ମନୋରଞ୍ଜନ

ଇଣ୍ଡିଆନ୍‌ ଆଇଡଲ୍‌ ସିଜନ-୧୦: ପୁଣି ମନ ଜିତିଲେ ବିଶ୍ୱଜିତ୍‌

ଇଣ୍ଡିଆନ୍‌ ଆଇଡଲ୍‌ ସିଜନ-୧୦: ପୁଣି ମନ ଜିତିଲେ ବିଶ୍ୱଜିତ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ ସିଜନ-୯ରେ ଗତବର୍ଷ ଜଲଓ୍ବା ଦେଖାଇଥିବା ଓଡ଼ିଶାର ବିଶ୍ୱଜିତ୍‌ ମହାପାତ୍ର ପୁଣିଥରେ ସିଜନ୍‌-୧୦ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଓ୍ବିକେଣ୍ଡରେ ଟେଲିଭିଜନ ପରଦାକୁ ଆସିବାକୁ ଥିବା ଏହି ରିୟାଲିଟି ଶୋ’ର ଅଡିଶନ ରାଉଣ୍ଡରେ ବିଶ୍ୱଜିତ୍‌ ବିଚାରକଙ୍କ ହୃଦୟ ଜିତିଛନ୍ତି, ଯାହାକି ରିଲିଜ ହୋଇଥିବା ଶୋ’ର ଏକ ପ୍ରମୋଶନାଲ ଭିଡିଓରେ ଦେଖିବାକୁ ମିଳିଛି।

ଫିଲ୍ମ ଫ୍ରାଇଡେ: ରିଲିଜ ହେବ ‘ହନୁମାନ ଭର୍ସେସ୍‌ ମହିରାବଣ’

ଫିଲ୍ମ ଫ୍ରାଇଡେ: ରିଲିଜ ହେବ ‘ହନୁମାନ ଭର୍ସେସ୍‌ ମହିରାବଣ’

ଭୁବନେଶ୍ୱର,୬।୭(ବ୍ୟୁରୋ): ଗତ ସପ୍ତାହରେ ରିଲିଜ ହୋଇଥିବା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ‘ସଞ୍ଜୁ’ ହାଉସ୍‌ଫୁଲରେ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହରେ କୌଣସି ବଲିଉଡ୍‌ ରିଲିଜ ପରଦାକୁ ଆସୁନି। ତେଣୁ ଏ ସପ୍ତାହରେ ମଧ୍ୟ ପ୍ରତ୍ୟେକ ସିନେମା ହଲ୍‌ରେ ‘ସଞ୍ଜୁ’ ଏକାଧିକ ଶୋ’ରେ ପ୍ରଦର୍ଶନ ହେବ।

ବିବାଦରେ ‘ସତ୍ୟମେବ ଜୟତେ’

ବିବାଦରେ ‘ସତ୍ୟମେବ ଜୟତେ’

ବମ୍ବେ: ଜନ୍‌ ଆବ୍ରାହମଙ୍କ ଅପ୍‌ କମିଙ୍ଗ ବଲିଉଡ ମୁଭି ‘ସତ୍ୟମେବ ଜୟତେ’କୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ଫିଲ୍ମକୁ ହାଇଦ୍ରାବାଦରେ ଶିୟା କମ୍ୟୁନିଟି ବିରୋଧ କରିଛି।

ପୁଣି ଥରେ ବାପା ହେଲେ ଜୁନିୟର ‘ଏନ୍‌ଟିଆର୍‌’: ପ୍ରଶଂସକଙ୍କ ସହ ବାଣ୍ଟିଲେ ଖୁସି

ପୁଣି ଥରେ ବାପା ହେଲେ ଜୁନିୟର ‘ଏନ୍‌ଟିଆର୍‌’: ପ୍ରଶଂସକଙ୍କ ସହ ବାଣ୍ଟିଲେ ଖୁସି

ହାଇଦ୍ରାବାଦ: ଟଲିଉଡ ଜଗତର ଲୋକପ୍ରିୟ ଅଭିନେତା ଜୁନିୟର ଏନ୍‌ଟିଆର୍‌ ପୁଣି ଥରେ ବାପା ହୋଇଛନ୍ତି। କିଛି ଦିନ ତଳେ ସେ ନିଜର ଏହି ଖୁସିକୁ ସମସ୍ତ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ଏବେ ସେ ନିଜର ପୁଅର ନାମକରଣ କରିବା ସହ କିଛି ଫଟୋ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଜୁନିୟର ଏନ୍‌ଟିଆର ପୁଅଙ୍କ ନାମ ରଖିଛନ୍ତି ‘ଭାର୍ଗବ ରାମ’।

ନୂଆ ସିନେମା: ଏକ୍ସକ୍ୟୁଜ୍‌ ମି

ନୂଆ ସିନେମା: ଏକ୍ସକ୍ୟୁଜ୍‌ ମି

ଆମ ସମାଜରେ ଏବେ ବି କେତେକ ଅନ୍ଧବିଶ୍ୱାସ, କୁସଂସ୍କାର ରହିଛି। ତାହାକୁ ଆଧାର କରି ସଞ୍ଜୟ ମହାକୁଡଙ୍କ ରଚିତ କାହାଣୀକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରିଛନ୍ତି ଅଭିନେତା-କମ୍‌-ପ୍ରଯୋଜକ ରୋନକ ସାହୁ। ଏହାବ୍ୟତୀତ ଏଥିରେ ନାରୀ ସଶକ୍ତୀକରଣର ଝଲକ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ରୋନକ୍‌।

ଚମକିବେ ପୂଜାରାଣୀ

ଚମକିବେ ପୂଜାରାଣୀ

ଶିଶୁ କଳାକାର ଭାବରେ ସେ ଆରମ୍ଭ କରିଥିଲେ ନିଜର ଅପେରା କ୍ୟାରିୟର। ଅଷ୍ଟଶମ୍ଭୁ ଗଣନାଟ୍ୟରେ ତାଙ୍କୁ ମିଳିଥିଲା ଏପରି ସୁଯୋଗ। ତାହାକୁ ସଦୁପଯୋଗ କରି ସେ ଆଗେଇ ଚାଲିଛନ୍ତି ନିଜର ଲକ୍ଷ୍ୟ ପଥରେ। ଭୂମିକାଟି ଯାହା ହେଉନା କାହିଁକି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ତାଙ୍କର ମୂଳ ଲକ୍ଷ୍ୟ। ବର୍ତ୍ତମାନ ଓଡ଼ିଆ ଯାତ୍ରା ଜଗତର ସେ ଜଣେ ଆଗଧାଡ଼ିର ଖଳନାୟିକା ଭାବରେ ପରିଗଣିତ।

ସତ ହେଲା ରଣବୀରଙ୍କ ଆକଳନ

ସତ ହେଲା ରଣବୀରଙ୍କ ଆକଳନ

ରଣବୀର କପୁର ଯାହା ଆକଳନ କରିଥିଲେ ତାହା ସତରେ ପରିଣତ ହୋଇଛି। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ଅଳ୍ପ ଦିନ ଭିତରେ ବଲିଉଡ୍‌ରେ ରେକର୍ଡ ସୃଷ୍ଟି କରିବ-ଏଭଳି ପୂର୍ବାନୁମାନ କରିଥିଲେ ଏହାର ଟାଇଟଲ ଭୂମିକାରେ ଅଭିନୟ କରିଥିବା ରଣବୀର। ପ୍ରଥମ ସପ୍ତାହରେ ଏହା ଚଳିତବର୍ଷର ବିଗେଷ୍ଟ ଓପନର ଭାବରେ ପରିଗଣିତ ହୋଇଛି।

ଅଭିନେତ୍ରୀ ହୋଇ ନ ଥିଲେ ବ୍ୟାଡ୍‌ମିଣ୍ଟନ ଖେଳାଳି ହୋଇଥାନ୍ତେ

ଅଭିନେତ୍ରୀ ହୋଇ ନ ଥିଲେ ବ୍ୟାଡ୍‌ମିଣ୍ଟନ ଖେଳାଳି ହୋଇଥାନ୍ତେ

ବଲିଉଡ୍‌ରେ ବର୍ତ୍ତମାନ ଅନ୍ୟତମ ଆଗଧାଡ଼ିର ନାୟିକା ଭାବରେ ପରିଗଣିତ ହୋଇଥାଆନ୍ତି ଦୀପିକା ପାଦୁକୋନ୍‌। ‘ପଦ୍ମାବତ୍‌’ ପାଇଁ ସେ ସର୍ବାଧିକ ୧୨କୋଟି ପାରିଶ୍ରମିକ ଆକାରରେ ନେଇଥିଲେ ବୋଲି ଶୁଣାଯାଏ। ଏହି ବ୍ୟସ୍ତତମ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଏବଂ ଅଭିନୟ ଜୀବନ ସମ୍ପର୍କରେ...

ଆସୁଛି ମଲାଲାଙ୍କ ବାୟୋପିକ୍‌: ରିଲିଜ୍‌ ହେଲା ମୋଶନ୍‌ ପୋଷ୍ଟର

ଆସୁଛି ମଲାଲାଙ୍କ ବାୟୋପିକ୍‌: ରିଲିଜ୍‌ ହେଲା ମୋଶନ୍‌ ପୋଷ୍ଟର

ବମ୍ବେ: ବର୍ତ୍ତମାନ ବଲିଉଡ୍‌ରେ ବାୟୋପିକ୍‌ କିମ୍ବା ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରର ନିର୍ମାଣ ଅଧିକ ହେଉଥିବା ଦେଖିବାକୁ ମିଳୁଛି। ଦର୍ଶକଙ୍କ ମହଲରେ ମଧ୍ୟ ଏହା ବେଶ୍‌ ଆଦୃତ ହୋଇପାରୁଛି। ‘ରାଜି’, ‘ପରମାଣୁ’ ଓ ‘ସଞ୍ଜୁ’ ପରଦା ଉପରେ ରାଜ୍‌ କରିଥିବାବେଳେ ‘ସୁରମା’, ‘ଗୋଲ୍ଡ’ ଏବଂ ‘ମଣିକର୍ଣ୍ଣିକା-ଦ କ୍ୱିନ୍‌ ଅଫ୍‌ ଝାନ୍ସି’ ଭଳି ଚଳଚ୍ଚିତ୍ର ରିଲିଜ୍‌ ଅପେକ୍ଷାରେ ରହିଛି।

କ୍ୟାନ୍‌ସର କବଳରେ ସୋନାଲି

କ୍ୟାନ୍‌ସର କବଳରେ ସୋନାଲି

ବମ୍ବେ: ବଲିଉଡ୍‌ ଫ୍ୟାନ୍‌ଙ୍କ ଲାଗି ପୁଣି ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି। ଅଭିନେତା ଇର୍‌ଫାନ୍‌ ଖାଁ ବିରଳ କ୍ୟାନ୍‌ସର ସହ ସଂଘର୍ଷ କରୁଥିବାବେଳେ ଏବେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ଖୋଦ୍‌ ସୋନାଲି ଟୁଇଟର୍‌ର ଏକ ପୋଷ୍ଟ ଦ୍ୱାରା ସୂଚନା ଦେଇଛନ୍ତି।

ଚାକରାଣୀ  ଆଣିଲେ ନିର୍ଯାତନା ଅଭିଯୋଗ:କିମ୍‌ ଶର୍ମାଙ୍କ ନାମରେ ମାମଲା

ଚାକରାଣୀ ଆଣିଲେ ନିର୍ଯାତନା ଅଭିଯୋଗ:କିମ୍‌ ଶର୍ମାଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଅନେକ ଦିନ ପରେ ବଲିଉଡ୍‌ ଅଭିନେତ୍ରୀ କିମ୍‌ ଶର୍ମା ଖବରର ଶିରୋନାମାରେ ସ୍ଥାନ ପାଇଛନ୍ତି। କିନ୍ତୁ କୌଣସି ଭଲ କାରଣରୁ ନୁହେଁ। ଚାକରାଣୀ ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ପରେ କିମ୍‌ଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଅଭିନେତ୍ରୀଙ୍କ ଘରେ କାମ କରୁଥିବା ଇସ୍ତହର ଖେସ୍‌ ନାମ୍ନୀ ମହିଳା ଗତ ଜୁନ୍‌ ୨୭ରେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ବଲିଉଡ୍‌ରେ କାଷ୍ଟିଂ କାଉଚ୍‌: ଗୁମର ଖୋଲିଲେ ମଲ୍ଲିକା

ବଲିଉଡ୍‌ରେ କାଷ୍ଟିଂ କାଉଚ୍‌: ଗୁମର ଖୋଲିଲେ ମଲ୍ଲିକା

ବମ୍ବେ: ଫିଲ୍ମ ଦୁନିଆରେ କାଷ୍ଟିଂ କାଉଚ୍‌ ନୂଆ କଥା ନୁହେଁ। ଦୀର୍ଘବର୍ଷ ହେଲା ଅନେକ ଅଭିନେତ୍ରୀ ଏହାର ଶିକାର ହେଉଛନ୍ତି। ବଡ଼ ପରଦାରେ ନାୟିକା ବନିବାର ସୁଯୋଗ ଦେବା ବଦଳରେ ଯୌନ ଶୋଷଣ କରୁଥିବା ଅନ୍ତର୍ଜାତୀୟ ସ୍ତରର କଳାକାରଙ୍କ ବିରୋଧରେ କ୍ୟାମ୍ପେନ୍‌ ଚାଲିଛି। ଏତିକିବେଳେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ୍‌ ବଲିଉଡ୍‌ରେ କାଷ୍ଟିଂ କାଉଚ୍‌କୁ ନେଇ ନିଜର ଅନୁଭୂତି ସମ୍ପର୍କରେ ମୁହଁ ଖୋଲିଛନ୍ତି।

ବଲିଉଡରେ ପୋଲ ଡ୍ୟାନ୍ସ

ବଲିଉଡରେ ପୋଲ ଡ୍ୟାନ୍ସ

ବମ୍ବେ: ବି-ଟାଉନ୍‌ରେ ଏବେ ଆରମ୍ଭ ହୋଇଛି ପୋଲ ଡ୍ୟାନ୍ସ ଟ୍ରେଣ୍ଡ। ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କଠାରୁ ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ଏବେ ପହଞ୍ଚିଛି କୃତି ଖରବନ୍ଦାଙ୍କ ନିକଟରେ।

ଦୁବାଇରେ ‘ସଞ୍ଜୁ’ ପାଇଁ ଦର୍ଶକ ଦିଓ୍ବାନା: ୨୪ ଘଣ୍ଟା ଚାଲୁଛି ‘ଶୋ’

ଦୁବାଇରେ ‘ସଞ୍ଜୁ’ ପାଇଁ ଦର୍ଶକ ଦିଓ୍ବାନା: ୨୪ ଘଣ୍ଟା ଚାଲୁଛି ‘ଶୋ’

ବମ୍ବେ: ସୁପରଷ୍ଟାର ତଥା ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’ ପରଦାକୁ ଆସିବା ପରେ ଧୁମ୍‌ ମଚାଇବାରେ ଲାଗିଛି। ଦେଶ ତଥା ବିଦେଶରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ କ୍ରେଜ ଦେଖିବାକୁ ମିଳୁଛି। ଦୁବାଇରେ ମଧ୍ୟ ଏହା ଭଲ ପଦର୍ଶନ କରିବା ପରେ ସରକାରଙ୍କ ତରଫରୁ ୨୪ ଘଣ୍ଟା ଧରି ସିନେମାହଲ୍‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଟେଲିଭିଜନରେ ହୁମା

ଟେଲିଭିଜନରେ ହୁମା

ବମ୍ବେ: ଟେଲିଭିଜନ ଦୁନିଆରେ ପଦାର୍ପଣ କଲେ ଫିଲ୍ମ ଅଭିନେତ୍ରୀ ହୁମା କୁରେସୀ। ଜି ଟିଭିରେ ପ୍ରସାରିତ ହେବାକୁ ଥିବା ରିଏଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ରାମେବାଜ୍‌’ରେ ବିଚାରକ ମଣ୍ଡଳୀରେ ସ୍ଥାନ ପାଇଛନ୍ତି ହୁମା। ଏହା ହେବ ହୁମାଙ୍କ ପ୍ରଥମ ଟେଲିଭିଜନ୍‌ କାର୍ଯ୍ୟକ୍ରମ।

ଇଟାଲୀରେ ବିବାହ କରିବେ ‘ଦୀପ୍‌ବୀର’

ଇଟାଲୀରେ ବିବାହ କରିବେ ‘ଦୀପ୍‌ବୀର’

ବମ୍ବେ: ବଲିଉଡ୍‌ର ବହୁଚର୍ଚ୍ଚିତ ପ୍ରେମୀଯୁଗଳ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ନିଜ ସମ୍ପର୍କ ବିଷୟରେ ସର୍ବଦା ଜନସାଧାରଣଙ୍କ ସମ୍ମୁଖରେ ମୌନ ରହିଥାନ୍ତି। ବିବାହକୁ ନେଇ ଚର୍ଚ୍ଚା ଉପରେ ମଧ୍ୟ ସେମାନେ ଚୁପ୍‌। ଏହି ସେଲିବ୍ରିଟି ଯୋଡ଼ିକୁ ନେଇ ଗଣମାଧ୍ୟମରେ ଚାଲିଥିବା ସଦ୍ୟ ଚର୍ଚ୍ଚା ମୁତାବକ ‘ଦୀପବୀର’ (ଦୀପିକା ଏବଂ ରଣବୀର) ନଭେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ସବୁ ରେକର୍ଡକୁ ପଛରେ ପକାଇଲା ‘ସଞ୍ଜୁ’

ସବୁ ରେକର୍ଡକୁ ପଛରେ ପକାଇଲା ‘ସଞ୍ଜୁ’

ବମ୍ବେ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ବଲିଉଡର ରେକର୍ଡ ବ୍ରେକର୍‌ ଫିଲ୍ମର ମାନ୍ୟତା ପାଇଛି। ଧମାକାଦାର ଏଣ୍ଟ୍ରି ସାଙ୍ଗକୁ ପ୍ରଥମ ଦିନର ଆୟରେ ରେକର୍ଡ କରିଛି ଏହି ଫିଲ୍ମ।

ଇର୍‌ଫାନ୍‌ଙ୍କୁ ଆଇକନ୍‌ ଆଓ୍ବାର୍ଡ

ଇର୍‌ଫାନ୍‌ଙ୍କୁ ଆଇକନ୍‌ ଆଓ୍ବାର୍ଡ

ଲଣ୍ଡନ: ଭାରତୀୟ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର କଳାକାର ଇର୍‌ଫାନ ଖାନ୍‌ଙ୍କୁ ବିଦେଶ ମାଟିରେ ସମ୍ମାନ ମିଳିଛି। ବ୍ରିଟେନ୍‌ର ଲଣ୍ଡନଠାରେ ଅନୁଷ୍ଠିତ ‘ଲଣ୍ଡନ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ’ (ଏଲ୍‌ଆଇଏଫ୍‌ଏଫ୍‌)ରେ ତାଙ୍କୁ ‘ସ୍ପେଶାଲ୍‌ ଆଇକନ୍‌ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ବିରଳ କର୍କଟ ରୋଗରେ ପୀଡ଼ିତ ଇର୍‌ଫାନ ଏବେ ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

୧୫ କିଲୋର କଷ୍ଟ୍ୟୁମ ପିନ୍ଧି ଡ୍ୟାନ୍ସ କଲେ ଗୌହର

୧୫ କିଲୋର କଷ୍ଟ୍ୟୁମ ପିନ୍ଧି ଡ୍ୟାନ୍ସ କଲେ ଗୌହର

ବମ୍ବେ: ବଲିଉଡ ଅଭିନେତ୍ରୀ ଗୌହର ଖାନ୍‌ ତାଙ୍କ ଅପ୍‌କମିଙ୍ଗ ଫିଲ୍ମର ସ୍ପେଶାଲ ଡ୍ୟାନ୍ସ ନମ୍ବରକୁ ନେଇ ଏବେ ଚର୍ଚ୍ଚାରେ। ଅବଶ୍ୟ ଏଥିପାଇଁ ସେ ବହୁ ପରିଶ୍ରମ କରିଛନ୍ତି।

ବଲିଉଡ୍‌ର ନିର୍ଭୀକ ନାୟିକା

ବଲିଉଡ୍‌ର ନିର୍ଭୀକ ନାୟିକା

ବମ୍ବେ: ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ନିର୍ଭୀକ ଅଭିନେତ୍ରୀ ହେଉଛନ୍ତି ସ୍ବରା ଭାସ୍କର। ଯେତେବେଳେ ଯାହା କିଛି ଅଡ଼ୁଆ ଲାଗେ ନିର୍ଭୀକ ଢଙ୍ଗରେ ତାକୁ ବିରୋଧ କରିଥାନ୍ତି ସେ। ସାମ୍ନାପଟ ବ୍ୟକ୍ତି ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି ମୁହଁତୋଡ଼ ଜବାବ ଦେବାରେ କେବେ ପଛଘୁଞ୍ଚା ଦେଇ ନ ଥାନ୍ତି ଏହି ଅଭିନେତ୍ରୀ ଜଣକ।

ସେଲିବ୍ରିଟିଙ୍କ ହିଡେନ୍‌ ଟ୍ୟାଲେଣ୍ଟ

ସେଲିବ୍ରିଟିଙ୍କ ହିଡେନ୍‌ ଟ୍ୟାଲେଣ୍ଟ

ରୁପେଲି ପରଦା ଉପରେ ନିଜର ଆକ୍ସନ, ଇମୋଶନ୍‌ରେ ମନ ଜିଣୁଥିବା ସେଲିବ୍ରିଟିଙ୍କ ଅଭିନୟ ଦକ୍ଷତାକୁ ତ ସମସ୍ତେ ଦେଖିଛନ୍ତି। ତେବେ ତାଙ୍କ ମଧ୍ୟରେ ଆହୁରି ବି ଅନେକ ଦକ୍ଷତା ଲୁଚି ରହିଛି, ଯାହା ଲୋକଲୋଚନଠୁ ଅଗୋଚରରେ ରହିଥାଏ। ଜାଣନ୍ତୁ ସେମିତି କେତେଜଣ ଲୋକପ୍ରିୟ ସେଲିବ୍ରିଟିଙ୍କ ହିଡେନ୍‌ ଟ୍ୟାଲେଣ୍ଟ ସମ୍ପର୍କରେ...

ବମ୍ବେରୁ ସିଧା ବ୍ରାଜିଲ ଉଡିଗଲେ ପ୍ରିୟଙ୍କା-ନିକ୍‌

ବମ୍ବେରୁ ସିଧା ବ୍ରାଜିଲ ଉଡିଗଲେ ପ୍ରିୟଙ୍କା-ନିକ୍‌

ବମ୍ବେ: କିଛିଦିନ ହେବ ବଲିଉଡ କୁଇନ୍‌ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପୁରୁଷ ବନ୍ଧୁ ନିକ୍‌ ଜୋନ୍ସଙ୍କୁ ନେଇ ଚର୍ଚ୍ଚା ହେଉଛି। ନିକଟରେ ମା’ଙ୍କ ସହ ସାକ୍ଷାତ କରାଇବାକୁ ପ୍ରିୟଙ୍କା ନିକ୍‌ଙ୍କୁ ଆମେରିକାରୁ ଇଣ୍ଡିଆ ନେଇ ଆସିଥିଲେ।

ମନ ଜିଣିଲେ ରଣବୀର: ୨୦୧୮ର ଶ୍ରେଷ୍ଠ ଓପନର୍‌ ଚଳଚ୍ଚିତ୍ର  ‘ସଞ୍ଜୁ’

ମନ ଜିଣିଲେ ରଣବୀର: ୨୦୧୮ର ଶ୍ରେଷ୍ଠ ଓପନର୍‌ ଚଳଚ୍ଚିତ୍ର ‘ସଞ୍ଜୁ’

ବମ୍ବେ: ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ନିର୍ମିତ ‘ସଞ୍ଜୁ’ ୨୦୧୮ର ବହୁଚର୍ଚ୍ଚିତ ଫିଲ୍ମର ମାନ୍ୟତା ପାଇବା ସହ ବର୍ଷର ଶ୍ରେଷ୍ଠ ଓପନର୍‌ ଚଳଚ୍ଚିତ୍ର ବିବେଚିତ ମଧ୍ୟ ହୋଇଛି। ବଲିଉଡ୍‌ର ବହୁ ବିବାଦୀୟ ଅଭିନେତା ସଞ୍ଜୟଙ୍କ ବାୟୋପିକ୍‌ ଶୁକ୍ରବାର ରିଲିଜ୍‌ ହେବାର ପ୍ରଥମ ଦିନରେ ୪୦ କୋଟି ଆୟ କରିଥିବା ଅନୁମାନ କରାଯାଉଛି। ସପ୍ତାହ ଶେଷ ବେଳକୁ ଏହା ୧୦୦ କୋଟି ଟପିଯିବ ବୋଲି ଫିଲ୍ମ ବ୍ୟବସାୟ ସମୀକ୍ଷକ ତରନ୍‌ ଆଦର୍ଶ ସୂଚନା ଦେଇଛନ୍ତି।

ମୁହଁ ଖୋଲିଲେ ଦୀପିକା

ମୁହଁ ଖୋଲିଲେ ଦୀପିକା

ବମ୍ବେ: ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ୍‌। ଅଭିନେତା ରଣବୀର ସିଂଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା। ଉଭୟଙ୍କ ନିର୍ବନ୍ଧ ଗୁଜବ ଗଣମାଧ୍ୟମ ଶିରୋନାମାରେ ରହିଥିବାବେଳେ ଏ ନେଇ ପ୍ରଥମକରି ମୁହଁ ଖୋଲିଛନ୍ତି ‘ପଦ୍ମାବତ୍‌’ ଅଭିନେତ୍ରୀ।