ଜାତୀୟ

ଆରମ୍ଭ ହେଲା ଦେଶର ସବୁଠାରୁ ଶକ୍ତିଶାଳୀ ଟ୍ରେନ୍‌ ସେବା

ଆରମ୍ଭ ହେଲା ଦେଶର ସବୁଠାରୁ ଶକ୍ତିଶାଳୀ ଟ୍ରେନ୍‌ ସେବା

ପାଟନା,୧୦।୪: ବିହାରରେ ୧୨ହଜାର ହର୍ଷପାଓ୍ବାରର ବୈଦ୍ୟୁତିକ ରେଳ ଇଞ୍ଜିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସବୁଜ ସଙ୍କେତ ଦେଇଛନ୍ତି।

ଏପ୍ରିଲ୍‌ ୧୩ରେ ରିଲିଜ୍‌ ହେବ ନାନକ ଶାହା ଫକୀର୍‌

ଏପ୍ରିଲ୍‌ ୧୩ରେ ରିଲିଜ୍‌ ହେବ ନାନକ ଶାହା ଫକୀର୍‌

ନୂଆଦିଲ୍ଲୀ, ୧୦।୪: ଏପ୍ରିଲ୍‌ ୧୩ରେ ଦେଶବ୍ୟାପି ନାନକ ଶାହ ଫକୀର୍‌ ଫିଲ୍ମ ରିଲିଜ୍‌ ହେବ। ଏନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଶିଖ୍‌ ଗୁରୁ ନାନକ ଦେବଙ୍କ ବାଣୀ ଏବଂ ଉପଦେଶ ଉପରେ ଆଧାରିତ ଏହି ଫିଲ୍ମର ରିଲିଜ୍‌ ବିରୋଧରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସ୍‌ଜିପିସି) ପକ୍ଷରୁ ଶୀର୍ଷ ଆଦାଲତରେ ଏକ ଆବେଦନ ଦାଖଲ କରାଯାଇଥିଲା।

ଗୋରଖପୁର ମଦ୍ରାସାରେ ସଂସ୍କୃତ ଶିକ୍ଷା

ଗୋରଖପୁର ମଦ୍ରାସାରେ ସଂସ୍କୃତ ଶିକ୍ଷା

ଲକ୍ଷ୍ନୌ, ୧୦।୪: ଉତ୍ତରପ୍ରଦେଶ ଗୋରଖପୁରଠାରେ ଥିବା ଦାରୁଲ୍‌ ଉଲୁମ୍‌ ହୁସେନିଆ ମଦ୍ରାସାରେ ଶିକ୍ଷାର୍ଥୀଙ୍କୁ ଉର୍ଦ୍ଦୁ ଓ ଆରବିକ୍‌ ଭାଷା ସହିତ ସଂସ୍କୃତ, ହିନ୍ଦୀ, ଇଂଲିଶ୍‌ ଆଦି ଭାଷା ଶିକ୍ଷାଦାନ କରାଯାଉଛି। ଏନେଇ ମଦ୍ରାସାର ଅଧ୍ୟକ୍ଷ ହାଫିଜ୍‌ ନଜରେ ଆଲମ୍‌ ସୂଚିତ କରିଛନ୍ତି। ଏଠାରେ ଶିକ୍ଷାର୍ଥୀଙ୍କୁ ବିଜ୍ଞାନ, ଗଣିତ ଆଦି ବିଷୟରେ ମଧ୍ୟ ଶିକ୍ଷାଦାନ କରାଯାଉଛି।

ନୀଳରଙ୍ଗକୁ ଫେରିଲା ଆମ୍ବେଡକରଙ୍କ ପ୍ରତିମୂର୍ତ୍ତି

ନୀଳରଙ୍ଗକୁ ଫେରିଲା ଆମ୍ବେଡକରଙ୍କ ପ୍ରତିମୂର୍ତ୍ତି

ବଡାଉନ,୧୦।୪: ଉତ୍ତର ପ୍ରଦେଶର ବଡାଉନ ଜିଲାରେ ସମ୍ବିଧାନ ପ୍ରଣେତା ଡ. ବି ଆର୍‌ ଆମ୍ବେଡକରଙ୍କ ପୁନଃ ନିର୍ମିତ ପ୍ରତିମୂର୍ତ୍ତିକୁ ନୀଳ ରଙ୍ଗ କରାଯାଇଥିବା ମଙ୍ଗଳବାର ଦେଖିବାକୁ ମିଳିଛି।

ବିଳମ୍ବିତ ନ୍ୟାୟ: ୪୫ ବର୍ଷ ପରେ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ

ବିଳମ୍ବିତ ନ୍ୟାୟ: ୪୫ ବର୍ଷ ପରେ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ, ୧୦।୪: ଦୀର୍ଘ ୪୫ ବର୍ଷ ଏକ ହତ୍ୟା ମାମଲାର ବିଚାର ହେବା ପରେ ସୁପ୍ରିମ୍‌କୋର୍ଟ ଏହାର ରାୟ ଦେଇଛନ୍ତି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଜଣଙ୍କର ଦଣ୍ଡାଦେଶ କାଏମ୍‌ ରଖିଛନ୍ତି। ବିହାର ସାସାରାମ ଜିଲାରେ ୧୯୭୩ ମସିହା ଅକ୍ଟୋବର ୧୪ ମଧ୍ୟ ରାତ୍ରରେ ୭ ଅଭିଯୁକ୍ତ ଗୁପ୍ତେଶ୍ୱର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ନୃଶଂସ ଭାବେ ହତ୍ୟା କରି ଦୁଇଗଡ଼ କରି ଦେଇଥିଲେ।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ:୨ ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ:୨ ଯବାନ ଶହୀଦ

ନାଗ୍ରୋତା,୧୦।୪: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସୋମବାର ଅପରାହ୍ନ ୫ଟା ୧୫ରେ ପାକିସ୍ତାନ ପଟରୁ ସୀମାରେ ଗୁଳିଗୋଳା ସହ ମୋର୍ଟାର ମାଡ ହୋଇଥିଲା।

 ଯବାନଙ୍କ ସୁରକ୍ଷା ଚିନ୍ତା: ଯୋଗାଇ ଦିଆଯିବ ୧.୮୬ ଲକ୍ଷ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

ଯବାନଙ୍କ ସୁରକ୍ଷା ଚିନ୍ତା: ଯୋଗାଇ ଦିଆଯିବ ୧.୮୬ ଲକ୍ଷ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

ନୂଆଦିଲ୍ଲୀ, ୧୦।୪: ଶେଷରେ ୯ ବର୍ଷ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯବାନଙ୍କ ସୁରକ୍ଷା ପାଇଁ ୧.୮୬ ଲକ୍ଷ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଯୋଗାଇ ଦିଆଯିବ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ୬୩୯ କୋଟି ଟଙ୍କା ଖର୍ଚ୍ଚ ହେବ। ଆତଙ୍କବାଦୀ ବିରୋଧୀ ଅଭିଯାନ ତଥା ସୀମାରେ ମୁତୟନ ଥିବା ଯବାନଙ୍କୁ ଏହି ଅତ୍ୟାଧୁନିକ ଜ୍ୟାକେଟ୍‌ ଯୋଗାଇ ଦିଆଯିବ।

ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌: ୧୭ ମୃତ

ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌: ୧୭ ମୃତ

ଖଣ୍ଡାଲା,୧୦।୪: ମହାରାଷ୍ଟ୍ର ପୁଣେ-ସତାର ରାଜପଥର ଖଣ୍ଡାଲା ନିକଟରେ ଏକ ମିନିଟ୍ରକ୍‌ ବ୍ୟାରିକେଡରେ ପିଟିହୋଇଯିବା ଫଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ବିମାନରେ ମଶା

ବିମାନରେ ମଶା

ନୂଆଦିଲ୍ଲୀ,୧୦।୪: ଲକ୍ଷ୍ନୌରୁ ବାଙ୍ଗାଲୋର ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନରେ ମଶାଥିବା ଅଭିଯୋଗ କରିଥିଲେ ଜଣେ ଯାତ୍ରୀ। ସୌରଭ ରାୟ ନାମକ ଉକ୍ତ ବ୍ୟକ୍ତି ୬ଇ-୫୪୧ ବିମାନରେ ଯାତ୍ରା କରିବା ସମୟରେ ବିମାନରେ ମଶାଥିବା ଅଭିଯୋଗ କରିଥିଲେ।

ସବର୍ଣ୍ଣ ସଂଗଠନର ସଂରକ୍ଷଣ ବିରୋଧୀ ହୁଙ୍କାର

ସବର୍ଣ୍ଣ ସଂଗଠନର ସଂରକ୍ଷଣ ବିରୋଧୀ ହୁଙ୍କାର

ନୂଆଦିଲ୍ଲୀ, ୧୦।୪: ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ ସବର୍ଣ୍ଣ ସଙ୍ଗଠନଗୁଡିକ ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ ଭାରତ ବନ୍ଦ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିହାର ଆରା ନଗର ଥାନା ଅଞ୍ଚଳର ଆନନ୍ଦନଗରଠାରେ ବନ୍ଦ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଉଭୟ ପକ୍ଷ ପରସ୍ପରକୁ ଫାୟରିଙ୍ଗ୍‌ କରିଛନ୍ତି। ଏଠାରେ ୧୪୪ ଧାରା ଜାରି କରାଯାଇଛି।

କଂଗ୍ରେସର ଦିନିକିଆ ଅନଶନ: ରାହୁଲଙ୍କୁ ଭାଜପାର ଟାର୍ଗେଟ 'ଉପବାସ ନାଁରେ ଉପହାସ'

କଂଗ୍ରେସର ଦିନିକିଆ ଅନଶନ: ରାହୁଲଙ୍କୁ ଭାଜପାର ଟାର୍ଗେଟ 'ଉପବାସ ନାଁରେ ଉପହାସ'

ନୂଆଦିଲ୍ଲୀ,୯।୪(ପି.ଟି.): ଦେଶରେ ସାମ୍ପ୍ରଦାୟିକତା ଓ ଜାତିଗତ ହିଂସା ବଢ଼ିଚାଲିଛି। ଏହାକୁ ନେଇ ବିତର୍କ ଜରୁରୀ ଥିବାବେଳେ ଶାସକ ଭାଜପା ପାର୍ଲାମେଣ୍ଟକୁ ଅଚଳ କରିଦେଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଶାନ୍ତି ଓ ସଦ୍ଭାବନା କାମନା କରି ସୋମବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଅନଶନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇ ଦିଲ୍ଲୀର ରାଜଘାଟରେ ଅନଶନରେ ବସିଥିଲେ। ଅନଶନ ପୂର୍ବରୁ ଦଳର କେତେଜଣ ନେତା ପେଟପୂରା ଖାଇ ଧାରଣାସ୍ଥଳକୁ ଯିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ‘ଉପବାସ ନାଁରେ ଉପହାସ’ ବୋଲି ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି।

ସଂରକ୍ଷଣକୁ ବିରୋଧ: ଆଜି ଭାରତ ବନ୍ଦ, କଡ଼ା ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ସଂରକ୍ଷଣକୁ ବିରୋଧ: ଆଜି ଭାରତ ବନ୍ଦ, କଡ଼ା ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୯।୪(ପି.ଟି.): ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ କେତେକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ହିଂସାକୁ ଏଡାଇବା ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଖାତକୁ ଖସିଲା ସ୍କୁଲ ବସ୍‌: ୩୦ ମୃତ

ଖାତକୁ ଖସିଲା ସ୍କୁଲ ବସ୍‌: ୩୦ ମୃତ

ଶିମ୍‌ଲା/ନୂରପୁର, ୯।୪(ପି.ଟି.): ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲା ଅନ୍ତର୍ଗତ ନୂରପୁର-ଚାମ୍ବା ରାଜପଥରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୁର୍‌ଚାଲ ଗ୍ରାମ ନିକଟରେ ଏକ ଘରୋଇ ସ୍କୁଲ ବସ୍‌ ଗଭୀର ଖାତକୁ ଖସିପଡ଼ିବା ଯୋଗୁ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାମ୍‌ ସିଂ ପଠାନିଆ ମେମୋରିଆଲ ସ୍କୁଲର ୨୭ ଛାତ୍ରୀଛାତ୍ରଙ୍କ ସମେତ ବସ୍‌ ଡ୍ରାଇଭର ଏବଂ ଦୁଇ ଶିକ୍ଷୟିତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୧୩ ଜଣ ପିଲା ମଧ୍ୟ ଆହତ ହୋଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂ ଠାକୁର କହିଛନ୍ତି।

ଗୋଖାଦ୍ୟ ଦୁର୍ନୀତି ମାମଲା: ୩୭ ଦୋଷୀ ସାବ୍ୟସ୍ତ, ୫ ଖଲାସ

ଗୋଖାଦ୍ୟ ଦୁର୍ନୀତି ମାମଲା: ୩୭ ଦୋଷୀ ସାବ୍ୟସ୍ତ, ୫ ଖଲାସ

ରାଞ୍ଚି, ୯।୪(ପି.ଟି.): ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ଏକ ମାମଲାରେ ରାଞ୍ଚିତ୍ସ୍ଥିତ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସୋମବାର ୩୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟ ପାଞ୍ଚ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି। ୧୯୯୧ରୁ ୧୯୯୨ ଏବଂ ୧୯୯୫ରୁ ୧୯୯୬ ମଧ୍ୟରେ ଗୋଖାଦ୍ୟ କିଣା ବାହାନାରେ ଦୁମ୍‌କା ଟ୍ରେଜେରିରୁ ୩୪.୯୧ କୋଟି ଟଙ୍କା ହଡ଼ପ ହୋଇଥିଲା।

ମାଓବାଦୀ ଆକ୍ରମଣ: ୨ ଯବାନ ଶହୀଦ, ୨୮ ଆହତ

ମାଓବାଦୀ ଆକ୍ରମଣ: ୨ ଯବାନ ଶହୀଦ, ୨୮ ଆହତ

ରାଏପୁର, ୯।୪: ଛତିଶଗଡ଼ ବିଜାପୁର ମହାଦେବ ଘାଟି ଅଞ୍ଚଳରେ ମାଓବାଦୀମାନେ ସୋମବାର ଏକ ସିଆରପିଏଫ୍‌ ବସ୍‌କୁ ଟାର୍ଗେଟ୍‌ କରିଛନ୍ତି। ଆଇଡି ଲଗାଇ କରାଯାଇଥିବା ବିସ୍ଫୋରଣରେ ସିଆରପିଏଫ୍‌ ୮୫ ବାଟାଲିଅନର ୨ ଜଣ ଯବାନ ଶହୀଦ ହେବା ସହିତ ୨୮ ଜଣ ଯବାନ ଆହତ ହୋଇଛନ୍ତି।

‘ଭାରତ କେ ବୀର’କୁ ପୂରିଲା ୧ବର୍ଷ: ମିଳିଲା ୨୯ କୋଟି ଟଙ୍କା

‘ଭାରତ କେ ବୀର’କୁ ପୂରିଲା ୧ବର୍ଷ: ମିଳିଲା ୨୯ କୋଟି ଟଙ୍କା

ନୂଆଦିଲ୍ଲୀ,୯।୪: ଦେଶ ପାଇଁ ସର୍ବୋଚ୍ଚ ବଳୀଦାନ ଦେଇଥିବା ଯବାନଙ୍କୁ ସହଯୋଗ କରିବାକୁ ଆରମ୍ଭ କରାଯାଇଥିଲା ଏକ ଓ୍ବେବସାଇଟ୍‌ ‘ଭାରତ କେ ବୀର’, ଯାହାକୁ ସୋମବାର ବର୍ଷେ ପୂରିଛି। ଏପ୍ରିଲ ୯, ୨୦୧୭ରେ ଏହାର ଶୁଭାରମ୍ଭ କରାଯାଇଥିଲା।

କାବେରୀ ବିବାଦ: ମେ ୩ ସୁଦ୍ଧା ଡ୍ରାଫ୍ଟ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର

କାବେରୀ ବିବାଦ: ମେ ୩ ସୁଦ୍ଧା ଡ୍ରାଫ୍ଟ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୯।୪: କାବେରୀ ଜଳବଣ୍ଟନ ବିବାଦ ସମ୍ପର୍କିତ ଯୋଜନାର ଡ୍ରାପ୍ଟ୍‌ ରିପୋର୍ଟ ମେ ୩ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଦାଖଲ କରିବେ। ଏନେଇ ସୋମବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି। କର୍ନାଟକ ଓ ତାମିଲନାଡୁ ମଧ୍ୟରେ ଜଳବଣ୍ଟନ କିପରି କରାଯିବ ତାହାର ଏକ ଡ୍ରାଫ୍ଟ ଯୋଜନା ଶୀଘ୍ର ଦାଖଲ କରାଯିବା ଉପରେ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି।

ଇମ୍ଫାଲ ବିସ୍ଫୋରଣ: ୪ ଆହତ

ଇମ୍ଫାଲ ବିସ୍ଫୋରଣ: ୪ ଆହତ

ନୂଆଦିଲ୍ଲୀ,୯।୪: ମଣିପୁର ଥାଉଭାଲ ଖୁନଉରେ ରବିବାର ରାତି ହୋଇଥିବା ଏକ ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ମେଗା ପାଓ୍ବାର ସବ୍‌-ଷ୍ଟେଶନ ନିକଟରେ ଘଟିଛି ଏହି ବିସ୍ଫୋରଣ।

ଉପବାସ ପୂର୍ବରୁ କଂଗ୍ରେସ ନେତାଙ୍କ ବ୍ରେକ୍‌ଫାଷ୍ଟ

ଉପବାସ ପୂର୍ବରୁ କଂଗ୍ରେସ ନେତାଙ୍କ ବ୍ରେକ୍‌ଫାଷ୍ଟ

ନୂଆଦିଲ୍ଲୀ,୯।୪: ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସାରା ଦେଶରେ କଂଗ୍ରେସ ତରଫରୁ ଉପବାସ ବ୍ରତ ପାଳନ କରାଯାଉଛି। ରାଜଘାଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପବାସରେ ବସିଛନ୍ତି।

 ଦେଶର ଗ୍ରାମାଞ୍ଚଳରେ ୬୦ ପ୍ରତିଶତ କଲେଜ

ଦେଶର ଗ୍ରାମାଞ୍ଚଳରେ ୬୦ ପ୍ରତିଶତ କଲେଜ

ନୂଆଦିଲ୍ଲୀ, ୯।୪: ଦେଶର ୬୦ ପ୍ରତିଶତ କଲେଜ ଗ୍ରାମାଞ୍ଚଳରେ ରହିଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସର୍ବ ଭାରତୀୟସ୍ତରରେ ଉଚ୍ଚଶିକ୍ଷାର ବିକାଶ ସମ୍ପର୍କରେ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଦେଶ ସ୍ବାଧୀନ ହେବା ପରଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ବିକାଶ ହେବା ସହିତ କଲେଜ ସଂଖ୍ୟା ୪୭ଗୁଣା ବୃଦ୍ଧି ପାଇଛି।

ଗୁଜରାଟର ୭୦ କୋଟିପତି କୁକୁର

ଗୁଜରାଟର ୭୦ କୋଟିପତି କୁକୁର

ଅହମ୍ମଦାବାଦ୍‌, ୯।୪: ଗୁଜରାଟ ମେହସାଣା ଜିଲା ପଞ୍ଚୋତ୍‌ ଗାଁରେ ରହୁଛନ୍ତି ୭୦ଟି କୋଟିପତି କୁକୁର। ଏହି ବୁଲା କୁକୁରଙ୍କ ଦେଖାରଖା ପାଇଁ ଏକ କୁକୁର କଲ୍ୟାଣ ସଂସ୍ଥା ଅଣ୍ଟା ଭିଡିଛି। ସଂସ୍ଥା ପାଖରେ କୁକୁରମାନଙ୍କ ପାଇଁ ୨୧ ବିଘା ଜମି ରହିଛି। ସେଠାରେ ଜମିର ପ୍ରତି ବିଘାର ମୂଲ୍ୟ ୩.୫ କୋଟି ଟଙ୍କା।

ଅପରାଧୀ ତାଲିକାରେ ପାକ୍‌ କୂଟନୀତିଜ୍ଞ

ଅପରାଧୀ ତାଲିକାରେ ପାକ୍‌ କୂଟନୀତିଜ୍ଞ

ନୂଆଦିଲ୍ଲୀ/ଇସଲାମାବାଦ,୯।୪: ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ୍‌ ଏଜେନ୍ସି(ଏନ୍‌ଆଇଏ) ସୋମବାର ତା’ର ଅପରାଧୀ ତାଲିକାରେ ଜଣେ ପାକିସ୍ତାନ କୂଟନୀତିଜ୍ଞଙ୍କୁ ସାମିଲ କରିବା ସହ ତାଙ୍କର ଫଟୋ ଜାରି କରଛି ଓ ତାଙ୍କ ସମ୍ପର୍କିତ ତଥ୍ୟ ମାଗିଛି।

ଜୋତା କାରଖାନାରେ ଅଗ୍ନିକାଣ୍ଡ: ୪ମୃତ

ଜୋତା କାରଖାନାରେ ଅଗ୍ନିକାଣ୍ଡ: ୪ମୃତ

ନୂଆଦିଲ୍ଲୀ,୯।୪: ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ସୋମବାର ସକାଳ ପ୍ରାୟ ୬ଟାରେ ଅଗ୍ନିକାଣ୍ଡ ଘଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି।

୬ କିଲୋମିଟର ଭିତରକୁ ପ୍ରବେଶ କଲେ ଚାଇନା ସେନା

୬ କିଲୋମିଟର ଭିତରକୁ ପ୍ରବେଶ କଲେ ଚାଇନା ସେନା

ନୂଆଦିଲ୍ଲୀ/ବେଜିଂ,୯।୪: ଅରୁଣାଚଳ ପ୍ରଦେଶର ଆସଫିଲା ଅଞ୍ଚଳରେ ଚାଇନାର ଅନୁପ୍ରବେଶକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ, ଚାଇନା ସେନା ଲଦାଖର ପାଙ୍ଗଓଙ୍ଗ ହ୍ରଦ ନିକଟରେ ଭାରତ ସୀମାର ୬ କିଲୋମିଟର ଭିତରକୁ ପଶିଆସିଛନ୍ତି।