ଜାତୀୟ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ପୁଣି ୩ ଅଭିଯୁକ୍ତ ଗିରଫ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ପୁଣି ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୭।୪: ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଶନିବାର ହିମାଚଳ ପ୍ରଦେଶରୁ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, କିରାଣି ଏବଂ ସହକାରୀ କର୍ମଚାରୀ ଅଛନ୍ତି। ଯୁକ୍ତ ୨ ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ଛାନଭିନ୍‌ରୁ ଜଣାପଡିଛି।

ଦୁଇ ରାତି ଜେଲରେ କାଟିବା ପରେ ମୁକୁଳିଲେ ଭାଇଜାନ୍‌

ଦୁଇ ରାତି ଜେଲରେ କାଟିବା ପରେ ମୁକୁଳିଲେ ଭାଇଜାନ୍‌

ଯୋଧପୁର,୭।୪: ଦବଙ୍ଗ ଖାନ୍‌ ସଲ୍‌ମାନଙ୍କୁ ମିଳିଲା ଜାମିନ୍‌। କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ଦିନ ଜେଲ ହାଜତରେ କାଟିବା ପରେ ଶେଷରେ ମୁକୁଳିଛନ୍ତି ଭାଇଜାନ୍‌। ଶନିବାର ଯୋଧପୁର ସେସନ୍‌ କୋର୍ଟରେ ଅଭିନେତାଙ୍କ ଆବେଦନର ଶୁଣାଣି କରି କୋର୍ଟ ୫୦ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି।

ତ୍ରି-ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି

ତ୍ରି-ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୭।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ତ୍ରୀ ସବିତା କୋବିନ୍ଦଙ୍କ ସହ ଶନିବାର ତିନି ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ଏପ୍ରିଲ ୭ ରୁ ୧୨ ପର୍ଯ୍ୟନ୍ତ ତାଙ୍କର ଗସ୍ତ କାଳରେ ସେ ଇକ୍ୱାଟୋରିଆଲ ଗ୍ୟୁନିଆ, ସ୍ବାଜିଲାଣ୍ଡ ଏବଂ ଜାମ୍ବିଆ ଗସ୍ତ କରିବେ।

ରୋଗୀଙ୍କୁ ଅବହେଳା: ମା’ଙ୍କ ଅକ୍ସିଜେନ ସିଲିଣ୍ଡରକୁ କାନ୍ଧରେ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କଲେ ପୁଅ

ରୋଗୀଙ୍କୁ ଅବହେଳା: ମା’ଙ୍କ ଅକ୍ସିଜେନ ସିଲିଣ୍ଡରକୁ କାନ୍ଧରେ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କଲେ ପୁଅ

ରୁନକ୍ତା,୭।୪: ଉତ୍ତରପ୍ରଦେଶର ଆଗ୍ରା ମେଡିକାଲ କଲେଜରେ ରୋଗୀଙ୍କ ପ୍ରତି ଅବହେଳା ପ୍ରଦର୍ଶନର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି। ଗୁରୁତର ଅସୁସ୍ଥ ଥିବା ମା’ଓ ତାଙ୍କ ଦେହରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡରକୁ କାନ୍ଧରେ ଧରି ପୁଅ ଛିଡା ହେବାର ଏକ ଫଟୋ ଭାଇରାଲ ହୋଇଛି।

ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ, ଜେ ଜେ ହସ୍ପିଟାଲରେ ଭର୍ତ୍ତି

ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ, ଜେ ଜେ ହସ୍ପିଟାଲରେ ଭର୍ତ୍ତି

ବମ୍ବେ,୭।୪: ବହୁଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ବାଇକୁଲାରେ ଥିବା ଜେ ଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି: ବେହୋସ ହେଲେ ଭଉଣୀ ଅଲ୍‌ବିରା, ଅପରାହ୍ନ ୨ଟା ପରେ ଆସିବ ରାୟ

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି: ବେହୋସ ହେଲେ ଭଉଣୀ ଅଲ୍‌ବିରା, ଅପରାହ୍ନ ୨ଟା ପରେ ଆସିବ ରାୟ

ଯୋଧପୁର, ୭।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଲ୍‌ମାନ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଶନିବାର କରାଯାଉଛି। ଶୁକ୍ରବାର ଯୋଧପୁର ସେସନ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଜୋଷୀ ଅପରାହ୍ନ ୨ଟା ପରେ ରାୟ ଶୁଣାଇବେ ବୋଲି ପ୍ରକାଶ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ, ୬ା୪(ପି.ଟି.): ପ୍ରତିରକ୍ଷା ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଥିବା ଶୁକ୍ରବାର ପ୍ରଘଟ ହୋଇଛି। ହ୍ୟାକ୍‌ ହେବା ପରେ ଓ୍ବେବ୍‌ସାଇଟ ପେଜ୍‌ରେ ଚାଇନା ଭାଷାରେ ଏକ ଲେଖା ଦେଖିବାକୁ ମିଳିଥିଲା। ତେଣୁ ଚାଇନା ହ୍ୟାକର୍‌ମାନେ ଏଥିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଯାଉଛି ବୋଲି ମନ୍ତ୍ରଣାଳୟର ଅଧିକାରୀମାନେ କହିଥିଲେ।

 ହଙ୍ଗାମାରେ ଶେଷ ହେଲା ବଜେଟ୍‌ ଅଧିବେଶନ: ପାଣିରେ ପଡିଲା ୧୯୦ କୋଟି ଟଙ୍କା

ହଙ୍ଗାମାରେ ଶେଷ ହେଲା ବଜେଟ୍‌ ଅଧିବେଶନ: ପାଣିରେ ପଡିଲା ୧୯୦ କୋଟି ଟଙ୍କା

ନୂଆଦିଲ୍ଲୀ, ୬।୪: ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ଶେଷ ହୋଇଛି। ଏହି ଅଧିବେଶନରେ ହଙ୍ଗାମା ଯୋଗୁ ସାଧାରଣ କାର୍ଯ୍ୟ ସମ୍ଭବ ହୋଇ ପାରିନାହିଁ। ଫଳରେ ୧୯୦ କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡିଛି। ଅଧିବେଶନରେ ଲୋକସଭାରେ ୨୮ ଏବଂ ରାଜ୍ୟସଭାରେ ୩୯ ବିଧେୟକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ଥିଲା, ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ଇସ୍ତଫା ଦେଲେ ୫ ଓ୍ବାଇଏସ୍‌ଆର୍‌ସିପି ଏମ୍‌ପି

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ଇସ୍ତଫା ଦେଲେ ୫ ଓ୍ବାଇଏସ୍‌ଆର୍‌ସିପି ଏମ୍‌ପି

ନୂଆଦିଲ୍ଲୀ, ୬।୪: ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆର୍‌ସିପି) ୫ ଏମ୍‌ପି ଲୋକସଭାରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏହାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଉ।

କାବେରୀ ବିବାଦ: ବାଲିରେ ପୋତି ହୋଇ କୃଷକଙ୍କ ବିରୋଧ ପ୍ରଦର୍ଶନ

କାବେରୀ ବିବାଦ: ବାଲିରେ ପୋତି ହୋଇ କୃଷକଙ୍କ ବିରୋଧ ପ୍ରଦର୍ଶନ

ତ୍ରିଚି, ୬।୪: ତାମିଲନାଡୁ ତ୍ରିଚିର କୃଷକମାନେ କାବେରୀ ବିବାଦକୁ ନେଇ ଏକ ଅନନ୍ୟ ଢ଼ଙ୍ଗରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ କାବେରୀ ନଦୀ କୂଳରେ ବାଲିରେ ପୋତି ହୋଇ କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ରବିବାର ବାୟୁସେନାର ସର୍ବବୃହତ୍ତ ସମରାଭ୍ୟାସ ‘ଗଗନ ଶକ୍ତି’

ରବିବାର ବାୟୁସେନାର ସର୍ବବୃହତ୍ତ ସମରାଭ୍ୟାସ ‘ଗଗନ ଶକ୍ତି’

ନୂଆଦିଲ୍ଲୀ, ୬।୪: ରବିବାର ବାୟୁସେନାର ସର୍ବବୃହତ୍ତ ସମରାଭ୍ୟାସ ‘ଗଗନ ଶକ୍ତି’ ଆରମ୍ଭ ହେବ। ଏହା ୧୫ ଦିନ ଧରି ଜାରି ରହିବ। ଏଥିରେ ଏକ ହଜାର ବାୟୁସେନା ବିମାନ ଅଂଶଗ୍ରହଣ କରିବେ। ସେଥି ମଧ୍ୟରୁ ୬ ଶହଟି ଯୁଦ୍ଧ ବିମାନ ରହିବ। ଏହି ସ୍ବତନ୍ତ୍ର ସମରାଭ୍ୟାସରେ ମିଗ୍‌-୨୧, ମିଗ୍‌-୨୯, ଜାଗୁଆର, ମିରାଜ୍‌, ଏମ୍‌କେଆଇ, ସୁଖୋଇ-୩୦, ତେଜସ୍‌, ସି-୧୫, ସି-୧୭ ସି-୧୩୦ ଆଦି ବିମାନ ଅଂଶଗ୍ରହଣ କରିବେ।

ଶିଶୁ ଦିବସ ନାମ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଶିଶୁ ଦିବସ ନାମ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ନୂଆଦିଲ୍ଲୀ, ୬।୪: ନଭେମ୍ବର ୧୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଜନ୍ମ ଦିବସ। ଏହି ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଏହି ଦିନକୁ ଏବେ ଅଙ୍କଲ ଦିବସ ଭାବେ ପାଳନ କରିବା ପାଇଁ ୧୦୦ ଜଣ ଭାଜପା ଏମ୍‌ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ରୁଷିଆରୁ ୩୦ହଜାର କୋଟି ଟଙ୍କାର ଏସ୍‌-୪୦୦ ଏୟାର ଡିଫେନ୍ସ୍‌ ମିସାଇଲ୍‌ ସିଷ୍ଟମ୍‌ କିଣିବ ଭାରତ

ରୁଷିଆରୁ ୩୦ହଜାର କୋଟି ଟଙ୍କାର ଏସ୍‌-୪୦୦ ଏୟାର ଡିଫେନ୍ସ୍‌ ମିସାଇଲ୍‌ ସିଷ୍ଟମ୍‌ କିଣିବ ଭାରତ

ନୂଆଦିଲ୍ଲୀ/ମସ୍କୋ, ୬।୪: ଭାରତ ରୁଷିଆଠାରୁ ୩୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କିଣିବ। ଆମେରିକା ରୁଷିଆ ଉପରେ ବିଭିନ୍ନ କଟକଣା ଲଗାଇଛି। ଏହା ସତ୍ତ୍ୱେ ଭାରତ ରୁଷିଆଠାରୁ ଏସ୍‌-୪୦୦ ଏୟାର ଡିଫେନ୍ସ୍‌ ମିସାଇଲ୍‌ ସିଷ୍ଟମ୍‌ କିଣିବାକୁ ଯୋଜନା କରିଛି। ଏନେଇ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇସାରିଛି।

ସଲ୍‌ମାନ୍‌ଙ୍କ ଜାମିନ ବିଚାର: ଶନିବାର ପ୍ରକାଶ ପାଇବ ରାୟ

ସଲ୍‌ମାନ୍‌ଙ୍କ ଜାମିନ ବିଚାର: ଶନିବାର ପ୍ରକାଶ ପାଇବ ରାୟ

ଯୋଧପୁର, ୬।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। ସଲ୍‌ମାନ୍‌ଙ୍କ ଜାମିନ ଆବେଦନର ରାୟ ଶନିବାର ପ୍ରକାଶ ପାଇବ ବୋଲି ଶୁକ୍ରବାର ବିଚାରପତି ରବୀନ୍ଦ୍ର କୁମାର ଯୋଶୀ ସୂଚିତ କରିଛନ୍ତି।

୪୮ ପ୍ରତିଶତ ରେଳପଥ ବିଦ୍ୟୁତ୍‌କରଣ ହୋଇଛି

୪୮ ପ୍ରତିଶତ ରେଳପଥ ବିଦ୍ୟୁତ୍‌କରଣ ହୋଇଛି

ନୂଆଦିଲ୍ଲୀ, ୫।୪: ଭାରତୀୟ ରେଳ ବିଭାଗ ପକ୍ଷରୁ ଗତ ୬୫ ବର୍ଷ ଧରି ରେଳପଥ ବିଦ୍ୟୁତ୍‌କରଣ କାର୍ଯ୍ୟ ସମ୍ପାଦିତ ହେଉଛି। ତେବେ ଇତି ମଧ୍ୟରେ ୪୭.୮ ପ୍ରତିଶତ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବିଭାଗୀୟ ରିପୋର୍ଟରୁ ଜଣାପଡିଛି। ଦେଶରେ ମୋଟ ୧୧,୬୯୦ ଲୋକୋମୋଟିଭ୍‌ ରହିଥିବାବେଳେ ସେଥିମଧ୍ୟରୁ ୫୨.୨ ପ୍ରତିଶତ ଡିଜେଲ୍‌ ଦ୍ୱାରା କାର୍ଯ୍ୟକ୍ଷମ ହେଉଛି।

ଉଡାନ ଯୋଜନାରେ ଦିଲ୍ଲୀ-ପଠାନକୋଟ ବିମାନ ଚଳାଚଳ ଆରମ୍ଭ

ଉଡାନ ଯୋଜନାରେ ଦିଲ୍ଲୀ-ପଠାନକୋଟ ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ,୫।୪: ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର ଉଡାନ ଯୋଜନାରେ ଦିଲ୍ଲୀ-ପଠାନକୋଟ(ପଞ୍ଜାବ)ମଧ୍ୟରେ ପ୍ରଥମ ବିମାନ ଚଳାଚଳକୁ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଉଦ୍‌ଘାଟନ କରିଛନ୍ତି।

ଆସନ୍ତା ମାସରେ ବିବାହ କରିବେ ତେଜପ୍ରତାପ

ଆସନ୍ତା ମାସରେ ବିବାହ କରିବେ ତେଜପ୍ରତାପ

ପାଟନା,୫।୪: ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ ପୁଅ ତେଜପ୍ରତାପ ଓ ତେଜସ୍ବୀଙ୍କ ବିବହାକୁ ନେଇ ବେଶ୍‌ କିଛିଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ତେବେ ଆସନ୍ତା ମାସରେ ବଡ ପୁଅ ତେଜପ୍ରତାପ ବିବାହ କରିବେ ବୋଲି ସୂଚନା ମିଳିଛି।

ଅରୁଣ ଅସୁସ୍ଥ

ଅରୁଣ ଅସୁସ୍ଥ

ନୂଆଦିଲ୍ଲୀ,୫।୪: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ହୋଇପଡିଛନ୍ତି। ସେ କିଡ୍‌ନୀ ସମସ୍ୟାରେ ପୀଡ଼ିତ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଖୁବ୍‌ଶୀଘ୍ର ତାଙ୍କର ସର୍ଜରି କରାଯାଇପାରେ ବୋଲି ଅନୁମାନ କରାଯାଉଛି।

କର୍ନାଟକ: ୩୬ କଂଗ୍ରେସ ବିଧାୟକଙ୍କ ନାମରେ ଅପରାଧୀକ ମାମଲା

କର୍ନାଟକ: ୩୬ କଂଗ୍ରେସ ବିଧାୟକଙ୍କ ନାମରେ ଅପରାଧୀକ ମାମଲା

ନୂଆଦିଲ୍ଲୀ, ୫।୪: କର୍ନାଟକର ୩୬ କଂଗ୍ରେସ ବିଧାୟକଙ୍କ ନାମରେ ଅପରାଧୀକ ମାମଲା ରହିଛି। ଡେମୋକ୍ରାଟିକ୍‌ ରିଫର୍ମ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏସମ୍ପର୍କରେ ଦର୍ଶାଯାଇଛି। ରାଜ୍ୟ ବିଧାନସଭାରେ କଂଗ୍ରେସର ୧୧୪ ବିଧାୟକ ଥିବାବେଳେ ୩୨ ପ୍ରତିଶତଙ୍କ ନାମରେ ଅପରାଧୀକ ମାମଲା ରହିଛି।

 ୩ ବର୍ଷରେ ନିର୍ମାଣ ହେବ ୫୬ ବିମାନ ବନ୍ଦର

୩ ବର୍ଷରେ ନିର୍ମାଣ ହେବ ୫୬ ବିମାନ ବନ୍ଦର

ନୂଆଦିଲ୍ଲୀ, ୫।୪: ଦେଶରେ ଆଗାମୀ ୩ ବର୍ଷ ମଧ୍ୟରେ ୫୬ ନୂତନ ବିମାନ ବନ୍ଦର ସ୍ଥାପିତ ହେବ। ଏନେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ଗୁରୁବାର ସୂଚିତ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ବିଶ୍ୱ ଲଜିଷ୍ଟିକ୍‌ ସମ୍ମିଳନୀରେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି। ଦେଶର ୧୦ପ୍ରତିଶତ ଜିଡିପି ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ, ୫ ବର୍ଷ ଜେଲ୍‌ ଦଣ୍ଡ

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ, ୫ ବର୍ଷ ଜେଲ୍‌ ଦଣ୍ଡ

ଯୋଧପୁର, ୫।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ଗୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅଧିନିୟମ ବିଭାଗ ୫୧ ଅନ୍ତର୍ଗତ ବିଚାରପତି ଏହି ଦଣ୍ଡାଦେଶ କରିଛନ୍ତି। କୃଷ୍ଣସାର ମୃଗ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଷ୍ଣୋଇ ସମ୍ପ୍ରଦାୟ ସଲ୍‌ମାନ୍‌ଙ୍କୁ ଅଧିକ ଦଣ୍ଡାଦେଶ ପାଇଁ ଦାବି କରିଥିଲେ।

ବିଭିନ୍ନ ସମସ୍ୟା ନେଇ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ସମସ୍ୟା ନେଇ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ, ୫।୪: ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଙ୍କ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ, ସିପିଆଇ ନେତା ଡି. ରାଜା, ଏବଂ ସମାଜବାଦୀ ପାର୍ଟି ସଦସ୍ୟା ଜୟା ବଚ୍ଚନ ପ୍ରମୁଖ ସାମିଲ ହୋଇ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅସ୍ତ୍ରବିରତି ଉଲ୍ଲଂଘନର ମୁକାବିଲା ପାଇଁ ଭାରତ ତିଆରି କରିବ ୧୪ ହଜାର ବଙ୍କର

ଅସ୍ତ୍ରବିରତି ଉଲ୍ଲଂଘନର ମୁକାବିଲା ପାଇଁ ଭାରତ ତିଆରି କରିବ ୧୪ ହଜାର ବଙ୍କର

ନୂଆଦିଲ୍ଲୀ,୫।୪: ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ସେଠାକାର ବାସିନ୍ଦା ସର୍ବଦା ଭୟର ବାତାବରଣ ଭିତରେ ସମୟ କାଟୁଛନ୍ତି। ଏମିତିକି ବେଳେବେଳେ ଏମାନେ ଗୁଳିଗୋଳାର ଶିକାର ହୋଇ ଜୀବନ ହାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତ କରୁଛି ଏକ ମେଗାପ୍ଲାନ୍‌।

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ

ଯୋଧପୁର, ୫।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ଗୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ ବର୍ଷ ତଳେ ୧୯୯୮ରେ ହୋଇଥିବା ଏହି ମାମଲାରେ ଅଭିଯୁକ୍ତ ସୈଫ୍‌ ଅଲି ଖାଁ, ତବୁ, ସୋନାଲୀ ବେନ୍ଦ୍ରେ, ନୀଲମ୍‌ଙ୍କୁ ଅଦାଲତ ଖଲାସ କରିଛନ୍ତି। ଏହି ମାମଲାରେ ଅଭିନେତା ସଲ୍‌ମାନ ଖାଁ ମୁଖ୍ୟ ଅଭିଯୁକ୍ତ ଥିଲେ।