ମେଟ୍ରୋ

ମାଗଣା ମହାପ୍ରସାଦ ବଣ୍ଟନ ବନ୍ଦ

ମାଗଣା ମହାପ୍ରସାଦ ବଣ୍ଟନ ବନ୍ଦ

ପୁରୀ ଅଫିସ, ୧୩ା୯: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଦାରୁବିଗ୍ରହଙ୍କୁ ଦର୍ଶନ କରିସାରିବା ପରେ ମହାପ୍ରସାଦ ପାଇବାକୁ ଇଚ୍ଛା କରିଥାନ୍ତି। ହେଲେ ସମସ୍ତେ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଖାଇବାକୁ ସମର୍ଥ ହୋଇ ନ ଥାନ୍ତି।

କୋଠାଘର ଉପରେ ଥିବା ହୋର୍ଡିଂରୁ କର ଆଦାୟ କରିବ ବିଏମ୍‌ସି

କୋଠାଘର ଉପରେ ଥିବା ହୋର୍ଡିଂରୁ କର ଆଦାୟ କରିବ ବିଏମ୍‌ସି

ଭୁବନେଶ୍ୱର, ୧୩ା୯(ବ୍ୟୁରୋ)- କୋଠା ଉପରେ ଥିବା ବେଆଇନ୍‌ ହୋର୍ଡିଂ ଉଚ୍ଛେଦ ପାଇଁ ବିଏମ୍‌ସି ତରଫରୁ ସୂଚାଇ ଦିଆଯାଇଥିବାବେଳେ ଏହାକୁ ଖାତିର କରୁନାହାନ୍ତି ଘର ମାଲିକ। ତେଣୁ ଏଣିକି ଘର ଛାତ ଉପରେ ମରାଯାଉଥିବା ବିଜ୍ଞାପନ ଉପରେ ହୋର୍ଡିଂରୁ ବିଏମ୍‌ସି କର ଆଦାୟ କରିବ।

ଡ୍ରୋନ୍‌ ଆକ୍ରମଣକୁ ଭଣ୍ଡୁର କରିବ ଆଣ୍ଟି ଡ୍ରୋନ୍‌ ସିଷ୍ଟମ

ଡ୍ରୋନ୍‌ ଆକ୍ରମଣକୁ ଭଣ୍ଡୁର କରିବ ଆଣ୍ଟି ଡ୍ରୋନ୍‌ ସିଷ୍ଟମ

ଭୁବନେଶ୍ୱର, ୧୩।୯(ବ୍ୟୁରୋ)- ଆତଙ୍କବାଦୀ ହୁଅନ୍ତୁ କି ମାଓବାଦୀ, ସେମାନେ ବ୍ୟବହାର କରୁଥିବା ଉନ୍ନତ ଜ୍ଞାନକୌଶଳ ଦେଶ ତଥା ରାଜ୍ୟର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଅପରାଧୀମାନେ ମଧ୍ୟ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଅପରାଧ ଘଟାଉଛନ୍ତି, ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ହେଉଛି।

୨୨ରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ , ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

୨୨ରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ , ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୯(ବ୍ୟୁରୋ)- ଆସନ୍ତା ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ ହେବ। ଏହି ବିମାନବନ୍ଦରକୁ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ତଥା ସେହି ମାଟିର ପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଅନୁରୋଧ କରିଥିଲେ।

ଶ୍ରୀକ୍ଷେତ୍ରରେ ବାଲି ତୃତୀୟା , ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ମହିଳା

ଶ୍ରୀକ୍ଷେତ୍ରରେ ବାଲି ତୃତୀୟା , ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ମହିଳା

ପୁରୀ ଅଫିସ, ୧୩।୯: ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ବୁଧବାର ଶ୍ରୀକ୍ଷେତ୍ରରେ ବାଲି ତୃତୀୟା (ଗୌରୀ ବ୍ରତ) ପାଳିତ ହୋଇଛି। ବିଭିନ୍ନ ପୁଷ୍କରିଣୀ ଓ ସମୁଦ୍ର କୂଳରେ ମହିଳା ଏବଂ ଯୁବତୀମାନେ ଏହି ବ୍ରତ ପାଳନ କରିଛନ୍ତି।

ଶ୍ରୀମନ୍ଦିରରେ ଅନ୍ଧଲୀଳା ନୀତି ସମ୍ପନ୍ନ

ଶ୍ରୀମନ୍ଦିରରେ ଅନ୍ଧଲୀଳା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୩।୯: ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାରେ ବୁଧବାର ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ଅନ୍ଧଲୀଳା ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିଛନ୍ତି।

ପାଲାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର

ପାଲାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୧୩।୯(ବ୍ୟୁରୋ)- ଓଡ଼ିଶାର କଳା, ସଂସ୍କୃତି ସହ ପାଲା କାହିଁ କେଉଁ କାଳରୁ ଓତଃପ୍ରୋତ ଭାବେ ଜଡ଼ିତ। ଓଡ଼ିଶା ସଂସ୍କୃତି ପ୍ରତି ଏହି କଳା ଓ କଳାକାରଙ୍କ ଅବଦାନ ଅବିସ୍ମରଣୀୟ। କୁସଂସ୍କାରମୁକ୍ତ ସମାଜ ଗଠନ କ୍ଷେତ୍ରରେ ସରକାରୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ

ଆଜି ଗଣେଶ ଚତୁର୍ଥୀ , ୪୫ ଫୁଟ୍‌ ଗଣେଶ ମୂର୍ତ୍ତି, ୫୫ କେଜି ଲଡ଼ୁ ଆକର୍ଷଣ

ଆଜି ଗଣେଶ ଚତୁର୍ଥୀ , ୪୫ ଫୁଟ୍‌ ଗଣେଶ ମୂର୍ତ୍ତି, ୫୫ କେଜି ଲଡ଼ୁ ଆକର୍ଷଣ

ଭୁବନେଶ୍ୱର,୧୩।୯(ବ୍ୟୁରୋ)- ବିଘ୍ନ ବିନାଶକଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଛକ, ବଜାର, ଗଳିକନ୍ଦିରେ ବିଭିନ୍ନ ବେଶ, ଭିନ୍ନ ଆକୃତିର ଗଜାନନଙ୍କୁ ପୂଜା କରିବାକୁ ପ୍ରସ୍ତୁତ ରହିଛନ୍ତି ଭକ୍ତ। ପୂଜା ମଣ୍ଡପଗୁଡ଼ିକ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଥିବା

ବ୍ଲକସ୍ତରୀୟ କବାଡ଼ି: ୩୨ ଜଣ ଜିଲା ପ୍ରତିଯୋଗିତା ପାଇଁ ମନୋନୀତ

ବ୍ଲକସ୍ତରୀୟ କବାଡ଼ି: ୩୨ ଜଣ ଜିଲା ପ୍ରତିଯୋଗିତା ପାଇଁ ମନୋନୀତ

ସାକ୍ଷୀଗୋପାଳ, ୧୨।୯(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକସ୍ତରୀୟ କବାଡ଼ି ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ  ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ଶିଶୁକନ୍ୟାଙ୍କୁ ବଳାତ୍କାର ଘଟଣା: ମାମୁ ଅଟକ

ଶିଶୁକନ୍ୟାଙ୍କୁ ବଳାତ୍କାର ଘଟଣା: ମାମୁ ଅଟକ

କଟକରୋଡ଼, ୧୨।୯(ଡି.ଏନ.ଏ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ବୁଧବାର ସମ୍ପୃକ୍ତ ଶିଶୁକନ୍ୟାଙ୍କ ନାବାଳକ ମାମୁଙ୍କୁ ଅଟକ ରଖିଛି। 

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ଜାରି

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ଜାରି

କାକଟପୁର, ୧୨।୯(ଡି.ଏନ.ଏ): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଂଶକ୍ତିକରଣ ବିଭାଗ ପକ୍ଷରୁ ବୁଧବାର କାକଟପୁର ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆରମ୍ଭ ହୋଇଛି।

ନୂଆଗାଁ ଖଲାସୀ ନାଳରେ ଘାଇ: ଚାଷ ଜମି ଜଳମଗ୍ନ

ନୂଆଗାଁ ଖଲାସୀ ନାଳରେ ଘାଇ: ଚାଷ ଜମି ଜଳମଗ୍ନ

ସାକ୍ଷୀଗୋପାଳ, ୧୨।୯(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ପାରକେଣା ରାଉତସାହି ନିକଟରେ ନୂଆଗାଁ ଖଲାସୀନାଳରେ ବନ୍ୟା ଜଳ ମାଡ଼ି ଆସିବାରୁ ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି। 

୩ ବିଧାୟକ, ଜଣେ ଅଫିସରଙ୍କ ବିଜେଡିରେ ମୁଁ ନାହିଁ: ଦାମ

୩ ବିଧାୟକ, ଜଣେ ଅଫିସରଙ୍କ ବିଜେଡିରେ ମୁଁ ନାହିଁ: ଦାମ

ଭୁବନେଶ୍ୱର,୧୨।୯(ବ୍ୟୁରୋ):  ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦାମୋଦର ରାଉତଙ୍କ ସରକାର ବିରୋଧୀ ମନ୍ତବ୍ୟକୁ ନେଇ ବିଜେଡିରେ ଝଡ ସୃଷ୍ଟି ହୋଇଛି। କିଛିଦିନ ଧରି ସେ ସରକାରଙ୍କ  ବିରୋଧରେ ଚାରା, ଓମ୍‌ଫେଡ୍‌ ଏବଂ ସମବାୟ ବିଭାଗରେ ହୋଇଥିବା ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଜଗତ୍‌ସିଂହପୁର ବିଜେଡିରେ ତାଙ୍କୁ ବିରୋଧ କରାଯାଇଥିଲା।

ସମବାୟ ବିଭାଗର ୩୪୨.୩ କୋଟିର ଅତିରିକ୍ତ ବ୍ୟୟବରାଦ: ବହୁ ଚାଷୀ ବୀମା ଟଙ୍କା ପାଇ ନ ଥିବା ନେଇ ଅସନ୍ତୋଷ

ସମବାୟ ବିଭାଗର ୩୪୨.୩ କୋଟିର ଅତିରିକ୍ତ ବ୍ୟୟବରାଦ: ବହୁ ଚାଷୀ ବୀମା ଟଙ୍କା ପାଇ ନ ଥିବା ନେଇ ଅସନ୍ତୋଷ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ୨୦୧୮-୧୯ ଆର୍ଥିକବର୍ଷ ପାଇଁ ସମବାୟ ବିଭାଗର ୩୪୨କୋଟି ୩୦ଲକ୍ଷ ୬୩ହଜାର ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାରେ ମଙ୍ଗଳବାର ଗୃହୀତ ହୋଇଛି। ଏହି ପ୍ରସଙ୍ଗରେ ଆଲୋଚନାର ପ୍ରାରମ୍ଭରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରୁ ନ ଥିବା କହିଛନ୍ତି। 

ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ ବର୍ଷ ପୂର୍ତ୍ତି : ରାମକୃଷ୍ଣ ମିଶନର ବିଶାଳ ଶୋଭାଯାତ୍ରା

ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ ବର୍ଷ ପୂର୍ତ୍ତି : ରାମକୃଷ୍ଣ ମିଶନର ବିଶାଳ ଶୋଭାଯାତ୍ରା

ପୁରୀ ଅଫିସ, ୧୨ା୯: ସିକାଗୋ ବିଶ୍ୱ ଧର୍ମ ମହାସଭାରେ ସ୍ବାମୀ ବିବେକାନନ୍ଦଙ୍କ ଐତିହାସିକ ପ୍ରବଚନର ୧୨୫ବର୍ଷ ପୂର୍ତ୍ତି ଅବସରରେ ରାମକୃଷ୍ଣ ମିଶନ ଆଶ୍ରମ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।

ବେଳାଭୂମି, ମଙ୍ଗଳାନଦୀ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

ବେଳାଭୂମି, ମଙ୍ଗଳାନଦୀ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

ପୁରୀ ଅଫିସ, ୧୨ା୯: ପୁରୀ ବେଳାଭୂମିର କୋକୋପାମ ଠାରୁ ମଙ୍ଗଳାମୁହାଣ ଅବକ୍ଷୟର ପ୍ରତିକାର ଲାଗି ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ  (ଆଇସିଜେଡ୍‌ଏମ୍‌ପି) ମାଧ୍ୟମରେ ନିଆଯିବ ପଦକ୍ଷେପ। ସି ୱାଲ ନିର୍ମାଣ ଓ ମଙ୍ଗଳାମୁହାଣ ସୁରକ୍ଷା ଲାଗି ଡିପିଆର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।

 ସ୍ବାଭାବିକ ହେଲା ପୁରୀ-ଭୁବନେଶ୍ୱର ବସ ଚଳାଚଳ

ସ୍ବାଭାବିକ ହେଲା ପୁରୀ-ଭୁବନେଶ୍ୱର ବସ ଚଳାଚଳ

ପୁରୀ ଅଫିସ, ୧୨ା୯: ପୁରୀ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ ଚଳାଚଳ ମଙ୍ଗଳବାର ଅପରାହ୍ନ ୩ଟାରୁ ସ୍ବାଭାବିକ ହୋଇଛି। ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏହା ସମ୍ଭବ ହୋଇଛି। ନିର୍ଦ୍ଧାରିତ ପରମିଟ୍‌ ସମୟ ଅନୁଯାୟୀ ବସ ଚଳାଚଳ କରିବାକୁ ପୁରୀ ଏବଂ ଭୁବନେଶ୍ୱର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଖୁବ୍‌ଶୀଘ୍ର ରାଜ୍ୟ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବସ୍‌ ଚଳାଚଳ ସମୟ ନିର୍ଦ୍ଧାରଣ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଜଣାପଡିଛି।

ଅପରେଶନ ପରୀ-୨: ୧୦ ଦିନରେ ୧୨୯୬ ଶିଶୁ ଉଦ୍ଧାର

ଅପରେଶନ ପରୀ-୨: ୧୦ ଦିନରେ ୧୨୯୬ ଶିଶୁ ଉଦ୍ଧାର

କଟକ ଅଫିସ, ୧୨ା୯- ନିଖୋଜ ପିଲାମାନଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଅପରେଶନ ପରୀ-୨ ଜାରି ରହିଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ରବିବାର ସୁଦ୍ଧା ୧୨୯୬ ପିଲାଙ୍କୁ ଉଦ୍ଧାର କରାଯାଇଛି। 

ଶିଶୁକନ୍ୟାଙ୍କୁ ବଳାତ୍କାର:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଶିଶୁକନ୍ୟାଙ୍କୁ ବଳାତ୍କାର:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

କଟକରୋଡ୍‌, ୧୨।୯ଡି.ଏନ୍‌.ଏ.)- ବଡ଼ଗଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୫ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ନାବାଳକ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ଗାନ୍ଧୀମାର୍ଗକୁ ଆପଣେଇଲେ ବିକାଶ ସମ୍ଭବ, ଚଣ୍ଡି ପ୍ରସାଦ ଭଟ୍ଟଙ୍କୁ ଗାନ୍ଧୀ ବିନୋବା ଶାନ୍ତି ପୁରସ୍କାର

ଗାନ୍ଧୀମାର୍ଗକୁ ଆପଣେଇଲେ ବିକାଶ ସମ୍ଭବ, ଚଣ୍ଡି ପ୍ରସାଦ ଭଟ୍ଟଙ୍କୁ ଗାନ୍ଧୀ ବିନୋବା ଶାନ୍ତି ପୁରସ୍କାର

ଭୁବନେଶ୍ୱର, ୧୨।୯(ବ୍ୟୁରୋ)- ଦିନକୁ ଦିନ ସମାଜରେ ହିଂସା, ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଉଛି। ତେଣୁ ଗାନ୍ଧୀମାର୍ଗକୁ ଆପଣେଇ ପାରିଲେ ହିଁ ବିକାଶ ହୋଇପାରିବ ବୋଲି ବିଶିଷ୍ଟ ଗାନ୍ଧିବାଦୀ, ପରିବେଶବିତ୍‌ ତଥା ଚିପ୍‌କୋ ଆନ୍ଦୋଳନର ପୁରୋଧା ପଦ୍ମଭୂଷଣ ଚଣ୍ଡୀ ପ୍ରସାଦ ଭଟ୍ଟ କହିଛନ୍ତି। 

ଜେଲ ଗଲେ ଟିଟୋଙ୍କ ୨ ସହଯୋଗୀ: ରିମାଣ୍ଡରେ ଯିବେ ନିଲମ୍ବିତ ଆଇଆଇସି

ଜେଲ ଗଲେ ଟିଟୋଙ୍କ ୨ ସହଯୋଗୀ: ରିମାଣ୍ଡରେ ଯିବେ ନିଲମ୍ବିତ ଆଇଆଇସି

ଭୁବନେଶ୍ୱର, ୧୨।୯(ବ୍ୟୁରୋ)-ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲୀ ଓରଫ ଟିଟୋ ଲିଙ୍କ୍‌ରେ ଅଧିକ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜଟଣୀର ପୂର୍ବତନ ତଥା ନିଲମ୍ବିତ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରିମାଣ୍ଡରେ ନେବ। ଏଥିପାଇଁ ଭୁବନେଶ୍ୱର କୋର୍ଟରେ ଏସ୍‌ଟିଏଫ ପକ୍ଷରୁ ଆବେଦନ କରାଯାଇଛି। କୋର୍ଟଙ୍କ ଅନୁମତି ମିଳିବା ପରେ ତାଙ୍କୁ ଏସ୍‌ଟିଏଫ ରିମାଣ୍ଡରେ ନେଇ ପଚରାଉଚରା କରିବ।

ବନ୍ଦ ହେବ ଅଣପଞ୍ଜୀକୃତ ଶିଶୁଯତ୍ନ ଗୃହ

ବନ୍ଦ ହେବ ଅଣପଞ୍ଜୀକୃତ ଶିଶୁଯତ୍ନ ଗୃହ

ଭୁବନେଶ୍ୱର,୧୨।୯(ବ୍ୟୁରୋ)- ସମାଜର ନିରାପତ୍ତା ବଳୟ ମଧ୍ୟରେ ଶିଶୁମାନଙ୍କୁ ରଖିବା ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ। ସେମାନଙ୍କ ଉପଯୁକ୍ତ ଯତ୍ନ, ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ।

ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ତମ ସ୍ମୃତିବାର୍ଷିକୀ ସଭା: 'ନିଜ ଭିତର ଚେତନା ଶକ୍ତିକୁ ଜାଗ୍ରତ କର'

ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ତମ ସ୍ମୃତିବାର୍ଷିକୀ ସଭା: 'ନିଜ ଭିତର ଚେତନା ଶକ୍ତିକୁ ଜାଗ୍ରତ କର'

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ପ୍ରତ୍ୟେକ ମଣିଷର ଚେତନ ଓ ଅବଚେତନ ଉପରେ ଏକ କଠିନସ୍ତର ରହିଛି। ଏହି ଜଡ଼ଜଗତ ଉପରେ ସ୍ବପ୍ନ ଓ କଳ୍ପନାର ଆଉ ଏକ ଜଗତ ରହିଥିବା ବିଶ୍ୱାସକୁ ନେଇ ଆମେ ବଞ୍ଚିଛୁ। ଏଣୁ ଆମ ଭିତରେ ପ୍ରଶ୍ନ ପଚାରିବାର ସଂସ୍କାର ରହିବା ଉଚିତ। ପିଲାମାନଙ୍କ ମଧ୍ୟରେ ଥିବା ପ୍ରଶ୍ନାନୁକୂଳ ମନଟିକୁ ସେମାନେ ବଞ୍ଚାଇ ରଖି ନିଜ ଭିତର ଚେତନା ଶକ୍ତିକୁ ଜାଗ୍ରତ କରିବା ଉଚିତ।

ନବନିର୍ମିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ମାନ୍ୟତା ଦାବି

ନବନିର୍ମିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ମାନ୍ୟତା ଦାବି

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟ ସରକାର ନିକଟ ଅତୀତରେ ଲୋକାର୍ପଣ କରିଥିବା ନବନିର୍ମିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ମାନ୍ୟତା ଦେବାକୁ ଦାବି ହୋଇଛି। ସଦର ମହକୁମା ଦକ୍ଷିଣକାଳୀ ରୋଡ୍‌ରେ ଅବସ୍ଥିତ ଏହି ୭ ମହଲା ବିଶିଷ୍ଟ ଚିକିତ୍ସାଳୟରେ ୩୦୦ ଶଯ୍ୟା ରହିଛି।