ମନୋରଞ୍ଜନ

୩୦ରେ ପାଦଦେଲେ ଅନୁଷ୍କା

୩୦ରେ ପାଦଦେଲେ ଅନୁଷ୍କା

ବମ୍ବେ: ବଲିଉଡ କୁଇନ୍‌ ଅନୁଷ୍କା ଶର୍ମା ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ତଥା ଅନୁଷ୍କାଙ୍କ ପତି ବିରାଟ କୋହଲି ତାଙ୍କ ଲେଡି ଲଭ୍‌କୁ ଭିନ୍ନ ଧରଣର ଶୁଭେଚ୍ଛା ଜଣାଇଛନ୍ତି।

ସୋନାଙ୍କୁ ଶୁଫି ଫାଉଣ୍ଡେଶନ୍‌ ପକ୍ଷରୁ ଧମକ

ସୋନାଙ୍କୁ ଶୁଫି ଫାଉଣ୍ଡେଶନ୍‌ ପକ୍ଷରୁ ଧମକ

ଭୁବନେଶ୍ୱର,୧।୫: ଓଡିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କୁ ମଦାରିୟା ଶୁଫି ଫାଉଣ୍ଡେଶନ ପକ୍ଷରୁ ଧମକ ଦିଆଯାଇଥିବା ସୋନା ଟୁଇଟ୍‌ କରି ଜଣାଇଛନ୍ତି। ସୋନାଙ୍କର ଏକ ଭିଡିଓ ‘ତୋରି ସୁରତ’କୁ ନେଇ ଏହି ଧମକ ଦିଆଯାଇଥିବା ଜଣାପଡିଛି।

ବୋନି କରିବେ ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରୀ

ବୋନି କରିବେ ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରୀ

ବମ୍ବେ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ଅକାଳ ବିୟୋଗ ରୂପେଲି ପରଦା ପାଇଁ ସୃଷ୍ଟି କରିଛି ଏକ ଅପୂରଣୀୟ କ୍ଷତି। କିନ୍ତୁ ଚାନ୍ଦ୍‌ନିଙ୍କ ବିୟୋଗ ତାଙ୍କ ପରିବାରରେ ସୃଷ୍ଟି କରିଛି ଏକ ବିରାଟ ଶୂନ୍ୟସ୍ଥାନ।

ମନେପଡନ୍ତି ଦାଦାସାହେବ

ମନେପଡନ୍ତି ଦାଦାସାହେବ

ବମ୍ବେ: ମହାରାଷ୍ଟ୍ର ନାସିକର ୩୦ କିଲୋମିଟର ଦୂର ତ୍ରୟମ୍ବକେଶ୍ୱରରେ ଏପ୍ରିଲ ୩୦, ୧୮୭୦ରେ ଜନ୍ମ ନେଇଥିଲେ ଧୁନ୍ଦିରାଜ ଗୋବିନ୍ଦ ଫାଲ୍‌କେ। ପରବର୍ତ୍ତୀ ସମୟରେ ସେ ଦାଦାସାହେବ ଫାଲ୍‌କେ ନାଁରେ ସେ ବେଶ୍‌ ପରିଚିତ ହେଲେ।

ଚର୍ଚ୍ଚାରେ ରଣବୀର-ଆଲିଆ

ଚର୍ଚ୍ଚାରେ ରଣବୀର-ଆଲିଆ

ବମ୍ବେ: ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ଆଲିଆ ଭଟ୍ଟ ଓ ରଣବୀର କପୁର। ହେଲେ ଏବେଠାରୁ ଏମାନଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମ ଥର ପାଇଁ ରଣବୀରଙ୍କ ସହ ଆଲିଆ ଅଭିନୟ କରିଥିବାରୁ ବେଶ୍‌ ଏକ୍ସସାଇଟେଡ୍‌ ଅଛନ୍ତି।

ରୋମରେ ଅଛନ୍ତି ମମତାଜ୍‌

ରୋମରେ ଅଛନ୍ତି ମମତାଜ୍‌

ବମ୍ବେ: କିଛିଦିନ ତଳେ ମମତାଜ୍‌ଙ୍କୁ ନେଇ ଆସିଥିଲା ଏକ ଖବର, ଯାହା ତାଙ୍କ ପ୍ରଶଂସକଙ୍କ ମନରେ ଦୁଃଖ ଭରି ଦେଇଥିଲା। ଖବର ଥିଲା ହୃଦ୍‌ଘାତରେ ମମତାଜ୍‌ଙ୍କ ମୃତ୍ୟୁ ହୋଇଛି। ହେଲେ ତାଙ୍କ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇ ନ ଥିଲା।

ସୋନମଙ୍କ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି

ସୋନମଙ୍କ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି

ବମ୍ବେ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ବିବାହକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏବେ ଝଲସୁଛି ଅନିଲ କପୁରଙ୍କ ଘର। ଝିଅର ବାହାଘର ପାଇଁ ମାଆ ସୁନିତା କପୁର ଖୁବ୍‌ ବ୍ୟସ୍ତ।

ଭୁଲ୍‌ ମାଗିଲେ ଆଇଟମ୍‌ କୁଇନ୍‌

ଭୁଲ୍‌ ମାଗିଲେ ଆଇଟମ୍‌ କୁଇନ୍‌

ଲୁଧିଆନା,୨୮।୪: ପୁଣିଥରେ ଚର୍ଚ୍ଚାରେ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଗତବର୍ଷ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ରାକ୍ଷୀ ବାଲ୍ମୀକିଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀକୁ ନେଇ ଭୁଲ ମାଗିଛନ୍ତି।

ହ୍ରିତିକଙ୍କୁ ଟକ୍କର ଦେବେ ଟାଇଗର

ହ୍ରିତିକଙ୍କୁ ଟକ୍କର ଦେବେ ଟାଇଗର

ବମ୍ବେ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ହ୍ରିତିକ ରୋଶନଙ୍କ ସହ ଟକ୍କର ଦେବାକୁ ଜୋରସୋର ପ୍ରସ୍ତୁତ ହେଉଛନ୍ତି। ନିକଟରେ ଦୁହେଁ ଗୋଟିଏ ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି।

ଏକା ତାରିଖରେ ଦୁଇ ଅଭିନେତାଙ୍କ ବିଦାୟ

ଏକା ତାରିଖରେ ଦୁଇ ଅଭିନେତାଙ୍କ ବିଦାୟ

ବମ୍ବେ: ବିଗତ ଦିନର ଅଭିନେତା ଫିରୋଜ ଖାଁ। ନିଜର ଭିନ୍ନ ଅଭିନୟ ଶୈଳୀରେ ଦର୍ଶକଙ୍କ ମନ ଜିଣିଥିବା ଏହି ଅଭିନେତା ୨୦୦୯ ଏପ୍ରିଲ ୨୭ରେ ଦୁନିଆକୁ କହିଲେ ଅଲବିଦା। ବଲିଉଡର ନାୟକ ବିନୋଦ ଖାନ୍ନା ଖଳନାୟକରୁ ନାୟକ ଭାବେ ରୂପେଲି ପରଦାରେ ନିଜ ପାଇଁ ତିଆରି କରିଥିଲେ ଏକ ନିଆରା ପରିଚୟ।

ମା’ ହେବା ପରେ ପ୍ରଥମ ଫିଲ୍ମ

ମା’ ହେବା ପରେ ପ୍ରଥମ ଫିଲ୍ମ

କରୀନା ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କେବେ ସେହି ଶୁଭଦିନ ଆସିବ। କାରଣ ମା’ ହେବା ପରେ ସେ ପ୍ରଥମ ଥର ବଡ ପରଦାରେ ମୁହଁ ଦେଖାଇବେ। ତେଣୁ ଏହି ସିନେମାଟିକୁ ନେଇ ସେ ବେଶ୍‌ ଉତ୍ସାହିତ ।

ଗୁରଗାଓଁ ସ୍କୁଲ ହତ୍ୟା ଘଟଣା ଉପରେ ହେବ ଫିଲ୍ମ ‘ତଲଓ୍ବାର-୨’

ଗୁରଗାଓଁ ସ୍କୁଲ ହତ୍ୟା ଘଟଣା ଉପରେ ହେବ ଫିଲ୍ମ ‘ତଲଓ୍ବାର-୨’

ବମ୍ବେ,୨୭।୪: ବଲିଉଡ ଫିଲ୍ମ ନିର୍ମାତା ବିଶାଲ ଭରଦ୍ୱାଜ ଫିଲ୍ମ ‘ତଲଓ୍ବାର’ର ସିକ୍ୱେଲ୍‌ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଗୁରଗାଓଁର ଏକ ସ୍କୁଲରେ ରହସ୍ୟମୟ ଭାବେ ଜଣେ ୭ବର୍ଷ ବାଳକର ମୃତ୍ୟୁକୁ ନେଇ ଫିଲ୍ମଟି ନିର୍ମାଣ କରାଯିବ ବୋଲି ଜଣାପଡିଛି।

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ଠାଣେ: ବହୁ କୋଟି ଟଙ୍କାର ଡ୍ରଗ୍‌ ର଼୍ୟାକେଟ୍‌ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ବିଗତ ଦିନର ବଲିଉଡ୍‌ ଅଭିନେତ୍ରୀ ମମତା କୁଲ୍‌କର୍ନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଏକ ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କାହିଁକି ରଣବୀରଙ୍କୁ ପସନ୍ଦ କରନ୍ତି ଦୀପିକା

କାହିଁକି ରଣବୀରଙ୍କୁ ପସନ୍ଦ କରନ୍ତି ଦୀପିକା

ବମ୍ବେ: ବଲିଉଡ କୁଇନ୍‌ ଦୀପିକା ପାଦୁକୋନ୍‌ ଓ ନାୟକ ରଣବୀର ସିଂଙ୍କ ପ୍ରେମ କାହାଣୀକୁ ନେଇ ଏବେ ସବୁଆଡେ ଚାଲିଛି ଚର୍ଚ୍ଚା। ଏମାନଙ୍କ କେମେଷ୍ଟ୍ରି ପ୍ରଶଂସକମାନଙ୍କୁ ଗସିପ୍‌ କରିବାକୁ ଖୋରାକ୍‌ ଯୋଗାଉଛି।

ପାକିସ୍ତାନ ଗାୟିକା ମିଶାଙ୍କ ନାଁରେ ୧୦୦ ମିଲିୟନର ମାନହାନି ନୋଟିସ

ପାକିସ୍ତାନ ଗାୟିକା ମିଶାଙ୍କ ନାଁରେ ୧୦୦ ମିଲିୟନର ମାନହାନି ନୋଟିସ

ଇସଲାମାବାଦ,୨୬।୪: ପାକିସ୍ତାନୀ ଅଭିନେତା ଅଲି ଜଫର ଏବେ ଖବରର ଶିରୋନାମାରେ। ଅଲି ପାକିସ୍ତାନୀ ଗାୟିକା ମିଶା ଶଫିଙ୍କୁ ଯୌନ ଉତ୍ପୀଡନ ଲଗାଇଥିବା ଅଭିଯୋଗରେ ନୋଟିସ ପଠାଇ ଭୁଲ୍‌ ମାଗିବାକୁ କହିଛନ୍ତି।

କଶ୍ମୀରରେ ସଲମାନ

କଶ୍ମୀରରେ ସଲମାନ

ବମ୍ବେ: ବଲିଉଡ ଷ୍ଟାର ସଲମାନ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ଶୁଟିଂ ପାଇଁ ଏବେ ଜମ୍ମୁ-କଶ୍ମୀରରେ ଅଛନ୍ତି। ସୋମବାର ସେଠାରେ ପହଞ୍ଚିବା ପରେ ସେ ତାଙ୍କର ଆଗାମୀ ଫିଲ୍ମ ରେସ୍‌-୩ର ଶୁଟିଂ କାମ ଆରମ୍ଭ କରିଦେଇଛନ୍ତି।

ଅପେରା ହାଲ୍‌ଚାଲ: ରୀନାଙ୍କ ପସନ୍ଦ ନେଗେଟିଭ୍‌ ଭୂମିକା

ଅପେରା ହାଲ୍‌ଚାଲ: ରୀନାଙ୍କ ପସନ୍ଦ ନେଗେଟିଭ୍‌ ଭୂମିକା

”ନିଜର ଇଚ୍ଛା ନ ଥାଇ ବି ମା’ର ବାଧ୍ୟବାଧକତାରେ ଝିଅଟି ବାହାହୁଏ ଘରର ଚାକରକୁ। ମାତ୍ର ସେ ତାକୁ ଗ୍ରହଣ କରିପାରେନା ସ୍ବାମୀ ଭାବରେ। ଅକଥନୀୟ ଅତ୍ୟାଚାର କରେ। ସେ ଚାହେଁ ସ୍ବାମୀ ସାଜିଥିବା ସେ ଚାକରଟା ମରିଯାଉ। ସତକୁ ସତ ତାହା ହିଁ ହୁଏ। ସ୍ବାମୀ ବିଷ ପିଇ ମରିଯାଏ।

ଡ୍ରେସ୍‌ ପାଇଁ ଚର୍ଚ୍ଚାରେ

ଡ୍ରେସ୍‌ ପାଇଁ ଚର୍ଚ୍ଚାରେ

ବେଶ୍‌ କିଛିବର୍ଷ ହେଲା କରିନା କପୁର ନାୟିକା ଦୌଡ଼ରେ ନିଜକୁ ସାମିଲ କରିସାରିଛନ୍ତି। ତାଙ୍କ ଅଭିନୀତ ଅନେକ ସିନେମା ଯୁବପିଢ଼ିଙ୍କୁ ବେଶ୍‌ ପ୍ରଭାବିତ କରିଛି। ଏହି ଅଭିନେତ୍ରୀଙ୍କ ଫିଲ୍ମୋଗ୍ରାଫି ମଧ୍ୟରେ ରହିଛି ‘ହିରୋଇନ୍‌’।

ଫ୍ଲପ୍‌ ଷ୍ଟାର କିଡ୍‌ସ

ଫ୍ଲପ୍‌ ଷ୍ଟାର କିଡ୍‌ସ

ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରିବା ପାଇଁ ଅନେକ ଷ୍ଟାର କିଡ୍‌ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେତେକଙ୍କର ଭାଗ୍ୟ ହାତଗଣତି ସିନେମାରେ ସୀମିତ ହୋଇଯାଇଛି। ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ନେଇ ଦେଖୁଥିବା ସୁନେଲି ସ୍ବପ୍ନ ପାଣି ଫୋଟକା ପରି ମିଳେଇ ଯାଇଛି। ସେପରି କେତେଜଣ ପ୍ରମୁଖ ଷ୍ଟାର କିଡ୍‌ସଙ୍କ ସମ୍ପର୍କରେ...

ଗୋଟିଏ ବର୍ଷରେ ୯୨ ଆଓ୍ବାର୍ଡ

ଗୋଟିଏ ବର୍ଷରେ ୯୨ ଆଓ୍ବାର୍ଡ

କୌଣସି ସିନେମାଟିଏ ନିର୍ମାଣ କରିବା ସମୟରେ ଏହାର ସଫଳତାକୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ବେଶ୍‌ ଆଶାବାଦୀ ଥାଆନ୍ତି। ଯଦି ଏହା ଦର୍ଶକଙ୍କୁ ପୂରାଦମ୍‌ରେ ପ୍ରଭାବିତ କଲା ତେବେ ପ୍ରଶଂସିତ ହେବା ସହ ପୁରସ୍କାର ସାଉଁଟିଥାଏ। ବଲିଉଡ୍‌ରେ ଏଭଳି କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିଲା ‘କହୋ ନା ପ୍ୟାର୍‌ ହୈ’ ।

୭୦ ବର୍ଷରେ ମୌସୁମୀ

୭୦ ବର୍ଷରେ ମୌସୁମୀ

ବମ୍ବେ, ୨୬।୪ : ନିଜ ଅଭିନୟ ଯାଦୁରେ ୭୦ ତଥା ୮୦ ଦଶକରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତ୍ରୀ ମୌସମୀ ଚାଟାର୍ଜୀ ଗୁରୁବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୮ ମସିହା ଏପ୍ରିଲ୍‌ ୨୬ରେ ସେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୭ରେ ପ୍ରଥମ କରି ସେ ବଙ୍ଗାଳୀ ଫିଲ୍ମ ବାଳିକା ବଧୂରେ ଅଭିନୟ କରି ଦର୍ଶକ ମହଲରେ ଅନେକ ପ୍ରଶଂସା ସାଉଁଟିବା ସହିତ ବଲିଉଡ୍‌ ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲେ। ୧୯୭୨ରେ ଶକ୍ତି ସାମନ୍ତଙ୍କ ହିନ୍ଦୀ ଫିଲ୍ମ ଅନୁରାଗ ତାଙ୍କ ପାଇଁ ବଲିଉଡ୍‌ରେ ଆଣିଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ।

କେନ୍ସରେ ପାଦ ଦେବେ କଙ୍ଗନା

କେନ୍ସରେ ପାଦ ଦେବେ କଙ୍ଗନା

ବମ୍ବେ: ଫ୍ରାନ୍ସର କେନ୍ସରେ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ଅନ୍ତର୍ଜାତୀୟ ସ୍ତରର ଫିଲ୍ମ ଉତ୍ସବ। ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସୋନମ୍‌ କପୁର, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌ ପ୍ରମୁଖ ନିଜ ଜଲଓ୍ବା ଦେଖାଇସାରିଛନ୍ତି। ଏବେ କେନ୍ସ ଫିଲ୍ମ ଉତ୍ସବର ରେଡ୍‌ କାର୍ପେଟ୍‌ରେ ଚାଲିବାର ପ୍ରଥମ ସୁଯୋଗ ପାଇବେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌।

ଛୋଟପରଦା ଅଭିନେତ୍ରୀ ଅମିତାଙ୍କ ପରଲୋକ

ଛୋଟପରଦା ଅଭିନେତ୍ରୀ ଅମିତାଙ୍କ ପରଲୋକ

ନୂଆଦିଲ୍ଲୀ, ୨୫।୪ : ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଜି ଟିଭି ଧାରାବାହିକ କୁଛ୍‌ ରଙ୍ଗ ପ୍ୟାର୍‌ କିରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଜି ଟିଭିରେ ପ୍ରସାରିତ ହେଉଥିବା ମନ୍‌ କି ଆଓ୍ବାଜ ପ୍ରତିଜ୍ଞା, ଡୋଲି ଅରମାନ୍‌ କି, ବାଜିଗର୍‌ ଆଦି ଧାରାବାହିକରେ ଅଭିନୟ କରିଥିଲେ।

‘ଟିଙ୍ଗ୍‌ସ୍‌ ଲଣ୍ଡନ’ରେ ଦୀପିକା

‘ଟିଙ୍ଗ୍‌ସ୍‌ ଲଣ୍ଡନ’ରେ ଦୀପିକା

ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ସ୍ଥାନ ପାଇବା ପରେ ଦୀପିକା ପାଦୁକୋନ୍‌ ଆଉ ଏକ ଗୌରବ ହାସଲ କରିଛନ୍ତି।