ଜାତୀୟ

ନୌସେନାରେ ସାମିଲ ହେବ ‘କରଂଜ’, ଶତ୍ରୁକୁ ଦେବ କଡା ଜବାବ

ନୌସେନାରେ ସାମିଲ ହେବ ‘କରଂଜ’, ଶତ୍ରୁକୁ ଦେବ କଡା ଜବାବ

ନୂଆଦିଲ୍ଲୀ,୩୦।୧: ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ ସ୍କର୍ପିନ ଶ୍ରେଣୀର ଆଉ ଏକ ବୁଡାଜାହାଜ। ଜାନୁୟାରୀ ୩୧ରେ ବମ୍ବେର ମଜଗାଓଁ ଡକ୍‌ରେ ସ୍କର୍ପିନ ଶ୍ରେଣୀର ତୃତୀୟ ବୁଡାଜାହାଜ ଆଇଏନ୍‌ଏସ୍‌ ‘କରଂଜ’ ନୌସେନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ନୌସେରା,୩୦।୧: ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ମଙ୍ଗଳବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଏକକାଳୀନ ନିର୍ବାଚନ ସପକ୍ଷରେ ରାଷ୍ଟ୍ରପତି

ଏକକାଳୀନ ନିର୍ବାଚନ ସପକ୍ଷରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧(ପି.ଟି.): ଭିନ୍ନ ଭିନ୍ନ ସମୟରେ ବିଧାନସଭା ଓ ଲୋକ ସଭା ନିର୍ବାଚନ କରାଯିବା ଦ୍ୱାରା ଦେଶର ସମ୍ବଳ ଉପରେ ବୃହତ୍‌ ବୋଝ ସୃଷ୍ଟି ହେଉଛି। ଏଥିଯୋଗୁ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏହାକୁ ଏଡ଼ାଇବା ପାଇଁ ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଯିବା ଉଚିତ। ଏକକାଳୀନ ନିର୍ବାଚନ ପାଇଁ ନିରନ୍ତର ବିତର୍କ ଜରିଆରେ ସମସ୍ତ ରାଜନୈତିକ ଦଳ ସହମତ ହେବା ଆବଶ୍ୟକ। ସୋମବାର ପାର୍ଲାମେଣ୍ଟ ବଜେଟ ଅଧିବେଶନର ଆରମ୍ଭ ଦିବସରେ ଉଭୟ ସଦନର ସଦସ୍ୟମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମତବ୍ୟକ୍ତ କରିଛନ୍ତି।

ଆଶା-ଆଶଙ୍କାର ବାର୍ତ୍ତା

ଆଶା-ଆଶଙ୍କାର ବାର୍ତ୍ତା

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୧୭ ଜୁଲାଇ ପହିଲାରୁ ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥା ସାମଗ୍ରୀ ଏବଂ ସେବା କର(ଜି.ଏସ୍‌.ଟି.) ପ୍ରଚଳନ ଏବଂ ଏହାର ପୂର୍ବବର୍ଷ ୨୦୧୬ ନଭେମ୍ବରରେ ଦୁଇଟି ବଡ ଅଙ୍କର ନୋଟ୍‌ ଅଚଳ କରି ଦିଆଯିବା କାରଣରୁ ଚଳିତ ଆର୍ଥିକବର୍ଷ (୨୦୧୭-୧୮) ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ସୋମବାର ପାର୍ଲାମେଣ୍ଟ ବଜେଟ ଅଧିବେଶନର ଆରମ୍ଭ ଦିନରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଲୋକ ସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ସ୍ବୀକାର କରିଛନ୍ତି।

ଛତିଶଗଡ଼ ପ୍ରଥମ ରାଜ୍ୟପାଳଙ୍କ ପରଲୋକ

ଛତିଶଗଡ଼ ପ୍ରଥମ ରାଜ୍ୟପାଳଙ୍କ ପରଲୋକ

ମାଧେପୁରା, ୨୯।୧: ଛତିଶଗଡ଼ର ପ୍ରଥମ ରାଜ୍ୟପାଳ ଦିନେଶ ନନ୍ଦନ ସାହାୟଙ୍କ ସୋମବାର ବିହାରର ମାଧେପୁରାଠାରେ ପରଲୋକ ହୋଇଯାଇଛି। ସେ ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଛତିଶଗଡ଼ର ପ୍ରଥମ ରାଜ୍ୟପାଳଥିଲେ।

୨୦୨୨ସୁଦ୍ଧା ଗରିବ ଗୃହଶୂନ୍ୟଙ୍କୁ ମିଳିବ ଘର, କୃଷକଙ୍କ ଆୟ ହେବ ୨ଗୁଣା

୨୦୨୨ସୁଦ୍ଧା ଗରିବ ଗୃହଶୂନ୍ୟଙ୍କୁ ମିଳିବ ଘର, କୃଷକଙ୍କ ଆୟ ହେବ ୨ଗୁଣା

ନୂଆଦିଲ୍ଲୀ, ୨୯।୧: ଆଗାମୀ ୨୦୨୨ ସୁଦ୍ଧା ଦେଶର ଗରିବ ଓ ଗୃହଶୂନ୍ୟଙ୍କୁ ଘର ମିଳିବା ସହିତ କୃଷକଙ୍କ ଆୟ ୨ଗୁଣା କରିବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକରେ ସୂଚିତ କରିଛନ୍ତି।

ଫେବୃୟାରୀ ୧ ପର୍ଯ୍ୟନ୍ତ ସଂସଦ ସ୍ଥଗିତ

ଫେବୃୟାରୀ ୧ ପର୍ଯ୍ୟନ୍ତ ସଂସଦ ସ୍ଥଗିତ

ନୂଆଦିଲ୍ଲୀ, ୨୯।୧: ବଜେଟ୍‌ ଅଧିବେଶନରେ ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକ ସୋମବାର ଆରମ୍ଭ ହେବା ପରେ ଏହାକୁ ଫେବୃୟାରୀ ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ପୋଲିସ ଗାଡ଼ିରେ ବାଳିକାଙ୍କୁ ଅପହରଣ

ପୋଲିସ ଗାଡ଼ିରେ ବାଳିକାଙ୍କୁ ଅପହରଣ

ଭୋପାଳ, ୨୯।୧: ହିନ୍ଦୀ ଫିଲ୍ମ ଷ୍ଟାଇଲ୍‌ରେ ମଧ୍ୟପ୍ରଦେଶ ପାନ୍ନା ଅଞ୍ଚଳର ଭମୁରାହ ଗାଁରେ ଜଣେ ବାଳିକାଙ୍କୁ ଅପହରଣ କରାଯାଇଛି। ରବିବାର ବିଳମ୍ବିତ ରାତିରେ କେତେକ ଅଜଣା ବ୍ୟକ୍ତି ବନ୍ଧୁକ ଦେଖାଇ ଏକ ପୋଲିସ ଗାଡ଼ିକୁ ଲୁଟିଥିଲେ।

ପଦ୍ମାବତ୍‌ ହିଂସା: ୪୭ ଗିରଫ

ପଦ୍ମାବତ୍‌ ହିଂସା: ୪୭ ଗିରଫ

ଗୁରୁଗ୍ରାମ, ୨୯।୧: ହିନ୍ଦୀ ଫିଲ୍ମ ପଦ୍ମାବତ୍‌କୁ ନେଇ ହରିଆଣା ଗୁରୁଗ୍ରାମରେ ସୋମବାର ୪୭ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ରାହେଜ୍‌ ମଲ୍‌ଠାରେ ଫିଲ୍ମର ଶୁଭମୁକ୍ତି ଅବସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ତିନି ତଲାକ୍‌ ବିଲ୍‌ ଶୀଘ୍ର ଆଇନରେ ପରିଣତ ହେବାର ଆଶା ରହିଛି: ରାଷ୍ଟ୍ରପତି

ତିନି ତଲାକ୍‌ ବିଲ୍‌ ଶୀଘ୍ର ଆଇନରେ ପରିଣତ ହେବାର ଆଶା ରହିଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୯।୧: ତିନି ତଲାକ୍‌ ବିଲ୍‌ ଖୁବ୍‌ ଶୀଘ୍ର ଆଇନରେ ପରିଣତ ହେବାର ଆଶା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକରେ ସୂଚିତ କରିଛନ୍ତି।

ନଦୀକୁ ଖସିଲା ବସ୍‌: ଉତ୍ୟକ୍ତ ଜନତାଙ୍କ ଉପରେ ପୋଲିସର ଲୁହବୁହା ଗ୍ୟାସ୍‌ ପ୍ରୟୋଗ

ନଦୀକୁ ଖସିଲା ବସ୍‌: ଉତ୍ୟକ୍ତ ଜନତାଙ୍କ ଉପରେ ପୋଲିସର ଲୁହବୁହା ଗ୍ୟାସ୍‌ ପ୍ରୟୋଗ

ମୁର୍ଶିଦାବାଦ୍‌, ୨୯।୧: ପଶ୍ଚିମବଙ୍ଗ ମୁର୍ଶିଦାବାଦ୍‌ ଜିଲା ବାଲିରଘାଟ୍‌ ଅଞ୍ଚଳରେ ସୋମବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ପୋଲ ଉପରୁ ନଦୀ ମଧ୍ୟକୁ ଖସି ପଡିଛି। ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ରୁ ଅଧିକ ଆହତ ହୋଇଛନ୍ତି।

ଆଜିଠୁ ବଜେଟ ଅଧିବେଶନ

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୨୮।୧(ପି.ଟି.) : ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଆରମ୍ଭ ହେବ। ବିରୋଧୀ ଦଳଗୁଡ଼ିକ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଏସିଡ୍‌ ପୀଡ଼ିତାଙ୍କୁ ସଂରକ୍ଷଣ

ଏସିଡ୍‌ ପୀଡ଼ିତାଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ,୨୮।୧(ପି.ଟି.) : ଏଣିକି ଏସିଡ୍‌ ଆକ୍ରମଣ ପୀଡ଼ିତା, ମାନସିକ ରୋଗୀ ଓ ବୌଦ୍ଧିକ ଅକ୍ଷମ ବ୍ୟକ୍ତିମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବେ କେନ୍ଦ୍ର ସରକାର।

 କୁହୁଡ଼ି ନେଲା ୭ ଜୀବନ

କୁହୁଡ଼ି ନେଲା ୭ ଜୀବନ

ଆଲୀଗଡ଼, ୨୮।୧: ଘନ କୁହୁଡ଼ି ଯୋଗୁ ଆଲୀଗଡ଼ରେ ରବିବାର ସକାଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ମଧ୍ୟରେ ୨ଜଣ ପୋଲିସ କର୍ମଚାରୀ ରହିଛନ୍ତି ବୋଲି ବରିଷ୍ଠ ଆରକ୍ଷୀ ଅଧିକାରୀ ରାଜେଶ ପାଣ୍ଡେ କହିଛନ୍ତି।

ଅକ୍ସଫୋର୍ଡ ଡିକ୍ସିନାରୀର ଲୋକପ୍ରିୟ ହିନ୍ଦୀ ଶବ୍ଦ ‘ଆଧାର’

ଅକ୍ସଫୋର୍ଡ ଡିକ୍ସିନାରୀର ଲୋକପ୍ରିୟ ହିନ୍ଦୀ ଶବ୍ଦ ‘ଆଧାର’

ନୂଆଦିଲ୍ଲୀ, ୨୮।୧: ଅକ୍ସଫୋର୍ଡ ଡିକ୍ସିନାରୀର ୨୦୧୭ ବର୍ଷର ଲୋକପ୍ରିୟ ହିନ୍ଦୀ ଶବ୍ଦର ମାନ୍ୟତା ଲାଭ କରିଛି ‘ଆଧାର’। ଏନେଇ ଜୟପୁର ସାହିତ୍ୟ ଉତ୍ସବରେ ଘୋଷଣା କରାଯାଇଛି।

ଏସିଡ୍‌ ଆକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ଚାକିରିରେ ମିଳିବ ସଂରକ୍ଷଣ

ଏସିଡ୍‌ ଆକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ଚାକିରିରେ ମିଳିବ ସଂରକ୍ଷଣ

ନୂଆଦିଲ୍ଲୀ, ୨୮।୧: ଏଣିକି କେନ୍ଦ୍ର ସରକାରଙ୍କ ଚାକିରିରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସଂରକ୍ଷଣ ମିଳିବ। ଏ ସମ୍ପର୍କରେ କାର୍ମିକ ଓ ତାଲିମ୍‌ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

ଜମ୍ମୁ-କଶ୍ମୀର ୪ଟି ଜିଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ଠପ୍‌

ଜମ୍ମୁ-କଶ୍ମୀର ୪ଟି ଜିଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ଠପ୍‌

ଶ୍ରୀନଗର, ୨୮।୧: ଜମ୍ମୁ-କଶ୍ମୀରର ୪ଟି ଜିଲାରେ ରବିବାର ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ଠପ୍‌ କରି ଦିଆଯାଉଛି। ଶନିବାର ସେନାଙ୍କ ଉପରେ ଲୋକମାନେ ପଥରମାଡ଼ କରିଥିଲେ।

ନାରୀଶକ୍ତିର ବିକାଶ କ୍ଷେତ୍ରରେ ଆରମ୍ଭ ହୋଇଛି ନୂତନ ଅଧ୍ୟାୟ

ନାରୀଶକ୍ତିର ବିକାଶ କ୍ଷେତ୍ରରେ ଆରମ୍ଭ ହୋଇଛି ନୂତନ ଅଧ୍ୟାୟ

ନୂଆଦିଲ୍ଲୀ, ୨୮।୧: ଦେଶରେ ନାରୀଶକ୍ତିର ବିକାଶଧାରା ଜାରି ରହିବା ସହି ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ପ୍ରକାଶ କରିଛନ୍ତି।

 ଭାରତୀୟ ସେନା ପାଖରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଅଭାବ

ଭାରତୀୟ ସେନା ପାଖରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଅଭାବ

ନୂଆଦିଲ୍ଲୀ, ୨୮।୧: ଭାରତୀୟ ସେନା ପାଖରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଅଭାବ ରହିଛି। ଏହା ସହିତ ବିଭିନ୍ନ ପ୍ରକାର ଲଞ୍ଚର ମଧ୍ୟ ସେନା ଆବଶ୍ୟକ କରୁଛି। ଭାରତୀୟ ସେନା ୬୮ ହଜାର ଆଣ୍ଟିଟ୍ୟାଙ୍କ କ୍ଷେପଣାସ୍ତ୍ର ଓ ୮୫୦ ବିଭିନ୍ନ ପ୍ରକାର ଲଞ୍ଚର ଆବଶ୍ୟକ କରୁଛି ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି।

୧୨ ଭାରତୀୟ ଧୀବର ଗିରଫ

୧୨ ଭାରତୀୟ ଧୀବର ଗିରଫ

ରାମେଶ୍ୱରମ୍‌, ୨୮।୧: ଶ୍ରୀଲଙ୍କା ନୌସେନା ୧୨ ଭାରତୀୟ ଧୀବରଙ୍କୁ ରବିବାର ଗିରଫ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବାବେଳେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଗିରଫ କରିବା ସହିତ ୨ଟି ମାଛଧରା ବୋଟ୍‌ ଓ ୫୦ଟି ଜାଲ ଜବତ କରିଛି।

ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ସୂର୍ଯ୍ୟ ଆରାଧନା କାର୍ଯ୍ୟକ୍ରମ

ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ସୂର୍ଯ୍ୟ ଆରାଧନା କାର୍ଯ୍ୟକ୍ରମ

ବିଜୟଓ୍ବାଡା, ୨୮।୧: ସୌରଶକ୍ତିର ବିକାଶ ତଥା ପ୍ରଦୂଷଣ ହ୍ରାସ ପାଇଁ ଆନ୍ଧ୍ରପ୍ରଦେଶରେ ସୂର୍ଯ୍ୟ ଆରାଧନା କାର୍ଯ୍ୟକ୍ରମ ରବିବାର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହାର ଶୁଭାରମ୍ଭ ସ୍ଥାନୀୟ ଇନ୍ଦିରା ଗାନ୍ଧି ମ୍ୟୁନିସିପାଲ ଷ୍ଟାଡିୟମ୍‌ଠାରେ କରିଛନ୍ତି।

ମେଘାଳୟ, ତ୍ରିପୁରାରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ମେଘାଳୟ, ତ୍ରିପୁରାରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ, ୨୭।୧(ପି.ଟି.): ଆସନ୍ତା ମାସରେ ହେବାକୁ ଥିବା ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗ୍‌ମା ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ଉଭୟ ରାଜ୍ୟର ବିଧାନସଭାରେ ୬୦ ଲେଖାଏ ଆସନ ରହିଛି। ତନ୍ମଧ୍ୟରୁ ମେଘାଳୟରେ ୫୭ ଏବଂ ତ୍ରିପୁରାରେ ୫୬ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି କଂଗ୍ରେସ। ତ୍ରିପୁରାରେ ଫେବୃୟାରୀ ୧୮, ନାଗାଲଣ୍ଡ ଓ ମେଘାଳୟରେ ଫେବୃୟାରୀ ୨୭ରେ ଭୋଟଗ୍ରହଣ ହେବ। ମାର୍ଚ୍ଚ ୩ରେ ତିନି ରାଜ୍ୟରେ ଭୋଟ ଫଳ ଘୋଷଣା ହେବ।

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

କସ୍‌ଗଞ୍ଜ, ୨୭।୧(ପି.ଟି.): ଦେଶବ୍ୟାପୀ ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଉତ୍ତରପ୍ରଦେଶ (ୟୁପି)ରେ ଘଟିଛି ହିଂସାକାଣ୍ଡ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ଏବିଭିପି ପକ୍ଷରୁ କସ୍‌ଗଞ୍ଜ ଅନ୍ତର୍ଗତ ମଥୁରା-ବରେଲି ରାଜପଥରେ ମୋଟରସାଇକେଲ ର଼୍ୟାଲି ଚାଲିଥିବାବେଳେ କିଛି ଦୁର୍ବୃତ୍ତ ଟେକାମାଡ଼ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ହିଂସା। ଏଥିରେ ଜଣେ ଯୁବକ ପ୍ରାଣ ହରାଇବା ସହ ଦୁଇଜଣ ଆହତ ହୋଇଥିଲେ। ଶନିବାର ଦ୍ୱିତୀୟ ଦିନରେ ମଧ୍ୟ ହିଂସାକାଣ୍ଡ ଲାଗିରହିଛି। କେତେକ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ୍‌ରେ ଦୁର୍ବୃତ୍ତମାନେ ନିଅଁା ଲଗାଇଦେଇଛନ୍ତି। ହିଂସାରେ ସମ୍ପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

ନଦୀକୁ ବସ୍‌ ଖସି ୧୩ ମୃତ

ନଦୀକୁ ବସ୍‌ ଖସି ୧୩ ମୃତ

ବମ୍ବେ,୨୭।୧: ମହାରାଷ୍ଟ୍ରର କୋହ୍ଲାପୁର ନିକଟସ୍ଥ ପଞ୍ଚଗଙ୍ଗା ନଦୀରେ ଶୁକ୍ରବାର ରାତିରେ ଏକ ବସ୍‌ ଖସିପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୫ଜଣ ତୀର୍ଥଯାତ୍ରୀ ଏହି ବସ୍‌ରେ ଫେରୁଥିଲେ।