ଜାତୀୟ

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ: ୬୦ରୁ ଊର୍ଦ୍ଧ୍ୱ ବିଜେତା ପୁରସ୍କାର ନେବାକୁ ମନାକଲେ

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ: ୬୦ରୁ ଊର୍ଦ୍ଧ୍ୱ ବିଜେତା ପୁରସ୍କାର ନେବାକୁ ମନାକଲେ

ନୂଆଦିଲ୍ଲୀ,୩।୫: ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁରୁବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯାଇଥିଲା। ଏଥିପାଇଁ ସମସ୍ତ ବିଜେତା ଦିନକ ଆଗରୁ ଦିଲ୍ଲୀରେ ପହଞ୍ଚି ଯାଇଥିଲେ। ସମସ୍ତେ ବୁଧବାର ବିଜ୍ଞାନ ଭବନରେ ଆୟୋଜିତ ରିହର୍ସାଲ ପ୍ରୋଗ୍ରାମରେ ମଧ୍ୟ ଯୋଗଦେଇଥିଲେ।

ଇସ୍ରୋ ବିଲ୍‌ଡିଂରେ ନିଆଁ, ଜଣେ ଆହତ

ଇସ୍ରୋ ବିଲ୍‌ଡିଂରେ ନିଆଁ, ଜଣେ ଆହତ

ଅହମ୍ମଦାବାଦ,୩।୫: ଗୁଜରାଟ ରାଜଧାନୀ ଅହମ୍ମଦାବାଦରେ ଥିବା ଇସ୍ରୋ ବିଲ୍‌ଡିଂରେ ନିଆଁ ଲାଗିଯାଇଛି। ଫଳରେ ଜଣେ ଆହତ ହୋଇଛନ୍ତି। ବିଲ୍‌ଡିଂର ୩୭ ନମ୍ବରରେ ଶର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି।

ପବିତ୍ର ସମ୍ପର୍କରେ କଳଙ୍କ: ସାବତ ଝିଅ ପାଖକୁ ବାପା ଲେଖୁଥିଲେ ପ୍ରେମପତ୍ର

ପବିତ୍ର ସମ୍ପର୍କରେ କଳଙ୍କ: ସାବତ ଝିଅ ପାଖକୁ ବାପା ଲେଖୁଥିଲେ ପ୍ରେମପତ୍ର

ନୂଆଦିଲ୍ଲୀ, ୩।୫ : ବାପା ଏବଂ ଝିଅଙ୍କ ସମ୍ପର୍କ ଅତି ପବିତ୍ର। ଏଭଳି ଏକ ପବିତ୍ର ସମ୍ପର୍କରେ ନୂଆଦିଲ୍ଲୀରେ ଘଟିଥିବା ଏକ ଘଟଣା କଳଙ୍କ ଲଗାଇଛି। ଏଠାରେ ବାସକରୁଥିବା ଜଣେ ବ୍ୟକ୍ତି ୧୭ ବର୍ଷ ବୟସ୍କା ସାବତ ଝିଅ ପାଖକୁ ପ୍ରେମପତ୍ର ଲେଖିବା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଝିଅଙ୍କ ମା’ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ସ୍ବାମୀଙ୍କ ଧମକ ଭୟରେ ଚୁପ୍‌ ରହିଥିବା ପୋଲିସ କହିଛି।

ଖୁଡ଼ୀକୁ ବଳାତ୍କାର ଉଦ୍ୟମ, ଯୌନାଙ୍ଗ ହରାଇଲେ ପୁତୁରା

ଖୁଡ଼ୀକୁ ବଳାତ୍କାର ଉଦ୍ୟମ, ଯୌନାଙ୍ଗ ହରାଇଲେ ପୁତୁରା

ଇଟାଓ୍ବା,୩।୫: ଦେଶରେ ଦିନକୁ ଦିନ ବଳାତ୍କାର ମାମଲା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ହେଲେ ଉତ୍ତରପ୍ରଦେଶର ଇଟାଓ୍ବା ଗାଁରେ ଜନୈକା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରୁଥିବା ଯୁବକ ତାଙ୍କ ଯୌନାଙ୍ଗ ହରାଇ ବସିଛନ୍ତି।

ଏକ୍ସଟ୍ରିମ୍‌ କଟ୍‌ ଆଉଟ୍‌ ଜିନ୍ସ, ଦାମ୍‌ ଶୁଣିଲେ ହୋସ୍‌ ଉଡେ

ଏକ୍ସଟ୍ରିମ୍‌ କଟ୍‌ ଆଉଟ୍‌ ଜିନ୍ସ, ଦାମ୍‌ ଶୁଣିଲେ ହୋସ୍‌ ଉଡେ

ନୂଆଦିଲ୍ଲୀ,୩।୫: ଟ୍ରେଣ୍ଡି ଜିନ୍ସକୁ ନେଇ ଏବେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଯୁବବର୍ଗ ବି ବେଶ୍‌ ପସନ୍ଦ କରୁ୍‌ଛନ୍ତି। ଏବେକାର ଟ୍ରେଣ୍ଡ ହେଉଛି ଜିନ୍ସ ଯେତେ ଫଟା, ସେତେ ଷ୍ଟାଇଲିସ୍‌।

ବରିଷ୍ଠ ନାଗରିକଙ୍କୁ ମିଳିବ ୧୦ ହଜାର ଟଙ୍କା ପେନସନ୍‌

ବରିଷ୍ଠ ନାଗରିକଙ୍କୁ ମିଳିବ ୧୦ ହଜାର ଟଙ୍କା ପେନସନ୍‌

ନୂଆଦିଲ୍ଲୀ, ୩।୫ : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଏଣିକି ମାସିକ ୧୦ ହଜାର ଟଙ୍କା ପେନସନ୍‌ ମିଳିବ। ପୂର୍ବରୁ ଏହା ମାସିକ ଏକ ହଜାର ଟଙ୍କା ଥିଲା। ସେହିପରି ଏହାର ନିବେଶ ସୀମା ବୃଦ୍ଧି କରାଯାଇ ୧୫ ଲକ୍ଷ ଟଙ୍କା କରାଯାଇଛି। ନିବେଶ ସୀମା ପୂର୍ବରୁ ୭.୫ ଲକ୍ଷ ଥିଲା।

ସୌନ୍ଦର୍ଯ୍ୟକରଣ ପ୍ରତିଯୋଗିତାରେ ବାଜି ମାରିଲା ମହାରାଷ୍ଟ୍ରର ୨ ଷ୍ଟେଶନ

ସୌନ୍ଦର୍ଯ୍ୟକରଣ ପ୍ରତିଯୋଗିତାରେ ବାଜି ମାରିଲା ମହାରାଷ୍ଟ୍ରର ୨ ଷ୍ଟେଶନ

ନୂଆଦିଲ୍ଲୀ,୩।୫: ମହାରାଷ୍ଟ୍ରର ବଲ୍ଲାରଶାହା ଓ ଚନ୍ଦ୍ରପୁର ରେଲଓ୍ବେ ଷ୍ଟେଶନକୁ ସୌନ୍ଦର୍ଯ୍ୟକରଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମିଳିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି।

ଦୁର୍ଘଟଣାରେ ରେଡିଓ ମିର୍ଚ୍ଚି ଗ୍ରୁପ ମ୍ୟାନେଜର ମୃତ

ଦୁର୍ଘଟଣାରେ ରେଡିଓ ମିର୍ଚ୍ଚି ଗ୍ରୁପ ମ୍ୟାନେଜର ମୃତ

ନୋଏଡା,୩।୫: ଦ୍ରୁତ ଗତି, ମହାବିପତ୍ତି। ଏହା ଜାଣିବା ପରେ ମଧ୍ୟ ଦ୍ରୁତ ଗତିରେ ଆସୁଥିବା ଜଣେ ରେଡିଓ ମିର୍ଚ୍ଚି ଗ୍ରୁପ ମ୍ୟାନେଜରଙ୍କୁ ଜୀବନ ହାରିବାକୁ ପଡିଛି। ନୋଏଡା ସେକ୍ଟର-୮୫ ଗୋଲ ଚକ୍କର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ନାଳ ମଧ୍ୟକୁ ଖସିପଡିବା ଫଳରେ ରେଡିଓ ମିର୍ଚ୍ଚିର ଗ୍ରୁପ ମ୍ୟାନେଜର ତାନୟା ଖାନ୍ନା(୨୬)ଙ୍କର ମୃତ୍ୟୁ ଘଟିଛି।

ଜଳବାୟୁ ପରିବର୍ତ୍ତନ ସଙ୍କଟ: ଆରବ ସାଗରରେ ଲୋପ ପାଉଛି ମାଛ ବଂଶ

ଜଳବାୟୁ ପରିବର୍ତ୍ତନ ସଙ୍କଟ: ଆରବ ସାଗରରେ ଲୋପ ପାଉଛି ମାଛ ବଂଶ

ନୂଆଦିଲ୍ଲୀ, ୩।୫ : ଜଳବାୟୁ ପରିବର୍ତ୍ତନ ଯୋଗୁ ଆରବ ସାଗରରେ ମାଛ ବଂଶ ଲୋପ ପାଇବାରେ ଲାଗିଛି। ଜଳବାୟୁରେ ହେଉଥିବା ପରିବର୍ତ୍ତନ ଦ୍ୱାରା ଆରବ ସାଗରରେ ପ୍ରବାଳର ବିଭିନ୍ନ ପ୍ରଜାତିର ବଂଶ ବୃଦ୍ଧି ପାଇବାରେ ଲାଗିଛି। ପ୍ରବାଳ ପ୍ଲାଙ୍କଟନକୁ ଖାଦ୍ୟଭାବେ ଗ୍ରହଣ କରି ବର୍ଜ୍ୟବସ୍ତୁ ଭାବେ ଏମୋନିଆ ଗ୍ୟାସ୍‌ ସୃଷ୍ଟି କରୁଛନ୍ତି। ଗଭୀର ଜଳରେ ଏମୋନିଆ ଗ୍ୟାସ୍‌ସ୍ତର ବଢ଼ିବା ଦ୍ୱାରା ମାଛ ବଂଶ ଲୋପ ପାଇବାରେ ଲାଗିଛି।

କାବେରୀ ଜଳବିବାଦ: ତାମିଲନାଡୁକୁ ୪ ଟିଏମ୍‌ସି ଜଳ ଦେବା ଲାଗି କର୍ନାଟକକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

କାବେରୀ ଜଳବିବାଦ: ତାମିଲନାଡୁକୁ ୪ ଟିଏମ୍‌ସି ଜଳ ଦେବା ଲାଗି କର୍ନାଟକକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩।୫ : କାବେରୀ ଜଳବିବାଦ ମାମଲାର ବିଚାର କରି ଗୁରୁବାର ସୁପ୍ରିମ୍‌କୋର୍ଟ ତାମିଲନାଡୁଙ୍କୁ ୪ ହଜାର ନିୟୁତ ଘନ ଫୁଟ(ଟିଏମ୍‌ସି) ଜଳ ଦେବାକୁ କର୍ନାଟକକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କେନ୍ଦ୍ର ସରକାର ଏ ସମ୍ପର୍କିତ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ଅଦାଲତ ଆଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୮ ତାରିଖରେ ହେବ ବୋଲି ସୂଚିତ କରାଯାଇଛି।

ପ୍ରେମ ବିବାହକୁ ମନା: ଲାଗିବ ସାମାଜିକ ବାସନ୍ଦ

ପ୍ରେମ ବିବାହକୁ ମନା: ଲାଗିବ ସାମାଜିକ ବାସନ୍ଦ

ଲୁଧିଆନା, ୩।୫ : ପଞ୍ଜାବ ଲୁଧିଆନା ଦୋରାହା ଅଞ୍ଚଳରେ ଥିବା ଚଣକୋଇୟା ଖୁର୍ଦ ପଞ୍ଚାୟତରେ ପ୍ରେମ ବିବାହକୁ ବାରଣ କରାଯାଇ ଏକ ନିର୍ଦ୍ଦେଶ ପତ୍ର ଜାରି କରାଯାଇଛି। ଏଭଳି ଘଟଣା ଦ୍ୱାରା ପଞ୍ଚାୟତର ଶାନ୍ତି ବ୍ୟାହତ ହେଉଛି। ତେଣୁ ଶାନ୍ତି ତଥା ପରସ୍ପର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପଞ୍ଚାୟତ ପକ୍ଷରୁ କୁହାଯାଇଛି।

ଟ୍ରେନ୍‌ ଟଏଲେଟ୍‌ ପାଣିରେ ତିଆରି ହେଉଛି ଚା

ଟ୍ରେନ୍‌ ଟଏଲେଟ୍‌ ପାଣିରେ ତିଆରି ହେଉଛି ଚା

ସିକନ୍ଦରାବାଦ,୩।୫: ଟ୍ରେନ୍‌ ଟଏଲେଟ୍‌ରୁ ଜଣେ ବ୍ୟକ୍ତି ଚା, କଫି ଧରି ବାହାରକୁ ଆସିବାର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ଟ୍ରେନ୍‌ରେ ଚା ଦେବା ପାଇଁ ଠିକା ନେଇଥିବା ଉକ୍ତ ଠିକାଦାରଙ୍କୁ ଭାରତୀୟ ରେଳବାଇ ପକ୍ଷରୁ ୧ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ମାଓ ପ୍ରଭାବିତ ଅଞ୍ଚଳରେ ଜେଇଇ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୧୮ ଛାତ୍ରୀଛାତ୍ର

ମାଓ ପ୍ରଭାବିତ ଅଞ୍ଚଳରେ ଜେଇଇ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୧୮ ଛାତ୍ରୀଛାତ୍ର

ଦାନ୍ତଓ୍ବୋଡା,୩।୫: ମାଓବାଦୀ ପ୍ରଭାବିତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ୧୮ଜଣ ଛାତ୍ରୀଛାତ୍ର ଚଳିତବର୍ଷର ଜେଇଇ ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏକ ଖୁସିର ବିଷୟ। ଆଇଆଇଟି ଓ ଏନ୍‌ଆଇଟିରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖି ଏମାନେ ନିଜକୁ ପ୍ରସ୍ତୁତ କରିଥିବା କହିଛନ୍ତି।

ଆର୍‌ଓ ପାଣିରେ ଜଳାଭିଷେକ ହେଲେ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ

ଆର୍‌ଓ ପାଣିରେ ଜଳାଭିଷେକ ହେଲେ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ

ଉଜ୍ଜୟିନୀ,୩।୫: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ବହୁ ପୁରାତନ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗକୁ ଗୁରୁବାର ଶ୍ରଦ୍ଧାଳୁମାନେ ପ୍ୟୁରିଫାୟର ଓ୍ବାଟର ବା ଆର୍‌ଓ ପାଣିରେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଛି।

୧୦୫ ବର୍ଷ ତଳେ ପ୍ରଦର୍ଶିତ ହୋଇଥିଲା ନିର୍ବାକ୍‌ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର

୧୦୫ ବର୍ଷ ତଳେ ପ୍ରଦର୍ଶିତ ହୋଇଥିଲା ନିର୍ବାକ୍‌ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର

ବମ୍ବେ, ୩।୫ : ପ୍ରଥମ ଭାରତୀୟ ନିର୍ବାକ୍‌ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ୧୯୧୩ ମସିହା ମେ ୩ ତାରିଖରେ ବମ୍ବେର କୋରନେସନ୍‌ ସିନେମା ହଲରେ ପ୍ରଦର୍ଶିତ ହୋଇଥିଲା। ଇତିମଧ୍ୟରେ ବିତିଯାଇଛି ୧୦୫ ବର୍ଷ। ଏହାର ନିର୍ଦ୍ଦେଶନା, ନିର୍ମାତା ତଥା ଲେଖକ ଦାଦା ସାହେବ ଫାଲ୍‌କେ ଥିଲେ। ଏହି ଚଳଚ୍ଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କ ଭୂମିକାରେ ଦତ୍ତାତ୍ରେୟ ଦାମୋଦର ଦାବ୍‌କେ ଅଭିନୟ କରିଥିଲେ।

ଧୁଳିଝଡ଼ର ତାଣ୍ଡବ: ୨୨ ମୃତ

ଧୁଳିଝଡ଼ର ତାଣ୍ଡବ: ୨୨ ମୃତ

ଜୟପୁର, ୩।୫ : ରାଜସ୍ଥାନରେ ଧୁଳିଝଡ଼ ତାଣ୍ଡବ ରଚିଛି। ରାଜ୍ୟର ଅଲଓ୍ବାର, ଭରତପୁର ଏବଂ ଧୋଲପୁର ଜିଲାରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଧୁଳିଝଡ଼ ବହିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଧୁଳିଝଡ଼ ଯୋଗୁ ପ୍ରଭାବିତ ଜିଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

ସିତାଂଶୁ କର ହେଲେ ପିଆଇବି ଡିଜି

ସିତାଂଶୁ କର ହେଲେ ପିଆଇବି ଡିଜି

ଭୁବନେଶ୍ୱର,୨।୫(ବ୍ୟୁରୋ)- ଭାରତୀୟ ସୂଚନା ସେବାର ବରିଷ୍ଠ ଓଡ଼ିଆ ଅଧିକାରୀ ତଥା ଦକ୍ଷ ପ୍ରଶାସକ ସିତାଂଶୁ କର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଦିଲ୍ଲୀର ମହାନିର୍ଦ୍ଦେଶକ ବା ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫ୍ରାଙ୍କ ନରୋନାଙ୍କ ଅବସର ଗ୍ରହଣ ପରେ ଭାରତ ସରକାରଙ୍କର ୨୭ତମ ପ୍ରଧାନ ମୁଖପାତ୍ର ଭାବେ ସେ ମଙ୍ଗଳବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଚପରାସୀଙ୍କ ଘରୁ ମିଳିଲା ୧୦୦ କୋଟିର ସମ୍ପତ୍ତି

ଚପରାସୀଙ୍କ ଘରୁ ମିଳିଲା ୧୦୦ କୋଟିର ସମ୍ପତ୍ତି

ହାଇଦ୍ରାବାଦ: ପେଷାରେ ଜଣେ ଚପରାସୀ। ହେଲେ ୧ଶହ କୋଟି ସମ୍ପତ୍ତିର ଅଧିକାରୀ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆନ୍ଧ୍ରପ୍ରଦେଶ ଆଣ୍ଟି କରପ୍‌ସନ ବ୍ୟୁରୋ ନଜରକୁ ଆସିଛି। ଅଭିଯୁକ୍ତ କିରାଣୀ ହେଉଛନ୍ତି ନେଲୋରରେ ଡିଟିସି ଅଫିସରେ କାର୍ଯ୍ୟରତ ନରସିଂହା ରେଡ୍ଡୀ।

ଇଛାଶକ୍ତି ଆଗରେ ହାର୍‌ ମାନିଲା ବ୍ରେନ୍‌ ଟ୍ୟୁମର: ମହିଳା ଜିଣିଲେ ସୁନ୍ଦରୀ ପ୍ରତିଯୋଗିତା

ଇଛାଶକ୍ତି ଆଗରେ ହାର୍‌ ମାନିଲା ବ୍ରେନ୍‌ ଟ୍ୟୁମର: ମହିଳା ଜିଣିଲେ ସୁନ୍ଦରୀ ପ୍ରତିଯୋଗିତା

ବାଙ୍ଗାଲୋର୍‌, ୨।୫ : ଇଛାଶକ୍ତି ଆଗରେ ସବୁ ବାଧା ପ୍ରତିବନ୍ଧକ ହାର୍‌ ମାନିଥାଏ। ଏହା ପ୍ରମାଣିତ କରିଛନ୍ତି ବାଙ୍ଗାଲୋର ଜଣେ ମହିଳା। ସୋନିଆ ସିଂଙ୍କଠାରେ ୨୦୧୩ରେ ବ୍ରେନ୍‌ ଟ୍ୟୁମର ଲକ୍ଷଣ ପ୍ରକାଶ ପାଇଥିଲା। ଏନେଇ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୀର୍ଘ ୨ ବର୍ଷ ସୋନିଆ ବିଛଣାରେ ପଡି ରହିଲେ।

ପତିତ ପାବନୀ କୋଳରେ ୬ଶହ ଅଜଣା ମୃତଦେହ

ପତିତ ପାବନୀ କୋଳରେ ୬ଶହ ଅଜଣା ମୃତଦେହ

ହରିଦ୍ୱାର, ୨।୫ : ପ୍ରତିବର୍ଷ ପତିତ ପାବନୀ ଗଙ୍ଗାରେ ଅନେକ ମୃତଦେହ ବିସର୍ଜିତ ହୋଇଥାଏ। ମୋକ୍ଷପ୍ରାପ୍ତିର କାମନା କରି ଅନେକ ପ୍ରଶାସନର ବାରଣ ସତ୍ତ୍ୱେ ଏଠାରେ ସେମାନଙ୍କର ପ୍ରିୟ ପରିଜନଙ୍କ ଶବକୁ ଜଳସମାଧି ଦେଇଥାନ୍ତି। ଏହାଦ୍ୱାରା ଗଙ୍ଗା ପ୍ରଦୂଷିତ ହେଉଥିବାରୁ ଗଙ୍ଗା କୂଳରେ କାର୍ଯ୍ୟ କରୁଥିବା ଅଜଣା ମୃତଦେହ ସଂସ୍କାର ସମିତି ପକ୍ଷରୁ ଏସବୁ ମୃତଦେହକୁ ସଂଗ୍ରହ କରାଯାଇ ସଂସ୍କାର କରାଯାଇଥାଏ।

ଡାକବାବୁଙ୍କ ସଫଳ ଉଦ୍ୟମ: ୨୮୩ ହେକ୍ଟରରେ ନୂଆ ଜଙ୍ଗଲ

ଡାକବାବୁଙ୍କ ସଫଳ ଉଦ୍ୟମ: ୨୮୩ ହେକ୍ଟରରେ ନୂଆ ଜଙ୍ଗଲ

ରାମଗଡ଼, ୨।୫ : ଝାଡ଼ଖଣ୍ଡ ରାମଗଡ଼ ଜିଲାରେ ପୋଷ୍ଟମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ଶିବନାରାୟଣ ବେଦିୟାଙ୍କ ଉଦ୍ୟମରେ ଏହି ଅଞ୍ଚଳରେ ୨୮୩ ହେକ୍ଟର ଜମିରେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିଛି। ପରିବେଶ ପ୍ରତି ସଚେତନ ଥିବା ଶିବନାରାୟଣ ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ମରୁଡ଼ି ପଡୁଥିବା ଦେଖି ୧୯୯୫ ମସିହାଠାରୁ ଆରମ୍ଭ କରିଛନ୍ତି ଏଭଳି ଅନନ୍ୟ କାର୍ଯ୍ୟ।

ଭିନ୍ନ ରୂପରେ ବାହାଘର: କ୍ରେନ୍‌ରେ ଆସିଲେ ବର

ଭିନ୍ନ ରୂପରେ ବାହାଘର: କ୍ରେନ୍‌ରେ ଆସିଲେ ବର

ନୂଆଦିଲ୍ଲୀ, ୨।୫ : ବାହାଘର ଲାଗି ପ୍ରତ୍ୟେକ ଯୁବକଙ୍କର ଏକ ସ୍ବତନ୍ତ୍ର ସ୍ବପ୍ନ ରହିଥାଏ। କେହି କେହି ବାହାଘରକୁ ସ୍ମୃତି ବହୁଳ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ।

ବିଶ୍ୱାସରେ ବିଷ: ବନ୍ଧୁତା କରିବା ବାହାନାରେ ବଳାତ୍କାର

ବିଶ୍ୱାସରେ ବିଷ: ବନ୍ଧୁତା କରିବା ବାହାନାରେ ବଳାତ୍କାର

ନୂଆଦିଲ୍ଲୀ, ୨।୫ : ଜଣେ ୧୪ ବର୍ଷ ବୟସ୍କା କିଶୋରୀଙ୍କ ସହିତ ବନ୍ଧୁତା କରିବା ବାହାନାରେ କରାଯାଇଛି ବଳାତ୍କାର। ଏହି ମାମଲାରେ ଦିଲ୍ଲୀର ସଫଦରଜଙ୍ଗ୍‌ ଏନକ୍ଲାଭ୍‌ ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଜିମ୍‌ ମାଲିକ(୨୭)ଙ୍କୁ ଗିରଫ କରାଯାଇଛି। ଉଭୟଙ୍କର ସାକ୍ଷାତ ଫରିଦାବାଦ୍‌ଠାରେ ଏକ ବିବାହ ଉତ୍ସବରେ ହୋଇଥିଲା। ବନ୍ଧୁତା ସ୍ଥାପନ ପାଇଁ ଅଭିଯୁକ୍ତ ସମ୍ପୃକ୍ତ କିଶୋରୀଙ୍କଠାରୁ ଫୋନ୍‌ ନମ୍ବର ଆଣିଥିଲେ।

ଖବରଦାତା ଜ୍ୟୋତି ଦେ ହତ୍ୟାକାଣ୍ଡ: ଛୋଟା ରାଜନଙ୍କ ସମେତ ୧୦ ଦୋଷୀ ସାବ୍ୟସ୍ତ

ଖବରଦାତା ଜ୍ୟୋତି ଦେ ହତ୍ୟାକାଣ୍ଡ: ଛୋଟା ରାଜନଙ୍କ ସମେତ ୧୦ ଦୋଷୀ ସାବ୍ୟସ୍ତ

ବମ୍ବେ, ୨।୫ : ଖବରଦାତା ଜ୍ୟୋତି ଦେ ହତ୍ୟାକାଣ୍ଡରେ ଅଣ୍ଡରଓ୍ବାଲ୍ଡ ଡନ୍‌ ଛୋଟା ରାଜନଙ୍କ ସମେତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ବିଚାର ବୁଧବାର ଏହା ସୂଚିତ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ଜିଗ୍ନା ଭୋରାଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି। ଜିଗ୍ନା ରାଜନଙ୍କୁ ଏହି ଘଟଣାରେ ଉସୁକାଇଥିବା ଅଭିଯୋଗ ହୋଇଥିଲା।