ଜାତୀୟ

ଦିଦିଙ୍କ ଗଡ଼ରେ ଭାଜପାର ମୁସଲମାନ ପ୍ରୀତି: ପଞ୍ଚାୟତ ନିର୍ବାଚନରେ ୮୫୦ ପ୍ରାର୍ଥୀଙ୍କୁ ଟିକେଟ

ଦିଦିଙ୍କ ଗଡ଼ରେ ଭାଜପାର ମୁସଲମାନ ପ୍ରୀତି: ପଞ୍ଚାୟତ ନିର୍ବାଚନରେ ୮୫୦ ପ୍ରାର୍ଥୀଙ୍କୁ ଟିକେଟ

କଲିକତା, ୭।୫ : ପଶ୍ଚିମବଙ୍ଗରେ ମେ ୧୪ରେ ପଞ୍ଚାୟତ ନିର୍ବାଚନ ହେବ। ଚଳିତଥର ରାଜ୍ୟର ମୁସଲମାନ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଭାଜପା ୮୫୦ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେଇଛି। ଗତ ୨୦୧୩ ପଞ୍ଚାୟତ ନିର୍ବାଚନରେ ଭାଜପାର ମୁସଲମାନ ପ୍ରାର୍ଥୀଙ୍କ ସଂଖ୍ୟା ଶହେରୁ କମ୍‌ ଥିଲା।

ସରକାରୀ ବଙ୍ଗଳା ଫେରାଇବେ ମୁଖ୍ୟମନ୍ତ୍ରୀ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ସରକାରୀ ବଙ୍ଗଳା ଫେରାଇବେ ମୁଖ୍ୟମନ୍ତ୍ରୀ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୭।୫ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଫେରାଇବା ପାଇଁ ସୋମବାର ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ରାଜନାଥ ସିଂ, ମୁଲାୟମ୍‌ ସିଂ ଯାଦବ, ଏନ୍‌.ଡି. ତିଓ୍ବାରୀ, ମାୟାବତୀ, କଲ୍ୟାଣ ସିଂ ପ୍ରମୁଖଙ୍କୁ ସେମାନେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଇଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଏପର୍ଯ୍ୟନ୍ତ ବଙ୍ଗଳା ଫେରାଇ ନାହାଁନ୍ତି।

ଆସନ୍ତା ୪୮ ଘଣ୍ଟାରେ ପୃଥିବୀ ମୁହାଁ ହେବ ସୌରଝଡ଼: ଠପ୍‌ ହେବ ମୋବାଇଲ୍‌-ଟିଭି ଓ ଜିପିଏସ୍‌ ସେବା

ଆସନ୍ତା ୪୮ ଘଣ୍ଟାରେ ପୃଥିବୀ ମୁହାଁ ହେବ ସୌରଝଡ଼: ଠପ୍‌ ହେବ ମୋବାଇଲ୍‌-ଟିଭି ଓ ଜିପିଏସ୍‌ ସେବା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୭।୫ : ଆସନ୍ତା ୪୮ ମଧ୍ୟରେ ସୂର୍ଯ୍ୟରେ ଏକ କୋରୋନଲ ହୋଲ୍‌ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ସୂର୍ଯ୍ୟରୁ ବିପୁଳ ପରିମାଣର ଶକ୍ତି ବାହାରିବ। ଏଥିରେ କସ୍ମିକ୍‌ ରଶ୍ମୀ ମଧ୍ୟ ରହିବ। ଏହା ଯୋଗୁ ସୃଷ୍ଟି ହେଉଥିବା ସୌରଝଡ଼ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ରହିଛି। ଏପରିହେଲେ ମୋବାଇଲ୍‌ ସିଗନାଲ୍‌, କେବୁଲ ନେଟ୍‌ଓ୍ବାର୍କ, ଜିପିଏସ୍‌ ନାଭିଗେସନ୍‌ ଆଦି ସେବା ଠପ୍‌ ହୋଇଯିବ ବୋଲି ବୈଜ୍ଞାନିକ ସୂଚିତ କରିଛନ୍ତି।

ଟଙ୍କା, ପଇସା କାରବାର: ସଂକ୍ରାମକ ରୋଗର ବାହକ

ଟଙ୍କା, ପଇସା କାରବାର: ସଂକ୍ରାମକ ରୋଗର ବାହକ

ନୂଆଦିଲ୍ଲୀ, ୭।୫ : ଟଙ୍କା, ପଇସା କାରବାର ସମୟରେ ଅନେକ ପ୍ରକାର ସଂକ୍ରାମକ ରୋଗର ଜୀବାଣୁ ଜଣକ ପାଖରୁ ଅନ୍ୟ ଜଣକ ପାଖକୁ ସହଜରେ ସ୍ଥାନାନ୍ତର ହେଉଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି। ଅନେକ ଖାଇବା ସମୟରେ ହାତ ଧୋଇବାକୁ ଭୁଲି ଯାଇଥାନ୍ତି। ଟଙ୍କା ପଇସା କାରବାର କରିଥିବା ହାତରେ ଖାଦ୍ୟ ଖାଇଥାନ୍ତି।

ମହାଭିଯୋଗ ମାମଲା: ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ରାଜ୍ୟସଭା ସଦସ୍ୟ

ମହାଭିଯୋଗ ମାମଲା: ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ରାଜ୍ୟସଭା ସଦସ୍ୟ

ନୂଆଦିଲ୍ଲୀ, ୭।୫ : ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନିକଟରେ ମହାଭିଯୋଗ ପ୍ରସ୍ତାବ ଦାଖଲ କରାଯାଇଥିଲା। ତେବେ ଉପରାଷ୍ଟ୍ର ପ୍ରସ୍ତାବରେ କେତେକ ତ୍ରୁଟିଥିବା ଦର୍ଶାଇ ଏହାକୁ ଖାରଜ କରିଥିଲେ।

ସ୍ବାମୀଙ୍କ ଉପରେ ସନ୍ଦେହ ଏକ ପ୍ରକାର କ୍ରୁରତା: ଦିଲ୍ଲୀ ହାଇକୋର୍ଟ

ସ୍ବାମୀଙ୍କ ଉପରେ ସନ୍ଦେହ ଏକ ପ୍ରକାର କ୍ରୁରତା: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୭।୫ : ସ୍ବାମୀଙ୍କ ଉପରେ ଅବୈଧ ସମ୍ପର୍କ ନେଇ ସନ୍ଦେହ କରିବା ଏକ ପ୍ରକାର କ୍ରୁରତା ବୋଲି ସୋମବାର ଦିଲ୍ଲୀ ହାଇକୋର୍ଟ ସୂଚିତ କରିଛନ୍ତି। ତଳ ଅଦାଲତର ଏକ ରାୟର ବିଚାର କରି କୋର୍ଟ ଏପରି କହିଛନ୍ତି। ୨୦୦୨ରେ ଦାଖଲ ହୋଇଥିବା ଏକ ଛାଡପତ୍ର ମାମଲାର ବିଚାର କରି ଦିଲ୍ଲୀ କୋର୍ଟ ଏହି ରାୟ ଦେଇଛନ୍ତି।

ଆଇଆଇଟି କାନପୁରର ସଫଳତା: ତିଆରି ହେଲା କୃତ୍ରିମ ଯକୃତ

ଆଇଆଇଟି କାନପୁରର ସଫଳତା: ତିଆରି ହେଲା କୃତ୍ରିମ ଯକୃତ

ନୂଆଦିଲ୍ଲୀ, ୭।୫ : ଆଇଆଇଟି କାନପୁରର ଗବେଷକ ଦଳ ଏକ କୃତ୍ରିମ ଯକୃତ(ଲିଭର) ବିକଶିତ କରିଛନ୍ତି। ଏହି ବାୟୋ ଆର୍ଟିଫିଶିଆଲ୍‌ ଲିଭର ବିଭିନ୍ନ ପେଟ ସମସ୍ୟା ତଥା ଲିଭର ସିରୋସିସ୍‌ ଭୋଗୁଥିବା ରୋଗୀଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। ଏହା ୨ଶହରୁ ଅଧିକ ରୋଗୀଙ୍କ ରକ୍ତ ସହିତ ସମନ୍ବୟ ରକ୍ଷାକରିବାକୁ ସକ୍ଷମ ହୋଇଛି।

ଅପହୃତ ଇଞ୍ଜିନିୟରଙ୍କ ମୁକ୍ତି ଲାଗି ଭାରତ-ଆଫଗାନୀସ୍ତାନ ଆଲୋଚନା ଆରମ୍ଭ

ଅପହୃତ ଇଞ୍ଜିନିୟରଙ୍କ ମୁକ୍ତି ଲାଗି ଭାରତ-ଆଫଗାନୀସ୍ତାନ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ/କାବୁଲ, ୭।୫ : ଆଫଗାନୀସ୍ତାନ ବୋଘଲାନ ପ୍ରଦେଶର ପୁଲ-ଇ-ଖୋମାର ସହର ନିକଟରେ ଥିବା ବାଘ-ଇ-ଶମାଲ ଅଞ୍ଚଳରୁ ୭ ଭାରତୀୟ ଇଞ୍ଜିନିୟରଙ୍କୁ ଅପହରଣ କରାଯାଇଛି। ସେମାନଙ୍କର ମୁକ୍ତି ପାଇଁ ଭାରତ ଓ ଆଫଗାନୀସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଭାରତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଫଗାନୀସ୍ତାନ ବିଦେଶମନ୍ତ୍ରୀ ସଲ୍ଲାଲୁଦ୍ଦିନ୍‌ ରବ୍ବାନୀଙ୍କ ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି।

କୃଷ୍ଣସାର ମୃଗ ଶିକାର ମାମଲା: ଜୁଲାଇ ୧୭ରେ ପରବର୍ତ୍ତୀ ଶୁଣାଣି

କୃଷ୍ଣସାର ମୃଗ ଶିକାର ମାମଲା: ଜୁଲାଇ ୧୭ରେ ପରବର୍ତ୍ତୀ ଶୁଣାଣି

ଯୋଧପୁର, ୭।୫ : କୃଷ୍ଣସାର ମୃଗ ଶିକାର ମାମଲାରେ ସୋମବାର ସଲମାନ୍‌ ଖାଁଙ୍କ ବିଚାର ସେନସସ୍‌ କୋର୍ଟରେ ଆରମ୍ଭ ହୋଇଛି। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭ରେ କରିବାକୁ ବିଚାରପତି ଚନ୍ଦ୍ର କୁମାର ସୋନଗରା ସୂଚିତ କରିଛନ୍ତି।

ଦକ୍ଷିଣ ଏସୀୟ ଜୁନିୟର ଆଥଲେଟିକ୍ସ:୨୦ସ୍ବର୍ଣ୍ଣ ସହ ଭାରତ ଶୀର୍ଷରେ

ଦକ୍ଷିଣ ଏସୀୟ ଜୁନିୟର ଆଥଲେଟିକ୍ସ:୨୦ସ୍ବର୍ଣ୍ଣ ସହ ଭାରତ ଶୀର୍ଷରେ

କଲମ୍ବୋ, ୭।୫ (ପି.ଟି.)-ଏଠାରେ ଚାଲିଥିବା ତୃତୀୟ ଦକ୍ଷିଣ ଏସୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ରବିବାର ଅନ୍ତିମ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ଆହୁରି ୯ଟି ପଦକ ଜିତିଛନ୍ତି। ଫଳରେ ୭ଟି ଦେଶକୁ ନେଇ ଅନୁଷ୍ଠିତ ଏହି ଚାମ୍ପିୟପଶିପ୍‌ରେ ଭାରତ ୨୦ ସ୍ବର୍ଣ୍ଣ, ୨୨ ରୌପ୍ୟ ଓ ୮ ବ୍ରୋଞ୍ଜ ପଦକ ସହ ପଦକ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଆୟୋଜକ ଶ୍ରୀଲଙ୍କା ୧୦ରୌପ୍ୟ, ୧୯ବ୍ରୋଞ୍ଜ ସହ ପ୍ରତିଯୋଗିତାରେ ଅବଶିଷ୍ଟ ୧୨ସ୍ବର୍ଣ୍ଣ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହ ତୃତୀୟ ସ୍ଥାନରେ ରହିଛି।

ଆଫଗାନୀସ୍ତାନରେ ୬ ଭାରତୀୟ ଇଞ୍ଜିନିୟର ଅପହୃତ: ତାଲିବାନ ହାତଥିବା ସନ୍ଦେହ

ଆଫଗାନୀସ୍ତାନରେ ୬ ଭାରତୀୟ ଇଞ୍ଜିନିୟର ଅପହୃତ: ତାଲିବାନ ହାତଥିବା ସନ୍ଦେହ

ନୂଆଦିଲ୍ଲୀ/କାବୁଲ, ୬।୫ : ଆଫଗାନୀସ୍ତାନ ବୋଘଲାନ ପ୍ରଦେଶର ପୁଲ-ଇ-ଖୋମାର ସହର ନିକଟରେ ଥିବା ବାଘ-ଇ-ଶମାଲ ଅଞ୍ଚଳରୁ ୬ ଭାରତୀୟ ଇଞ୍ଜିନିୟରଙ୍କୁ ଅପହରଣ କରାଯାଇଛି। ଏହା ସହିତ ଜଣେ ଡ୍ରାଇଭର୍‌ ଓ ଅନ୍ୟ ଜଣେ ଆଫଗାନୀସ୍ତାନ ନାଗରିକଙ୍କୁ ମଧ୍ୟ ଅପହରଣ କରାଯାଇଛି। ସେମାନେ ଏକ ସରକାରୀ ମିନି ବସ୍‌ରେ ପାଓ୍ବାର ପ୍ଲାଣ୍ଟ୍‌କୁ କାମ କରିବାକୁ ଯାଉଥିବାବେଳେ କିଛି ଅଞ୍ଜାତ ବନ୍ଧୁକଧାରୀ ଏପରି କାଣ୍ଡ ଭିଆଇଛନ୍ତି।

ସୋମବାର ୧୩ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ସୋମବାର ୧୩ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ନୂଆଦିଲ୍ଲୀ, ୬।୫ : ସୋମବାର ଦେଶର ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

‘କଳଙ୍କ’ର ସଫଳତା ନେଇ ଆଶାବାଦୀ ଆଲିଆ

‘କଳଙ୍କ’ର ସଫଳତା ନେଇ ଆଶାବାଦୀ ଆଲିଆ

ବମ୍ବେ, ୬।୫ : କରଣ ଜୋହରଙ୍କ ଫିଲ୍ମ କଳଙ୍କର ସଫଳତା ନେଇ ବଲିଉଡ୍‌ର ଚୁଲବୁଲୀ ଅଭିନେତ୍ରୀ ଆଲିଆ ଭଟ୍ଟ ବେଶ୍‌ ଆଶାବାଦୀ ରହିଛନ୍ତି। ଫିଲ୍ମରେ ଖ୍ୟାତି ସମ୍ପନ୍ନ କଳାକାରମାନେ ଅଭିନୟ କରୁଥିବାରୁ ଆଲିଆ ବେଶ୍‌ ରୋମାଞ୍ଚିତ ଅଛନ୍ତି। ଫିଲ୍ମରେ ଆଲିଆଙ୍କ ସମେତ ବରୁଣ ଧାଓ୍ବନ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦୀକ୍ଷୀତ୍‌, ସଞ୍ଜୟ ଦତ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

୫ ମାଓବାଦୀ ଗିରଫ

୫ ମାଓବାଦୀ ଗିରଫ

ଚାଇବାସା, ୬।୫ : ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲା ସାରା ମାରିଆ ଜଙ୍ଗଲରେ ଲୁଚି ରହିଥିବା ୫ ମାଓବାଦୀ ବଣ୍ଡାଗାଓଁ ପୋଲିସ ଥାନାରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କଠାରୁ ଗୋଟିଏ କାର୍ବିନ୍‌, ଗୋଟିଏ ଦୁଇନଳୀ ବନ୍ଧୁକ, ଗୋଟିଏ ପିସ୍ତଲ ଏବଂ ଅନେକ ଗୁଳିଗୋଳା ଜବତ କରାଯାଇଛି।

୩ ସହକର୍ମୀଙ୍କୁ ହତ୍ୟା କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା

୩ ସହକର୍ମୀଙ୍କୁ ହତ୍ୟା କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଅଗରତାଲା, ୬।୫ : ତ୍ରିପୁରା ଅଗରତାଲାଠାରୁ ପ୍ରାୟ ୧୮୦ କିଲୋମିଟର ଦୂରରେଥିବା ଉନାକୋଟି ଜିଲା ମାଗୁରୁଲି ବର୍ଡର ଆଉଟ୍‌ପୋଷ୍ଟରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଯବାନ ତାଙ୍କ ୩ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।

ଓରାଙ୍ଗଟାନ ପ୍ରଜାତି ଲୋପ ପାଇବା ଆଶଙ୍କା

ଓରାଙ୍ଗଟାନ ପ୍ରଜାତି ଲୋପ ପାଇବା ଆଶଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୬।୫ : ବଣମଣିଷ ପ୍ରଜାତି ତାପାଲୁନି ଓରାଙ୍ଗଟନ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଇଣ୍ଡୋନେସିଆର ସୁମାତ୍ରା ଅଞ୍ଚଳରେ ବାସ କରୁଥିବା ଏହି ପ୍ରଜାତିର ଏବେ ୮ ଶହ ସଦସ୍ୟ ରହିଛନ୍ତି। ଚାଇନା ଏଠାରେ ୧୬୦ କୋଟି ଡଲାରରେ ଏକ ନଦୀବନ୍ଧ ଯୋଜନା କରୁଛି।

ମା’ କ୍ଷୀରରେ ବିଷ: ମାନବ ସମାଜ ପ୍ରତି ବଢୁଛି ବିପଦ

ମା’ କ୍ଷୀରରେ ବିଷ: ମାନବ ସମାଜ ପ୍ରତି ବଢୁଛି ବିପଦ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୬।୫ : ମା’ କ୍ଷୀର ସନ୍ତାନଙ୍କ ପାଇଁ ଅମୃତ ତୁଲ୍ୟ। ଜନ୍ମପରେ ମା’କ୍ଷୀର ପାନ କରାଇବା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି। ତେବେ ଏବେ ମା’ କ୍ଷୀରରେ ଅନେକ ପ୍ରକାର କ୍ଷତିକାରକ ରାସାୟନିକ ପଦାର୍ଥର ନମୂନା ମିଳିଛି। ଫଳରେ ମା’ କ୍ଷୀର ଏବେ ସନ୍ତାନମାନଙ୍କ ପାଇଁ ଅମୃତ ବଦଳରେ ବିଷ ପାଲଟିଛି। ଏହାଦ୍ୱାରା ସମଗ୍ର ମାନବ ସମାଜ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଏନେଇ ଏକ ସର୍ଭେ ରିପୋର୍ଟ ରୋମ୍‌ରେ ପ୍ରକାଶ ପାଇଛି।

ଆମେରିକା ବିମାନ ଉପରେ ଲେଜର ରଶ୍ମୀ ଆକ୍ରମଣ: ସନ୍ଦେହ ଘେରରେ ଚାଇନା

ଆମେରିକା ବିମାନ ଉପରେ ଲେଜର ରଶ୍ମୀ ଆକ୍ରମଣ: ସନ୍ଦେହ ଘେରରେ ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୬।୫ : ଦକ୍ଷିଣ ଚାଇନା ସାଗରରେ ଆମେରିକା ତଥା ଚାଇନା ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଏହି ସମସ୍ୟାର ସମାଧାନ ନ ହେଉଣୁ ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଜୀବୁତିଠାରେ ଆମେରିକା ବିମାନ ଉପରେ ଲେଜର ରଶ୍ମୀ ଆକ୍ରମଣ ହୋଇଛି। ଏଥିରେ ବିମାନ ଚାଳକ ଆହତ ହୋଇଛନ୍ତି।

ବଳାତ୍କାର ପୀଡ଼ିତା ନାବାଳିକାଙ୍କ ଅଭିଭାବକ ହେବେ ମୁଖ୍ୟମନ୍ତ୍ରୀ

ବଳାତ୍କାର ପୀଡ଼ିତା ନାବାଳିକାଙ୍କ ଅଭିଭାବକ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜନୀତିରୁ ଟିକେ ବାହାରକୁ ଆସିଛନ୍ତି ନାଇଡୁ। ବଳାତ୍କାର ପୀଡିତା ୯ବର୍ଷ ବୟସ ନାବାଳିକାଙ୍କ ଅଭିଭାବକ ହେବା ସହ ତାଙ୍କ ଶିକ୍ଷା ସହ ଜଡିତ ସମସ୍ତ ଖର୍ଚ୍ଚ ସେ ବହନ କରିବେ ବୋଲି ଶନିବାର ଘୋଷଣା କରିଛନ୍ତି।

ରୋଡ୍‌ ସାଇଡ୍‌ ରୋମିଓଙ୍କୁ ଚପଲରେ ପିଟିଲେ ଯୁବତୀ

ରୋଡ୍‌ ସାଇଡ୍‌ ରୋମିଓଙ୍କୁ ଚପଲରେ ପିଟିଲେ ଯୁବତୀ

ପାଟନା, ୬।୫ : ବିହାର ବେଗୁସରାଇ ବାଲିଆ ଥାନା ଅର୍ନ୍ତଗତ ଲକ୍ଷ୍ମୀନିଆ ଅଞ୍ଚଳରେ ଜଣେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ମିଳିଛି ଉଚିତ୍‌ ଶିକ୍ଷା। ଏଠାରେ କିଛି ଦିନ ଧରି କୋଚିଙ୍ଗ ସମ୍ପ୍ରଦାୟର ଜଣେ ଯୁବତୀଙ୍କୁ ସମ୍ପୃକ୍ତ ଯୁବକ ଅଶ୍ଳିଳ ଇଙ୍ଗିତ କରିଆସୁଥିଲେ। ତେବେ ହଠାତ୍‌ ଯୁବକ ଜଣକ ରାସ୍ତା ଉପରେ ଯୁବତୀଙ୍କ ହାତ ଧରି ପ୍ରେମ ନିବେଦନ କରିଥିଲେ।

ଅପରେଶନ ଅଲ୍‌ଆଉଟ୍‌: ଶୋପିଆନ୍‌ରେ ୫ ଆତଙ୍କବାଦୀ ନିହତ

ଅପରେଶନ ଅଲ୍‌ଆଉଟ୍‌: ଶୋପିଆନ୍‌ରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର, ୬।୫ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ ଅଲ୍‌ଆଉଟ୍‌ରେ ଏକ ବଡ଼ ସଫଳତା ମିଳିଛି। ରବିବାର ଶୋପିଆନ୍‌ ଜିଲା ଜୈନାପୁରା ବଡ଼ଗାମ୍‌ ଗାଁ ଇମାମ୍‌ ସାହିବ୍‌ ଅଞ୍ଚଳରେ ମିଳିତ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ହିଜବୁଲ୍‌ ଆତଙ୍କବାଦୀ ସଦ୍ଦାମ୍‌ ପାଦର, ବେଲାଲ ମୌଲବୀ ଓ ଆଦିଲ୍‌ ମାଲିକ୍‌ଙ୍କ ସମେତ ୫ ଆତଙ୍କବାଦୀ ନିହତ ହୋଇଛନ୍ତି।

ହ୍ବାଟ୍‌ସ ଆପ୍‌ର ସିଇଓ ଦୌଡରେ ଭାରତୀୟ

ହ୍ବାଟ୍‌ସ ଆପ୍‌ର ସିଇଓ ଦୌଡରେ ଭାରତୀୟ

ନୂଆଦିଲ୍ଲୀ,୬-୫:ବିଶ୍ୱର ସର୍ବବୃହତ୍‌ ମେସେଜିଂ ଆପ୍‌ ‘ହ୍ବାଟ୍‌ସ ଆପ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ଜଣେ ଭାରତୀୟ ନିଯୁକ୍ତି ପାଇପାରନ୍ତି। ସେ ହେଉଛନ୍ତି ଆଇଆଇଟି ଦିଲ୍ଲୀ ଗ୍ରାଜୁଏଟ୍‌ ନୀରଜ ଆରୋରା। ବର୍ତ୍ତମାନ ସେ ହ୍ବାଟ୍‌ସ ଆପ୍‌ର ବିଜ୍‌ନେସ୍‌ ଏକ୍‌ଜକ୍ୟୁଟିଭ୍‌ ପଦରେ ଅଛନ୍ତି। ତେବେ ସିଇଓ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ରହିଥିବା ଏକ ସୂତ୍ରରୁ ଜଣାଯାଇଛି। ଜାନ୍‌ କୋମ୍‌ଙ୍କ ଇସ୍ତଫା ପରେ ହ୍ବାଟ୍‌ସ ଆପ୍‌ ନୂଆ ସିଇଓ ଅନ୍ବେଷଣ ଅଭିଯାନ ଆରମ୍ଭ କରିଛି। ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ଗୋପନୀୟତା ପ୍ରସଙ୍ଗକୁ ନେଇ ମତାନ୍ତର ଯୋଗୁ ଜାନ୍‌ କୋମ୍‌ ଇସ୍ତଫା ଦେଇଛନ୍ତି। ଏଭଳି ସମୟରେ ନୀରଜ୍‌ଙ୍କ ନାମ ସାମ୍ନାକୁ ଆସିଛି।

ବଢ଼ୁଛି ଭାଜପା ବିରୋଧୀ ଶକ୍ତି

ବଢ଼ୁଛି ଭାଜପା ବିରୋଧୀ ଶକ୍ତି

ଲକ୍ଷ୍ନୌ, ୫। ୫(ପି.ଟି.)- ୨୦୧୯ ଲୋକ ସଭା ନିର୍ବାଚନକୁ ପାଖାପାଖି ବର୍ଷେ ବାକି ରହିଥିଲେ ବି ଏବେଠାରୁ ଉତ୍ତରପ୍ରଦେଶ (ୟୁପି) ରାଜନୀତି ଚଳଚଞ୍ଚଳ। ଭାଜପାକୁ କଡ଼ା ଟକ୍କର ଦେବା ପାଇଁ ଏଠାରେ ବିରୋଧୀ ଦଳଗୁଡ଼ିକ ଚିର ଶତ୍ରୁତା ଭୁଲି ହାତ ମିଳାଉଛନ୍ତି। ଗୋରଖପୁର ଓ ଫୁଲ୍‌ପୁର ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମିଳିତ ଭାବେ ଲଢ଼ିଥିଲେ।

ଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀ ମୃତ

ଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀରର ଚଟ୍ଟାବଲ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଗୁଳିବିନିମୟସ୍ଥଳ ନିକଟରେ ଏକ ଦୃତଗାମୀ ଗାଡ଼ି ଧକ୍କାରେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି।