ଜାତୀୟ

ସାମାଜିକ ଗଣମାଧ୍ୟମରେ ଆତଙ୍କବାଦୀଙ୍କ ସାଧାରଣ ଲୋକଙ୍କୁ ହତ୍ୟା ଭିଡିଓ

ସାମାଜିକ ଗଣମାଧ୍ୟମରେ ଆତଙ୍କବାଦୀଙ୍କ ସାଧାରଣ ଲୋକଙ୍କୁ ହତ୍ୟା ଭିଡିଓ

ଶ୍ରୀନଗର,୧୯।୧୧(ପିଟିଆଇ)- ଆତଙ୍କବାଦୀମାନେ ନିର୍ଦ୍ଦୋଷ ସାଧାରଣ ଲୋକଙ୍କ ହତ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡୁଥିବାରୁ ଜାମ୍ମୁ କାଶ୍ମୀର ପୋଲିସ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି।

ମହିଳା ଚାଷୀଙ୍କୁ କେଉଁଠି ଶୋଇଥିଲ କହି ବିବାଦରେ କୁମାରସ୍ବାମୀ

ମହିଳା ଚାଷୀଙ୍କୁ କେଉଁଠି ଶୋଇଥିଲ କହି ବିବାଦରେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୧୧(ପିଟିଆଇ)- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଜଣେ ମହିଳା କୃଷକଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସୁପ୍ରିମକୋର୍ଟ ଗଲେ ସିବିଆଇର ଆଉ ଜଣେ ଅଧକାରୀ

ସୁପ୍ରିମକୋର୍ଟ ଗଲେ ସିବିଆଇର ଆଉ ଜଣେ ଅଧକାରୀ

ନୂଆଦିଲ୍ଲୀ, ୧୯।୧୧: ଦେଶର ସର୍ବୋଚ୍ଚ ଯାଞ୍ଚ ଏଜେନ୍ସି ସିବିଆଇରେ ଚାଲିଥିବା ଅନ୍ତଃକନ୍ଦଳ ଦିନକୁଦିନ ତୀବ୍ର ହେବାରେ ଲାଗିଛି।

ସ୍ତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରି ସ୍ବାମୀ ଗିରଫ

ସ୍ତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରି ସ୍ବାମୀ ଗିରଫ

ନୂଆଦିଲ୍ଲୀ,୧୯।୧୧: ସ୍ତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ଼ିଂ କରିବା ଅଭିଯୋଗରେ ନୋଏଡ଼ା ପୋଲିସ ସେକ୍ଟର ୨୭ରୁ ଜଣେ ଯୁବକଙ୍କୁ ଗିରଫ କରିଛି।

ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ପଛରେ ପକାଇଲା କୋଲକତା

ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ପଛରେ ପକାଇଲା କୋଲକତା

ନୂଆଦିଲ୍ଲୀ,୧୯।୧୧: ବାୟୁ ପ୍ରଦୂଷଣରେ ଦେଶରେ ରାଜଧାନୀ ଦିଲ୍ଲୀ ଆଗରେ ରହିଛି। ତେବେ ଗତ ୭୨ ଘଣ୍ଟା ମଧ୍ୟରେ କୋଲକତା ମେଟ୍ରୋର ବାୟୂ ପ୍ରଦୂଷଣ ହାର ଦିଲ୍ଲୀକୁ ପଛରେ ପକାଇ ଦେଇଛି।

ସୁରକ୍ଷାବଳଙ୍କୁ ସଫଳତା: ୨ ମାଓବାଦୀ ନିହତ

ସୁରକ୍ଷାବଳଙ୍କୁ ସଫଳତା: ୨ ମାଓବାଦୀ ନିହତ

ମୁମ୍ବାଇ,୧୯।୧୧:  ମହାରାଷ୍ଟ୍ରରେ ମାଓ ଦମନ କାର୍ଯ୍ୟରେ ନିୟୋଜିତ ସୁରକ୍ଷାବଳଙ୍କୁ ମିଳିଛି ବଡ଼ ସଫଳତା। ଗଡ଼ଚିରୋଲି ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ୨ ମାଓବାଦୀ ନିହତ ହୋଇଛନ୍ତି। 

ଭିଡ଼ିଓ କନଫରେନ୍ସିରେ କୋର୍ଟରେ ହାଜର ହେବେ ଲାଲୁ

ଭିଡ଼ିଓ କନଫରେନ୍ସିରେ କୋର୍ଟରେ ହାଜର ହେବେ ଲାଲୁ

ନୂଆଦିଲ୍ଲୀ,୧୯।୧୧: ଶାରୀରିକ ଅସୁସ୍ଥତା ଯୋଗୁ  ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଡିସେମ୍ବର ୨୦ରେ ଭିଡ଼ିଓ କନଫରେନ୍ସିରେ କୋର୍ଟରେ ହାଜର ହେବେ। ଏନେଇ ଦିଲ୍ଲୀର ଏକ କୋର୍ଟ ସୋମବାର ସୂଚନା ଦେଇଛନ୍ତି।

ଛତିଶଗଡ଼ ନିର୍ବାଚନ: ୭୨ ବିଧାନସଭା ଆସନ ପାଇଁ ମଙ୍ଗଳବାର ମତଦାନ

ଛତିଶଗଡ଼ ନିର୍ବାଚନ: ୭୨ ବିଧାନସଭା ଆସନ ପାଇଁ ମଙ୍ଗଳବାର ମତଦାନ

ରାୟପୁର,୧୯।୧୧:  ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ୭୨ ଆସନ ପାଇଁ ମତଦାନ କରାଯିବ। 

ସୁରକ୍ଷା କାରଣରୁ ଶାହଙ୍କ ରୋଡ୍‌ ଶୋ’ ବାତିଲ

ସୁରକ୍ଷା କାରଣରୁ ଶାହଙ୍କ ରୋଡ୍‌ ଶୋ’ ବାତିଲ

ଭୋପାଳ,୧୯।୧୧: ମଧ୍ୟପ୍ରଦେଶରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା କାରଣରୁ ଏହାକୁ ବାତିଲ କରାଯାଇଛି।

ଲୌହ ମାନବୀଙ୍କ ୧୦୧ ତମ ଜନ୍ମ ବାର୍ଷିକୀ: ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି

ଲୌହ ମାନବୀଙ୍କ ୧୦୧ ତମ ଜନ୍ମ ବାର୍ଷିକୀ: ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଲୌହ ମାନବୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୧ ତମ ଜନ୍ମ ବାର୍ଷିକୀ ଅବସରରେ ଶକ୍ତିସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। 

ଭିନ୍ନତାରେ ଏକତା: ଭାରତ ସାଜିଛି ପୃଥିବୀ ପାଇଁ ଉଦାହରଣ

ଭିନ୍ନତାରେ ଏକତା: ଭାରତ ସାଜିଛି ପୃଥିବୀ ପାଇଁ ଉଦାହରଣ

ନୂଆଦିଲ୍ଲୀ,୧୯।୧୧: ଭିନ୍ନତାରେ ରହିଛି ଭାରତବାସୀଙ୍କ ମଧ୍ୟରେ ଏକତା। ଏହା ପୃଥିବୀ ପାଇଁ ପାଲଟିଛି ଏକ ଉଦାହରଣ। ଭିନ୍ନ ପରିବେଶ, ଭୌଗୋଳିକ ସ୍ଥିତି, ସଂସ୍କୃତି, ପରମ୍ପରା, ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଭାଷା, ଖାଦ୍ୟ, ପୋଷାକ ଆଦି ଭାରତୀୟ ଉପମହାଦେଶରେ ହୋଇଥାଏ ଦୃଷ୍ଟିଗୋଚର।

ଫୁଟ୍‌ପାଥ୍‌ରେ ଶୋଇଥିବା ଦେଢବର୍ଷର ଶିଶୁକନ୍ୟା ସହ ବଳାତ୍କାର

ଫୁଟ୍‌ପାଥ୍‌ରେ ଶୋଇଥିବା ଦେଢବର୍ଷର ଶିଶୁକନ୍ୟା ସହ ବଳାତ୍କାର

ନୂଆଦିଲ୍ଲୀ, ୧୯।୧୧: ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି। ଫୁଟ୍‌ପାଥ୍‌ରେ ମା’ ସହ ଶୋଇଥିବା ଦେଢବର୍ଷ ଶିଶୁକନ୍ୟାକୁ ଉଠାଇ ନେଇ ବଳାତ୍କାର କରିଛନ୍ତି ଜଣେ ଯୁବକ।

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୧୧: ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ଯୋଗୁ ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି। ସେଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍‌ ଇକୋନୋମିକ୍ସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଯମୁନା ନିର୍ମଳ ଅଭିଯାନ

ଯମୁନା ନିର୍ମଳ ଅଭିଯାନ

ଆଗ୍ରା,୧୯ା୧୧: ଯମୁନାରୁ ଅଳିଆ ଆବର୍ଜନା ଏବଂ ବିସର୍ଜିତ ହେଉଥିବା ମୂର୍ତ୍ତି  ଅପସାରଣ ପାଇଁ ରବିବାର ଶହଶହ ସ୍ବେଚ୍ଛାସେବୀ ଏବଂ ନଦୀ ବଞ୍ଚାଅ କର୍ମୀମାନେ ଏକ ଅଭିଯାନ ଆରମ୍ଭ କରିଥିଲେ।

ପ୍ରାର୍ଥନା, ନମାଜ ପାଠ ଯୋଗୁ ସମସ୍ୟାରେ ପର୍ଯ୍ୟଟକ

ପ୍ରାର୍ଥନା, ନମାଜ ପାଠ ଯୋଗୁ ସମସ୍ୟାରେ ପର୍ଯ୍ୟଟକ

ଆଗ୍ରା, ୧୯।୧୧: ସପ୍ତଦଶ ଶତାବ୍ଦୀର ସ୍ମାରକୀସ୍ଥଳ ତାଜମହଲ ପରିସରରେ ‘ପୂଜା-ଆରତି’ ଏବଂ ‘ନମାଜ’ ପାଠ କରାଯାଉଥିବାରୁ ପର୍ଯ୍ୟଟକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଫେସ୍‌ବୁକ୍‌ରେ ଜେହାଦ

ଫେସ୍‌ବୁକ୍‌ରେ ଜେହାଦ

ଶ୍ରୀନଗର,୧୯ା୧୧(ପି.ଟି.):ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ଥିବା ଓ ଏଥିରେ ପୁରୁଷମାନେ ସାମିଲ ଥିବା ସମ୍ପର୍କରେ ସମସ୍ତଙ୍କୁ ଜଣା। ହେଲେ ଉପତ୍ୟକାର ଜଣେ ମହିଳା ଆତଙ୍କବାଦୀ ସାଜିଥିବା ନେଇ ପ୍ରଥମଥର  ସାମ୍ନାକୁ ଆସିଛି। ଫେସ୍‌ବୁକ୍‌ ଜରିଆରେ କଶ୍ମୀରୀ ଯୁବକଙ୍କୁ ଜେହାଦ ପ୍ରତି ଆକର୍ଷିତ କରୁଥିବା ଅଭିଯୋଗରେ ଶାଜିଆ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ପାଇଁ କାମ କରୁଥିଲେ ବୋଲି ରବିବାର ଜମ୍ମୁ-କଶ୍ମୀର ପୋଲିସ କହିଛି। 

‘ସୋନିଆଙ୍କ ପାଇଁ ସୀତାରାମଙ୍କୁ ରାସ୍ତାକୁ ଫିଙ୍ଗିଦେଇଥିଲା କଂଗ୍ରେସ’

‘ସୋନିଆଙ୍କ ପାଇଁ ସୀତାରାମଙ୍କୁ ରାସ୍ତାକୁ ଫିଙ୍ଗିଦେଇଥିଲା କଂଗ୍ରେସ’

ମହାସମୁନ୍ଦ,୯ା୧୧(ପି.ଟି.):କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୀତାରାମ କେଶରୀ ଜଣେ ଦଳିତ ତଥା ନିଷ୍ପେଷିତ ବର୍ଗର ନେତା ଥିଲେ। ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଲାଗି ପଥ ପରିଷ୍କାର କରିବା ପାଇଁ କଂଗ୍ରେସ ସୀତାରାମଙ୍କୁ ତାଙ୍କର ଅବଧି ଶେଷ ହେବା ଯାଏ କାମ କରିବାକୁ ଦେଇ ନ ଥିଲା। କଂଗ୍ରେସ ଏହି ଦଳିତ ନେତାଙ୍କୁ ରାସ୍ତାକୁ ଫିଙ୍ଗିଦେଇଥିଲା। ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସକୁ ଏଭଳି ସମାଲୋଚନା କରିଛନ୍ତି। 

ଏନଆଇଟି-କର୍ଣ୍ଣାଟକ ଛାତ୍ରଙ୍କ ଆତ୍ମହତ୍ୟା

ଏନଆଇଟି-କର୍ଣ୍ଣାଟକ ଛାତ୍ରଙ୍କ ଆତ୍ମହତ୍ୟା

ମାଙ୍ଗାଲୁରୁ,୧୮।୧୧(ପିଟିଆଇ)- ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜୀ (କର୍ଣ୍ଣାଟକ)ର ଜଣେ ଛାତ୍ର ତାଙ୍କ ବିଭାଗୀୟ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ଛାତ୍ର ଜଣକ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ନିରଙ୍କରୀ ଭବନ ଗ୍ରେନେଡ ମାଡ ଘଟଣା: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ନିନ୍ଦା

ନିରଙ୍କରୀ ଭବନ ଗ୍ରେନେଡ ମାଡ ଘଟଣା: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ନିନ୍ଦା

ଅମୃତସର,୧୮।୧୧(ଏଏନଆଇ)- ପଞ୍ଜାବ ଅମୃତସର ସ୍ଥିତ ସନ୍ଥ ନିରଙ୍କରୀ ଭବନରେ ହୋଇଥିବା ଗ୍ରେନେଡ ଆକ୍ରମଣକୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ କଡା ନିନ୍ଦା କରିଛନ୍ତି। ଏଭଳି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଞ୍ଜାବର ଶାନ୍ତିଭଙ୍ଗ କରିବା। ଆମର ସମସ୍ତ ସୁରକ୍ଷା ସଂସ୍ଥା ସତର୍କ ରହିବେ ଆଉ ପ୍ରଦେଶରେ ଶାନ୍ତି ବଜାୟ ରଖିବା ଲାଗି ଆମକୁ ସହଯୋଗ କରିବେ ବୋଲି ସେ କହିଛନ୍ତି। ଜାଖଡ ମୃତକ ପରିବାରଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। 

ଚର୍ଚ୍ଚାରେ ହାଇଦ୍ରାବାଦ ଟ୍ରାଫିକ ପୋଲିସ

ଚର୍ଚ୍ଚାରେ ହାଇଦ୍ରାବାଦ ଟ୍ରାଫିକ ପୋଲିସ

ହାଇଦ୍ରାବାଦ,୧୮।୧୧(ପିଟିଆଇ)- ହାଇଦ୍ରାବାଦ ଟ୍ରାଫିକ ପୋଲିସକୁ ସାମାଜିକ ଗଣମାଧ୍ୟମରେ ପ୍ରଚୁର ପ୍ରଶଂସା ମିଳୁଛି। କ’ଣ ପାଇଁ ଜାଣନ୍ତୁ। ହାଇଦ୍ରାବାଦ ଟ୍ରାଫିକ ପୋଲିସ ନିଜ ବିଭାଗର ଅତିରିକ୍ତ ପୋଲିସ କମିଶନରଙ୍କ ଗାଡିର ଚାଲାଣ କାଟି ଦେଇଛି। କୁହାଯାଉଛି ଯେ ଅତିରିକ୍ତ ପୋଲିସ କମିଶନର ଅନୀଲ କୁମାରଙ୍କ କାର ନୋ ପାର୍କିଂ ଜୋନରେ ରହିଥିଲା। ଏହା ଦେଖି ଟ୍ରାଫିକ ପୋଲିସ ତାଙ୍କ ଗାଡିର ୨୩୫ ଟଙ୍କାର ଚାଲାଣ କାଟି ଦେଇଥିଲା। 

ମିଜୋରାମ ବିଧାନସଭା ନିର୍ବାଚନରେ ଲଢିବେ ୧୫ ମହିଳା ପ୍ରାର୍ଥୀ

ମିଜୋରାମ ବିଧାନସଭା ନିର୍ବାଚନରେ ଲଢିବେ ୧୫ ମହିଳା ପ୍ରାର୍ଥୀ

ଆଇଜଲ,୧୮।୧୧: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୨ଶହ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ଏଥିରେ ଅଛନ୍ତି ମାତ୍ର ୧୫ ଜଣ ମହିଳା ପ୍ରାର୍ଥୀ। ଯଦିଓ ଏଠାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହେଲେ ରାଜନୀତିକୁ ଆସିବାକୁ ଚାହାଁନ୍ତିନି ଅଧିକାଂଶ ମହିଳା।

ଟ୍ରାକ୍‌  ଉପରେ ଦୌଡିଲା ଇଞ୍ଜିନ ଲେସ୍‌ ଟ୍ରେନ୍‌

ଟ୍ରାକ୍‌ ଉପରେ ଦୌଡିଲା ଇଞ୍ଜିନ ଲେସ୍‌ ଟ୍ରେନ୍‌

ମୋରଦାବାଦ,୧୮।୧୧: ସଫଳତାର ସହ ଟ୍ରାକ୍‌ ଉପରେ ଦୌଡିଛି ଦେଶର ପ୍ରଥମ ଇଞ୍ଜିନ ଲେସ୍‌ ଟ୍ରେନ୍‌ ‘ଟ୍ରେନ୍‌ ୧୮’ । ରବିବାର ସକାଳେ ଏହା ମୋରଦାବାଦ-ରାମପୁର ସେକ୍ସନରେ ପରୀକ୍ଷା କରାଯାଇଥିଲା। 

ଖାଲକୁ ଖସିଲା ବସ୍‌

ଖାଲକୁ ଖସିଲା ବସ୍‌

ରିଷିକେଶ,୧୮।୧୧: ଉତ୍ତରାଖଣ୍ଡରେ ରବିବାର ପାହାଡ ତଳକୁ ଏକ ଖାଲ ମଧ୍ୟକୁ ଖସି ପଡିଛି ଯାତ୍ରୀବାହି ବସ୍‌। ଉତ୍ତରକାଶୀ-ଜମୁନୋତ୍ରୀ ହାଇଓ୍ବେରେ ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ରାଜସ୍ଥାନ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ରାଜସ୍ଥାନ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଜୟପୁର,୧୮।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୮ ଜଣଙ୍କ ନାଁ ରହିଛି। ଏହି ୧୮ଟି ଆସନ ପରେ ଲୋକ ତାନ୍ତ୍ରିକ ଜନତା ଦଳ ଓ ରାଷ୍ଟ୍ରୀୟ ଲୋକଦଳ ୨ଟି ଲେଖାଁ ଆସନରେ ନିର୍ବାଚନ ଲଢୁଥିବା