ମନୋରଞ୍ଜନ

ବିବାହ ବନ୍ଧନରେ ଆବଦ୍ଧ ହେଲେ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ

ବିବାହ ବନ୍ଧନରେ ଆବଦ୍ଧ ହେଲେ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ

କାନପୁର: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ। କାନପୁରରେ ଶୁକ୍ରବାର ଆୟୋଜିତ ଏକ ଘରୋଇ ଉତ୍ସବରେ ସେ ପଲ୍ଲବୀ ଶୁକ୍ଳାଙ୍କୁ ବିବାହ କରିଛନ୍ତି।

ଡିଜିଟାଲ ଡେବ୍ୟୁ କରିବେ ସୈଫ ଅଲ୍ଲି ଖାନ

ଡିଜିଟାଲ ଡେବ୍ୟୁ କରିବେ ସୈଫ ଅଲ୍ଲି ଖାନ

ବମ୍ବେ: ଏବେ ଆସିଛି ଡିଜିଟାଲ ଜମାନା। ଖୁବ୍‌ କମ୍‌ ସମୟ ମଧ୍ୟରେ ଓ ହାତ ପାହାନ୍ତାରେ ଆମେ ଡିଜିଟାଲ ମାଧ୍ୟମରେ ଅନେକ ସୁବିଧା ସୁଯୋଗ ପାଇ ପାରୁଛୁ। ତେବେ ଥ୍ରୀଲର ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର।

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ବମ୍ବେ: ଦୀପିକା ପାଦୁକୋନଙ୍କ ଅଭିନିତ ତଥା ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତ୍‌’କୁ ସାରା ଦେଶରେ ବିରୋଧ ହୋଇଥିଲା ସତ। ହେଲେ ଫିଲ୍ମର ରିଲିଜ୍‌ ପରେ ଏହା ରେକର୍ଡ କରିଥିଲା।

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌,୨୧।୨(ପି.ଟି.): ମ୍ୟୁଜିକ୍‌ ଭିଡିଓରୁ ବିବାଦ ଘେରକୁ ଟାଣି ହୋଇଥିବା ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଉକ୍ତ ଗୀତ ପାଇଁ ପ୍ରିୟାଙ୍କ ବିରୋଧରେ ହୋଇଥିବା ଆପରାଧିକ ଅଭିଯୋଗ ଉପରେ ବୁଧବାର ସୁପ୍ରମିକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମାନ ଆଦେଶ ଜାରି କରିଛନ୍ତି। ମାଲ୍‌ୟାଲମ୍‌ ଫିଲ୍ମ ‘ଓରୁ ଆଦର ଲଭ୍‌’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ୍‌ ଗୀତ ଭାଲେଣ୍ଟାଇନ୍‌ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟି ଯାଇଥିଲେ ପ୍ରିୟା।

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

ବମ୍ବେ: ବଲିଉଡ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଏବେ ନିଜର ଆଗାମୀ ଫିଲ୍ମ ‘ସୁପର ୩୦’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ଏହାର ଶୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଲିକ୍‌ ହୋଇଥିଲା। ଏଥିରେ ହ୍ରିତିକ୍‌ଙ୍କ ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଇରାଲ ହୋଇଥିବା ଫଟୋରେ ହ୍ରିତିକ ସାଇକେଲରେ ବସି ପାମ୍ପଡ଼ ବିକୁଥିବା ଦେଖାଯାଉଛି। ଏହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି।

ରିଲିଜ ହେଲା ‘ବାଗି-୨’ ଟ୍ରେଲର

ରିଲିଜ ହେଲା ‘ବାଗି-୨’ ଟ୍ରେଲର

ବମ୍ବେ: ଟାଇଗର ଶ୍ରୋଫ୍‌ ଅଭିନୀତ ‘ବାଗି-୨’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହାକୁ ନେଇ ବମ୍ବେର ରେସକୋର୍ସଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ହେଲିକପ୍ଟର ଯୋଗେ ଟାଇଗର ଓ ଦିଶା ପଟାନୀ ପହଞ୍ଚିଥିଲେ। ପୂର୍ବ ବାଗି ପରି ବାଗି-୨ର ଟ୍ରେଲରରେ ମଧ୍ୟ ଟାଇଗରଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳୁଛି।

ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ଶୁଭିଲା ‘କୁଛ କୁଛ ହୋତା ହୈ’ର ଧୂନ୍‌

ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ଶୁଭିଲା ‘କୁଛ କୁଛ ହୋତା ହୈ’ର ଧୂନ୍‌

ନୂଆଦିଲ୍ଲୀ: ବଲିଉଡ ଫିଲ୍ମର ମାୟାରେ ସମସ୍ତେ ମତୁଆଲା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲ।

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ)- ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୟିମ୍‌ଠାରେ ଚାଲିଥିବା ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି)ର ଶନିବାର ଥିଲା ୪ର୍ଥ ଦିବସ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ଆସିଥିବା ୮ଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଓଡ଼ିଆ ଭାଷାରେ ପ୍ରେମ ରହିଛି: କଣ୍ଠଶିଳ୍ପୀ ସାରିକା ସିଂ(ସାକ୍ଷାତକାର)

ଓଡ଼ିଆ ଭାଷାରେ ପ୍ରେମ ରହିଛି: କଣ୍ଠଶିଳ୍ପୀ ସାରିକା ସିଂ(ସାକ୍ଷାତକାର)

ଭକ୍ତି ସଙ୍ଗୀତ ଗାଇବାରେ ସେ ମାହିର। ନିଜ କଣ୍ଠର ଯାଦୁରେ ମଞ୍ଚରେ ସେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। କେବଳ ଭକ୍ତି ସଙ୍ଗୀତ ନୁହେଁ, ପୁରୁଣା ଗୀତ, ଭଜନ ଓ ଆଞ୍ଚଳିକ ଗୀତ ଗାଇବାକୁ ମଧ୍ୟ ଭଲ ପାଆନ୍ତି। ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ବେଙ୍ଗଲୀ, ତେଲୁଗୁ ଭଳି ଅନେକ ଆଞ୍ଚଳିକ ଭାଷାରେ ସେ ଗୀତ ଗାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ସେହି ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ସାରିକା ସିଂ। ଏ ପର୍ଯ୍ୟନ୍ତ ପ୍ରଚ୍ଛଦପଟ୍ଟରେ ଗୀତ ଗାଇ ନ ଥିବା ସାରିକା ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଭକ୍ତି ସଙ୍ଗୀତର ଆଲବମ୍‌ ଏବଂ ୫୦ରୁ ଊର୍ଦ୍ଧ୍ୱ ଆଞ୍ଚଳିକ ଭାଷାରେ ଗୀତ ବୋଲି ଲୋକପ୍ରିୟ ହୋଇପାରିଛନ୍ତି। ୨୦୦୭ରେ ଜି-ଟିଭିରେ ପ୍ରସାରିତ ସାରେଗାମାପାରେ ସେ ଫାଇନାଲିଷ୍ଟ ଥିଲେ। ଇନ୍ଦୋରର ଝିଅ ସାରିକା ମାତ୍ର ୪ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ଭୁବନେଶ୍ୱରକୁ ଏକ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ବେଳେ ତାଙ୍କ ସହିତ ସାକ୍ଷାତକାର।

ଥମୁନି ପ୍ରିୟାଙ୍କୁ ନେଇ ଚର୍ଚ୍ଚା, ହିନ୍ଦୀରେ ଆସିଲା ପ୍ରିୟାଙ୍କ ଗୀତର ଭିଡିଓ

ଥମୁନି ପ୍ରିୟାଙ୍କୁ ନେଇ ଚର୍ଚ୍ଚା, ହିନ୍ଦୀରେ ଆସିଲା ପ୍ରିୟାଙ୍କ ଗୀତର ଭିଡିଓ

ହାଇଦ୍ରାବାଦ: ଗୋଟିଏ ଭିଡିଓରୁ ଇଣ୍ଟରନେଟରେ ଚହଳ ପକାଇଥିବା ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ। ପ୍ରିୟାଙ୍କ ମାଲୟାଲମ ଫିଲ୍ମ ‘ଓରୁ ଆଦର ଲଭ୍‌’ର ଗୀତ ‘ମାଣିକ୍ୟ ମାଲାୟାରୀ ଭୁବି’ ସୋସିଆଲ ମିଡିଆରେ ରିଲିଜ ହେବା ପରେ ଦର୍ଶକଙ୍କୁ ମତୁଆଲା କରିଛି। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ଫିଲ୍ମର ଅନ୍ୟ କିଛି ଅଂଶକୁ ପୁଣି ଛାଡିଥିଲେ। ଏହା ମଧ୍ୟ ଅନୁରୂପ ଭାବେ ପ୍ରଶଂସା ସାଉଁଟିଥିଲା। ଏହା ମାଲୟାଲମ ଭାଷାରେ ହୋଇଥିଲେ ସୁଦ୍ଧା ପ୍ରିୟାଙ୍କ ଆଖି ଓ ହସ ଯୁବପିଢ଼ିଙ୍କୁ ତାଙ୍କ ଦିଓ୍ବାନା କରିଥିଲା। ଏହାର ଗୋଟିଏ ଦିନପରେ ଗୀତଟିକୁ ହିନ୍ଦୀ ଭାଷାରେ ଦେଖିବାକୁ ମିଳୁଛି।

‘ପଦ୍ମାବତ୍‌’ ଭାଙ୍ଗିଲା ‘ବାହୁବଳୀ-୨’ର ରେକର୍ଡ

‘ପଦ୍ମାବତ୍‌’ ଭାଙ୍ଗିଲା ‘ବାହୁବଳୀ-୨’ର ରେକର୍ଡ

ବମ୍ବେ: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଏବେ ରେକର୍ଡ ପରେ ରେକର୍ଡ କରିଚାଲିଛି। ୧୯ ଦିନ ଭିତରେ ସେ ଭାଙ୍ଗିଛି ‘ବାହୁବଳୀ-୨’ର ରେକର୍ଡ। ରିଲିଜ୍‌ ହେବାର ମାତ୍ର ୩ ସପ୍ତାହ ମଧ୍ୟରେ ପଦ୍ମାବତ୍‌ ଆୟ କରିଛି ୨୫୦ କୋଟି ଟଙ୍କା। ଖାଲି ସେତିକି ନୁହେଁ ବିଦେଶରେ ଏହି ଫିଲ୍ମ ଏବେ ରେକର୍ଡ କରିଛି।

ଚେନାଏ ହସରୁ ଷ୍ଟାର ପ୍ରିୟା ପ୍ରକାଶ, ଇଣ୍ଟରନେଟ୍‌ରେ ବଢ଼ୁଛି ଲୋକପ୍ରିୟତା

ଚେନାଏ ହସରୁ ଷ୍ଟାର ପ୍ରିୟା ପ୍ରକାଶ, ଇଣ୍ଟରନେଟ୍‌ରେ ବଢ଼ୁଛି ଲୋକପ୍ରିୟତା

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ପରିଗଣିତ ହେଉଛି। ଏଥିରେ ଜଣେ ସାଧାରଣ ବ୍ୟକ୍ତି ଖୁବ୍‌ କମ୍‌ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ମନ କିଣିବା ସହ ଷ୍ଟାର ହୋଇପାରୁଛି। ଭାଲେଣ୍ଟାଇନ୍‌ ସପ୍ତାହ ମଧ୍ୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି। ମାଲାୟାଲମ ଚଳଚ୍ଚିତ୍ର ‘ଓରୁ ଆଦର ଲଭ୍‌’ର ଏକ ଗୀତ ‘ମାଣିକ୍ୟ ମାଲାରୟା ପୁଭି’ର କିଛି ଦୃଶ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ଭାଇରାଲ ହୋଇଛି। ଭିଡିଓଟିରେ ନଜରକୁ ଆସୁଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ରାତାରାତି ଇଣ୍ଟରନେଟ ସେନ୍‌ସେଶନ ପାଲଟି ଯାଇଛନ୍ତି।

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବବି ଦଓ୍ବେଲ୍‌

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବବି ଦଓ୍ବେଲ୍‌

ବମ୍ବେ: ବେଶ କିଛି ଦିନ ହେବ ରୂପେଲି ପରଦାରୁ ଦୂରରେ ଥିବା ନାୟକ ବବି ଦଓ୍ବେଲ୍‌ ଏବେ ରେସ୍‌-୩ ମାଧ୍ୟମରେ ବଲିଉଡକୁ କମ୍‌ବ୍ୟାକ୍‌ କରୁଛନ୍ତି।

୧୫ରୁ ପ୍ରଫୁଲ୍ଲ କର ଜୟନ୍ତୀ ଉତ୍ସବ : କବିତା କ୍ରିଷ୍ଣାମୂର୍ତ୍ତି ପାଇବେ ପ୍ରଫୁଲ୍ଲ କର ସମ୍ମାନ

୧୫ରୁ ପ୍ରଫୁଲ୍ଲ କର ଜୟନ୍ତୀ ଉତ୍ସବ : କବିତା କ୍ରିଷ୍ଣାମୂର୍ତ୍ତି ପାଇବେ ପ୍ରଫୁଲ୍ଲ କର ସମ୍ମାନ

ଭୁବନେଶ୍ୱର, ୧୧।୨(ବ୍ୟୁରୋ)- ଖ୍ୟାତନାମା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୭୯ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୫ ତାରିଖରୁ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ନିଆରା ସଙ୍ଗୀତ ସନ୍ଧ୍ୟା ‘କମଳ ଦେଶ ରାଜକୁମାର’ ଆୟୋଜିତ ହେବ। ପ୍ରଫୁଲ୍ଲ କର ଫାଉଣ୍ଡେଶନ୍‌ ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ୧୦ମ ପ୍ରଫୁଲ୍ଲ କର ସମ୍ମାନ ପ୍ରଦାନ କରାଯିବ।

ସପ୍ନା ଦିଦି ଦୀପିକା

ସପ୍ନା ଦିଦି ଦୀପିକା

ବମ୍ବେ: ରୁପେଲି ପରଦାରେ ଚିତ୍ତୋର ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଜୀବନ୍ତ ରୂପ ଦେବା ପରେ ମାଫିଆ କୁଇନ୍‌ ଭୂମିକାରେ ପରଦାକୁ ଆସୁଛନ୍ତି ଦୀପିକା ପାଦୁକୋନ। ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ହିନ୍ଦୀ ଫିଲ୍ମ। ଏଥିରେ ଦୀପିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମକୁ ବିଶାଳ ଭରଦ୍ୱାଜ ନିର୍ଦ୍ଦେଶନା ଦେବାକୁ ଯାଉଥିବାବେଳେ ପ୍ରେରଣା ଅରୋରା ଏହାର ପ୍ରଯୋଜନା ଦେବାକୁ ଯାଉଛନ୍ତି। ଲେଖକ ଏସ୍‌. ହୁସେନ ଜୈଦୀଙ୍କ ପୁସ୍ତକ ‘ମାଫିଆ କୁଇନ୍‌ସ ଅଫ୍‌ ମୁମ୍ବାଇ’ ଉପରେ ଫିଲ୍ମଟି ନିର୍ମାଣ ହେବ।

ଦୀପିକାଙ୍କ ସଫଳତମ ଫିଲ୍ମ ‘ପଦ୍ମାବତ୍‌’

ଦୀପିକାଙ୍କ ସଫଳତମ ଫିଲ୍ମ ‘ପଦ୍ମାବତ୍‌’

ବମ୍ବେ: ବଲିଉଡ ଅଭିନେତ୍ରୀ ଦୀପିକାଙ୍କର ସବୁଠାରୁ ସଫଳ ଫିଲ୍ମ ପାଲଟିଛି ‘ପଦ୍ମାବତ୍‌’। ଇତିମଧ୍ୟରେ ଦୀପିକା ଅଭିନୟ କରିଥିବା ଅନ୍ୟ ଫିଲ୍ମଗୁଡିକ ତୁଳନାରେ ଏହା ଦୁଇ ଶହ କୋଟି କ୍ଲବରେ ସାମିଲ ହେବାରେ ସକ୍ଷମ ହୋଇପାରିଛି। ମୁକ୍ତିଲାଭ କରିବାର ଦ୍ୱିତୀୟ ସପ୍ତାହରେ ଏହା ୨୩୬ କୋଟି ରୋଜଗାର କରିଛି। ଫଳରେ ନାରୀକୈନ୍ଦ୍ରିକ ଫିଲ୍ମ ଭାବେ ଏହା ସଫଳତମ ଚଳଚ୍ଚିତ୍ର ପାଲଟିଛି।

 ଗୋଟିଏ ଡାଏଲଗ୍‌ରେ  ‘୧୦୨ ନଟ୍‌ ଆଉଟ୍‌’ ଟିଜର ରିଲିଜ

ଗୋଟିଏ ଡାଏଲଗ୍‌ରେ ‘୧୦୨ ନଟ୍‌ ଆଉଟ୍‌’ ଟିଜର ରିଲିଜ

ବମ୍ବେ: ଚଳଚ୍ଚିତ୍ର ‘୧୦୨ ନଟ୍‌ଆଉଟ୍‌’ରେ ଦୀର୍ଘ ୨୬ ବର୍ଷ ବ୍ୟବଧାନ ପରେ ଏକାଠି ହୋଇଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଋଷି କପୁର। ଏହାର ଟିଜର ଶୁକ୍ରବାର ରିଲିଜ କରାଯାଇଛି। ଚଳଚ୍ଚିତ୍ରଟିରେ ଜଣେ ୧୦୨ ବର୍ଷୀୟ ପିତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅମିତାଭ। ଅପରପକ୍ଷେ ଋଷି ତାଙ୍କର ୭୫ ବର୍ଷୀୟ ପୁଅ ଭାବେ ଅଭିନୟ କରିଛନ୍ତି। ଗୋଟିଏ ମାତ୍ର ଡାଏଲଗ୍‌ରେ ଟିଜରଟି ରିଲିଜ ହୋଇଥିଲେ ହେଁ ଏହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି।

ବିଦେଶରେ ରାଜ୍‌ କରିବ ‘ଟାଇଗର୍‌ ଜିନ୍ଦା ହୈ’

ବିଦେଶରେ ରାଜ୍‌ କରିବ ‘ଟାଇଗର୍‌ ଜିନ୍ଦା ହୈ’

ନୂଆଦିଲ୍ଲୀ: ଭାରତରେ ରେକର୍ଡ କରିବା ପରେ ଏବେ ବିଦେଶକୁ ଟାର୍ଗଟ୍‌ କରିଛି ହିନ୍ଦୀ ମୁଭି ‘ଟାଇଗର୍‌ ଜିନ୍ଦା ହୈ’। ରୁଷରେ ରିଲିଜ୍‌ ହେବ ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଅଭିନିତ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’।

ଫିଲ୍ମ ଫ୍ରାଇଡେ’:ପରଦାକୁ ଆସିବ ‘ପ୍ୟାଡ୍‌ମ୍ୟାନ୍‌’

ଫିଲ୍ମ ଫ୍ରାଇଡେ’:ପରଦାକୁ ଆସିବ ‘ପ୍ୟାଡ୍‌ମ୍ୟାନ୍‌’

ଭୁବନେଶ୍ୱର,୮।୨(ବ୍ୟୁରୋ)-ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ବହୁ ପ୍ରତୀକ୍ଷିତ ତଥା ଚଳିତବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’। ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ବାୟୋଗ୍ରାଫିକାଲ୍‌ କମେଡି ଡ୍ରାମା ଫିଲ୍ମକୁ ନେଇ ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଉତ୍କଣ୍ଠା। ମହିଳାଙ୍କ ଋତୁସ୍ରାବକାଳୀନ ସ୍ବଚ୍ଛତା ତଥା ଭାରତର ଶସ୍ତା ସାନିଟାରୀ ନାପ୍‌କିନର ଉଦ୍ଭାବକ ତାମିଲନାଡ଼ୁର ପଦ୍ମଶ୍ରୀ ଅରୁଣାଚଳମ୍‌ ମୁରୁଗନାଥମ୍‌ଙ୍କ କାହାଣୀ ଉପରେ ଫିଲ୍ମଟି ପ୍ରସ୍ତୁତ। ରିଲିଜ ପୂର୍ବରୁ ହିଁ ଏହା ସମଗ୍ର ଦେଶରେ ବହୁଳ ଭାବେ ଆଦୃତ ହୋଇଛି। କେତେବେଳେ ‘ପ୍ୟାଡ୍‌ମ୍ୟାନ୍‌’ ଚ୍ୟାଲେଞ୍ଜ ତ ପୁଣି ସେଲ୍ଫି ଓ୍ବିଥ୍‌ ଏ ପ୍ୟାଡ୍‌ କ୍ୟାମ୍ପେନ୍‌ ଫିଲ୍ମକୁ ସୋସିଆଲ ମିଡିଆ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛି।

ପ୍ରଥମ ଦିନରେ ବଜେଟ୍‌ର ଅଧା ଆୟ ଅଶା ରଖିଛି ‘ପ୍ୟାଡ୍‌ମ୍ୟାନ୍‌’

ପ୍ରଥମ ଦିନରେ ବଜେଟ୍‌ର ଅଧା ଆୟ ଅଶା ରଖିଛି ‘ପ୍ୟାଡ୍‌ମ୍ୟାନ୍‌’

ବମ୍ବେ: ଏଥର ଫ୍ରାଇଡେ’ ରିଲିଜ୍‌ରେ ପରଦାକୁ ଆସୁଛି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’। ଫେବୃୟାରୀ ୯ରେ ଏହା ପାଖାପାଖି ୨ହଜାର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରଠାରୁ ଦର୍ଶକେ ଚାତକ ପରି ଅପେକ୍ଷା ରଖିଛନ୍ତି ଫିଲ୍ମକୁ।

ସଞ୍ଜୁ-ମାନ୍ୟତାଙ୍କ ବିବାହକୁ ପୁରିଲା ୧୦ବର୍ଷ

ସଞ୍ଜୁ-ମାନ୍ୟତାଙ୍କ ବିବାହକୁ ପୁରିଲା ୧୦ବର୍ଷ

ବମ୍ବେ: ବଲିଉଡ ମୁନ୍ନାଭାଇ ଓରଫ ସଞ୍ଜୟ ଦତ୍ତ ଓ ସ୍ତ୍ରୀ ମାନ୍ୟତାଙ୍କ ବିବାହକୁ ପୁରିଛି ୧୦ ବର୍ଷ। ଏହି ଦିନଟିକୁ ବେଶ ଧୁମ୍‌ଧାମ୍‌ରେ ଦତ୍ତ ପରିବାର ଏକାଠି ହୋଇ ବୁଧବାର ପାଳନ କରିଛନ୍ତି।

ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’

ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ‘ପ୍ୟାଡ୍‌ମ୍ୟାନ୍‌’ ଫେବୃୟାରୀ ୯ରେ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଏହାର ପ୍ରଚାର ଜୋର୍‌ସୋର୍‌ରେ ଚଳାଇଛନ୍ତି ଖିଲାଡ଼ି କୁମାର। ଏହାସହ ମହିଳାଙ୍କ ସ୍ବଚ୍ଛତା ନେଇ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ପ୍ରସାର କରିବାରେ ଲାଗିଛନ୍ତି ସେ।

‘ପଦ୍ମାବତ୍‌’ ବିବାଦ: ଆନ୍ଦୋଳନରୁ ଓହରିଲା କର୍ନି ସେନା

‘ପଦ୍ମାବତ୍‌’ ବିବାଦ: ଆନ୍ଦୋଳନରୁ ଓହରିଲା କର୍ନି ସେନା

ନୂଆଦିଲ୍ଲୀ,୩।୨: ‘ପଦ୍ମାବତ୍‌’ ଚଳଚ୍ଚିତ୍ରକୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତଃ ଘଟିଛି। ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି କର୍ନି ସେନା। ଏହାର ମୁମ୍ବାଇ ଅଧ୍ୟକ୍ଷ ଯୋଗେନ୍ଦ୍ର ସିଂହ ସମେତ ଅନ୍ୟମାନେ ଶୁକ୍ରବାର ‘ପଦ୍ମାବତ୍‌’ ଦେଖିଥିଲେ। ଏଥିରେ କୌଣସି ଆପତ୍ତିଜନକ ଦୃଶ୍ୟ ନାହିଁ ବୋଲି ସେମାନେ ମତ ଦେଇଥିଲେ। ଏଥିସହ ରାଜପୁତର ବୀରତ୍ୱ ଓ ବଳିଦାନକୁ ଚଳଚ୍ଚିତ୍ରରେ ଦର୍ଶାଯାଇଥିବା ସେମାନେ ପ୍ରକାଶ କରିଛନ୍ତି।

ସଲମାନ୍‌ ୧୮ ଓ ସାହିଦ୍‌ ୨୦ ବର୍ଷ ଯୁବ ଭୂମିକାରେ

ସଲମାନ୍‌ ୧୮ ଓ ସାହିଦ୍‌ ୨୦ ବର୍ଷ ଯୁବ ଭୂମିକାରେ

ବମ୍ବ: ସଲମାନ୍‌ ଖାନ୍‌ ଓ ସାହିଦ୍‌ କପୁର ସେମାନଙ୍କ ଆଗାମୀ ଫିଲ୍ମରେ ୨୦ ବର୍ଷରୁ କମ୍‌ ବୟସର ଯୁବକ ଭୁମିକାରେ ନଜର ଆସିବେ ବୋଲି ଜଣାପଡିଛି। ‘ଟାଇଗର୍‌ ଜିନ୍ଦା ହୈ’ର ନିର୍ଦ୍ଦେଶକ ଅଲି ଅବ୍ବାସ୍‌ ଜାଫର୍‌ଙ୍କ ସହ ସଲ୍‌ମାନ୍‌ ପୁଣି ଥରେ କାମ କରିବାକୁ ଯାଉଛନ୍ତି।