ଜାତୀୟ

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ନେସ୍‌କୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ। ନିୟମିତ ଯୋଗ କରି ସେ ଫିଟ୍‌ ଥିବା ଆଲୋଚନା ହେଉଥିବା ବେଳେ ଏବେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ।

ବଳାତ୍କାର ଘଟଣାରୁ ଧ୍ୟାନ ହଟାଇବା ପ୍ରୟାସ କରୁଛି ଭାଜପା : ସପା

ବଳାତ୍କାର ଘଟଣାରୁ ଧ୍ୟାନ ହଟାଇବା ପ୍ରୟାସ କରୁଛି ଭାଜପା : ସପା

ଲକ୍ଷ୍ନୌ, ୧୯।୪ : ଦେଶର ଘଟିଚାଲିଥିବା ବଳାତ୍କାର ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାଜପା ସରକାର ବିମୁଦ୍ରୀକରଣ ସମୟରେ ହୋଇଥିବା ଅବସ୍ଥା ସୃଷ୍ଟି କରିବାର ହୀନ ଚକ୍ରାନ୍ତ କରୁଛନ୍ତି। ଏନେଇ ସମାଜବାଦୀ ପାର୍ଟି(ସପା)ପକ୍ଷରୁ ଅଭିଯୋଗ ହୋଇଛି। କିଛି ଦିନ ତଳେ ଜମ୍ମୁ-କଶ୍ମୀର କାଠୁଆ ଜିଲାରେ ଜଣେ ୮ ବର୍ଷ ବାଳିକାଙ୍କୁ ବଳାତ୍କାର ଏବଂ ଏହାପରେ ଉତ୍ତର ପ୍ରଦେଶ ଉନ୍ନାଓରେ ୧୮ ବର୍ଷ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା।

କାଠୁଆ, ଉନ୍ନାଓ ଘଟଣାର ପୁନରାବୃତ୍ତି: ସିଦ୍ଧାର୍ଥନଗରରେ ୬ ବର୍ଷ ବାଳିକାଙ୍କୁ ବଳାତ୍କାର

କାଠୁଆ, ଉନ୍ନାଓ ଘଟଣାର ପୁନରାବୃତ୍ତି: ସିଦ୍ଧାର୍ଥନଗରରେ ୬ ବର୍ଷ ବାଳିକାଙ୍କୁ ବଳାତ୍କାର

ସିଦ୍ଧାର୍ଥନଗର, ୧୯।୪ : ଜମ୍ମୁ-କଶ୍ମୀର କାଠୁଆ ଜିଲାରେ ଜଣେ ୮ ବର୍ଷ ବାଳିକାଙ୍କୁ ବଳାତ୍କାର ଏବଂ ଏହାପରେ ଉନ୍ନାଓରେ ଘଟିଥିବା ଏଭଳି ଘଟଣା ମନରୁ ନ ଲିଭୁଣୁ ପୁଣି ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରଠାରେ ଥିବା ଏକ ଗ୍ରାମରେ ଗୁରୁବାର ଜଣେ ୬ ବର୍ଷ ବାଳିକାଙ୍କୁ ବଳାତ୍କାର କରାଯାଇଛି। ବାଳିକା ଜଣକ ଏକ ବରଯାତ୍ରୀ ଶୋଭାଯାତ୍ରା ଦେଖିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି।

ଭାରତ ସପକ୍ଷରେ ମତ ଦେଲେ ଆମେରିକା ଆଡମିରାଲ

ଭାରତ ସପକ୍ଷରେ ମତ ଦେଲେ ଆମେରିକା ଆଡମିରାଲ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ରୁଷିଆଠାରୁ ସାମରିକ ଉପକରଣ କିଣିବା ନେଇ ଭାରତ ସପକ୍ଷରେ ମତ ଦେଇଛନ୍ତି ଆମେରିକା ଆଡମିରାଲ ଫିଲିପ୍‌ ଏସ୍‌. ଡାଭିଡ୍‌ସନ୍‌। ରୁଷିଆଠାରୁ ଦୀର୍ଘଦିନ ଧରି ଭାରତ ବିଭିନ୍ନ ପ୍ରତିରକ୍ଷା ସରଞ୍ଜାମ କିଣୁଛି। ଆମେରିକା ସହିତ ରୁଷିଆର ସମ୍ପର୍କ ଭଲ ନାହିଁ। ତେବେ ରୁଷିଆଠାରୁ ଆସ୍ତ୍ରଶସ୍ତ୍ର କିଣୁଥିବା ଇଣ୍ଡୋନେସିଆ ଏବଂ ଭାରତ ଭଳି ଦେଶ ଉପରେ କୌଣସି କଟକଣା ଲାଗୁ କରାଗଲେ ଏହା ଆମେରିକା ପାଇଁ ଉପଯୋଗୀ ହେବନାହିଁ ବୋଲି ଡାଭିଡ୍‌ସନ୍‌ ସୂଚିତ କରିଛନ୍ତି।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଦେଶ ସୁରକ୍ଷା ଚିନ୍ତା: ଗଠନ ହେଲା ଡିପିସି

ଦେଶ ସୁରକ୍ଷା ଚିନ୍ତା: ଗଠନ ହେଲା ଡିପିସି

ନୂଆଦିଲ୍ଲୀ, ୧୯।୪ : ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଡିଫେନ୍ସ୍‌ ପ୍ଲାନିଂ କମିଟି(ଡିପିସି) ଗଠନ କରାଯାଇଛି। ଏହାର ଅଧ୍ୟକ୍ଷ ଭାବେ ଜାତୀୟ ସୁରକ୍ଷା ଏଜେନ୍ସି ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଅବସ୍ଥାପିତ କରାଯିବ। ଏହି କମିଟିରେ ତିନି ପ୍ରତିରକ୍ଷା ବାହିନୀର ମୁଖ୍ୟ, ବୈଦେଶିକ ସଚିବ ଏବଂ ଅର୍ଥମନ୍ତ୍ରଣାଳୟର ବ୍ୟୟ ସଚିବ ସାମିଲ୍‌ ହେବେ।

ସଂସାର ତ୍ୟାଗକଲେ ୧୨ ବର୍ଷର ବାଳକ

ସଂସାର ତ୍ୟାଗକଲେ ୧୨ ବର୍ଷର ବାଳକ

ସୁରଟ,୧୯।୪: ଗୁଜରାଟ ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ପୁଅ ସଂସାର ତ୍ୟାଗ କରି ମାତ୍ର ୧୨ ବର୍ଷ ବୟସରେ ଜୈନ ଭିକ୍ଷୁ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭବ୍ୟ ଶାହା ନାମକ ଉକ୍ତ ବାଳକ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୈନ ଭିକ୍ଷୁ ହୋଇଛନ୍ତି।

ପାରିକରଙ୍କ ସ୍ବାସ୍ଥ୍ୟକୁ ନେଇ ଭୁଲ୍‌ ତଥ୍ୟ ଦେଇଥିବା ବ୍ୟକ୍ତି ଗିରଫ

ପାରିକରଙ୍କ ସ୍ବାସ୍ଥ୍ୟକୁ ନେଇ ଭୁଲ୍‌ ତଥ୍ୟ ଦେଇଥିବା ବ୍ୟକ୍ତି ଗିରଫ

ପାଣାଜୀ, ୧୯।୪: ଆମେରିକାରରେ ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୋସିଆଲ ମିଡିଆରେ ଭୁଲ୍‌ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କୁ ବୁଧବାର ଗୋଆ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି।

ଆତଙ୍କବାଦୀ ସନ୍ଦେହରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଆତଙ୍କବାଦୀ ସନ୍ଦେହରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପଠାନକୋଟ,୧୯।୪: ପଞ୍ଜାବର ପଠାନକୋଟ ଜିଲାରେ ଆତଙ୍କବାଦୀଙ୍କ ଉପସ୍ଥିତର ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଶେଷ କରି ପଠାନକୋଟ ଜିଲାରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି।

ଯାତ୍ରୀ ସୁରକ୍ଷା ନେଇ ଅଦାଲତଙ୍କ ରାୟ: ପାଇଲଟ କରିବେନି ଓଭରଟାଇମ୍‌

ଯାତ୍ରୀ ସୁରକ୍ଷା ନେଇ ଅଦାଲତଙ୍କ ରାୟ: ପାଇଲଟ କରିବେନି ଓଭରଟାଇମ୍‌

ନୂଆଦିଲ୍ଲୀ, ୧୯।୪ : ବିମାନ ଯାତ୍ରୀଙ୍କ ସୁରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଏକ ସ୍ବତନ୍ତ୍ର ରାୟ ଦେଇଛନ୍ତି। ଏଣିକି ପାଇଲଟ ଓଭରଟାଇମ୍‌ କରିବେନି ବୋଲି ରାୟରେ ସୂଚିତ କରାଯାଇଛି। ଓଭରଟାଇମ୍‌ କରୁଥିବାରୁ ଅନେକ ସମୟରେ ପାଇଲଟ ଚାପଗ୍ରସ୍ତ ରହୁଛନ୍ତି। ଫଳରେ ବିମାନ ଦୁର୍ଘଟଣା ହେଉଛି। ୩୦ ଦିନ ମଧ୍ୟରେ ସମସ୍ତ ଏୟାର ଲାଇନ୍ସ୍‌ ପାଇଲଟଙ୍କୁ ୧୨୫ ଘଣ୍ଟା ବିମାନ ଉଡ଼ାଣ କରିବାର ଅନୁମତି ଦେଇପାରିବେ ବୋଲି ଅଦାଲତ ସୂଚିତ କରିଛନ୍ତି।

ଜନତାଙ୍କୁ ଠକୁଛନ୍ତି ଚନ୍ଦ୍ରାବାବୁ : ଜଗନ ମୋହନ

ଜନତାଙ୍କୁ ଠକୁଛନ୍ତି ଚନ୍ଦ୍ରାବାବୁ : ଜଗନ ମୋହନ

ହାଇଦ୍ରାବାଦ୍‌, ୧୯।୪ : ଆମରଣ ଅନଶନ କରିବା ସୂଚିତ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ରାଜ୍ୟର ଜନତାଙ୍କୁ ଠକୁଛନ୍ତି ବୋଲି ଗୁରୁବାର ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମୁଖ୍ୟ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି।

ବିଚାରପତି ଲୋୟା ମାମଲା: ହେବନି ଏସ୍‌ଆଇଟି ଯାଞ୍ଚ୍‌

ବିଚାରପତି ଲୋୟା ମାମଲା: ହେବନି ଏସ୍‌ଆଇଟି ଯାଞ୍ଚ୍‌

ନୂଆଦିଲ୍ଲୀ, ୧୯।୪ : ସ୍ବତନ୍ତ୍ର ସିବିଆଇ ବିଚାରପତି ବି.ଏଚ୍‌. ଲୋୟାଙ୍କ ମୃତ୍ୟୁର ଏସ୍‌ଆଇଟି ଯାଞ୍ଚ୍‌ ହେବନି ବୋଲି ଗୁରୁବାର ସୁପ୍ରିମ୍‌ କୋର୍ଟ ସୂଚିତ କରିଛନ୍ତି। ଏପରି ନିରାଧାର ମାମଲାର ଯାଞ୍ଚ୍‌ ନ କରିବାକୁ ଶୀର୍ଷ ଅଦାଲତ କହିଛନ୍ତି। ଏହି ମାମଲାରେ ୪ଜଣ ବିଚାରପତିଙ୍କ ବୟାନ ଉପରେ କୌଣସି ସନ୍ଦେହ ନାହିଁ।

ନୋଟ୍‌ ପ୍ରେସ୍‌ରେ କାଳି ଶେଷ: ଛପା ହୋଇପାରୁନି ୫ଶହ ଟଙ୍କା ନୋଟ୍‌

ନୋଟ୍‌ ପ୍ରେସ୍‌ରେ କାଳି ଶେଷ: ଛପା ହୋଇପାରୁନି ୫ଶହ ଟଙ୍କା ନୋଟ୍‌

ନାସିକ୍‌, ୧୯।୪ : ଟଙ୍କା ଛପା ହେଉଥିବା ନାସିକ୍‌ ନୋଟ୍‌ ପ୍ରେସ୍‌ରେ କାଳି ଶେଷ ହୋଇଯାଇଛି। ଫଳରେ ୫ ଶହ ଟଙ୍କା ନୋଟ୍‌ ଛପା ହୋଇପାରୁନି। ଏନେଇ ରିଜର୍ଭବ୍ୟାଙ୍କ ପକ୍ଷରୁ ସୂଚିତ କରାଯାଇଛି। ସରକାର ରିଜର୍ଭବ୍ୟାଙ୍କକୁ ୫ଶହ ଟଙ୍କା ଛପା ୫ଗୁଣା ବଢ଼ାଇବା ପାଇଁ କୁହାଯାଇଥିଲା। ଯାହାଦ୍ୱାରା ଆସନ୍ତା ମାସ ଶେଷସୁଦ୍ଧା ୭୫ ହଜାର କୋଟି ଟଙ୍କା ଛପା ଯାଇପାରିବ।

କର୍ନାଟକରେ ଭାଜପା ଖେଳିବ ଲିଙ୍ଗାୟତ କାର୍ଡ

କର୍ନାଟକରେ ଭାଜପା ଖେଳିବ ଲିଙ୍ଗାୟତ କାର୍ଡ

ବାଙ୍ଗାଲୋର୍‌, ୧୯।୪ : କର୍ନାଟକରେ ଲିଙ୍ଗାୟତ କାର୍ଡ ଖେଳିବା ପାଇଁ ଭାଜପା ଯୋଜନା କରିଛି। କଂଗ୍ରେସ ରାଜ୍ୟର ଲିଙ୍ଗାୟତ ଗୋଷ୍ଠୀଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବାବେଳେ ଭାଜପା ବି.ଏସ୍‌.ୟେଦୁରପ୍ପାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଚିନ୍ତା କରୁଛି।

ଚନ୍ଦ୍ରାବାବୁଙ୍କ ସବର୍ଣ୍ଣ-ଅସବର୍ଣ୍ଣ ବିବାହ ଯୋଜନା

ଚନ୍ଦ୍ରାବାବୁଙ୍କ ସବର୍ଣ୍ଣ-ଅସବର୍ଣ୍ଣ ବିବାହ ଯୋଜନା

ଅମରାବତୀ, ୧୯।୪ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ରାଜ୍ୟରେ ନିଜ ଦଳର ରାଜନୈତିକ ଫାଇଦା ପାଇଁ ସବର୍ଣ୍ଣ-ଅସବର୍ଣ୍ଣ ବିବାହକୁ ପ୍ରୋତ୍ସାହନ କରିବାର ଯୋଜନା କରିଛନ୍ତି। ଏନେଇ ସେ ଚନ୍ଦ୍ରାନନ ପେଲି କାନୁକା ନାମକ ଏକ ବିବାହ ଉପହାର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ତାଙ୍କର ଜନ୍ମଦିନ ଏପ୍ରିଲ୍‌ ୨୦ ତାରିଖଠାରୁ ଆରମ୍ଭ ହେବ।

ନାତୁଣୀ ବୋଲି ଛୁଇଁ ଦେଇଥିଲି

ନାତୁଣୀ ବୋଲି ଛୁଇଁ ଦେଇଥିଲି

ମାଡ୍ରାସ,୧୯-୪(ପି.ଟି.)- ତାମିଲନାଡୁ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ନିଜ କର୍ମ ଯୋଗୁ ପୁଣିଥରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି। ପୁରୋହିତ ସର୍ବସମ୍ମୁଖରେ ଜଣେ ମହିଳା ଖବରଦାତାଙ୍କ ଗାଲକୁ ଥାପୁଡାଇବା ପରେ ଅଡୁଆରେ ପଡ଼ି ଶେଷରେ କ୍ଷମା ମାଗିଛନ୍ତି। ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦବୀରେ ଥାଇ ପୁରୋହିତ ଏପରି ଆଚରଣ କରିଥିବାରୁ ଖବରଦାତା ସଙ୍ଗଠନଗୁଡ଼ିକ ନିନ୍ଦା କରିଛନ୍ତି।

କଠୁଆ ପୀଡ଼ିତାଙ୍କ ନାମ ସାର୍ବଜନୀନ: କ୍ଷମା ମାଗିଲେ ଗଣମାଧ୍ୟମ ସଂସ୍ଥା

କଠୁଆ ପୀଡ଼ିତାଙ୍କ ନାମ ସାର୍ବଜନୀନ: କ୍ଷମା ମାଗିଲେ ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ,୧୮।୪(ପି.ଟି.):ଗଣବଳାତ୍କାର ପରେ ହତ୍ୟାର ଶିକାର ହୋଇଥିବା କଠୁଆର ନାବାଳିକାଙ୍କ ପରିଚୟ ପ୍ରକାଶ କରି ହରଡ଼ ଘଣାରେ ପଡ଼ିଛନ୍ତି କେତେକ ଗଣମାଧ୍ୟମ ସଂସ୍ଥା। ଏଥିଲାଗି ବୁଧବାର ସେମାନେ ଦିଲ୍ଲୀ ହାଇକୋର୍ଟ ଆଗରେ କ୍ଷମାପ୍ରାର୍ଥନା କରିଛନ୍ତି। ଏହା ସହ ଜମ୍ମୁ-କଶ୍ମୀର ପୀଡ଼ିତା କ୍ଷତିପୂରଣ ପାଣ୍ଠିରେ ଏକ ସପ୍ତାହ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏ ଜମା କରିବା ଲାଗି ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତଥ୍ୟ ଚୋରିରେ କଂଗ୍ରେସ

ତଥ୍ୟ ଚୋରିରେ କଂଗ୍ରେସ

ନୂଆଦିଲ୍ଲୀ,୧୮। ୪(ପି.ଟି.)- ବିଭିନ୍ନ ରାଜନୈତିକ ଦଳ ପାଖରୁ ମୋଟା ଅଙ୍କର ଅର୍ଥ ନେଇ ଫେସ୍‌ବୁକ୍‌ରୁ ତଥ୍ୟ ଚୋରି କରି ଭୋଟରଙ୍କୁ ପ୍ରଭାବିତ କରୁଛି ବ୍ରିଟେନ୍‌ସ୍ଥିତ ଫାର୍ମ କେମ୍ବ୍ରିଜ୍‌ ଆନାଲିଟିକା (ସି.ଏ.)। ଏହି ଖବର ପ୍ରଘଟ ହେବା ପରେ ବିବାଦ ଘେରରେ ଛନ୍ଦି ହୋଇଛି ସି.ଏ.। ତେବେ ତଥ୍ୟ ଚୋରି ନେଇ ଝଡ଼ ସୃଷ୍ଟି ହେବାର କିଛିମାସ ପୂର୍ବରୁ ଏହି ଫାର୍ମ କଂଗ୍ରେସ ସହ ଯୋଗାଯୋଗ କରି ଏକ ପ୍ରସ୍ତାବ ଦେଇଥିଲା।

ଭାରତ ମହାସାଗରରେ ଚାଇନା ଯୁଦ୍ଧଜାହାଜ

ଭାରତ ମହାସାଗରରେ ଚାଇନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୧୮।୪- ଭୂଖଣ୍ଡ, ଆକାଶ ଓ ସମୁଦ୍ର ଭାରତୀୟ ସୀମାର ସବୁଠି ଚାଇନାର ନଜର ରହିଛି। ଏହି ପରିପ୍ରେକ୍ଷୀରେ ଚାଇନାର ୩ଟି ଯୁଦ୍ଧଜାହାଜ ଭାରତ ମହାସାଗରର ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ନୌସେନା ଜାଣିବାକୁ ପାଇଛି। ଏହାକୁ ନେଇ ନୌସେନା ପକ୍ଷରୁ ଟୁଇଟ୍‌ କରି ‘ସ୍ବାଗତଂ’ ଲେଖାଯାଇଛି।

୧୯୯୩ ବମ୍ବେ ବିସ୍ଫୋରଣର ଅପରାଧୀ ତାହିର ମର୍ଚେଣ୍ଟଙ୍କ ମୃତ୍ୟୁ

୧୯୯୩ ବମ୍ବେ ବିସ୍ଫୋରଣର ଅପରାଧୀ ତାହିର ମର୍ଚେଣ୍ଟଙ୍କ ମୃତ୍ୟୁ

ପୁଣେ,୧୮।୪: ୧୯୯୩ ବମ୍ବେ ବିସ୍ଫୋରଣ ମାମଲାର ଅପରାଧୀ ତାହିର ମର୍ଚେଣ୍ଟ ଓରଫ ତାହିର ଟକ୍‌ଲ୍ୟାଙ୍କ ବୁଧବାର ମୃତ୍ୟୁ ଘଟିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୟେରାଓ୍ବାଡା ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଭାବେ ରଖାଯାଇଥିଲା।

୭ କୋଟି ଟଙ୍କାର ନକଲି ନୋଟ୍‌ ଜବତ: ଅଭିଯୁକ୍ତ ଗିରଫ

୭ କୋଟି ଟଙ୍କାର ନକଲି ନୋଟ୍‌ ଜବତ: ଅଭିଯୁକ୍ତ ଗିରଫ

ବାଙ୍ଗାଲୋର,୧୮।୪: କର୍ନାଟକର ବେଲଗାମ୍‌ ଅଞ୍ଚଳରୁ ବୁଧବାର ପୋଲିସ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିବା ସହ ଘଟଣାର ଅଭିଯୁକ୍ତ ଅଜିତ୍‌ କୁମାର ନିଦୋନୀଙ୍କୁ ଗିରଫ କରିଛି।

ଭିଜା ପାଇଁ ଭାରତୀୟ ଯାତ୍ରୀ ଆଗୁଆ ଆବେଦନ କରନ୍ତୁ: ଆମେରିକା ଦୂତାବାସ

ଭିଜା ପାଇଁ ଭାରତୀୟ ଯାତ୍ରୀ ଆଗୁଆ ଆବେଦନ କରନ୍ତୁ: ଆମେରିକା ଦୂତାବାସ

ନୂଆଦିଲ୍ଲୀ,୧୮।୪: ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟମାନେ ଭିଜା ପାଇଁ ଆଗୁଆ ଆବେଦନ କରିବାକୁ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଖରାଦିନେ ଆମେରିକା ଭ୍ରମଣର ଅତ୍ୟଧିକ ଚାହିଦା ଥିବା ଯୋଗୁ ଭିଜା ମିଳିବାରେ ବିଳମ୍ବ ପରିଲକ୍ଷିତ ହେଉଛି।

କଠଓ୍ବା ମାମଲା: ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ପ୍ରତ୍ୟେକ ଗଣମାଧ୍ୟମକୁ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ

କଠଓ୍ବା ମାମଲା: ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ପ୍ରତ୍ୟେକ ଗଣମାଧ୍ୟମକୁ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ

ନୂଆଦିଲ୍ଲୀ,୧୮।୪: କଠଓ୍ବା ନାବାଳିକା ବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥାକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି।

ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ବିବାଦରେ ତାମିଲନାଡୁ ରାଜ୍ୟପାଳ

ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ବିବାଦରେ ତାମିଲନାଡୁ ରାଜ୍ୟପାଳ

ମାଡ୍ରାସ,୧୮।୪: ଜଣେ ବରିଷ୍ଠ ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ଅଡୁଆରେ ପଡ଼ିଛନ୍ତି ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ। ରାଜଭବନରେ ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ଅପ୍ରୀତିକର ଘଟଣା ଘଟିଛି।