ଜାତୀୟ

ଶାବନା ହେଲା କାଳ: ଆତ୍ମହତ୍ୟା କଲେ ଯୁବତୀ

ଶାବନା ହେଲା କାଳ: ଆତ୍ମହତ୍ୟା କଲେ ଯୁବତୀ

ରାଞ୍ଚି, ୧୧।୩: ଗୋରା, କଳା ବା ଶାବନା ରଙ୍ଗ ହେବା ମଣିଷର ନିଜ ହାତରେ ନ ଥାଏ। ବେଳେବେଳେ ଶାବନା ହେବା ମଣିଷକୁ ବ୍ରିବତ ଓ ଧୈର୍ଯ୍ୟହରା କରାଇବା ସହ ମୃତ୍ୟୁମୁଖକୁ ଠେଲି ଦେଇଥାଏ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡ ଦୁମ୍‌କାର ଶିବ ପାହାଡି ଅଞ୍ଚଳରେ।

ଜୈଶର ନୂଆ ପ୍ଲାନ୍‌: ସ୍ଥାନୀୟ ଆତଙ୍କବାଦୀଙ୍କୁ ଦିଆଯାଉଛି ବମ୍‌ ତିଆରି ତାଲିମ୍‌

ଜୈଶର ନୂଆ ପ୍ଲାନ୍‌: ସ୍ଥାନୀୟ ଆତଙ୍କବାଦୀଙ୍କୁ ଦିଆଯାଉଛି ବମ୍‌ ତିଆରି ତାଲିମ୍‌

ଶ୍ରୀନଗର,୧୧।୩ : ପୁଲଓ୍ବାମା ଆକ୍ରମଣ ପରେ ସୁରକ୍ଷା ଏଜେନ୍ସି ଅଧିକ ଆଲର୍ଟ ରହିଥିବା ବେଳେ ଜୈଶ-ଇ ମହମ୍ମଦର ଆତଙ୍କବାଦୀ ସଙ୍ଗଠନ  ଜମ୍ମୁକଶ୍ମୀରରେ ସକ୍ରିୟ ଥିବା ଜଣାପଡିଛି।  ଜୈଶ ପୁଣିଥରେ କଶ୍ମୀର ଉପରେ ବଡ ଆକ୍ରମଣ କରିବାକୁ  ଯୋଜନା କରୁଥିବା ଗୁଇନ୍ଦା ବିଭାଗରୁ ଜଣାପଡିଛି। 

ମହଙ୍ଗା ପଡିଲା ପାଖରେ ବନ୍ଧୁକ ରଖିବା: ହରାଇବାକୁ ପଡ଼ିଲା ଯୁବକଙ୍କୁ ଗୁପ୍ତାଙ୍ଗ

ମହଙ୍ଗା ପଡିଲା ପାଖରେ ବନ୍ଧୁକ ରଖିବା: ହରାଇବାକୁ ପଡ଼ିଲା ଯୁବକଙ୍କୁ ଗୁପ୍ତାଙ୍ଗ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ଗ୍ରେଟର ନୋଏଡାର ଇକୋଟେକ୍‌-୩ କୋତବାଲି କ୍ଷେତ୍ରରେ ଅଭାବନୀୟ ଘଟଣା ଘଟିଛି। ବନ୍ଧୁଙ୍କ ବିବାହରେ ଯୁବକଙ୍କୁ ସାଙ୍ଗରେ ବନ୍ଧୁକ ନେବା ପଡିଲା ମହଙ୍ଗା।ଯୁବକଙ୍କୁ ହରାଇବାକୁ ପଡ଼ିଲା ନିଜର ଗୁପ୍ତାଙ୍ଗ। 

ଥରିଲା ଆଣ୍ଡାମାନ

ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର,୧୧।୩ : ଆଣ୍ଡାମାନ ନିକୋବରରେ ସୋମବାର ଭୋର୍‌ ୬ଟା ୪୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। 

ଲୋକଲଜ୍ଜା ଭୟ: ୟୁଟ୍ୟୁବ୍‌ ଦେଖି ପ୍ରସବ କରୁଥିବା ଅବିବାହିତା ଯୁବତୀଙ୍କ ମୃତ୍ୟୁ

ଲୋକଲଜ୍ଜା ଭୟ: ୟୁଟ୍ୟୁବ୍‌ ଦେଖି ପ୍ରସବ କରୁଥିବା ଅବିବାହିତା ଯୁବତୀଙ୍କ ମୃତ୍ୟୁ

ଗୋରଖପୁର, ୧୧।୩: ଲୋକଲଜ୍ଜା ଭୟରେ ଘରେ ୟୁଟ୍ୟୁବ୍‌ ଦେଖି ପ୍ରସବ କରୁଥିବା ଜଣେ ଅବିବାହିତା ଯୁବତୀଙ୍କର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ଗୋରଖପୁରରେ ଘଟିଛି ଏହି ଅଭାବନୀୟ ଘଟଣା।

୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ: ବାଜିଲା ରଣ ଦୁନ୍ଦୁଭି

୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ: ବାଜିଲା ରଣ ଦୁନ୍ଦୁଭି

ନୂଆଦିଲ୍ଲୀ,୧୧।୩ (ପି.ଟି./ଆଇଏଏନ୍‌ଏସ୍‌): ସପ୍ତଦଶ ସାଧାରଣ ନିର୍ବାଚନ ପାଇଁ ରବିବାର ନିର୍ବାଚନ କମିଶନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। 

୧୭ତମ ଲୋକସଭା: ଏନ୍‌ଡିଏ-ୟୁପିଏ-ତୃତୀୟ ସାମୁଖ୍ୟ କିଏ ହାତେଇବ କ୍ଷମତା? ଆଞ୍ଚଳିକ ଦଳ ହେବେ କିଙ୍ଗ୍‌ ମେକର

୧୭ତମ ଲୋକସଭା: ଏନ୍‌ଡିଏ-ୟୁପିଏ-ତୃତୀୟ ସାମୁଖ୍ୟ କିଏ ହାତେଇବ କ୍ଷମତା? ଆଞ୍ଚଳିକ ଦଳ ହେବେ କିଙ୍ଗ୍‌ ମେକର

ନୂଆଦିଲ୍ଲୀ,୧୧।୩: ଆଗକୁ ୧୭ତମ ଲୋକସଭା ନିର୍ବାଚନ। ଏଥର ଏନ୍‌ଡିଏ, ୟୁପିଏ ତଥା ତୃତୀୟ ସାମ୍ମୁଖ୍ୟ କିଏ କ୍ଷମତା ହାତେଇବ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କେହି ନିରଙ୍କୂଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବେ ନାହିଁ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ।

ସୋସିଆଲ ମିଡିଆ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ବ୍ୟୟରେ ସାମିଲ ହେବ

ସୋସିଆଲ ମିଡିଆ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ବ୍ୟୟରେ ସାମିଲ ହେବ

ନୂଆଦିଲ୍ଲୀ,୧୧ା୩ :ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ଲାଗି ସୋସିଆଲ ମିଡିଆ ଗାଇଡଲାଇନ ଜାରି କରିଛନ୍ତି। ସୋସିଆଲ ମିଡିଆରେ ପ୍ରଚାରଧର୍ମୀ ବିଜ୍ଞାପନ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ବ୍ୟୟ ଆକାଉଣ୍ଟରେ ସାମିଲ ହେବ। 

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ହେବନି

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ହେବନି

ଶ୍ରୀନଗର,୧୧।୩: ଲୋକ ସଭା ନିର୍ବାଚନ ସହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଗତ ଜୁନ୍‌ ମାସରେ ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରୁ ଭାଜପା ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେଠାରେ ରାଜ୍ୟପାଳ ଶାସନ ଚାଲିଛି। 

୪ ରାଜ୍ୟରେ ଏକକାଳୀନ ନିର୍ବାଚନ

୪ ରାଜ୍ୟରେ ଏକକାଳୀନ ନିର୍ବାଚନ

ନୂଆଦିଲ୍ଲୀ,୧୧ା୩: ସାଧାରଣ ନିର୍ବାଚନ ସହ ଏକସଙ୍ଗେ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗ୍ରହଣ କରାଯିବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମର ମତଦାତା ଉଭୟ ଲୋକ ସଭା ଏବଂ ବିଧାନସଭା ପାଇଁ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ରବିବାର ଘୋଷଣା କରିଛନ୍ତି। 

ସବୁ ବୁଥ୍‌ରେ ଭିଭିପିଏଟି

ସବୁ ବୁଥ୍‌ରେ ଭିଭିପିଏଟି

ନୂଆଦିଲ୍ଲୀ,୧୧ା୩ :ଏଥର ନିର୍ବାଚନରେ ପ୍ରତି ବୁଥ୍‌ରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହିତ ଭୋଟର ଭେରିଫିଏବ୍ଲ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ରହିବ। ନିର୍ବାଚନ ତାରିଖ ଘୋଷଣା କରିବା ଅବସରରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ ଆରୋରା ଏହା କହିଛନ୍ତି। 

ଗଣତନ୍ତ୍ରର ମହାପର୍ବକୁ ମାସେ

ଗଣତନ୍ତ୍ରର ମହାପର୍ବକୁ ମାସେ

ନୂଆଦିଲ୍ଲୀ,୧୧ା୩ : ନିର୍ବାଚନ କମିଶନଙ୍କ ଘୋଷଣା ସହ ସାଧାରଣ ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ବିଗୁଲ ବାଜିଛି। ଏବେ ସବୁ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ନିଜ ନିଜ ରଣନୀତି ଅନୁସାରେ ଗୋଟି ଚାଳନା କରିବେ।

ପାକିସ୍ତାନରେ ବନ୍ଦୀ ଥିବା ପାଇଲଟ୍‌ ସ୍ବାମୀଙ୍କ ଫେରିବା ବାଟକୁ ୪୭ ବର୍ଷ ଧରି ଚାହିଁ ବସିଛନ୍ତି ଦମୟନ୍ତୀ

ପାକିସ୍ତାନରେ ବନ୍ଦୀ ଥିବା ପାଇଲଟ୍‌ ସ୍ବାମୀଙ୍କ ଫେରିବା ବାଟକୁ ୪୭ ବର୍ଷ ଧରି ଚାହିଁ ବସିଛନ୍ତି ଦମୟନ୍ତୀ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୧।୩: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନରୁ ଫେରାଇ ଆଣିଛନ୍ତି ଭାରତ ସରକାର। ତେବେ ଏବେ ମଧ୍ୟ ପାକିସ୍ତାନର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ରହିଛନ୍ତି ଅନେକ ଭାରତୀୟ ଯୁଦ୍ଧବନ୍ଦୀ। 

ଆଇନ ବ୍ୟବସ୍ଥା ପ୍ରତି ବିତୃଷ୍ଣା: ନିଜ ପାଇଁ କବର ଖୋଳିଲେ ବୃଦ୍ଧ

ଆଇନ ବ୍ୟବସ୍ଥା ପ୍ରତି ବିତୃଷ୍ଣା: ନିଜ ପାଇଁ କବର ଖୋଳିଲେ ବୃଦ୍ଧ

ହାଇଦ୍ରାବାଦ୍‌,୧୧।୩ : ପ୍ରଚଳିତ ଆଇନ ବ୍ୟବସ୍ଥା ପ୍ରତି ଜଣେ ବୃଦ୍ଧଙ୍କ ମନରେ ବିତୃଷ୍ଣା ଭାବ ଆସିବାରୁ ସେ ପ୍ରତିବାଦ ସ୍ବରୂପ ଖୋଳିଛନ୍ତି ନିଜ କବର। 

ମେ ୬ରେ ସୋନିଆ-ରାହୁଲ ଏବଂ ୧୯ରେ ମୋଦିଙ୍କ ଭାଗ୍ୟ ପରୀକ୍ଷା

ମେ ୬ରେ ସୋନିଆ-ରାହୁଲ ଏବଂ ୧୯ରେ ମୋଦିଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ, ୧୧।୩ : ୧୭ତମ ଲୋକସଭା ପାଇଁ ନିର୍ବାଚନ ନିର୍ଘଣ୍ଟ ଘୋଷଣା କରାଯାଇଛି। ଏହା ଅନୁସାରେ ମେ ୬ରେ ୫ମ ପର୍ଯ୍ୟାୟରେ ହେବ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା।

ରମଜାନ୍‌ ମାସରେ ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା

ରମଜାନ୍‌ ମାସରେ ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା

ନୂଆଦିଲ୍ଲୀ,୧୧।୩ : ନିର୍ବାଚନ ଅଧିସୂଚନା ଜାରି ପରେ ଏବେ ରମଜାନ୍‌ ମାସରେ ମତଦାନ ନେଇ ଆରମ୍ଭ ହୋଇଛି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କାଦୁଅ ଫିଙ୍ଗା। ରମଜାନ୍‌ ମାସ ମେ ୫ରୁ ଆରମ୍ଭ ହେଉଛି। 

ଆଚାର ସଂହିତା ଲାଗୁ: କଢ଼ା ଗଲା ନେତାଙ୍କ ପୋଷ୍ଟର

ଆଚାର ସଂହିତା ଲାଗୁ: କଢ଼ା ଗଲା ନେତାଙ୍କ ପୋଷ୍ଟର

ନୂଆଦିଲ୍ଲୀ, ୧୧।୩:  ଲୋକସଭା ନିର୍ବାଚନ ପାଇଁ ଅଧିସୂଚନା ଜାରି ହୋଇଛି। ଏହା ସହିତ ଆଚାର ସଂହିତା ମଧ୍ୟ ଲାଗୁ ହୋଇଛି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ପୂର୍ବରୁ ଲାଗିଥିବା ରାଜନେତାଙ୍କ ପୋଷ୍ଟରକୁ କାଢ଼ି ଦିଆଯାଉଛି।

ମୋଦିଙ୍କ ପାଇଁ ପୁଣି ଶାସନଡୋର ଧରିବା ହେବ କଷ୍ଟକର: ମ୍ୟାଜିକ୍‌ ନମ୍ବରଠାରୁ ଦୂରରେ ଏନଡିଏ-ୟୁପିଏ

ମୋଦିଙ୍କ ପାଇଁ ପୁଣି ଶାସନଡୋର ଧରିବା ହେବ କଷ୍ଟକର: ମ୍ୟାଜିକ୍‌ ନମ୍ବରଠାରୁ ଦୂରରେ ଏନଡିଏ-ୟୁପିଏ

ନୂଆଦିଲ୍ଲୀ, ୧୧।୩: ଆଗକୁ ଲୋକସଭା ନିର୍ବାଚନ। ଏହା ପୂର୍ବରୂ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ କ୍ଷମତାକୁ ଫେରିବା କଷ୍ଟକର ହେବ।

ବାଜିଲା ନିର୍ବାଚନୀ ବିଗୁଲ: ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ, ଏପ୍ରିଲ ୧୧ରୁ ଆରମ୍ଭ; ଆଚରଣବିଧି ଲାଗୁ

ବାଜିଲା ନିର୍ବାଚନୀ ବିଗୁଲ: ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ, ଏପ୍ରିଲ ୧୧ରୁ ଆରମ୍ଭ; ଆଚରଣବିଧି ଲାଗୁ

ନୂଆଦିଲ୍ଲୀ,୧୦।୩: ବାଜିଛି ନିର୍ବାଚନୀ ବିଗୁଲ। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ସହ ଆଚରଣବିଧି ଲାଗୁ କରିଛନ୍ତି। ଏପ୍ରିଲ ୧୧ରୁ ସାଧାରଣ ନିର୍ବାଚନ ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବ। ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବ। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ।

ଶାଶୁଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ବୋହୂ

ଶାଶୁଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ବୋହୂ

କୋହ୍ଲାପୁର,୧୦।୩: ପ୍ରତି ପରିବାରରେ ଶାଶୁ-ବୋହୂଙ୍କ କଳି କଥା ଅଳ୍ପ ବହୁତେ ସମସ୍ତେ ଶୁଣିଥିବେ। ହେଲେ ଶାଶୁଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବଧୂ ଆତ୍ମହତ୍ୟା କରିଥିବା କଥା କାହାଣୀ ଭଳି ଲାଗୁଥିଲେ ବି ସତ। ମହାରାଷ୍ଟ୍ର କୋହ୍ଲାପୁର ଜିଲା ଆପଟେ ନଗର ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା।

ସିଆଇଏସ୍‌ଏଫ୍‌ ସ୍ଥାପନା ଦିବସରେ ମୋଦି କହିଲେ କରିବୁ ଆତଙ୍କବାଦୀଙ୍କ ମୂଳପୋଛ

ସିଆଇଏସ୍‌ଏଫ୍‌ ସ୍ଥାପନା ଦିବସରେ ମୋଦି କହିଲେ କରିବୁ ଆତଙ୍କବାଦୀଙ୍କ ମୂଳପୋଛ

ଗାଜିଆବାଦ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ତାଙ୍କ ସରକାର ଚୁପ୍‌ ରହିବ ନାହିଁ।

ଜେଲ୍‌ରେ ରହି ଆସନ ଭାଗବଣ୍ଟା କରିବେ ଲାଲୁ

ଜେଲ୍‌ରେ ରହି ଆସନ ଭାଗବଣ୍ଟା କରିବେ ଲାଲୁ

ପାଟନା,୧୦।୩: ବିହାରରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମେଣ୍ଟ କରିବା ଓ ଆସନ ଭାଗବଣ୍ଟା କରିବା ପ୍ରକ୍ରିୟାରୁ ଗୁରୁତର ସହ ବିଚାର କରୁଛି। 

ଲୋକସଭା ନିର୍ବାଚନ ପୂର୍ବରୁ ହୋଇପାରେ ପୁଲଓ୍ବାମା ଭଳି ଆକ୍ରମଣ: ରାଜ୍‌ ଠାକ୍‌ରେ

ଲୋକସଭା ନିର୍ବାଚନ ପୂର୍ବରୁ ହୋଇପାରେ ପୁଲଓ୍ବାମା ଭଳି ଆକ୍ରମଣ: ରାଜ୍‌ ଠାକ୍‌ରେ

ମୁମ୍ବାଇ,୧୦।୩: ମହାରାଷ୍ଟ୍ର ନବ ନିର୍ମାଣ ସେନା ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ୍‌। ନିର୍ବାଚନରେ ଜିଣିବା ପାଇଁ ପୁଣି ପୁଲଓ୍ବାମା ଏବଂ ପଠାଣକୋଟ ଭଳି ଆକ୍ରମଣ ହେବାର ଆଶଙ୍କା ରହିଛି। 

ପ୍ରାଇମେରୀ ପରେ ୬୦ ପ୍ରତିଶତ ବାଳିକାଙ୍କ ଭାଗ୍ୟରେ ଜୁଟୁନି ଉଚ୍ଚଶିକ୍ଷା: କ୍ରାଏ ସର୍ଭେ ରିପୋର୍ଟ

ପ୍ରାଇମେରୀ ପରେ ୬୦ ପ୍ରତିଶତ ବାଳିକାଙ୍କ ଭାଗ୍ୟରେ ଜୁଟୁନି ଉଚ୍ଚଶିକ୍ଷା: କ୍ରାଏ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୦।୩ : ଦେଶରେ ବେଟି ବଜାଓ, ବେଟି ପଢ଼ାଇ ଯୋଜନା ଜାରି ରହିଛି। ତେବେ ମଧ୍ୟ ପ୍ରାଇମେରୀ ଶିକ୍ଷା ପରେ ୬୦ ପ୍ରତିଶତ ବାଳିକାଙ୍କ ଭାଗ୍ୟର ଉଚ୍ଚଶିକ୍ଷା ଜୁଟୁନି।