ମନୋରଞ୍ଜନ

 ସ୍ମୃତିରେ ଗୁରୁକୃଷ୍ଣ ଗୋସ୍ବାମୀ

ସ୍ମୃତିରେ ଗୁରୁକୃଷ୍ଣ ଗୋସ୍ବାମୀ

ଟୁନୁ ଭାଇ ବୋଲି ତାଙ୍କର ଆତ୍ମୀୟସ୍ବଜନଙ୍କ ନିକଟରେ ପରିଚିତ ଥିଲେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ। ମେ’ ୬ ସକାଳ ଆମ ପାଇଁ ଏକ ଅଶୁଭ ସକାଳ ଥିଲା। ହଠାତ ଖବର ମିଳିଲା ଯେ କଟକ ସେଲଟର ଛକ ବାସଭବନରେ ତାଙ୍କର ପରଲୋକ ହୋଇଗଲା। ସେ ପଛରେ ପକାଇଦେଲେ ଅଗଣିତ ଓଡ଼ିଆ ଲୋକମାନଙ୍କର ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଉଥିବା ଗୀତି କବିଙ୍କର ଗୀତଗୁଛ, ଯାହାକୁ କି ସେ ତୋଳି ଦେଇଥିଲେ ଓଡ଼ିଶାର ଅଗଣିତ ଜନତାଙ୍କୁ।

କଳାକାର ପାଇଁ ସବୁ ଚରିତ୍ର ସମାନ: ନିରଞ୍ଜନ ସାମନ୍ତରାୟ

କଳାକାର ପାଇଁ ସବୁ ଚରିତ୍ର ସମାନ: ନିରଞ୍ଜନ ସାମନ୍ତରାୟ

ବାପା ଚାହୁଁଥିଲେ ପୁଅ ଭଲ ପାଠ ପଢି ଚାକିରି କରୁ। ହେଲେ ପୁଅ ମନରେ ଅଭିନୟ ପ୍ରତି ଥିଲା ଦୁର୍ବଳତା। ସ୍କୁଲ ଡ୍ରାମାରେ ଲୁଚି ଛପି ଅଭିନୟ କରୁଥିଲେ। ରାବଣ ହେଉ କି କଂସ, ପ୍ରତିଟି ଚରିତ୍ରରେ ଜୀବନ୍ତ ଅଭିନୟ କରି ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ସାହପାଠୀମାନଙ୍କଠାରୁ ବାହାବା ସାଉଣ୍ଟୁଥିଲେ।

ନୂଆ ସିନେମା: ପ୍ରେମ ପାଇଁ ମହାଭାରତ

ନୂଆ ସିନେମା: ପ୍ରେମ ପାଇଁ ମହାଭାରତ

ପ୍ରେମ ପାଇଁ ମହାଭାରତ-ଏଭଳି ଶୀର୍ଷକକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହେବାକୁ ଯାଉଛି। ରୋମାଣ୍ଟିକ-କମେଡିକୁ ଆଧାର କରି ଛବିତା ମାର୍ଥାଙ୍କ ଦ୍ୱାରା ରଚିତ କାହାଣୀକୁ ଆଧାର କରି ଏହା ପ୍ରସ୍ତୁତ ହେବ। ଖାସ୍‌ କଥା ହେଲା ମହାଭାରତର କୁନ୍ତି, ପଞ୍ଚୁପାଣ୍ଡବ, କର୍ଣ୍ଣ ପ୍ରମୁଖଙ୍କୁ ନେଇ ରଚିତ ଏହି ଫିଲ୍ମର ଚରିତ୍ରଗୁଡ଼ିକର ନାମକରଣ କରାଯାଇଛି।

‘ବିଟ୍ଟି ବିଜ୍‌ନେସଓ୍ବାଲି’ରେ ପ୍ରକୃତି

‘ବିଟ୍ଟି ବିଜ୍‌ନେସଓ୍ବାଲି’ରେ ପ୍ରକୃତି

ତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି ନିକଟରେ ଓଡିଆ ଚଳଚ୍ଚିତ୍ର ‘ହେଲୋ ଆର୍ସି’ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏବେ ତାଙ୍କ ଅଭିନୟ କ୍ୟାରିୟରରେ ଆଉ ଏକ ସଫଳ ପୃଷ୍ଠା ଯୋଡିଛନ୍ତି।

ଚର୍ଚ୍ଚାରେ ବଲିଉଡର ନୂଆ ଯୋଡ଼ି ‘ରଣବିର-ଆଲିଆ’

ଚର୍ଚ୍ଚାରେ ବଲିଉଡର ନୂଆ ଯୋଡ଼ି ‘ରଣବିର-ଆଲିଆ’

ବମ୍ବେ: ଆଜିକାଲି ବଲିଉଡରେ ଏକ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ସୋନମ୍‌ଙ୍କ ବିବାହ ଉତ୍ସବରେ ମଧ୍ୟ ଉକ୍ତ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଆପଣ ଅନୁମାନ ଲଗାଇ ସାରିଥିବେ ନିଶ୍ଚୟ। ତେବେ ଆମେ ଚୁଲବୁଲି ଆଲିଆ ଭଟ୍ଟ ଏବଂ ରଣବିର କପୁଙ୍କ ଯୋଡି ବିଷୟରେ କଥା ହେଉଛୁ। କିଛିଦିନ ତଳେ ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାର ଦେବା ସମୟରେ ଆଲିଆଙ୍କୁ ତାଙ୍କର କ୍ରଶ ବିଷୟରେ ପଚରା ଯାଇଥିଲା।

ଦିଶାଙ୍କ ହାତରେ ବଡ଼ ପ୍ରୋଜେକ୍ଟ: ସଲ୍ଲୁଙ୍କ ସହ ‘ଭାରତ’ରେ କରିବେ କାମ

ଦିଶାଙ୍କ ହାତରେ ବଡ଼ ପ୍ରୋଜେକ୍ଟ: ସଲ୍ଲୁଙ୍କ ସହ ‘ଭାରତ’ରେ କରିବେ କାମ

ବମ୍ବେ: ଚଳଚ୍ଚିତ୍ର ‘ବାଗି-୨’ର ସଫଳତା ପରେ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ପ୍ରେମିକା ଦିଶା ପଟାନୀଙ୍କ ଚାହିଦା ବୃଦ୍ଧି ପାଇଛି। କିଛି ଦିନ ଧରି ଦିଶାଙ୍କୁ ଫିଲ୍ମ ନ ମିଳିବାକୁ ନେଇ ଚର୍ଚ୍ଚା ହେବା ପରେ ଏବେ ଏକ ବଡ଼ ପ୍ରୋଜେକ୍ଟ ତାଙ୍କ ହାତରେ ଲାଗିଛି। ଫିଲ୍ମ ‘ଭାରତ’ରେ ଦିଶା ନଜର ଆସିବେ।

୬୭ ବର୍ଷରେ ପଙ୍କଜ ଉଧାସ: ଦିନେ ତାଙ୍କ ଗୀତ ଶୁଣି କାନ୍ଦି ପକାଇଥିଲେ ରାଜ କପୁର

୬୭ ବର୍ଷରେ ପଙ୍କଜ ଉଧାସ: ଦିନେ ତାଙ୍କ ଗୀତ ଶୁଣି କାନ୍ଦି ପକାଇଥିଲେ ରାଜ କପୁର

ବମ୍ବେ: ହିନ୍ଦୀ ସିନେ ଜଗତର ପ୍ରଖ୍ୟାତ ଗଜଲ ଗାୟକ ପଙ୍କଜ ଉଧାସ ୬୭ବର୍ଷରେ ପଦାର୍ପଣ କରିଛନ୍ତି। ମେ ୧୭, ୧୯୫୧ରେ ଗୁଜରାଟରେ ଜନ୍ମ ନେଇଥିବା ଗଜଲର ଏହି ବାଦଶାହା ତାଙ୍କ ଭିନ୍ନ ଗାୟକିରେ ଦର୍ଶକ ତଥା ଶ୍ରୋତାଙ୍କୁ ବାନ୍ଧି ରଖନ୍ତି ବେଶ୍‌ କିଛି ସମୟ ପର୍ଯ୍ୟନ୍ତ।

ଲେହେଙ୍ଗାର ଓଜନ ୩୦ କି.ଗ୍ରା.

ଲେହେଙ୍ଗାର ଓଜନ ୩୦ କି.ଗ୍ରା.

ଥରେ ମନେ ପକାନ୍ତୁ ନା ୨୦୦୨ରେ ନିର୍ମିତ ‘ଦେବଦାସ’ ଚଳଚ୍ଚିତ୍ରକୁ। ଏହି ଫିଲ୍ମରେ ଶାହରୁଖ ଖାଁ, ମାଧୁରୀ ଦୀକ୍ଷିତ, ଐଶ୍ୱର୍ଯ୍ୟ ରାୟ, ଜ୍ୟାକି ଶ୍ରଫଙ୍କ ପରି ନାମୀ କଳାକାର ଅଭିନୟ କରିଥିଲେ। ସଞ୍ଜୟ ଲୀଲା ଭଁସାଲିଙ୍କ ନିର୍ଦ୍ଦେଶିତ ଉକ୍ତ ଚିତ୍ରର ବଜେଟ୍‌ ଥିଲା ୪୪କୋଟି ଆଉ ଫିଲ୍ମଟି ଆୟ କରିଥିଲା ପାଖାପାଖି ୬୮କୋଟି।

କିଏ ମାରିବ ବାଜି...

କିଏ ମାରିବ ବାଜି...

ଜୁନ୍‌ରେ ‘ଭିରେ ଦ ଓ୍ବେଡିଙ୍ଗ’ : ମା’ ହେବା ପରେ କରୀନା ପୁଣି ଥରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଅଭିନୟ କରିଥିବା ହିନ୍ଦୀ ସିନେମା ‘ଭିରେ ଦ ଓ୍ବେଡିଙ୍ଗ’ ଜୁନ୍‌ ୧ରେ ରିଲିଜ ହେବାର ଯୋଜନା ରହିଛି। ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନାଙ୍କ ବ୍ୟତୀତ ସୋନମ କପୁର, ସ୍ବରା ଭାସ୍କର ଏବଂ ଶିଖା ତାଲସାନିଆ ମଧ୍ୟ ଅଭିନୟ କରିଛନ୍ତି।

ବ୍ରାଭୋଙ୍କ ପ୍ରିୟ ଅଭିନେତ୍ରୀ ଦୀପିକା: ରୋମାନ୍ସ କରିବାକୁ ଇଚ୍ଛୁକ

ବ୍ରାଭୋଙ୍କ ପ୍ରିୟ ଅଭିନେତ୍ରୀ ଦୀପିକା: ରୋମାନ୍ସ କରିବାକୁ ଇଚ୍ଛୁକ

ବମ୍ବେ: ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ୍‌ ବ୍ରାଭୋ ଆଜିକାଲି ଚର୍ଚ୍ଚାରେ ରହିବାକୁ ବେଶ ପସନ୍ଦ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌ସ ଖେଳୁଥିବା ପ୍ରତିଟି ମ୍ୟାଚରେ ବ୍ରାଭୋଙ୍କ ତଥାକଥିତ ପ୍ରେମିକା ମଡେଲ ନତାଶା ସୁରୀ ଉପସ୍ଥିତ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ବ୍ରାଭୋ ନିଜର କିଛି ସିକ୍ରେଟ କହିଛନ୍ତି।

କରିନାଙ୍କ ସହ ସ୍କ୍ରିନ ଶେୟାର କରିବେ କାର୍ତ୍ତିକ

କରିନାଙ୍କ ସହ ସ୍କ୍ରିନ ଶେୟାର କରିବେ କାର୍ତ୍ତିକ

ବମ୍ବେ: ‘ସୋନୁ କେ ଟିଟୁ କି ସ୍ବିଟି’ର ସଫଳତା ପରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ଗୋଟିଏ ପରେ ଗୋଟିଏ ବଲିଉଡ ଫିଲ୍ମର ଅଫର ମିଳିବାରେ ଲାଗିଛି। ଅନେକର କାହାଣୀ କାର୍ତ୍ତିକଙ୍କୁ ପସନ୍ଦ ଆସୁ ନ ଥିବାବେଳେ ସେ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ ମଧ୍ୟରେ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ପ୍ରଯୋଜନା ସଂସ୍ଥା ଧର୍ମା ପ୍ରଡକ୍ସନ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିିତ୍ରରେ ସେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସହ କରୀନା ମଧ୍ୟ ଅଭିନୟ କରିବେ।

ଚର୍ଚ୍ଚାରେ ସୋନମ୍‌ଙ୍କ ମଙ୍ଗଳସୂତ୍ର

ଚର୍ଚ୍ଚାରେ ସୋନମ୍‌ଙ୍କ ମଙ୍ଗଳସୂତ୍ର

ବମ୍ବେ: ବି-ଟାଉନ୍‌ର ଫ୍ୟାଶନ ଡିଭା ତଥା ଅଭିନେତ୍ରୀ ସୋନମ୍‌ କପୁର ମେ’ ୮ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜର ପୁରୁଷବନ୍ଧୁ ତଥା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ଶିଖ୍‌ ରୀତିନୀତି ଅନୁଯାୟୀ ସୋନମ ବିବାହ କରିଛନ୍ତି। ଅନୁଷ୍କାଙ୍କ ପରେ ସୋନମଙ୍କ ଏହି ଚର୍ଚ୍ଚିତ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ବିବାହ ପରେ ସୋନମ୍‌ଙ୍କ ମଙ୍ଗଳସୂତ୍ର ଭାଇରାଲ ହେବାରେ ଲାଗିଛି।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

ନୂଆଦିଲ୍ଲୀ,୧୫।୫: ବଲିଉଡର ବିଗତ ଦିନର ନାୟକ ମିଥୁନ ଚକ୍ରବର୍ତ୍ତୀ କିଛିଦିନ ହେବ ଅସୁସ୍ଥ ଅଛନ୍ତି। ବେଶ କିଛି ସମୟ ହେବ ଲାଇମ୍‌ ଲାଇଟ୍‌ରେ ନ ଥିବା ଏହି ଅଭିନେତା ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲୁଥିବା ସୂଚନା ମିଳିଛି।

୫୧ ବର୍ଷରେ ପଦାର୍ପଣ କଲେ ମାଧୁରୀ

୫୧ ବର୍ଷରେ ପଦାର୍ପଣ କଲେ ମାଧୁରୀ

ବମ୍ବେ,୧୫।୫ : ମଙ୍ଗଳବାର ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ମସିହା ମେ ୧୫ ତାରିଖରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ୧୯୮୮ ମସିହାରେ ତେଜାବ୍‌ ଫିଲ୍ମରେ ଏକ୍‌ ଦୋ ତିନ୍‌.... ଗୀତରେ ତାଙ୍କର ନୃତ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ଆଇଟମ୍‌ ବୟ ଅର୍ଜୁନ

ଆଇଟମ୍‌ ବୟ ଅର୍ଜୁନ

ବମ୍ବେ: ହର୍ଷବର୍ଦ୍ଧନ କପୁରଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ସୁପରହିରୋ’ର ନୂଆ ଗୀତ ଚଓ୍ବନପ୍ରାସ ରିଲିଜ୍‌ ହୋଇଛି। ଏଥିପାଇଁ ହର୍ଷବର୍ଦ୍ଧନ କପୁରଙ୍କ କଜିନ୍‌ ଭାଇ ଅର୍ଜୁନ କପୁରଙ୍କୁ ବଛାଯାଇଥିଲା।

ଦିନକ ପରେ ମନେପଡିଲା...

ଦିନକ ପରେ ମନେପଡିଲା...

ବମ୍ବେ: ଅନୁଷ୍କା ଶର୍ମା। ବଲିଉଡର ଆଗଧାଡିର ନାୟିକା। ଆଜିକାଲି ସେ ସବୁ ଭୁଲି ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ମେ ୧୩ରେ ବିଶ୍ୱ ମାତୃ ଦିବସକୁ ସମଗ୍ର ବିଶ୍ୱ ତଥା ବଲିଉଡ ଖୁବ୍‌ ଧୁମଧାମରେ ପାଳନ କରିଥିବା ବେଳେ ଅନୁଷ୍କା କିନ୍ତୁ ଭୁଲି ଯାଇଥିଲେ ମଦର୍ସ ଡେ’କୁ। ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ଦିବସକୁ ମନେ ପକାଇ ମା’ଙ୍କ ସହ କାଟିଥିବା କିଛି ଅଭୁଲା ମୁହୂର୍ତ୍ତକୁ ସେୟାର କରିଥିଲେ।

ପରପାରିରେ ମାଲୟାଲମ ଅଭିନେତା କଲାସଲା ବାବୁ

ପରପାରିରେ ମାଲୟାଲମ ଅଭିନେତା କଲାସଲା ବାବୁ

କୋଚି,୧୪।୫: ମାଲୟାଲମ ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ଜଗତର ବରିଷ୍ଠ ଅଭିନେତା କଲାସଲା ବାବୁଙ୍କ ସୋମବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ୬୭ ବର୍ଷୀୟ ଏହି କଳାକାରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୩୭ ବର୍ଷରେ ପ୍ରଦାର୍ପଣ କଲେ ସନି ଲିଓନ

୩୭ ବର୍ଷରେ ପ୍ରଦାର୍ପଣ କଲେ ସନି ଲିଓନ

ବମ୍ବେ,୧୩।୫ : ରବିବାର ବଲିଉଡ୍‌ ନାୟିକା ସନି ଲିଓନ ୩୭ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୮୧ ମସିହା ମେ ୧୩ ତାରିଖରେ ସେ କାନାଡ଼ା ଓଣ୍ଟାରିଓ ସ୍ଥିତ ସାରର୍ନିଆଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କରନଜୀତ୍‌ କୌର ଭୋରା ଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ନାମକୁ ସନି ଲିଓନ ରଖିଥିଲେ।

ଭାବପ୍ରବଣ କରୁଛି ନେହା ଧୂପିଆଙ୍କ ବିବାହ-ବିଦାୟ ବେଳର ଫଟୋ

ଭାବପ୍ରବଣ କରୁଛି ନେହା ଧୂପିଆଙ୍କ ବିବାହ-ବିଦାୟ ବେଳର ଫଟୋ

ବମ୍ବେ: ପୂରା ବଲିଉଡ୍‌ ସୋନମ୍‌ଙ୍କ ବିବାହରେ ବ୍ୟସ୍ତ ଥିବା ବେଳେ ଅଭିନେତ୍ରୀ ନେହା ଧୂପିଆଙ୍କ ବିବାହ ଖବର ଆସିଥିଲା। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଗୋପନରେ ବିବାହ କରିବା ନେହାଙ୍କ ଅନ୍ୟ ନିଷ୍ପତ୍ତି ଥିଲା ବୋଲି ଜଣାପଡିଛି। ସେ ନିଜ ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି।

ଦୀପିକା ବେକରୁ ହଟାଇଲେ ରଣବୀର କପୁରଙ୍କ ନାଁର ଟାଟୁ

ଦୀପିକା ବେକରୁ ହଟାଇଲେ ରଣବୀର କପୁରଙ୍କ ନାଁର ଟାଟୁ

ବମ୍ବେ: ବଲିଉଡର ମସ୍ତାନୀ ଗର୍ଲ ଦୀପିକା ପାଦୁୁକନ ପୂର୍ବତନ ପ୍ରେମିକ ରଣବୀର କପୁରଙ୍କଠାରୁ ଅଲଗା ହୋଇଥିଲେ ହେଁ ତାଙ୍କ ବେକରେ ‘ଆର୍‌କେ’ ଲେଖାଥିବା ଏକ ଟାଟୁକୁ ଦେଖିବାକୁ ମିଳେ।

ଓଡ଼ିଆ ଫିଲ୍ମର ମା’

ଓଡ଼ିଆ ଫିଲ୍ମର ମା’

‘ତୋ ବାଟ କିଏ ବନ୍ଦ କରିଛି ଲୋ ପାର, ତୁ ତ ନିଜେ ଗୋଟିଏ ବାଟ..’ ସଂଳାପ ମନକୁ ଆସିଲେ ମଦ୍ୟପ ରୋଲ୍‌ରେ ଶ୍ରୀରାମ ପଣ୍ଡା ଆଉ ପାର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ସ୍ବତଃ ମାନସପଟରେ ଉଦ୍‌ଭାସିତ ହୋଇଉଠନ୍ତି। ଚଳଚ୍ଚିତ୍ରଟି ଥିଲା ‘ସ୍ବପ୍ନ ସାଗର’ ଆଉ ସେହି ଅଭିନେତ୍ରୀ ହେଲେ ଅନୀତା ଦାସ।

କାନ୍ସରେ ହୃଦୟ ଜିତିଲେ ବଲିଉଡ୍‌ ସୁନ୍ଦରୀ

କାନ୍ସରେ ହୃଦୟ ଜିତିଲେ ବଲିଉଡ୍‌ ସୁନ୍ଦରୀ

କାନ୍ସ: ସମ୍ମାନଜନକ କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ରେଡ୍‌ କାର୍ପେଟ୍‌ରେ ବଲିଉଡ୍‌ ସୁନ୍ଦରୀଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଛି। ଫ୍ରେଞ୍ଚ୍‌ ରିଭେରାରେ ଚାଲିଥିବା ଏହି ସମାରୋହରେ ନିଜ ନିଜର ଷ୍ଟାଇଲିଶ୍‌ ତଥା ଗ୍ଲାମର୍ସ ଅନ୍ଦାଜ୍‌ ପାଇଁ ବିଶ୍ୱସ୍ତରୀୟ ସିନେପ୍ରେମୀଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି ଭାରତୀୟ ସୁନ୍ଦରୀମାନେ। ସପ୍ତାହେ ବ୍ୟାପୀ ହେବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବରେ ବଲିଉଡ୍‌ର ଏ ପର୍ଯ୍ୟନ୍ତ ଦୀପିକା ପାଡୁକୋନ ଏବଂ କଙ୍ଗନା ରାଣାଓ୍ବତ୍‌ ସାମିଲ ହୋଇଛନ୍ତି।

ହିମେଶଙ୍କ ଦ୍ୱିତୀୟ ବିବାହ

ହିମେଶଙ୍କ ଦ୍ୱିତୀୟ ବିବାହ

ବମ୍ବେ: ଦୀର୍ଘଦିନର ମହିଳା ବାନ୍ଧବୀ ସୋନିଆ କପୁରଙ୍କୁ ବିବାହ କଲେ ସଙ୍ଗୀତଜ୍ଞ ତଥା ଅଭିନେତା ହିମେଶ ରେଶମିୟା। ଏହା ହେଉଛି ହିମେଶଙ୍କ ଦ୍ୱିତୀୟ ବିବାହ। ସୋନିଆ ହେଉଛନ୍ତି ଜଣେ ଜଣାଶୁଣା ଟେଲିଭିଜନ କଳାକାର।

ଗୁଗୁଲ ଡୁଡୁଲ୍‌ରେ ମୃଣାଳିନୀ ସରାଭାଇ

ଗୁଗୁଲ ଡୁଡୁଲ୍‌ରେ ମୃଣାଳିନୀ ସରାଭାଇ

ନୂଆଦିଲ୍ଲୀ,୧୧।୫ : ନୃତ୍ୟରେ ଖ୍ୟାତି ହାସଲ କରିଥିବା ତଥା ପଦ୍ମଭୁଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତା ମୃଣାଳିନୀ ସରାଭାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗୁଗୁଲ୍‌ ଡୁଡୁଲ୍‌ ତାଙ୍କୁ ସମ୍ମାନ ପ୍ରଦାନ କରିଛି। ମୃଣାଳିନୀ ୧୯୧୮ ମସିହା ମେ ୧୧ ତାରିଖରେ କେରଳରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ନାଟ୍ୟମ୍‌, କଥାକଳି ଏବଂ ମୋହିନୀୟାଟ୍ଟମ୍‌ରେ ବେଶ୍‌ ଦକ୍ଷତା ହାସଲ କରିଥିଲେ।