ଜାତୀୟ

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ, ୨୦-୪:ନିଜ ଦେଶର ମହିଳାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରିଷ୍ଟିଆନେ ଲାଗାର୍ଡ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଜମ୍ମୁ କଶ୍ମୀରର କଠୁଆ ଏବଂ ଉତ୍ତରପ୍ରଦେଶର ଉନ୍ନାଓଠାରେ ଘଟିଯାଇଥିବା ଲୋମହର୍ଷଣକାରୀ ବଳାତ୍କାର ଘଟଣାରେ ଦୁଃଖ ପ୍ରକାଶ କରି ଲାଗାର୍ଡ ଏହା କହିଛନ୍ତି। ସେ କହିଛନ୍ତି, ଭାରତରେ ଯାହା ଘଟିଯାଇଛି ତାହା ଘୃଣ୍ୟ। ଭାରତ ସରକାର ଏବଂ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦-୪(ପି.ଟି):ସରକାରୀ ଯୋଜନାର ଫାଇଦା ନେବା ଲାଗି ଆଧାର ସର୍ବୋତ୍ତମ ମଡେଲ ବୋଲି ସରକାର କହୁଛନ୍ତି। ଏହାର ବୈଧତା ଉପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ଆଧାର ମଡେଲ ସର୍ବୋତ୍ତମ କି ନୁହେଁ ଅନିଶ୍ଚିତ ବୋଲି ଗୁରୁବାର ନ୍ୟାୟାଳୟ କହିଛନ୍ତି। ଆଧାର ପାଇଁ ଯଦି କୌଣସି ବ୍ୟକ୍ତି ଯୋଜନାର ଲାଭରୁ ବଞ୍ଚିତ ହେଉଛନ୍ତି ତେବେ ତାକୁ ନେଇ ସେ କର୍ତ୍ତୃପକ୍ଷଙ୍କ ସହ ହାତାହାତି ହେଉଥିବା ସର୍ବୋଚ୍ଚ ନ୍ୟାୟାଳୟ ଉପଲବ୍ଧି କରିଛନ୍ତି।

୪ଜିକୁ ଅପ୍‌ଗ୍ରେଡ୍‌ ହେଲେ ମାଗଣା ଡାଟା ଦେବ ଏୟାରଟେଲ

୪ଜିକୁ ଅପ୍‌ଗ୍ରେଡ୍‌ ହେଲେ ମାଗଣା ଡାଟା ଦେବ ଏୟାରଟେଲ

ଭୁବନେଶ୍ୱର,୨୦-୪:ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ ଏହାର ଗ୍ରାହକମାନଙ୍କ ପାଇଁ ନୂତନ ସୁବିଧା ଘୋଷଣା କରିଛି। ଏହି ସୁବିଧା ଅନ୍ତର୍ଗତ ଯେଉଁ ଗ୍ରାହକମାନେ ୨ଜି ବା ୩ଜି ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି ସେମାନେ ୪ଜି ସ୍ମାର୍ଟଫୋନ୍‌କୁ ଉନ୍ନୀତ ହେଲେ ମାଗଣା ୩୦ ଜିବି ଡାଟା ଲାଭ କରିବେ। ପ୍ରିପେଡ୍‌ ଗ୍ରାହକମାନେ ଦୈନିକ ଏକ ଜିବି ଲେଖାଏ ଡାଟା ୩୦ ଦିନ ପର୍ଯ୍ୟନ୍ତ ଲାଭ କରିବେ। ସେହିପରି ପୋଷ୍ଟପେଡ୍‌ ଗ୍ରାହକମାନେ ସେମାନଙ୍କର ପ୍ରଥମ ବିଲ୍‌ରେ ମାଗଣା ୩୦ ଜିବି ଡାଟା ପାଇପାରିବେ। ଏହି ଅବସରରେ କମ୍ପାନୀର ସିଏମ୍‌ଓ ବାଣି ଭେଙ୍କଟେଶ୍‌ କହିଛନ୍ତି, ବର୍ତ୍ତମାନ ଗ୍ରାହକମାନେ ଫିଚରଫୋନ୍‌ ଏବଂ ୩ଜି ଫୋନରୁ ଅପ୍‌ଗ୍ରେଡ ହେଉଥିବାବେଳେ ଏୟାରଟେଲ୍‌ର ଏହି ପଦକ୍ଷେପ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏଥିପାଇଁ କମ୍ପାନୀ ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ କମ୍ପାନୀଗୁଡିକ ସହିତ ସହବନ୍ଧିତା କରିଛି।

ଏସ୍‌ବିଆଇ ଭାରତର ସବୁଠୁ ଭରସାଯୋଗ୍ୟ ବ୍ୟାଙ୍କ

ଏସ୍‌ବିଆଇ ଭାରତର ସବୁଠୁ ଭରସାଯୋଗ୍ୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୦-୪- ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଦେଶର ଉଭୟ ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଅଧିକ ଭରସାଯୋଗ୍ୟ ବ୍ୟାଙ୍କ ମାନ୍ୟତା ପାଇଛି। ସେହିଭଳି ଆଇସିଆଇସିଆଇ ଘରୋଇ କ୍ଷେତ୍ର ବ୍ୟାଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି। ୨୦୧୮ ଟିଆର୍‌ଏ ବ୍ରାଣ୍ଡ ଟ୍ରଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍‌ ଆଣ୍ଡ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଇନ୍‌ଷ୍ଟିଚ୍ୟୁଶନ(ବିଏଫ୍‌ଏସ୍‌ଆଇ) ପକ୍ଷରୁ କରାଯାଇଥିବା ବ୍ରାଣ୍ଡ ଟ୍ରଷ୍ଟ ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗରେ ୧୩ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏହା ୨୧ତମ ସ୍ଥାନରେ ରହିଛି। ପ୍ରାଇଭେଟ ବ୍ୟାଙ୍କ ଗୁଡିକ ମଧ୍ୟରେ ସମୁଦାୟ ୯ ର଼୍ୟାଙ୍କ ବୃଦ୍ଧି ହୋଇ ଆଇସିଆଇସିଆଇ ବ୍ୟାଙ୍କ ଶୀର୍ଷ ସ୍ଥାନରେ ରହିଛି।

କ୍ୟାଶ ସଙ୍କଟ: ପିଓଏସ୍‌ ମେଶିନ୍‌ରୁ ଉଠାଇହେବ ଟଙ୍କା

କ୍ୟାଶ ସଙ୍କଟ: ପିଓଏସ୍‌ ମେଶିନ୍‌ରୁ ଉଠାଇହେବ ଟଙ୍କା

ନୂଆଦିଲ୍ଲୀ,୨୦-୪(ପି.ଟି.):ଦେଶର କେତେକ ପ୍ରାନ୍ତରେ ସମ୍ପ୍ରତି ଦେଖାଦେଇଥିବା ନଗଦ ସମସ୍ୟାର ସମାଧାନ ଶୁକ୍ରବାର ସୁଦ୍ଧା ହୋଇଯିବ। ଏସବୁ ସ୍ଥାନଗୁଡିକୁ ଯଥେଷ୍ଟ ପରିମାଣରେ କ୍ୟାଶ୍‌ ପରିବହନ କରାଯାଉଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ଗୁରୁବାର ପ୍ରକାଶ କରିଛନ୍ତି। କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏଟିଏମ୍‌ ସମସ୍ୟା ରହିଛି। ନିର୍ଦ୍ଦିଷ୍ଟ ମୂଲ୍ୟାଙ୍କ ନୋଟ୍‌ ଉପଲବ୍ଧତାରେ ସମସ୍ୟା ଅଛି। ଦେଶର ସବୁଆଡେ ଏହି ସ୍ଥିତି ନାହିଁ। ବର୍ତ୍ତମାନ ସୁଦ୍ଧା ଏସବୁ ଅଞ୍ଚଳରେ ଥିବା ୮୬%(୨.୨ ଲକ୍ଷ) ଏଟିଏମ୍‌ ସଚଳ ହୋଇଗଲାଣି। ଶୁକ୍ରବାର ସୁଦ୍ଧା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇଯିବ ବୋଲି କୁମାର କହିଛନ୍ତି।

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ଜଷ୍ଟିସ ଲୋୟା ମୃତ୍ୟୁ ମାମଲା: ରାୟକୁ ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ଜଷ୍ଟିସ ଲୋୟା ମୃତ୍ୟୁ ମାମଲା: ରାୟକୁ ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୪: ବିଚାରପତି ବି ଏଚ୍‌ ଲୋୟାଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ଏହି ମାମଲାରେ ବିଶେଷ ଯାଞ୍ଚ ଦଳ(ଏସ୍‌ଆଇଟି)ର ଆବେଦନକୁ ଖାରଜ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ।

ସ୍ବାଧୀନତାର ୭୧ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ସ୍ବାଧୀନତାର ୭୧ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ବମ୍ବେ, ୧୯।୪ : ମହାରାଷ୍ଟ୍ର ଅମରାବତୀ ନିକଟରେ ଥିବା ବୁଲୁମ୍‌ଗବହନ ଗାଁରେ ସ୍ବାଧୀନତାର ୭୧ ବର୍ଷ ପରେ ବିଜୁଳି ଆଲୁଅ ପହଞ୍ଚିଛି। ଗାଁର ଜନସଂଖ୍ୟା ୫ ଶହ ଥିବାବେଳେ ଏହା ନିକଟତମ ସହରଠାରୁ ୧୧୨ କିଲୋମିଟର ଦୂର। କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ଏହା ସମ୍ପନ୍ନ ହୋଇଛି।

ଡାଉନ୍‌ ହେଲା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌

ଡାଉନ୍‌ ହେଲା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ,୧୯।୪: ବିଚାରପତି ବି.ଏଚ୍‌ ଲୋୟାଙ୍କ ମୃତ୍ୟୁ ମାମଲାର ରାୟ ଗୁରୁବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇବା ପରେ ମାତ୍ର କିଛି ସମୟ ମଧ୍ୟରେ କୋର୍ଟର ଓ୍ବେବ୍‌ସାଇଟ୍‌ (supremecourt.nic.in) ଡାଉନ୍‌ ହୋଇଯାଇଥିବା ସୂଚନା ମିଳିଛି।

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ବିଶ୍ୱର ୯୫ ପ୍ରତିଶତ ଜନସଂଖ୍ୟା ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ। ଏନେଇ ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି। ୨୦୧୬ରେ ପ୍ରଦୂଷିତ ବାୟୁ ଯୋଗୁ ପ୍ରାୟ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ସାଙ୍ଗମାନଙ୍କୁ ଖୁସି କରିବାକୁ ଝିଅକୁ ଉପହାର ଭାବେ ଭେଟି ଦେଲେ ବାପା

ସାଙ୍ଗମାନଙ୍କୁ ଖୁସି କରିବାକୁ ଝିଅକୁ ଉପହାର ଭାବେ ଭେଟି ଦେଲେ ବାପା

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ୭୦ କିଲୋମିଟର ଦୂର ସୀତାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସାଥୀମାନଙ୍କୁ ଖୁସି କରିବାକୁ ଉପହାର ଭାବେ ପିତା ନିଜ ଝିଅକୁ ଅର୍ପଣ କରିଛନ୍ତି।

ଉତ୍ତରପ୍ରଦେଶରେ ଜମି ଆବଣ୍ଟନ ଦୁର୍ନୀତି: ୧୫୦ ହେକ୍ଟରରେ ବେଆଇନ ପ୍ଲଟିଂ

ଉତ୍ତରପ୍ରଦେଶରେ ଜମି ଆବଣ୍ଟନ ଦୁର୍ନୀତି: ୧୫୦ ହେକ୍ଟରରେ ବେଆଇନ ପ୍ଲଟିଂ

ଲକ୍ଷ୍ନୌ, ୧୯।୪ : ଉତ୍ତରପ୍ରଦେଶରେ ଗ୍ରେଟର ନୋଏଡ଼ାରେ ଏବଂ ଯମୁନା ପ୍ରାଧିକରଣ କ୍ଷେତ୍ରରେ ହୋଇଥିବା ଏକ ବଡ଼ ଜମି ଆବଣ୍ଟନ ଦୁର୍ନୀତିର ପର୍ଦ୍ଦଫାଶ୍‌ ହୋଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରି ଜଣଙ୍କ ନାମରେ ଏକାଧିକ ପ୍ଲଟ୍‌ ଆବଣ୍ଟନ କରାଯାଇଥିବା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।

ଆତଙ୍କବାଦୀ ଆକ୍ରମଣ: ୨୭ ବର୍ଷରେ ୫,୧୨୩ ଯବାନ ଶହୀଦ, ୧୩,୯୭୬ ଲୋକଙ୍କ ମୃତ୍ୟୁ

ଆତଙ୍କବାଦୀ ଆକ୍ରମଣ: ୨୭ ବର୍ଷରେ ୫,୧୨୩ ଯବାନ ଶହୀଦ, ୧୩,୯୭୬ ଲୋକଙ୍କ ମୃତ୍ୟୁ

ଶ୍ରୀନଗର, ୧୯।୪ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଗତ ୨୭ ବର୍ଷ ମଧ୍ୟରେ ୧୩,୯୭୬ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୧୯୯୦ ଡିସେମ୍ବର ୩୧ ତାରିଖଠାରୁ ୨୦୧୭ ମଧ୍ୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଯମୁନା ଜଳବିବାଦ: ଦିଲ୍ଲୀ, ହରିୟାଣା ମୁଖ୍ୟ ସଚିବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମନ ଜାରି

ଯମୁନା ଜଳବିବାଦ: ଦିଲ୍ଲୀ, ହରିୟାଣା ମୁଖ୍ୟ ସଚିବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମନ ଜାରି

ନୂଆଦିଲ୍ଲୀ, ୧୯।୪ : ଯମୁନା ଜଳ ବିବାଦ ନେଇ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ଓ ହରିୟାଣା ମୁଖ୍ୟ ସଚିବଙ୍କୁ ଗୁରୁବାର ସମନ ଜାରି କରିଛନ୍ତି। ସେମାନଙ୍କୁ ଆସନ୍ତା ସୋମବାର ଅଦାଲତରେ ହାଜର ହେବା ପାଇଁ ସୂଚିତ କରାଯାଇଛି। ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଯମୁନାରୁ ଆବଶ୍ୟକ ପରିମାଣର ଜଳ ନୂଆଦିଲ୍ଲୀ ପାଇଁ ଆସିପାରୁନାହିଁ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଟ୍ୟାକ୍ସି, ଅଟୋ ପାଇଁ ଆବଶ୍ୟକ ନାହିଁ କର୍ମସିଆଲ୍‌ ଡ୍ରାଇଭିଂ ଲାଇସେନ୍ସ

ଟ୍ୟାକ୍ସି, ଅଟୋ ପାଇଁ ଆବଶ୍ୟକ ନାହିଁ କର୍ମସିଆଲ୍‌ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ,୧୯।୪: ଅଟୋ, ଟ୍ୟାକ୍ସି ଓ ଇ-ରିକ୍ସା ଚାଳକଙ୍କ ପାଇଁ କେନ୍ଦ୍ରୀୟ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଖୁସି ଖବର। ଏସବୁ ଯାନ ଚଳାଇବା ପାଇଁ ଆଉ କର୍ମସିଆଲ ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ନାହିଁ ବୋଲି କହିଛି ମନ୍ତ୍ରଣାଳୟ। ଜଣେ ନିଜର ଲାଇଟ୍‌ ମୋଟର ଭେଇକିଲ୍‌ ଡ୍ରାଇଭିଂ ଲାଇସେନ୍ସ ଥିଲେ ଏସବୁ ଯାନ ଚଳାଇ ପାରିବେ।

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ନେସ୍‌କୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ। ନିୟମିତ ଯୋଗ କରି ସେ ଫିଟ୍‌ ଥିବା ଆଲୋଚନା ହେଉଥିବା ବେଳେ ଏବେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ।

ବଳାତ୍କାର ଘଟଣାରୁ ଧ୍ୟାନ ହଟାଇବା ପ୍ରୟାସ କରୁଛି ଭାଜପା : ସପା

ବଳାତ୍କାର ଘଟଣାରୁ ଧ୍ୟାନ ହଟାଇବା ପ୍ରୟାସ କରୁଛି ଭାଜପା : ସପା

ଲକ୍ଷ୍ନୌ, ୧୯।୪ : ଦେଶର ଘଟିଚାଲିଥିବା ବଳାତ୍କାର ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାଜପା ସରକାର ବିମୁଦ୍ରୀକରଣ ସମୟରେ ହୋଇଥିବା ଅବସ୍ଥା ସୃଷ୍ଟି କରିବାର ହୀନ ଚକ୍ରାନ୍ତ କରୁଛନ୍ତି। ଏନେଇ ସମାଜବାଦୀ ପାର୍ଟି(ସପା)ପକ୍ଷରୁ ଅଭିଯୋଗ ହୋଇଛି। କିଛି ଦିନ ତଳେ ଜମ୍ମୁ-କଶ୍ମୀର କାଠୁଆ ଜିଲାରେ ଜଣେ ୮ ବର୍ଷ ବାଳିକାଙ୍କୁ ବଳାତ୍କାର ଏବଂ ଏହାପରେ ଉତ୍ତର ପ୍ରଦେଶ ଉନ୍ନାଓରେ ୧୮ ବର୍ଷ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା।

କାଠୁଆ, ଉନ୍ନାଓ ଘଟଣାର ପୁନରାବୃତ୍ତି: ସିଦ୍ଧାର୍ଥନଗରରେ ୬ ବର୍ଷ ବାଳିକାଙ୍କୁ ବଳାତ୍କାର

କାଠୁଆ, ଉନ୍ନାଓ ଘଟଣାର ପୁନରାବୃତ୍ତି: ସିଦ୍ଧାର୍ଥନଗରରେ ୬ ବର୍ଷ ବାଳିକାଙ୍କୁ ବଳାତ୍କାର

ସିଦ୍ଧାର୍ଥନଗର, ୧୯।୪ : ଜମ୍ମୁ-କଶ୍ମୀର କାଠୁଆ ଜିଲାରେ ଜଣେ ୮ ବର୍ଷ ବାଳିକାଙ୍କୁ ବଳାତ୍କାର ଏବଂ ଏହାପରେ ଉନ୍ନାଓରେ ଘଟିଥିବା ଏଭଳି ଘଟଣା ମନରୁ ନ ଲିଭୁଣୁ ପୁଣି ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରଠାରେ ଥିବା ଏକ ଗ୍ରାମରେ ଗୁରୁବାର ଜଣେ ୬ ବର୍ଷ ବାଳିକାଙ୍କୁ ବଳାତ୍କାର କରାଯାଇଛି। ବାଳିକା ଜଣକ ଏକ ବରଯାତ୍ରୀ ଶୋଭାଯାତ୍ରା ଦେଖିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି।

ଭାରତ ସପକ୍ଷରେ ମତ ଦେଲେ ଆମେରିକା ଆଡମିରାଲ

ଭାରତ ସପକ୍ଷରେ ମତ ଦେଲେ ଆମେରିକା ଆଡମିରାଲ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ରୁଷିଆଠାରୁ ସାମରିକ ଉପକରଣ କିଣିବା ନେଇ ଭାରତ ସପକ୍ଷରେ ମତ ଦେଇଛନ୍ତି ଆମେରିକା ଆଡମିରାଲ ଫିଲିପ୍‌ ଏସ୍‌. ଡାଭିଡ୍‌ସନ୍‌। ରୁଷିଆଠାରୁ ଦୀର୍ଘଦିନ ଧରି ଭାରତ ବିଭିନ୍ନ ପ୍ରତିରକ୍ଷା ସରଞ୍ଜାମ କିଣୁଛି। ଆମେରିକା ସହିତ ରୁଷିଆର ସମ୍ପର୍କ ଭଲ ନାହିଁ। ତେବେ ରୁଷିଆଠାରୁ ଆସ୍ତ୍ରଶସ୍ତ୍ର କିଣୁଥିବା ଇଣ୍ଡୋନେସିଆ ଏବଂ ଭାରତ ଭଳି ଦେଶ ଉପରେ କୌଣସି କଟକଣା ଲାଗୁ କରାଗଲେ ଏହା ଆମେରିକା ପାଇଁ ଉପଯୋଗୀ ହେବନାହିଁ ବୋଲି ଡାଭିଡ୍‌ସନ୍‌ ସୂଚିତ କରିଛନ୍ତି।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଦେଶ ସୁରକ୍ଷା ଚିନ୍ତା: ଗଠନ ହେଲା ଡିପିସି

ଦେଶ ସୁରକ୍ଷା ଚିନ୍ତା: ଗଠନ ହେଲା ଡିପିସି

ନୂଆଦିଲ୍ଲୀ, ୧୯।୪ : ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଡିଫେନ୍ସ୍‌ ପ୍ଲାନିଂ କମିଟି(ଡିପିସି) ଗଠନ କରାଯାଇଛି। ଏହାର ଅଧ୍ୟକ୍ଷ ଭାବେ ଜାତୀୟ ସୁରକ୍ଷା ଏଜେନ୍ସି ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଅବସ୍ଥାପିତ କରାଯିବ। ଏହି କମିଟିରେ ତିନି ପ୍ରତିରକ୍ଷା ବାହିନୀର ମୁଖ୍ୟ, ବୈଦେଶିକ ସଚିବ ଏବଂ ଅର୍ଥମନ୍ତ୍ରଣାଳୟର ବ୍ୟୟ ସଚିବ ସାମିଲ୍‌ ହେବେ।

ସଂସାର ତ୍ୟାଗକଲେ ୧୨ ବର୍ଷର ବାଳକ

ସଂସାର ତ୍ୟାଗକଲେ ୧୨ ବର୍ଷର ବାଳକ

ସୁରଟ,୧୯।୪: ଗୁଜରାଟ ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ପୁଅ ସଂସାର ତ୍ୟାଗ କରି ମାତ୍ର ୧୨ ବର୍ଷ ବୟସରେ ଜୈନ ଭିକ୍ଷୁ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭବ୍ୟ ଶାହା ନାମକ ଉକ୍ତ ବାଳକ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୈନ ଭିକ୍ଷୁ ହୋଇଛନ୍ତି।