ଜାତୀୟ

ସଞ୍ଜ ହେଲେ ଜଳେ ଲଣ୍ଠନ: ସ୍ବାଧୀନତାର ୭୦ ବର୍ଷ ପରେ ବି’ ବିଜୁଳି ଆଲୋକ ଅପହଞ୍ଚ

ସଞ୍ଜ ହେଲେ ଜଳେ ଲଣ୍ଠନ: ସ୍ବାଧୀନତାର ୭୦ ବର୍ଷ ପରେ ବି’ ବିଜୁଳି ଆଲୋକ ଅପହଞ୍ଚ

ଜୟପୁର, ୧।୫ : ରାଜସ୍ଥାନର ୧୨ ହଜାର ଗାଁରେ ଏପର୍ଯ୍ୟନ୍ତ ପହଞ୍ଚିନି ବିଜୁଳି ଆଲୋକ। ସ୍ବାଧୀନତାର ୭୦ ବର୍ଷ ବିତି ଗଲେ ମଧ୍ୟ ଏସବୁ ଗାଁରେ ଆଜି ମଧ୍ୟ ସଞ୍ଜ ନଇଁଲେ ଜଳି ଉଠେ ଲଣ୍ଠନ। ଏଭଳି ଅବସ୍ଥାରେ ଲକ୍ଷ ଲକ୍ଷ ଲୋକ ରାତିର ଅନ୍ଧାରରେ ବାସ କରୁଛନ୍ତି। ସରକାରଙ୍କ ଯୋଜନାର ସୁଫଳ ତାଙ୍କ ପାଖରେ ଅପହଞ୍ଚ।

ଅବହେଳିତ ଶୈଶବ: ବୋଝ ବୋହୁଛି କଅଁଳ ହାତ

ଅବହେଳିତ ଶୈଶବ: ବୋଝ ବୋହୁଛି କଅଁଳ ହାତ

ମୈନ୍‌ପୁରୀ, ୧।୫ : ଉତ୍ତରପ୍ରଦେଶ ମୈନପୁରୀ ସହର ନିକଟରେ ଥିବା ଗାଁରେ ପରିବାରର ଆର୍ଥିକ ବୋଝ ଯୋଗୁ ଅନେକ ଛୋଟପିଲା ପାଠପଢ଼ା ସମୟରେ ବିଭିନ୍ନ ପେଟପୋଷା କାର୍ଯ୍ୟ କରୁଛନ୍ତି। ସକାଳେ ସ୍କୁଲରୁ ଫେରି ବାପାଙ୍କ ସହିତ ପର ଚାଷ ଜମିରେ ମୂଲ ଲାଗିବାପରେ ମୁହଁ ସଞ୍ଜରେ ଘରକୁ ଫେରି କ’ଣ ଗଣ୍ଡେ ମୁହଁରେ ଦେଇ ସହର ମୁହାଁ ହେଉଛନ୍ତି ପିଲାମାନେ।

ହାଫିଜ୍‌ଙ୍କ ଟାର୍ଗେଟ୍‌ରେ ଶିଖ୍‌ ସମ୍ପ୍ରଦାୟ

ହାଫିଜ୍‌ଙ୍କ ଟାର୍ଗେଟ୍‌ରେ ଶିଖ୍‌ ସମ୍ପ୍ରଦାୟ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧।୫ : ପାକିସ୍ତାନ ପଞ୍ଜାବ ପ୍ରଦେଶରେ ବାସ କରୁଥିବା ଶିଖ୍‌ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ ହାଫିଜ୍‌ ସଇଦ୍‌। ହାଫିଜ୍‌ ନିଜ ରାଜନୈତିକ ଦଳ ମିଲ୍ଲୀ ମୁସଲିମ୍‌ ଲିଗ୍‌ ସମ୍ପର୍କରେ ଅବଗତ କରାଇବା ଲାଗି ଏକ ବୈଠକ କରିଛନ୍ତି। ଏଥିରେ ଶିଖ୍‌ ଆତଙ୍କବାଦୀ ନେତା ଗୋପାଲ ସିଂଙ୍କ ସହିତ ହାଫିଜ୍‌ ଆଲୋଚନା କରିବା ସହିତ ଅନ୍ୟ ଶିଖ୍‌ ନେତୃବୃନ୍ଦଙ୍କୁ ସାକ୍ଷାତ କରିଛନ୍ତି।

ମାତୃ ସ୍ନେହରୁ ବଞ୍ଚିତ: ପିତାଙ୍କ ପାଇଁ କନିଆ ଖୋଜୁଛନ୍ତି ପୁତ୍ର

ମାତୃ ସ୍ନେହରୁ ବଞ୍ଚିତ: ପିତାଙ୍କ ପାଇଁ କନିଆ ଖୋଜୁଛନ୍ତି ପୁତ୍ର

ରାୟପୁର, ୧।୫ : ମା’ଙ୍କ ମୃତ୍ୟୁ ପରେ ପିତାଙ୍କ ପାଇଁ କନିଆ ଖୋଜିବାକୁ ବାହାରିଛନ୍ତି ୨ ଭାଇ। ୪୮ ବୟସ୍କ ତପନ କୁମାର ଗୁପ୍ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କର ୨ ପୁଅ ମାତୃ ସ୍ନେହରୁ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ସେମାନେ ତାଙ୍କ ପାଇଁ ଜଣେ ମା’ ଏବଂ ପିତାଙ୍କ ଲାଗି ସ୍ତ୍ରୀ ଆବଶ୍ୟକ ବୋଲି ସୂଚିତ କରିଛନ୍ତି।

ଭାରତୀୟ ଜେଲରେ ପାକିସ୍ତାନୀ ବନ୍ଦୀ: ମଉଳୁଛି ଘର ବାହୁଡ଼ା ସ୍ବପ୍ନ

ଭାରତୀୟ ଜେଲରେ ପାକିସ୍ତାନୀ ବନ୍ଦୀ: ମଉଳୁଛି ଘର ବାହୁଡ଼ା ସ୍ବପ୍ନ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧।୫ : ଭାରତର ବିଭିନ୍ନ ଜେଲରେ ଗତ ୧୩ ବର୍ଷ ମଧ୍ୟରେ ୩୯୩ ପାକିସ୍ତାନୀ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଇତି ମଧ୍ୟରେ ୬୭ ଜଣଙ୍କୁ ମୁକ୍ତ କରାଯାଇଛି। ତେବେ ସେମାନଙ୍କୁ ଫେରାଇ ନେବାକୁ ପାକିସ୍ତାନ ମନା କରିଛି। ପାକିସ୍ତାନ କହିଛି ଯେ, ସେମାନେ ପାକିସ୍ତାନର ନାଗରିକ ନୁହଁନ୍ତି। ଫଳରେ ବନ୍ଦୀମାନଙ୍କ ଘରବାହୁଡ଼ିବା ସ୍ବପ୍ନ ଏବେ ମଉଳିବାରେ ଲାଗିଛି।

କଳିଯୁଗ ଅର୍ଜୁନ: ସୁବାରାଓ

କଳିଯୁଗ ଅର୍ଜୁନ: ସୁବାରାଓ

ହାଇଦ୍ରାବାଦ୍‌, ୧।୫ : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲାରେ ବାସ କରୁଥିବା ସୁବାରାଓ ଲିଙ୍ଗମ୍‌ଗୁଟଲା ଧନୁତୀର ଚାଳନାରେ ସିଦ୍ଧହସ୍ତ। ତେଣୁ ତାଙ୍କୁ ଲୋକେ ସ୍ନେହରେ କଳିଯୁଗ ଅର୍ଜୁନ ବୋଲି ଡାକିଥାନ୍ତି। ଶବ୍ଦଭେଦୀ ତୀର ଚାଳନାରେ ସେ ପାରଙ୍ଗମ। ୫୨ ବର୍ଷ ବୟସ୍କ ସୁବାରାଓ ତାଙ୍କ ପିତାଙ୍କଠାରୁ ଧନୁତୀର ଚାଳନା ଶିକ୍ଷା କରିଛନ୍ତି।

କଲେକ୍ଟରଙ୍କୁ ଚପଲରେ ଆଶୀର୍ବାଦ ଦେଲେ ବାବା

କଲେକ୍ଟରଙ୍କୁ ଚପଲରେ ଆଶୀର୍ବାଦ ଦେଲେ ବାବା

କୋଏମ୍ବାଟୁର,୧।୫: କୋଏମ୍ବାଟୁରରୁ ୧୬୦ କିଲୋମିଟର ଦୂର ସାଲେମ ଜିଲାରେ କଲେକ୍ଟର ରୋହିଣୀ ରାମଦାସ ସାପ୍ତାହିକ ଅଭିଯୋଗ ପ୍ରକୋଷ୍ଠରେ ଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା।

ନିଶା ମାୟାରେ ସହରିୟା ଜନଜାତି: ପରିବାର ପୁରୁଷ ସଦସ୍ୟ ଶୂନ୍ୟ

ନିଶା ମାୟାରେ ସହରିୟା ଜନଜାତି: ପରିବାର ପୁରୁଷ ସଦସ୍ୟ ଶୂନ୍ୟ

ରାୟପୁର, ୧।୫ : ମଧ୍ୟପ୍ରଦେଶ ରାୟପୁର ଓ ଶିବପୁର ଜିଲାରେ ବାସ କରୁଥିବା ସହରିଆ ଜନଜାତି ଏବେ ବିଲୁପ୍ତି ପଥରେ। ମଦନିଶା ଯୋଗୁ ଏହି ଜନଜାତି ଏବେ ପୁରୁଷ ସଦସ୍ୟ ଶୂନ୍ୟ ହୋଇଛି। ମଦନିଶାରେ ଏହି ଜନଜାତିଙ୍କ ପୁରୁଷ ସଦସ୍ୟଙ୍କ ମୃତ୍ୟୁ ୩୫ରୁ ୪୦ ବର୍ଷ ମଧ୍ୟରେ ହୋଇଥାଏ। ମୃତ୍ୟୁ ପୂର୍ବରୁ ଜନଜାତିଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ପହଞ୍ଚୁ ନ ଥିବା ଅଭିଯୋଗ ହୋଇଥିଲା।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସାଧାରଣ ଜନତା: ୩ଜଣଙ୍କୁ ହତ୍ୟା

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସାଧାରଣ ଜନତା: ୩ଜଣଙ୍କୁ ହତ୍ୟା

ଶ୍ରୀନଗର, ୧।୫ : ଜମ୍ମୁ-କଶ୍ମୀର ବାରମୂଳା ଜିଲାରେ ମିଳିତ ସୁରକ୍ଷାବଳ ଏବେ ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ୨ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ପରେ ସନ୍ଦିଗ୍ଧ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସୋମବାର ବିଳମ୍ବିତ ରାତିରେ ୩ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ମିଳିତ ସମରାଭ୍ୟାସରେ ସାମିଲ୍‌ ହେବେ ଭାରତ-ପାକିସ୍ତାନ

ମିଳିତ ସମରାଭ୍ୟାସରେ ସାମିଲ୍‌ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ, ୩୦।୪ : ଆତଙ୍କବାଦ ବିରୋଧୀ ମିଳିତ ସମରାଭ୍ୟାସରେ ଭାରତ ପାକିସ୍ତାନ ସ୍ବାଧୀନତା ପ୍ରାପ୍ତିପରେ ପ୍ରଥମ ଥର ପାଇଁ ମିଳିତ ସମରାଭ୍ୟାସରେ ସାମିଲ୍‌ ହେବେ। ରୁଷିଆ ପକ୍ଷରୁ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ଚାଇନା ମଧ୍ୟ ଯୋଗଦେବେ। ରୁଷିଆର ୟୁରାଲ ଅଞ୍ଚଳରେ ଏହା ଅନୁଷ୍ଠିତ ହେବ।

ଭାଇରାଲ ହେଲା ହାତଗଣ୍ଠି ପୂର୍ବରୁ ବର ମୃତ୍ୟୁର ଲାଇଭ୍‌ ଭିଡିଓ

ଭାଇରାଲ ହେଲା ହାତଗଣ୍ଠି ପୂର୍ବରୁ ବର ମୃତ୍ୟୁର ଲାଇଭ୍‌ ଭିଡିଓ

ଲଖିମପୁର ଖେରି,୩୦।୪: ବର ପ୍ରସ୍ତୁତ, କନ୍ୟା ପ୍ରସ୍ତୁତ, ବେଦୀ ବି ପ୍ରସ୍ତୁତ। ହାତଗଣ୍ଠି ପଡ଼ି ମନ୍ତ୍ର ଉଚ୍ଚାରଣ ପରେ ବରସହ କନ୍ୟା ଯାଇଥାନ୍ତେ ଶାଶୁଘର। ହସ ଖୁସିରେ ପରିବେଶ କମ୍ପି ଉଠୁଥିବା ବେଳେ ମୁହୂର୍ତ୍ତକରେ ସବୁ ହୋଇଗଲା ଓଲଟ ପାଲଟ।

ଚାଷଜମି ନିଆଁ ବୃଦ୍ଧି କରୁଛି ଭାରତର ତାପମାତ୍ରା

ଚାଷଜମି ନିଆଁ ବୃଦ୍ଧି କରୁଛି ଭାରତର ତାପମାତ୍ରା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୩୦।୪ : ଭାରତରେ ଲଗାତର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଚାଷଜମିରେ ଲଗାଯାଉଥିବା ନିଆଁର ମୁଖ୍ୟ ଭୂମିକା ରହିଛି ବୋଲି ନାସା ପକ୍ଷରୁ ସୂଚିତ କରାଯାଇଛି। ଦେଶର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ତଥା କେତେକ ଦକ୍ଷିଣ ରାଜ୍ୟରେ ଚାଷ ଜମିରେ ଲଗାଯାଉଥିବା ନିଆଁ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳସ୍ତର ବଢ଼ିବା ସହିତ ତାପମାତ୍ରା ବଢ଼ୁଛି ବୋଲି ନାସା କହିଛି।

ବୋନି କରିବେ ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରୀ

ବୋନି କରିବେ ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରୀ

ବମ୍ବେ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ଅକାଳ ବିୟୋଗ ରୂପେଲି ପରଦା ପାଇଁ ସୃଷ୍ଟି କରିଛି ଏକ ଅପୂରଣୀୟ କ୍ଷତି। କିନ୍ତୁ ଚାନ୍ଦ୍‌ନିଙ୍କ ବିୟୋଗ ତାଙ୍କ ପରିବାରରେ ସୃଷ୍ଟି କରିଛି ଏକ ବିରାଟ ଶୂନ୍ୟସ୍ଥାନ।

ଭାରତ, ମାଲେସିଆ ସେନାଙ୍କ ମିଳିତ ସମରାଭ୍ୟାସ

ଭାରତ, ମାଲେସିଆ ସେନାଙ୍କ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କ୍ୱାଲାଲମପୁର,୩୦।୪: ଭାରତୀୟ ସେନା ଓ ମାଲେସିଆ ସେନାଙ୍କ ମଧ୍ୟରେ ହରିମୁଆ ଶକ୍ତି ନାମକ ଏକ ମିଳିତ ପ୍ରଶିକ୍ଷଣ ସମରାଭ୍ୟାସ ଏପ୍ରିଲ ୩୦ ତାରିଖରୁ ଆରମ୍ଭ କରାଯାଇଛି।

ଲାଲୁଙ୍କୁ ଏମ୍ସରୁ ମିଳିଲା ଛୁଟି

ଲାଲୁଙ୍କୁ ଏମ୍ସରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୩୦।୪: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କିଛି ଦିନ ହେବ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ତାଙ୍କୁ ଛୁଟି ମିଳିଛି।

ଅଦାଲତରେ ୨୦ ହଜାର ନାବାଳିକା ବଳାତ୍କାର ମାମଲା: ବିଚାର ପାଇଁ  ୪ ଶହ ବିଚାରପତିଙ୍କୁ ଲାଗିବ ୧୦ ମାସ

ଅଦାଲତରେ ୨୦ ହଜାର ନାବାଳିକା ବଳାତ୍କାର ମାମଲା: ବିଚାର ପାଇଁ ୪ ଶହ ବିଚାରପତିଙ୍କୁ ଲାଗିବ ୧୦ ମାସ

ନୂଆଦିଲ୍ଲୀ, ୩୦।୪ : ଦେଶର ବିଭିନ୍ନ ଅଦାଲତରେ ୨୦ ହଜାରରୁ ଅଧିକ ନାବାଳିକା ବଳାତ୍କାର ମାମଲା ବିଚାର ନ ହୋଇ ପଡ଼ିରହିଛି। ଆବଶ୍ୟକ ସଂଖ୍ୟକ ବିଚାରପତିଙ୍କ ଅଭାବରୁ ଏହି ମାମଲାଗୁଡ଼ିକର ଫଇସଲା ହୋଇପାରୁନି। ଯଦି ୪ ଶହ ବିଚାରପତି ପ୍ରତିଦିନ ୫୦ଟି ମାମଲାର ବିଧିବଦ୍ଧ ବିଚାର କରନ୍ତି ତେବେ ଏସମସ୍ତ ମାମଲାର ଫଇସଲା ପାଇଁ ୧୦ମାସ ସମୟ ଲାଗିବ ବୋଲି ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି।

ଲାଲୁଙ୍କୁ ଭେଟିଲେ ରାହୁଲ

ଲାଲୁଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୩୦।୪: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ସେ ଏବେ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ସବୁ ଗାଁକୁ ବିଜୁଳି ପହଞ୍ଚିବା ପଛର ସତ୍ୟତା

ସବୁ ଗାଁକୁ ବିଜୁଳି ପହଞ୍ଚିବା ପଛର ସତ୍ୟତା

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସରକାର ଦାବି କରିଛନ୍ତି ଦେଶର ସବୁ ଗାଁକୁ ବିଜୁଳି ପହଞ୍ଚି ସାରିଛି। ଖୋଦ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଥିଲେ ୨୮ ଏପ୍ରିଲ ୨୦୧୮ ଭାରତ ଇତିହାସରେ ଏକ ଐତିହାସିକ ଦିନ ହୋଇ ରହିବ।

ବିହାରରେ ଘୂର୍ଣ୍ଣିଝଡ଼: ୩ ମୃତ, ୨୫ ଆହତ

ବିହାରରେ ଘୂର୍ଣ୍ଣିଝଡ଼: ୩ ମୃତ, ୨୫ ଆହତ

ପାଟନା, ୩୦।୪ : ବିହାରରେ ଘୂର୍ଣ୍ଣଝଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ନବାଦା ଜିଲା ବରିସଲିଗଞ୍ଜଠାରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୁଲଓ୍ବାମାରେ ସର୍ଚ୍ଚ ଅପରେଶନ: ଆତଙ୍କବାଦୀ ସମୀର୍‌ ଟାଇଗର ନିହତ

ପୁଲଓ୍ବାମାରେ ସର୍ଚ୍ଚ ଅପରେଶନ: ଆତଙ୍କବାଦୀ ସମୀର୍‌ ଟାଇଗର ନିହତ

ଶ୍ରୀନଗର, ୩୦।୪ : ଦକ୍ଷିଣ କଶ୍ମୀର ପୁଲଓ୍ବାମା ଜିଲା ଦ୍ରବଗାଓଁରେ ସୋମବାର ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସମୀର ଟାଇଗରଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ପଓ୍ବନ

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ପଓ୍ବନ

ନୂଆଦିଲ୍ଲୀ,୩୦।୪: ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଶାସନ କରିବାରେ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ପଓ୍ବନ ବିନା କୌଣସି ବାଧାରେ ମୁଖ୍ୟମନ୍ତ୍ରୀ ଭାବେ ୨୫ ବର୍ଷ ଶାସନ କରିଛନ୍ତି।

ମେହେବୁବା ମନ୍ତ୍ରିଣ୍ଡଳରେ ଅଦଳବଦଳ

ମେହେବୁବା ମନ୍ତ୍ରିଣ୍ଡଳରେ ଅଦଳବଦଳ

ଶ୍ରୀନଗର,୩୦।୪: ଜମ୍ମୁ-କଶ୍ମୀରରେ ଭାଜପା-ପିଡିପି ମେଣ୍ଟ ସରକାରରେ ସୋମବାର ମନ୍ତ୍ରିମଣ୍ଡଳର ଅଦଳବଦଳ କରାଯାଇଛି। ଅଚାନକ ଭାବେ କରାଯାଇଥିବା ଏହି ଅଦଳବଦଳରେ ଉପମୁଖ୍ୟମନ୍ତ୍ରୀ ଡ. ନିର୍ମଳ ସିଂଙ୍କ ସ୍ଥାନରେ କବିନ୍ଦ୍ର ଗୁପ୍ତାଙ୍କୁ ଅବସ୍ଥାପିତ କରାଯାଇଛି।

ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

କଟିହାର, ୩୦।୪ : ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗା ନଦୀ ଦ୍ୱାରା ପରିବେଷ୍ଟିତ। ଏଠାରେ ବର୍ଷରେ ୫-୬ମାସ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। ଯଦି ଡ଼ଙ୍ଗା ନ ମିଳେ ତେବେ ଅନେକ ସମୟରେ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥାଏ।

କନଷ୍ଟେବଳ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖିବାରୁ ଉପୁଜିଲା ବିବାଦ

କନଷ୍ଟେବଳ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖିବାରୁ ଉପୁଜିଲା ବିବାଦ

ଧାର,୨୯।୪: ମଧ୍ୟପ୍ରଦେଶର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତା’ର ବିଜ୍ଞାପନରେ ‘ଏମ୍‌ପି ଅଜବ, ସବୁଠାରୁ ଗଜବ’ ଲେଖି ଦିନେ ଚର୍ଚ୍ଚାକୁ ଆସିଥିଲା। ଏବେ କିନ୍ତୁ କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖି ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ।