ଅନ୍ତର୍ଜାତୀୟ

କବିତା ଲେଖିବ ରୋବର୍ଟ

କବିତା ଲେଖିବ ରୋବର୍ଟ

ଟରଣ୍ଟୋ,୧୬।୮: ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସହାୟତାରେ ବୈଜ୍ଞାନିକମାନେ ଏମିତି ଏକ ଆଲଗରିଦିମ୍‌ ବିକଶିତ କରିଛନ୍ତି ଯାହା ମାଧ୍ୟମରେ ଏବେ ରୋବର୍ଟ କବିତା ଲେଖି ପାରିବ। ଏଥିପାଇଁ ଅବଶ୍ୟ ଆଉ କିଛି ସମୟ ଲାଗିବ ବୋଲି ସେମାନେ କହିଛନ୍ତି।

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ

ଇସ୍‌ଲାମାବାଦ,୧୬।୮: ପାକିସ୍ତାନର ବେଲୁଚିସ୍ତାନରେ ଥିବା ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି। ମଙ୍ଗଳବାର ରାତି ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଅନ୍ୟ ୨ ଜଣଙ୍କ ମୃତଦେହ ମିଳିଥିଲା। 

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଗାଙ୍ଗଟକ,୧୫।୮: ସ୍ବାଧୀନତା ଦିବସ ଅବସରରେ ବୁଧବାର ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ସିକ୍କିମ୍‌ର ନାଥୁ ଲା ପାସ୍‌ଠାରେ ଏକ ସ୍ବତନ୍ତ୍ର ସୀମା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେଶର ସେନା ମିଳିତ ଭାବେ ଭାରତର ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ସୁବା, ୧୫।୮:  ଫିଜିରେ ୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଆଇଏନ୍‌ଏସ୍‌ ସହାଦ୍ରୀ ନୌସେନା କର୍ମଚାରୀ ପତାକା ଉତ୍ତୋଳନ ପରେ ଆୟୋଜିତ ପ୍ୟାରେଡ଼ରେ ଯୋଗ ଦେଇଥିଲେ। 

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଜେନୋଆ,୧୫।୮: ଇଟାଲୀର ଜେନୋଆ ସହରରେ ମଙ୍ଗଳବାର ଓଭରବ୍ରିଜ୍‌ ଭୁଶୁଡ଼ି ୩୫ ଜଣ ପ୍ରାଣ ହରାଇଛନ୍ତି। ପୋଲ ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଫଳରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଇଟାଲୀ ପରିବହନ ମନ୍ତ୍ରୀ ଏଡୋଆର୍ଡୋ ରିଜି ସୂଚନା ଦେଇଛନ୍ତି। 

ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁଙ୍କୁ ବଳାତ୍କାର କରିଛନ୍ତି ପାଦ୍ରୀ

ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁଙ୍କୁ ବଳାତ୍କାର କରିଛନ୍ତି ପାଦ୍ରୀ

ହାରିସ୍‌ବର୍ଗ,୧୫।୮: ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁ ବଳାତ୍କାରର ଶିକାର ହୋଇଛନ୍ତି। ସେମାନଙ୍କ ପାଦ୍ରୀମାନେ ଚର୍ଚ୍ଚ କିମ୍ବା ଅନ୍ୟ ସ୍ଥାନରେ ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି। 

ଆର୍ମି ବେସ୍‌ ଉପରେ ତାଲିବାନ ଆକ୍ରମଣ: ୧୪ ସୈନ୍ୟ ନିହତ

ଆର୍ମି ବେସ୍‌ ଉପରେ ତାଲିବାନ ଆକ୍ରମଣ: ୧୪ ସୈନ୍ୟ ନିହତ

କାବୁଲ,୧୪।୮: ଉତ୍ତର ଆଫଗାନୀସ୍ତାନରେ ଥିବା ଏକ ଆର୍ମି ବେସ୍‌ ଉପରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଆଫଗାନୀ ସୈନ୍ୟ ନିହତ ହେବା ସହିତ ୧୫ ଜଣ ଆହତ ହୋଇଛନ୍ତି। 

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଜେନେଭା,୧୪।୮: ଭାରତରେ ଆକ୍ରମଣ ପାଇଁ  ଅଲ୍‌-କାଏଦା ଯୋଜନା କରୁଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଏହି ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରଖିଛି। 

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୪।୮:  ଅଗଷ୍ଟ ୧୪ରେ ପାକିସ୍ତାନ ପାଳନ କରିଛି ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି।

ଡୋକଲାମ ପରେ ଲଦାଖରେ ଚାଇନା ସେନା

ଡୋକଲାମ ପରେ ଲଦାଖରେ ଚାଇନା ସେନା

ନୂଆଦିଲ୍ଲୀ/ବେଜିଂ,୧୪।୮: ଭାରତ ଚାଇନା ମଧ୍ୟରେ ପୁଣି ଥରେ ସୀମା ବିବାଦ ମୁଣ୍ଡ ଟେକିଛି। ଡୋକଲାମ ପରେ ଏବେ ଲଦାଖରେ ଚାଇନା ସେନା ପ୍ରବେଶ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆ ଏକ ରିପୋର୍ଟରେ ପ୍ରକାଶ କରିଛି। 

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢ଼ାକା,୧୪।୮: ବାଂଲାଦେଶରେ ୧୯୭୧ରେ ହୋଇଥିବା ମୁକ୍ତି ସଂଗ୍ରାମ ସମୟରେ ମାନବୀୟ ଭାବନା ବିରୋଧରେ କାର୍ଯ୍ୟ କରିଥିବା ୫ ଅଭିଯୁକ୍ତଙ୍କୁ ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି।

ଥରିଲା ଜାପାନ

ଥରିଲା ଜାପାନ

ଟୋକିଓ,୧୪।୮: ଜାପାନର ଚିବା ପ୍ରିଫେକଚରରେ ମଙ୍ଗଳବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟା ୫ମିନିଟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫.୧। 

ପାକିସ୍ତାନ ପାଳିଲା ୭୨ତମ ସ୍ବାଧୀନତା ଦିବସ

ପାକିସ୍ତାନ ପାଳିଲା ୭୨ତମ ସ୍ବାଧୀନତା ଦିବସ

ଇସ୍‌ଲାମାବାଦ,୧୪।୮: ପାକିସ୍ତାନ ମଙ୍ଗଳବାର ଅର୍ଥାତ୍‌ ଅଗଷ୍ଟ ୧୪ରେ ତା’ର ସ୍ବାଧୀନତା ଦିବସ ଖୁବ୍‌ ଧୁମ୍‌ଧାମରେ ପାଳନ କରିଛି। ପ୍ରାର୍ଥନା ସହ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ଉତ୍ସବର ଆରମ୍ଭ କରାଯାଇଛି। 

କାର୍‌ରେ ଚୁମ୍ବନ ଦେବାରୁ ଦମ୍ପତି ଗିରଫ

କାର୍‌ରେ ଚୁମ୍ବନ ଦେବାରୁ ଦମ୍ପତି ଗିରଫ

ଇସଲାମାବାଦ,୧୩।୮: ପାକିସ୍ତାନର ଇସଲାମାବାଦରେ ଯୁବ ଦମ୍ପତି କାର୍‌ ମଧ୍ୟରେ ଚୁମ୍ବନ ଦେବା ଓ ଆଲିଙ୍ଗନ କରିବାରୁ ଗିରଫ ହୋଇଥିବା ଜଣାପଡିଛି। ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ଏହି ଦମ୍ପତିଙ୍କ ବୟସ ୧୮-୧୯ ବର୍ଷ। ଏମାନଙ୍କ ବିରୋଧରେ ଅଶ୍ଳିଳ କାମ କରୁଥିବା ଅଭିଯୋଗ ହୋଇଛି।

୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ,୧୩।୮: ଆସନ୍ତା ୧୪ ତାରିଖରେ ସ୍ବାଧୀନତା ଦିବସ ପାଳନ କରିବା ପୂର୍ବରୁ ପାକିସ୍ତାନ ମାନବତାବାଦୀ ଢଙ୍ଗରେ ସୋମବାର ୨୭ ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ଜଣାପଡିଛି। 

୨ ଦିନରେ ତାଲିବାନ ଆକ୍ରମଣରେ ଶହେରୁ ଅଧିକ ମୃତ

୨ ଦିନରେ ତାଲିବାନ ଆକ୍ରମଣରେ ଶହେରୁ ଅଧିକ ମୃତ

ଘଜ୍‌ନୀ,୧୩।୮:  ଅଗଷ୍ଟ ୧୦  ତାରିଖଠାରୁ ଆଫଗାନୀସ୍ତାନର ଘଜ୍‌ନୀରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଜୋର୍‌ଦାର କରାଯାଇଛି। ଫଳରେ ୨ ଦିନ ମଧ୍ୟରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। 

ଆଲାସ୍କାରେ ଭୂକମ୍ପ

ଆଲାସ୍କାରେ ଭୂକମ୍ପ

ଓ୍ବାଶିଂଟନ,୧୩।୮: ଆଲାସ୍କାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ସୂର୍ଯ୍ୟଙ୍କ ନିକଟତର ହେବାକୁ ପ୍ରୟାସ: ‘ସୋଲାର ପ୍ରୋବ୍‌’ର ସଫଳ ଉତ୍‌କ୍ଷେପଣ

ସୂର୍ଯ୍ୟଙ୍କ ନିକଟତର ହେବାକୁ ପ୍ରୟାସ: ‘ସୋଲାର ପ୍ରୋବ୍‌’ର ସଫଳ ଉତ୍‌କ୍ଷେପଣ

ମାୟାମି,୧୩।୮: ଶେଷରେ ଶତାଧିକ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଦୀର୍ଘ ୮ ବର୍ଷର ଉଦ୍ୟମ ସଫଳ ହୋଇଛି। ଆମେରିକାବାସୀ ଗଭୀର ନିଦ୍ରାରେ ଶୋଇଥିବାବେଳେ ମହାକାଶ ଗବେଷଣା ସଂସ୍ଥା ନାସା  ଆରମ୍ଭ କରିଛି ବିଶ୍ୱର ପ୍ରଥମ ସୌର ମିଶନ। ଘଣ୍ଟାପ୍ରତି ୪,୩୦,୦୦୦ ମାଇଲ ବେଗରେ ଗତି କରୁଥିବା ପାର୍କର ସୋଲାର ପ୍ରୋବ୍‌ର ସଫଳ ଉତ୍‌କ୍ଷେପଣ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ। 

୨୫୩ ବର୍ଷ ତଳେ ଅଗଷ୍ଟ ୧୨ରେ ଭାରତରେ ପଡ଼ିଥିଲା ବ୍ରିଟିଶ୍‌ ଶାସନର ମୂଳଦୁଆ

୨୫୩ ବର୍ଷ ତଳେ ଅଗଷ୍ଟ ୧୨ରେ ଭାରତରେ ପଡ଼ିଥିଲା ବ୍ରିଟିଶ୍‌ ଶାସନର ମୂଳଦୁଆ

ନୂଆଦିଲ୍ଲୀ/ଲଣ୍ଡନ,୧୨।୮: ଭାରତରେ ୨୫୩ ବର୍ଷ ତଳେ ୧୭୬୫ ମସିହା ଅଗଷ୍ଟ ୧୨ ତାରିଖରେ ବ୍ରିଟିଶ୍‌ ଶାସନର ମୂଳଦୁଆ ପଡ଼ିଥିଲା। ମୋଗଲ ସମ୍ରାଟ୍‌ ଶାହ ଆଲମ୍‌ ଦ୍ୱିତୀୟ ଏବଂ ରବର୍ଟ କ୍ଲାଇଭ୍‌ଙ୍କ ମଧ୍ୟରେ ହୋଇଥିଲା ସନ୍ଧି।

ଅଗଷ୍ଟ ୧୫: ଭାରତ ସହିତ ଅନ୍ୟ ୩ ଦେଶ ପାଳିବେ ସ୍ବାଧୀନତା ଦିବସ

ଅଗଷ୍ଟ ୧୫: ଭାରତ ସହିତ ଅନ୍ୟ ୩ ଦେଶ ପାଳିବେ ସ୍ବାଧୀନତା ଦିବସ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୮: ଭାରତ ସହିତ ଅଗଷ୍ଟ ୧୫ରେ ପୃଥିବୀର ଅନ୍ୟ ୩ ଦେଶ ମଧ୍ୟ ସ୍ବାଧୀନତା ଦିବସ ପାଳନ କରିଥାନ୍ତି। ସେସବୁ ଦେଶ ହେଉଛନ୍ତି ଦକ୍ଷିଣ କୋରିଆ, ବାହରିନ୍‌ ଓ କଙ୍ଗୋ।

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଜଣେ ଜୀବିତ

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଜଣେ ଜୀବିତ

ଜାକର୍ତ୍ତା,୧୨।୮: ଇଣ୍ଡୋନେସିଆରେ ହୋଇଥିବା ବିମାନ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମାତ୍ର ୧୨ ବର୍ଷୀୟ ବାଳକ ଜୀବିତ ଥିବା ଜଣାପଡିଛି। ଶନିବାର ହୋଇଥିବା ଏହି ଦୁର୍ଘଟଣା ପରେ ରବିବାର ସକାଳୁ ଓକ୍ସିବିଲଠାରେ ବିମାନର ଭଗ୍ନାବଶେଷକୁ ଠାବ କରାଯାଇଛି।

ବସ୍‌ ଉପରେ ଆକ୍ରମଣ : ୧୩ ଇଞ୍ଜିନିୟର ଆହତ

ବସ୍‌ ଉପରେ ଆକ୍ରମଣ : ୧୩ ଇଞ୍ଜିନିୟର ଆହତ

କ୍ୱେଟା,୧୨।୮: ପାକିସ୍ତାନ ବାଲୋଚିସ୍ତାନରେ ଏକ ବସ୍‌ ଉପରକୁ ଆକ୍ରମଣ ହେବା ଫଳରେ ଅତିକମ୍‌ରେ ୧୩ ଜଣ ଚାଇନିଜ୍‌ ଇଞ୍ଜିନିୟର ଆହତ ହୋଇଥିବା ଜଣାପଡିଛି।

ପରଲୋକରେ ନୋବେଲ ବିଜେତା ନଇପଲ

ପରଲୋକରେ ନୋବେଲ ବିଜେତା ନଇପଲ

ନୂଆଦିଲ୍ଲୀ/ଲଣ୍ଡନ,୧୨।୮: ସାହିତ୍ୟରେ ନୋବେଲ ପୁରସ୍କାର ହାସଲ କରିଥିବା ଭାରତୀୟ ବଂଶୋଭବ ବ୍ରିଟିଶ୍‌ ଲେଖକ ଭି.ଏସ୍‌. ନଇପଲଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ଅପହରଣ ହୋଇଥିବା ବିମାନ ଅଳ୍ପ ସମୟ ମଧ୍ୟରେ ହେଲା ଦୁର୍ଘଟଣାଗ୍ରସ୍ତ

ଅପହରଣ ହୋଇଥିବା ବିମାନ ଅଳ୍ପ ସମୟ ମଧ୍ୟରେ ହେଲା ଦୁର୍ଘଟଣାଗ୍ରସ୍ତ

ସିଏଟଲ,୧୧।୮: ଆମେରିକାର ସିଏଟଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ରାତିରେ ଅପହରଣ କରି ଉଡାଇ ନେଉଥିବା ବିମାନଟି ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।