ମନୋରଞ୍ଜନ

ଚର୍ଚ୍ଚାରେ ସୋନମ୍‌ଙ୍କ ମଙ୍ଗଳସୂତ୍ର

ଚର୍ଚ୍ଚାରେ ସୋନମ୍‌ଙ୍କ ମଙ୍ଗଳସୂତ୍ର

ବମ୍ବେ: ବି-ଟାଉନ୍‌ର ଫ୍ୟାଶନ ଡିଭା ତଥା ଅଭିନେତ୍ରୀ ସୋନମ୍‌ କପୁର ମେ’ ୮ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜର ପୁରୁଷବନ୍ଧୁ ତଥା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ଶିଖ୍‌ ରୀତିନୀତି ଅନୁଯାୟୀ ସୋନମ ବିବାହ କରିଛନ୍ତି। ଅନୁଷ୍କାଙ୍କ ପରେ ସୋନମଙ୍କ ଏହି ଚର୍ଚ୍ଚିତ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ବିବାହ ପରେ ସୋନମ୍‌ଙ୍କ ମଙ୍ଗଳସୂତ୍ର ଭାଇରାଲ ହେବାରେ ଲାଗିଛି।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

ନୂଆଦିଲ୍ଲୀ,୧୫।୫: ବଲିଉଡର ବିଗତ ଦିନର ନାୟକ ମିଥୁନ ଚକ୍ରବର୍ତ୍ତୀ କିଛିଦିନ ହେବ ଅସୁସ୍ଥ ଅଛନ୍ତି। ବେଶ କିଛି ସମୟ ହେବ ଲାଇମ୍‌ ଲାଇଟ୍‌ରେ ନ ଥିବା ଏହି ଅଭିନେତା ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲୁଥିବା ସୂଚନା ମିଳିଛି।

୫୧ ବର୍ଷରେ ପଦାର୍ପଣ କଲେ ମାଧୁରୀ

୫୧ ବର୍ଷରେ ପଦାର୍ପଣ କଲେ ମାଧୁରୀ

ବମ୍ବେ,୧୫।୫ : ମଙ୍ଗଳବାର ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ମସିହା ମେ ୧୫ ତାରିଖରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ୧୯୮୮ ମସିହାରେ ତେଜାବ୍‌ ଫିଲ୍ମରେ ଏକ୍‌ ଦୋ ତିନ୍‌.... ଗୀତରେ ତାଙ୍କର ନୃତ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ଆଇଟମ୍‌ ବୟ ଅର୍ଜୁନ

ଆଇଟମ୍‌ ବୟ ଅର୍ଜୁନ

ବମ୍ବେ: ହର୍ଷବର୍ଦ୍ଧନ କପୁରଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ସୁପରହିରୋ’ର ନୂଆ ଗୀତ ଚଓ୍ବନପ୍ରାସ ରିଲିଜ୍‌ ହୋଇଛି। ଏଥିପାଇଁ ହର୍ଷବର୍ଦ୍ଧନ କପୁରଙ୍କ କଜିନ୍‌ ଭାଇ ଅର୍ଜୁନ କପୁରଙ୍କୁ ବଛାଯାଇଥିଲା।

ଦିନକ ପରେ ମନେପଡିଲା...

ଦିନକ ପରେ ମନେପଡିଲା...

ବମ୍ବେ: ଅନୁଷ୍କା ଶର୍ମା। ବଲିଉଡର ଆଗଧାଡିର ନାୟିକା। ଆଜିକାଲି ସେ ସବୁ ଭୁଲି ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ମେ ୧୩ରେ ବିଶ୍ୱ ମାତୃ ଦିବସକୁ ସମଗ୍ର ବିଶ୍ୱ ତଥା ବଲିଉଡ ଖୁବ୍‌ ଧୁମଧାମରେ ପାଳନ କରିଥିବା ବେଳେ ଅନୁଷ୍କା କିନ୍ତୁ ଭୁଲି ଯାଇଥିଲେ ମଦର୍ସ ଡେ’କୁ। ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ଦିବସକୁ ମନେ ପକାଇ ମା’ଙ୍କ ସହ କାଟିଥିବା କିଛି ଅଭୁଲା ମୁହୂର୍ତ୍ତକୁ ସେୟାର କରିଥିଲେ।

ପରପାରିରେ ମାଲୟାଲମ ଅଭିନେତା କଲାସଲା ବାବୁ

ପରପାରିରେ ମାଲୟାଲମ ଅଭିନେତା କଲାସଲା ବାବୁ

କୋଚି,୧୪।୫: ମାଲୟାଲମ ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ଜଗତର ବରିଷ୍ଠ ଅଭିନେତା କଲାସଲା ବାବୁଙ୍କ ସୋମବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ୬୭ ବର୍ଷୀୟ ଏହି କଳାକାରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୩୭ ବର୍ଷରେ ପ୍ରଦାର୍ପଣ କଲେ ସନି ଲିଓନ

୩୭ ବର୍ଷରେ ପ୍ରଦାର୍ପଣ କଲେ ସନି ଲିଓନ

ବମ୍ବେ,୧୩।୫ : ରବିବାର ବଲିଉଡ୍‌ ନାୟିକା ସନି ଲିଓନ ୩୭ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୮୧ ମସିହା ମେ ୧୩ ତାରିଖରେ ସେ କାନାଡ଼ା ଓଣ୍ଟାରିଓ ସ୍ଥିତ ସାରର୍ନିଆଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କରନଜୀତ୍‌ କୌର ଭୋରା ଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ନାମକୁ ସନି ଲିଓନ ରଖିଥିଲେ।

ଭାବପ୍ରବଣ କରୁଛି ନେହା ଧୂପିଆଙ୍କ ବିବାହ-ବିଦାୟ ବେଳର ଫଟୋ

ଭାବପ୍ରବଣ କରୁଛି ନେହା ଧୂପିଆଙ୍କ ବିବାହ-ବିଦାୟ ବେଳର ଫଟୋ

ବମ୍ବେ: ପୂରା ବଲିଉଡ୍‌ ସୋନମ୍‌ଙ୍କ ବିବାହରେ ବ୍ୟସ୍ତ ଥିବା ବେଳେ ଅଭିନେତ୍ରୀ ନେହା ଧୂପିଆଙ୍କ ବିବାହ ଖବର ଆସିଥିଲା। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଗୋପନରେ ବିବାହ କରିବା ନେହାଙ୍କ ଅନ୍ୟ ନିଷ୍ପତ୍ତି ଥିଲା ବୋଲି ଜଣାପଡିଛି। ସେ ନିଜ ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି।

ଦୀପିକା ବେକରୁ ହଟାଇଲେ ରଣବୀର କପୁରଙ୍କ ନାଁର ଟାଟୁ

ଦୀପିକା ବେକରୁ ହଟାଇଲେ ରଣବୀର କପୁରଙ୍କ ନାଁର ଟାଟୁ

ବମ୍ବେ: ବଲିଉଡର ମସ୍ତାନୀ ଗର୍ଲ ଦୀପିକା ପାଦୁୁକନ ପୂର୍ବତନ ପ୍ରେମିକ ରଣବୀର କପୁରଙ୍କଠାରୁ ଅଲଗା ହୋଇଥିଲେ ହେଁ ତାଙ୍କ ବେକରେ ‘ଆର୍‌କେ’ ଲେଖାଥିବା ଏକ ଟାଟୁକୁ ଦେଖିବାକୁ ମିଳେ।

ଓଡ଼ିଆ ଫିଲ୍ମର ମା’

ଓଡ଼ିଆ ଫିଲ୍ମର ମା’

‘ତୋ ବାଟ କିଏ ବନ୍ଦ କରିଛି ଲୋ ପାର, ତୁ ତ ନିଜେ ଗୋଟିଏ ବାଟ..’ ସଂଳାପ ମନକୁ ଆସିଲେ ମଦ୍ୟପ ରୋଲ୍‌ରେ ଶ୍ରୀରାମ ପଣ୍ଡା ଆଉ ପାର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ସ୍ବତଃ ମାନସପଟରେ ଉଦ୍‌ଭାସିତ ହୋଇଉଠନ୍ତି। ଚଳଚ୍ଚିତ୍ରଟି ଥିଲା ‘ସ୍ବପ୍ନ ସାଗର’ ଆଉ ସେହି ଅଭିନେତ୍ରୀ ହେଲେ ଅନୀତା ଦାସ।

କାନ୍ସରେ ହୃଦୟ ଜିତିଲେ ବଲିଉଡ୍‌ ସୁନ୍ଦରୀ

କାନ୍ସରେ ହୃଦୟ ଜିତିଲେ ବଲିଉଡ୍‌ ସୁନ୍ଦରୀ

କାନ୍ସ: ସମ୍ମାନଜନକ କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ରେଡ୍‌ କାର୍ପେଟ୍‌ରେ ବଲିଉଡ୍‌ ସୁନ୍ଦରୀଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଛି। ଫ୍ରେଞ୍ଚ୍‌ ରିଭେରାରେ ଚାଲିଥିବା ଏହି ସମାରୋହରେ ନିଜ ନିଜର ଷ୍ଟାଇଲିଶ୍‌ ତଥା ଗ୍ଲାମର୍ସ ଅନ୍ଦାଜ୍‌ ପାଇଁ ବିଶ୍ୱସ୍ତରୀୟ ସିନେପ୍ରେମୀଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି ଭାରତୀୟ ସୁନ୍ଦରୀମାନେ। ସପ୍ତାହେ ବ୍ୟାପୀ ହେବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବରେ ବଲିଉଡ୍‌ର ଏ ପର୍ଯ୍ୟନ୍ତ ଦୀପିକା ପାଡୁକୋନ ଏବଂ କଙ୍ଗନା ରାଣାଓ୍ବତ୍‌ ସାମିଲ ହୋଇଛନ୍ତି।

ହିମେଶଙ୍କ ଦ୍ୱିତୀୟ ବିବାହ

ହିମେଶଙ୍କ ଦ୍ୱିତୀୟ ବିବାହ

ବମ୍ବେ: ଦୀର୍ଘଦିନର ମହିଳା ବାନ୍ଧବୀ ସୋନିଆ କପୁରଙ୍କୁ ବିବାହ କଲେ ସଙ୍ଗୀତଜ୍ଞ ତଥା ଅଭିନେତା ହିମେଶ ରେଶମିୟା। ଏହା ହେଉଛି ହିମେଶଙ୍କ ଦ୍ୱିତୀୟ ବିବାହ। ସୋନିଆ ହେଉଛନ୍ତି ଜଣେ ଜଣାଶୁଣା ଟେଲିଭିଜନ କଳାକାର।

ଗୁଗୁଲ ଡୁଡୁଲ୍‌ରେ ମୃଣାଳିନୀ ସରାଭାଇ

ଗୁଗୁଲ ଡୁଡୁଲ୍‌ରେ ମୃଣାଳିନୀ ସରାଭାଇ

ନୂଆଦିଲ୍ଲୀ,୧୧।୫ : ନୃତ୍ୟରେ ଖ୍ୟାତି ହାସଲ କରିଥିବା ତଥା ପଦ୍ମଭୁଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତା ମୃଣାଳିନୀ ସରାଭାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗୁଗୁଲ୍‌ ଡୁଡୁଲ୍‌ ତାଙ୍କୁ ସମ୍ମାନ ପ୍ରଦାନ କରିଛି। ମୃଣାଳିନୀ ୧୯୧୮ ମସିହା ମେ ୧୧ ତାରିଖରେ କେରଳରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ନାଟ୍ୟମ୍‌, କଥାକଳି ଏବଂ ମୋହିନୀୟାଟ୍ଟମ୍‌ରେ ବେଶ୍‌ ଦକ୍ଷତା ହାସଲ କରିଥିଲେ।

ପଦ୍ମାଳୟାଙ୍କ ପଥରେ ଆଉ ଜଣେ ଓଡ଼ିଆ: ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ୍‌ ଫାଇନାଲରେ ଶତାଭିସା

ପଦ୍ମାଳୟାଙ୍କ ପଥରେ ଆଉ ଜଣେ ଓଡ଼ିଆ: ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ୍‌ ଫାଇନାଲରେ ଶତାଭିସା

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଲିଟିଲ୍‌ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରି ଲିଟିଲ୍‌ ମିସ୍‌ ୟୁନିଭର୍ସ ଇଣ୍ଟରନେଟ୍‌ ୨୦୧୭ ବିଜୟିନୀ ହୋଇଥିବା ପଦ୍ମାଳୟା ନନ୍ଦଙ୍କ ପରେ ଏବେ ଆଉ ଜଣେ ଓଡ଼ିଆ ସେହି ପଥରେ ଅଗ୍ରସର ହୋଇଛନ୍ତି। ଓଡ଼ିଆ ଝିଅ ଶତାଭିସା ଦାସ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ୍‌ ପ୍ୟାଜେଣ୍ଟ ୨୦୧୮ର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇ ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଫିଲ୍ମ ସହ ପାଠପଢ଼ାକୁ ବାଲାନ୍ସ କରିବା କଷ୍ଟକର

ଫିଲ୍ମ ସହ ପାଠପଢ଼ାକୁ ବାଲାନ୍ସ କରିବା କଷ୍ଟକର

ଓଡ଼ିଆ ଫିଲ୍ମ ‘ଯିଏ ଯାହା କହୁ ମୋର ଢୋ’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଶୀତଲ ପାତ୍ର। ପ୍ରଥମ ଫିଲ୍ମରୁ ହିଁ ଚୁଲ୍‌ବୁଲି ଅଭିନେତ୍ରୀର ଟ୍ୟାଗ୍‌ ହାସଲ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡ଼ିର ନାୟିକା ସାଜିଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇ ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ। ତାଙ୍କ ଅଭିନୀତ ‘ଭଲପାଏ ତତେ ଶହେରୁ ଶହେ’, ‘ପ୍ରେମରେ ପ୍ରେମରେ’, ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’, ‘ଦିଲ୍‌ ଦିଓ୍ବାନା ହେଇଗଲା’, ‘ତୁ ଯେ ସେଇ’ ଭଳି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲା।

ଆଇରନ୍‌ ମ୍ୟାନ୍‌ଙ୍କ ୨.୧୮ କୋଟି ଟଙ୍କା ମୂଲ୍ୟର ସୁଟ୍‌ ଚୋରି

ଆଇରନ୍‌ ମ୍ୟାନ୍‌ଙ୍କ ୨.୧୮ କୋଟି ଟଙ୍କା ମୂଲ୍ୟର ସୁଟ୍‌ ଚୋରି

ଲସ୍‌ ଏଞ୍ଜେଲସ୍‌,୧୦।୫ : ହଲିଉଡ୍‌ ସୁପର ହିଟ୍‌ ଫିଲ୍ମ ଆଇରନ୍‌ ମ୍ୟାନ୍‌ରେ ଅଭିନେତା ରୋବର୍ଟ ଡାଉନି ଜୁନିଅର ପିନ୍ଧିଥିବା ସୁଟ୍‌ ଚୋରି ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୧୮ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ୨୦୦୮ରେ ଫିଲ୍ମର ଶୁଟିଂ ସମୟରେ ଡାଉନି ଏହାକୁ ପିନ୍ଧିଥିଲେ।

ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ବମ୍ବେ,୧୦।୫ : ଅଭିନେତ୍ରୀ ନେହା ଧୁପିଆ ଗୁପ୍‌ଚୁପ୍‌ ଭାବେ ସିକ୍ରେଟ୍‌ ମ୍ୟାରେଜ୍‌ କରିଛନ୍ତି। ସେ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିବା ଜଣାପଡିଛି। ବିବାହ ସମ୍ପୂର୍ଣ୍ଣ ଭାବେ ଶିଖ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଛି। ଅଙ୍ଗଦ ହେଉଛନ୍ତି କ୍ରିକେଟ ତାରକା ବିଶନ ସିଂ ବେଦୀଙ୍କ ପୁତ୍ର।

ମହଙ୍ଗା ପଡିଲା ସାପ ସହ ଅଭିନୟ: ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ

ମହଙ୍ଗା ପଡିଲା ସାପ ସହ ଅଭିନୟ: ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ

କଲିକତା,୧୦।୫ : ପଶ୍ଚିମବଙ୍ଗର ପଶ୍ଚିମ ହସନାବାଦ୍‌ ଅଞ୍ଚଳରେ ଜୀବନ୍ତ ସାପ ସହିତ ଅଭିନୟ ସମୟରେ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ୫୦ ବର୍ଷ ବୟସ୍କା କାଳିଦାସୀ ଦେବୀ ନାମକ ଅଭିନେତ୍ରୀ ପ୍ରତିବର୍ଷ ପ୍ଳାଷ୍ଟିକ୍‌ ସାପ ସହିତ ସର୍ପମାତା ଭୂମିକାରେ ଅଭିନୟ କରିଥାନ୍ତି। ଚଳିତ ବର୍ଷ ଜୀବନ୍ତ ସାପ ସହ ଅଭିନୟ ପାଇଁ ତାଙ୍କ ଥିଏଟର ଗ୍ରୁପ୍‌ ଯୋଜନା କରିଥିଲା।

ରଣବୀର-ଆଲିଆ ଏକାଠି

ରଣବୀର-ଆଲିଆ ଏକାଠି

ବମ୍ବେ: ଅଭିନେତ୍ରୀ ସୋନମ୍‌ କପୁରଙ୍କ ରିସେପ୍‌ଶନ୍‌ ପାର୍ଟିରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ୍‌ ମିଡିଆ ଟ୍ରେଣ୍ଡ ପାଲଟିଯାଇଛି। ପାର୍ଟିରେ ଉଭୟେ ଏକାଠି ପହଞ୍ଚିବା ଏବଂ ଏକତ୍ର ଫଟୋ ପାଇଁ ପୋଜ୍‌ ଦେବା ବଲିଉଡ୍‌ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢ଼ାଇ ଦେଇଛି। ଏପରି କି ସୋନମ୍‌-ଆନନ୍ଦଙ୍କ ବିବାହ ଚର୍ଚ୍ଚାକୁ ମଧ୍ୟ ପଛରେ ପକାଇ ଦେଇଛି ରଣବୀର-ଆଲିଆ ଟପିକ୍‌।

ଅଭିମାନ କରିଛନ୍ତି ସୋନାକ୍ଷୀ

ଅଭିମାନ କରିଛନ୍ତି ସୋନାକ୍ଷୀ

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ମନ ଊଣା କରିଛନ୍ତି। କେମିତି କରିବେ ନାହିଁ କହୁନାହାନ୍ତି ? ନିକଟରେ ଜଣେ ନୂଆ ପ୍ରଯୋଜକ ତାଙ୍କୁ ସାଇନ୍‌ କରିବାକୁ ଯାଇଥିଲେ। ଉଭୟ କାହାଣୀ ଏବଂ ଭୂମିକା ତାଙ୍କ ମନକୁ ଛୁଇଁଥିଲା। ହେଲେ କିଛିଦିନ ପରେ କ’ଣ ହେଲା କେଜାଣି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶିତ କାଷ୍ଟିଂ ତାଲିକାରେ ସୋନାକ୍ଷୀଙ୍କ ନାମ ନ ଥିଲା।

ଅପେକ୍ଷାର ଅନ୍ତ

ଅପେକ୍ଷାର ଅନ୍ତ

ଷ୍ଟାର କିଡ୍‌ ସାରା ଅଲ୍ଲୀ ଖଁ। ଙ୍କ ଅପେକ୍ଷାର ଅନ୍ତ ଘଟିଛି। ଯାହାକୁ ନେଇ ଏତେ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅସଲ କଥାଟି ହେଲା ସାରାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ‘କେଦାରନାଥ’ ଚଳିତବର୍ଷ ନଭେମ୍ବର ୩୦ରେ ପରଦା ଉପରକୁ ଆସିବ।

ଟେନ୍‌ସନରେ  ରାତି ପାହିଗଲା

ଟେନ୍‌ସନରେ ରାତି ପାହିଗଲା

ଗୋଟିଏ ପଟେ ନାଟକ ଚାଲିଛି। ହେଲେ ନିଜ ମନରେ ସ୍ଥିରତା ଆଣିପାରୁନାହାନ୍ତି ସେ। କ୍ଷଣକୁ କ୍ଷଣ ମନ ଚାଲିଯାଉଛି ହସ୍ପିଟାଲ ଆଡ଼କୁ। ଦଶମାସର ପ୍ରତୀକ୍ଷାର ଅନ୍ତ ଘଟିବ। ସେ ବାପା ଡାକ ଶୁଣିବେ। ଅଭିନେତ୍ରୀ ସ୍ତ୍ରୀ ମନ୍ଦାକିନୀ ହସ୍ପିଟାଲରେ। ଅଶାନ୍ତ ମନକୁ ନିୟନ୍ତ୍ରଣରେ ରଖି ସେ ମଞ୍ଚ ଉପରେ ଅଭିନୟ କରିଚାଲିଥାଆନ୍ତି। ଶେଷରେ ଖବର ଆସିଲା ଝିଅଟିଏ (ଶୁଭଲକ୍ଷ୍ମୀ) ହୋଇଛି। ଓ ହୋ ! ଟେନ୍‌ସନ ଓଭର।

ପ୍ରଡକ୍ସନ ଡିଜାଇନରରୁ ନିର୍ଦ୍ଦେଶକ

ପ୍ରଡକ୍ସନ ଡିଜାଇନରରୁ ନିର୍ଦ୍ଦେଶକ

ବର୍ତ୍ତମାନ ଆମ ରାଜ୍ୟର ଅନ୍ୟତମ ପ୍ରମୁଖ ଆଲୋଚନାର ବିଷୟବସ୍ତୁ ସାଜିଛି ପାର୍ସଲ ବୋମା ବିସ୍ପୋରଣ। ଏହାର ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ ହୋଇଛନ୍ତି ପୁଞ୍ଜିଲାଲ ମେହେର । ଏଭଳି ଏକ ସଦ୍ୟ ତଥା ସତ୍ୟ ଘଟଣାକୁ ଆଧାରକରି ନିର୍ମିତ ହେବାକୁ ଯାଉଛି ଓଡ଼ିଆ ସିନେମା ‘ବୁଲେଟ୍‌ ରାଜା-ଏ ଷ୍ଟୋରି ବେୟଣ୍ଡ ଇମାଜିନେଶନ’। ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭର। ତାଙ୍କ କ୍ୟାରିୟର ସମ୍ପର୍କରେ..

ମା’

ମା’

ମା’-ଜନ୍ମଦାତ୍ରୀ । ସେ ସନ୍ତାନ ପାଇଁ ସାଜିଥାଏ ମୁଖ୍ୟ ପ୍ରେରଣାଦାୟୀ। ଓଡ଼ିଆ ସିନେମା ସହ ଜଡ଼ିତ ବ୍ୟକ୍ତିବିଶେଷ ସେମାନଙ୍କ ମା’ଙ୍କ ବିଷୟରେ ଯାହା କହନ୍ତି...