ଜାତୀୟ

ଭାରତ, ମାଲେସିଆ ସେନାଙ୍କ ମିଳିତ ସମରାଭ୍ୟାସ

ଭାରତ, ମାଲେସିଆ ସେନାଙ୍କ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କ୍ୱାଲାଲମପୁର,୩୦।୪: ଭାରତୀୟ ସେନା ଓ ମାଲେସିଆ ସେନାଙ୍କ ମଧ୍ୟରେ ହରିମୁଆ ଶକ୍ତି ନାମକ ଏକ ମିଳିତ ପ୍ରଶିକ୍ଷଣ ସମରାଭ୍ୟାସ ଏପ୍ରିଲ ୩୦ ତାରିଖରୁ ଆରମ୍ଭ କରାଯାଇଛି।

ଲାଲୁଙ୍କୁ ଏମ୍ସରୁ ମିଳିଲା ଛୁଟି

ଲାଲୁଙ୍କୁ ଏମ୍ସରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୩୦।୪: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କିଛି ଦିନ ହେବ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ତାଙ୍କୁ ଛୁଟି ମିଳିଛି।

ଅଦାଲତରେ ୨୦ ହଜାର ନାବାଳିକା ବଳାତ୍କାର ମାମଲା: ବିଚାର ପାଇଁ  ୪ ଶହ ବିଚାରପତିଙ୍କୁ ଲାଗିବ ୧୦ ମାସ

ଅଦାଲତରେ ୨୦ ହଜାର ନାବାଳିକା ବଳାତ୍କାର ମାମଲା: ବିଚାର ପାଇଁ ୪ ଶହ ବିଚାରପତିଙ୍କୁ ଲାଗିବ ୧୦ ମାସ

ନୂଆଦିଲ୍ଲୀ, ୩୦।୪ : ଦେଶର ବିଭିନ୍ନ ଅଦାଲତରେ ୨୦ ହଜାରରୁ ଅଧିକ ନାବାଳିକା ବଳାତ୍କାର ମାମଲା ବିଚାର ନ ହୋଇ ପଡ଼ିରହିଛି। ଆବଶ୍ୟକ ସଂଖ୍ୟକ ବିଚାରପତିଙ୍କ ଅଭାବରୁ ଏହି ମାମଲାଗୁଡ଼ିକର ଫଇସଲା ହୋଇପାରୁନି। ଯଦି ୪ ଶହ ବିଚାରପତି ପ୍ରତିଦିନ ୫୦ଟି ମାମଲାର ବିଧିବଦ୍ଧ ବିଚାର କରନ୍ତି ତେବେ ଏସମସ୍ତ ମାମଲାର ଫଇସଲା ପାଇଁ ୧୦ମାସ ସମୟ ଲାଗିବ ବୋଲି ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି।

ଲାଲୁଙ୍କୁ ଭେଟିଲେ ରାହୁଲ

ଲାଲୁଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୩୦।୪: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ସେ ଏବେ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ସବୁ ଗାଁକୁ ବିଜୁଳି ପହଞ୍ଚିବା ପଛର ସତ୍ୟତା

ସବୁ ଗାଁକୁ ବିଜୁଳି ପହଞ୍ଚିବା ପଛର ସତ୍ୟତା

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସରକାର ଦାବି କରିଛନ୍ତି ଦେଶର ସବୁ ଗାଁକୁ ବିଜୁଳି ପହଞ୍ଚି ସାରିଛି। ଖୋଦ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଥିଲେ ୨୮ ଏପ୍ରିଲ ୨୦୧୮ ଭାରତ ଇତିହାସରେ ଏକ ଐତିହାସିକ ଦିନ ହୋଇ ରହିବ।

ବିହାରରେ ଘୂର୍ଣ୍ଣିଝଡ଼: ୩ ମୃତ, ୨୫ ଆହତ

ବିହାରରେ ଘୂର୍ଣ୍ଣିଝଡ଼: ୩ ମୃତ, ୨୫ ଆହତ

ପାଟନା, ୩୦।୪ : ବିହାରରେ ଘୂର୍ଣ୍ଣଝଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ନବାଦା ଜିଲା ବରିସଲିଗଞ୍ଜଠାରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୁଲଓ୍ବାମାରେ ସର୍ଚ୍ଚ ଅପରେଶନ: ଆତଙ୍କବାଦୀ ସମୀର୍‌ ଟାଇଗର ନିହତ

ପୁଲଓ୍ବାମାରେ ସର୍ଚ୍ଚ ଅପରେଶନ: ଆତଙ୍କବାଦୀ ସମୀର୍‌ ଟାଇଗର ନିହତ

ଶ୍ରୀନଗର, ୩୦।୪ : ଦକ୍ଷିଣ କଶ୍ମୀର ପୁଲଓ୍ବାମା ଜିଲା ଦ୍ରବଗାଓଁରେ ସୋମବାର ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସମୀର ଟାଇଗରଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ପଓ୍ବନ

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ପଓ୍ବନ

ନୂଆଦିଲ୍ଲୀ,୩୦।୪: ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଶାସନ କରିବାରେ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ପଓ୍ବନ ବିନା କୌଣସି ବାଧାରେ ମୁଖ୍ୟମନ୍ତ୍ରୀ ଭାବେ ୨୫ ବର୍ଷ ଶାସନ କରିଛନ୍ତି।

ମେହେବୁବା ମନ୍ତ୍ରିଣ୍ଡଳରେ ଅଦଳବଦଳ

ମେହେବୁବା ମନ୍ତ୍ରିଣ୍ଡଳରେ ଅଦଳବଦଳ

ଶ୍ରୀନଗର,୩୦।୪: ଜମ୍ମୁ-କଶ୍ମୀରରେ ଭାଜପା-ପିଡିପି ମେଣ୍ଟ ସରକାରରେ ସୋମବାର ମନ୍ତ୍ରିମଣ୍ଡଳର ଅଦଳବଦଳ କରାଯାଇଛି। ଅଚାନକ ଭାବେ କରାଯାଇଥିବା ଏହି ଅଦଳବଦଳରେ ଉପମୁଖ୍ୟମନ୍ତ୍ରୀ ଡ. ନିର୍ମଳ ସିଂଙ୍କ ସ୍ଥାନରେ କବିନ୍ଦ୍ର ଗୁପ୍ତାଙ୍କୁ ଅବସ୍ଥାପିତ କରାଯାଇଛି।

ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

କଟିହାର, ୩୦।୪ : ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗା ନଦୀ ଦ୍ୱାରା ପରିବେଷ୍ଟିତ। ଏଠାରେ ବର୍ଷରେ ୫-୬ମାସ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। ଯଦି ଡ଼ଙ୍ଗା ନ ମିଳେ ତେବେ ଅନେକ ସମୟରେ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥାଏ।

କନଷ୍ଟେବଳ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖିବାରୁ ଉପୁଜିଲା ବିବାଦ

କନଷ୍ଟେବଳ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖିବାରୁ ଉପୁଜିଲା ବିବାଦ

ଧାର,୨୯।୪: ମଧ୍ୟପ୍ରଦେଶର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତା’ର ବିଜ୍ଞାପନରେ ‘ଏମ୍‌ପି ଅଜବ, ସବୁଠାରୁ ଗଜବ’ ଲେଖି ଦିନେ ଚର୍ଚ୍ଚାକୁ ଆସିଥିଲା। ଏବେ କିନ୍ତୁ କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖି ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ।

ରୋମରେ ଅଛନ୍ତି ମମତାଜ୍‌

ରୋମରେ ଅଛନ୍ତି ମମତାଜ୍‌

ବମ୍ବେ: କିଛିଦିନ ତଳେ ମମତାଜ୍‌ଙ୍କୁ ନେଇ ଆସିଥିଲା ଏକ ଖବର, ଯାହା ତାଙ୍କ ପ୍ରଶଂସକଙ୍କ ମନରେ ଦୁଃଖ ଭରି ଦେଇଥିଲା। ଖବର ଥିଲା ହୃଦ୍‌ଘାତରେ ମମତାଜ୍‌ଙ୍କ ମୃତ୍ୟୁ ହୋଇଛି। ହେଲେ ତାଙ୍କ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇ ନ ଥିଲା।

‘ଜନ ଆକ୍ରୋଶ ରାଲି’ରେ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

‘ଜନ ଆକ୍ରୋଶ ରାଲି’ରେ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୪: ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ସୋମବାର ଏକ ‘ଜନ ଆକ୍ରୋଶ ରାଲି’ର ଆୟୋଜନ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷାଧିକ କଂଗ୍ରେସ ସମର୍ଥକ ଏଥିରେ ଯୋଗ ଦେଇଛନ୍ତି।

ଯୋଗ ଦିବସକୁ ସ୍ମରଣୀୟ କରିବାକୁ କହିଲେ ମୋଦି

ଯୋଗ ଦିବସକୁ ସ୍ମରଣୀୟ କରିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ର ୪୩ତମ ଅଧ୍ୟାୟରେ ଯୋଗ ଦିବସକୁ ସ୍ମରଣୀୟ କରିବାକୁ କହିଛନ୍ତି। ଜୁନ ୨୧ରେ ପାଳିତ ହେବାକୁ ଥିବା ଯୋଗ ଦିବସର ୪ର୍ଥ ସଂସ୍କରଣକୁ ଏହାର ଗୁରୁତ୍ୱ ଦୃଷ୍ଟିରୁ ସ୍ମରଣୀୟ କରିବାକୁ ସେ କହିଛନ୍ତି।

ମେ ୨ରେ ମୋଦିଙ୍କୁ ଭେଟିବେ ନୀତୀଶ

ମେ ୨ରେ ମୋଦିଙ୍କୁ ଭେଟିବେ ନୀତୀଶ

ପାଟନା,୨୯।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ମେ’ ୨ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚମ୍ପାରନ ସତ୍ୟାଗ୍ରହ ଶତାବ୍ଦୀ ସମାରୋହକୁ ନେଇ ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ଅଛନ୍ତି

ମହାରାଷ୍ଟ୍ରରେ ୨ ଏନ୍‌ସିପି କର୍ମୀଙ୍କୁ ହତ୍ୟା

ମହାରାଷ୍ଟ୍ରରେ ୨ ଏନ୍‌ସିପି କର୍ମୀଙ୍କୁ ହତ୍ୟା

ଅହମ୍ମଦନଗର,୨୯।୪: ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ରବିବାର ମହାରାଷ୍ଟ୍ରର ଅହମ୍ମଦନଗରରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ର ୨ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିବାଦ ପରେ ନିର୍ଦ୍ଦେଶନାମା ଫେରାଇ ନେଲେ କିରଣ

ବିବାଦ ପରେ ନିର୍ଦ୍ଦେଶନାମା ଫେରାଇ ନେଲେ କିରଣ

ନୂଆଦିଲ୍ଲୀ,୨୯।୪: ପଣ୍ଡିଚେରୀର ଉପରାଜ୍ୟପାଳ କିରଣ ବେଦୀ ଦେଇଥିବା ନିର୍ଦ୍ଦେଶନାମାକୁ ଫେରାଇ ନେଇଛନ୍ତି। ସୂଚନା ଅନୁଯାୟୀ, କିରଣ କହିଥିଲେ ପଣ୍ଡିଚେରୀର ଯେଉଁ ଗାଁରେ ଲୋକେ ଖୋଲାରେ ଶୌଚ କରୁଥିବେ ଓ ଅଳିଆ ଆବର୍ଜନା ପକାଉଥିବେ ସେମାନଙ୍କୁ ସରକାର ଦେଉଥିବା ମାଗଣା ଚାଉଳ ଆଉ ମିଳିବ ନାହିଁ।

ଭାରତୀୟ ନୌସେନା ବିମାନରେ ଯାନ୍ତ୍ରିକ ତ୍ରୁଟି: ରୁଷରେ ଜରୁରୀ ଅବତରଣ

ଭାରତୀୟ ନୌସେନା ବିମାନରେ ଯାନ୍ତ୍ରିକ ତ୍ରୁଟି: ରୁଷରେ ଜରୁରୀ ଅବତରଣ

ନୂଆଦିଲ୍ଲୀ/ମସ୍କୋ,୨୯।୪: ଭାରତୀୟ ନୌସେନା ବିମାନ ଆଇଏଲ୍‌-୩୮ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମସ୍କୋର ୟୁୁକେଭିକ୍ସି ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଜରୁରିକାଳୀନ ଅବତରଣ କରାଯାଇଛି।

ଖୋଲିଲା କେଦାରନାଥ

ଖୋଲିଲା କେଦାରନାଥ

ଉତ୍ତରାଖଣ୍ଡ,୨୯।୪: ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦୀର୍ଘ ୬ମାସ ପରେ ଖୋଲିଛି କେଦାରନାଥ ଧାମ ଗେଟ୍‌। ରବିବାର ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଭୋଳାନାଥଙ୍କ ଦର୍ଶନ ପାଇଁ ପବିତ୍ର କେଦାରନାଥ ଧାମରେ ପହଞ୍ଚିଛନ୍ତି।

ସଂଶୋଧନ ଆଣିବ କେନ୍ଦ୍ର: ଲିଙ୍ଗ ନିରପେକ୍ଷ ହେବ ପୋକ୍‌ସୋ ଆଇନ

ସଂଶୋଧନ ଆଣିବ କେନ୍ଦ୍ର: ଲିଙ୍ଗ ନିରପେକ୍ଷ ହେବ ପୋକ୍‌ସୋ ଆଇନ

ନୂଆଦିଲ୍ଲୀ,୨୮।୪(ପି.ଟି.)- ୧୨ ବର୍ଷରୁ କମ ବୟସର ପୁଅଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିପାରେ। କାରଣ ନାବାଳକଙ୍କୁ ନ୍ୟାୟ ପ୍ରଦାନ ପାଇଁ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଆଇନରେ ସଂଶୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ସ୍ପଷ୍ଟ କରିଛନ୍ତି।

ସିନ୍ଦୁରକୁ ସୁରକ୍ଷା ଦେଇ ଜୀବନ ହାରିଲେ ନବବଧୂ

ସିନ୍ଦୁରକୁ ସୁରକ୍ଷା ଦେଇ ଜୀବନ ହାରିଲେ ନବବଧୂ

ମେରଠ,୨୭।୪: ଦୌରାଲା ଥାନା ଅନ୍ତର୍ଗତ ଦିଲ୍ଲୀ-ହରିଦ୍ୱାର ହାଇଓ୍ବେରେ ଶୁକ୍ରବାର ବିଳମ୍ବିତ ରାତିରେ ମୁଜାଫରନଗରର ଜଣେ ନବବିବାହିତା ବଧୂଙ୍କୁ କେତେଜଣ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି।

ଭୁଲ୍‌ ମାଗିଲେ ଆଇଟମ୍‌ କୁଇନ୍‌

ଭୁଲ୍‌ ମାଗିଲେ ଆଇଟମ୍‌ କୁଇନ୍‌

ଲୁଧିଆନା,୨୮।୪: ପୁଣିଥରେ ଚର୍ଚ୍ଚାରେ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଗତବର୍ଷ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ରାକ୍ଷୀ ବାଲ୍ମୀକିଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀକୁ ନେଇ ଭୁଲ ମାଗିଛନ୍ତି।

ସେନା ପାଇଁ ନାଗ କ୍ଷେପଣାସ୍ତ୍ର କିଣାଯିବାକୁ ମିଳିଲା ମଞ୍ଜୁରୀ

ସେନା ପାଇଁ ନାଗ କ୍ଷେପଣାସ୍ତ୍ର କିଣାଯିବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନାଙ୍କ ପାଇଁ ଅସ୍ତ୍ରଶସ୍ତ୍ର କିଣିବାକୁ ୩,୬୮୭ କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ନୌସେନା ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆର୍‌ଡିଓ)ଦ୍ୱାରା ଡିଜାଇନ କରାଯାଇଥିବା ନାଗ କ୍ଷେପଣାସ୍ତ୍ର ଓ ୧୨୭ କ୍ୟାଲିବର ବନ୍ଧୁକ କିଣାଯିବା ଯୋଜନା ରହିଛି।

ଓ୍ବେବ୍‌ସାଇଟ୍‌ ହ୍ୟାକର ଗିରଫ: ୫ଶହ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଓ୍ବେବ୍‌ସାଇଟ୍‌ ହ୍ୟାକର ଗିରଫ: ୫ଶହ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ପୋଲିସର ସାଇବର ସେଲ୍‌ ପାକିସ୍ତାନ ସମର୍ଥକ ୨ କଶ୍ମୀର ଯୁବକଙ୍କୁ ପଞ୍ଜାବର ଜଳନ୍ଧର ଓ ରାଜପୁରାରୁ ଗିରଫ କରିଛି। ଭାରତର ପାଖାପାଖି ୫ଶହ ଓ୍ବେବ୍‌ସାଇଟକୁ ହ୍ୟାକ କରିଥିବାର ଅଭିଯୋଗ ଏମାନଙ୍କ ନାମରେ ରହିଛି।