ଜାତୀୟ

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୧୧: ଭାରତରେ ଚଳିତ ୨୦୧୮ ବର୍ଷର ଜାନୁୟାରୀଠାରୁ ଜୁନ୍‌ ସୁଦ୍ଧା ୬.୯୫ ଲକ୍ଷ ସାଇବର ଆକ୍ରମଣ ହୋଇଛି। ଏନେଇ ସାଇବର ସିକ୍ୟୁରିଟି ଫାର୍ମ ଏଫ୍‌- ଫାର୍ମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ତେଲେଙ୍ଗାନା ନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ସୋନିଆ, ରାହୁଳ

ତେଲେଙ୍ଗାନା ନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ସୋନିଆ, ରାହୁଳ

ନୂଆଦିଲ୍ଲୀ,୧୧।୧୧: ପାଖେଇ ଆସୁଛି ତେଲାଙ୍ଗାନା ବିଧାନସଭା ନିର୍ବାଚନର ତାରିଖ। ଆଉ ଏହାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହାକୁ ଦୃଷ୍ଟିରେ ରଖି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ୨୩ ତାରିଖ ଗୋଟିଏ ଦିନ ପାଇଁ ତେଲେଙ୍ଗାନାର ଓ୍ବାରଙ୍ଗଲରେ ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସୂଚନା ମିଳିଛି। 

କ୍ୟାନସର ଭୟ: ୬ ମାସ ପର୍ଯ୍ୟନ୍ତ ମାଛ ଆମଦାନୀ କରିବନି ଗୋଆ

କ୍ୟାନସର ଭୟ: ୬ ମାସ ପର୍ଯ୍ୟନ୍ତ ମାଛ ଆମଦାନୀ କରିବନି ଗୋଆ

ପଣଜୀ,୧୧।୧୧: ଗୋଆ ସରକାର ରାଜ୍ୟରେ ୬ ମାସ ଲାଗି ମାଛ ଆମଦାନୀକୁ ବନ୍ଦ କରିଛନ୍ତି। କାରଣ ମାଛକୁ ବଞ୍ଚାଇ ରଖିବାକୁ ଫର୍ମାଲିନ୍‌ ବ୍ୟବହାର କରାଯାଉଥିବା ଆଲୋଚନା ହେବା ପରେ ଗୋଆ ସରକାର ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। 

୨ ଡ୍ରାଇଭର ବିନା ଯାତ୍ରା କରିପାରିବେ ନ୍ୟାସନାଲ ପରିମିଟ୍‌ ଯାନ

୨ ଡ୍ରାଇଭର ବିନା ଯାତ୍ରା କରିପାରିବେ ନ୍ୟାସନାଲ ପରିମିଟ୍‌ ଯାନ

ନୂଆଦିଲ୍ଲୀ,୧୧।୧୧: ଜାତୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ଆଇନ ପ୍ରଣୟନ କରାଯାଇଛି। ନୂତନ ଆଇନ ଅନୁସାରେ ନ୍ୟାସନାଲ ପରିମିଟ୍‌ ପ୍ରାପ୍ତ ଯାନଗୁଡ଼ିକ ୨ ଜଣ ଡ୍ରାଇଭର ବିନା ଯାତ୍ରା କରିପାରିବେ। 

ଅନ୍‌ଲାଇନ୍‌ ବିବାହ ସାଇଟ୍‌ରେ ଅଧିକ ଯୁବକ କରୁଛନ୍ତି ପଞ୍ଜିକରଣ

ଅନ୍‌ଲାଇନ୍‌ ବିବାହ ସାଇଟ୍‌ରେ ଅଧିକ ଯୁବକ କରୁଛନ୍ତି ପଞ୍ଜିକରଣ

ନୂଆଦିଲ୍ଲୀ,୧୧।୧୧: ଅନ୍‌ଲାଇନ୍‌ ବିବାହ ସାଇଟ୍‌ରେ ଅଧିକ ଯୁବକ ପଞ୍ଜିକରଣ କରୁଛନ୍ତି। ଏନେଇ ଏକ ଜାତୀୟ ସ୍ତରୀୟ ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହି ସାଇଟ୍‌ଗୁଡ଼ିକରେ ୨୧ରୁ ୩୫ ବର୍ଷ ବୟସ୍କ ଯୁବକଙ୍କ ପଞ୍ଜିକରଣ ସଂଖ୍ୟା ଅଧିକ ରହିଛି।

ବିଜାପୁରରେ ମାଓବାଦୀ-ସୁରକ୍ଷାବଳ ମୁହାଁମୁହିଁ

ବିଜାପୁରରେ ମାଓବାଦୀ-ସୁରକ୍ଷାବଳ ମୁହାଁମୁହିଁ

ରାୟପୁର,୧୧।୧୧: ଛତିଶଗଡ଼ ବିଜାପୁର ଜିଲା ବେଦେର ଅଞ୍ଚଳରେ ରବିବାର ମାଓବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। 

ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଚେନ୍ନାଇ,୧୧।୧୧: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୁର୍ଣ୍ଣିଝଡରେ ପରିଣତ ହେବା ସହ ଆନ୍ଧ୍ର  ପ୍ରଦେଶ ଓ ତାମିଲନାଡୁ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଇଛି। 

ସଂଘକୁ ଟାର୍ଗେଟ୍‌ କଲା କଂଗ୍ରେସ

ସଂଘକୁ ଟାର୍ଗେଟ୍‌ କଲା କଂଗ୍ରେସ

ଭୋପାଳ ,୧୧।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘକୁ କଂଗ୍ରେସ ଟାର୍ଗେଟ୍‌ କରିଛି। 

ଥରିଲା ମିଜୋରାମ

ଥରିଲା ମିଜୋରାମ

ଚାମ୍ଫି,୧୧।୧୧: ମିଜୋରାମର ଚାମ୍ଫି ଜିଲାରେ ଶନିବାର ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ଏକାକିତ୍ୱ ବଢ଼ାଏ ସୋସିଆଲ ମିଡିଆ

ଏକାକିତ୍ୱ ବଢ଼ାଏ ସୋସିଆଲ ମିଡିଆ

ନ୍ୟୁୟର୍କ: ଫେସବୁକ୍‌, ସ୍ନାପଚାଟ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର ଦ୍ୱାରା ଏକଲାପଣ ଓ ଚାପ ବୃଦ୍ଧି ପାଇଥାଏ ବୋଲି ଗବେଷକମାନେ କହିଛନ୍ତି।

ଫ୍ରାନ୍ସରେ ଯୁଦ୍ଧ ସ୍ମାରକୀ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି: ପ୍ରଥମ ବିଶ୍ୱଯୁଦ୍ଧର ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଫ୍ରାନ୍ସରେ ଯୁଦ୍ଧ ସ୍ମାରକୀ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି: ପ୍ରଥମ ବିଶ୍ୱଯୁଦ୍ଧର ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ୟାରିସ୍‌,୧୧।୧୧(ପି.ଟି.): ପ୍ରଥମ ବିଶ୍ୱଯୁଦ୍ଧକୁ ପୂରିଛି ୧୦୦ ବର୍ଷ। ଏହି ଅବସରରେ ଉତ୍ତର ଫ୍ରାନ୍ସରେ ଭାରତ ପକ୍ଷରୁ ନିର୍ମିତ ପ୍ରଥମ ଯୁଦ୍ଧ ସ୍ମାରକୀକୁ ଶନିବାର ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ନାଇଡ଼ୁ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

କୁହୁଡ଼ି ଏଡ଼ାଇବ ‘ଫଗ୍‌ ପାସ୍‌’ ଡିଭାଇସ୍‌

କୁହୁଡ଼ି ଏଡ଼ାଇବ ‘ଫଗ୍‌ ପାସ୍‌’ ଡିଭାଇସ୍‌

ଗୁଆହାଟୀ,୧୧ା୧୧: ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଲଓ୍ବେ (ଏନ୍‌ଏଫ୍‌ଆର) ଟ୍ରେନ୍‌ରେ ଏକ ଛୋଟ ‘ଫଗ୍‌ ପାସ୍‌’ ଡିଭାଇସ୍‌ ବ୍ୟବହାର କରିବାକୁ ଯାଉଛି। ଏହାଦ୍ୱାରା ଡ୍ରାଇଭର ଶୀତଦିନେ କୁହୁଡିକୁ ଭେଦକରି କିଛିଦୂର ପର୍ଯ୍ୟନ୍ତ ଦେଖିବାକୁ ସକ୍ଷମ ହୋଇପାରିବ। 

ବିମାନ ଅପହରଣ ଆତଙ୍କ:ଭୁଲ ବଟନ ଦବାଇଦେଲେ ପାଇଲଟ

ନୂଆଦିଲ୍ଲୀ,୧୧। ୧୧(ପି.ଟି.): ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶନିବାର ଆଫଗାନିସ୍ତାନର କାନ୍ଦାହାର ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ବିମାନରେ ଅପହରଣ ଆତଙ୍କ ସୃଷ୍ଟି ହୋଇଛି। ବିମାନ ଉଡାଣ ଆରମ୍ଭ କରିବାବେଳେ ପାଇଲଟ ଜଣକ ଭୁଲବଶତଃ ‘ହାଇଜାକ୍‌ ବଟନ୍‌’ ଦବାଇଦେବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଯାଞ୍ଚ ପରେ ବିମାନ ସ୍ବାଭାବିକ ଭାବେ ଯାତ୍ରା ଆରମ୍ଭ କରିଥିଲା। 

୫% ଡିସ୍‌କାଉଣ୍ଟରେ କୋଲ୍‌ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ ଶେୟାର

୫% ଡିସ୍‌କାଉଣ୍ଟରେ କୋଲ୍‌ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ ଶେୟାର

ନୂଆଦିଲ୍ଲୀ,୧୧-୧୧: କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌)ର କର୍ମଚାରୀଙ୍କୁ ୫% ଡିସ୍‌କାଉଣ୍ଟରେ ଶେୟାର ବିକ୍ରି କରିବେ। କର୍ମଚାରୀଙ୍କୁ  ଶେୟାର ପିଛା ୨୫୨.୭୦ଟଙ୍କାରେ ୯୯ ଲକ୍ଷ ଶେୟାର ବିକ୍ରି କରାଯିବ।  ଏହି ବିକ୍ରିରୁ ସରକାର ପ୍ରାୟ ୨୫୦ କୋଟି ଟଙ୍କା ପାଇବେ।

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା

ପାଟନା/ଜାମସେଦପୁର, ୧୦।୧୧: ବଡ ପୁଅ ତେଜପ୍ରତାପ ଯାଦବଙ୍କ ଛାଡପତ୍ର ଘଟଣାକୁ ନେଇ ଭାଙ୍ଗି ପଡିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଜେଲରେ ଥିବା ୭୦ବର୍ଷୀୟ ଲାଲୁଙ୍କ ରକ୍ତଚାପ ବଢିବାରେ ଲାଗିଛି। 

ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାୟପୁର, ୧୦।୧୧: ଛତିଶଗଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହୋଇଛି। ନକ୍ସଲ ପ୍ରଭାବିତ ୧୩ ଜିଲାର ୧୮ଟି ବିଧାନସଭା ସିଟ୍‌ ପାଇଁ ନଭେମ୍ବର ୧୨ରେ ନିର୍ବାଚନ ଅନୁଷ୍ଠିତ ହେବ।

ପୁଣି ଆସୁଛି ଘୂର୍ଣ୍ଣିଝଡ

ପୁଣି ଆସୁଛି ଘୂର୍ଣ୍ଣିଝଡ

ଚେନ୍ନାଇ/ଭୁବନେଶ୍ୱର, ୧୦।୧୧: ବଙ୍ଗୋପସାଗରରେ ପୁଣି ଡିପ୍ରେସନ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଗୋମାତାଙ୍କ ଶରଣରେ କଂଗ୍ରେସ: ନିର୍ବାଚନ ଜିତିଲେ ପ୍ରତି ଜିଲାରେ ହେବ ଗୋଶାଳା

ଗୋମାତାଙ୍କ ଶରଣରେ କଂଗ୍ରେସ: ନିର୍ବାଚନ ଜିତିଲେ ପ୍ରତି ଜିଲାରେ ହେବ ଗୋଶାଳା

ଭୋପାଳ, ୧୦।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ। ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି କସରତ।

ଝିଅକୁ ପାହାଡ ତଳକୁ ଠେଲିଦେଲେ ମା’

ଝିଅକୁ ପାହାଡ ତଳକୁ ଠେଲିଦେଲେ ମା’

ଧର୍ମଶାଳା, ୧୦।୧୧:  ମାଉସୀ ଘରକୁ ଯିବାକୁ ମନା କରିବାରୁ ୧୫ ବର୍ଷୀୟ ଝିଅକୁ ପହାଡ ତଳକୁ ଠେଲିଦେଇଛନ୍ତି ମା’। ଫଳରେ ଝିଅର ମୃତ୍ୟୁ ହୋଇଛି।

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଜମ୍ମୁ-କଶ୍ମୀର,୧୦।୧୧: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ପାକିସ୍ତାନ ଶନିବାର ସକାଳ ପ୍ରାୟ ୯ଟା ୪୫ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଏଥିରେ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। 

ସିବିଆଇ ଅଧିକାରୀଙ୍କୁ ଦିବ୍ୟଜ୍ଞାନ ଦେବେ ଶ୍ରୀଶ୍ରୀ ରବିଶଙ୍କର

ସିବିଆଇ ଅଧିକାରୀଙ୍କୁ ଦିବ୍ୟଜ୍ଞାନ ଦେବେ ଶ୍ରୀଶ୍ରୀ ରବିଶଙ୍କର

ନୂଆଦିଲ୍ଲୀ, ୧୦।୧୧: ସିବିଆଇରେ କଳଙ୍କ ଛିଟା ଲାଗିବା ପରେ ତାକୁ ଧୋଇବା ପାଇଁ ଏହାର ଅଧିକାରୀମାନେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ସଂସ୍ଥାପକ ଶ୍ରୀଶ୍ରୀ ରବିଶଙ୍କରଙ୍କ ଶରଣରେ ପଶିବାକୁ ଯାଉଛନ୍ତି। 

ସୂର୍ଯ୍ୟାସ୍ତ ପୂର୍ବରୁ ନାଇଟି ପିନ୍ଧିଲେ ଦେବାକୁ ପଡିବ ୨ହଜାର ଟଙ୍କା ଜରିମାନା

ସୂର୍ଯ୍ୟାସ୍ତ ପୂର୍ବରୁ ନାଇଟି ପିନ୍ଧିଲେ ଦେବାକୁ ପଡିବ ୨ହଜାର ଟଙ୍କା ଜରିମାନା

ରାଜମୁନ୍ଦ୍ରି,୧୦।୧୧: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲା ଟୋକାଲପାଲି ଗାଁରେ ସୂର୍ଯ୍ୟାସ୍ତ ପୂର୍ବରୁ ନାଇଟି  ପିନ୍ଧିବାକୁ ବାରଣ କରାଯାଇଛି। ଯଦି କେହି ସୂର୍ଯ୍ୟାସ୍ତ ପୂର୍ବରୁ ଅର୍ଥାତ୍‌ ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ନାଇଟି ପିନ୍ଧନ୍ତି ତେବେ ତାଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ଛତିଶଗଡ଼ ବିଧାନସଭା ନିର୍ବାଚନ: ଜାରି ହେଲା ଭାଜପାର ଘୋଷଣାପତ୍ର

ଛତିଶଗଡ଼ ବିଧାନସଭା ନିର୍ବାଚନ: ଜାରି ହେଲା ଭାଜପାର ଘୋଷଣାପତ୍ର

ରାୟପୁର,୧୦।୧୧: ପାଖେଇ ଆସୁଛି ନିର୍ବାଚନ। ଛତିଗଡ଼ରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶନିବାର ଭାଜପା ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି।

ସାବରିମାଳା ମନ୍ଦିର ଦର୍ଶନ କରିବେ ୫୫୦ ମହିଳା

ସାବରିମାଳା ମନ୍ଦିର ଦର୍ଶନ କରିବେ ୫୫୦ ମହିଳା

ଥିରୁଭାନନ୍ତପୁରମ,୧୦।୧୧: ଆସନ୍ତା ୧୬ ତାରିଖରେ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଦର୍ଶନ ନିମନ୍ତେ ଖୋଲାଯିବ। ଏଥିପାଇଁ ଶୁକ୍ରବାର ସୁଦ୍ଧା ପ୍ରାୟ ୩.୫୦ ଲକ୍ଷ ଭକ୍ତ ରେଜିଷ୍ଟ୍ରେଶନ୍‌ କରିସାରିଛନ୍ତି।