ମେଟ୍ରୋ

ଲୁଟେରା ଗ୍ୟାଙ୍ଗର ୮ ଗିରଫ: ୨ ଇଞ୍ଜିନିୟରିଂ ଛାତ୍ର ସାମିଲ, ୨୫ ମୋବାଇଲ, ୪ ବାଇକ୍‌ ଜବତ

ଲୁଟେରା ଗ୍ୟାଙ୍ଗର ୮ ଗିରଫ: ୨ ଇଞ୍ଜିନିୟରିଂ ଛାତ୍ର ସାମିଲ, ୨୫ ମୋବାଇଲ, ୪ ବାଇକ୍‌ ଜବତ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ଶହୀଦନଗର ଥାନା ଅଞ୍ଚଳରେ ଆତଙ୍କ ଖୋଳାଇ ଲୋକମାନଙ୍କଠାରୁ ମୋବଇଲ, ଟଙ୍କା ଲୁଟ୍‌ କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟରିଂ ଛାତ୍ର ରହିଛନ୍ତି। ଅଭିଯୁକ୍ତମାନଙ୍କ ନାମରେ ଶହୀଦନଗର ଥାନାରେ ୩ଟି ମାମଲା ଥିବାବେଳେ ସେମାନଙ୍କଠାରୁ ୨୫ଟି ମୋବାଇଲ, ୪ଟି ବାଇକ୍‌ ଏବଂ ୨ଟି ସୁନା ଚେନ ପୋଲିସ ଜବତ କରିଛି।

ସିବିଏସ୍‌ଇର ନୂଆ ଯୋଜନା: ଗଣିତରେ ଦୁର୍ବଳ ପିଲାଙ୍କ ପାଇଁ ସହଜ ପ୍ରଶ୍ନପତ୍ର, ୨୦୨୦ରୁ କାର୍ଯ୍ୟକାରୀ ହେବ

ସିବିଏସ୍‌ଇର ନୂଆ ଯୋଜନା: ଗଣିତରେ ଦୁର୍ବଳ ପିଲାଙ୍କ ପାଇଁ ସହଜ ପ୍ରଶ୍ନପତ୍ର, ୨୦୨୦ରୁ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ଦଶମ ଶ୍ରେଣୀରେ ଗଣିତରେ ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ସହଜ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ଯୋଜନା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)। ଛାତ୍ରୀଛାତ୍ରଙ୍କ ପାଇଁ ୨ଟି ପ୍ରଶ୍ନପତ୍ର ତିଆରି ହେବ। ଗୋଟିଏ ପୂର୍ବଭଳି ପ୍ରସ୍ତୁତ ହେବ ଏବଂ ଅନ୍ୟଟି ସହଜ ପ୍ରଶ୍ନପତ୍ର ରହିବ।

ଖାକି ବାବୁଙ୍କ ରାଜଧାନୀ ମୋହ: ବଦଳି ସତ୍ତ୍ୱେ ଗାଦି ଛାଡ଼ିବାକୁ ଅମଙ୍ଗ, ‘ଦୁର୍ନୀତିଗ୍ରସ୍ତ ହେବା ଆଶଙ୍କା’

ଖାକି ବାବୁଙ୍କ ରାଜଧାନୀ ମୋହ: ବଦଳି ସତ୍ତ୍ୱେ ଗାଦି ଛାଡ଼ିବାକୁ ଅମଙ୍ଗ, ‘ଦୁର୍ନୀତିଗ୍ରସ୍ତ ହେବା ଆଶଙ୍କା’

ଭୁବନେଶ୍ୱର, ୧୨ା୧(ତ୍ରିନାଥ ମହାନ୍ତି)- କମିଶନରେଟ ପୋଲିସରେ ଦୀର୍ଘଦିନ ହେବ ଅନେକ ପୋଲିସ ଅଫିସର ଗାଦି ମାଡି ବସିଛନ୍ତି। ଅନ୍ୟ ଜିଲାକୁ ସେମାନଙ୍କ ବଦଳି ହେଉଥିଲେ ମଧ୍ୟ ସେମାନେ ସ୍ଥାନ ଛାଡିବାକୁ ଅମଙ୍ଗ। ଉପରିସ୍ଥ ଅଧିକାରୀ କିମ୍ବା ରାଜନେତାଙ୍କୁ ହାତକରି ସେମାନେ ବଦଳି ଆଦେଶ ବାତିଲ କରିଦେଉଛନ୍ତି।

ନୀଳମାଧବ-ବିଗ୍‌ ଡିଲ୍‌ଙ୍କ କମ୍ବୋ ପ୍ୟାକେଜ୍‌: ‘ଧନ ତୁ ହେଲୁ ସ୍କିଲ୍‌ଡ ଇନ୍‌ ଓଡ଼ିଶା...’

ନୀଳମାଧବ-ବିଗ୍‌ ଡିଲ୍‌ଙ୍କ କମ୍ବୋ ପ୍ୟାକେଜ୍‌: ‘ଧନ ତୁ ହେଲୁ ସ୍କିଲ୍‌ଡ ଇନ୍‌ ଓଡ଼ିଶା...’

ଭୁବନେଶ୍ୱର,୧୨।୧(ବ୍ୟୁରୋ)- ଦକ୍ଷତା ବିକାଶ ଉପରେ ଗତ କିଛିବର୍ଷ ହେବ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ସରକାରଙ୍କ ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ କ୍ୟାମ୍ପେନ୍‌ ରାଜ୍ୟ ଏବଂ ଦେଶ ବାହାରେ ଆଦୃତ ହୋଇଛି। କେବଳ ଶିକ୍ଷା ନୁହେଁ, ଦକ୍ଷତା ବିକାଶ ମାଧ୍ୟମରେ ରାଜ୍ୟର ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବାକୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନ୍‌ ସଫଳ ରୂପ ନେଇଛି। 

ଫୁଟ୍‌ପାଥ ଉପରୁ ଦୋକାନ ଉଚ୍ଛେଦ:୬୫ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ

ଫୁଟ୍‌ପାଥ ଉପରୁ ଦୋକାନ ଉଚ୍ଛେଦ:୬୫ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ

ବାରଙ୍ଗ,୧୨।୧(ଡି.ଏନ୍‌.ଏ.)- ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମମୁଣ୍ଡ ବୁଢ଼ନାଳ ସେତୁ ନିକଟ ଫୁଟ୍‌ପାଥ ଉପରୁ ଏକ ଉଠା ଦୋକାନକୁ ଶୁକ୍ରବାର ଉଚ୍ଛେଦ କରାଯିବା ବେଳେ ୬୫ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନାମ ବଦଳିବ

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନାମ ବଦଳିବ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର(ଏଏଚ୍‌ଆର୍‌ସିସି)ର ନାମ ବଦଳି ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୟାନ୍‌ସର ହେବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। 

ପଞ୍ଚାୟତି ବିଭାଗରେ ୯୦୮ ୟୁନିଅର୍‌ ଇଞ୍ଜିନିୟର ପଦବୀ ବୃଦ୍ଧି

ପଞ୍ଚାୟତି ବିଭାଗରେ ୯୦୮ ୟୁନିଅର୍‌ ଇଞ୍ଜିନିୟର ପଦବୀ ବୃଦ୍ଧି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଞ୍ଚାୟତିରାଜ ବିଭାଗରେ ୯୦୮ ଯୁନିଅର ଇଞ୍ଜିନିୟର ତଥା କନିଷ୍ଠ ଯନ୍ତ୍ରୀ ପଦବୀ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିବା ଶୁକ୍ରବାର ସୂଚନା ମିଳିଛି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫  ଜିଲାର ୭ ବ୍ଲକ ଲାଗି ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫ ଜିଲାର ୭ ବ୍ଲକ ଲାଗି ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ ଜିଲାର ୭ ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। 

କାଇପଦରରେ କାଉ ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା

କାଇପଦରରେ କାଉ ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା ଅଫିସ,୧୧ା୧: ଖୋର୍ଦ୍ଧା ବ୍ଳକର କାଇପଦରରେ ଶୁକ୍ରବାର ଗୋଟିଏ ସ୍ଥାନରେ ୩ଟି କାଉର ମୃତଦେହ ପଡ଼ିଥିବା ଦେଖାଯାଇଛି। 

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ପଦକ୍ଷେପ ନେବାକୁ ସେ ରବିଶଙ୍କରଙ୍କୁ ଅନୁରୋଧ କରିଛନ୍ତି।

ନବୀନଙ୍କ ନୂଆ ଯୋଜନା: ‘ଆମ ଘରେ ଏଲ୍‌ଇଡି ’, ୯୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବଲ୍‌ବ

ନବୀନଙ୍କ ନୂଆ ଯୋଜନା: ‘ଆମ ଘରେ ଏଲ୍‌ଇଡି ’, ୯୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବଲ୍‌ବ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବିଜୁଳି ଖର୍ଚ୍ଚ କମିବା ସହିତ ପିଲାମାନଙ୍କ ପାଠ ପଢ଼ାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସମୟରେ ‘ଆମ ଘରେ ଏଲ୍‌ଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି। 

ବିଜେଡିରେ ଯୋଗଦେବା ପ୍ରସଙ୍ଗ: ନବ ଦାସ କହିଲେ ୨୦୧୯ରେ କଂଗ୍ରେସରୁ ଲଢ଼ିବି

ବିଜେଡିରେ ଯୋଗଦେବା ପ୍ରସଙ୍ଗ: ନବ ଦାସ କହିଲେ ୨୦୧୯ରେ କଂଗ୍ରେସରୁ ଲଢ଼ିବି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଦୀର୍ଘଦିନ ଧରି ଝାରସୁଗୁଡ଼ା ବିଧାୟକ ତଥା କଂଗ୍ରେସ ନେତା ନବ ଦାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଶୁକ୍ରବାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବ। ସେ କହିଛନ୍ତି ଯେ, ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ। ମାତ୍ର ୨୦୧୯ରେ ସେ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି।

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା, ଡିସିପିଙ୍କୁ ଅଣ୍ଡାମାଡ଼ କଲେ ବିକ୍ଷୋଭକାରୀ

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା, ଡିସିପିଙ୍କୁ ଅଣ୍ଡାମାଡ଼ କଲେ ବିକ୍ଷୋଭକାରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଶାସକ ଦଳର ମେୟର ଅନନ୍ତ ନାରାୟଣ ଜେନା ଓ ଛାତ୍ର ବିଜେଡିର ଉପଦେଷ୍ଟା ଚିନ୍ମୟ ସାହୁଙ୍କର ଗିରଫ ହୋଇଥିବା ଗେଲ୍‌ଡେନ୍‌ ବାବାଙ୍କ ସହ ସମ୍ପୃକ୍ତି ଥିବା ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଛି।  ଏହି ପରିପ୍ରେକ୍ଷୀରେ ମେୟର ଅନନ୍ତ ଜେନା ଓ ଚିନ୍ମୟଙ୍କୁ  ଗିରଫ କରିବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି। ଏହି ସମୟରେ ପୋଲିସ ସହ ବିକ୍ଷୋଭକାରୀମାନେ ଧସ୍ତାଧସ୍ତି କରିବା ସହ ଡିସିପିଙ୍କୁ ଅଣ୍ଡାମାଡ଼ କରିଥିବା ସୂଚନା ମିଳିଛି।

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର, ମହିଳା ଗୁରୁତର

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର, ମହିଳା ଗୁରୁତର

ନିରାକାରପୁର,୧।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗି ବନ ବିଭାଗ ଅଧୀନରେ ଥିବା ନୂଆଗଡ଼ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

୨ ଗୋରୁ ବୋଝେଇ କଣ୍ଟେନର ଜବତ, ୫ ଗିରଫ

୨ ଗୋରୁ ବୋଝେଇ କଣ୍ଟେନର ଜବତ, ୫ ଗିରଫ

କଟକ ଅଫିସ, ୧୧|୧- ବେଆଇନ ଭାବେ ଗୋରୁ ଚାଲାଣବେଳେ ଗୁରୁବାର ରାତିରେ ଚୌଦ୍ୱାର ଓ ଜଗତପୁର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ୧୬ ନଂ. ଜାତୀୟ ରାଜପଥର ବିରୂପା ପୋଲ ଉପରୁ ଦୁଇଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି। 

ଓଏସ୍‌ଏସ୍‌ଟିଇଟି ପ୍ରଶ୍ନପତ୍ର, ମୂଲ୍ୟାୟନରେ ବିଭ୍ରାଟ:  ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଓଏସ୍‌ଏସ୍‌ଟିଇଟି ପ୍ରଶ୍ନପତ୍ର, ମୂଲ୍ୟାୟନରେ ବିଭ୍ରାଟ: ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କଟକ ଅଫିସ,୧୧|୧- ପ୍ରଶ୍ନ ସମାନ, ହେଲେ ଉତ୍ତର ଭିନ୍ନ ଭିନ୍ନ। ପୂର୍ବରୁ ହୋଇଥିବା ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଯେଉଁ ଉତ୍ତର ଧାର୍ଯ୍ୟ କରିଥିଲା, ଏବେ ସମାନ ପ୍ରଶ୍ନରେ ସେହି ଉତ୍ତର ଦେଲେ ମଧ୍ୟ ଭୁଲ୍‌ ମାର୍କ ମିଳିଛି। 

ହାଇକୋର୍ଟରେ ଭେଡେନ ଗଣବଳାତ୍କାର, ହତ୍ୟା ମାମଲା: ସବିଶେଷ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନୋଟିସ

କଟକ ଅଫିସ, ୧୧।୧- ବରଗଡ଼ ଜିଲା ଭେଡେନ ଅଞ୍ଚଳରେ ଘଟିଥିବା ୩ଜଣ ମହିଳାଙ୍କୁ ଗଣବଳାତ୍କାର ଓ ୩ ଜଣଙ୍କୁ ହତ୍ୟା ମାମଲାର ଶୁଣାଣି ହାଇକୋର୍ଟରେ ଗୁରୁବାର ହୋଇଥିଲା। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ସି.ଆର୍‌. ଦାସ ଘଟଣା ସମ୍ପର୍କରେ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଆସନ୍ତା ୩ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ହାଇକୋର୍ଟରେ ଦାଖଲ କରିବା ପାଇଁ ସରକାରଙ୍କୁ ନୋଟିସ ଜାରି କରାଯାଇଛି।

ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ମାମଲା:  ୪ ସପ୍ତାହ ମଧ୍ୟରେ ଖାଲି ପଦବୀ ପୂରଣ ନିର୍ଦ୍ଦେଶ

ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ମାମଲା: ୪ ସପ୍ତାହ ମଧ୍ୟରେ ଖାଲି ପଦବୀ ପୂରଣ ନିର୍ଦ୍ଦେଶ

କଟକ ଅଫିସ, ୧୧।୧- ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ ନେଇ ଆଗତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କେତେକ ନିର୍ଦ୍ଦେଶ ଜାରି କରିଛନ୍ତି।

ଏସ୍‌ସିବି ମେଡିକାଲ: ସ୍ବାସ୍ଥ୍ୟସେବାରେ ଘରୋଇକରଣ  ମାଗଣାରୁ ହୋଇପାରେ ମହରଗ

ଏସ୍‌ସିବି ମେଡିକାଲ: ସ୍ବାସ୍ଥ୍ୟସେବାରେ ଘରୋଇକରଣ ମାଗଣାରୁ ହୋଇପାରେ ମହରଗ

କଟକ ଅଫିସ, ୧୧।୧- ରାଜ୍ୟବାସୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ମାଗଣାରେ ଅନେକ ଜଟିଳ ରୋଗର ପରୀକ୍ଷା ନିରୀକ୍ଷା ପାଇଁ ନିକଟରେ ସରକାର ନିଷ୍ପତ୍ତି ନେଇଛନ୍ତି। 

୫୦୦ ଏକର ବିଡ଼ାନାସୀ ଜମି ଦୁର୍ନୀତି ମାମଲା: ମାନିଲେନି ହାଇକୋର୍ଟଙ୍କ ଆଦେଶ, ପୁଣି ଚକ୍ରାନ୍ତ

୫୦୦ ଏକର ବିଡ଼ାନାସୀ ଜମି ଦୁର୍ନୀତି ମାମଲା: ମାନିଲେନି ହାଇକୋର୍ଟଙ୍କ ଆଦେଶ, ପୁଣି ଚକ୍ରାନ୍ତ

କଟକ ଅଫିସ, ୧୧।୧- କଟକ ବିଡ଼ାନାସୀର ୫୦୦ ଏକର ଜମି ଦୁର୍ନୀତିକୁ ନେଇ ସରକାର ଓ ପ୍ରଶାସନ ଉଭୟ ଅତୀତରେ ଅଡୁଆରେ ପଡ଼ିଥିଲେ। କାରଣ ଉକ୍ତ ଜମି ଦୁର୍ନୀତିକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ହୋଇଥିଲା। ପରେ ଏହାର ସିବିଆଇ ତଦନ୍ତ ମଧ୍ୟ କରାଯାଇଥିଲା। 

ଲାଞ୍ଚ ନେଇ ପୋଲିସ ଏଏସ୍‌ଆଇ ଗିରଫ

ଲାଞ୍ଚ ନେଇ ପୋଲିସ ଏଏସ୍‌ଆଇ ଗିରଫ

କଟକ ଅଫିସ, ୧୧।୧- ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ନୂଆପଡ଼ା ଜିଲା ଖରିଆର ଥାନାର ଏଏସ୍‌ଆଇ ବିଜେଶ୍ୱର ପଣ୍ଡା। 

କଟକରେ ଛବିରାଣୀ ଫିଲ୍ମର ଶୁଟିଂ

କଟକରେ ଛବିରାଣୀ ଫିଲ୍ମର ଶୁଟିଂ

କଟକ ଅଫିସ, ୧୧।୧- ଅଶୀ ଦଶକରେ ଘଟିଥିଲା ଛବିରାଣୀ ଗଣବଳାତ୍କାର ଓ ହତ୍ୟାକାଣ୍ଡ। ଜଗତ୍‌ସିଂହପୁରର ବିଲୁଆଖାଇ ନଦୀପଠାରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

କମିଶନରେଟ ପୋଲିସର ସେରିମୋନିଆଲ ପରେଡ୍‌:  ୧୯ ଅଫିସର, ୨ ରକ୍ତଦାତା ପୁରସ୍କୃତ

କମିଶନରେଟ ପୋଲିସର ସେରିମୋନିଆଲ ପରେଡ୍‌: ୧୯ ଅଫିସର, ୨ ରକ୍ତଦାତା ପୁରସ୍କୃତ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ)- ଦିନକୁ ଦିନ ଭୁବନେଶ୍ୱରର କଳେବର ବୃଦ୍ଧି ପାଉଛି। ଜନସଂଖ୍ୟାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇଟି ସବୁ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ପୋଲିସ ଜିଲାର ଆବଶ୍ୟକତା ରହିଛି।

ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଲେ ପ୍ରେମିକ; ଖସିଯିବାକୁ ଉଦ୍ୟମ ବେଳେ ଧରାପଡ଼ିଲେ

ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଲେ ପ୍ରେମିକ; ଖସିଯିବାକୁ ଉଦ୍ୟମ ବେଳେ ଧରାପଡ଼ିଲେ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ)- ଖଣ୍ଡଗିରିବାରି ଅଞ୍ଚଳରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳାଙ୍କ ପ୍ରେମିକ ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଘାଟିକିଆ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଖସିଯିବାକୁ ଉଦ୍ୟମ କରିବା ବେଳେ କେତେଜଣ ଲୋକ ତାଙ୍କୁ କାବୁ କରିଛନ୍ତି।