ମେଟ୍ରୋ

୪ କଲରାପତରିଆ ବାଘ ଚମଡ଼ା ଜବତ, ୭ ଶିକାରୀ ଗିରଫ

ଭୁବନେଶ୍ୱର,୧୬।୩(ବ୍ୟୁରୋ)- କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ସମ୍ବଲପୁରର କୁଚିଣ୍ଡାଠାରେ ଚଢ଼ାଉ କରି ୪ କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ଥିବା ୭ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ।

ପ୍ରକାଶ ଭାଜପାରେ ମିଶିବା ନେଇ ଚର୍ଚ୍ଚା

ପ୍ରକାଶ ଭାଜପାରେ ମିଶିବା ନେଇ ଚର୍ଚ୍ଚା

କଟକ ଅଫିସ, ୧୫।୩: ଦେଢବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଲାଗିରହିଛି। ପ୍ରକାଶ ବିଜେଡିକୁ ଯିବେ ଏବଂ ସାଲେପୁରରୁ ପ୍ରାର୍ଥୀ ହେବେ ଏଭଳି ଆଲୋଚନା ନିର୍ବାଚନମଣ୍ଡଳୀରେ ଲାଗି ରହିଥିଲା। 

ଖୋର୍ଦ୍ଧାରୋଡ ଡିଭିଜନ ପକ୍ଷରୁ ବିନା ଟିକେଟ ଯାତ୍ରୀ ଧରପଗଡ

ଖୋର୍ଦ୍ଧାରୋଡ ଡିଭିଜନ ପକ୍ଷରୁ ବିନା ଟିକେଟ ଯାତ୍ରୀ ଧରପଗଡ

ଜଟଣୀ,୧୫।୩(ଡି.ଏନ.ଏ.): ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ଚାଲିଥିବା ବିନା ଟିକେଟ ଯାତ୍ରୀ ଧରପଗଡ଼ ଯୋଗୁଁ ୧୪ କୋଟି ୯୮ ଲକ୍ଷ ୮୦ ହଜାର ୭୯ ଟଙ୍କା ଜରିମାନା ଆଦାୟ ହୋଇଛି। 

କଟକ ଗ୍ରାମ୍ୟ ବ୍ୟାଙ୍କ ଠକେଇ ଘଟଣା: ମହିଳା ଗିରଫ, ନିଜକୁ ଶିକ୍ଷୟିତ୍ରୀ ଦର୍ଶାଇଥିଲେ

କଟକ ଗ୍ରାମ୍ୟ ବ୍ୟାଙ୍କ ଠକେଇ ଘଟଣା: ମହିଳା ଗିରଫ, ନିଜକୁ ଶିକ୍ଷୟିତ୍ରୀ ଦର୍ଶାଇଥିଲେ

ଭୁବନେଶ୍ୱର,୧୫।୩ (ବୁରୋ)- କଟକ ବିଲହାଟ ଗ୍ରାମ୍ୟ ବ୍ୟାଙ୍କ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଉଜଣଙ୍କୁ ଗିରଫ କରିଛି। ସେ ହେଲେ ସେ ହେଲେ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ଦାସ(୪୦)। 

ମର୍ନିଂଓ୍ବାକ ବେଳେ ଭୁଜାଲିରେ ହାଣି ସୁନା ଅଳଙ୍କାର ଲୁଟ୍‌

ମର୍ନିଂଓ୍ବାକ ବେଳେ ଭୁଜାଲିରେ ହାଣି ସୁନା ଅଳଙ୍କାର ଲୁଟ୍‌

ବାରଙ୍ଗ,୧୫। ୩(ଡି.ଏନ୍‌.ଏ.)- କିଛିଦିନର ବ୍ୟବଧାନ ପରେ ପୁଣି ମର୍ନିଂଓ୍ବାକରେ ଆସୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି ଲୁଟେରା। ନନ୍ଦନକାନନ ଥାନା ଅଧୀନ ଅଞ୍ଚଳରେ ଶୁକ୍ରବାର ମର୍ନିଂଓ୍ବାକରେ ଯାଉଥିବା  ଜଣେ ଦମ୍ପତିଙ୍କଠାରୁ କେତେଜଣ ଲୁଟେରା ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ମୁଁ ଭାଜପାରେ ଯୋଗଦେଲି; ଏବେ ଆପଣମାନେ ଖୁସି ତ: ଦାମ

ମୁଁ ଭାଜପାରେ ଯୋଗଦେଲି; ଏବେ ଆପଣମାନେ ଖୁସି ତ: ଦାମ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭାଜପାରେ ବିଧିବଦ୍ଧ ଭାବେ ଦାମୋଦର ରାଉତ ଯୋଗଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗୁରୁବାର ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଦାମ ଯୋଗଦେଇ ଶୁକ୍ରବାର ଭୁବନେଶ୍ୱର ଫେରିଥିଲେ। 

୧୨୦ ସ୍ଥାନରେ ପ୍ରାର୍ଥୀ ଦେବାକୁ ଭାଜପା ପାଖରେ ପ୍ରାର୍ଥୀ ନାହାନ୍ତି: ସସ୍ମିତ୍‌ ପାତ୍ର

୧୨୦ ସ୍ଥାନରେ ପ୍ରାର୍ଥୀ ଦେବାକୁ ଭାଜପା ପାଖରେ ପ୍ରାର୍ଥୀ ନାହାନ୍ତି: ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ଭାଜପାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ। ଏ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ଏକଦା ଭାଜପା ଦାମଙ୍କ ମହିଳା ବିରୋଧି ମନ୍ତବ୍ୟକୁ ନେଇ ସ୍ବର ଉତ୍ତୋଳନ କରୁଥିଲା। 

ନିର୍ବାଚନ ନେଇ ଓଡ଼ିଶା ପୋଲିସର ସମୀକ୍ଷା

ନିର୍ବାଚନ ନେଇ ଓଡ଼ିଶା ପୋଲିସର ସମୀକ୍ଷା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏପ୍ରିଲ୍‌ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଶୁକ୍ରବାର କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଓଡ଼ିଶା ପୋଲିସର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। 

ପଦ୍ମ ଧରିବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି

ପଦ୍ମ ଧରିବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି

ଭୁବନେଶ୍ୱର,୧୫।୩(ବ୍ୟୁରୋ): ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟରେ ଦଳବଦଳ ରାଜନୀତି ସେତିକି ବଢ଼ି ବଢ଼ି ଚାଲିଛି। ଏହି କ୍ରମରେ ଗୁରୁବାର ବିଜେଡି ଛାଡ଼ିଥିବା ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି ଭାଜପାରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ପୁଣି ପିପିଲିରୁ ଲଢ଼ିବେ ମହାରଥୀ

ପୁଣି ପିପିଲିରୁ ଲଢ଼ିବେ ମହାରଥୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଗକୁ ନିର୍ବାଚନ। ଏ ନେଇ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ହେବା ଲାଗି ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ଜମୁଛି। ନେତାମାନେ ନିଜ ନିଜର ଗଡ଼ରୁ ପୁଣି ନିର୍ବାଚିତ ହେବାର ଆଶା ରଖିଥିବାରୁ ଦଳର ହାଇକମାଣ୍ଡଙ୍କ ନିକଟରେ ନିଜ ପକ୍ଷ ରଖୁଛନ୍ତି। ଏପରିସ୍ଥଳେ ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ପୁଣି ଥରେ ଉକ୍ତ ଆସନରୁ ଲଢ଼ିବେ ବୋଲି କହିଛନ୍ତି।

କମିଶନରେଟ୍‌ ପୋଲିସର ଅପରାଧି ଦମନ ନୀତି ଫେଲ୍‌: ଶୈଳଶ୍ରୀବିହାରରେ ଅଧାଘଣ୍ଟା ଧରି ଲୁଟେରାଙ୍କ ଆତଙ୍କ,  ଲୁଟିଲେ ସୁନାଅଳଙ୍କାର

କମିଶନରେଟ୍‌ ପୋଲିସର ଅପରାଧି ଦମନ ନୀତି ଫେଲ୍‌: ଶୈଳଶ୍ରୀବିହାରରେ ଅଧାଘଣ୍ଟା ଧରି ଲୁଟେରାଙ୍କ ଆତଙ୍କ, ଲୁଟିଲେ ସୁନାଅଳଙ୍କାର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫେଲ ମାରିଛି ଭୁବନେଶ୍ୱର କମିଶନରେଟ ପୋଲିସର ଅପରାଧି ଦମନ ନୀତି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧିମାନେ ଦିନ ଦ୍ୱିପ୍ରହରରେ ଆତଙ୍କ ଖେଳାଉଛନ୍ତି। ଏଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଫେଜ୍‌ ୭ ଅଞ୍ଚଳରେ ଶୁକ୍ରବାର ଦେଖିବାକୁ ମିଳିଛି।

ପ୍ରାର୍ଥୀ ତାଲିକା ଘୋଷଣା ନେଇ ଛକାପଞ୍ଝା

ପ୍ରାର୍ଥୀ ତାଲିକା ଘୋଷଣା ନେଇ ଛକାପଞ୍ଝା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ କିଛିଦିନ ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବେ। ସମୟ କମ୍‌ ଥିବାବେଳେ କୌଣସି ଦଳ ଏଯାଏ ପ୍ରାର୍ଥୀ ତାଲିକା ଘୋଷଣା କରିପାରି ନାହାନ୍ତି। 

ବିଜେବି କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବଚ୍ଛତା ଅଭିଯାନ

ବିଜେବି କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଭୁବନେଶ୍ୱର ବକ୍ସି ଜଗବନ୍ଧୁ ସ୍ବୟଂ ଶାସିତ ମହାବିଦ୍ୟାଳୟ(ବିଜେବି)ର ଛାତ୍ରୀଛାତ୍ର ପାଠ ପଢ଼ାରେ ଯେପରି ପାରଦର୍ଶିତା ଦେଖାଇଥାନ୍ତି ସାମାଜିକ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରିଥାନ୍ତି। ସାରାଦେଶରେ  ପରିବେଶ ସୁରକ୍ଷାକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରାଯାଉଥିବା ବେଳେ ଏବେ ଏଥିରେ ହାତ ମିଶାଇଛନ୍ତି ଏହାର ଛାତ୍ରୀଛାତ୍ରମାନେ।

ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ଦିଲ୍ଲୀରୁ ଫେରିଲେ ଦାମ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ପାଛୋଟି ଆଣିଲେ ସମର୍ଥକ

ଦିଲ୍ଲୀରୁ ଫେରିଲେ ଦାମ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ପାଛୋଟି ଆଣିଲେ ସମର୍ଥକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭାଜପାରେ ବରିଷ୍ଠ ନେତା ଦାମୋଦର ରାଉତ ଯୋଗ ଦେବା ପରେ ଶୁକ୍ରବାର ଦିଲ୍ଲୀରୁ ଫେରିଛନ୍ତି। ଦାମ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏପରିକି ଏକ ଶୋଭାଯାତ୍ରାରେ ଦାମକୁ ଦଳୀୟ କର୍ମୀ ଓ ସମର୍ଥକମାନେ ପାଛୋଟି ଆଣିଛନ୍ତି। 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୧୫।୩: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରୁଛନ୍ତି। 

ଆଜି ପରିଚାଳନା କମିଟି: ଉପସ୍ଥାପନ ହେବ ଶ୍ରୀମନ୍ଦିର ବଜେଟ

ଆଜି ପରିଚାଳନା କମିଟି: ଉପସ୍ଥାପନ ହେବ ଶ୍ରୀମନ୍ଦିର ବଜେଟ

ପୁରୀ ଅଫିସ,୧୫ା୩: ଶୁକ୍ରବାର ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ।

ଭାଇରାଲ ହେଲା ଅଭିଯୁକ୍ତଙ୍କ ଅଡିଓ: ଜବତ ହେଲା ଗଞ୍ଜେଇ, ଦର୍ଶାଗଲା ଦେଶୀମଦ

ଭୁବନେଶ୍ୱର,୧୫।୩(ବୁରୋ)- ବେଆଇନ ଦେଶୀ ମଦ କାରବାର ଅଭିଯୋଗରେ ଇନ୍‌ଫୋସିଟି ଥାନା ପୋଲିସ ଗତ ୧ ତାରିଖରେ ଚକ୍ରଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସେ ଜାମିନରେ ଆସିବା ପରେ ପୋଲିସ ବିରୋଧରେ ନାନା ଅଭିଯୋଗ ଆଣିଛନ୍ତି। 

ଲେବର ଓ୍ବାର୍ଡକୁ ଛଡ଼ାଯାଉ ନ ଥିବା ଅଭିଯୋଗ: କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଘେରିଲେ ଆଶାକର୍ମୀ

ଲେବର ଓ୍ବାର୍ଡକୁ ଛଡ଼ାଯାଉ ନ ଥିବା ଅଭିଯୋଗ: କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଘେରିଲେ ଆଶାକର୍ମୀ

ଭୁବନେଶ୍ୱର,୧୫।୩ (ବୁରୋ)- ଆଶାକର୍ମୀମାନେ ବିଭିନ୍ନ ଅଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ  ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣୁଛନ୍ତି। ଗର୍ଭବତୀଙ୍କୁ ଲେବର ଓ୍ବାର୍ଡକୁ ନିଆଯିବା ପରେ ଆଶାକର୍ମୀଙ୍କୁ ପ୍ରବେଶ କରିବାକୁ ଦିଆଯାଉନି। 

ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି: ସୋସିଆଲ ମିଡିଆ ଉପରେ ରହିବ ନଜର

ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି: ସୋସିଆଲ ମିଡିଆ ଉପରେ ରହିବ ନଜର

କଟକ ଅଫିସ, ୧୫।୩- ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରାଯିବ। ବିଶୃଙ୍ଖଳା ଓ ହିଂସାକୁ ରୋକାଯିବ। ସୋସିଆଲ ମିଡିଆ ଉପରେ ପୋଲିସର ତୀକ୍ଷ୍‌ଣ ନଜର ରହିବ।

ବାର୍‌ କର୍ମଚାରୀଙ୍କୁ ହତ୍ୟା: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାର୍‌ କର୍ମଚାରୀଙ୍କୁ ହତ୍ୟା: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୫।୩ (ବୁରୋ)-  ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ବାର୍‌ରେ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଗୁୁରୁବାର ଉଦ୍ଧାର କରିଛି। ମୃତ କର୍ମଚାରୀ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଞ୍ଜନ ମଲ୍ଲିକ (୨୧)। 

ନିର୍ଦ୍ଦେଶ ସତ୍ତ୍ୱେ ଲାଇସେନ୍ସଧାରୀ ଫେରାଉ ନାହାନ୍ତି ବନ୍ଧୁକ

ଭୁବନେଶ୍ୱର,୧୫।୩ (ବୁରୋ) : ନିର୍ବାଚନ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏପ୍ରିଲ ୧୧ରୁ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଲାଇସେନ୍ସଧାରୀଙ୍କୁ ସେମାନଙ୍କ ବନ୍ଧୁକ ସ୍ଥାନୀୟ ଥାନା ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଅଧିକାଂଶ ଲାଇସେନ୍ସଧାରୀ ବନ୍ଧୁକ ଫେରାଉ ନ ଥିବାରୁ କମିଶନରେଟ ପୋଲିସ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। 

ଚୌଦ୍ୱାର ଜେଲରେ କମିିଶନରେଟ ପୋଲିସର ଚଢ଼ାଉ

ଚୌଦ୍ୱାର ଜେଲରେ କମିିଶନରେଟ ପୋଲିସର ଚଢ଼ାଉ

ଚୌଦ୍ୱାର, ୧୫ା୩ (ଡି.ଏନ୍‌.ଏ.)- ଚୌଦ୍ୱାର ମଣ୍ଡଳ କାରାଗାର ଉପରେ ଗୁରୁବାର ଅଚାନକ ଚଢ଼ାଉ କରିଥିଲା କମିଶନରେଟ ପୋଲିସ। ପୂର୍ବାହ୍ନ ସାଢେ ୧୧ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦେଢ ଘଣ୍ଟା ଧରି ଚାଲିଥିଲା ଏହି ଅପରେଶନ। 

ପଦ୍ମ ଧରିଲେ ଦାମ ରାଉତ

ପଦ୍ମ ଧରିଲେ ଦାମ ରାଉତ

ଭୁବନେଶ୍ୱର,୧୪।୩ (ବ୍ୟୁରୋ):ରାଜନୀତିରେ ସବୁ ସମ୍ଭବ, ଏକଥା ପ୍ରମାଣ କରିବାର ଆବଶ୍ୟକତା ନାହିଁ। ନିର୍ବାଚନୀ ତାରିଖ ଘୋଷଣା ହେବାର ଦିନ କେଇଟା ମଧ୍ୟରେ ଏସବୁ ଆପେଆପେ ପ୍ରମାଣିତ ହୋଇଯାଉଛି। ସବୁଠାରୁ ବଡ କଥା ହେଉଛି, ବିଜେଡିରୁ କିଛିଦିନ ତଳେ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଗୁରୁବାର ଭାଜପାରେ ଯୋଗଦେଇଛନ୍ତି।