ପୂର୍ବରୁ ଏହି ଉତ୍ସବ ଆଳରେ ଶିଳ୍ପପତିଙ୍କଠାରୁ ନିର୍ବାଚନ ପାଣ୍ଠି ଯୋଗାଡ କରିବା। 

 ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ବାଲିଅନ୍ତା,୧୦।୧୧(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ଖମଙ୍ଗ-କାକରୁଦ୍ରପୁର  ରାସ୍ତାର ଭୂତପଦା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଔଷଧ ଦୋକାନୀଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ କାକରୁଦ୍ରପୁର ଗ୍ରାମର ପ୍ରସନ୍ନ  କୁମାର ସାହୁ। 

ପୁରୀରେ ଆସାମ ରାଜ୍ୟପାଳ

ପୁରୀରେ ଆସାମ ରାଜ୍ୟପାଳ

ପୁରୀ ଅଫିସ,୧୦।୧୧:  ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁକ୍ଷୀ ଶନିବାର ପୂର୍ବାହ୍ନ ୧୧ଟାରେ ସର୍କିଟ ହାଉସଠାରେ ପହଞ୍ଚିଛନ୍ତି। ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଫୁଲତୋଡ଼ା ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।

୧୫ ଯାଏ ହାଲକା ଶୀତ

୧୫ ଯାଏ ହାଲକା ଶୀତ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ)- ରାଜ୍ୟରେ ଶୀତର ପ୍ରକୋପ  ବଢୁ ନାହିଁ। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିବା ସହ ଉତ୍ତର ଭାରତ ଆଡୁ ଆସୁଥିବା ପ୍ରଦୂଷଣ ବାୟୁ ପରିବେଶକୁ ଆହୁରି ବିଗାଡି ଦେଇଛି। ବର୍ଷା ହେଉ ନାହିଁ କିମ୍ବା ସର୍ବନିମ୍ନ ତାପମାତ୍ରା ତଳକୁ ଖସୁ ନାହିଁ। ତେବେ ୨ରୁ ୩ ଡିଗ୍ରୀ ଯାଏ ପାରଦ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଚିଲିକା ବ୍ଲକରେ ଏନ୍‌ସିଇଆର୍‌ଟିର ପାଇଲଟ ପ୍ରୋଜେକ୍ଟ: ନୂଆ ବ୍ୟବସ୍ଥାରେ ପାଠପଢ଼ା ପାଇଁ ଆରମ୍ଭ ହେଲା ତାଲିମ

ଚିଲିକା ବ୍ଲକରେ ଏନ୍‌ସିଇଆର୍‌ଟିର ପାଇଲଟ ପ୍ରୋଜେକ୍ଟ: ନୂଆ ବ୍ୟବସ୍ଥାରେ ପାଠପଢ଼ା ପାଇଁ ଆରମ୍ଭ ହେଲା ତାଲିମ

ଖୋର୍ଦ୍ଧା ଅଫିସ, ୧୦ା୧୧: ଅନ୍ତର୍ଜାତିକ ଶିକ୍ଷା ସ୍ରୋତ ସହ ସାମିଲ ହେବା ପାଇଁ ବିଦ୍ୟାଳୟ ଶିକ୍ଷାରେ ପରିବର୍ତ୍ତନ ହେବାକୁ ଯାଉଛି। ଏଥି ସକାଶେ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ  (ଏନ୍‌ସିଇଆର୍‌ଟି) ପକ୍ଷରୁ ପରୀକ୍ଷାମୂଳକ ଭାବେ ଖୋର୍ଦ୍ଧା ଜିଲାର ଚିଲିକା ବ୍ଲକକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଛି। 

ବାଙ୍ଗାଲୋର ଷ୍ଟେଶନରେ ଓଡ଼ିଶା ସ୍କାଉଟ୍‌ସ, ଗାଇଡ୍‌ସଙ୍କୁ ମାଡ

ବାଙ୍ଗାଲୋର ଷ୍ଟେଶନରେ ଓଡ଼ିଶା ସ୍କାଉଟ୍‌ସ, ଗାଇଡ୍‌ସଙ୍କୁ ମାଡ

ଜଟଣୀ,୧୦ା୧୧(ଡି.ଏନ.ଏ) : କର୍ନାଟକର ବାଙ୍ଗାଲୋର ରେଳ ଷ୍ଟେସନରେ ଓଡ଼ିଶାର ସ୍କାଉଟ୍‌ସ ଓ ଗାଇଡ୍‌ସ ସ୍ବେଚ୍ଛାସେବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି। ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ଼ ରେଲୱେ ଥାନା (ଜିଆର୍‌ପି)ରେ ଅଭିଯୋଗ ହୋଇଛି। 

ବେଗୁନିଆର ଦେଉଳି ଜଙ୍ଗଲରୁ ଯୁବକ ଅଟକ ଘଟଣା: ମାଓବାଦୀ ନୁହନ୍ତି, ଶ୍ରମିକ

ବେଗୁନିଆର ଦେଉଳି ଜଙ୍ଗଲରୁ ଯୁବକ ଅଟକ ଘଟଣା: ମାଓବାଦୀ ନୁହନ୍ତି, ଶ୍ରମିକ

ବେଗୁନିଆ,୧୦ା୧୧ (ଡି.ଏନ.ଏ.) : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମ ନିକଟସ୍ଥ ଜଙ୍ଗଲ ପରିସରରେ ଥିବା ଗୋଜା ମୁଣ୍ଡିଆରେ ୨ ମାସ ହେଲା ମାଓବାଦୀଙ୍କ କ୍ୟାମ୍ପକୁ ନେଇ ଚର୍ଚ୍ଚା ଜୋର ହେଉଥିଲା। ଏହାକୁ ନେଇ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। 

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ: ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡିଲେ ବିନାୟକ ରାଓ ଦେଶପାଣ୍ଡେ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ: ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡିଲେ ବିନାୟକ ରାଓ ଦେଶପାଣ୍ଡେ

ପୁରୀ ଅଫିସ, ୧୦ା୧୧: ଗତ କିଛିମାସ ହେବ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଜୋର୍‌ ଧରିଛି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ। ଏହାକୁ ନେଇ ବିବାଦ ବଢିବାରେ ଲାଗିଛି। 

କାର୍ତ୍ତିକର ପ୍ରଥମ ଦିବାପହୁଡ଼: ଦିନରେ ୨ ଘଣ୍ଟା ଶୋଇଲେ ମହାପ୍ରଭୁ

କାର୍ତ୍ତିକର ପ୍ରଥମ ଦିବାପହୁଡ଼: ଦିନରେ ୨ ଘଣ୍ଟା ଶୋଇଲେ ମହାପ୍ରଭୁ

ପୁରୀ ଅଫିସ,୧୦ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବାପହୁଡ଼ ହୋଇଛି। ପ୍ରତ୍ୟହ ଶ୍ରୀମନ୍ଦିରରେ ଦିବାପହୁଡ଼ ହେବାର ପରମ୍ପରା ରହିଛି। କିନ୍ତୁ ନୀତି ବହୁଳ ଶ୍ରୀମନ୍ଦିରରେ ଦର୍ଶନ ପାଇଁ କମ୍‌ ସମୟ ମିଳିଥିବାରୁ ପ୍ରାୟତଃ ଦିବାପହୁଡ଼ ହୋଇପାରି ନ ଥାଏ। ହେଲେ ପ୍ରତିବର୍ଷ କାର୍ତ୍ତିକ ମାସରେ ଦ୍ୱାରଫିଟା ନୀତି ପ୍ରାତଃରେ ନିର୍ଘଣ୍ଟ ରହିଥିବାରୁ ଏଥିପାଇଁ ସମୟ ରହିଥାଏ।

ମା’କୁ ପିଟିବାବେଳେ ଅଟକାଇବାରୁ ପୁଅକୁ କଟୁରିରେ ହାଣିଲେ ବାପା

ମା’କୁ ପିଟିବାବେଳେ ଅଟକାଇବାରୁ ପୁଅକୁ କଟୁରିରେ ହାଣିଲେ ବାପା

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ନିଶା ଖାଇ ସ୍ବାମୀ ସ୍ତ୍ରୀଙ୍କ ସହିତ ଝଗଡ଼ା କଲେ। ଏପରି କି ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ହାତ ଉଠାଇଲେ। କିନ୍ତୁ ଏହାକୁ ସହ୍ୟ କରିପାରିଲେନି ପୁଅ। ସେ ବାପାଙ୍କୁ ଅଟକାଇବାରୁ ବାପା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆସାହିର ଆଦିବାସୀ ଗଁାରେ।

କଲେଜ କର୍ତ୍ତୃପକ୍ଷଙ୍କୁ ସିଏଚ୍‌ଏସ୍‌ଇର ନିର୍ଦ୍ଦେଶ: ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଅ

କଲେଜ କର୍ତ୍ତୃପକ୍ଷଙ୍କୁ ସିଏଚ୍‌ଏସ୍‌ଇର ନିର୍ଦ୍ଦେଶ: ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଅ

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ୨୦୧୯ ଯୁକ୍ତ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ପରୀକ୍ଷାକୁ କପିମୁକ୍ତ ତଥା ସ୍ବଚ୍ଛ କରିବା ପାଇଁ ଅଣ୍ଟା ଭିଡିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା କେନ୍ଦ୍ର ହେଉଥିବା କଲେଜଗୁଡିକରେ ସିସିଟିଭି କ୍ୟାମେରା ଲଗାଇବାକୁ ବିଭାଗ ବାଧ୍ୟତାମୂଳକ କରିଛି। 

ହାଇଡ୍ରାକୁ ପଛରୁ ପିଟିଲା ମାଲବାହୀ ଟ୍ରକ୍‌: ଜଣେ ମୃତ, ୩ ଆହତ

ହାଇଡ୍ରାକୁ ପଛରୁ ପିଟିଲା ମାଲବାହୀ ଟ୍ରକ୍‌: ଜଣେ ମୃତ, ୩ ଆହତ

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ଖଣ୍ଡଗିରି ଥାନା ରମାମଣି ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ହାଇଡ୍ରାକୁ ଏକ ମାଲବାହୀ ଟ୍ରକ୍‌(ଡବ୍ଲ୍ୟୁବି-୪୧ଜି-୮୪୦୩) ପଛରୁ ଧକ୍କା ଦେଇଛି। 

ବରଗଡ଼ରେ ମହାବଳ ହତ୍ୟା ଘଟଣା: କ୍ୟାମେରା ହଟାଇବାକୁ ଦିଆଯାଇଥିଲା ନିର୍ଦ୍ଦେଶ

ବରଗଡ଼ରେ ମହାବଳ ହତ୍ୟା ଘଟଣା: କ୍ୟାମେରା ହଟାଇବାକୁ ଦିଆଯାଇଥିଲା ନିର୍ଦ୍ଦେଶ

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ବରଗଡ ଜିଲା ଡେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟରେ ମହାବାଳ ବାଘକୁ ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। କ୍ରାଇମବ୍ରାଞ୍ଚ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଡିଏଫ୍‌ଓଙ୍କ ଏକ ମେସେଜ୍‌ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଆରମ୍ଭ ହେଲା ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ମହୋତ୍ସବ: ସିଂହାସନରେ ୩୨ ମୂର୍ତ୍ତି ପ୍ରଦର୍ଶିତ

ଆରମ୍ଭ ହେଲା ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ମହୋତ୍ସବ: ସିଂହାସନରେ ୩୨ ମୂର୍ତ୍ତି ପ୍ରଦର୍ଶିତ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ)- ଘଣ୍ଟ, ଘଣ୍ଟି, ଶଙ୍ଖ ବାଦ୍ୟ ସାଙ୍ଗକୁ ସଂକୀର୍ତ୍ତନ ଭଳି ଆଧ୍ୟାତ୍ମିକ ପରିବେଶରେ ନାଲ୍‌କୋ କମ୍ୟୁନିଟି ସେଣ୍ଟରଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିରଳ ରଘୁନାଥ ବେଶ ମହୋତ୍ସବ। 

ହଂସପାଳ ଛକରେ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ କାର୍‌ ଓଲଟିଲା, ଟ୍ରକ୍‌ ପଛରେ ପିଟିହେଲା ଆଉ ଏକ କାର୍‌

ହଂସପାଳ ଛକରେ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ କାର୍‌ ଓଲଟିଲା, ଟ୍ରକ୍‌ ପଛରେ ପିଟିହେଲା ଆଉ ଏକ କାର୍‌

ବାଲିଅନ୍ତା,୧୦।୧୧(ଡି.ଏନ୍‌.ଏ.)- ଭୁବନେଶ୍ୱର-କଟକ ୧୬ନଂ. ଜାତୀୟ ରାଜପଥର ହଂସପାଳ ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍‌ ଧକ୍କାରେ ଏକ କାର୍‌ ରୋଡ୍‌ ଡିଭାଇଡର୍‌ ଉପରକୁ ଉଠିଯାଇ ଓଲଟି ପଡ଼ିଥିବା ବେଳେ ସେପଟେ ଟ୍ରକ୍‌ ପଛରେ ଥିବା ଆଉ ଏକ କାର୍‌ ଟ୍ରକ୍‌ରେ ପିଟିହୋଇଯାଇଥିଲା।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳସଚିବ ହେଲେ ରାଜଶ୍ରୀ ସିଂ, ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳସଚିବ ହେଲେ ରାଜଶ୍ରୀ ସିଂ, ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ)- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଓଏଏସ୍‌ ଅଧିକାରୀ ରାଜଶ୍ରୀ ସିଂଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବ ଭାବେ ନିଯୁକ୍ତ କରାଯାଇଛି।

ବିଜୟ ନାୟକ, ରାଜୁ ମିଶ୍ରଙ୍କୁ ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ

ବିଜୟ ନାୟକ, ରାଜୁ ମିଶ୍ରଙ୍କୁ ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ)- ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ, ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ‘ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ’ ଆୟୋଜନ ହେବ। 

ଆରମ୍ଭ ହେଲା କଳିଙ୍ଗ ପୁସ୍ତକମେଳା: ଶିଶୁ ପାଠାଗାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ରାଜ୍ୟପାଳ

ଆରମ୍ଭ ହେଲା କଳିଙ୍ଗ ପୁସ୍ତକମେଳା: ଶିଶୁ ପାଠାଗାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ରାଜ୍ୟପାଳ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ)-ମା’ ଗର୍ଭରେ ଶିଶୁ ଧ୍ୟାନମୁଦ୍ରାରେ ଥିବାବେଳେ ସେ ତା’ର ପ୍ରତ୍ୟେକ କାର୍ଯ୍ୟ ଧ୍ୟାନର ସହ କରେ। ସେତେବେଳେ ତାକୁ ଯାହା ଶିଖାଯାଏ, ତାହାକୁ ସେ ଅନୁସରଣ କରେ। 

ପୁରୀରେ ଜାତୀୟ ଏସ୍‌ସି କମିଶନ ସଦସ୍ୟ

ପୁରୀ ଅଫିସ,୯।୧୧- ଜାତୀୟ ଅନୁସୂଚିତ ଜାତି (ଏସ୍‌ସି) କମିଶନଙ୍କ ସଦସ୍ୟ ଯୋଗେନ୍ଦ୍ର ପାଶ୍ୱାନ ଶୁକ୍ରବାର ଅପରାହ୍ନରେ ପୁରୀରେ ପହଁଞ୍ଚତ୍ଛନ୍ତି।

୧୫ରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ, ୫ ହଜାର ବସ୍ତି ବାସିନ୍ଦାଙ୍କୁ ବଣ୍ଟାଯିବ ପଟ୍ଟା

୧୫ରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ, ୫ ହଜାର ବସ୍ତି ବାସିନ୍ଦାଙ୍କୁ ବଣ୍ଟାଯିବ ପଟ୍ଟା

ପୁରୀ ଅଫିସ,୯।୧୧: ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରିବେ। କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିକଟରେ ପହଁଞ୍ଚତ୍ ନ ଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଏକରକମ ନିଶ୍ଚିତ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ସ୍ଥାନୀୟ ତାଳବଣିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିବେ ବୋଲି ଜଣାପଡିଛି।