ଜାତୀୟ

ମେହେବୁବା ମନ୍ତ୍ରିଣ୍ଡଳରେ ଅଦଳବଦଳ

ମେହେବୁବା ମନ୍ତ୍ରିଣ୍ଡଳରେ ଅଦଳବଦଳ

ଶ୍ରୀନଗର,୩୦।୪: ଜମ୍ମୁ-କଶ୍ମୀରରେ ଭାଜପା-ପିଡିପି ମେଣ୍ଟ ସରକାରରେ ସୋମବାର ମନ୍ତ୍ରିମଣ୍ଡଳର ଅଦଳବଦଳ କରାଯାଇଛି। ଅଚାନକ ଭାବେ କରାଯାଇଥିବା ଏହି ଅଦଳବଦଳରେ ଉପମୁଖ୍ୟମନ୍ତ୍ରୀ ଡ. ନିର୍ମଳ ସିଂଙ୍କ ସ୍ଥାନରେ କବିନ୍ଦ୍ର ଗୁପ୍ତାଙ୍କୁ ଅବସ୍ଥାପିତ କରାଯାଇଛି।

ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

କଟିହାର, ୩୦।୪ : ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗା ନଦୀ ଦ୍ୱାରା ପରିବେଷ୍ଟିତ। ଏଠାରେ ବର୍ଷରେ ୫-୬ମାସ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। ଯଦି ଡ଼ଙ୍ଗା ନ ମିଳେ ତେବେ ଅନେକ ସମୟରେ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥାଏ।

କନଷ୍ଟେବଳ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖିବାରୁ ଉପୁଜିଲା ବିବାଦ

କନଷ୍ଟେବଳ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖିବାରୁ ଉପୁଜିଲା ବିବାଦ

ଧାର,୨୯।୪: ମଧ୍ୟପ୍ରଦେଶର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତା’ର ବିଜ୍ଞାପନରେ ‘ଏମ୍‌ପି ଅଜବ, ସବୁଠାରୁ ଗଜବ’ ଲେଖି ଦିନେ ଚର୍ଚ୍ଚାକୁ ଆସିଥିଲା। ଏବେ କିନ୍ତୁ କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖି ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ।

ରୋମରେ ଅଛନ୍ତି ମମତାଜ୍‌

ରୋମରେ ଅଛନ୍ତି ମମତାଜ୍‌

ବମ୍ବେ: କିଛିଦିନ ତଳେ ମମତାଜ୍‌ଙ୍କୁ ନେଇ ଆସିଥିଲା ଏକ ଖବର, ଯାହା ତାଙ୍କ ପ୍ରଶଂସକଙ୍କ ମନରେ ଦୁଃଖ ଭରି ଦେଇଥିଲା। ଖବର ଥିଲା ହୃଦ୍‌ଘାତରେ ମମତାଜ୍‌ଙ୍କ ମୃତ୍ୟୁ ହୋଇଛି। ହେଲେ ତାଙ୍କ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇ ନ ଥିଲା।

‘ଜନ ଆକ୍ରୋଶ ରାଲି’ରେ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

‘ଜନ ଆକ୍ରୋଶ ରାଲି’ରେ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୪: ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ସୋମବାର ଏକ ‘ଜନ ଆକ୍ରୋଶ ରାଲି’ର ଆୟୋଜନ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷାଧିକ କଂଗ୍ରେସ ସମର୍ଥକ ଏଥିରେ ଯୋଗ ଦେଇଛନ୍ତି।

ଯୋଗ ଦିବସକୁ ସ୍ମରଣୀୟ କରିବାକୁ କହିଲେ ମୋଦି

ଯୋଗ ଦିବସକୁ ସ୍ମରଣୀୟ କରିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ର ୪୩ତମ ଅଧ୍ୟାୟରେ ଯୋଗ ଦିବସକୁ ସ୍ମରଣୀୟ କରିବାକୁ କହିଛନ୍ତି। ଜୁନ ୨୧ରେ ପାଳିତ ହେବାକୁ ଥିବା ଯୋଗ ଦିବସର ୪ର୍ଥ ସଂସ୍କରଣକୁ ଏହାର ଗୁରୁତ୍ୱ ଦୃଷ୍ଟିରୁ ସ୍ମରଣୀୟ କରିବାକୁ ସେ କହିଛନ୍ତି।

ମେ ୨ରେ ମୋଦିଙ୍କୁ ଭେଟିବେ ନୀତୀଶ

ମେ ୨ରେ ମୋଦିଙ୍କୁ ଭେଟିବେ ନୀତୀଶ

ପାଟନା,୨୯।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ମେ’ ୨ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚମ୍ପାରନ ସତ୍ୟାଗ୍ରହ ଶତାବ୍ଦୀ ସମାରୋହକୁ ନେଇ ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ଅଛନ୍ତି

ମହାରାଷ୍ଟ୍ରରେ ୨ ଏନ୍‌ସିପି କର୍ମୀଙ୍କୁ ହତ୍ୟା

ମହାରାଷ୍ଟ୍ରରେ ୨ ଏନ୍‌ସିପି କର୍ମୀଙ୍କୁ ହତ୍ୟା

ଅହମ୍ମଦନଗର,୨୯।୪: ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ରବିବାର ମହାରାଷ୍ଟ୍ରର ଅହମ୍ମଦନଗରରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ର ୨ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିବାଦ ପରେ ନିର୍ଦ୍ଦେଶନାମା ଫେରାଇ ନେଲେ କିରଣ

ବିବାଦ ପରେ ନିର୍ଦ୍ଦେଶନାମା ଫେରାଇ ନେଲେ କିରଣ

ନୂଆଦିଲ୍ଲୀ,୨୯।୪: ପଣ୍ଡିଚେରୀର ଉପରାଜ୍ୟପାଳ କିରଣ ବେଦୀ ଦେଇଥିବା ନିର୍ଦ୍ଦେଶନାମାକୁ ଫେରାଇ ନେଇଛନ୍ତି। ସୂଚନା ଅନୁଯାୟୀ, କିରଣ କହିଥିଲେ ପଣ୍ଡିଚେରୀର ଯେଉଁ ଗାଁରେ ଲୋକେ ଖୋଲାରେ ଶୌଚ କରୁଥିବେ ଓ ଅଳିଆ ଆବର୍ଜନା ପକାଉଥିବେ ସେମାନଙ୍କୁ ସରକାର ଦେଉଥିବା ମାଗଣା ଚାଉଳ ଆଉ ମିଳିବ ନାହିଁ।

ଭାରତୀୟ ନୌସେନା ବିମାନରେ ଯାନ୍ତ୍ରିକ ତ୍ରୁଟି: ରୁଷରେ ଜରୁରୀ ଅବତରଣ

ଭାରତୀୟ ନୌସେନା ବିମାନରେ ଯାନ୍ତ୍ରିକ ତ୍ରୁଟି: ରୁଷରେ ଜରୁରୀ ଅବତରଣ

ନୂଆଦିଲ୍ଲୀ/ମସ୍କୋ,୨୯।୪: ଭାରତୀୟ ନୌସେନା ବିମାନ ଆଇଏଲ୍‌-୩୮ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମସ୍କୋର ୟୁୁକେଭିକ୍ସି ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଜରୁରିକାଳୀନ ଅବତରଣ କରାଯାଇଛି।

ଖୋଲିଲା କେଦାରନାଥ

ଖୋଲିଲା କେଦାରନାଥ

ଉତ୍ତରାଖଣ୍ଡ,୨୯।୪: ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦୀର୍ଘ ୬ମାସ ପରେ ଖୋଲିଛି କେଦାରନାଥ ଧାମ ଗେଟ୍‌। ରବିବାର ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଭୋଳାନାଥଙ୍କ ଦର୍ଶନ ପାଇଁ ପବିତ୍ର କେଦାରନାଥ ଧାମରେ ପହଞ୍ଚିଛନ୍ତି।

ସଂଶୋଧନ ଆଣିବ କେନ୍ଦ୍ର: ଲିଙ୍ଗ ନିରପେକ୍ଷ ହେବ ପୋକ୍‌ସୋ ଆଇନ

ସଂଶୋଧନ ଆଣିବ କେନ୍ଦ୍ର: ଲିଙ୍ଗ ନିରପେକ୍ଷ ହେବ ପୋକ୍‌ସୋ ଆଇନ

ନୂଆଦିଲ୍ଲୀ,୨୮।୪(ପି.ଟି.)- ୧୨ ବର୍ଷରୁ କମ ବୟସର ପୁଅଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିପାରେ। କାରଣ ନାବାଳକଙ୍କୁ ନ୍ୟାୟ ପ୍ରଦାନ ପାଇଁ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଆଇନରେ ସଂଶୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ସ୍ପଷ୍ଟ କରିଛନ୍ତି।

ସିନ୍ଦୁରକୁ ସୁରକ୍ଷା ଦେଇ ଜୀବନ ହାରିଲେ ନବବଧୂ

ସିନ୍ଦୁରକୁ ସୁରକ୍ଷା ଦେଇ ଜୀବନ ହାରିଲେ ନବବଧୂ

ମେରଠ,୨୭।୪: ଦୌରାଲା ଥାନା ଅନ୍ତର୍ଗତ ଦିଲ୍ଲୀ-ହରିଦ୍ୱାର ହାଇଓ୍ବେରେ ଶୁକ୍ରବାର ବିଳମ୍ବିତ ରାତିରେ ମୁଜାଫରନଗରର ଜଣେ ନବବିବାହିତା ବଧୂଙ୍କୁ କେତେଜଣ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି।

ଭୁଲ୍‌ ମାଗିଲେ ଆଇଟମ୍‌ କୁଇନ୍‌

ଭୁଲ୍‌ ମାଗିଲେ ଆଇଟମ୍‌ କୁଇନ୍‌

ଲୁଧିଆନା,୨୮।୪: ପୁଣିଥରେ ଚର୍ଚ୍ଚାରେ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଗତବର୍ଷ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ରାକ୍ଷୀ ବାଲ୍ମୀକିଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀକୁ ନେଇ ଭୁଲ ମାଗିଛନ୍ତି।

ସେନା ପାଇଁ ନାଗ କ୍ଷେପଣାସ୍ତ୍ର କିଣାଯିବାକୁ ମିଳିଲା ମଞ୍ଜୁରୀ

ସେନା ପାଇଁ ନାଗ କ୍ଷେପଣାସ୍ତ୍ର କିଣାଯିବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନାଙ୍କ ପାଇଁ ଅସ୍ତ୍ରଶସ୍ତ୍ର କିଣିବାକୁ ୩,୬୮୭ କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ନୌସେନା ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆର୍‌ଡିଓ)ଦ୍ୱାରା ଡିଜାଇନ କରାଯାଇଥିବା ନାଗ କ୍ଷେପଣାସ୍ତ୍ର ଓ ୧୨୭ କ୍ୟାଲିବର ବନ୍ଧୁକ କିଣାଯିବା ଯୋଜନା ରହିଛି।

ଓ୍ବେବ୍‌ସାଇଟ୍‌ ହ୍ୟାକର ଗିରଫ: ୫ଶହ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଓ୍ବେବ୍‌ସାଇଟ୍‌ ହ୍ୟାକର ଗିରଫ: ୫ଶହ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ପୋଲିସର ସାଇବର ସେଲ୍‌ ପାକିସ୍ତାନ ସମର୍ଥକ ୨ କଶ୍ମୀର ଯୁବକଙ୍କୁ ପଞ୍ଜାବର ଜଳନ୍ଧର ଓ ରାଜପୁରାରୁ ଗିରଫ କରିଛି। ଭାରତର ପାଖାପାଖି ୫ଶହ ଓ୍ବେବ୍‌ସାଇଟକୁ ହ୍ୟାକ କରିଥିବାର ଅଭିଯୋଗ ଏମାନଙ୍କ ନାମରେ ରହିଛି।

କୋମାରେ ଥିବା ରୋଗୀଙ୍କ ଆଖି ଖାଇଦେଲା ମୂଷା

କୋମାରେ ଥିବା ରୋଗୀଙ୍କ ଆଖି ଖାଇଦେଲା ମୂଷା

ବମ୍ବେ,୨୮।୪: ବମ୍ବେର ଯୋଗେଶ୍ୱରୀସ୍ଥିତ ବାଲ୍‌ ଠାକ୍‌ରେ ଟ୍ରମା କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ୨୭ ବର୍ଷୀୟ ରୋଗୀଙ୍କ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହେଲାଭଳି ଏକ ଅଭିଯୋଗ ଆଣିଛନ୍ତି।

ସୁକ୍‌ମା ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ସୁକ୍‌ମା ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ସୁକ୍‌ମା,୨୮।୪: ଛତିଶଗଡ଼ର ସୁକ୍‌ମା ଜିଲାରେ ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଶନିବାର ଜଣେ ମହିଳାଙ୍କ ସମେତ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଚା’ ପିଇଲେ, ନୌବିହାର କଲେ ମୋଦି-ଜିନ୍‌ପିଙ୍ଗ

ଚା’ ପିଇଲେ, ନୌବିହାର କଲେ ମୋଦି-ଜିନ୍‌ପିଙ୍ଗ

ଉହାନ/ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨ ଦିନିଆ ଚାଇନା ଗସ୍ତର ଦ୍ୱିତୀୟ ଦିନରେ ସେ ଚାଇନା ପ୍ରଧାନମନ୍ତ୍ରୀ ଜି ଜିନ୍‌ପିଙ୍ଗଙ୍କ ସହ ଇଷ୍ଟ ଲେକ୍‌ ନିକଟରେ ଚା’ ପିଇବା ସହିତ ନୌବିହାର କରିଛନ୍ତି।

ରବିବାର ବନ୍ଦ ରହିବ ସେଣ୍ଟ୍ରାଲ ରେଲଓ୍ବେ

ରବିବାର ବନ୍ଦ ରହିବ ସେଣ୍ଟ୍ରାଲ ରେଲଓ୍ବେ

ଠାଣେ,୨୮।୪: ମହାରାଷ୍ଟ୍ରର ସେଣ୍ଟ୍ରାଲ ରେଲଓ୍ବେ ଏହାର ରକ୍ଷଣାବେକ୍ଷଣ ପାଇଁ ରବିବାର ଅଧିକାଂଶ ଭାଗକୁ ବନ୍ଦ ରଖିବାକୁ ଘୋଷଣା କରିଛି। ଠାଣେ-କଲ୍ୟାଣ ଡିଏନ୍‌ ସ୍ଲୋ ଲାଇନ୍‌ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଅଡୁଆରେ ରାହୁଲ

ଅଡୁଆରେ ରାହୁଲ

ବନ୍ତଓ୍ବାଲ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ରଣକ୍ଷେତ୍ରରେ ଏବେ ବନ୍ଦେ ମାତରମକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି। ବନ୍ଦେ ମାତରମକୁ ଅପମାନ ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି ଭାଜପା। କର୍ନାଟକର ବନ୍ତଓ୍ବାଲରେ ଏକ ନିର୍ବାଚନ ରାଲିରେ ରାହୁଲ ଥିବା ସମୟରେ ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓ ପଦାକୁ ଆସିବା ପରେ ଏହା ଜଣାପଡିଛି।

ଆଫଗାନିସ୍ତାନ ଟି୨୦ ଲିଗ୍‌ ଖେଳିବାକୁ ଭାରତୀୟ କ୍ରିକେଟରଙ୍କୁ ଅନୁମତି ମିଳି ନ ପାରେ

ଆଫଗାନିସ୍ତାନ ଟି୨୦ ଲିଗ୍‌ ଖେଳିବାକୁ ଭାରତୀୟ କ୍ରିକେଟରଙ୍କୁ ଅନୁମତି ମିଳି ନ ପାରେ

ନୂଆଦିଲ୍ଲୀ, ୨୮।୪ (ପି.ଟି.)- ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଶୁକ୍ରବାର ନିଜର ଏକ ଫ୍ରାଞ୍ଚାଇଜ୍‌ ପର୍ଯ୍ୟବସିତ ଟି୨୦ ଲିଗ୍‌ ଲଞ୍ଚ୍‌ କରିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆସନ୍ତା ଅକ୍ଟୋବରରେ ଏହି ଲିଗ୍‌ ଆୟୋଜନ ହେବ। ଭାରତୀୟ କ୍ରିକେଟରଙ୍କୁ ଏହି ଲିଗ୍‌ରେ ସାମିଲ କରିବାକୁ ଏସିବି ଇଚ୍ଛାପ୍ରକାଶ କରିଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ପୂର୍ବ ଆଭିମୁଖ୍ୟ ବଜାୟ ରଖି ଆସିଥିବାରୁ ଏସିବିର ଏହି ଆଶା ପୂରଣ ହୋଇପାରିବ ନାହିଁ ବୋଲି ମନେହୁଏ। ବିସିସିଆଇ ନିଜ କ୍ରିକେଟରଙ୍କୁ ଫ୍ରିଲାନ୍ସର ହେବାକୁ ଏପର୍ଯ୍ୟନ୍ତ ଅନୁମତି ଦେଇନାହିଁ। ଫଳରେ ଏହି ଲିଗ୍‌ରେ ଭାରତୀୟ କ୍ରିକେଟର ସାମିଲ ନ ହେବା ସମ୍ଭାବନା ଅଧିକ ।

ଇନ୍‌କ୍ରିଡିବୁଲ୍‌ ଇଣ୍ଡିଆର ଭିଆର୍‌ ଭିଡିଓ

ଇନ୍‌କ୍ରିଡିବୁଲ୍‌ ଇଣ୍ଡିଆର ଭିଆର୍‌ ଭିଡିଓ

ନୂଆଦିଲ୍ଲୀ:ଭାରତ ସରକାରଙ୍କ ପର୍ଯ୍ୟଟନ ପ୍ରଚାର ଅଭିଯାନ ‘ଇନ୍‌କ୍ରିଡିବଲ୍‌ ଇଣ୍ଡିଆ’ର ଏକ ୩୬୦ ଡିଗ୍ରୀ ଭର୍ଚୁଆଲ୍‌ ରିଏଲିଟି (ଭିଆର୍‌) ଭିଡିଓ ଲଞ୍ଚ୍‌ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଗୁଗୁଲ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି।

ଗୁଜରାଟୀ କବିତା ‘ବଖାର’କୁ ସରସ୍ବତୀ ସମ୍ମାନ

ଗୁଜରାଟୀ କବିତା ‘ବଖାର’କୁ ସରସ୍ବତୀ ସମ୍ମାନ

ନୂଆଦିଲ୍ଲୀ:ଖ୍ୟାତନାମା ଗୁଜରାଟୀ କବି ଶୀତାଂଶୁ ୟଶ୍‌ଚନ୍ଦ୍ରଙ୍କ କବିତା ସଙ୍କଳନ ‘ବଖାର’ ପାଇବ ବର୍ଷ ୨୦୧୭ର ସରସ୍ବତୀ ସମ୍ମାନ। କେ.କେ. ବିର୍ଲା ଫାଉଣ୍ଡେଶନ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ପୂର୍ବତନ ଲୋକ ସଭା ମହାସଚିବ ସୁଭାଷ ସି. କାଶ୍ୟପଙ୍କ ଅଧ୍ୟକ୍ଷତାରେ ଗଠିତ ସରସ୍ବତୀ ସମ୍ମାନ ଚୟନ ପରିଷଦ ପକ୍ଷରୁ ‘ବଖାର’କୁ ୨୦୧୭ର ଶ୍ରେଷ୍ଠ କବିତା ସଙ୍କଳନ ବିବେଚନା କରାଯାଇଛି।