ସ୍ୱାଧୀନତା ଦିବସ

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟ,୧୫।୮(ସ୍ବ.ପ୍ର)- କୋରାପୁଟ ସହରର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟ,୧୫।୮(ସ୍ବ.ପ୍ର)- କୋରାପୁଟ ସହରର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁ,୧୫।୮(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇଥିଲା। ପୌର କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଏନ୍‌. ରଘୁନାଥ, ତହସିଲ ଅଫିସରେ ତହସିଲଦାର ଗୋପୀନାଥ କୁଅଁର, ହିଞ୍ଜିଳିକାଟୁ କଲେଜରେ ଅଧ୍ୟକ୍ଷ ଏମ୍‌. କ୍ରିଷ୍ଣାରାଓ, ଥାନାରେ ଆଇଆଇସି ପ୍ରଶାନ୍ତ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ।

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡା,୧୫।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାଠାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳୁ ଭଲ ପାଗ ଥିବା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରା ଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ଆଳି, ୧୫।୮ (ଡି.ଏନ୍‌.ଏ.)-ଆଳିର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ବୁଧବାର ପାଳିତ ହୋଇଛି। ଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଝରଣା ଦାଶ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଡିଓ ଜୟନ୍ତ ପୃଷ୍ଟି ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। 

ସୁଶାସନ ପାଇଁ ସକ୍ରିୟ ନାଗରିକଙ୍କ ସହଯୋଗ ଆବଶ୍ୟକ

ସୁଶାସନ ପାଇଁ ସକ୍ରିୟ ନାଗରିକଙ୍କ ସହଯୋଗ ଆବଶ୍ୟକ

ବୀରମହାରାଜପୁର,୧୫।୮ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ସରକାରୀ କଟକଣା ଲାଗି ପିଲାମାନେ ପରେଡରେ ଭାଗ ନେଇ ପାରି ନ ଥିଲେ। କେବଳ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପରେଡରେ ଭାଗ ନେଇଥିଲେ। ତେବେ ସ୍ଥାନୀୟ ଉପଜିଲାପାଳ ସୁବ୍ରତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ମାଓବାଦୀପ୍ରବଣ ଦାରିଙ୍ଗବାଡିରେ ସ୍ବାଧୀନତା ଦିବସ

ମାଓବାଦୀପ୍ରବଣ ଦାରିଙ୍ଗବାଡିରେ ସ୍ବାଧୀନତା ଦିବସ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା  ମାଓବାଦୀ ପ୍ରବଣ ଅଞ୍ଚଳ  ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ୭୨ ତମ ସ୍ବାଧୀନତା ଦିବସ ପାଧିତ ହୋଇଯାଇଛି। ଦାରିଙ୍ଗବାଡ଼ି ହେଲିପ୍ୟାଡ ପଡ଼ିଆରେ ଅନୁଷ୍ଠଇତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଦିବସ ପାଳନ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଦିବସ ପାଳନ

କୋରାପୁଟ,୧୫।୮(ସ୍ବ.ପ୍ର): କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦାଳୟ ସୁନାବେଡା କ୍ୟାମ୍ପସ୍‌ଠାରେ ୭୨ ତମ ସ୍ବାଧୀନତା ଦିବସ ପାଳିତ ହେଇଯାଇଛି ।

ଚିତ୍ରକୋଣ୍ଡାରେ ୭୨ତମ ସ୍ବାଧୀନତା ଦିବସ ପାଳିତ

ଚିତ୍ରକୋଣ୍ଡାରେ ୭୨ତମ ସ୍ବାଧୀନତା ଦିବସ ପାଳିତ

ଚିତ୍ରକୋଣ୍ଡା,୧୫।୮: ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଭିତରେ ମିନି ଷ୍ଟାଡିୟମ ପଡିଆରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ତହସିଲଦାର ବି ଫାଲଗୁନି ମାଝି ପତାକା ଉତ୍ତୋଳନ କରିଥିଲେ। 

ଦେଶଭକ୍ତି ପାଇଁ  ଛାତ୍ରୀଙ୍କୁ ପ୍ରଶଂସା

ଦେଶଭକ୍ତି ପାଇଁ ଛାତ୍ରୀଙ୍କୁ ପ୍ରଶଂସା

ମାଥିଲି ,୧୫।୮ (ଡି.ଏନ.ଏ) - ବୁଧବାର ପ୍ରବଳ ବର୍ଷା ସତ୍ତ୍ବେ ମାଥିଲିରେ ସ୍ବାଧୀନତା  ଦିବସ ପାଳିତ ହୋଇଛି। ସେହିପରି ବ୍ଲକ କଲୋନୀସ୍ଥିତ ଓମଫେଡ କାର୍ଯ୍ୟାଳୟରେ କର୍ମଚାରୀମାନେ ସକାଳୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରବଳ  ବର୍ଷା ଏବଂ ପବନରେ ଜାତୀୟ ପତାକା ତଳକୁ ଖସି ପଡିଥିବା ଦେଖି ଜୟପୁର ଭିଡି କଲେଜର ଛାତ୍ରୀ  ଅଭିଲିପ୍ସା ପ୍ରହରାଜଗୁରୁ ଏହାକୁ ଉପରକୁ ଟେକି ଯଥା ସ୍ଥାନରେ ରଖିଥିଲେ। ଛାତ୍ରୀ ଜଣଙ୍କର ଏପରି ଦେଶଭକ୍ତି ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା  କରିଛନ୍ତି। 

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବାକୁ ଆହ୍ବାନ

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବାକୁ ଆହ୍ବାନ


ବଲାଙ୍ଗୀର ଅଫିସ, ୧୫।୮-ବଲାଙ୍ଗୀର ମନୋହରପୁରସ୍ଥିତ ପୋଲିସ ପଡିଆରେ ୭୨ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ପୂର୍ତ୍ତ, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି କେ. ଶିବା ସୁବ୍ରମଣି, ଉପଜିଲାପାଳ ଭୈରବ ସିଂ ପଟେଲଙ୍କ ସହ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା ଭାରତର ସ୍ବାଧୀନତା ସଂଗ୍ରାମରେ ଆତ୍ମ ବଳିଦାନ କରିଥିବା ମହାପୁରୁଷଙ୍କ ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ମନ୍ତ୍ରୀ ମଲ୍‌ଲିକ ଆଲୋକପାତ କରିବା ସହ ଭାରତବର୍ଷର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତ ନାଗରିକ ସର୍ବଦା ଚେଷ୍ଟିତ ରହିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ବିକାଶର ମଙ୍ଗୁଆଳ ହୁଅନ୍ତୁ ଯୁବଗୋଷ୍ଠୀ

ବିକାଶର ମଙ୍ଗୁଆଳ ହୁଅନ୍ତୁ ଯୁବଗୋଷ୍ଠୀ

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଯୁବଗୋଷ୍ଠୀ ସକ୍ରିୟ ହେଉଛନ୍ତି। ଏହି ଧାରାକୁ ବଳବତ୍ତର ରଖିବା ଜରୁରୀ। ଯୁବବର୍ଗ ରାଷ୍ଟ୍ରର ପ୍ରକୃତ ଶକ୍ତି। ସେମାନେ ବିକାଶର ମଙ୍ଗୁଆଳ ସାଜନ୍ତୁ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲାପାଳ ଇଂ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ।

 ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

ପାଟକୁରା, ୧୫।୮ (ଡି.ଏନ୍‌.ଏ.)- ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମସ୍ଥିତ ରାଜ୍ୟ ବିଗ୍ରେଡ ସ୍କୁଲରେ ବୁଧବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବେଡାରୀ ସରପଞ୍ଚ ଗୋକୁଳାନନ୍ଦ ବେହେରା ପତାକା ଉତ୍ତୋଳନ କରିଥିଲେ।

ଆଣ୍ଠୁଏ ପାଣିରେ ହେଲା ପରେଡ଼ : ୭୨ ତମ ସ୍ବାଧୀନତା ଦିବସରେ ଶହୀଦ୍‌ ଓ ସଂଗ୍ରାମୀ ସ୍ମୃତି ଚାରଣ କଲେ  ଜିଲାପାଳ

ଆଣ୍ଠୁଏ ପାଣିରେ ହେଲା ପରେଡ଼ : ୭୨ ତମ ସ୍ବାଧୀନତା ଦିବସରେ ଶହୀଦ୍‌ ଓ ସଂଗ୍ରାମୀ ସ୍ମୃତି ଚାରଣ କଲେ ଜିଲାପାଳ


ନବରଙ୍ଗପୁର, ୧୫।୮(ବି.ପ୍ର.)- ଜିଲାସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି । ଜିଲାପାଳ ଡଃ. ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆରକ୍ଷୀ ରିଜର୍ଭ ପୋଲିସ ବାହିନୀର ୩ ପ୍ଳାଟୁନ ପୋଲିସ  ପରେଡ କରିଥିଲେ। ପ୍ରବଳ ବର୍ଷାରେ ପଡିଆରେ ଆଣ୍ଠୁଏ ପାଣି ଜମି ରହିଥିଲା । ଏହା ସତ୍ତ୍ୱେ ପରେଡ କରାଯାଇଥିଲା ।

ସୁନ୍ଦରଗଡରେ ମନ୍ତ୍ରୀ ସୁଶାନ୍ତ ସିଂ ଜାତୀୟ ପତାକା ଉତ୍ତୋଳନ କଲେ

ସୁନ୍ଦରଗଡରେ ମନ୍ତ୍ରୀ ସୁଶାନ୍ତ ସିଂ ଜାତୀୟ ପତାକା ଉତ୍ତୋଳନ କଲେ

ସୁନ୍ଦରଗଡ଼,୧୫।୮-ସୁନ୍ଦରଗଡ ଭବାନୀ ଭବନ ପଡିଆରେ ବୁଧବାର ଜିଲାସ୍ତରୀୟ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ନୟାଗଡ଼ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ନୟାଗଡ଼ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ନୟାଗଡ଼ ଅଫିସ୍‌, ୧୫।୮-ନୟାଗଡ଼ ପିଟିଏସ୍‌ ପଡ଼ିଆଠାରେ ବୁଧବାର ଜିଲାସ୍ତରୀୟ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଡିଏନ୍‌ ତିରୁମାଲା ନାୟକ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲା ପୋଲିସ ପକ୍ଷରୁ ପରେଡ ପ୍ରଦର୍ଶନ କରାଯାଇଥିଲା। 

ମାଲକାନଗିରିରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ : ୧୦ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ

ମାଲକାନଗିରିରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ : ୧୦ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ

ମାଲକାନଗିରି,୧୫।୮(ଡି.ଏନ.ଏ)-କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଡି.ଏନ.କେ ଖେଳ ପଡ଼ିଆଠାରେ ୭୨ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ସୁବା, ୧୫।୮:  ଫିଜିରେ ୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଆଇଏନ୍‌ଏସ୍‌ ସହାଦ୍ରୀ ନୌସେନା କର୍ମଚାରୀ ପତାକା ଉତ୍ତୋଳନ ପରେ ଆୟୋଜିତ ପ୍ୟାରେଡ଼ରେ ଯୋଗ ଦେଇଥିଲେ। 

ସ୍ବାଧୀନତା ଦିବସ ଉପଲକ୍ଷେ କବିତା ଆସର

ସ୍ବାଧୀନତା ଦିବସ ଉପଲକ୍ଷେ କବିତା ଆସର

କୋରାପୁଟ,୧୫।୮(ସ୍ବ.ପ୍ର)- ୭୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ କୋରାପୁଟ ଜିଲା ପ୍ରଶାସନ ଓ ସାହିତ୍ୟ ପରିବାର ମିଳିତ ସହଯୋଗରେ ସ୍ଥାନୀୟ ଡିଆଡିଏ ସଦଭାବନା ସମ୍ମିଳନୀ କକ୍ଷରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ମେଡିକାଲ କଲେଜ ଡିନ କୃଷ୍ଣ ଚନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବା ସହ ସାହତ୍ୟ ବଞ୍ଚିଲେ ଓଡିଆ ଭାଷା ସୁରକ୍ଷିତ ହେବ ବୋଲି ମତ ପ୍ରକାଶ କରିଛନ୍ତି।

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

କାକଟପୁର, ୧୫।୮(ଡି.ଏନ୍‌.ଏ.)-କାକଟପୁର ମିିନିଷ୍ଟାଡିୟମ୍‌ରେ କାକଟପୁର ପ୍ରେସକ୍ଲବ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ସିଡିପିଓଙ୍କ  କାର୍ଯ୍ୟାଳୟରେ ହେଲାନି ପତାକା ଉତ୍ତୋଳନ: ଘଟଣାକୁ ନେଇ ତୀବ୍ର ଅସନ୍ତୋଷ

ସିଡିପିଓଙ୍କ କାର୍ଯ୍ୟାଳୟରେ ହେଲାନି ପତାକା ଉତ୍ତୋଳନ: ଘଟଣାକୁ ନେଇ ତୀବ୍ର ଅସନ୍ତୋଷ

କାକଟପୁର, ୧୫।୮(ଡି.ଏନ୍‌.ଏ.): ବୁଧବାର  ସାରାଦେଶ ସ୍ବାଧୀନତା ଦିବସ  ପାଳନ କରୁଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଛି। ତେବେ କାକଟପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇନାହିଁ। 

ଅଟାରି-ଓ୍ବାଘା ଏବଂ ଫୁଲଓ୍ବାରୀ ପୋଷ୍ଟରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ଏବଂ ଫୁଲଓ୍ବାରୀ ପୋଷ୍ଟରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୫।୮:  ଅଗଷ୍ଟ ୧୫ରେ ଭାରତରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି। 

ବରଗଡ଼ରେ ମନ୍ତ୍ରୀ ଉଷା ଦେବୀ ପତାକା ଉତ୍ତୋଳନ କଲେ

ବରଗଡ଼ରେ ମନ୍ତ୍ରୀ ଉଷା ଦେବୀ ପତାକା ଉତ୍ତୋଳନ କଲେ

ବରଗଡ଼ ଅଫିସ,୧୫।୮-ବରଗଡ଼ ଜଜ ହାଇସ୍କୁଲ ପରିସରରେ ବୁଧବାର ୭୨ ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।