ଜାତୀୟ

ଭାଜପାକୁ ଝଟ୍‌କା: ଘୁଞ୍ଚିବନି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ତାରିଖ

ଭାଜପାକୁ ଝଟ୍‌କା: ଘୁଞ୍ଚିବନି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ତାରିଖ

ନୂଆଦିଲ୍ଲୀ, ୯।୪: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ତାରିଖ ଘୁଞ୍ଚିବନି ବୋଲି ସୋମବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି। ଶୀର୍ଷ ଅଦାଲତ ନିର୍ବାଚନ କାର୍ଯ୍ୟପ୍ରଣାଳୀରେ ହସ୍ତକ୍ଷେପ କରିବେ ନାହିଁ। ଏନେଇ ନିର୍ବାଚନ କମିଶନର ନିଷ୍ପତ୍ତି ନେବେ ବୋଲି ଅଦାଲତ କହିଛନ୍ତି।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ରାଜଘାଟରେ ଟିଡିପି ଏମ୍‌ପିଙ୍କ ବିକ୍ଷୋଭ ପ୍ରଦର୍ଶନ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ରାଜଘାଟରେ ଟିଡିପି ଏମ୍‌ପିଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ, ୯।୪: ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ଏମ୍‌ପିମାନେ ରାଜଘାଟଠାରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଦମ୍‌ଦମ୍‌ ରେଲଓ୍ବେ ଲାଇନ୍‌ରେ ବୋମା ବିସ୍ଫୋରଣ: ଜଣେ ଆହତ, ୧୦ ବୋମା ଜବତ

ଦମ୍‌ଦମ୍‌ ରେଲଓ୍ବେ ଲାଇନ୍‌ରେ ବୋମା ବିସ୍ଫୋରଣ: ଜଣେ ଆହତ, ୧୦ ବୋମା ଜବତ

କଲିକତା, ୯।୪: ପଶ୍ଚିମବଙ୍ଗ କଲିକତାର ଦମ୍‌ଦମ୍‌ କ୍ୟାଣ୍ଟନମେଣ୍ଟ୍‌ ରେଲଓ୍ବେ ଲାଇନ୍‌ଠାରେ ସୋମବାର ସକାଳେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଲୋକଙ୍କର ହାତ କଟିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ତ୍ରୀ ଅସ୍ଥାବର ସମ୍ପତ୍ତି ନୁହେଁ: ସୁପ୍ରିମକୋର୍ଟ

ସ୍ତ୍ରୀ ଅସ୍ଥାବର ସମ୍ପତ୍ତି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୮।୪(ପି.ଟି.): ସ୍ତ୍ରୀ କୌଣସି ‘ଅସ୍ଥାବର ସମ୍ପତ୍ତି’ ନୁହେଁ କିମ୍ବା କୌଣସି ଏକ ‘ସାମଗ୍ରୀ’ ନୁହେଁ। ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀଙ୍କ ସହ ବାଧ୍ୟକରି ରଖାଯାଇପାରିବ ନାହିଁ। ଏପରି କି ସ୍ବାମୀ ଯଦି ଚାହୁଁଥାଆନ୍ତି ତଥାପି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏକ ଆପରାଧିକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି।

ନୀରବ, ଚୋକ୍‌ସୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ

ନୀରବ, ଚୋକ୍‌ସୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ

ନୂଆଦିଲ୍ଲୀ,୮। ୪(ପି.ଟି): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୦୦୦ କୋଟି ଟଙ୍କାର ଋଣ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି।

ମହିଳାମାନେ ବସ୍ତୁ ନୁହନ୍ତି: ସୁପ୍ରିମକୋର୍ଟ

ମହିଳାମାନେ ବସ୍ତୁ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୪: ମହିଳାମାନଙ୍କ ଅଧିକାରକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଏକ ବଡ ଟିପ୍ପଣୀ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି କୌଣସି ପତି ତାଙ୍କ ପତ୍ନୀଙ୍କୁ ଜବରଦସ୍ତ ତାଙ୍କ ସହ ରହିବାକୁ କହିପାରିବେ ନାହିଁ।

ଛତିଶଗଡ ଚାଉଳ ଖାଇଲେ ଭଲ ହେବ କ୍ୟାନସର

ଛତିଶଗଡ ଚାଉଳ ଖାଇଲେ ଭଲ ହେବ କ୍ୟାନସର

ବମ୍ବେ,୮।୪: ଭାଭା ଆଟୋମିକ ରିସର୍ଚ୍ଚ ସେଣ୍ଟର(ବିଏଆର୍‌ସି)ର ଏକ ଗବେଷଣାରୁ କିଛି ନୂଆ ତଥ୍ୟ ପଦାକୁ ଆସିଛି। ଛତିଶଗଡରେ ଚାଷ କରାଯାଉଥିବା କିଛି କିସମର ଧାନରେ ମାରାତ୍ମକ ରୋଗ ପ୍ରତିରୋଧକ ଶକ୍ତି ଥିବା ବୈଜ୍ଞାନିକମାନେ କହିଛନ୍ତି।

ଉତ୍ତରାଖଣ୍ଡରେ ନେପାଳ ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡରେ ନେପାଳ ପ୍ରଧାନମନ୍ତ୍ରୀ

ପନ୍ତନଗର,୮।୪: ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ରବିବାର ଉତ୍ତରାଖଣ୍ଡର ପନ୍ତନଗରରେ ପହଞ୍ଚିଛନ୍ତି। ସେଠାରୁ ସେ ଜିବି ପନ୍ତ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇଛନ୍ତି।

ପଶ୍ଚିମବଙ୍ଗରେ ଥମୁ ନାହିଁ ହିଂସା

ପଶ୍ଚିମବଙ୍ଗରେ ଥମୁ ନାହିଁ ହିଂସା

କଲିକତା,୮।୪: ପଶ୍ଚିମ ବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ମହାସଂଗ୍ରାମ। ଗତ ୬ଦିନ ହେବ ଆରମ୍ଭ ହୋଇଥିବା ପ୍ରାର୍ଥିପତ୍ର ଦାଖଲକୁ ନେଇ କେଉଁଠି ନା କେଉଁଠି ହିଂସା ଦେଖିବାକୁ ମିଳିଛି।

ଆଇସିୟୁରେ ଇନ୍ଦ୍ରାଣୀ

ଆଇସିୟୁରେ ଇନ୍ଦ୍ରାଣୀ

ବମ୍ବେ,୮।୪: ସିନା ବୋରା ହତ୍ୟାକାଣ୍ଡରେ ଜେଲଦଣ୍ଡ ଭୋଗୁଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଅଲଟ୍ରା ସାଉଣ୍ଡ, ସିଟି ସ୍କାନ, ଏମ୍‌ଆର୍‌ଆଇ ଭଳି କିଛି ପରୀକ୍ଷା କରାଯାଇଛି।

ପୋଲିସର ଥାର୍ଡ ଡିଗ୍ରୀ

ପୋଲିସର ଥାର୍ଡ ଡିଗ୍ରୀ

ଲକ୍ଷ୍ନୌ,୮।୪: ଉତ୍ତର ପ୍ରଦେଶ ମାଉ ଜିଲାର ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଖୁଣ୍ଟରେ ବାନ୍ଧି ଜଣେ ବଳାତ୍କାରୀଙ୍କୁ ଉକ୍ତ ପୋଲିସ ପିଟୁଥିବା ଦେଖିବାକୁ ମିଳିଛି।

ରାଜନଙ୍କୁ ପ୍ରଶ୍ନ କରିବ ସିବିଆଇ

ରାଜନଙ୍କୁ ପ୍ରଶ୍ନ କରିବ ସିବିଆଇ

ନୂଆଦିଲ୍ଲୀ: ୭।୪: ଅଡୁଆରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ। ୮୦:୨୦ ସୁନା ଆମଦାନୀ ସ୍କିମ୍‌କୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତାଙ୍କୁ ପ୍ରଶ୍ନ କରିପାରେ। ଏ ସମ୍ପର୍କରେ ରାଜନଙ୍କୁ କେଉଁ କେଉଁ ପ୍ରଶ୍ନ ପଚରାଯିବ ତାହାର ଏକ ଲିଖିତ ନକଲ ସିବିଆଇ ପ୍ରସ୍ତୁତ କରୁଛି। ଏହି ପ୍ରଶ୍ନ ରାଜନଙ୍କ ପାଖକୁ ଖୁବ୍‌ଶୀଘ୍ର ପଠାଯିବ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରକାଶ କରିଛି।

ଅବିବାହିତା ସାବାଳକ ଝିଅ ଭରଣପୋଷଣ ଦାବି କରିପାରିବେ

ଅବିବାହିତା ସାବାଳକ ଝିଅ ଭରଣପୋଷଣ ଦାବି କରିପାରିବେ

ବମ୍ବେ,୭।୪(ପି.ଟି.)- ୧୮ ବର୍ଷ ଛୁଇଁବା ସତ୍ତ୍ୱେ ଜଣେ ଅବିବାହିତା ଝିଅ ବାପାଙ୍କଠାରୁ ଭରଣପୋଷଣ ଦାବି କରିପାରିବେ। ମା-ବାପା ଛାଡ଼ପତ୍ର ଦେଇଥିଲେ କିମ୍ବା ଆଇନଗତ ଭାବେ ପରସ୍ପର ସହ ସମ୍ପର୍କ ତୁଟାଇଥିଲେ, ସେମାନଙ୍କଠାରୁ ଜନ୍ମିତ କନ୍ୟାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଖାଲି ସେତିକି ନୁହେଁ, ସାବାଳିକା ଝିଅ ପାଇଁ ମଧ୍ୟ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଭରଣପୋଷଣ ଦାବି କରିପାରିବେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

୧୨ରେ ଇସ୍ରୋର ଆଉ ଏକ ଅଭିଯାନ

୧୨ରେ ଇସ୍ରୋର ଆଉ ଏକ ଅଭିଯାନ

ନୂଆଦିଲ୍ଲୀ: ଉଚ୍ଚକ୍ଷମତାସମ୍ପନ୍ନ ଯୋଗାଯୋଗ ଭିତ୍ତିକ ଏସ୍‌-ବ୍ୟାଣ୍ଡ ଉପଗ୍ରହ ଜିସାଟ୍‌-୬ଏରୁ ଯୋଗାଯୋଗ ବିଚ୍ଛିନ୍ନ ହେବା ହେବା ପରେ ପରବର୍ତ୍ତୀ ଅଭିଯାନକୁ ନେଇ ଆଗେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ଏପ୍ରିଲ ୧୨ରେ ନିଜର ଦିଗନିର୍ଣ୍ଣୟକାରୀ ଉପଗ୍ରହ ଆଇଆର୍‌ଏନ୍‌ଏସ୍‌ଏସ୍‌-୧ଆଇର ଉତ୍‌କ୍ଷେପଣ ଲାଗି ଇସ୍ରୋ ଏବେ ପ୍ରସ୍ତୁତି ଚଳାଇଛି।

ମୁକୁଳିଲେ ସଲ୍‌ମାନ

ମୁକୁଳିଲେ ସଲ୍‌ମାନ

ଯୋଧପୁର,୭। ୪(ପି.ଟି.): କୋଡ଼ିଏ ବର୍ଷ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଦୁଇରାତି କଟାଇବା ପରେ ଶନିବାର ସେ ଜାମିନରେ ଖଲାସ ହୋଇଛନ୍ତି। ୫୦,୦୦୦ ଟଙ୍କା ଏବଂ ସେହି ମୂଲ୍ୟ ଦୁଇଟି ବ୍ୟକ୍ତିଗତ ମୁଚାଲିକା ସହ ଯୋଧପୁର ଜିଲା ଓ ଦୌରା ଜଜ୍‌ ରବୀନ୍ଦ୍ର କୁମାର ଜୋଷୀ ସଲ୍‌ମାନଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ତାଙ୍କ ଓକିଲ ମହେଶ ବୋରା ସୂଚନା ଦେଇଛନ୍ତି।

କ୍ରେନ ମାଡିଯିବାରୁ ସ୍କୁଲ ଛାତ୍ରୀ ମୃତ

କ୍ରେନ ମାଡିଯିବାରୁ ସ୍କୁଲ ଛାତ୍ରୀ ମୃତ

କଲିକତା,୭।୪: କଲିକତାର ତାରତଳାରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲରୁ ଫେରୁଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଉପରେ କ୍ରେନ୍‌ ମାଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଛାତ୍ରୀଜଣକ ହେଲେ ସୋହିନୀ ଗୁପ୍ତା।

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ପୁଣି ୩ ଅଭିଯୁକ୍ତ ଗିରଫ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ପୁଣି ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୭।୪: ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଶନିବାର ହିମାଚଳ ପ୍ରଦେଶରୁ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, କିରାଣି ଏବଂ ସହକାରୀ କର୍ମଚାରୀ ଅଛନ୍ତି। ଯୁକ୍ତ ୨ ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ଛାନଭିନ୍‌ରୁ ଜଣାପଡିଛି।

ଦୁଇ ରାତି ଜେଲରେ କାଟିବା ପରେ ମୁକୁଳିଲେ ଭାଇଜାନ୍‌

ଦୁଇ ରାତି ଜେଲରେ କାଟିବା ପରେ ମୁକୁଳିଲେ ଭାଇଜାନ୍‌

ଯୋଧପୁର,୭।୪: ଦବଙ୍ଗ ଖାନ୍‌ ସଲ୍‌ମାନଙ୍କୁ ମିଳିଲା ଜାମିନ୍‌। କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ଦିନ ଜେଲ ହାଜତରେ କାଟିବା ପରେ ଶେଷରେ ମୁକୁଳିଛନ୍ତି ଭାଇଜାନ୍‌। ଶନିବାର ଯୋଧପୁର ସେସନ୍‌ କୋର୍ଟରେ ଅଭିନେତାଙ୍କ ଆବେଦନର ଶୁଣାଣି କରି କୋର୍ଟ ୫୦ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି।

ତ୍ରି-ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି

ତ୍ରି-ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୭।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ତ୍ରୀ ସବିତା କୋବିନ୍ଦଙ୍କ ସହ ଶନିବାର ତିନି ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ଏପ୍ରିଲ ୭ ରୁ ୧୨ ପର୍ଯ୍ୟନ୍ତ ତାଙ୍କର ଗସ୍ତ କାଳରେ ସେ ଇକ୍ୱାଟୋରିଆଲ ଗ୍ୟୁନିଆ, ସ୍ବାଜିଲାଣ୍ଡ ଏବଂ ଜାମ୍ବିଆ ଗସ୍ତ କରିବେ।

ରୋଗୀଙ୍କୁ ଅବହେଳା: ମା’ଙ୍କ ଅକ୍ସିଜେନ ସିଲିଣ୍ଡରକୁ କାନ୍ଧରେ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କଲେ ପୁଅ

ରୋଗୀଙ୍କୁ ଅବହେଳା: ମା’ଙ୍କ ଅକ୍ସିଜେନ ସିଲିଣ୍ଡରକୁ କାନ୍ଧରେ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କଲେ ପୁଅ

ରୁନକ୍ତା,୭।୪: ଉତ୍ତରପ୍ରଦେଶର ଆଗ୍ରା ମେଡିକାଲ କଲେଜରେ ରୋଗୀଙ୍କ ପ୍ରତି ଅବହେଳା ପ୍ରଦର୍ଶନର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି। ଗୁରୁତର ଅସୁସ୍ଥ ଥିବା ମା’ଓ ତାଙ୍କ ଦେହରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡରକୁ କାନ୍ଧରେ ଧରି ପୁଅ ଛିଡା ହେବାର ଏକ ଫଟୋ ଭାଇରାଲ ହୋଇଛି।

ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ, ଜେ ଜେ ହସ୍ପିଟାଲରେ ଭର୍ତ୍ତି

ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ, ଜେ ଜେ ହସ୍ପିଟାଲରେ ଭର୍ତ୍ତି

ବମ୍ବେ,୭।୪: ବହୁଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ବାଇକୁଲାରେ ଥିବା ଜେ ଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି: ବେହୋସ ହେଲେ ଭଉଣୀ ଅଲ୍‌ବିରା, ଅପରାହ୍ନ ୨ଟା ପରେ ଆସିବ ରାୟ

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି: ବେହୋସ ହେଲେ ଭଉଣୀ ଅଲ୍‌ବିରା, ଅପରାହ୍ନ ୨ଟା ପରେ ଆସିବ ରାୟ

ଯୋଧପୁର, ୭।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଲ୍‌ମାନ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଶନିବାର କରାଯାଉଛି। ଶୁକ୍ରବାର ଯୋଧପୁର ସେସନ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଜୋଷୀ ଅପରାହ୍ନ ୨ଟା ପରେ ରାୟ ଶୁଣାଇବେ ବୋଲି ପ୍ରକାଶ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ, ୬ା୪(ପି.ଟି.): ପ୍ରତିରକ୍ଷା ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଥିବା ଶୁକ୍ରବାର ପ୍ରଘଟ ହୋଇଛି। ହ୍ୟାକ୍‌ ହେବା ପରେ ଓ୍ବେବ୍‌ସାଇଟ ପେଜ୍‌ରେ ଚାଇନା ଭାଷାରେ ଏକ ଲେଖା ଦେଖିବାକୁ ମିଳିଥିଲା। ତେଣୁ ଚାଇନା ହ୍ୟାକର୍‌ମାନେ ଏଥିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଯାଉଛି ବୋଲି ମନ୍ତ୍ରଣାଳୟର ଅଧିକାରୀମାନେ କହିଥିଲେ।

 ହଙ୍ଗାମାରେ ଶେଷ ହେଲା ବଜେଟ୍‌ ଅଧିବେଶନ: ପାଣିରେ ପଡିଲା ୧୯୦ କୋଟି ଟଙ୍କା

ହଙ୍ଗାମାରେ ଶେଷ ହେଲା ବଜେଟ୍‌ ଅଧିବେଶନ: ପାଣିରେ ପଡିଲା ୧୯୦ କୋଟି ଟଙ୍କା

ନୂଆଦିଲ୍ଲୀ, ୬।୪: ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ଶେଷ ହୋଇଛି। ଏହି ଅଧିବେଶନରେ ହଙ୍ଗାମା ଯୋଗୁ ସାଧାରଣ କାର୍ଯ୍ୟ ସମ୍ଭବ ହୋଇ ପାରିନାହିଁ। ଫଳରେ ୧୯୦ କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡିଛି। ଅଧିବେଶନରେ ଲୋକସଭାରେ ୨୮ ଏବଂ ରାଜ୍ୟସଭାରେ ୩୯ ବିଧେୟକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ଥିଲା, ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।