ମନୋରଞ୍ଜନ

 ଆମେରିକାରେ ଦେଖାଇବେ ଜଲ୍‌ଓ୍ବା

ଆମେରିକାରେ ଦେଖାଇବେ ଜଲ୍‌ଓ୍ବା

ନୂଆଦିଲ୍ଲୀ: ସୁପର୍‌ଷ୍ଟାର୍‌ ମହେଶ ବାବୁଙ୍କ ତେଲୁଗୁ ଫିଲ୍ମ ‘ଭାରତ ଆନେ ନେନୁ’ ଏ ବର୍ଷର ବହୁଚର୍ଚ୍ଚିତ ଦକ୍ଷିଣ ଭାରତୀୟ ଫିଲ୍ମ ଭାବେ ଦେଖାଯାଉଛି। ଏପ୍ରିଲ ୨୦ରେ ଏହା ମୁକ୍ତିଲାଭ କରିବାକୁ ଯାଉଛି। ଆମେରିକାରେ ହେବ ଏହାର ଗ୍ରାଣ୍ଡ ପ୍ରିମିୟର୍‌। ରିଲିଜ୍‌ ପୂର୍ବଦିନ ଦେଶବ୍ୟାପୀ ୨୦୦୦ଟି ପ୍ରେକ୍ଷାଳୟରେ ଫିଲ୍ମ ପ୍ରଦର୍ଶନ ଲାଗି ନିର୍ମାତା ନିର୍ଦ୍ଦେଶକ ପ୍ରସ୍ତୁତି ଚଳାଇଛନ୍ତି।

ମୁକୁଳିଲେ ସଲ୍‌ମାନ

ମୁକୁଳିଲେ ସଲ୍‌ମାନ

ଯୋଧପୁର,୭। ୪(ପି.ଟି.): କୋଡ଼ିଏ ବର୍ଷ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଦୁଇରାତି କଟାଇବା ପରେ ଶନିବାର ସେ ଜାମିନରେ ଖଲାସ ହୋଇଛନ୍ତି। ୫୦,୦୦୦ ଟଙ୍କା ଏବଂ ସେହି ମୂଲ୍ୟ ଦୁଇଟି ବ୍ୟକ୍ତିଗତ ମୁଚାଲିକା ସହ ଯୋଧପୁର ଜିଲା ଓ ଦୌରା ଜଜ୍‌ ରବୀନ୍ଦ୍ର କୁମାର ଜୋଷୀ ସଲ୍‌ମାନଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ତାଙ୍କ ଓକିଲ ମହେଶ ବୋରା ସୂଚନା ଦେଇଛନ୍ତି।

ଦୁଇ ରାତି ଜେଲରେ କାଟିବା ପରେ ମୁକୁଳିଲେ ଭାଇଜାନ୍‌

ଦୁଇ ରାତି ଜେଲରେ କାଟିବା ପରେ ମୁକୁଳିଲେ ଭାଇଜାନ୍‌

ଯୋଧପୁର,୭।୪: ଦବଙ୍ଗ ଖାନ୍‌ ସଲ୍‌ମାନଙ୍କୁ ମିଳିଲା ଜାମିନ୍‌। କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ଦିନ ଜେଲ ହାଜତରେ କାଟିବା ପରେ ଶେଷରେ ମୁକୁଳିଛନ୍ତି ଭାଇଜାନ୍‌। ଶନିବାର ଯୋଧପୁର ସେସନ୍‌ କୋର୍ଟରେ ଅଭିନେତାଙ୍କ ଆବେଦନର ଶୁଣାଣି କରି କୋର୍ଟ ୫୦ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି।

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି: ବେହୋସ ହେଲେ ଭଉଣୀ ଅଲ୍‌ବିରା, ଅପରାହ୍ନ ୨ଟା ପରେ ଆସିବ ରାୟ

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି: ବେହୋସ ହେଲେ ଭଉଣୀ ଅଲ୍‌ବିରା, ଅପରାହ୍ନ ୨ଟା ପରେ ଆସିବ ରାୟ

ଯୋଧପୁର, ୭।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଲ୍‌ମାନ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଶନିବାର କରାଯାଉଛି। ଶୁକ୍ରବାର ଯୋଧପୁର ସେସନ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଜୋଷୀ ଅପରାହ୍ନ ୨ଟା ପରେ ରାୟ ଶୁଣାଇବେ ବୋଲି ପ୍ରକାଶ କରିଛନ୍ତି।

ମାଧୁରୀଙ୍କ ସହ ଜଡିତ ପ୍ରଶ୍ନକୁ ଏଡାଇ ଗଲେ ସଞ୍ଜୟ

ମାଧୁରୀଙ୍କ ସହ ଜଡିତ ପ୍ରଶ୍ନକୁ ଏଡାଇ ଗଲେ ସଞ୍ଜୟ

ନୂଆଦିଲ୍ଲୀ,୬।୪: ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡିକୁ ଦର୍ଶକେ ବହୁଦିନ ତଳେ ଦେଖିଥିଲେ। ପାଖାପାଖି ୨୧ ବର୍ଷ ପରେ ପୁଣି ଏହି ୨ ନାୟିକା ନାୟକ ସ୍କ୍ରିନ୍‌ ଶେୟାର୍‌ କରିବେ ବୋଲି ଜଣାପଡିଛି।

ଅଭିନେତା ଦେବୁ ବୋଷ ଅସୁସ୍ଥ

ଅଭିନେତା ଦେବୁ ବୋଷ ଅସୁସ୍ଥ

ଭୁବନେଶ୍ୱର,୬।୪(ବ୍ୟୁରୋ): ବରିଷ୍ଠ ଓଲିଉଡ ଅଭିନେତା ଦେବୁ ବୋଷ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ହାଇଦ୍ରାବାଦରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋନିଆ ଗାନ୍ଧୀ ଭୂମିକାରେ ଆସିବେ ଜର୍ମାନୀ ନାୟିକା

ସୋନିଆ ଗାନ୍ଧୀ ଭୂମିକାରେ ଆସିବେ ଜର୍ମାନୀ ନାୟିକା

ନୂଆଦିଲ୍ଲୀ,୬।୪: ବଲିଉଡର ଅପ୍‌କମିଙ୍ଗ ପଲିଟିକାଲ ମୁଭି ‘ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ସୋନିଆ ଗାନ୍ଧୀଙ୍କ ଭୂମିକାରେ ଦେଖାଦେବେ ଜର୍ମାନ ନାୟିକା ସୁଜେନ ବର୍ନର୍ଟ। ଅଭିନେତା ଅଖିଲ ମିଶ୍ରଙ୍କୁ ବିବାହ କରିଥିବା ବର୍ନର୍ଟ ବିଭିନ୍ନ ଭାଷାରେ କିଛି ଭାରତୀୟ ଫିଲ୍ମ ସହ କିଛି ଟେଲିଭିଜନ ଶୋ’ରେ ପୂର୍ବରୁ ଅଭିନୟ କରିଛନ୍ତି।

ଫିଲ୍ମ ଫ୍ରଇଡେ’: ପରଦାକୁ ଆସିବ ‘ବ୍ଲାକ୍‌ମେଲ୍‌’, ‘ମିସିଙ୍ଗ୍‌’

ଫିଲ୍ମ ଫ୍ରଇଡେ’: ପରଦାକୁ ଆସିବ ‘ବ୍ଲାକ୍‌ମେଲ୍‌’, ‘ମିସିଙ୍ଗ୍‌’

ଭୁବନେଶ୍ୱର, ୫ା୪(ବ୍ୟୁରୋ)- ଗତ ସପ୍ତାହରେ ରିଲିଜ ହୋଇଥିବା ‘ବାଗୀ-୨’ ହଲ୍‌ଗୁଡିକରେ ଏପର୍ଯ୍ୟନ୍ତ ବି ଭଲ ଚାଲିଥିବାବେଳେ ଚଳିତ ସପ୍ତାହରେ ରିଲିଜ୍‌ ହେବାକୁ ଯାଉଛି ୨ଟି ଭିନ୍ନସ୍ବାଦର ହିନ୍ଦୀ ଫିଲ୍ମ। ଇର୍‌ଫାନ୍‌ ଖାନ୍‌ଙ୍କ ଅଭିନୀତ ‘ବ୍ଲାକ୍‌ମେଲ୍‌’ ଏବଂ ମନୋଜ ବାଜପେୟୀ ଓ ତବୁଙ୍କ ଅଭିନୀତ ‘ମିସିଙ୍ଗ୍‌’ ଚଳିତ ସପ୍ତାହରେ ପରଦାକୁ ଆସୁଛି।

ଅଗଷ୍ଟରେ ପରଦାକୁ ଆସିବ ‘ସତ୍ୟମେବ ଜୟତେ’

ଅଗଷ୍ଟରେ ପରଦାକୁ ଆସିବ ‘ସତ୍ୟମେବ ଜୟତେ’

ନୂଆଦିଲ୍ଲୀ,୫।୪: ଜନ୍‌ ଆବ୍ରାହମ୍‌ ଓ ମନୋଜ ବାଜପେୟୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସତ୍ୟମେବ ଜୟତେ’ ଆସନ୍ତା ଅଗଷ୍ଟରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ଟି-ସିରିଜ୍‌ ଓ ଏମାମୀ ଏଣ୍ଟରଟେନ୍‌ମେଣ୍ଟର ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଅଗଷ୍ଟ ୧୫ରେ ପରଦାକୁ ଆସିବାର ଯୋଜନା ରହିଛି।

ପରଲୋକରେ ମାଲାୟାଲମ ଅଭିନେତା ଅଜିତ କୁମାର

ପରଲୋକରେ ମାଲାୟାଲମ ଅଭିନେତା ଅଜିତ କୁମାର

ବମ୍ବେ,୫।୪: ଅନିଲ କପୁର ଓ ତବୁ ଷ୍ଟାରକାଷ୍ଟ ମୁଭି ‘ବିରାସତ୍‌’ ସହ ପାଖାପାଖି ୫୦୦ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥିବା ଅଭିନେତା କୋଲ୍ଲମ ଅଜିତ କୁମାରଙ୍କର ଗୁରୁବାର ସକାଳେ ନିଧନ ହୋଇଛି।

ସଲମାନ୍‌ ଦୋଷୀ ସାବ୍ୟସ୍ତ: ଫିଲ୍ମ ଇଣ୍ଡଷ୍ଟ୍ରିର କୋଟି କୋଟି ଟଙ୍କା କ୍ଷତି ଆଶଙ୍କା

ସଲମାନ୍‌ ଦୋଷୀ ସାବ୍ୟସ୍ତ: ଫିଲ୍ମ ଇଣ୍ଡଷ୍ଟ୍ରିର କୋଟି କୋଟି ଟଙ୍କା କ୍ଷତି ଆଶଙ୍କା

ବମ୍ବେ, ୫।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଗୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଏହାର ପ୍ରଭାବ ତାଙ୍କର ଆଗାମୀ ଫିଲ୍ମ ରେସ୍‌-୩ ଓ ଦବଙ୍ଗ-୩ ଉପରେ ପଡିବା ସହିତ ବିଗ୍‌ ବସ୍‌ ସିଜିନ୍‌-୧୨ ଉପରେ ମଧ୍ୟ ପଡିବ।

ହିନ୍ଦୀ ଶିଖୁଛନ୍ତି ବନିତା

ହିନ୍ଦୀ ଶିଖୁଛନ୍ତି ବନିତା

ନବାଗତା ବନିତା ସାନ୍ଧୁ ଏବେ ପଢ଼ିବାରେ ବ୍ୟସ୍ତ। ଯେମିତି ହେଉ ସୀମିତ ସମୟ ଭିତରେ ନିଜର ପାଠପଢ଼ାକୁ ଶେଷ କରିବାକୁ ପଡିବ। ସେ କ’ଣ ପଢ଼ୁଛନ୍ତି ଜାଣନ୍ତି? ବର୍ତ୍ତମାନ ବନିତା ହିନ୍ଦୀ ପଢ଼ିବାରେ ବ୍ୟସ୍ତ। ପୁଣି ଏଥିପାଇଁ ଜଣେ ଟ୍ୟୁଟର ନିୟୋଜିତ ହୋଇଛନ୍ତି। ସକାଳ ସନ୍ଧ୍ୟାରେ ଘଣ୍ଟାଏ ଲେଖାଏଁ ଟ୍ୟୁଶନ ହେଉଛନ୍ତି।

କମ୍ପିଟିଶନରେ ବିଶ୍ୱାସ କରେନା

କମ୍ପିଟିଶନରେ ବିଶ୍ୱାସ କରେନା

‘ବର୍ତ୍ତମାନ କମ୍ପିଟିଶନର ଯୁଗ। ଅଭିନୟ ପ୍ରତି ଯଦି ଠିକ୍‌ ନଜର ନ ଦିଅନ୍ତି ତେବେ ପଛରେ ପଡିଯିବେ। କିନ୍ତୁ ମୁଁ ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଚାହେଁନା। ମୋ ଅଭିନୟକୁ ଦର୍ଶକ ଗ୍ରହଣ କରିଛନ୍ତି। ସେମାନେ ମୋତେ ଯେଉଁ ସ୍ଥାନରେ ରଖିଛନ୍ତି ତାହା ସବୁବେଳେ ବଜାୟ ରଖିବାକୁ ଚେଷ୍ଟା କରିବି। କାରଣ କମ୍ପିଟିଶନରେ ମୁଁ ଆଦୌ ବିଶ୍ୱାସ କରେନା ବୋଲି କହନ୍ତି ବାଲେଶ୍ୱର ପାଟଣାକୁଗୁଡା ଗ୍ରାମରେ ଜନ୍ମିତା ମନ୍ଦାକିନୀ।

ବଡ଼ ପରଦାରେ ନିୟା

ବଡ଼ ପରଦାରେ ନିୟା

ଛୋଟ ପରଦାରେ ଅନ୍ୟତମ ପରିଚିତ ନାମ ହେଲେ ନିୟା ଶର୍ମା। ଧାରାବାହିକ ‘ଏକ ହଜାରୋ ମେଁ ମେରା ବହେନା ହୈ’ ଏବଂ ‘ଜମାଇ ରାଜା’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି। ଏବେ ସେ ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି।

ଶକ୍ତି

ଶକ୍ତି

ବେଳେବେଳେ ପରିସ୍ଥିତି ମଣିଷକୁ ବଦଳାଇ ଦେଇଥାଏ। ଶକ୍ତି ନିଜ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଖୁସିର ମାହୋଲ ଭିତରେ ସେ ରଖିବାକୁ ଚାହେଁ। ପୁଣି କେତେବେଳେ ନିଜ ବାହୁବଳ ଦେଖାଇବାକୁ ପଛାଇ ନ ଥାଏ। ହେଲେ ଏଭଳି ଏକ ନିଷ୍ଠୁର ହୃଦୟ ଭିତରେ ପ୍ରେମ ଲୁଚି ରହିଛି। ଦିନେ ତାହାର ଭେଟ ହୋଇଯାଏ କଲେଜରେ ପଢ଼ୁଥିବା ପ୍ରିୟା ସହ। ତାକୁ ଦେଖିବା ପରେ ତା’ର ମନ ବଦଳିଯାଏ।

ରୁମ୍ପା ଯାହା ଚାହୁଁଥିଲେ..

ରୁମ୍ପା ଯାହା ଚାହୁଁଥିଲେ..

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ପ୍ରଥମ ସିନେମା ‘ଯୋଗୀ’ରେ ବ୍ରେକ୍‌ ପାଇବା ପରେ ସତେଯେମିତି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ତାଙ୍କର ଭାଗ୍ୟ ଖୋଲିଯାଇଛି। ଏବେ ତାଙ୍କ ହାତରେ ତିନୋଟି ଫିଲ୍ମ। ହେଲେ ଏଗୁଡିକର ଟାଇଟଲ ଫାଇନାଲ ହୋଇନାହିଁ। ଓଡ଼ିଆ ଫିଲ୍ମରେ ନିଜ କ୍ୟାରିୟରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଏହି ବଙ୍ଗୀୟ ଅଭିନେତ୍ରୀ।

ଯଦି ରଣବୀର କପୁର ରାଜି ହୋଇଥାଆନ୍ତେ...

ଯଦି ରଣବୀର କପୁର ରାଜି ହୋଇଥାଆନ୍ତେ...

ବେଳେବେଳେ ଗୋଟିଏ ହିଁ ଅଫର ହିଁ ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି ହୋଇଥାଏ। ରଣବୀର ସିଂଙ୍କ ପାଇଁ ଘଟଣାଟି ଠିକ୍‌ ସେହିପରି ଥିଲା। ବଲିଉଡ୍‌ରେ ତାଙ୍କର ଏଣ୍ଟ୍ରି ଥିଲା ଅକସ୍ମାତ୍‌। ସେତେବେଳକୁ ସେ ଦୀର୍ଘ ତିନିବର୍ଷ ଧରି ହିନ୍ଦୀ ଫିଲ୍ମରେ ଅଭିନୟ କରିବାକୁ ସଂଘର୍ଷ କରୁଥାଆନ୍ତି।

କେଆର୍‌କେଙ୍କୁ କ୍ୟାନ୍‌ସର: ପ୍ରଶଂସକ ମହଲରେ ଶୋକର ଛାୟା

କେଆର୍‌କେଙ୍କୁ କ୍ୟାନ୍‌ସର: ପ୍ରଶଂସକ ମହଲରେ ଶୋକର ଛାୟା

ବମ୍ବେ: ସର୍ବଦା ନିଜର ବୟାନ ତଥା ପୋଷ୍ଟକୁ ନେଇ ବିବାଦ ଘେରକୁ ଆସୁଥିବା ଅଭିନେତା କମଲ ରଶିଦ ଖାନ ଓରଫ କେଆରକେ କ୍ୟାନ୍‌ସରରେ ପୀଡିତ। ତାଙ୍କର ପେଟରେ କ୍ୟାନ୍‌ସର ହୋଇଛି।

ଜୀବନର ଶେଷ ସମୟରେ ମାନସିକ ସନ୍ତୁଳନ ହରାଇଥିଲେ ପରବିନ୍‌ ବାବି

ଜୀବନର ଶେଷ ସମୟରେ ମାନସିକ ସନ୍ତୁଳନ ହରାଇଥିଲେ ପରବିନ୍‌ ବାବି

ବମ୍ବେ, ୪।୪: ବଲିଉଡ୍‌ରେ ୭୦-୮୦ ଦଶକରେ ନିଜ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ପରବିନ୍‌ ବାବି ଜୀବନର ଶେଷ ସମୟରେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ଦୁଇଦିନ ଧରି ଘରେ ତାଙ୍କର ମୃତ ଦେହ ପଡି ରହିଥିଲା। ପରେ ଖବର ପାଇ ପୋଲିସ ଡୁପ୍ଲିକେଟ୍‌ ଚାବିରେ ଘର ଖୋଲି ତାଙ୍କ ମୃତ ଦେହ ଠାବ କରିଥିଲା।

କମେଡି କିଙ୍ଗ୍‌ କପିଲଙ୍କୁ ଝଟ୍‌କା

କମେଡି କିଙ୍ଗ୍‌ କପିଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ବେଶ୍‌ କିଛିଦିନ ଅନ୍ତରରେ ଛୋଟ ପରଦାକୁ ଫେରିଲେ କମେଡି କିଙ୍ଗ କପିଲ ଶର୍ମା। ହେଲେ ପୂର୍ବରୁ ତାଙ୍କସହ ଥିବା ସୁନୀଲ ଗ୍ରୋଭରଙ୍କ ଅନୁପସ୍ଥିତିକୁ ଦର୍ଶକ ସହଜରେ ଗ୍ରହଣ କରିପାରିଲେ ନାହିଁ। ଦର୍ଶକେ ଅପେକ୍ଷା ରଖିଲେ ପୁଣି କେବେ ଛୋଟ ପରଦାକୁ ଫେରିବେ ସୁନୀଲ।

 ୫୬ ବର୍ଷରେ ଜୟାପ୍ରଦା

୫୬ ବର୍ଷରେ ଜୟାପ୍ରଦା

ବମ୍ବେ, ୩।୪ : ବଲିଉଡ୍‌ ନାୟିକା ଜୟାପ୍ରଦା ମଙ୍ଗଳବାର ୫୬ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୬୨ ମସିହା ଏପ୍ରିଲ୍‌ ୩ ତାରିଖରେ ସେ ଆନ୍ଧ୍ରପ୍ରଦେଶର ରାଝାମୁଣ୍ଡ୍ରେଠାରେ ଏକ ମଧ୍ୟମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କ୍ରିଷ୍ଣା ରାଓ ତେଲୁଗୁ ଫିଲ୍ମର ବିତରକ ତଥା ଆର୍ଥିକ ପ୍ରୋତ୍ସାହକ ଭାବେ କାର୍ଯ୍ୟକରୁଥିଲେ। ତାଙ୍କ ମାତା ନୀଳାଭେଣୀ ଜଣେ ଗୃହିଣୀ ଥିଲେ।

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ: ବଲିଉଡ ବିୟୁଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଗାୟକ ଫରେଲ୍‌ ଓ୍ବିଲିୟମ୍ସଙ୍କୁ ଦେଖିବାକୁ ମିଳିଛି ଭୋଗ୍‌ ମାଗାଜିନ୍‌ର କଭର୍‌ ପେଜ୍‌ରେ। ଭାରତ ଆସିଥିବା ଏହି ବିଦେଶୀ ସିଙ୍ଗରଙ୍କ ସହ ମାଗାଜିନ୍‌ ପାଇଁ ଫଟୋ ଶୁଟ୍‌ କରିଛନ୍ତି ଐଶ।

ଛାତ୍ର ଆନ୍ଦୋଳନ ସପକ୍ଷରେ ରିହାନା

ଛାତ୍ର ଆନ୍ଦୋଳନ ସପକ୍ଷରେ ରିହାନା

ଲସ୍‌ ଏଞ୍ଜେଲ୍‌ସ: ଛାତ୍ର ଆନ୍ଦୋଳନର ଆନ୍ଥେମ୍‌ ପାଲଟିଛି ପପ୍‌ ଗାୟିକା ରିହାନାଙ୍କ ଆଲ୍‌ବମ୍‌ ଗୀତ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବା ଲାଗି ହାଓ୍ବାର୍ଡ ୟୁନିଭର୍ସିଟିର ଛାତ୍ରାଛାତ୍ର ରିହାନାଙ୍କ ‘ବେଟର୍‌ ହେଭ୍‌ ମାଇଁ ମନି’ ଗୀତର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସମୂହ ଭାବେ ଛାତ୍ରୀଛାତ୍ର ରିହାନାଙ୍କ ଗୀତ ଗାଇ ଗାଇ ବିଶ୍ୱବିଦ୍ୟାଳୟ କୋଠାକୁ ପ୍ରବେଶ କରିଥିଲେ।

ପ୍ରିୟଙ୍କାଙ୍କ ଘରବାହୁଡ଼ା

ପ୍ରିୟଙ୍କାଙ୍କ ଘରବାହୁଡ଼ା

ବମ୍ବେ: ପାଶ୍ଚାତ୍ୟ ମନୋରଞ୍ଜନ ଜଗତରେ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ିବାରେ ଲାଗିଥିବା ପୂର୍ବତନ ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହାନ୍ତି। ସଲ୍‌ମାନ ଖାନ୍‌ ଅଭିନୀତ ଅପ୍‌କମିଂ ଫିଲ୍ମ ‘ଭାରତ’ ପାଇଁ ପ୍ରିୟଙ୍କାଙ୍କୁ ରୋଲ୍‌ ଅଫର୍‌ କରାଯାଇଛି। ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ରେ ସାମିଲ ହେବା ପରେ ପ୍ରିୟଙ୍କା ସେଠାରେ ହିଁ ରହୁଥିଲେ।