ମନୋରଞ୍ଜନ

ଟୋକାଟା ଫସିଗଲା

ଟୋକାଟା ଫସିଗଲା

ସିଦ୍ଧାର୍ଥ ଟିଭି ଆଣ୍ଡ ସାର୍ଥକ ମ୍ୟୁଜିକ୍‌ ବ୍ୟାନରରେ ତଥା ସୀତାରାମ ଅଗ୍ରଓ୍ବାଲ ଏବଂ ନମିତା ଅଗ୍ରଓ୍ବାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’। ଏହି ଫିଲ୍ମରେ ବୈଦନାଥ ଦାଶଙ୍କ ସ୍ବର ସଂଯୋଜିତ ‘ହ୍ବାଟ୍‌ ଇଜ୍‌ ଦିସ୍‌-ଦିସ୍‌ ଇଜ୍‌ ମାୟାରେ ବାୟା’ ଗୀତ ଗତ କିଛି ସପ୍ତାହ ପୂର୍ବରୁ ଭାଇରାଲ ହୋଇସାରିଛି।

କିଏ ହେବ ମଧୁବାଲା

କିଏ ହେବ ମଧୁବାଲା

ବଲିଉଡ୍‌ରେ ବାୟୋପିକ୍‌ ତାଲିକା ସତେ ଯେମିତି ଲମ୍ବି ଚାଲିଛି। ମେରି କମ୍‌, ସରବଜିତ୍‌ ସିଂ, ମହେନ୍ଦ୍ର ସିଂ ଧୋନି, ମିଲ୍‌ଖା ସିଂ ଏବଂ ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହିନ୍ଦୀ ସିନେମା ଦର୍ଶକଙ୍କୁ ପ୍ରଭାବିତ କରିସାରିଛି। ଏବେ ଏହି ତାଲିକାରେ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କ ନାମ ସାମିଲ କରାଯାଇଛି।

କ୍ଷଣକୋପୀ ପ୍ରିୟଙ୍କା

କ୍ଷଣକୋପୀ ପ୍ରିୟଙ୍କା

ବାପ୍‌ରେ କି ରାଗ! ପ୍ରଶ୍ନ ପଚାରୁ ପଚାରୁ ମୁହଁ ଯେମିତି ପାଚିଲା ଲଙ୍କା ପରି ଦେଖାଗଲା। ଏହାର ଉତ୍ତର ଦେବେ କ’ଣ, ‘ସରି’ କହି ଚାଲିଯାଇଥିଲେ। କଥାଟି ଏମିତି। ନିକଟରେ ଶପିଂ ପାଇଁ ଏକ ମଲ୍‌କୁ ଯାଇଥିଲେ ପ୍ରିୟଙ୍କା। ସେଠାରୁ ଫେରିବା ସମୟରେ ତାଙ୍କର କେତେଜଣ ପରିଚିତ ସାମ୍ବାଦିକ ବନ୍ଧୁଙ୍କ ସହ ଦେଖା ହୋଇଯାଇଥିଲା।

ମନା କଲେ କ୍ୟାଟ୍ରିନା

ମନା କଲେ କ୍ୟାଟ୍ରିନା

ଯେତେ ବୁଝାଇଲେ କ’ଣ ହେବ। କ୍ୟାଟ୍ରିନାଙ୍କର ଗୋଟିଏ ଜିଦ୍‌- ସେ କଦାପି ଅର୍ଜୁନ କପୁରଙ୍କ ସହ ଅଭିନୟ କରିବେ ନାହିଁ। ସେପଟେ ଅର୍ଜୁନ ମଧ୍ୟ ଏକା କଥା କହୁଛନ୍ତି। ‘ମୁଁ କଦାପି କ୍ୟାଟ୍ରିନାଙ୍କ ସହ ଆକ୍ଟିଂ କରିବି ନାହିଁ। ହେଲେ କାରଣ କ’ଣ ? କ୍ୟାଟ୍ରିନା ହେଉଛନ୍ତି ଅର୍ଜୁନଙ୍କ ରାଖୀ ଭଉଣୀ।

‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ଅଭିନୟ କରିବାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଅନୁପମ

‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ଅଭିନୟ କରିବାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଅନୁପମ

ବମ୍ବେ: ବଲିଉଡ ଅଭିନେତା ଅନୁପମ ଖେର୍‌ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।

ପ୍ରଥମେ ଅନୁଷ୍କା ଶର୍ମା

ପ୍ରଥମେ ଅନୁଷ୍କା ଶର୍ମା

ମୁମ୍ବାଇ: ଲକ୍ଷାଧିକ ଫ୍ୟାନ୍‌ ଫଲୋଇଂ ସହ ନିଃସନ୍ଦେହ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ବହୁଚର୍ଚ୍ଚିତ ଅଭିନେତ୍ରୀ ପାଲଟିଛନ୍ତି ଅନୁଷ୍କା ଶର୍ମା। ଏହି ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଶଂସକମାନେ ଏବେ ତାଙ୍କ ନିକଟତର ହେବା ସହ କଥାବର୍ତ୍ତା ମଧ୍ୟ କରିପାରିବେ। ସିଙ୍ଗାପୁରସ୍ଥିତ ମାଡାମ ତୁସାଡ୍ସ ମ୍ୟୁଜିୟମ୍‌ର କୃପାର ଏହି ସୁଯୋଗ ପାଇପାରିବେ ଅନୁଷ୍କାଙ୍କ ପ୍ରଶଂସକ।

ଏନ୍‌ଟିଆର୍‌ଙ୍କ ବାୟୋପିକ୍‌ରେ ବିଦ୍ୟା ବଲାନ

ଏନ୍‌ଟିଆର୍‌ଙ୍କ ବାୟୋପିକ୍‌ରେ ବିଦ୍ୟା ବଲାନ

ନୂଆଦିଲ୍ଲୀ: ଅଭିନେତା ନନ୍ଦମୁରୀ ବାଲକୃଷ୍ଣ ନିର୍ଦ୍ଦେଶନା ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ସେ ଟଲିଉଡ୍‌ର ଜଣେ ବହୁଚର୍ଚ୍ଚିତ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ, ଏଡିଟର, ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦମୁରୀ ତାରକା ରାମାରାଓ(ଏନ୍‌ଟିଆର୍‌)ଙ୍କ ବାୟୋପିକ୍‌ ନିର୍ମାଣ କରିବାକୁ ଯାଉଛନ୍ତି।

ଚିନ୍ତାରେ ତାପସୀ ପନ୍ନୁ

ଚିନ୍ତାରେ ତାପସୀ ପନ୍ନୁ

ବମ୍ବେ: ଅଭିନେତ୍ରୀ ତାପସୀ ପନ୍ନୁ ଚିନ୍ତାରେ ଅଛନ୍ତି। ତାଙ୍କ ଚିନ୍ତାର କାରଣ ଫିଲ୍ମ କିମ୍ବା ଅନ୍ୟ ନିଜର ବ୍ୟକ୍ତିଗତ କାରଣ ନୁହେଁ। ବରଂ ସାମ୍ପ୍ରତିକ ସାମାଜିକ ସ୍ଥିତି ତାଙ୍କୁ ବ୍ୟଥିତ କରିଛି। ଦେଶରେ ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଥିବା ୩୦ ବର୍ଷୀୟା ଅଭିନେତ୍ରୀ କହିଛନ୍ତି। ତାପସୀଙ୍କ ଅଭିନୀତ ଫିଲ୍ମ ‘ମୁଲ୍କ’ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।

ଜଷ୍ଟିନ୍‌ ବାଇବର-ହେଲିଙ୍କ ନିର୍ବନ୍ଧ

ଜଷ୍ଟିନ୍‌ ବାଇବର-ହେଲିଙ୍କ ନିର୍ବନ୍ଧ

ଲସ୍‌ ଏଞ୍ଜେଲସ: ଲୋକପ୍ରିୟ ପପ୍‌ ଗାୟକ ଜଷ୍ଟିନ୍‌ ବାଇବର ପ୍ରେମିକା ହେଲି ବାଲ୍ଡଓ୍ବିନ୍‌ଙ୍କୁ ବିବାହ କରିବେ। ଦୁହିଁଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇସାରିଛି। ସୋମବାର ଇଣ୍ଟରନେଟ ଏବଂ ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଦିନକ ପରେ ଏହି ଚର୍ଚ୍ଚିତ ଯୋଡ଼ି ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି। ନିକଟରେ ୨୪ ବର୍ଷୀୟ ଜଷ୍ଟିନ୍‌ ବାଇବର ମଡେଲ୍‌ ହେଲିଙ୍କ ସହ ବାହାମାସ୍‌କୁ ଛୁଟି କାଟିବା ପାଇଁ ଯାଇଥିଲେ।

କ୍ୟାନ୍ସର ସହ ଲଢ଼ିବାକୁ ପ୍ରସ୍ତୁତ ହେଲେ ସୋନାଲୀ

କ୍ୟାନ୍ସର ସହ ଲଢ଼ିବାକୁ ପ୍ରସ୍ତୁତ ହେଲେ ସୋନାଲୀ

ବମ୍ବେ: କ୍ୟାନ୍ସର ସହ ଲଢ଼ୁଛନ୍ତି ବଲିଉଡର ଚୁଲବୁଲି ନାୟିକା ସୋନାଲୀ ବେନ୍ଦ୍ରେ। ଏକ ଟେଲିଭିଜନ ଧାରାବାହିକରେ ଜଜ୍‌ ଭୂମିକାରେ ନଜର ଆସିବାକୁ ଥିବା ବେଳେ ହଠାତ୍‌ ସୋନାଲୀଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡ଼ିଥିଲା। ଏପରିକି ସେ ଏହାର ଚତୁର୍ଥ ପର୍ଯ୍ୟାୟରେ ବୋଲି ଡାକ୍ତରମାନେ ଜାଣିବାକୁ ପାଇଛନ୍ତି।

ଆଇଟମ୍‌ ସଙ୍ଗ ଦେଲା ପରିଚୟ

ଆଇଟମ୍‌ ସଙ୍ଗ ଦେଲା ପରିଚୟ

ବମ୍ବେ: ମଲାଇକା ଆରୋରା ଖାଁ। ବଲିଉଡର ଆଇଟମ୍‌ କୁଇନ୍‌। ଅଭିନୟ କରିବା ଲକ୍ଷ୍ୟ ନେଇ ସେ ପାଦ ଦେଇଥିଲେ ବଲିଉଡ ଦୁନିଆରେ। ହେଲେ ନାୟିକା ନୁହେଁ ବରଂ ଆଇଟମ୍‌ ନମ୍ବରରେ ସେ ରୂପେଲି ପରଦାରେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ।

ସୁସ୍ଥ ହୋଇ ଫେରିଲେ ପପୁ

ସୁସ୍ଥ ହୋଇ ଫେରିଲେ ପପୁ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଓଲିଉଡ୍‌ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୀର୍ଘ ଦିନ ଧରି ସେ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଜାହ୍ନବୀଙ୍କ ଇଚ୍ଛା

ଜାହ୍ନବୀଙ୍କ ଇଚ୍ଛା

ମୁମ୍ବାଇ: ନିଜର ଅପ୍‌ କମିଂ ଫିଲ୍ମ ‘ଧଡ଼କ୍‌’ ପାଇଁ ଚର୍ଚ୍ଚା ପରିସରରେ ରହିଛନ୍ତି ବଲିଉଡ୍‌ର ଭେଟେରାନ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ‘ଧଡ଼କ୍‌’ ଫିଲ୍ମ ନେଇ ଲାଗି ରହିଥିବା ହୋହଲ୍ଲା ଭିତରେ ଜାହ୍ନବୀ କହିଛନ୍ତି ଯେ, ଶ୍ରୀଦେବୀଙ୍କ ଝିଅ ଭାବେ ଲୋକଙ୍କଠାରୁ ସେ ଯାହା ଆଶା କରୁଥିଲେ ତାହା ଏଯାଏ ପାଇନାହାନ୍ତି।

ପରଲୋକରେ ଡାକ୍ତର ହାତୀ

ପରଲୋକରେ ଡାକ୍ତର ହାତୀ

ମୁମ୍ବାଇ: ଡାକ୍ତର ହାତୀ ଭାବେ ଦେଶର ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ବିଶିଷ୍ଟ ଟେଲିଭିଜନ୍‌ ଅଭିନେତା କବି କୁମାର ଆଜାଦ୍‌ଙ୍କ ସୋମବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା। ଶ୍ୱାସପ୍ରଶ୍ୱାସ ସମସ୍ୟା ସୃଷ୍ଟି ହେବା ପରେ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍‌ରେ ତାଙ୍କୁ ସ୍ଥାନୀୟ ମୀରାରୋଡ୍‌ ସ୍ଥିତ ଓ୍ବଖାର୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଆଥିୟାଙ୍କ ସହ କମେଡି କରିବେ ନଓ୍ବାଜୁଦ୍ଦିନ

ଆଥିୟାଙ୍କ ସହ କମେଡି କରିବେ ନଓ୍ବାଜୁଦ୍ଦିନ

ବମ୍ବେ: ନିଜର ଭିନ୍ନ ଅଭିନୟ ଶୈଳୀପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକି ଏବେ ଏକ ଭିନ୍ନ ଭୂମିକାରେ ନଜରକୁ ଆସିବେ।

ସଲ୍‌ମାନଙ୍କ ବେବୀ

ସଲ୍‌ମାନଙ୍କ ବେବୀ

ବମ୍ବେ: ଏକଦା ବଲିଉଡ୍‌ର ବହୁଚର୍ଚ୍ଚିତ ପ୍ରେମୀ ଯୁଗଳ ପାଲଟିଥିଲେ ଅଭିନେତା ସଲ୍‌ମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ବ୍ରେକ୍‌ ପରେ ପରସ୍ପରଠୁ ଅଲଗା ଯୋଇ ଯାଇଥିଲେ ଦୁଇ ସେଲିବ୍ରିଟି। କିନ୍ତୁ କିଛିମାସର ବ୍ୟବଧାନ ପରେ ସଲ୍‌ମାନ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତା ହୋଇଥିଲା। ଏବେ ବି ଉଭୟଙ୍କ ଯୋଡ଼ିକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା।

ଅନୁରାଧା, କୁମାର ସାନୁ ସମ୍ମାନିତ

ଅନୁରାଧା, କୁମାର ସାନୁ ସମ୍ମାନିତ

ଲଣ୍ଡନ: ବ୍ରିଟେନ୍‌ ପାର୍ଲାମେଣ୍ଟରେ ସମ୍ମାନିତ ହେଲେ ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୌଡ଼ଓ୍ବାଲ୍‌ ଏବଂ ଗାୟକ କୁମାର ସାନୁ। ବ୍ରିଟେନ୍‌ ହାଉସ୍‌ ଅଫ୍‌ ପାର୍ଲାମେଣ୍ଟରେ ଇଣ୍ଡୋ-ବ୍ରିଟିଶ ସର୍ବଦଳୀୟ ସଂସଦୀୟ ଗୋଷ୍ଠୀ ଉଭୟଙ୍କୁ ସମ୍ମାନିତ କରିଛନ୍ତି। ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ସମ୍ମାନିତ କରାଯାଇଥିବା ଜଣାପଡ଼ିଛି।

ୟେ ଦୁନିଆ ଅଗର ମିଲ୍‌ ଭି ଯାଏ ତୋ କ୍ୟା ହୈ...

ୟେ ଦୁନିଆ ଅଗର ମିଲ୍‌ ଭି ଯାଏ ତୋ କ୍ୟା ହୈ...

ବମ୍ବେ,୯।୭: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଅଭିନେତା ଗୁରୁ ଦତ୍ତ ୧୯୨୫ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। କର୍ନାଟକର ବାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ବଲିଉଡ୍‌ରେ ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସଫଳତା ହାସଲ କରିଥିଲେ।

‘ଭାରତ’ ପାଇଁ ପ୍ରିୟଙ୍କା ନେବେ ୬.୫୦ କୋଟି

‘ଭାରତ’ ପାଇଁ ପ୍ରିୟଙ୍କା ନେବେ ୬.୫୦ କୋଟି

ବମ୍ବେ: ବଲିଉଡ କୁଇନ୍‌ ପ୍ରିୟଙ୍କା ଚୋପ୍ରା ଅପ୍‌ କମିଙ୍ଗ ଫିଲ୍ମ ‘ଭାରତ’ସହ ପୁଣି ଥରେ ବଲିଉଡକୁ ଏଣ୍ଟ୍ରି କରୁଛନ୍ତି। ତାଙ୍କ ଅଭିନୟକୁ ନେଇ ଏବେ ଯେତିକି ଚର୍ଚ୍ଚା ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଏହି ଫିଲ୍ମ ପାଇଁ ସେ ନେଉଥିବା ପାରିଶ୍ରମିକକୁ ନେଇ।

ଚର୍ଚ୍ଚାରେ ଉର୍ବଶୀଙ୍କ ବେଲୀ ଡ୍ୟାନ୍ସ

ଚର୍ଚ୍ଚାରେ ଉର୍ବଶୀଙ୍କ ବେଲୀ ଡ୍ୟାନ୍ସ

ବମ୍ବେ: ବଲିଉଡ୍‌ର ଜଣେ ବହୁଚର୍ଚ୍ଚିତ ସୁନ୍ଦରୀ ହେଉଛନ୍ତି ଉର୍ବଶୀ ରେତୁଲା। ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ନୁହନ୍ତି, ସୌନ୍ଦର୍ଯ୍ୟ ଏବଂ ବୋଲ୍ଡ ଅନ୍ଦାଜ୍‌କୁ ନେଇ ସୋସିଆଲ୍‌ ମିଡିଆରେ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଥାନ୍ତି ଉର୍ବଶୀ। ନିଜର ସେକ୍ସି ମୁଭ୍‌ ପାଇଁ ପୁଣିଥରେ ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟିଛନ୍ତି ସେ।

ରିଲିଜ୍‌ ହେଲା ‘ଗୋଲ୍ଡ’ର ପ୍ରଥମ ଗୀତ

ରିଲିଜ୍‌ ହେଲା ‘ଗୋଲ୍ଡ’ର ପ୍ରଥମ ଗୀତ

ବମ୍ବେ: ଅକ୍ଷୟ କୁମାରଙ୍କ ଷ୍ଟାର୍‌କାଷ୍ଟର ମୁଭି ‘ଗୋଲ୍ଡ’ର ପ୍ରଥମ ଗୀତ ‘ନୈନୋ ନେ ବାନ୍ଧି’ ରିଲିଜ୍‌ ହୋଇଛି। ଜି ମ୍ୟୁଜିକ୍‌ କମ୍ପାନୀର ଭେରିଫାଏଡ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାକୁ ଅପ୍‌ଲୋଡ୍‌ କରାଯାଇଛି।

୨୦୦ କୋଟି କ୍ଲବ୍‌ରେ ‘ସଞ୍ଜୁ’

୨୦୦ କୋଟି କ୍ଲବ୍‌ରେ ‘ସଞ୍ଜୁ’

ବମ୍ବେ: ୨୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ବଲିଉଡ୍‌ର ବିବାଦୀୟ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ନିର୍ମିତ ଫିଲ୍ମ‘ସଞ୍ଜୁ’। ମାତ୍ର ୭ ଦିନ ମଧ୍ୟରେ ଅତି ସହଜରେ ଏହା ୨୦୨.୫୧ କୋଟି ଟଙ୍କା ଆୟ କରିଛି।

ଆସିଲା ସନ୍ନିଙ୍କ ବାୟୋପିକ୍‌ ଟ୍ରେଲର୍‌

ଆସିଲା ସନ୍ନିଙ୍କ ବାୟୋପିକ୍‌ ଟ୍ରେଲର୍‌

ବମ୍ବେ: ଅଭିନେତ୍ରୀ ସନ୍ନି ଲିଓନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଓ୍ବେବ୍‌ ସିରିଜ୍‌ ‘କରିନ୍‌ଜିତ୍‌ କୌର୍‌: ଅନ୍‌ଟୋଳ୍ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’ର ଟ୍ରେଲର୍‌ ଶୁକ୍ରବାର ରିଲିଜ୍‌ ହୋଇଛି। କାନାଡାରେ ବସବାସ କରୁଥିବା ଶିଖ୍‌ ମଧ୍ୟବିତ୍ତ ପରିବାରର ଜଣେ ସାଧାରଣ ଯୁବତୀ କିରନ୍‌ଜିତ୍‌ କିଭଳି ଭାବେ ପର୍ନ ଷ୍ଟାର୍‌ରୁ ବଲିଉଡ୍‌ ବ୍ୟୁଟି ସନ୍ନି ଲିଓନରେ ରୂପାନ୍ତରିତ ହୋଇଛନ୍ତି ତାହା ହେଉଛି ବାୟୋପିକ୍‌ର ମୁଖ୍ୟ ବିଷୟବସ୍ତୁ।

ଆୟେଶାଙ୍କୁ ଧମକ

ଆୟେଶାଙ୍କୁ ଧମକ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଆୟେଶା ଟାକିଆଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ସମାଜବାଦୀ ପାର୍ଟି ନେତା ଅବୁ ଆଜ୍‌ମୀଙ୍କ ପୁଅ ତଥା ଆୟେଶାଙ୍କ ସ୍ବାମୀ ଫର୍‌ହାନ ଏ ନେଇ ପୋଲିସଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେହି ଜଣେ ବ୍ୟକ୍ତି ଆୟେଶାଙ୍କ ଫୋନ୍‌ ନମ୍ବର ପାଇବା ପରେ ତାଙ୍କୁ ହଇରାଣ ହରକତ କରୁଛନ୍ତି, ଧମକ ଦେଉଛନ୍ତି। ମାନସିକ ନିର୍ଯାତନା ଦେଉଛନ୍ତି। କେବଳ ସେତିକି ନୁହେଁ ଆୟେଶା ଯେଉଁଆଡ଼େ ଗଲେ ତାଙ୍କୁ ପିଛା କରି ମଧ୍ୟ କରୁଛନ୍ତି।