ମନୋରଞ୍ଜନ

ସଙ୍ଗୀତ  ବିନା ବଞ୍ଚିବା  ଅସମ୍ଭବ : ଏନ୍‌. ଶ୍ରୀନିବାସ ରାଓ

ସଙ୍ଗୀତ ବିନା ବଞ୍ଚିବା ଅସମ୍ଭବ : ଏନ୍‌. ଶ୍ରୀନିବାସ ରାଓ

‘ସଙ୍ଗୀତ ସତେଯେମିତି ମୋ ରକ୍ତରେ ପ୍ରବାହିତ। ପିଲାଟି ଦିନରୁ ଏହା ପ୍ରତି ଆକର୍ଷିତ ହୋଇଥିଲି। ପରବର୍ତ୍ତୀ ସମୟରେ ଏହା ମୋର ନିଶା ପାଲଟିଯାଇଛି। ଶ୍ରୋତାଙ୍କୁ ସେମାନଙ୍କ ପସନ୍ଦର ଗୀତ ପରିବେଷଣ କରିବାରେ ଯେଉଁ ଆନନ୍ଦ ମିଳିଛି ତାହାକୁ ବର୍ଣ୍ଣନା କରିବାକୁ ମୋ ନିକଟରେ ଭାଷା ନାହିଁ। ଏତିକି କହିବି, ସଙ୍ଗୀତ ବିନା ବଞ୍ଚିବା ଅସମ୍ଭବ।’

କ୍ଷଣକୋପୀ ଅନୁଷ୍କା

କ୍ଷଣକୋପୀ ଅନୁଷ୍କା

ଅନୁଷ୍କା ଶର୍ମାଙ୍କ ବେଳକାଳ ଏବେ ଭଲ ନାହିଁ। ଦେଖୁନାହାନ୍ତି, ଯେଉଁ ଫିଲ୍ମରେ ସେ ଅଭିନୟ କରୁଛନ୍ତି ତାହାର ଅବସ୍ଥା କ’ଣ ଯେ ହେଉଛି ତାହା ନ କହିବା ଭଲ। ପ୍ରଯୋଜିକା ସାଜି କିଛି ସିନେମା ପ୍ରଯୋଜନା କଲେ, ହେଲେ ଫଳ ସେଇଆ।

ଚର୍ଚ୍ଚାରେ ଦୀପିକାଙ୍କ ମିମ୍‌

ଚର୍ଚ୍ଚାରେ ଦୀପିକାଙ୍କ ମିମ୍‌

ବମ୍ବେ: ଭଉଣୀଙ୍କ ସମ୍ପର୍କ ଅତୁଳନୀୟ। ସେ ସେଲିବ୍ରିଟି ହୁଅନ୍ତୁ ବା ରାସ୍ତାକଡ଼ରେ ଜୀବନ କଟାଉଥିବା ଦିନ ଦରିଦ୍ର, ସମସ୍ତଙ୍କ ମଧ୍ୟରେ ଭଉଣୀ ପ୍ରୀତିର ଖଟାମିଠା ରଙ୍ଗ ଦେଖିବାକୁ ମିଳିଥାଏ। ଭଉଣୀ ଅନିଶାଙ୍କ ସହ ଅଭିନେତ୍ରୀ ଦୀପିକା ପାଡୁକୋନ୍‌ଙ୍କ ସମ୍ପର୍କ ତା’ଠାରୁ କିଛି ଭିନ୍ନ ନୁହେଁ।

‘ସୂର୍ଯ୍ୟବଂଶମ୍‌’ ଟେଲିଭିଜନ୍‌ରେ ସବୁଠୁ ଅଧିକ ଥର ପ୍ରଦର୍ଶିତ ଫିଲ୍ମ

‘ସୂର୍ଯ୍ୟବଂଶମ୍‌’ ଟେଲିଭିଜନ୍‌ରେ ସବୁଠୁ ଅଧିକ ଥର ପ୍ରଦର୍ଶିତ ଫିଲ୍ମ

ବମ୍ବେ: ଗତ ୨୧ ତାରିଖରେ ୧୯୯୯ରେ ରିଲିଜ୍‌ ହୋଇଥିବା ବଳିଉଡ୍‌ ମୁଭି ‘ସୂର୍ଯ୍ୟବଂଶମ୍‌’କୁ ୧୯ ବର୍ଷ ପୂରିଛି। ଏହି ଅବସରରେ ଏହି ଫିଲ୍ମ ହୋଇଛି ଏକ ନିଆରା ରେକର୍ଡର ଅଧିକାରୀ। ଟେଲିଭିଜନ୍‌ ପରଦାରେ ସବୁଠୁ ଅଧିକ ଥର ପ୍ରଦର୍ଶିତ ହୋଇଥିବା ଫିଲ୍ମର ରେକର୍ଡ ଏହି ମୁଭି ନାମରେ ନାମିତ ହୋଇଛି।

ରୋହିଙ୍ଗ୍ୟା ଶିବିରରେ ପ୍ରିୟଙ୍କା

ରୋହିଙ୍ଗ୍ୟା ଶିବିରରେ ପ୍ରିୟଙ୍କା

ଢାକା: ଅଭିନେତ୍ରୀ ତଥା ୟୁନିସେଫ୍‌ର ଗୁଡ୍‌ଓ୍ବିଲ ଆମ୍ବାସାଡର ପ୍ରିୟଙ୍କା ଚୋପ୍ରା ଜଣେ ଦରଦୀ। ଦେଶାନ୍ତରୀ ଓ ଶରଣାର୍ଥୀଙ୍କ ପାଇଁ ସେ ଖୁବ୍‌ ଚିନ୍ତିତ। ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ମଧ୍ୟ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି ପ୍ରିୟଙ୍କା।

ପ୍ରଭାସଙ୍କ ‘ସାହୋ’ର ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ୯୦ କୋଟି: ଚୁରମାର୍‌ ହେଲା ୩୭ କାର୍‌, ୫ ଟ୍ରକ୍‌

ପ୍ରଭାସଙ୍କ ‘ସାହୋ’ର ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ୯୦ କୋଟି: ଚୁରମାର୍‌ ହେଲା ୩୭ କାର୍‌, ୫ ଟ୍ରକ୍‌

ବମ୍ବେ: ବାହୁବଲୀର ସଫଳତା ପରେ ଅଭିନେତା ତଥା ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ଶୁଟିଂରେ ବ୍ୟସ୍ତ। ନିକଟରେ ଆବ୍ବୁ ଧାବିରେ ଚଳଚ୍ଚିତ୍ରର ପ୍ରମୁଖ ଆକ୍ସନ ଭାଗର ଶୁଟିଂ ଶେଷ ହୋଇଛି। ଏଥିପାଇଁ ନିର୍ମାତାମାନେ ୯୦ କୋଟି ଖର୍ଚ୍ଚ କରିଛନ୍ତି। ଏଥିସହ ସିନ୍‌ ସମୟରେ ୫ଟି ଟ୍ରକ ଏବଂ ୩୭ଟି କାର ଭାଙ୍ଗି ଚୁରମାର ହୋଇଥିବା ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ଜୋତାକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ଜୋତାକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ବମ୍ବେ: ବ୍ରିଟେନ୍‌ ପ୍ରିନ୍ସ ହ୍ୟାରୀ ଓ ଆମେରିକା ଅଭିନେତ୍ରୀ ମେଘାନ୍‌ ମର୍କେଲଙ୍କ ବିବାହକୁ ନେଇ ସବୁଠି ହୋଇଥିଲା ଚର୍ଚ୍ଚା। ବିଶେଷ କରି ଏହି ରୟାଲ ଓ୍ବେଡିଙ୍ଗକୁ ନେଇ ଭାରତରେ ଚର୍ଚ୍ଚିତ ଥିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।

ସିଲଭର ସ୍କ୍ରିନ୍‌ରେ କଥକ ନୃତ୍ୟ କରିବେ ମାଧୁରୀ

ସିଲଭର ସ୍କ୍ରିନ୍‌ରେ କଥକ ନୃତ୍ୟ କରିବେ ମାଧୁରୀ

ବମ୍ବେ: ବଲିଉଡର ଧକଧକ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କର ଆଗାମୀ ଫିଲ୍ମ ‘କଳଙ୍କ’ ପାଇଁ ପୂରାପୂରି ବ୍ୟସ୍ତ। ଏବେ ସେ ଦିନକୁ ୩ରୁ ୪ଘଣ୍ଟା ରିହର୍ସାଲ କରୁଛନ୍ତି। ଜଣେ କଥକ ନୃତ୍ୟଶିଳ୍ପୀର ଭୂମିକାକୁ ନେଇ କଳଙ୍କରେ ନଜର ଆସିବେ ମାଧୁରୀ।

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବମ୍ବେ,୨୨।୫: ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଖୁବ୍‌ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ଏହା କୌଣସି ଫିଲ୍ମରେ ନୁହେଁ ବରଂ ଏକ ଜୁଏଲାରୀ ବିଜ୍ଞାପନରେ ଦେଖିବାକୁ ମିଳିବ ଶ୍ୱେତା ବଚ୍ଚନଙ୍କୁ।

୧୯ ବର୍ଷ ପରେ ରିମେକ୍‌ ହେଲା ସୁସ୍ମିତାଙ୍କ ଗୀତ

୧୯ ବର୍ଷ ପରେ ରିମେକ୍‌ ହେଲା ସୁସ୍ମିତାଙ୍କ ଗୀତ

ବମ୍ବେ: ଅଭିନେତ୍ରୀ ନୋରା ଫତେହି ଅଭିନେତା ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ର ଏକ ଗୀତରେ ନଜର ଆସିବେ। ୯୦ ଦଶକର ଫିଲ୍ମ ‘ସିର୍ଫ ତୁମ୍‌’ର ଗୀତ ଦିଲବରର ରିମେକ୍‌ରେ ଏହି ଦୁଇ ଯୋଡି ନଜର ଆସିବେ।

ରେହାନାଙ୍କ ଫଟୋ ନେଇ ସୋସିଆଲ ମିଡ଼ିଆରେ ହଇଚଇ

ରେହାନାଙ୍କ ଫଟୋ ନେଇ ସୋସିଆଲ ମିଡ଼ିଆରେ ହଇଚଇ

ବମ୍ବେ, ୨୧।୫: ଇଶକବାଜ୍‌ ଫେମ୍‌ ରେହାନା ମାଲହୋତ୍ରାଙ୍କ ଫଟୋ ନେଇ ଏବେ ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଛି ହଇଚଇ। ଫଟୋରେ ସେ ପିନ୍ଧିଛନ୍ତି ବ୍ୟାକଲେସ୍‌ ଡ୍ରେସ୍‌। ତାଙ୍କର ପ୍ରଶସଂକଙ୍କ ମନକୁ ଫଟୋଟି ବେଶ୍‌ ପସନ୍ଦ ଆସିଛି। ତାଙ୍କର ଓଠର ଲାଲ୍‌ ଲିପଷ୍ଟିକ୍‌ ଫଟୋକୁ ଅଧିକ ଆକର୍ଷିତ କରୁଛି ବୋଲି ପ୍ରଶସଂକ ମତ ଦେଇଛନ୍ତି।

ରାଣୀ ମୁଖାର୍ଜୀଙ୍କ ଲାଗି ହୋଟେଲରେ ରହୁଥିଲେ ଆଦିତ୍ୟ

ରାଣୀ ମୁଖାର୍ଜୀଙ୍କ ଲାଗି ହୋଟେଲରେ ରହୁଥିଲେ ଆଦିତ୍ୟ

ବମ୍ବେ, ୨୧।୫: ବଲିଉଡ୍‌ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ସୋମବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୧ ମସିହା ମେ ୨୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ଆଦିତ୍ୟଙ୍କ ଜୀବନ ବେଶ୍‌ ସମସ୍ୟା ବହୁଳ ରହିଛି। ୨୦୦୧ରେ ସେ ତାଙ୍କ ପିଲାଦିନ ବାନ୍ଧବୀ ପାୟଲ ଖାନ୍ନାଙ୍କ ସହିତ ବିବାହ କରିଥିଲେ। ତେବେ ବିଭିନ୍ନ କାରଣରୁ ପାୟଲଙ୍କୁ ଆଦିତ୍ୟ ୨୦୦୯ରେ ଛାଡ଼ପତ୍ର ଦେଇଥିଲେ।

ଉର୍ବଶୀଙ୍କ ଭିନ୍ନ ଅନ୍ଦାଜ

ଉର୍ବଶୀଙ୍କ ଭିନ୍ନ ଅନ୍ଦାଜ

ବମ୍ବେ: ବଲିଉଡର ନବାଗତା ନାୟିକା ଉର୍ବଶୀ ଶୌତେଲାଙ୍କ ଭିନ୍ନ ଅନ୍ଦାଜକୁ ନେଇ ସେ ଏବେ ବେଶ୍‌ ଚର୍ଚ୍ଚାରେ। ଏଥର ସେ ତାଙ୍କ ସୌନ୍ଦର୍ଯ୍ୟ ବା ବୋଲ୍ଡ ଅବତାରକୁ ନେଇ ନୁହେଁ ବରଂ ଆଉ ଏକ ନିଆରା କାମ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ୍‌ ଅଫିସିଆଲ ଆକାଉଣ୍ଟରେ ଏକ ଭିଡିଓ ସେୟାର୍‌ କରିଛନ୍ତି।

ବ୍ରେକ୍‌ ନେବେ ଆମିର

ବ୍ରେକ୍‌ ନେବେ ଆମିର

ବମ୍ବେ: କ୍ୟାରିୟରକୁ ନେଇ ବେଶ୍‌ ଚୁଜି ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ। ଅଧିକ ଚଳଚ୍ଚିତ୍ରରେ ନ ଆସିଲେ ମଧ୍ୟ ଯେଉଁ କେତୋଟି ଚଳଚ୍ଚିତ୍ରରେ ଆମିର ନଜର ଆସନ୍ତି ତାହା ହୁଏ ସୁପରଡୁପର ହିଟ୍‌।

ଦବଙ୍ଗ ଷ୍ଟାର-ମିସ୍‌ ଶ୍ରୀଲଙ୍କା ଯୋଡି ଦିଓ୍ବାନା କରିବେ ଦର୍ଶକଙ୍କୁ

ଦବଙ୍ଗ ଷ୍ଟାର-ମିସ୍‌ ଶ୍ରୀଲଙ୍କା ଯୋଡି ଦିଓ୍ବାନା କରିବେ ଦର୍ଶକଙ୍କୁ

ବମ୍ବେ: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାଁ ଓ ପୂର୍ବତନ ମିସ୍‌ ଶ୍ରୀଲଙ୍କା ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କ ଯୋଡି ପୁଣିଥରେ ଦର୍ଶକଙ୍କୁ ଦିଓ୍ବାନା କରିବାକୁ ପ୍ରସ୍ତୁତ। ପୂର୍ବରୁ ମୁଭି ‘କିକ୍‌’ରେ ଉଭୟ ନିଜର ଜଲଓ୍ବା ଦେଖାଇ ସାରିଥିବା ବେଳେ ଏବେ ପୁଣି ଥରେ ଦର୍ଶକଙ୍କୁ ଆପଣାର କରିବାକୁ ଚେଷ୍ଟା କରିଛନ୍ତି।

ଡ୍ୟାନ୍ସକୁ ଡରନ୍ତି ରଣବୀର

ଡ୍ୟାନ୍ସକୁ ଡରନ୍ତି ରଣବୀର

ବମ୍ବେ: ବଲିଉଡର ରକ୍‌ଷ୍ଟାର ରଣବୀର କପୁର ପରଦାରେ ଯେତିକି ସ୍ମାର୍ଟ ଲାଗନ୍ତି ଅସଲରେ କିନ୍ତୁ କଥାଟା ଟିକେ ଅଲଗା। ରଣବୀର ଭାରି ଡରକୁଳା। ଏ କଥା ସେ ନିଜେ କୁହନ୍ତି। କ୍ୟାମେରା ସାମ୍ନାରେ ପରଫର୍ମ କରିବା ସମୟରେ ସେ ପୂର୍ବରୁ ନିଜକୁ ଯେତେ ପ୍ରସ୍ତୁତ କରିଥିଲେ ମଧ୍ୟ ଟିକେ ଡରି ଯାଆନ୍ତି।

ଜୁହି ଚାଓ୍ବଲାଙ୍କ ସହ କାହିଁକି ଅଭିନୟ କରି ନାହାନ୍ତି ସଲମାନ

ଜୁହି ଚାଓ୍ବଲାଙ୍କ ସହ କାହିଁକି ଅଭିନୟ କରି ନାହାନ୍ତି ସଲମାନ

ବମ୍ବେ: ବଲିଉଡର ଦବଙ୍ଗ ଷ୍ଟାର୍‌ , ଭାଇଜାନ୍‌ ସଲମାନ ତାଙ୍କ ସମୟର ପ୍ରାୟ ସବୁ ଅଭିନେତ୍ରୀଙ୍କ ସହ ରିଲ୍‌ ରୋମାନ୍ସ କରିଥିବା ଦେଖିବାକୁ ମିଳିଛି। ହେଲେ ସେସମୟର ଚୁଲବୁଲି ନାୟିକା ଜୁହି ଚାଓ୍ବଲାଙ୍କ ସହ ସଲମାନ କେବେ ବି ଅଭିନୟ କରି ନାହାନ୍ତି।

ଆସିଲା ‘କାଲା’ର ନୂଆ ପୋଷ୍ଟର

ଆସିଲା ‘କାଲା’ର ନୂଆ ପୋଷ୍ଟର

ବମ୍ବେ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ର ଆଉ ଏକ ନୂଆ ପୋଷ୍ଟର ଜାରି କରିଛନ୍ତି ନିର୍ମାତା। ଏହି ପୋଷ୍ଟରକୁ ଦେଖିବା ପରେ ରଜନୀକାନ୍ତଙ୍କ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବଢିଯାଇଛି।

ଯୋଦ୍ଧା ଅବତାରରେ ସନ୍ନି ଲିଓନ

ଯୋଦ୍ଧା ଅବତାରରେ ସନ୍ନି ଲିଓନ

ବମ୍ବେ: ବୀରାଙ୍ଗନା ଭୂମିକାରେ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସନ୍ନି ଲିଓନ୍‌। ତାମିଲ ଫିଲ୍ମ ‘ବୀରାମ୍ମାଦେବୀ’ରେ ମୁଖ୍ୟ ଭୂମିକାରେ ଜଣେ ଯୋଦ୍ଧାବେଶରେ ଆସୁଛନ୍ତି ସନ୍ନି। ପାଓ୍ବାର୍‌ପ୍ୟାକ୍‌ ଆକ୍ସନ୍‌ ସହ ଭିନ୍ନ ରୂପରେ ଦେଖିବାକୁ ମିଳିବ ସନ୍ନିଙ୍କୁ। ଫିଲ୍ମର ଫାଷ୍ଟଲୁକ୍‌ ଶୁକ୍ରବାର ରିଲିଜ୍‌ ହୋଇଛି।

ଆଜି ମେଘାନ୍‌-ହ୍ୟାରିଙ୍କ ବିବାହ

ଆଜି ମେଘାନ୍‌-ହ୍ୟାରିଙ୍କ ବିବାହ

ଲଣ୍ଡନ: ଆମେରିକୀୟ ଅଭିନେତ୍ରୀ ମେଘାନ୍‌ ମର୍କଲେଙ୍କୁ ଶନିବାର ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ୍‌ ରାଜକୁମାର ହ୍ୟାରି। ଏଥିଲାଗି ଉତ୍ସବମୁଖର ହୋଇ ଉଠିଛି ସମଗ୍ର ବ୍ରିଟେନ୍‌। ଲଣ୍ଡନଠାରୁ ଆରମ୍ଭକରି ନର୍ଦର୍ନଆୟର୍ଲାଣ୍ଡ, ଲାନ୍ସଶାୟାର୍‌ ଯାଏ ସ୍କୁଲ୍‌, କଲେଜ, ବ୍ୟବସାୟିକ ପ୍ରତଷ୍ଠାନ ଏବଂ ସରକାରୀ ସଂସ୍ଥାଗୁଡ଼ିକରେ ଯୁବରାଜ ଏବଂ ଭାବୀ ଯୁବରାଣୀଙ୍କୁ ସ୍ବତନ୍ତ୍ର ଢଙ୍ଗରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି।

ଶାଢ଼ୀ ପ୍ରେସ୍‌ କରୁଥିଲେ ରୋହିତ୍‌

ଶାଢ଼ୀ ପ୍ରେସ୍‌ କରୁଥିଲେ ରୋହିତ୍‌

ବଲିଉଡ୍‌ର ନାମୀ ଡାଇରେକ୍ଟର ରୋହିତ୍‌ ସେଟ୍ଟୀ ପ୍ରଥମେ ତବୁ ଏବଂ କାଜୋଲଙ୍କ ସ୍ପଟବୟ ଥିଲେ। ବଲିଉଡ୍‌କୁ ଆସିବା ଲାଗି ତାଙ୍କୁ କେତେ ପରିଶ୍ରମ କରିବାକୁ ପଡିଛି। ତାହା ନ କହିଲେ ଭଲ। ତବୁ ଯେତେବେଳେ ‘ହକିକତ୍‌’ ଫିଲ୍ମରେ ଅଭିନୟ କରୁଥିଲେ ସେତେବେଳେ ରୋହିତ୍‌ ତବୁଙ୍କ ଶାଢ଼ୀ ପ୍ରେସ୍‌ କରୁଥିଲେ।

କରନଙ୍କ କଥା ରଖିଲେନି ପ୍ରଭାସ

କରନଙ୍କ କଥା ରଖିଲେନି ପ୍ରଭାସ

ବମ୍ବେ: ‘ବାହୁବଳୀ-୨’ର ସଫଳତା ପରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବେ ଖୁବ୍‌ ବ୍ୟସ୍ତ। ବାହୁବଳୀ ପରେ ପ୍ରଭାସଙ୍କୁ ମିଳିଥିଲା ବଲିଉଡ ଅଫର। ବଲିଉଡର ନାମୀ ଫିଲ୍ମ ନିର୍ମାତା କରନ ଜୋହର ଚାହିଁଥିଲେ ତାଙ୍କ ପ୍ରୋଜେକ୍ଟରେ ପ୍ରଭାସ କାମ କରନ୍ତୁ। ହେଲେ ପ୍ରଭାସଙ୍କ ହାଇ ଡିମାଣ୍ଡ ଯୋଗୁ କରନ ପ୍ରଭାସଙ୍କୁ ବଲିଉଡରେ ଡେବ୍ୟୁ କରିପାରି ନ ଥିଲେ।

ସାଇନ୍ସ ଲ୍ୟାବରେ ରୋମାନ୍ସ କରୁଛନ୍ତି ପ୍ରିୟା

ସାଇନ୍ସ ଲ୍ୟାବରେ ରୋମାନ୍ସ କରୁଛନ୍ତି ପ୍ରିୟା

ତିରୁଭାନନ୍ତପୁରମ୍‌: ପ୍ରିୟା ପ୍ରକାଶ। ରାତାରାତି ପାଇଛନ୍ତି ଷ୍ଟାରଡମ୍‌। ତାଙ୍କ ଡେବ୍ୟୁ ଫିଲ୍ମର ଏକ ସିନ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରିୟା ହୋଇଯାଇଥିଲେ ଷ୍ଟାର। ଏକାଥରେ ତାଙ୍କୁ ମିଳିଯାଇଥିଲା ବଲିଉଡ ଅଫର୍‌।

ହ୍ୟାରି-ମେଘାନ୍‌ଙ୍କୁ ଷଣ୍ଢ ଉପହାର

ହ୍ୟାରି-ମେଘାନ୍‌ଙ୍କୁ ଷଣ୍ଢ ଉପହାର

ଲଣ୍ଡନ: ବ୍ରିଟେନ ଯୁବରାଜ ହ୍ୟାରି ଏବଂ ତାଙ୍କ ଭାବୀ ପତ୍ନୀ ମେଘାନ୍‌ ମର୍କଲେଙ୍କୁ ସ୍ବତନ୍ତ୍ର ବିବାହ ଉପହାର ଦେବାକୁ ଯାଉଛି ପ୍ରାଣୀ ଅଧିକାର ସଙ୍ଗଠନ ପେଟା। ଏକ ଭିନ୍ନ ପ୍ରଜାତିର ହାଇବ୍ରିଡ୍‌ ଷଣ୍ଢକୁ ଉପହାର ଦେବ ପେଟା। ଏହି ଷଣ୍ଢର ନାମ ହେଉଛି ମେରୀ।