ମନୋରଞ୍ଜନ

ଗ୍ୟାଙ୍ଗ୍‌ଷ୍ଟର୍‌ ବିଦ୍ୟା

ଗ୍ୟାଙ୍ଗ୍‌ଷ୍ଟର୍‌ ବିଦ୍ୟା

ବମ୍ବେ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ ବିଦ୍ୟା ବାଲାନ୍‌ ନିଜ ବଲିଉଡ୍‌ କ୍ୟାରିୟରରେ ସିନେପ୍ରେମୀଙ୍କ ପାଇଁ ଭେଟି ଦେଇଛନ୍ତି ଅନେକ ସ୍ମରଣୀୟ ଫିଲ୍ମ। ‘ଦି ଡାର୍ଟି ପିକ୍‌ଚର୍ସ’, ‘ଇସ୍କିୟଁା’ ଭଳି ଫିଲ୍ମରେ ବିଦ୍ୟାଙ୍କୁ ବୋଲ୍‌ଡ ଅବତାରରେ ଦେଖିବାକୁ ମିଳିଥିବାବେଳେ ଏହାର ଏକ୍‌ଦମ ବିପରୀତ ‘ତୁମ୍‌ହାରୀ ସୁଲୁ’ରେ ଜଣେ ହାଉସ୍‌ଓ୍ବାଇଫ୍‌ ବେଶରେ ଅଭିନୟର ଭିନ୍ନ ଏକ ଯାଦୁ ଦେଖାଇଛନ୍ତି।

ଆଜି ରାଷ୍ଟ୍ରପତି ଦେଖିବେ ‘ହିଚ୍‌କୀ’

ଆଜି ରାଷ୍ଟ୍ରପତି ଦେଖିବେ ‘ହିଚ୍‌କୀ’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଶନିବାର ସ୍ବତନ୍ତ୍ର ଭାବେ ପ୍ରଦର୍ଶିତ ହେବ ହିନ୍ଦୀ ଫିଲ୍ମ ‘ହିଚ୍‌କୀ’। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରାଯିବ। ଗତ ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଟୋରେଟ୍ସ ସିଣ୍ଡ୍ରୋମ୍‌ର ଶିକାର ହୋଇଥିବା ଜଣେ ଶିିକ୍ଷୟିତ୍ରୀଙ୍କ ଜୀବନ କାହାଣୀ ଉପରେ ନିର୍ମିତ। ସିଦ୍ଧାର୍ଥ ପି. ମଲ୍‌ହୋତ୍ରାଙ୍କ ନିର୍ଦ୍ଦେଶିତ ‘ହିଚ୍‌କୀ’ରେ ରାଣୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

‘ମିସିଙ୍ଗ’ର ପୋଷ୍ଟର ରିଲିଜ୍‌

‘ମିସିଙ୍ଗ’ର ପୋଷ୍ଟର ରିଲିଜ୍‌

ବମ୍ବେ: ମନୋଜ ବାଜପେୟୀଙ୍କ ହୋମ ପ୍ରଡକଶନ୍‌ର ମୁଭି ‘ମିସିଙ୍ଗ’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ନୂଆ ପୋଷ୍ଟରରେ ମୁଖ୍ୟ ଭୂମିକାରେ ଥିବା ନାୟିକା ତବୁଙ୍କୁ ଦେଖିବାକୁ ମିଳିଛି। ଏହା ଏକ ସାଇକୋ ଥ୍ରିଲର ଫିଲ୍ମ। ଏଥିରେ ମନୋଜ ବାଜେପେୟୀ ତବୁଙ୍କ ପତି ଭୂମିକାରେ ନଜରକୁ ଆସୁଥିବା ବେଳେ ଅନୁ କପୁରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ ଫିଲ୍ମ ‘ମିସିଙ୍ଗ’ରେ।

‘ହିଚ୍‌କି’ ଦେଖିବେ ରାଷ୍ଟ୍ରପତି

‘ହିଚ୍‌କି’ ଦେଖିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୩୦।୩ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ହିନ୍ଦୀ ଫିଲ୍ମ ‘ହିଚ୍‌କି’ ଦେଖିବେ। ରାଷ୍ଟ୍ରପତି ଭବନରେ ଏହାର ସ୍ବତନ୍ତ୍ର ସ୍କ୍ରିନିଂ କରାଯିବ। ରାଣୀ ମୁଖାର୍ଜୀ ଅଭିନୀତ ଏହି ଫିଲ୍ମ ମାଧ୍ୟମରେ ସମାଜକୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି।

ଉର୍ବଶୀଙ୍କ ନଁ।ରେ ଜାଲ୍‌ ଆଧାର

ଉର୍ବଶୀଙ୍କ ନଁ।ରେ ଜାଲ୍‌ ଆଧାର

ବମ୍ବେ: ବିଉଟି କୁଇନ୍‌ରୁ ଅଭିନେତ୍ରୀ ସାଜିଥିବା ଉର୍ବଶୀ ରାଉତେଲା ରାଗ ଗରଗର। ରାଗିବେନି କେମିତି। ଏଭଳି ଘଟଣା ଯାହା ସହ ବି ଘଟିବ ସେ ଆଶ୍ଚର୍ଯ୍ୟ ହେବା ସହ କ୍ରୋଧବ୍ୟକ୍ତ କରିବା ଅବଶ୍ୟମମ୍ଭାବୀ। ତେବେ ‘ହେଟ୍‌ ଷ୍ଟୋରୀ ୪’ ନାୟିକା ଉର୍ବଶୀଙ୍କ ରାଗର କାରଣ ଆଧାର। ବମ୍ବେ ଉପକଣ୍ଠ ବାନ୍ଦ୍ରାରେ ଏକ ପଞ୍ଚତାରକା ହୋଟେଲରେ ଜାଲ୍‌ ଆଧାର କାର୍ଡ ଦେଇ ତାଙ୍କ ନାମରେ ରୁମ୍‌ ବୁକ୍‌ ହୋଇଥିଲା।

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ବାଘୀ ୨’

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ବାଘୀ ୨’

ଭୁବନେଶ୍ୱର, ୨୯।୩(ବ୍ୟୁରୋ)- ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ବହୁ ପ୍ରତୀକ୍ଷିତ ହିନ୍ଦୀ ଆକ୍ସନ ଥ୍ରୀଲର ଫିଲ୍ମ ‘ବାଘୀ ୨’। ସାଜିଦ ନାଦିଆଦଓ୍ବାଲାଙ୍କ ପ୍ରଯୋଜିତ ଏବଂ ଅହମ୍ମଦ ଖାନ୍‌ଙ୍କ ନିର୍ଦ୍ଦେଶିତ ‘ବାଘୀ ୨’ ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ବାଘୀ’ର ସିକ୍ୟୁଏଲ୍‌। ଫିଲ୍ମର ଲିଡ୍‌ ରୋଲରେ ବାଘୀ ଷ୍ଟାର୍‌ ଟାଇଗର ସ୍ରଫ୍‌ ରହିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଦିଶା ପଟାନୀ।

ଫିଲ୍ମ ଫ୍ରାଇଡେ: ୪ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ‘ବାଗୀ-୨’

ଫିଲ୍ମ ଫ୍ରାଇଡେ: ୪ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ‘ବାଗୀ-୨’

ବମ୍ବେ: ଫ୍ରାଇଡେ ରିଲିଜ୍‌ରେ ଏଥର ଫ୍ଲୋର୍‌କୁ ଆସୁଛି ଟାଇଗର ଶ୍ରଫ୍‌ ଏବଂ ଦିଶା ପାଟନୀ ଅଭିନୀତ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ବାଗୀ-୨’। ୪ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ଏହି ଚଳଚ୍ଚିତ୍ର। ଆକ୍ସନ, ସସ୍‌ପେନ୍ସ ଭରା ଏହି ଥ୍ରୀଲର-ରୋମାଣ୍ଟିକ୍‌ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ରହିଛି।

ସଲ୍‌ମାନଙ୍କ ମାମଲାର ଶୁଣାଣି ୫ ଏପ୍ରିଲ

ସଲ୍‌ମାନଙ୍କ ମାମଲାର ଶୁଣାଣି ୫ ଏପ୍ରିଲ

ଯୋଧପୁର,୨୯।୩: କୃଷ୍ଣସାର ମୃଗ ଶିକାର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୫ରେ ହେବ ବୋଲି ସୂଚନା ମିଳିଛି। ଯୋଧପୁରର ସିଜିଏମ୍‌ଙ୍କ କୋର୍ଟରେ ଏହି ଶୁଣାଣି ହେବ। ଏବେ ସମସ୍ତଙ୍କ ନଜର ସଲ୍‌ମାନ ଦୋଷୀ ସାବ୍ୟସ୍ତ ହେବେ ନା ନାହିଁ।

ପାକିସ୍ତାନରେ ରିଲିଜ୍‌ ହେବ ‘ବାହୁବଲୀ’

ପାକିସ୍ତାନରେ ରିଲିଜ୍‌ ହେବ ‘ବାହୁବଲୀ’

ବମ୍ବେ: ଭାରତ ସମେତ ବିଭିନ୍ନ ଦେଶରେ ବାଜିମାତ୍‌ କରିଥିବା ଏସ୍‌ ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶିତ ତଥା ଟଲିଉଡ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ବାହୁବଲୀ’ ଏବେ ପାକିସ୍ତାନରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରର ବିଦେଶ ଯାତ୍ରା ମଧ୍ୟରୁ ପାକିସ୍ତାନ ଯାତ୍ରା ସବୁଠୁ ରୋମାଞ୍ଚକର ହେବ ବୋଲି ରାଜମୌଲି ପ୍ରକାଶ କରିଛନ୍ତି।

ଗୋପନ ପ୍ରେମ

ଗୋପନ ପ୍ରେମ

ଲସ୍‌ ଏଞ୍ଜେଲ୍‌ସ: ପୂର୍ବତନ ସ୍ବାମୀ ବ୍ରାଡ୍‌ ପିଟ୍‌ଙ୍କଠାରୁ ଅଲଗା ହେବା ପରେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲୀ ପାଇଯାଇଛନ୍ତି ଜଣେ ନୂଆ ସାଥୀ। ଦେଶର ଜଣେ ରିଅଲ୍‌ ଇଷ୍ଟେଟ୍‌ ଏଜେଣ୍ଟଙ୍କୁ ଗୁପ୍‌ଚୁପ୍‌ରେ ଡେଟ୍‌ କରୁଛନ୍ତି ଆଞ୍ଜେଲିନା। ‘ଏଣ୍ଟରଟେନ୍‌ମେଣ୍ଟ ଟୁନାଇଟ୍‌’ ରିପୋର୍ଟ ମୁତାବକ ଆଞ୍ଜେଲିନା ନିଜ ବନ୍ଧୁଙ୍କ ସମ୍ମୁଖରେ କହିଛନ୍ତି ଯେ, ବର୍ତ୍ତମାନ ସେ ଡେଟ୍‌ ବିଷୟରେ କିଛି ଚିନ୍ତା କରୁନାହାନ୍ତି।

ଅଭିନୟ ମାୟାରୁ ମୁକୁଳି ହେଉନି

ଅଭିନୟ ମାୟାରୁ ମୁକୁଳି ହେଉନି

ରାତିର ଅନ୍ତିମ ପ୍ରହର। ଇଂ. ଆଶୁତୋଷ ମହାପାତ୍ରଙ୍କ ରଚିତ ଏବଂ ନିର୍ଦ୍ଦେଶିତ ତଥା ପାର୍ବତୀ ଗଣନାଟ୍ୟ ଦ୍ୱାରା ପରିବେଷିତ ନାଟକ ‘ଅଦିନ ଝଡ଼’ର ରୋମାଞ୍ଚ ବଢ଼ିଚାଲିଥାଏ। ଏହି ସମୟରେ ଗ୍ରୀନ୍‌ ରୁମ୍‌ ବାହାରେ ସାକ୍ଷାତ୍‌ ହୋଇଗଲା ଏହି ପାର୍ଟିର ଅନ୍ୟତମ ବରିଷ୍ଠ ଅଭିନେତା କୈଳାସ ଚନ୍ଦ୍ର ପରିଡ଼ାଙ୍କ ସହ। ନାଟକ ବିଷୟରେ କଥା ହେଉ ହେଉ ତାହା ଲମ୍ବି ଚାଲିଲା ଅପେରା ଜଗତର ଭବିଷ୍ୟତ ପର୍ଯ୍ୟନ୍ତ। ଏହି ବାର୍ତ୍ତାଳାପର କୀୟଦଂଶ...

ନାୟକ କୁକୁର ନାୟିକା ଗାଈ

ନାୟକ କୁକୁର ନାୟିକା ଗାଈ

ନାୟକର ନାମ କୁକୁର, ନାୟିକାର ନାମ ଗାଈ-ଏ କଥାକୁ ହଜମ କରିବା ଭାରି କଷ୍ଟକର, ନୁହେଁ ? କେବଳ ସେତିକି ନୁହେଁ, ଅନ୍ୟ ଚରିତ୍ରଗୁଡିକର ନାମ ‘ଶାବଳ, ଭାକୁର, ଯମ’ ଆଦି ରହିଛି। ହେଲେ ଏଭଳି ନାମକରଣ ପଛରେ ସେଭଳି କିଛି ଯଥାର୍ଥତା ଅଛି କି ? କଥା କ’ଣ କି, ଏଭଳି ଚରିତ୍ରଗୁଡିକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେମା ‘ଓଲେ ଓଲେ ଦିଲ୍‌ ବୋଲେ’। ଲୋକପ୍ରିୟ ମଞ୍ଚ ନାଟକ ‘ବଞ୍ଚତ୍ବାକୁ ହେଲେ’ର ଏହା ହେଉଛି ଚଳଚ୍ଚିତ୍ର ରୂପାନ୍ତର।

ନୂଆ ସିନେମା: ପାହାଡ଼ ସାକ୍ଷୀ

ନୂଆ ସିନେମା: ପାହାଡ଼ ସାକ୍ଷୀ

କେତେକ ନିର୍ଜୀବ ଶିଳାର ସମଷ୍ଟି କ’ଣ ପାହାଡ଼? ନା, ପାହାଡ଼ର ବି ଆତ୍ମା ଥାଏ। ପାହାଡ଼ ବି ହୋଇପାରେ ପ୍ରେମର ସାକ୍ଷୀ। ପାହାଡ଼ ବି ଦିନେ ସୂଚେଇ ଦେଇ କହିପାରେ, ଗଁ । ପଳାଶରେ ଯେଉଁ ଆଦର ଅଛି ତାହା ହୁଏତ ନାହିଁ ସହରୀ ସଭ୍ୟତାର ଗୋଲାପ ଫୁଲରେ...! ଏମିତି ଏକ ସମସାମୟିକ ବାର୍ତ୍ତାଧର୍ମୀ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପାହାଡ଼ ସାକ୍ଷୀ’।

ସତୁରି କଳାକାରଙ୍କ ସମାହାର

ସତୁରି କଳାକାରଙ୍କ ସମାହାର

ଆସନ୍ତା ମାସ ପ୍ରଥମ ସପ୍ତାହରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଯୋଗୀ’। ସମାଜରୁ ଅନ୍ୟାୟ, ଦୁର୍ନୀତି ଦୂର କରିବାକୁ ଜଣେ ଯୋଗୀ କିପରି ପ୍ରୟାସ କରୁଛନ୍ତି ଏବଂ ଶେଷରେ ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାହା ଦେଖିବାକୁ ମିଳିବ ଏହି ଫିଲ୍ମରେ।

ଅନନ୍ୟା-ଟାଇଗର ଯୋଡ଼ି

ଅନନ୍ୟା-ଟାଇଗର ଯୋଡ଼ି

ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ। ବିଗତ ଦିନର ଅଭିନେତା ଚଙ୍କି ପାଣ୍ଡେଙ୍କ କନ୍ୟା। ବର୍ତ୍ତମାନ ତାଙ୍କ ଖୁସି କହିଲେ ନ ସରେ। କାରଣ ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେଶନ ଟାଇଗର ଶ୍ରଫଙ୍କ ସହ ସେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।

‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ରିଲିଜ

‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ରିଲିଜ

ବମ୍ବେ: ବି’ ଟାଉନ୍‌ର ‘ଲମ୍ବୁ ଜୀ’ ଏବଂ ‘ଟିଙ୍କୁ ଜୀ’ ଅର୍ଥାତ୍‌ ଅମିତାଭ ବଚ୍ଚନ ଏବଂ ରିଷି କପୁର ଅଭିନୀତ ଚଳଚ୍ଚିତ୍ର ‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହାକୁ ନିର୍ମାଣ କରିଛନ୍ତି ‘ଓ ମାଇଁ ଗଡ’ ଭଳି ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଉମେଶ ଶୁକ୍ଳା।

ଆଇପିଏଲ ଉଦ୍‌ଘାଟନୀ ଉତ୍ସବ: ନଚାଇବେ ରଣବୀର, ଜ୍ୟାକଲିନ୍‌, ବରୁଣ, ପରିଣିତି

ଆଇପିଏଲ ଉଦ୍‌ଘାଟନୀ ଉତ୍ସବ: ନଚାଇବେ ରଣବୀର, ଜ୍ୟାକଲିନ୍‌, ବରୁଣ, ପରିଣିତି

ବମ୍ବେ: ଆସନ୍ତା ଏପ୍ରିଲ ୭ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜନ-୧୧। କ୍ରିକେଟର ଏହି ମହାମୁକାବିଲାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଖେଳାଳି ଚୟନ ଶେଷ ହେବା ପରେ ଏହାର ଗ୍ରାଣ୍ଡ ପ୍ରିମିୟର କିପରି ହେବ ସେନେଇ ଆୟୋଜକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି।

ଏସିଆରେ ଶ୍ରେଷ୍ଠ ଅନୁଷ୍କା ଶର୍ମା

ଏସିଆରେ ଶ୍ରେଷ୍ଠ ଅନୁଷ୍କା ଶର୍ମା

ବମ୍ବେ: ସୋସିଆଲ୍‌ ମିଡିଆରେ ପ୍ରଭାବଶାଳୀ ଅଭିନେତ୍ରୀ ପାଲଟିଥିବା ଅନୁଷ୍କା ଶର୍ମା ଏବେ ଫୋର୍ବସ୍‌ ତାଲିକାରେ ମଧ୍ୟ ଜଲ୍‌ଓ୍ବା ଦେଖାଇଛନ୍ତି। ଏସିଆରେ ୩୦ ବର୍ଷରୁ କମ୍‌ ବୟସ୍କ ୩୦ ଜଣ ସେଲିବ୍ରିଟିଙ୍କ ମଧ୍ୟରେ ଏକୁଟିଆ ଭାରତୀୟ ଅଭିନେତ୍ରୀ ଭାବେ ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇଛନ୍ତି ଅନୁଷ୍କା।

ଡନ୍‌-୩ କୁ ଶାହାରୁଖଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌, ପ୍ରିୟଙ୍କା ଆଉଟ୍‌

ଡନ୍‌-୩ କୁ ଶାହାରୁଖଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌, ପ୍ରିୟଙ୍କା ଆଉଟ୍‌

ନୂଆଦିଲ୍ଲୀ,୨୭।୩: ଇତି ମଧ୍ୟରେ ନିର୍ମାତା ତଥା ଅଭିନେତା ଫରହାନ୍‌ ଅଖତର୍‌ ଡନ୍‌-୩ର ସ୍କ୍ରିପ୍ଟ କାମ ଶେଷ କରିଛନ୍ତି। ଏଥର ଫିଲ୍ମରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଫିଲ୍ମରେ ଫରହାନ୍‌ ନିଜେ ଅଭିନୟ କରୁଥିବା ବେଳେ ପ୍ରିୟଙ୍କା ଆଉଟ୍‌ ହୋଇଥିବା ଶୁଣିବାକୁ ମିଳୁଛି। ଫରହାନ୍‌ ଏଥିରେ ଜଣେ ଦେଶୀ ପୋଲିସବାଲା ଭୂମିକାରେ ଶାହାରୁଖଙ୍କୁ ଗିରଫ କରୁଥିବା ଦେଖିବାକୁ ମିଳିବ।

ଆଉ ନାହାନ୍ତି ଟିଭି ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ

ଆଉ ନାହାନ୍ତି ଟିଭି ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ

ବମ୍ବେ,୨୭।୩: ଛୋଟ ପରଦାର ହିଟ୍‌ ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଜିଗ୍ନେଶ ଚରିତ୍ରରେ ଅଭିନୟ କରୁଥିବା କଳାକାର କରନଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ପରିବାରବର୍ଗଙ୍କ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି।

ଫେସବୁକ୍‌ରୁ ବାହାରିଗଲେ ଫରହାନ୍‌

ଫେସବୁକ୍‌ରୁ ବାହାରିଗଲେ ଫରହାନ୍‌

ନୂଆଦିଲ୍ଲୀ,୨୭।୩: ବଲିଉଡ ଫିଲ୍ମ ନିର୍ମାତା ତଥା ନାୟକ ଫରହାନ୍‌ ଅଖତର୍‌ ସବୁଦିନ ପାଇଁ ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ଡାଟା ଲିକ୍‌କୁ ନେଇ ଚାଲିଥିବା ବାଦ ବିବାଦ ଯୋଗୁ ଫରହାନ୍‌ ଫେସବୁକ୍‌ ଆକାଉଣ୍ଟ ଡିଲିଟ୍‌ କରିଥିବା ଅନୁମାନ କରାଯାଉଛି।

ବହି ଲେଖିବେ କ୍ୟାଟ୍ରିନା

ବହି ଲେଖିବେ କ୍ୟାଟ୍ରିନା

ବମ୍ବେ: ବାହାର ଦେଶରୁ ଆସି ବଲିଉଡ୍‌ର ଜଣେ ପ୍ରଭାବଶାଳୀ ଅଭିନେତ୍ରୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କ୍ୟାଟ୍ରିନା କୈଫ୍‌। ଭାରତରେ ଷ୍ଟ୍ରଗଲ୍‌ କରିବା କ୍ୟାଟ୍ରିନାଙ୍କ ପାଇଁ ସେତେଟା ସହଜ ନ ଥିଲା। ବଲିଉଡ୍‌ କ୍ୟାରିୟର୍‌ରେ ଅନେକ ଉତ୍‌ଥାନପତନର ସମ୍ମୁଖୀନ ହୋଇଛନ୍ତି ସେ। ତେବେ ବଲିଉଡ୍‌ କ୍ୟାରିୟର୍‌ର ଏହି ଯାତ୍ରାକୁ ପ୍ରଶଂସକଙ୍କ ନିକଟତର କରିବାକୁ ଚାହାନ୍ତି କ୍ୟାଟ୍ରିନା।

ଫାରୁକଙ୍କୁ ଗୁଗୁଲ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଫାରୁକଙ୍କୁ ଗୁଗୁଲ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବମ୍ବେ, ୨୫।୩ : ବଲିଉଡ୍‌ ଅଭିନେତା ଫାରୁକ୍‌ ଶେଖ୍‌ଙ୍କ ୭୦ତମ ଜନ୍ମ ବାର୍ଷିକୀ ଅବସରରେ ଗୁଗୁଲ୍‌ ପକ୍ଷରୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଫାରୁକ୍‌ ୧୯୪୮ ମାର୍ଚ୍ଚ ୨୫ରେ ଗୁଜରାଟ ବଡୋଦରା ନିକଟସ୍ଥ ଅମରୋଲି ଗାଁରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଫରିଦା ଏବଂ ପିତା ମୁସ୍ତଫା ଶେଖ୍‌ ଥିଲେ।

ପ୍ରଭାବଶାଳୀ ଅନୁଷ୍କା

ପ୍ରଭାବଶାଳୀ ଅନୁଷ୍କା

ବମ୍ବେ: ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ୍‌ ମିଡିଆରେ ସବୁଠାରୁ ସକ୍ରିୟ ଏବଂ ପ୍ରଭାବଶାଳୀ ସେଲିବ୍ରିଟି ମାନ୍ୟତା ଲାଭ କରିଛନ୍ତି। ଏହି ବର୍ଗରେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ‘ସ୍କୋର୍‌ ଟ୍ରେଣ୍ଡ’ ନାମକ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି କମ୍ପାନୀ ବିଭିନ୍ନ ଭାଷାଭାଷୀରେ ସୋସିଆଲ୍‌ ସାଇଟ୍‌କୁ ଅନୁଧ୍ୟାନ କରି ସେଥିରେ ସେଲିବ୍ରିଟିଙ୍କ ପ୍ରଭାବ ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଛି। ଫେସ୍‌ବୁକ, ଟୁଇଟର୍‌, ଛାପା ଗଣମାଧ୍ୟମ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ନ୍ୟୁଜ୍‌, ୧୪ଟି ଭାରତୀୟ ଭାଷା ବିଶିଷ୍ଟ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରୁ ଏହି ସର୍ଭେ କରାଯାଇ ଏକ ପ୍ରଭାବଶାଳୀ ଅଭିନେତ୍ରୀ ତାଲିକା ପ୍ରସ୍ତୁତ କରାଯାଇଛି।