ଅନ୍ତର୍ଜାତୀୟ

୫୧ ତାଲିବାନୀ ନିହତ

୫୧ ତାଲିବାନୀ ନିହତ

କାବୁଲ,୪।୮: ଆଫଗାନିସ୍ତାନର କୁନାର ପ୍ରୋଭିନ୍ସର ପୂର୍ବପ୍ରାନ୍ତରେ ଜାରି ରହିଥିବା କୋମ୍ବାଟ ଅପରେଶନରେ ଅଦ୍ୟାବଧି ୫୧ ତାଲିବାନୀ ବିଦ୍ରେହୀଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ କମାଣ୍ଡର ରହିଥିବା ଜଣାପଡ଼ିଛି।

ହେଲିକପ୍ଟର ଦୁର୍ଘଟଣାରେ ୧୮ ମୃତ

ହେଲିକପ୍ଟର ଦୁର୍ଘଟଣାରେ ୧୮ ମୃତ

ସାଇବେରିଆ,୪।୮: ସାଇବେରିଆର କ୍ରାସ୍ନୋୟାର୍କ୍ସ ଅଞ୍ଚଳରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩ ପାଇଲଟଙ୍କ ସମେତ ମୋଟ ୧୮ ଜଣଙ୍କ ମୃତ୍ୟୁ ଘଟିଛି।

ଇବୋଲା କବଳରୁ କଙ୍ଗୋକୁ ରକ୍ଷା କରିବା କଷ୍ଟକର ବ୍ୟାପାର: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ

ଇବୋଲା କବଳରୁ କଙ୍ଗୋକୁ ରକ୍ଷା କରିବା କଷ୍ଟକର ବ୍ୟାପାର: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ

ଜେନିଭା,୪।୮: କଙ୍ଗୋର ପୂର୍ବାଞ୍ଚଳରେ ଏବେ ଦେଖାଦେଇଥିବା ଇବୋଲା କବଳରୁ ସେଠାକାର ଅଧିବାସୀଙ୍କୁ ରକ୍ଷା କରିବା କଷ୍ଟକର ବ୍ୟାପାର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପ୍ରକାଶ କରିଛି। ସେଠାକାର ଅବ୍ୟବସ୍ଥା ଏବଂ ଦ୍ୱନ୍ଦ୍ୱ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

ଦୁଃଖ ପ୍ରକାଶ କଲେ ମଲାଲା

ଦୁଃଖ ପ୍ରକାଶ କଲେ ମଲାଲା

ଗିଲଗିଟ-ବାଲଟିସ୍ତାନ,୪।୮: ପାକିସ୍ତାନର ଗିଲଗିଟ-ବାଲଟିସ୍ତାନରେ ଗୁରୁବାର ବିଳମ୍ବିତ ରାତିରେ ୧୨ଟି ବାଳିକା ବିଦ୍ୟାଳୟ ଧ୍ୱଂସ କରିବା ଘଟଣାକୁ ନେଇ ପାକିସ୍ତାନର ସାମଜସେବୀ ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଦୁଃଖ ପ୍ରକାଶ କରିଛନ୍ତି।

୧୨ ବାଳିକା ବିଦ୍ୟାଳୟରେ ବିସ୍ଫୋରଣ

୧୨ ବାଳିକା ବିଦ୍ୟାଳୟରେ ବିସ୍ଫୋରଣ

ଚିଲାସ,୩।୮: ଗିଲ୍‌ଗିଟ୍‌ର ଚିଲାସରେ ଗୁବୁବାର ବିଳମ୍ବିତ ରାତ୍ରିରେ ପାଖାପାଖି ୧୨ଟି ବାଳିକା ବିଦ୍ୟାଳୟରେ ବିସ୍ଫୋରଣ ହୋଇଛି। ଡାଏମିର ଜିଲାରେ ଥିବା ଏହି ସ୍କୁଲ ଗୁଡିକରେ ଜଣେ ଅଜଣା ବ୍ୟକ୍ତି ବିସ୍ଫୋରଣ କରିଥିବା ବେଳେ ସ୍କୁଲ ଗୃହ ସମେତ ସ୍କୁଲର ସମସ୍ତ ଉପକରଣରେ ନିଆଁ ଲାଗିଯାଇଥିବା ପୋଲିସ ସୂଚନା ଦେଇଛି।

ଇମ୍ରାନ୍‌ଙ୍କ ବିରୋଧରେ ୭ ଦଳ ଏକଜୁଟ

ଇମ୍ରାନ୍‌ଙ୍କ ବିରୋଧରେ ୭ ଦଳ ଏକଜୁଟ

ଇସଲାମାବାଦ୍‌,୩।୮: ପାକିସ୍ତାନରେ ରାଜନୈତିକ ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ୧୧୬ ଆସନ ଜିତି ପ୍ରଧାନମନ୍ତ୍ରୀ ପାଇଁ ଅଶାୟୀଥିବା ଇମ୍ରାନ୍‌ ଖାଁଙ୍କୁ ବାଧା ଦେବାକୁ ୭ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି।

ଭାରତୀୟ କ୍ରିକେଟରଙ୍କୁ ମିଳିନାହିଁ ନିମନ୍ତ୍ରଣ

ଭାରତୀୟ କ୍ରିକେଟରଙ୍କୁ ମିଳିନାହିଁ ନିମନ୍ତ୍ରଣ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୩।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୧ରେ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ନେତା ଇମ୍ରାନ ଖାଁଙ୍କ ଶପଥ ଗ୍ରହଣକୁ ନେଇ ଭାରତୀୟ କ୍ରିକେଟର୍‌ଙ୍କୁ ବିଧିବଦ୍ଧ ଭାବେ କୌଣସି ନିମନ୍ତ୍ରଣ ଦିଆଯାଇ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗାଈ ଗୋବରରୁ ଫେଶନ ପୋଷାକ

ଗାଈ ଗୋବରରୁ ଫେଶନ ପୋଷାକ

ଆମଷ୍ଟେରଡାମ/ନୂଆଦିଲ୍ଲୀ,୩।୮: ନେଦରଲାଣ୍ଡରେ ଗାଈ ଗୋବରରୁ ପ୍ରସ୍ତୁତ ହେଉଛି ଫେଶନ ପୋଷାକ। ଗାଈ ଗୋବରରେ ଥିବା ସେଲୁଲୋଜକୁ ଅଲଗାକରି ଏଥିରୁ ତିଆରି ହେଉଛି ସୂତା। ଏହି ସୂତାକୁ ମେଷ୍ଟିକ୍‌ ଭାବେ ନାମିତ କରାଯାଇଛି।

ଚାଇନାରେ ଏବେ କବର ଦେବା ମନା

ଚାଇନାରେ ଏବେ କବର ଦେବା ମନା

ବେଜିଙ୍ଗ,୨।୮: ଚାଇନାର ଜିୟାଂସି ଅଞ୍ଚଳରେ ଏବେ ମୃତଦେହକୁ କବର ଦିଆଯିବ ନାହିଁ ବୋଲି ଜଣାପଡିଛି। ସ୍ଥାନାଭାବରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚାଇନାର ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।

କାବୁଲରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ

କାବୁଲରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ

ନୂଆଦିଲ୍ଲୀ/କାବୁଲ,୨।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୁରୁବାର ଜଣେ ଭାରତୀୟ ସମେତ ୩ ବିଦେଶୀ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା କାବୁଲ ପୋଲିସ ସୂଚନା ଦେଇଛି।

ନରମିଲା ଆମେରିକା: ରୁଷିଆରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିପାରିବ ଭାରତ

ନରମିଲା ଆମେରିକା: ରୁଷିଆରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିପାରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୮: ଭାରତ ପ୍ରତି ଆମେରିକାର ସ୍ବଭାବ ନରମିଛି। ଏଣିକି ଭାରତ ରୁଷିଆଠାରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିବାରେ କୌଣସି ଅସୁବିଧା ନାହିଁ। ଆମେରିକା ସିନେଟ୍‌ରେ ଏନେଇ ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଭାରତୀୟ ବଂଶୋଦ୍ଭବ ପ୍ରଫେସରଙ୍କୁ ଗଣିତରେ ସମ୍ମାନ ଜନକ  ଫିଲ୍ଡ ମେଡାଲ ପୁରସ୍କାର

ଭାରତୀୟ ବଂଶୋଦ୍ଭବ ପ୍ରଫେସରଙ୍କୁ ଗଣିତରେ ସମ୍ମାନ ଜନକ ଫିଲ୍ଡ ମେଡାଲ ପୁରସ୍କାର

ନୂଆଦିଲ୍ଲୀ/ନ୍ୟୁୟର୍କ,୨।୮: ଭାରତୀୟ ବଂଶୋଦ୍ଭବ ପ୍ରଫେସର ଅକ୍ଷୟ ଭେଙ୍କଟେଶ୍‌ଙ୍କୁ ଗଣିତରେ ସମ୍ମାନ ଜନକ ଫିଲ୍ଡ ମେଡାଲ ପୁରସ୍କାର ମିଳିଛି। ଏହି ପୁରସ୍କାର ପ୍ରତି ୪ ବର୍ଷରେ ଗଣିତରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ।

ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ

ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ

ଇସଲାମାବାଦ/ନୂଆଦିଲ୍ଲୀ,୨।୮: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ନେତା ଇମ୍ରାନ୍‌ ଖାଁ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୧ରେ ଶପଥ ଗ୍ରହଣ କରିବେ ।

ପାକିସ୍ତାନକୁ ୧୫ କୋଟି ଡଲାର ସହାୟତା ଦେବ ଆମେରିକା

ପାକିସ୍ତାନକୁ ୧୫ କୋଟି ଡଲାର ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୨।୮: ପାକିସ୍ତାନର ନୂଆ ସରକାର ପାଇଁ ଆମେରିକା ଆଣିଛି ଖୁସି ଖବର। ଆମେରିକା ପାକିସ୍ତାନକୁ ୧୫ କୋଟି ଡଲାର ଆର୍ଥିକ ସହାୟତା ଦେବା ଲାଗି କରିଛି ଯୋଜନା।

ଜିମ୍ବାଓ୍ବେ ନିର୍ବାଚନୀ ହିଂସା: ୧୦ ମୃତ

ଜିମ୍ବାଓ୍ବେ ନିର୍ବାଚନୀ ହିଂସା: ୧୦ ମୃତ

ହରାରେ,୨।୮: ଜିମ୍ବାଓ୍ବେରେ ସଂସଦୀୟ ନିର୍ବାଚନ ଫଳାଫଳ ଘୋଷଣାପରେ ଘଟିଛି ହିଂସା। ରାଜଧାନୀ ହରାରେ ଏହାଦ୍ୱାରା ଅଧିକ ପ୍ରଭାବିିତ ହୋଇଛି। ବିରୋଧୀ ମେଣ୍ଟ ଏମ୍‌ଡିସିର ସମର୍ଥକ ସେନା ବାହିନୀ ସହିତ ମୁହାଁମୁହିଁ ହୋଇଛନ୍ତି।

ଜାପାନରେ ପ୍ରାକୃତିକ ବିପର୍ଯ୍ୟୟ: ୩୦ ଦିନରେ ୩୩୬ ଲୋକଙ୍କ ମୃତ୍ୟୁ

ଜାପାନରେ ପ୍ରାକୃତିକ ବିପର୍ଯ୍ୟୟ: ୩୦ ଦିନରେ ୩୩୬ ଲୋକଙ୍କ ମୃତ୍ୟୁ

ଟୋକିଓ,୧।୮: ଜାପାନରେ ପ୍ରାକୃତିକ ବିପର୍ଯ୍ୟୟରେ ଗତ ଏକମାସ ମଧ୍ୟରେ ୩୩୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷାଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ୨୨୦ ଲୋକଙ୍କର ମୃତ୍ୟୁ ଘଟିଛି।

ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୮୫ ଆହତ

ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୮୫ ଆହତ

ମେକ୍ସିକୋ ସିଟି, ୧।୮: ମେକ୍ସିକୋର ଦୁରାଙ୍ଗୋରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୮୫ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୩୭ ହଜାର ଫୁଟ ଉଚ୍ଚରେ କଳି ଲାଗିଲେ ପାଇଲଟ

୩୭ ହଜାର ଫୁଟ ଉଚ୍ଚରେ କଳି ଲାଗିଲେ ପାଇଲଟ

ବାଗ୍‌ଦାଦ,୩୧।୭: ଇରାକ ଏୟାରଓ୍ବେଜର ୨ ଜଣ ପାଇଲଟ ଖାଦ୍ୟକୁ ନେଇ ୩୭ହଜାର ଫୁଟ ଉପରେ ଝଗଡା କରିବା ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ପାଇଲଟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

ବିଶ୍ୱରେ ୫ ଜଣରେ ୩ ଶିଶୁଙ୍କୁ ମିଳୁନାହିଁ ସ୍ତନ୍ୟପାନ

ବିଶ୍ୱରେ ୫ ଜଣରେ ୩ ଶିଶୁଙ୍କୁ ମିଳୁନାହିଁ ସ୍ତନ୍ୟପାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୭: ଶିଶୁ ପାଇଁ ମା’ କ୍ଷୀର ଅମୃତ ସମାନ ବୋଲି କୁହାଯାଏ। ତେଣୁ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ କେବଳ ମା’ କ୍ଷୀର ହିଁ ଦିଆଯାଇଥାଏ। ହେଲେ ନିକଟରେ ୟୁନିସେଫ୍‌ ଓ ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ୍‌(ଡବ୍ଲୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ ଏବେ ପାଖାପାଖି ୭୮ ମିଲିୟନ୍‌ ବା ପ୍ରତି ୫ଜଣରେ ୩ ଜଣଙ୍କୁ ଜନ୍ମ ପରେ ପରେ ଏକ ଘଣ୍ଟା ମଧ୍ୟରେ ମା’କ୍ଷୀର ମିଳୁ ନ ଥିବା ଜଣାପଡିଛି।

ଇମ୍ରାନ୍‌ ଖାଁଙ୍କ ଶପଥ ଗ୍ରହଣରେ ମୋଦିଙ୍କୁ ମିଳିପାରେ ନିମନ୍ତ୍ରଣ

ଇମ୍ରାନ୍‌ ଖାଁଙ୍କ ଶପଥ ଗ୍ରହଣରେ ମୋଦିଙ୍କୁ ମିଳିପାରେ ନିମନ୍ତ୍ରଣ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୩୧।୭: ନିକଟରେ ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ ଇମ୍ରାନ୍‌ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନଶାଫ(ପିଟିଆଇ) ସବୁଠାରୁ ବଡ ଦଳ ଭାବେ ବିଜୟ ଲାଭ କରିଥିଲା।

ପ୍ରେମୀ ଯୋଡିଙ୍କ ଫଟୋ ଉଠାଇ ଫସିଗଲେ ଫଟୋଗ୍ରାଫର

ପ୍ରେମୀ ଯୋଡିଙ୍କ ଫଟୋ ଉଠାଇ ଫସିଗଲେ ଫଟୋଗ୍ରାଫର

ଢାକା,୩୧।୭: ବାଂଲାଦେଶର ଜଣେ ଜଣାଶୁଣା ଫଟୋଗ୍ରାଫର ତାଙ୍କର ଏକ ବିବାଦୀୟ ଫଟୋକୁ ନେଇ ଚାକିରି ହରାଇଥିବା ଜଣାପଡିଛି। ତେବେ ସେ ଅମାନବୀୟ କ୍ରୂରତାର ଶିକର ହୋଇଥିବା ପ୍ରକାଶ କରିଛନ୍ତି।

ବସ୍‌ରେ ଆତ୍ମଘାତୀ ବିସ୍ଫୋରଣ

ବସ୍‌ରେ ଆତ୍ମଘାତୀ ବିସ୍ଫୋରଣ

କାବୁଲ,୩୧।୭: ଆଫଗାନୀସ୍ତାନ କାବୁଲରେ ଆତଙ୍କବାଦୀମାନେ ଏକ ବସକୁ କରିଛନ୍ତି ଟାର୍ଗେଟ୍‌। ଏକ ଯାତ୍ରୀବାହୀ ବସ୍‌ରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ ।

ଫିଲିପାଇନ୍ସରେ କାର ବୋମା ବିସ୍ଫୋରଣ

ଫିଲିପାଇନ୍ସରେ କାର ବୋମା ବିସ୍ଫୋରଣ

ମାନିଲା,୩୧।୭: ଦକ୍ଷିଣ ଫିଲିପାଇନ୍ସର ବୈସିଲନ ଅନ୍ତର୍ଗତ ଲାମିଟନଠାରେ ଏକ କାର ବୋମା ବିସ୍ଫୋରଣ ଘଟିଛି।

ରାସ୍ତାରେ ବାଣ୍ଟିଲେ ବାୟୋଡାଟା, ମିଳିଲା ୨ଶହରୁ ଅଧିକ ଚାକିରି ଲାଗି ଅଫର୍‌

ରାସ୍ତାରେ ବାଣ୍ଟିଲେ ବାୟୋଡାଟା, ମିଳିଲା ୨ଶହରୁ ଅଧିକ ଚାକିରି ଲାଗି ଅଫର୍‌

କାଲିଫର୍ନିଆ,୩୦।୭: ଆମେରିକାର ସିଲିକନ୍‌ ଭ୍ୟାଲିରେ ଚାକିରି ନ ମିଳିବାରୁ ଡାଭିଡ୍‌ କେସାରେଜ ନାମକ ଜଣେ ଓ୍ବେବ ଡେଭଲପର୍‌ ଅଭିନବ ଢଙ୍ଗରେ ଚାକିରି ମାଗିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।