ଜାତୀୟ

ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣି ପୂର୍ବରୁ ସୁରକ୍ଷା କଡାକଡି

ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣି ପୂର୍ବରୁ ସୁରକ୍ଷା କଡାକଡି

ଯୋଧପୁର,୨୧।୪: ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣିକୁ ନେଇ କୌଣସି ଅପ୍ରୀତିକର ପିରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିବା କଥା ଯୋଧପୁର ପୋଲିସ ଶୁକ୍ରବାର ସୂଚନା ଦେଇଛି।

ବିଜୁଳି ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ବିଜୁଳି ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ସମ୍ଭାଲ,୨୧।୪: ଉତ୍ତର ପ୍ରଦେଶର କେରଲା ଗାଁ ଏବେବି ରହିଛି ଅନ୍ଧକାର ଭିତରେ। ସୂର୍ଯ୍ୟ ଅସ୍ତ ହେଲେ ଏଠି ସବୁଆଡେ ଅନ୍ଧାର। ପ୍ରାୟ ୧୦ ବର୍ଷ ହେବ ଏଠାରେ ଇଲେକ୍ଟ୍ରିକ୍‌ ପୋଲ୍‌ ବସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନ ଥିବାରୁ ଗ୍ରାମବାସୀ ବିଜୁଳି ଆଲୋକ ଦେଖିବା ଆଶା ଛାଡି ଦେଇଛନ୍ତି।

ସ୍ଥଗିତ ହେଲା ଅବୁ ସଲେମଙ୍କ ବିବାହ

ସ୍ଥଗିତ ହେଲା ଅବୁ ସଲେମଙ୍କ ବିବାହ

ବମ୍ବେ,୨୧।୪: ନଭି ମୁମ୍ବାଇ କମିଶନର ଶନିବାର ୧୯୯୩ ବମ୍ବେ ବିସ୍ଫୋରଣର ଅଭିଯୁକ୍ତ ଅବୁ ସଲେମଙ୍କ ପାରୋଲ ଦରଖାସ୍ତକୁ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନାଯୋଗ୍ୟ, ସାୟଦ ବାହାର କୌଶରଙ୍କୁ ଦ୍ୱିତୀୟ ବିବାହ କରିବାକୁ ସଲେମ ୪୫ ଦିନର ପାରୋଲ ଆବେଦନ କରିଥିଲେ।

ନିଜକୁ ସମ୍ଭାଳି ପାରିଲାନି ପୋଲିସ

ନିଜକୁ ସମ୍ଭାଳି ପାରିଲାନି ପୋଲିସ

ଇନ୍ଦୋର,୨୧।୪: ଗୋଟିଏ ପଟେ କଠୁଆ ଓ ଉନ୍ନାଓ ବଳାତ୍କାର ଘଟଣାକୁ ନେଇ ଦେଶରେ ରାଜନୀତି, ବିରୋଧ, ଆକ୍ରୋଶ ଥମି ନ ଥିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଥିବା ଘଟଣା ପୁଣି ଥରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପିଜା ମାଗିବାରୁ ନିଲମ୍ବିତ ହେଲେ ସବ୍‌ ଇନ୍ସପେକ୍ଟର

ପିଜା ମାଗିବାରୁ ନିଲମ୍ବିତ ହେଲେ ସବ୍‌ ଇନ୍ସପେକ୍ଟର

ଲକ୍ଷ୍ନୌ,୨୧।୪: ମହଙ୍ଗା ପଡିଲା ପିଜା ମାଗିବା। ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ରେଷ୍ଟୁରାଣ୍ଟ ମାଲିକ ଥାନାକୁ ଏଫ୍‌ଆଇଆର୍‌ ଦେବାକୁ ଆସିଥିବା ବେଳେ ସେଠାରେ ଥିବା ଜଣେ ମହିଳା ସବ୍‌ ଇନ୍ସପେକ୍ଟର ତାଙ୍କୁ ପିଜା ମାଗିବା ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ସବ୍‌ ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି।

ସୁକ୍‌ମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ

ସୁକ୍‌ମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ

ଛତିଶଗଡ଼,୨୧।୪: ଛତିଶଗଡ଼ ସୁକ୍‌ମା ଜିଲାରେ ସେଣ୍ଟାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ଓ ନକ୍ସଲଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି।

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ନୂଆଦିଲ୍ଳୀ, ୨୧-୪(ପି.ଟି) :କଳାଟଙ୍କା ଏବଂ ଟେରର ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ୨୦୧୬ ନଭେମ୍ବର ୮ରେ ରାତି ଅଧିଆ ‘ବିମୁଦ୍ରୀକରଣ’ ଘୋଷଣା କରିଥିଲେ। ଏହା ଦ୍ୱାରା କଳାଟଙ୍କାଗୁଡିକ ଆର୍ଥିକ ବ୍ୟବସ୍ଥାକୁ ଫେରିଆସିବ ଏବଂ ଏହା ଉପରେ ରୋକ୍‌ ଲାଗିବ ବୋଲି ଉକ୍ତ ସମୟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବରେ ଏହା ସେପରି ହେଲା ନାହିଁ। ସରକାରଙ୍କ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ବଜାର ଉପରେ ବିମୁଦ୍ରୀକରଣର ପ୍ରଭାବ ପଡିଥିଲା। ଭାରତର ଅଭିବୃଦ୍ଧି ପ୍ରଭାବିତ ହେବା ସହ ମାନୁଫ୍ୟାକ୍‌ଚରିଂ କାରବାର ଏକ ପ୍ରକାର ଧିମା ହୋଇଗଲା।

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୧-୪(ବ୍ୟୁରୋ):ପୂର୍ବତଟ ରେଳପଥ ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରଥମ ମେମୁ(ମେନ ଲାଇନ ଇଲେକଟ୍ରିକ୍‌ ମଲ୍ଟିପୁଲ ୟୁନିଟ) ଟ୍ରେନର ଶୁଭାରମ୍ଭ କରିବ। ଏହି ଟ୍ରେନରେ ଉଭୟ ପାର୍ଶ୍ୱରେ ଇଞ୍ଜିନ ରହିବ। ଏହାର ଇଞ୍ଜିନ ଅତି ଶକ୍ତିଶାଳୀ ହୋଇଥିବାରୁ ଷ୍ଟାର୍ଟ କରିବା ଲାଗି ଅତି ବେଶି ସମୟ ନେବ ନାହିଁ। ଏହି ଟ୍ରେନ ଚଳାଚଳ ଲାଗି ପୂର୍ବତଟ ରେଳପଥ ପ୍ରସ୍ତୁତିକୁ ଜୋରଦାର କରିଛି। ଖୋର୍ଦ୍ଧାଠାରେ ଏଥି ଲାଗି ମେମୁ ସେଡ୍‌ ନିର୍ମାଣ ହୋଇଛି। ଏଥି ଲାଗି ୩ଟି ରେକ୍‌ ଶୀଘ୍ର ଆସିବ। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର-କଟକ ଫାଷ୍ଟ ପାସେଞ୍ଜରକୁ ମେମୋ ଟ୍ରେନରେ ରୂପାନ୍ତରିତ କରାଯିବ। ବ୍ରହ୍ମପୁର ଭଦ୍ରକ ମଧ୍ୟରେ ଏହି ଭଳି ଏକ ଟ୍ରେନ ଚଳାଇବାକୁ ଯୋଜନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏପରି ଅଧିକ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ଧାର୍ଯ୍ୟ ହୋଇଛି।

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟବିଚାରପତି ରାଜେନ୍ଦ୍ର ସାଚରଙ୍କ ବିୟୋଗ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟବିଚାରପତି ରାଜେନ୍ଦ୍ର ସାଚରଙ୍କ ବିୟୋଗ

ନୂଆଦିଲ୍ଲୀ ୨୦।୪ : ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରାଜେନ୍ଦ୍ର ସାଚର ଶୁକ୍ରବାର ୯୪ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ୧୯୮୫ ଅଗଷ୍ଟ ୬ ତାରିଖଠାରୁ ୧୯୮୫ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ: ମିଳିବ ମୃତ୍ୟୁଦଣ୍ଡ

୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ: ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ ୨୦।୪ : ଶିଶୁଯୌନଶୋଷଣ ନେଇ ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ କ୍ଷେତ୍ରରେ ମୃତ୍ୟୁଦଣ୍ଡ ଦେବା ନେଇ ଶୀର୍ଷ ଅଦାଲତ ମତ ସ୍ଫଷ୍ଟ କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୨୭ରେ ହେବ।

ହିମପାତ, ଭୂସ୍ଖଳନ: ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ

ହିମପାତ, ଭୂସ୍ଖଳନ: ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀରରେ ଲଦାଖ ଅଞ୍ଚଳରେ ହିମପାତ ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ଶ୍ରୀନଗର-ଲେହ ଏବଂ ମୁଗଲ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ୩ଶହ କିଲୋମିଟର ଲମ୍ବ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଏବେ ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଅମରାବତୀ, ୨୦।୪ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ନିଜର ଜନ୍ମଦିବସରେ ଆରମ୍ଭ କରିଛନ୍ତି ୧୨ଘଣ୍ଟିଆ ଅନଶନ। ଶୁକ୍ରବାର ଚନ୍ଦ୍ରାବାବୁ ୬୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ସେ ବିଜୟଓ୍ବାଡାରେ ସକାଳ ୭ଟାଠାରୁ ଅନଶନରେ ବସିଛନ୍ତି।

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦।୪ : ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସମ୍ପତ୍ତି ଜବତ ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶୀର୍ଷ ଅଦାଲତ ଶୁକ୍ରବାର ଦାଉଦ୍‌ଙ୍କ ଭଉଣୀ ହସିନା ପାର୍‌କର ଏବଂ ମା’ ଅମିନା ବି କାସକର୍‌ଙ୍କ ଆବେଦନ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ନୂଆଦିଲ୍ଲୀ, ୨୦।୪ : ସିବିଆଇର ସ୍ବତନ୍ତ୍ର ବିଚାରପତି ବି.ଏଚ୍‌. ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟଙ୍କ ରାୟପରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି। ଏନେଇ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମହାଭିଯୋଗ ପ୍ରସ୍ତାବ ପାଇଁ ୫୦ ଜଣ ସଦସ୍ୟଙ୍କ ହସ୍ତାକ୍ଷର ମଧ୍ୟ ସଂଗ୍ରହ କରାଯାଇଛି।

କର୍ନାଟକ: କଂଗ୍ରେସର ୯୧ ପ୍ରତିଶତ ପ୍ରାର୍ଥୀ କୋଟିପତି

କର୍ନାଟକ: କଂଗ୍ରେସର ୯୧ ପ୍ରତିଶତ ପ୍ରାର୍ଥୀ କୋଟିପତି

ବାଙ୍ଗାଲୋର, ୨୦।୪ : କର୍ନାଟକରେ ମେ ୧୨ରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରୁ ୯୧ ପ୍ରତିଶତ କୋଟିପତି ବୋଲି ସତ୍ୟପାଠରେ ଦର୍ଶାଯାଇଛି। କଂଗ୍ରେସ ୨୧୮ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ସେମାନଙ୍କ ମଧ୍ୟରେ ୩୨ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଅପରାଧୀକ ମାମଲା ରହିଥିବା ଜଣାପଡିଛି।

ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ଘରକୁ ଫେରିଲେ ଗମ୍ଭୀର

ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ଘରକୁ ଫେରିଲେ ଗମ୍ଭୀର

ଇମ୍ଫାଲ୍‌, ୨୦।୪ : ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ମଣିପୁର ଇମ୍ଫାଲ୍‌ର ଖୁମ୍‌ବଙ୍ଗ ଗାଁର ଜଣେ ବ୍ୟକ୍ତି ଘରକୁ ଫେରିଛନ୍ତି। ସେ ହେଉଛନ୍ତି ୬୬ ବର୍ଷ ବୟସ୍କ ଖୋମ୍‌ଦ୍ରାମ ଗମ୍ଭୀର ସିଂ। ୧୯୭୮ରେ ୨୬ ବର୍ଷ ବୟସରେ ଗମ୍ଭୀର କୌଣସି ଏକ କାରଣରୁ ଘରୁ ଲୁଚି ପଳାଇଥିଲେ। ତାଙ୍କ ପରିବାର ଅନେକ ଖୋଜାଖୋଜି କରୁଥିଲେ। ଗତ ଅକ୍ଟୋବରରେ ବମ୍ବେର ଜଣେ ଫଟୋଗ୍ରାଫର ଫିରୋଜ୍‌ ଶକିର୍‌ ଗମ୍ଭୀରଙ୍କର ଏକ ଭିଡ଼ିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ନରୋଦା ପାଟିଆ ମାମଲା: ମାୟା କୋଡନାନୀ ଖଲାସ, ବାବୁ ବଜରଙ୍ଗୀଙ୍କୁ ଆଜୀବନ ଜେଲ

ନରୋଦା ପାଟିଆ ମାମଲା: ମାୟା କୋଡନାନୀ ଖଲାସ, ବାବୁ ବଜରଙ୍ଗୀଙ୍କୁ ଆଜୀବନ ଜେଲ

ଅହମ୍ମଦାବାଦ୍‌, ୨୦।୪ : ନରୋଦା ପାଟିଆ ମାମଲାରେ ଗୁଜରାଟ ହାଇକୋର୍ଟ ଅଭିଯୁକ୍ତ ମାୟା କୋଡନାନୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ ବାବୁ ବଜରଙ୍ଗୀଙ୍କୁ ଏହି ମାମଲାରେ ଦୋଷୀ ଦର୍ଶାଇ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି।

 ଜମ୍ମୁ-କଶ୍ମୀରରେ ପାକିସ୍ତାନର ଷଡ଼ଯନ୍ତ୍ର: ହ୍ବାଟସ୍‌ଆପ୍‌ରେ ଲୋକଙ୍କୁ ଉସୁକାଉଛନ୍ତି ହାଫିଜ୍‌

ଜମ୍ମୁ-କଶ୍ମୀରରେ ପାକିସ୍ତାନର ଷଡ଼ଯନ୍ତ୍ର: ହ୍ବାଟସ୍‌ଆପ୍‌ରେ ଲୋକଙ୍କୁ ଉସୁକାଉଛନ୍ତି ହାଫିଜ୍‌

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ ହେବାରୁ ପାକିସ୍ତାନ ବନ୍ଧୁକ ବଦଳରେ ଏବେ ଇଣ୍ଟରନେଟ୍‌କୁ ଭାରତ ବିରୋଧରେ ଅସ୍ତ୍ର କରିଛି। ଆତଙ୍କବାଦୀ ବିରୋଧୀ ଅପରେଶନ ସମୟରେ ଜମ୍ମୁ-କଶ୍ମୀରର ଯୁବବର୍ଗଙ୍କ ସମେତ ସାଧାରଣ ଲୋକଙ୍କୁ ଉସୁକାଇବା ପାଇଁ ପାକିସ୍ତାନ ଏକ ଷଡ଼ଯନ୍ତ୍ର କରିଛି। ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଇଦ୍‌ ହାଫିଜ୍‌ ହ୍ବାଟସ୍‌ଆପ୍‌ ଦ୍ୱାରା ବିଭିନ୍ନ ଭ୍ରମାତ୍ମକ ଖବର ପଠାଇ ଜମ୍ମୁ-କଶ୍ମୀରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି।

୪୮ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ମହିଳା ଉତ୍ପୀଡ଼ନ ମାମଲା: ଭାଜପା ଆଗରେ

୪୮ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ମହିଳା ଉତ୍ପୀଡ଼ନ ମାମଲା: ଭାଜପା ଆଗରେ

ନୂଆଦିଲ୍ଲୀ, ୨୦।୪ : ଦେଶର ୪୮ ଏମ୍‌ପି ଓ ବିଧାୟକଙ୍କ ନାମରେ ମହିଳା ଉତ୍ପୀଡ଼ନ ମାମଲା ରହିଛି। ଅଭିଯୁକ୍ତଙ୍କ ମଧ୍ୟରେ ୪୫ ବିଧାୟକ ଏବଂ ୩ ଏମ୍‌ପି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭାଜପାର ସର୍ବାଧିକ ୧୨ ଜଣ ନେତା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ରିପୋର୍ଟରେ ଦର୍ଶାଯାଇଛି।

ପ୍ରତି ୧୫ ମିନିଟରେ  ଯୌନଶୋଷଣର ଶିକାର ହେଉଛନ୍ତି ଜଣେ ଶିଶୁ

ପ୍ରତି ୧୫ ମିନିଟରେ ଯୌନଶୋଷଣର ଶିକାର ହେଉଛନ୍ତି ଜଣେ ଶିଶୁ

ନୂଆଦିଲ୍ଲୀ, ୨୦।୪ : ଭାରତରେ ପ୍ରତି ୧୫ ମିନିଟରେ ଜଣେ ଶିଶୁ ଯୌନଶୋଷଣର ଶିକାର ହେଉଥିବା ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଶିଶୁ ଯୌନଶୋଷଣ ଘଟଣା ୫ଶହ ପ୍ରତିଶତ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଡୋଡ଼ାରେ ସର୍ଚ୍ଚ ଅପରେଶନ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ଡୋଡ଼ାରେ ସର୍ଚ୍ଚ ଅପରେଶନ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀର ଡୋଡ଼ା ଜିଲାରେ ସର୍ଚ୍ଚ ଅପରେଶନ ସମୟରେ ସୁରକ୍ଷାବଳଙ୍କୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ଏସବୁ ଲୁଚାହୋଇ ରଖାଯାଇଥିବା ସୁରକ୍ଷାବଳଙ୍କ ପକ୍ଷରୁ ସୂଚିତ କରାଯାଇଛି। ଜମ୍ମୁର ପାହାଡ଼ିଆ ଅଞ୍ଚଳର ଏକ ଗୁପ୍ତସ୍ଥାନରେ ଗୋଟିଏ ଏକେ-୪୭, ଗୋଟିଏ ଏକେ-୫୬, ୫ ମାଗାଜିନ୍‌, ଗୋଟିଏ ଗ୍ରେନେଡ୍‌ ଲଞ୍ଚର, ୨ଟି ୟୁବିଜିଏଲ୍‌ ଗ୍ରେନେଡ୍‌, ୨୮୯ ରାଉଣ୍ଡ ଗୁଳି ତଥା ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ରସିଦ୍‌ ବହି ଜବତ ହୋଇଛି।