ଜାତୀୟ

ଜନତାଙ୍କୁ ଠକୁଛନ୍ତି ଚନ୍ଦ୍ରାବାବୁ : ଜଗନ ମୋହନ

ଜନତାଙ୍କୁ ଠକୁଛନ୍ତି ଚନ୍ଦ୍ରାବାବୁ : ଜଗନ ମୋହନ

ହାଇଦ୍ରାବାଦ୍‌, ୧୯।୪ : ଆମରଣ ଅନଶନ କରିବା ସୂଚିତ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ରାଜ୍ୟର ଜନତାଙ୍କୁ ଠକୁଛନ୍ତି ବୋଲି ଗୁରୁବାର ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମୁଖ୍ୟ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି।

ବିଚାରପତି ଲୋୟା ମାମଲା: ହେବନି ଏସ୍‌ଆଇଟି ଯାଞ୍ଚ୍‌

ବିଚାରପତି ଲୋୟା ମାମଲା: ହେବନି ଏସ୍‌ଆଇଟି ଯାଞ୍ଚ୍‌

ନୂଆଦିଲ୍ଲୀ, ୧୯।୪ : ସ୍ବତନ୍ତ୍ର ସିବିଆଇ ବିଚାରପତି ବି.ଏଚ୍‌. ଲୋୟାଙ୍କ ମୃତ୍ୟୁର ଏସ୍‌ଆଇଟି ଯାଞ୍ଚ୍‌ ହେବନି ବୋଲି ଗୁରୁବାର ସୁପ୍ରିମ୍‌ କୋର୍ଟ ସୂଚିତ କରିଛନ୍ତି। ଏପରି ନିରାଧାର ମାମଲାର ଯାଞ୍ଚ୍‌ ନ କରିବାକୁ ଶୀର୍ଷ ଅଦାଲତ କହିଛନ୍ତି। ଏହି ମାମଲାରେ ୪ଜଣ ବିଚାରପତିଙ୍କ ବୟାନ ଉପରେ କୌଣସି ସନ୍ଦେହ ନାହିଁ।

ନୋଟ୍‌ ପ୍ରେସ୍‌ରେ କାଳି ଶେଷ: ଛପା ହୋଇପାରୁନି ୫ଶହ ଟଙ୍କା ନୋଟ୍‌

ନୋଟ୍‌ ପ୍ରେସ୍‌ରେ କାଳି ଶେଷ: ଛପା ହୋଇପାରୁନି ୫ଶହ ଟଙ୍କା ନୋଟ୍‌

ନାସିକ୍‌, ୧୯।୪ : ଟଙ୍କା ଛପା ହେଉଥିବା ନାସିକ୍‌ ନୋଟ୍‌ ପ୍ରେସ୍‌ରେ କାଳି ଶେଷ ହୋଇଯାଇଛି। ଫଳରେ ୫ ଶହ ଟଙ୍କା ନୋଟ୍‌ ଛପା ହୋଇପାରୁନି। ଏନେଇ ରିଜର୍ଭବ୍ୟାଙ୍କ ପକ୍ଷରୁ ସୂଚିତ କରାଯାଇଛି। ସରକାର ରିଜର୍ଭବ୍ୟାଙ୍କକୁ ୫ଶହ ଟଙ୍କା ଛପା ୫ଗୁଣା ବଢ଼ାଇବା ପାଇଁ କୁହାଯାଇଥିଲା। ଯାହାଦ୍ୱାରା ଆସନ୍ତା ମାସ ଶେଷସୁଦ୍ଧା ୭୫ ହଜାର କୋଟି ଟଙ୍କା ଛପା ଯାଇପାରିବ।

କର୍ନାଟକରେ ଭାଜପା ଖେଳିବ ଲିଙ୍ଗାୟତ କାର୍ଡ

କର୍ନାଟକରେ ଭାଜପା ଖେଳିବ ଲିଙ୍ଗାୟତ କାର୍ଡ

ବାଙ୍ଗାଲୋର୍‌, ୧୯।୪ : କର୍ନାଟକରେ ଲିଙ୍ଗାୟତ କାର୍ଡ ଖେଳିବା ପାଇଁ ଭାଜପା ଯୋଜନା କରିଛି। କଂଗ୍ରେସ ରାଜ୍ୟର ଲିଙ୍ଗାୟତ ଗୋଷ୍ଠୀଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବାବେଳେ ଭାଜପା ବି.ଏସ୍‌.ୟେଦୁରପ୍ପାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଚିନ୍ତା କରୁଛି।

ଚନ୍ଦ୍ରାବାବୁଙ୍କ ସବର୍ଣ୍ଣ-ଅସବର୍ଣ୍ଣ ବିବାହ ଯୋଜନା

ଚନ୍ଦ୍ରାବାବୁଙ୍କ ସବର୍ଣ୍ଣ-ଅସବର୍ଣ୍ଣ ବିବାହ ଯୋଜନା

ଅମରାବତୀ, ୧୯।୪ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ରାଜ୍ୟରେ ନିଜ ଦଳର ରାଜନୈତିକ ଫାଇଦା ପାଇଁ ସବର୍ଣ୍ଣ-ଅସବର୍ଣ୍ଣ ବିବାହକୁ ପ୍ରୋତ୍ସାହନ କରିବାର ଯୋଜନା କରିଛନ୍ତି। ଏନେଇ ସେ ଚନ୍ଦ୍ରାନନ ପେଲି କାନୁକା ନାମକ ଏକ ବିବାହ ଉପହାର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ତାଙ୍କର ଜନ୍ମଦିନ ଏପ୍ରିଲ୍‌ ୨୦ ତାରିଖଠାରୁ ଆରମ୍ଭ ହେବ।

ନାତୁଣୀ ବୋଲି ଛୁଇଁ ଦେଇଥିଲି

ନାତୁଣୀ ବୋଲି ଛୁଇଁ ଦେଇଥିଲି

ମାଡ୍ରାସ,୧୯-୪(ପି.ଟି.)- ତାମିଲନାଡୁ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ନିଜ କର୍ମ ଯୋଗୁ ପୁଣିଥରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି। ପୁରୋହିତ ସର୍ବସମ୍ମୁଖରେ ଜଣେ ମହିଳା ଖବରଦାତାଙ୍କ ଗାଲକୁ ଥାପୁଡାଇବା ପରେ ଅଡୁଆରେ ପଡ଼ି ଶେଷରେ କ୍ଷମା ମାଗିଛନ୍ତି। ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦବୀରେ ଥାଇ ପୁରୋହିତ ଏପରି ଆଚରଣ କରିଥିବାରୁ ଖବରଦାତା ସଙ୍ଗଠନଗୁଡ଼ିକ ନିନ୍ଦା କରିଛନ୍ତି।

କଠୁଆ ପୀଡ଼ିତାଙ୍କ ନାମ ସାର୍ବଜନୀନ: କ୍ଷମା ମାଗିଲେ ଗଣମାଧ୍ୟମ ସଂସ୍ଥା

କଠୁଆ ପୀଡ଼ିତାଙ୍କ ନାମ ସାର୍ବଜନୀନ: କ୍ଷମା ମାଗିଲେ ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ,୧୮।୪(ପି.ଟି.):ଗଣବଳାତ୍କାର ପରେ ହତ୍ୟାର ଶିକାର ହୋଇଥିବା କଠୁଆର ନାବାଳିକାଙ୍କ ପରିଚୟ ପ୍ରକାଶ କରି ହରଡ଼ ଘଣାରେ ପଡ଼ିଛନ୍ତି କେତେକ ଗଣମାଧ୍ୟମ ସଂସ୍ଥା। ଏଥିଲାଗି ବୁଧବାର ସେମାନେ ଦିଲ୍ଲୀ ହାଇକୋର୍ଟ ଆଗରେ କ୍ଷମାପ୍ରାର୍ଥନା କରିଛନ୍ତି। ଏହା ସହ ଜମ୍ମୁ-କଶ୍ମୀର ପୀଡ଼ିତା କ୍ଷତିପୂରଣ ପାଣ୍ଠିରେ ଏକ ସପ୍ତାହ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏ ଜମା କରିବା ଲାଗି ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତଥ୍ୟ ଚୋରିରେ କଂଗ୍ରେସ

ତଥ୍ୟ ଚୋରିରେ କଂଗ୍ରେସ

ନୂଆଦିଲ୍ଲୀ,୧୮। ୪(ପି.ଟି.)- ବିଭିନ୍ନ ରାଜନୈତିକ ଦଳ ପାଖରୁ ମୋଟା ଅଙ୍କର ଅର୍ଥ ନେଇ ଫେସ୍‌ବୁକ୍‌ରୁ ତଥ୍ୟ ଚୋରି କରି ଭୋଟରଙ୍କୁ ପ୍ରଭାବିତ କରୁଛି ବ୍ରିଟେନ୍‌ସ୍ଥିତ ଫାର୍ମ କେମ୍ବ୍ରିଜ୍‌ ଆନାଲିଟିକା (ସି.ଏ.)। ଏହି ଖବର ପ୍ରଘଟ ହେବା ପରେ ବିବାଦ ଘେରରେ ଛନ୍ଦି ହୋଇଛି ସି.ଏ.। ତେବେ ତଥ୍ୟ ଚୋରି ନେଇ ଝଡ଼ ସୃଷ୍ଟି ହେବାର କିଛିମାସ ପୂର୍ବରୁ ଏହି ଫାର୍ମ କଂଗ୍ରେସ ସହ ଯୋଗାଯୋଗ କରି ଏକ ପ୍ରସ୍ତାବ ଦେଇଥିଲା।

ଭାରତ ମହାସାଗରରେ ଚାଇନା ଯୁଦ୍ଧଜାହାଜ

ଭାରତ ମହାସାଗରରେ ଚାଇନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୧୮।୪- ଭୂଖଣ୍ଡ, ଆକାଶ ଓ ସମୁଦ୍ର ଭାରତୀୟ ସୀମାର ସବୁଠି ଚାଇନାର ନଜର ରହିଛି। ଏହି ପରିପ୍ରେକ୍ଷୀରେ ଚାଇନାର ୩ଟି ଯୁଦ୍ଧଜାହାଜ ଭାରତ ମହାସାଗରର ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ନୌସେନା ଜାଣିବାକୁ ପାଇଛି। ଏହାକୁ ନେଇ ନୌସେନା ପକ୍ଷରୁ ଟୁଇଟ୍‌ କରି ‘ସ୍ବାଗତଂ’ ଲେଖାଯାଇଛି।

୧୯୯୩ ବମ୍ବେ ବିସ୍ଫୋରଣର ଅପରାଧୀ ତାହିର ମର୍ଚେଣ୍ଟଙ୍କ ମୃତ୍ୟୁ

୧୯୯୩ ବମ୍ବେ ବିସ୍ଫୋରଣର ଅପରାଧୀ ତାହିର ମର୍ଚେଣ୍ଟଙ୍କ ମୃତ୍ୟୁ

ପୁଣେ,୧୮।୪: ୧୯୯୩ ବମ୍ବେ ବିସ୍ଫୋରଣ ମାମଲାର ଅପରାଧୀ ତାହିର ମର୍ଚେଣ୍ଟ ଓରଫ ତାହିର ଟକ୍‌ଲ୍ୟାଙ୍କ ବୁଧବାର ମୃତ୍ୟୁ ଘଟିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୟେରାଓ୍ବାଡା ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଭାବେ ରଖାଯାଇଥିଲା।

୭ କୋଟି ଟଙ୍କାର ନକଲି ନୋଟ୍‌ ଜବତ: ଅଭିଯୁକ୍ତ ଗିରଫ

୭ କୋଟି ଟଙ୍କାର ନକଲି ନୋଟ୍‌ ଜବତ: ଅଭିଯୁକ୍ତ ଗିରଫ

ବାଙ୍ଗାଲୋର,୧୮।୪: କର୍ନାଟକର ବେଲଗାମ୍‌ ଅଞ୍ଚଳରୁ ବୁଧବାର ପୋଲିସ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିବା ସହ ଘଟଣାର ଅଭିଯୁକ୍ତ ଅଜିତ୍‌ କୁମାର ନିଦୋନୀଙ୍କୁ ଗିରଫ କରିଛି।

ଭିଜା ପାଇଁ ଭାରତୀୟ ଯାତ୍ରୀ ଆଗୁଆ ଆବେଦନ କରନ୍ତୁ: ଆମେରିକା ଦୂତାବାସ

ଭିଜା ପାଇଁ ଭାରତୀୟ ଯାତ୍ରୀ ଆଗୁଆ ଆବେଦନ କରନ୍ତୁ: ଆମେରିକା ଦୂତାବାସ

ନୂଆଦିଲ୍ଲୀ,୧୮।୪: ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟମାନେ ଭିଜା ପାଇଁ ଆଗୁଆ ଆବେଦନ କରିବାକୁ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଖରାଦିନେ ଆମେରିକା ଭ୍ରମଣର ଅତ୍ୟଧିକ ଚାହିଦା ଥିବା ଯୋଗୁ ଭିଜା ମିଳିବାରେ ବିଳମ୍ବ ପରିଲକ୍ଷିତ ହେଉଛି।

କଠଓ୍ବା ମାମଲା: ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ପ୍ରତ୍ୟେକ ଗଣମାଧ୍ୟମକୁ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ

କଠଓ୍ବା ମାମଲା: ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ପ୍ରତ୍ୟେକ ଗଣମାଧ୍ୟମକୁ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ

ନୂଆଦିଲ୍ଲୀ,୧୮।୪: କଠଓ୍ବା ନାବାଳିକା ବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥାକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି।

ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ବିବାଦରେ ତାମିଲନାଡୁ ରାଜ୍ୟପାଳ

ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ବିବାଦରେ ତାମିଲନାଡୁ ରାଜ୍ୟପାଳ

ମାଡ୍ରାସ,୧୮।୪: ଜଣେ ବରିଷ୍ଠ ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ଅଡୁଆରେ ପଡ଼ିଛନ୍ତି ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ। ରାଜଭବନରେ ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ଅପ୍ରୀତିକର ଘଟଣା ଘଟିଛି।

ପୋଲ ଉପରୁ ଖସିପଡ଼ିଲା ମିନିଟ୍ରକ୍‌: ୨୧ ମୃତ

ପୋଲ ଉପରୁ ଖସିପଡ଼ିଲା ମିନିଟ୍ରକ୍‌: ୨୧ ମୃତ

ସିଦ୍ଧି,୧୮।୪: ମଧ୍ୟପ୍ରଦେଶ ସିଦ୍ଧି ଜିଲାର ସୋନ୍‌ ନଦୀ ପୋଲ ଉପରୁ ଏକ ମିନିଟ୍ରକ ଖସିପଡ଼ିବାରୁ ଅନୂ୍ୟନ ୨୧ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ଟ୍ରକ୍‌ରେ ଫସି ରହିଥିବା ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ଆମେଠି ୧୫ ବର୍ଷ ମଧ୍ୟରେ ସିଙ୍ଗାପୁର, କାଲିଫର୍ନିଆ ଭଳି ବିକଶିତ ହେବ: ରାହୁଲ

ଆମେଠି ୧୫ ବର୍ଷ ମଧ୍ୟରେ ସିଙ୍ଗାପୁର, କାଲିଫର୍ନିଆ ଭଳି ବିକଶିତ ହେବ: ରାହୁଲ

ଆମେଠି,୧୮।୪: ଆମେଠି ୧୫ ବର୍ଷ ମଧ୍ୟରେ ସିଙ୍ଗାପୁର, କାଲିଫର୍ନିଆ ଭଳି ବିକଶିତ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାକାର ଅଧିବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।

ଆଧାର ଡାଟା ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ଆଧାର ଡାଟା ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୮-୪(ପି.ଟି):ସୁପ୍ରିମକୋର୍ଟରେ ଆଧାରର ବୈଧତା ଉପରେ ବର୍ତ୍ତମାନ ଶୁଣାଣି ହେଉଥିବା ବେଳେ ଏଥିରେ ଡାଟା ସୁରକ୍ଷାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେମ୍ବ୍ରିଜ ଆନାଲିଟିକା ଡାଟା ଚୋରି ପ୍ରସଙ୍ଗକୁ ସ୍ଥାନିତ କରିଥିଲେ। ଅପରପକ୍ଷରେ ଘରୋଇ ସଂସ୍ଥାଗୁଡିକ ପକ୍ଷରୁ ହେଉଥିବା ଲୋକଙ୍କ ଡାଟା ବ୍ୟବହାରକୁ ନେଇ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏଟିଏମ୍‌ ଟଙ୍କାଶୂନ୍ୟ

ଏଟିଏମ୍‌ ଟଙ୍କାଶୂନ୍ୟ

ନୂଆଦିଲ୍ଲୀ,୧୭।୪(ପି.ଟି.):ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ନାଟକ ଆଦି କେତେକ ରାଜ୍ୟରେ ଏବେ କ୍ୟାଶ ବା ନଗଦ ଅର୍ଥ ସମସ୍ୟା ଦେଖାଦେଇଛି। ଏହି ରାଜ୍ୟଗୁଡିକର ବିଭିନ୍ନ ସହରରେ ଥିବା ଏଟିଏମ୍‌ଗୁଡିକରେ ଟଙ୍କା ନାହିଁ। କେଉଁଟିରେ କ୍ୟାଶ ନାହିଁ ତ କେଉଁଟି ଆଉଟ୍‌ ଅଫ୍‌ ସର୍ଭିସ୍‌ ବୋଲି ଉଲ୍ଲେଖ କରାଯାଇଛି।

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଏଟା(ୟୁପି), ୧୭। ୪(ପି.ଟି.): କଠୁଆ ଏବଂ ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ରସ୍ବର ଉଠୁଥିବାବେଳେ ଭାଜପା ଶାସିତ ଉତ୍ତରପ୍ରଦେଶ (ୟୁପି)ରେ ଆଉ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ମଙ୍ଗଳବାର ଏକ ବିବାହ ଉତ୍ସବବେଳେ ଜଣେ ୭ ବର୍ଷର ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ବିବାହ ଉତ୍ସବ ପାଇଁ ଟେଣ୍ଟ କାମ କରୁଥିବା ଜଣେ ବ୍ୟକ୍ତି ଏହି ଜଘନ୍ୟ କାଣ୍ଡ ଭିଆଇଛନ୍ତି।

ଗୁଜରାଟର କନଷ୍ଟେବଳ ପ୍ରଫେସନାଲ୍‌ ଡିଗ୍ରୀଧାରୀ

ଗୁଜରାଟର କନଷ୍ଟେବଳ ପ୍ରଫେସନାଲ୍‌ ଡିଗ୍ରୀଧାରୀ

ଅହମ୍ମଦାବାଦ,୧୭।୪: ଗୁଜରାଟ ପୋଲିସର ସୂଚନା ଅନୁଯାୟୀ, ୨୦୧୭ରେ ଲୋକ ରକ୍ଷକ ଦଳ(ଏଲ୍‌ଆର୍‌ଡି) ବିଭାଗରେ ୧ହଜାର ପ୍ରଫେସନାଲ୍‌ ଡିଗ୍ରୀଧାରୀ ଯୋଗ ଦେଇଛନ୍ତି।

ଏସ୍‌ସି/ଏସ୍‌ଟି ଅଧିନିୟମ: ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବେ ଛତିଶଗଡ଼ ସରକାର

ଏସ୍‌ସି/ଏସ୍‌ଟି ଅଧିନିୟମ: ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବେ ଛତିଶଗଡ଼ ସରକାର

ଛତିଶଗଡ଼,୧୭।୪: ଏସ୍‌ସି/ଏସ୍‌ଟି ସଂରକ୍ଷଣ ଅଧିନିୟମ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରମଣ ସିଂ ସୂଚନା ଦେଇଛନ୍ତି।

ବ୍ୟାଙ୍କ ବ୍ୟବସ୍ଥାକୁ ବିଗାଡୁଛନ୍ତି ମୋଦି: ରାହୁଲ

ବ୍ୟାଙ୍କ ବ୍ୟବସ୍ଥାକୁ ବିଗାଡୁଛନ୍ତି ମୋଦି: ରାହୁଲ

ଆମେଠି,୧୭।୪: ଦେଶର ବିଭିନ୍ନ ରାଜ୍ୟରେ ଏଟିଏମ୍‌ରେ ଟଙ୍କା ନ ଥିବାରୁ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କ ବ୍ୟବସ୍ଥାକୁ ବିଗାଡୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

ସଲମାନଙ୍କ ବିଦେଶ ଗସ୍ତକୁ ମିଳିଲା ଅନୁମତି

ସଲମାନଙ୍କ ବିଦେଶ ଗସ୍ତକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୪: ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଦେଶ ଯାତ୍ରା କରିବାକୁ ଅଭିନେତା ସଲମାନଙ୍କୁ ଯୋଧପୁର ଜିଲା ଓ ଦୌରା ଜଜ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଶୁଟିଂ ପାଇଁ ସେ କାନାଡା, ନେପାଳ ଓ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ବିଦେଶ ଯିବାକୁ ଆଦେବନ କଲେ ସଲମାନ

ବିଦେଶ ଯିବାକୁ ଆଦେବନ କଲେ ସଲମାନ

ନୂଆଦିଲ୍ଲୀ,୧୭।୪: କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜାମିନରେ ଆସିଥିବା ବଲିଉଡ ନାୟକ ସଲମାନ ଏବେ ବିଦେଶ ଯାତ୍ରା କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଛନ୍ତି।