ଜାତୀୟ

ଏନ୍‌ପିଏ ସମାଧାନ ଲାଗି ଆସିବ ନୂଆ ବ୍ୟବସ୍ଥା

ଏନ୍‌ପିଏ ସମାଧାନ ଲାଗି ଆସିବ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ,୧୪-୫(ପି.ଟି) ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ହେତୁ ଏହା ବ୍ୟାଙ୍କିଙ୍ଗ୍‌ ଶିଳ୍ପ ପାଇଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ସମସ୍ୟାର ସମାଧାନ ପନ୍ଥା ଆଣିବା ଲାଗି ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ଉପରେ ଚିନ୍ତା କରୁଛି।

ନିର୍ଦ୍ଧାରଣ ହେବ ଭୂତ କମ୍ପାନୀର ସଂଜ୍ଞା

ନିର୍ଦ୍ଧାରଣ ହେବ ଭୂତ କମ୍ପାନୀର ସଂଜ୍ଞା

ନୂଆଦିଲ୍ଲୀ, ୧୪-୫ କାହାକୁ କୁହାଯିବ ଭୂତ କମ୍ପାନୀ ବା ସେଲ୍‌ କମ୍ପାନୀ? ଏହାର ପ୍ରକୃତ ସଂଜ୍ଞା କ’ଣ? ସରକାର ଖୁବ୍‌ ଶୀଘ୍ର ଏହା ଧାର୍ଯ୍ୟ କରିବେ। ଫଳରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଉ ସମସ୍ୟା ହେବ ନାହିଁ।

ଏସ୍‌ସି/ଏସ୍‌ଟି ଆଇନକୁ ମିଳିବ ସୁରକ୍ଷା ଘୋଡ଼ଣି

ଏସ୍‌ସି/ଏସ୍‌ଟି ଆଇନକୁ ମିଳିବ ସୁରକ୍ଷା ଘୋଡ଼ଣି

ନୂଆଦିଲ୍ଲୀ,୧୩।୫(ପି.ଟି.)- କେନ୍ଦ୍ର ସରକାର ଏସ୍‌ସି, ଏସ୍‌ଟି ଆଇନକୁ ସୁରକ୍ଷା ଘୋଡ଼ଣି ଦେବା ସକାଶେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଆଇନର କେତେକ ନିୟମକୁ ବାଦ୍‌ ଦେଇ ସୁପ୍ରିମକୋର୍ଟ ଏହାକୁ ଦୁର୍ବଳ କରିଦେଇଥିବାରୁ କେନ୍ଦ୍ର ଏହି ପଦକ୍ଷେପ ନେବାକୁ ଯାଉଛି। ଏଥିସକାଶେ ପ୍ରଥମେ ଅଧ୍ୟାଦେଶ ଅଣାଯିବ। ପରବର୍ତ୍ତୀ ସମୟରେ ଆଇନକୁ ସମ୍ବିଧାନର ନବମ ଅନୁସୂଚୀରେ ସାମିଲ କରି ଏହାକୁ ଅଦାଲତୀ ହସ୍ତକ୍ଷେପରୁ ମୁକ୍ତ କରାଯିବ।

ମହିଳା ବିକାଶ ଯୋଜନା ଫେଲ୍‌: ଉତ୍ତରପ୍ରଦେଶରେ ଚାଲିଛି  ଝିଅ କିଣାବିକା

ମହିଳା ବିକାଶ ଯୋଜନା ଫେଲ୍‌: ଉତ୍ତରପ୍ରଦେଶରେ ଚାଲିଛି ଝିଅ କିଣାବିକା

ଲକ୍ଷ୍ନୌ,୧୩।୫ : ସରକାର ବିଭିନ୍ନ ମହିଳା ବିକାଶ ଯୋଜନା ଜାରି ରଖିଛନ୍ତି। ତେବେ ଜନସଚେତନତା ତଥା ପ୍ରଶାସନର ଅପାରଗତା ଯୋଗୁ ଏସବୁ ଫେଲ୍‌ ମାରୁଛି। ଉତ୍ତରପ୍ରଦେଶର ସାହରନପୁର, ଶାମଲି, ବାଗପତ୍‌, ମିରଟ, ଗାଜିଆବାଦ, ବୁଲନ୍ଦ ସହର, ବିଜନୈର, ହାପୁଡ଼୍‌, ମୁଜାଫରନଗର ଆଦି ଅଞ୍ଚଳରେ ଝିଅ କିଣାବିକା କରାଯାଉଛି। ଏସବୁ ଅଞ୍ଚଳରେ ଝିଅଙ୍କ ସଂଖ୍ୟା କମ୍‌ ରହିଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ, ବିହାର,ପଶ୍ଚିମବଙ୍ଗ, ଛତିଶଗଡ଼,ହିମାଚଳପ୍ରଦେଶ, ଉତ୍ତରଖଣ୍ଡ ଆଦି ରାଜ୍ୟରୁ ଗରିବ ଶ୍ରେଣୀର ଝିଅମାନଙ୍କୁ ବିକ୍ରି କରାଯାଉଛି।

୧୫ ହଜାର କୋଟି ଟଙ୍କା ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରକଳ୍ପକୁ ମିଳିଲା ସେନା ମଞ୍ଜୁରୀ

୧୫ ହଜାର କୋଟି ଟଙ୍କା ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରକଳ୍ପକୁ ମିଳିଲା ସେନା ମଞ୍ଜୁରୀ

ନୂଆଦିଲ୍ଲୀ,୧୩।୫ : ଦୀର୍ଘଦିନର ବିଚାର ବିମର୍ଷ ପରେ ଭାରତୀୟ ସେନା ୧୫ ହଜାର କୋଟି ଟଙ୍କା ଅସ୍ତ୍ରଶସ୍ତ୍ର ଉତ୍ପାଦନ ମେଗା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପରେ ୧୧ଟି ଘରୋଇ କମ୍ପାନୀକୁ ସାମିଲ୍‌ କରାଯାଇଛି। ଏହାର ତଦାରଖ ସେନାର ଉଚ୍ଚ କର୍ତ୍ତୃପକ୍ଷ ତଥା ପ୍ରତିରକ୍ଷା ବିଭାଗ ପକ୍ଷରୁ କରାଯିବ। ଆଗାମୀ ୧୦ ବର୍ଷ ପାଇଁ ଏହି ମେଗା ପ୍ରକଳ୍ପ କାର୍ଯ୍ୟ କରିବ।

୧୦ ବର୍ଷରେ ଛତିଶଗଡ଼ରେ ଆତ୍ମହତ୍ୟା କରିଛନ୍ତି ୧୧୫ ଯବାନ

୧୦ ବର୍ଷରେ ଛତିଶଗଡ଼ରେ ଆତ୍ମହତ୍ୟା କରିଛନ୍ତି ୧୧୫ ଯବାନ

ରାୟପୁର,୧୩।୫ : ଗତ ୧୦ ବର୍ଷ ମଧ୍ୟରେ ଛତିଶଗଡ଼ର ମାଓବାଦୀ ବିରୋଧୀ ଅପରେଶନରେ ନିୟୋଜିତ ଥିବା ୧୧୫ ଯବାନ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୭୬ ଜଣ ରାଜ୍ୟ ପୋଲିସ ବିଭାଗ କର୍ମଚାରୀ ଥିବାବେଳେ ୩୯ ଜଣ ଅର୍ଦ୍ଧସାମରୀକ କର୍ମଚାରୀ ଅଛନ୍ତି। ଧୀରେ ଧୀରେ ଯବାନଙ୍କ ଆତ୍ମହତ୍ୟା ସଂଖ୍ୟା ବଢୁଥିବା ରାଜ୍ୟ ପୋଲିସ ବିଭାଗ କହିଛି। ୨୦୦୭ଠାରୁ ୨୦୧୭ ଅକ୍ଟୋବର ମଧ୍ୟରେ ଯବାନମାନଙ୍କ ଆତ୍ମହତ୍ୟାର ଏକ ତାଲିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

୬୫ ଡ଼୍ୟାମ୍‌ରେ ଜଳ ଅଭାବ: ମଧ୍ୟପ୍ରଦେଶରେ ମରୁଡ଼ି ଆଶଙ୍କା

୬୫ ଡ଼୍ୟାମ୍‌ରେ ଜଳ ଅଭାବ: ମଧ୍ୟପ୍ରଦେଶରେ ମରୁଡ଼ି ଆଶଙ୍କା

ଭୋପାଳ,୧୩।୫ : ମଧ୍ୟପ୍ରଦେଶର ୧୬୪ଟି ଗୁରୁତ୍ୱପୂର୍ଣ୍ଣ ଜଳଭଣ୍ଡାର ମଧ୍ୟରୁ ୬୫ଟି ଡ଼୍ୟାମ୍‌ରେ ଜଳର ଅଭାବ ଦୃଷ୍ଟିଗୋଚର ହୋଇଛି। ଏହାଦ୍ୱାରା ରାଜ୍ୟରେ ମରୁଡ଼ି ପଡିବା ଆଶଙ୍କା ସୃଷ୍ଟି ହୋଇଛି। କମ୍‌ ଜଳଥିବା ଭଣ୍ଡାର ମଧ୍ୟରୁ ୩୯ଟିରେ ସାଧାରଣ ଜଳଧାରଣ କ୍ଷମତାଠାରୁ ୧୦ ପ୍ରତିଶତ ଜଳ ରହିଛି।

୩୭ ବର୍ଷରେ ପ୍ରଦାର୍ପଣ କଲେ ସନି ଲିଓନ

୩୭ ବର୍ଷରେ ପ୍ରଦାର୍ପଣ କଲେ ସନି ଲିଓନ

ବମ୍ବେ,୧୩।୫ : ରବିବାର ବଲିଉଡ୍‌ ନାୟିକା ସନି ଲିଓନ ୩୭ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୮୧ ମସିହା ମେ ୧୩ ତାରିଖରେ ସେ କାନାଡ଼ା ଓଣ୍ଟାରିଓ ସ୍ଥିତ ସାରର୍ନିଆଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କରନଜୀତ୍‌ କୌର ଭୋରା ଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ନାମକୁ ସନି ଲିଓନ ରଖିଥିଲେ।

ଦିଲ୍ଲୀ ଚିଡ଼ିଆଖାନାରେ ଖୋଲିଲା ସ୍ତନ୍ୟପାନ ପ୍ରକୋଷ୍ଠ

ଦିଲ୍ଲୀ ଚିଡ଼ିଆଖାନାରେ ଖୋଲିଲା ସ୍ତନ୍ୟପାନ ପ୍ରକୋଷ୍ଠ

ନୂଆଦିଲ୍ଲୀ,୧୩।୫ : ଦିଲ୍ଳୀର ଜାତୀୟ ପ୍ରାଣୀ ଉଦ୍ୟାନରେ ମାତୃ ଦିବସ ଅବସରରେ ରବିବାର ସ୍ତନ୍ୟପାନ ପ୍ରକୋଷ୍ଠ ଉଦ୍‌ଘାଟିତ ହୋଇଛି। ଏହାଦ୍ୱାରା ପର୍ଯ୍ୟଟକ ବିଶେଷ ଲାଭାନ୍ବିତ ହୋଇପାରିବେ। ପୂର୍ବରୁ ମହିଳାମାନେ ଛୋଟପିଲାଙ୍କୁ ବାହାରେ ବସି ସ୍ତନ୍ୟପାନ କରାଉଥିଲେ।

୧୩ ବର୍ଷର ନାବାଳକଙ୍କୁ ବିବାହ କଲେ ୨୩ ବର୍ଷ ବୟସ୍କା ମହିଳା

୧୩ ବର୍ଷର ନାବାଳକଙ୍କୁ ବିବାହ କଲେ ୨୩ ବର୍ଷ ବୟସ୍କା ମହିଳା

ହାଇଦ୍ରାବାଦ,୧୩।୫ : ଆନ୍ଧ୍ରପ୍ରଦେଶ କୁରନୁଲ ଉପ୍ପାରାହଲ ଗାଁରେ ଜଣେ ୧୩ ବର୍ଷ ନାବାଳକ ୨୩ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଛନ୍ତି। ଏହି ଘଟଣା ଗତ ଏପ୍ରିଲ୍‌ ୨୭ ତାରିଖରେ ଘଟିଛି। ଗାଁଲୋକମାନଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଥିଲା। ନାବାଳକଙ୍କ ମା’ ଲଗାତର ରୋଗୀଣା ରହୁଥିବାରୁ ତାଙ୍କ ନିର୍ଦ୍ଦେଶ ଅନୁସାରେ ଏହା କରାଯାଇଥିଲା। ତାଙ୍କ ସ୍ବାମୀ ଜଣେ ମଦ୍ୟପ।

ମା’ ପ୍ରତି ଅବିଚାର: ପୁଅ ପାଇଁ ମା’ ଆଜି ଅଲୋଡ଼ା

ମା’ ପ୍ରତି ଅବିଚାର: ପୁଅ ପାଇଁ ମା’ ଆଜି ଅଲୋଡ଼ା

ଗୁରୁଗ୍ରାମ,୧୩।୫ : ମା’ ଜନ୍ମଦାତ୍ରୀ। ମା’ ମୋକ୍ଷଦାତ୍ରୀ। କିନ୍ତୁ ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ଭୋଗୀ ଜନ୍ମଦେଇଥିବା ଜନ୍ମଦାତ୍ରୀଙ୍କୁ ଅନେକ ସମୟରେ ଚକମକ ଦୁନିଆର ଲୋଭନୀୟ ଫାଶରେ ପଡ଼ି ସନ୍ତାନମାନେ ଭୁଲି ଯାଆନ୍ତି। ସେହିଭଳି ଏକ ଘଟଣା ନୂଆଦିଲ୍ଲୀ ମହିପାଳପୁରରେ ଘଟିଛି। ଏଠାରେ ବାସ କରୁଥିବା ୭୨ ବର୍ଷ ବୟସ୍କା ନିର୍ମଳା ନାମକ ଜନୈକ ବୃଦ୍ଧାଙ୍କୁ ତାଙ୍କ ପୁଅ ମାଡ଼ମାରି ଘରୁ ତଡ଼ିଦେବା ପରେ ଏବେ ସେ ହରିୟାଣା ଗୁରୁଗ୍ରାମ ସେକ୍ଟର-୪ ସ୍ଥିତ ବୃଦ୍ଧାଶ୍ରମରେ ରହିଛନ୍ତି ।

ଖାଇକୁ ଖସିଲା ବସ: ୬ ମୃତ

ଖାଇକୁ ଖସିଲା ବସ: ୬ ମୃତ

ଶିମଲା,୧୩।୫ : ହିମାଚଳପ୍ରଦେଶ ଶିମଲା ସିରମୌର ଜିଲା ସନୋରାଠାରେ ଏକ ଅଘଟଣ ଘଟିଛି। ଏଠାରେ ତୀଖ ଖାଇକୁ ଏକ ଯାତ୍ରୀବାହୀ ବସ ଖସି ପଡିଛି। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ପୋଲିସ କହିଛି।

ବୃଦ୍ଧ ମାତାପିତାଙ୍କୁ ଅବହେଳା କଲେ ୬ ମାସ ଜେଲ

ବୃଦ୍ଧ ମାତାପିତାଙ୍କୁ ଅବହେଳା କଲେ ୬ ମାସ ଜେଲ

ନୂଆଦିଲ୍ଲୀ,୧୩।୫(ପି.ଟି.)-ବୟସ୍କ ମାତାପିତାଙ୍କୁ ଗାଳିଗୁଲଜ କରିବା ଏବଂ ଅନେକ କ୍ଷେତ୍ରରେ ସେମାନଙ୍କୁ ଘରୁ ବାହାର କରିଦେବା ଭଳି ଘଟଣା ସମାଜରେ ଘଟୁଛି। ଫଳରେ ବୟସର ଅପରାହ୍ନରେ ଏହି ମାତାପିତାମାନେ ବେସାହାରା ହୋଇ ଯାଉଛନ୍ତି। ବୃଦ୍ଧ ମାତାପିତାମାନଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ସନ୍ତାନମାନଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।

କର୍ନାଟକରେ ଝୁଲା ଆକଳନ

କର୍ନାଟକରେ ଝୁଲା ଆକଳନ

ନୂଆଦିଲ୍ଲୀ, ୧୩।୫(ପି.ଟି.)- କର୍ନାଟକରେ ଏଥର କିଏ ଗଢ଼ିବ ସରକାର, ସେନେଇ ସର୍ଭେ ସଂସ୍ଥାଗୁଡ଼ିକ ସ୍ପଷ୍ଟ ଆକଳନ କରିପାରିନାହାନ୍ତି। ଶନିବାର ରାଜ୍ୟର ୨୨୪ ବିଧାନସଭା ଆସନ ମଧ୍ୟରୁ ୨୨୨ ଆସନରେ ଭୋଟଗ୍ରହଣ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କୁ ନେଇ କରାଯାଇଥିବା ସର୍ଭେ (ଏକ୍‌ଜିଟ୍‌ ପୋଲ୍‌)ରେ ଅଧିକାଂଶ ସଂସ୍ଥା ପ୍ରମୁଖ ଦଳଗୁଡ଼ିକୁ ଭିନ୍ନ ଭିନ୍ନ ସଂଖ୍ୟା ଦେଇଛନ୍ତି।

କର୍ନାଟକ ନିର୍ବାଚନ: ଭୋଟ ଗ୍ରହଣ ଜାରି

କର୍ନାଟକ ନିର୍ବାଚନ: ଭୋଟ ଗ୍ରହଣ ଜାରି

ବାଙ୍ଗାଲୋର,୧୨।୫: କର୍ନାଟକ ବିଧାନସଭା ନିର୍ବାଚନ ଶନିବାର ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୫୬ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ରାଜନାଥଙ୍କ ଛତିଶଗଡ଼ ଗସ୍ତ: ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ

ରାଜନାଥଙ୍କ ଛତିଶଗଡ଼ ଗସ୍ତ: ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ

ଜଗଦଲପୁର,୧୨।୫: ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଶନିବାର ଛତିଶଗଡ଼ର ଜଗଦଲପୁର ସହରରେ ପହଞ୍ଚିଛନ୍ତି। ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବାକୁ ସେ ଛତିଶଗଡ଼ ଗସ୍ତ କରିଥିବା ଜଣାପଡ଼ିଛି।

ଭାରତ-ନେପାଳ ବସ୍‌ ସେବା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ: ଆଦିତ୍ୟନାଥ

ଭାରତ-ନେପାଳ ବସ୍‌ ସେବା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ: ଆଦିତ୍ୟନାଥ

ଅଯୋଧ୍ୟା,୧୨।୫: ଭାରତ-ନେପାଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବସ୍‌ ସେବା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବ। ଉକ୍ତ ବସ୍‌ ସେବାକୁ ସ୍ବାଗତ କରିବା ଅବସରରେ ଶନିବାର ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି।

ଦିଲ୍ଲୀରେ ମୋଦିଙ୍କ ‘ଦ ଲାଇ ଲାମା’ ପୋଷ୍ଟର, ଅଭିଯୋଗ କରିବ ଭାଜପା

ଦିଲ୍ଲୀରେ ମୋଦିଙ୍କ ‘ଦ ଲାଇ ଲାମା’ ପୋଷ୍ଟର, ଅଭିଯୋଗ କରିବ ଭାଜପା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରଟିରେ ମୋଦିଙ୍କୁ ‘ଦ ଲାଇ ଲାମା’ ବା ‘ମିଛର ମୁଖିଆ’ ବୋଲି କୁହାଯାଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆରେ ଏହାକୁ ସେୟାର କରାଯାଉଥିବା ଦେଖାଯାଉଛି।

ଔରଙ୍ଗାବାଦରେ ୧୪୪ଧାରା ଜାରି, ଇଣ୍ଟରନେଟ୍‌ ସେବା ବନ୍ଦ

ଔରଙ୍ଗାବାଦରେ ୧୪୪ଧାରା ଜାରି, ଇଣ୍ଟରନେଟ୍‌ ସେବା ବନ୍ଦ

ଔରଙ୍ଗାବାଦ,୧୨।୫: ମହାରାଷ୍ଟ୍ର ଔରଙ୍ଗାବାଦରେ ଗୋଷ୍ଠୀ ସଂଘର୍ଷ ପରେ ଶନିବାର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ୧୪୪ ଧାରା ଜାରି କରାଯିବା ସହ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।

ପୁଲଓ୍ବାମା ଏନ୍‌କାଉଣ୍ଟର: ଆଖି ବୁଜିଲେ ଆହତ ଯବାନ

ପୁଲଓ୍ବାମା ଏନ୍‌କାଉଣ୍ଟର: ଆଖି ବୁଜିଲେ ଆହତ ଯବାନ

ପୁଲଓ୍ବାମା,୧୨।୫: ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ସମୟରେ ଆହତ ହୋଇଥିବା ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ଶନିବାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ପୁଲଓ୍ବାମାସ୍ଥିତ ଓ୍ବାରପରାଠାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେଉଥିବା ସମୟରେ ସେ ଗୁରୁତର ହୋଇଥିଲେ।

ଅଷ୍ଟମ ଶ୍ରେଣୀ ପିଲା ପଢ଼ିବେ: ବାଲ୍‌ ଗଙ୍ଗାଧର ତିଲକ ଆତଙ୍କବାଦର ଜନକ

ଅଷ୍ଟମ ଶ୍ରେଣୀ ପିଲା ପଢ଼ିବେ: ବାଲ୍‌ ଗଙ୍ଗାଧର ତିଲକ ଆତଙ୍କବାଦର ଜନକ

ଆଜମେର,୧୨।୫: ରାଜସ୍ଥାନ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ବୀକୃତି ପ୍ରାପ୍ତ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ମହାନ ସ୍ବାଧୀନତା ସଂଗ୍ରାମୀ ବାଲ୍‌ ଗଙ୍ଗାଧର ତିଲକଙ୍କୁ ଆତଙ୍କବାଦର ଜନକ ବୋଲି ପଢ଼ିବେ।

କର୍ନାଟକ ବିଧାନସଭା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୦.୬ ପ୍ରତିଶତ ଭୋଟ ଗ୍ରହଣ

କର୍ନାଟକ ବିଧାନସଭା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୦.୬ ପ୍ରତିଶତ ଭୋଟ ଗ୍ରହଣ

ବାଙ୍ଗାଲୋର,୧୨।୫: କର୍ନାଟକ ବିଧାନସଭା ନିର୍ବାଚନ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୯ଟା ସୁଦ୍ଧା ୧୦.୬ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି।

ଅପରେଶନ ପ୍ରହାର: ୪ ମାସରେ ୧୦୩ ମାଓବାଦୀ ନିହତ

ଅପରେଶନ ପ୍ରହାର: ୪ ମାସରେ ୧୦୩ ମାଓବାଦୀ ନିହତ

ନୂଆଦିଲ୍ଲୀ,୧୧।୫ : ଦେଶର ମାଓବାଦୀ ପ୍ରବଣ ଅଞ୍ଚଳରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଅପରେଶନ ପ୍ରହାର କାର୍ଯ୍ୟକ୍ରମ ଜାରି ରହିଛି। ଗତ ୪ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସମ୍ପନ୍ନ ହୋଇଥିବା ସର୍ଚ୍ଚ ଅପରେଶନରେ ୧୦୩ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ସମୟ ମଧ୍ୟରେ ୨୫ ଜଣ ଯବାନ ଶହୀଦ୍‌ ହୋଇଥିବାବେଳେ ୫୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

ନିଜକୁ ଗୁଳି କଲେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ

ନିଜକୁ ଗୁଳି କଲେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ

ବମ୍ବେ,୧୧।୫ : ବମ୍ବେ ପୋଲିସର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍‌ ଅଧିକାରୀ ହିମାଶୁଂ ରାୟ ଶୁକ୍ରବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାସଭବନରେ ଦିନ ପ୍ରାୟ ୧ଟା ୪୦ରେ ସେ ଆତ୍ମହତ୍ୟା କରିଛନ୍ତି। ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିଛି।