ଜାତୀୟ

ଉନ୍ନାଓ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ୪ ଦିନ ହେବ ନିଖୋଜ

ଉନ୍ନାଓ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ୪ ଦିନ ହେବ ନିଖୋଜ

ଉନ୍ନାଓ,୧୫।୪: ଉନ୍ନାଓ ବଳାତ୍କୃତାଙ୍କ ଦାଦା ଏବେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଗତ ୪ ଦିନ ହେବ ତାଙ୍କର ଜଣେ ଭଣଜା ନିଖୋଜ ଥିବା ସେ କହିଛନ୍ତି। ଏହାସହ ତାଙ୍କ ଭଣଜାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି।

ଭଜନ ସମାରୋହରେ ନୋଟ୍‌ ବର୍ଷା

ଭଜନ ସମାରୋହରେ ନୋଟ୍‌ ବର୍ଷା

ନବସାରୀ,୧୫।୪: ଗୁଜରାଟ ନବସାରୀ ଅଞ୍ଚଳର ଚିକଲିରେ ଜଣେ ଗାୟକଙ୍କ ଉପରେ ନୋଟ ବର୍ଷା ହେବା ଘଟଣା ଏବେ ସାମ୍ନାକୁ ଆସିଛି। ଭାଇରାଲ ହୋଇଥିବା ଭିଡିଓରେ ଭଜନ ସମାରୋହରେ ଜଣେ ଗାୟକ ମଞ୍ଚ ଉପରେ ଭଜନ ପରିବେଷଣ କରିବା ସମୟରେ କିଛି ଶ୍ରୋତା ତାଙ୍କ ଉପରେ ନୋଟ୍‌ ବର୍ଷା କରୁଛନ୍ତି।

ପୁଅକୁ ହତ୍ୟା କରିବାକୁ ମା’ ଦେଲେ ସୁପାରି

ପୁଅକୁ ହତ୍ୟା କରିବାକୁ ମା’ ଦେଲେ ସୁପାରି

ଉଦୟପୁର, ୧୫।୪ : ରାଜସ୍ଥାନ ପ୍ରତାପଗଡ଼ ଛୋଟି ସଦାରୀରେ ଜଣେ ମା’ ନିଜ ପୁଅକୁ ହତ୍ୟା କରିବା ପାଇଁ ସୁପାରି ଦେଇଛନ୍ତି। ସମ୍ପତ୍ତି ବିବାଦରୁ ମା’ ଏପରି କରିଥିବା ପୋଲିସ ସୂଚିତ କରିଛି।

ସ୍ବାଧୀନତାର ୭୦ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ସ୍ବାଧୀନତାର ୭୦ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ଅମରାବତୀ, ୧୫।୪ : ମହାରାଷ୍ଟ୍ର ଅମରାବତୀ ବୁଲୁମାଗଭାନ୍‌ ଜନଜାତି ଅଧ୍ୟ୍ୟୁଷିତ ଗାଁରେ ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ପରେ ପହଞ୍ଚିଛି ବିଜୁଳି ଆଲୋକ। ସୌଭାଗ୍ୟ ଯୋଜନା ଅନ୍ତର୍ଗତ ଏଠାରେ ବିଜୁଳି ଆଲୋକ ପହଞ୍ଚିଛି। ଗାଁରେ ଥିବା ୧୦୫ ପରିବାରଙ୍କୁ ବିଜୁଳି ଆଲୋକ ସୁବିଧା ଯୋଗାଇ ଦିଆଯାଇଛି।

ତୋଗାଡିଆ ଯୁଗର ଅବସାନ

ତୋଗାଡିଆ ଯୁଗର ଅବସାନ

ଗୁରୁଗ୍ରାମ,୧୫।୪: ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)ନେତା ପ୍ରବୀଣ ତୋଗାଡିଆ ଶନିବାର ସଙ୍ଗଠନ ଛାଡିଥିବା ଘୋଷଣା କରିଛନ୍ତି। ୯୦ ଦଶକରେ ହିନ୍ଦୁତ୍ୱକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତୋଗାଡିଆଙ୍କ ଏହି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଜପା ନେତାଙ୍କ ପ୍ରବେଶ ନିଷେଧ

ଭାଜପା ନେତାଙ୍କ ପ୍ରବେଶ ନିଷେଧ

ଆଲ୍ଲାହାବାଦ,୧୫।୪: ଉନ୍ନାଓ ବଳାତ୍କାର ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ଅଭିଯୁକ୍ତ ଭାଜପା ନେତା କୁଲଦୀପ ସିଂହ ସେନଗାର ଗିରଫ ହେବା ପରେ ମଧ୍ୟ ଜନତାଙ୍କ ରାଗ ଶାନ୍ତ ହୋଇନି।

ସିବିଆଇ କବ୍‌ଜାରେ ପୂର୍ବତନ ସିଏମ୍‌ଡି

ସିବିଆଇ କବ୍‌ଜାରେ ପୂର୍ବତନ ସିଏମ୍‌ଡି

ନୂଆଦିଲ୍ଲୀ,୧୪। ୪(ପି.ଟି.): ୟୁକୋ ବ୍ୟାଙ୍କକୁ ୬୨୧ କୋଟି ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଅରୁନ୍‌ କୌଲ୍‌ଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ମାମଲା ଦାଏର କରିଛି।

୭୦ ବର୍ଷ ପରେ ଆଦିବାସୀ ଗାଁକୁ ବିଦ୍ୟୁତ ସଂଯୋଗ

୭୦ ବର୍ଷ ପରେ ଆଦିବାସୀ ଗାଁକୁ ବିଦ୍ୟୁତ ସଂଯୋଗ

ଅମରାବତି,୧୪।୪: ସ୍ବାଧୀନତା ପ୍ରାପ୍ତିର ୭୦ ବର୍ଷ ପରେ ମହାରାଷ୍ଟ୍ରର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଅମରାବତିର ବୁଲୁମ୍‌ଗାଭହନ୍‌ ଗାଁକୁ ଶନିବାର ବିଦ୍ୟୁତ ସରବରାହ ଆରମ୍ଭ ହୋଇଥିବା ଜଣାପଡିଛି।

ଉତ୍ତରପ୍ରଦେଶ ପରେ ବିହାର ସରକାର ଆମ୍ବେଡ୍‌କରଙ୍କ ନାମରେ ଯୋଡ଼ିବେ ‘ରାମଜୀ’

ଉତ୍ତରପ୍ରଦେଶ ପରେ ବିହାର ସରକାର ଆମ୍ବେଡ୍‌କରଙ୍କ ନାମରେ ଯୋଡ଼ିବେ ‘ରାମଜୀ’

ପାଟନା,୧୪।୪: ଦଳିତ ନେତା ବାବା ସାହେବ ଆମ୍ବେଡ୍‌କରଙ୍କ ନାମ ମଧ୍ୟରେ ‘ରାମଜୀ’ ଯୋଡିବାକୁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ପରେ ବିହାରରେ ମଧ୍ୟ ଏଭଳି ହେବାକୁ ଯାଉଛି।

ଶିକ୍ଷକଙ୍କ ଅକଥନୀୟ ଅତ୍ୟାଚାର, ୨ୟ ଶ୍ରେଣୀ ଛାତ୍ର ଆଇସିୟୁରେ ଭର୍ତ୍ତି

ଶିକ୍ଷକଙ୍କ ଅକଥନୀୟ ଅତ୍ୟାଚାର, ୨ୟ ଶ୍ରେଣୀ ଛାତ୍ର ଆଇସିୟୁରେ ଭର୍ତ୍ତି

ପୁଣେ, ୧୪।୪: ସ୍କୁଲ ଶିକ୍ଷକଙ୍କ ଅକଥନୀୟ ଅତ୍ୟାଚାର ଯୋଗୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ପିମ୍ପଲଓ୍ବାଡ଼ିରେ।

ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଗୁଳି

ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଗୁଳି

ମୋହାଲି, ୧୪।୪: ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଶନିବାର କେହି ଦୁର୍ବୃତ୍ତ ଗୁଳି କରିଥିବା ଜଣାପଡିଛି। ମୋହାଲୀ ସେକ୍ଟର ୯୧ରେ ତାଙ୍କୁ ଜଣେ ଅଜଣା ବ୍ୟକ୍ତି ଗୁଳି ମାରି ଫେରାର ହୋଇଯାଇଛି। ଏଥିରେ ଗୁରୁତର ହୋଇଥିବା ପରମିଶଙ୍କୁ ଫୋର୍ଟିସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଜାମିନ କରାଇଦେବାକୁ ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିଚାରପତି ଗିରଫ

ଜାମିନ କରାଇଦେବାକୁ ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିଚାରପତି ଗିରଫ

ହାଇଦ୍ରାବାଦ,୧୪।୪: ଜଣେ ଅଭିଯୁକ୍ତଙ୍କୁ ଜାମିନ କରାଇଦେବା ଲାଗି ଜନୈକ ବିଚାରପତି ଲାଞ୍ଚ ନେବା ମହଙ୍ଗା ପଡିଛି। ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ସେସନ୍‌ ବିଚାରପତି ଏସ୍‌.ରାଧାକୃଷ୍ଣ ମୂର୍ତ୍ତି ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅବସରରେ ଗିରଫ ହୋଇଛନ୍ତି। ତାଙ୍କ ସହ ଅନ୍ୟ ଦୁଇ ଓକିଲ ସହଯୋଗୀ କେ. ଶ୍ରୀନିବାସ ରାଓ ଏବଂ ଜି. ସତୀଶ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି।

ପରୀକ୍ଷାରେ ଖରାପ ଯୋଗୁ ଜୀବନ ହାରିଲେ ଛାତ୍ର

ପରୀକ୍ଷାରେ ଖରାପ ଯୋଗୁ ଜୀବନ ହାରିଲେ ଛାତ୍ର

ହାଇଦ୍ରାବାଦ, ୧୪।୪: ହାଇଦ୍ରାବାଦ କୁକଟପଲ୍ଲୀର ଜଣେ ୧୧ଶ ଶ୍ରେଣୀର ଛାତ୍ର ପରୀକ୍ଷାରେ ଖରାପ ପ୍ରଦର୍ଶନକୁ ନେଇ ଶନିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଇ କୁମାର।

ଭାଜପା ଶାସିତ ରାଜ୍ୟରେ ଅପରାଧୀଙ୍କୁ ସୁରକ୍ଷା: ମୋଦିଙ୍କ ନୀରବତାକୁ ନେଇ ପ୍ରଶ୍ନ

ଭାଜପା ଶାସିତ ରାଜ୍ୟରେ ଅପରାଧୀଙ୍କୁ ସୁରକ୍ଷା: ମୋଦିଙ୍କ ନୀରବତାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜମ୍ମୁ,୧୩।୪(ପି.ଟି.): ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଅପରାଧୀମାନେ ନିର୍ଭୟରେ ମୁକୁଳା ବୁଲୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ଥିବା ସତ୍ତ୍ୱେ ସେମାନଙ୍କୁ ଗିରଫ କରାଯାଉ ନାହିଁ। ଶାସକ ଦଳର ରାଜନୈତିକ ପୃଷ୍ଠପୋଷକତା ଯୋଗୁ ଅପରାଧୀଙ୍କୁ ଧରିବା ପାଇଁ ଆଇନର ଲମ୍ବା ହାତ ଛୋଟ ପଡ଼ିଯାଉଛି। ଫଳରେ କେବଳ ପୀଡ଼ିତା ଓ ସେମାନଙ୍କ ପରିବାର ନୁହନ୍ତି, ବରଂ ସାଧାରଣ ଲୋକ ମଧ୍ୟ ନିଜକୁ ଅସୁରକ୍ଷିତ ମଣିଲେଣି। ଉତ୍ତରପ୍ରଦେଶ(ୟୁପି)ର ଉନ୍ନାଓ ଏବଂ ଜମ୍ମୁ-କଶ୍ମୀରର କଠୁଆ ଗଣବଳାତ୍କାର ଘଟଣା ଜାତୀୟ ଲଜ୍ଜା ପାଲଟିଥିବାବେଳେ ଦୁଇ ମାମଲାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଏହାର ଜ୍ୱଳନ୍ତ ପ୍ରମାଣ।

ଶ୍ରୀଦେବୀ, ବିନୋଦ ଖାନ୍ନା ଶ୍ରେଷ୍ଠ

ଶ୍ରୀଦେବୀ, ବିନୋଦ ଖାନ୍ନା ଶ୍ରେଷ୍ଠ

ନୂଆଦିଲ୍ଲୀ:ଶୁକ୍ରବାର ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ଜରିଆରେ ଭାରତୀୟ ଚଳଚ୍ଚିତ୍ର ଜଗତର ଦୁଇ ଦିବଙ୍ଗତ କଳାକାରଙ୍କୁ ସମ୍ମାନିତ କରାଯାଇଛି। ହିନ୍ଦୀ ଫିଲ୍ମ ‘ମମ୍‌’ ପାଇଁ ବଲିଉଡ୍‌ର ମହିଳା ସୁପର୍‌ଷ୍ଟାର୍‌ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିବାବେଳେ ବିନୋଦ ଖାନ୍ନାଙ୍କୁ ୪୯ତମ ଦାଦା ସାହେବ୍‌ ଫାଲ୍‌କେ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ (ମରଣୋତ୍ତର) ସମ୍ମାନ ପାଇବା ପାଇଁ ଘୋଷଣା କରାଯାଇଛି।

ବଦଳିବ ପୋକ୍‌ସୋ ଆଇନ: ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ବଳାତ୍କାର କଲେ ମିଳିବ ମୃତ୍ୟୁଦଣ୍ଡ

ବଦଳିବ ପୋକ୍‌ସୋ ଆଇନ: ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ବଳାତ୍କାର କଲେ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧୩।୪(ପି.ଟି.): ଜମ୍ମୁ-କଶ୍ମୀରର କଠୁଆ ଗଣବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଜଣେ ୮ ବର୍ଷୀୟା ଝିଅଙ୍କୁ କିଭଳି ଗଣବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ପୋଲିସର ଚାର୍ଜଶିଟ ପରେ ତାହା ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଦେଶବ୍ୟାପୀ ବିକ୍ଷୋଭ କେବଳ ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିଡିପି-ଭାଜପାର ମୁଣ୍ଡବ୍ୟଥା ବଢ଼ାଇଛି ତାହା ନୁହେଁ, ବରଂ ଏହାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମଧ୍ୟ ହରଡ଼ଘଣାରେ ପଡ଼ିଯାଇଛନ୍ତି।

ସିବିଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଭାଜପା ବିଧାୟକଙ୍କୁ ଗିରଫ କର

ସିବିଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଭାଜପା ବିଧାୟକଙ୍କୁ ଗିରଫ କର

ଆଲ୍ଲାହାବାଦ,୧୩।୪(ପି.ଟି.): ଉତ୍ତରପ୍ରଦେଶରେ କ୍ଷମତାସୀନ ଭାଜପାର ଜଣେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କିପରି ଭୟ କରୁଛି ତାହା ଶୁକ୍ରବାର ଦେଖିବାକୁ ମିଳିଛି। ଏପରି କି ଶେଷରେ ନ୍ୟାୟପାଳିକାକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି।

ଭାଜପା ବିଧାୟକଙ୍କୁ ଗିରଫ କରିବାକୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭାଜପା ବିଧାୟକଙ୍କୁ ଗିରଫ କରିବାକୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୧୩।୪: ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂହ ସେଂଗରଙ୍କୁ ଗିରଫ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ନିେର୍ଦ୍ଦେଶ ଦେଇଛନ୍ତି।

ଘୋଷଣା ହେଲା ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଘୋଷଣା ହେଲା ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ,୧୩।୪: ଚଳିତ ବର୍ଷର ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅନ୍ୟ ଜୁରୀମାନଙ୍କ ଉପସ୍ଥିତିରେ ପ୍ୟାନେଲର ଅଧ୍ୟକ୍ଷ ଶେଖର କପୁର ଏହା ଘୋଷଣା କରିଛନ୍ତି।

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡକୁ ପୂରିଲା ୯୯ ବର୍ଷ

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡକୁ ପୂରିଲା ୯୯ ବର୍ଷ

ନୂଆଦିଲ୍ଲୀ,୧୩।୪: ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡକୁ ପୂରଛି ୯୯ ବର୍ଷ। ଏପ୍ରିଲ ୧୩, ୧୯୧୯ରେ ବୈଶାଖୀ ପର୍ବ ସମୟରେ ପଞ୍ଜାବର ଅମୃତସରସ୍ଥିତ ଜାଲିଆନାଓ୍ବାଲାବାଗରେ ବ୍ରିଗେଡିୟର ଜେନେରାଲ ରେଜିନୋଲ୍ଡ ଡାୟାରଙ୍କ ନେତୃତ୍ୱରେ ଗୋରା ସିପାହିଙ୍କ ଗୁଳିରେ ମହିଳା, ଶିଶୁଙ୍କ ସମେତ ଶହଶହ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଭାରତ-ପାକିସ୍ତାନ ସୀମାରେ ଲାଗିବ ବୈଦ୍ୟୁତିକ ବାଡ଼

ଭାରତ-ପାକିସ୍ତାନ ସୀମାରେ ଲାଗିବ ବୈଦ୍ୟୁତିକ ବାଡ଼

ଯୋଧପୁର,୧୩।୪: ଅନଧିକାର ପ୍ରବେଶ ଓ ଚୋରାଚାଲାଣ ରୋକିବା ପାଇଁ ରାଜସ୍ଥାନ ନିକଟ ଅନ୍ତର୍ଜାତୀୟ ସୀମାରେ ବୈଦ୍ୟୁତିକ ବାଡ଼ ଲଗାଇବାକୁ ଯୋଜନା କରାଯାଇଛି।

ଉପବାସ ବେଳେ ଖାଇଲେକି ଭାଜପା ବିଧାୟକ

ଉପବାସ ବେଳେ ଖାଇଲେକି ଭାଜପା ବିଧାୟକ

ପୁଣେ,୧୩।୪: ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁବାର ସାରା ଦେଶରେ ଉପବାସ ପାଳନ କରାଯାଉଥିବା ସମୟରେ ମହାରାଷ୍ଟ୍ର ବିଧାୟକ ସଞ୍ଜୟ ଭେଗାଡେ ଓ ଭିମରାଓ ତପକିର ଖାଦ୍ୟ ଖାଉଥିବା ନଜରକୁ ଆସିଛି।

ଗାଁ ଛାଡିଲେ କଠଓ୍ବା ଗଣବଳାତ୍କାର ପୀଡିତାଙ୍କ ପରିବାର

ଗାଁ ଛାଡିଲେ କଠଓ୍ବା ଗଣବଳାତ୍କାର ପୀଡିତାଙ୍କ ପରିବାର

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର କଠଓ୍ବା ଅଞ୍ଚଳରେ ଏକ ୮ ବର୍ଷର ନାବାଳିକାକୁ ଅପହରଣ, ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜନୀତି ତଥା ବିରୋଧ ପ୍ରଦର୍ଶନ ଜାରି ରହିଛି।

ଘରେ ଲାଗିଲା ନିଆଁ: ଗୋଟିଏ ପରିବାରର ୪ ମୃତ

ଘରେ ଲାଗିଲା ନିଆଁ: ଗୋଟିଏ ପରିବାରର ୪ ମୃତ

ନୂଆଦିଲ୍ଲୀ,୧୩।୪: ରାଜଧାନୀ ଦିଲ୍ଲୀର ପ୍ରୀତମପୁର ନିକଟରେ ଥିବା କୋହାଟ ଏନ୍‌କ୍ଲେଭରେ ଗୁରୁବାର ବିଳମ୍ବିତ ରାତିରେ ଭୀଷଣ ନିଆଁ ଲାଗିବା ଫଳରେ ଗୋଟିଏ ପରିବାରର ମାତାପିତା ଓ ତାଙ୍କର ଦୁଇ ସନ୍ତାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।