ଫୁରସତ

ଥଣ୍ଡା ପାଣିରେ ଗାଧାନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ଥଣ୍ଡା ପାଣିରେ ଗାଧାନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ମେଦବହୁଳତା ଏକେ ଏକ ଜଟିଳ ସମସ୍ୟାଭାବେ ଉଭା ହୋଇଛି । ଓଜନ ବୃଦ୍ଧି ଶରୀରରେ ବିଭିନ୍ନ ରୋଗର କାରଣ ହୋଇଥିବା ବେଳେ ସୌନ୍ଦର୍ଯ୍ୟହାନୀ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। 

ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ

ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ

ସରକାର ବିଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରିଥାଆନ୍ତି। ହେଲେ ଆମେରିକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିବାହ ନକଲେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଇତିହାସ କହେ ୧୮୨୧ ମସିହାରେ ଆମେରିକାର ମେସୁରି ରାଜ୍ୟରେ ଯେଉଁମାନେ ବିବାହ କରୁ ନ ଥିଲେ ସେମାନଙ୍କ ଉପରେ ସରକାର ଟ୍ୟାକ୍ସ ଲଗାଉଥିଲେ। 

ଯେଉଁଠି ବୃଦ୍ଧ ମାତାପିତାଙ୍କ ସହିତ ଏପରି କରନ୍ତି ସନ୍ତାନ...

ଯେଉଁଠି ବୃଦ୍ଧ ମାତାପିତାଙ୍କ ସହିତ ଏପରି କରନ୍ତି ସନ୍ତାନ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବେଳେବେଳେ ଏଭଳି ପରମ୍ପରା ସମ୍ପର୍କରେ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେଭଳି ଏକ ପରମ୍ପରା ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ପ୍ରଚଳିତ। ଏହାକୁ ଠଲାଇକୁଠଲ କୁହାଯାଇଥାଏ।

ଯେଉଁଠି ବିବାହରେ ଯୌତୁକ ମିଳେ ଶଗଡ଼...

ଯେଉଁଠି ବିବାହରେ ଯୌତୁକ ମିଳେ ଶଗଡ଼...

ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ କଟିଥାଏ।

ଧନ ପ୍ରାପ୍ତି ପାଇଁ ଆପଣେଇ ପାରିବେ ଏହି ଉପାୟ...

ଧନ ପ୍ରାପ୍ତି ପାଇଁ ଆପଣେଇ ପାରିବେ ଏହି ଉପାୟ...

ଆର୍ଥିକ ସଙ୍କଟ ଦେଖା ଦେଉଥିଲେ ଏକ ସହଜ ଉପାୟ ଦ୍ୱାରା ଏହାର ସଫଳ ନିରାକରଣ କରାଯାଇପାରିବ। ଏ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ  ଉଲ୍ଲେଖ କରାଯାଇଛି। 

ନିଃସନ୍ତାନ ଦମ୍ପତିଙ୍କ ଲାଗି ଫାୟାର ଥେରାପି...

ନିଃସନ୍ତାନ ଦମ୍ପତିଙ୍କ ଲାଗି ଫାୟାର ଥେରାପି...

ଫାୟାର୍‌ ଥେରାପି ଦ୍ୱାରା ମିଳିଥାଏ ଅନେକ ସୁଫଳ। ଅତି ପ୍ରାଚୀନ କାଳରୁ ଏହା ଚାଇନାରେ ଲୋକପ୍ରିୟ ପଦ୍ଧତି ଭାବେ ବ୍ୟବହୃତ ହେଉଛି।

ରହସ୍ୟମୟ ମହିଳା ନାଗା ସାଧୁଙ୍କ ଜୀବନ

ରହସ୍ୟମୟ ମହିଳା ନାଗା ସାଧୁଙ୍କ ଜୀବନ

ସାଧୁସନ୍ଥଙ୍କ ଜୀବନୀ ବିଷୟରେ ସମସ୍ତଙ୍କୁ ହୁଏତ ଅଳ୍ପ ବହୁତେ କିଛି ନା କିଛି ଜଣାଥିବ। ହେଲେ ନାଗାସାଧୁଙ୍କ ଜୀବନଶୈଳୀ ବେଶ୍‌ କଷ୍ଟକର ବୋଲି ସମସ୍ତେ ଜାଣିଥିବେ। କିନ୍ତୁ ମହିଳା ନାଗା ସାଧୁଙ୍କ ଜୀବନ ରହସ୍ୟରେ ପରିପୂର୍ଣ୍ଣ।

ଯେଉଁଠି ମହିଳା ବ୍ଲାଉଜ୍‌ ପିନ୍ଧିଲେ ମିଳେ ଦଣ୍ଡ...

ଯେଉଁଠି ମହିଳା ବ୍ଲାଉଜ୍‌ ପିନ୍ଧିଲେ ମିଳେ ଦଣ୍ଡ...

ଭାରତର କେତେକ ଅଞ୍ଚଳରେ ସାମାଜିକ ବ୍ୟବସ୍ଥା ଅତି କଠୋର ହୋଇଥିବା ଦେଖିବାକୁ ମିଳିଥାଏ। ଏହି ବ୍ୟବସ୍ଥା ବିରୋଧରେ କୌଣସି କାର୍ଯ୍ୟ କରାଗଲେ ସମାଜରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସନ୍ଦ କରାଯିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇଥାଏ।

ଯେଉଁଠି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ଯେଉଁଠି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ଆମଦେଶର ସଟେ ନେପାଳ ଅଞ୍ଚଳରେ ବାସ କରୁଥିବା କେତେକ ଜନଜାତି ପରିବାରର ଭାଇ ଭଉଣୀଙ୍କ ମଧ୍ୟରେ ବିବାହ ହେବା ପରମ୍ପରା ରହିଛି। ଏହାଦ୍ୱାରା ପରିବାର ସମ୍ପତ୍ତି ଭାଗବଣ୍ଟା ହୋଇ ନ ଥାଏ। 

ଫେସବୁକ୍‌ କଲା କିମିଆ: ଦେଶୀମାଟିରେ ବିଦେଶୀବୋହୂ...

ଫେସବୁକ୍‌ କଲା କିମିଆ: ଦେଶୀମାଟିରେ ବିଦେଶୀବୋହୂ...

ଫେସବୁକ୍‌ ଏବେ ପ୍ରେମ ଜୀବନକୁ ଅଧିକ ପ୍ରଭାବିତ କରୁଛୁ। ଦୁଇ ଅଜଣା ମଣିଷ ଏହାଦ୍ୱାରା ପରମ୍ପରର ନିକଟବର୍ତ୍ତୀ ହେବା ସହିତ ଶେଷରେ ସାତଜନ୍ମ ପାଇଁ ହୋଇପାରୁଛନ୍ତି ଜୀବନମରଣର ସାଥୀ। 

ପ୍ରେମ ଓ ରୋମାନ୍ସ ଦାମ୍ପତ୍ୟ ଜୀବନକୁ କରେ ଅଧିକ ରୋମାଣ୍ଟିକ୍‌...

ପ୍ରେମ ଓ ରୋମାନ୍ସ ଦାମ୍ପତ୍ୟ ଜୀବନକୁ କରେ ଅଧିକ ରୋମାଣ୍ଟିକ୍‌...

ଦାମ୍ପତ୍ୟ ଜୀବନରେ ପ୍ରେମ ଓ ରୋମାନ୍ସର ମହତ୍ତ୍ୱ ଥାଏ ଅଧିକ। ଦାମ୍ପତ୍ୟ ଜୀବନକୁ ଏହା ରୋମାଣ୍ଟିକ୍‌ କରେ। ଏହା ବିନା ଦାମ୍ପତ୍ୟ ଜୀବନ  ହୋଇପଡେ ରଙ୍ଗହୀନ ।  

ଅସରପା ସର୍ବତ ଚାଇନାର ଲୋକପ୍ରିୟ ପାନୀୟ

ଅସରପା ସର୍ବତ ଚାଇନାର ଲୋକପ୍ରିୟ ପାନୀୟ

ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଏସମ୍ପର୍କରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗିଥାଏ। ଚାଇନାରେ ଲୋକପ୍ରିୟ ପାନୀୟ ଭାବେ ଅସରପା ସର୍ବତର ବେଶ୍‌ ଚାହିଦା ରହିଛି। 

ଲିଫ୍ଟ୍‌ ମାଗେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଅତୃପ୍ତ ପ୍ରେତାତ୍ମା

ଲିଫ୍ଟ୍‌ ମାଗେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଅତୃପ୍ତ ପ୍ରେତାତ୍ମା

ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଏକ ବୁଦୁବୁଦିଆ ଜଙ୍ଗଲିଆ ଅଞ୍ଚଳ। ଭାରତୀୟ ବ୍ରିଟିଶ ସେନାବାହିନୀ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। ଶୁଣିବାକୁ ମିଳେ ଏଠି ଜଣେ ମହିଳାଙ୍କ ପ୍ରେତାତ୍ମା ଧଳା ଶାଢ଼ୀ ପିନ୍ଧି ନିର୍ଜନ ସମୟରେ ବୁଲିଥାନ୍ତି। 

ଖ୍ରୀଷ୍ଟମାସକୁ ନେଇ କିଛି ଅଜବ ପ୍ରଥା

ଖ୍ରୀଷ୍ଟମାସକୁ ନେଇ କିଛି ଅଜବ ପ୍ରଥା

ଖ୍ରାଷ୍ଟମାସ ଅବସରରେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଭୟଙ୍କର ମୁଖାପିନ୍ଧା ବ୍ୟକ୍ତିମାନେ ବୁଲୁଥିବା ନଜରକୁ ଆସନ୍ତି। ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରାଙ୍କ୍‌ ଦ୍ୱାରା ଛୋଟଛୁଆ ତଥା ବଡମାନଙ୍କୁ ଡରାଇଥାନ୍ତି।

ସାନ୍ତାକ୍ଲଜ୍‌ ଭିଲେଜ

ସାନ୍ତାକ୍ଲଜ୍‌ ଭିଲେଜ

ଫିନଲାଣ୍ଡର ଲାପଲାଣ୍ଡ ଅଞ୍ଚଳର ରୋଭାନିଏମିଠାରେ ରହିଛି ଏକ ଆମ୍ୟୁଜମେଣ୍ଟ ପାର୍କ ଯାହା ‘ସାନ୍ତାକ୍ଲଜ୍‌ ଭିଲେଜ୍‌’ ଭାବେ ବେଶ୍‌ ଖ୍ୟାତ । ୧୯୮୫ ମସିହାରେ ପ୍ରତିଷ୍ଠାଲାଭ କରିଥିବା ଏହି ପାର୍କରେ ରହିଛି ସାନ୍ତାକ୍ଲଜ୍‌ ଅଫିସ୍‌, ସାନ୍ତାକ୍ଲଜ୍‌  ମୁଖ୍ୟ ପୋଷ୍ଟଅଫିସ୍‌, ରେନ୍‌ଡିଅର୍‌ ଫାର୍ମ, ଆର୍କଟିକ୍‌ ସାର୍କଲ୍‌, ସ୍ନୋମୋବାଇଲ ମ୍ୟୁଜିୟମ୍‌ ଇତ୍ୟାଦି ।

ସଙ୍ଗୀତଜ୍ଞଙ୍କ  ଶେଷ ଇଚ୍ଛା: ଗିଟାର ଆକୃତିର ଏକ କଫିନ୍‌

ସଙ୍ଗୀତଜ୍ଞଙ୍କ ଶେଷ ଇଚ୍ଛା: ଗିଟାର ଆକୃତିର ଏକ କଫିନ୍‌

ପ୍ରସିଦ୍ଧ ସଙ୍ଗୀତଜ୍ଞ ଗିଟାରିଷ୍ଟ ଜନ୍‌ ଗ୍ରାହମ। ଗିଟାର ତାଙ୍କର ଅତି ପ୍ରିୟ ଥିଲା। ସେ ଗିଟାରକୁ ଏପରି ଭଲ ପାଉଥିଲେ ଯେ, ମୃତ୍ୟୁ ପରେ ମଧ୍ୟ ତାହାକୁ ପାଖରେ ରଖିବାକୁ ଚାହିଁଥିଲେ।

ଟିକେ ଖୁସି ଦେବା ପାଇଁ..

ଟିକେ ଖୁସି ଦେବା ପାଇଁ..

ସାନ୍ତାକ୍ଲଜ୍‌, ପିଲାମାନଙ୍କର ବେଶ୍‌ ପ୍ରିୟ। ବଡ଼ଦିନ ପାଖେଇ ଆସିଲେ ତାଙ୍କଠୁ ଉପହାର ପାଇବାର ସ୍ବପ୍ନ ସବୁ ପିଲାଙ୍କ ମନରେ ରହିଥାଏ।

ରୋଗୀ ଚଳାଇବେ ରୋବୋ

ରୋଗୀ ଚଳାଇବେ ରୋବୋ

ରେଷ୍ଟୁରାଣ୍ଟ, ହୋଟେଲ ଆଦିରେ ରୋବୋ ଓ୍ବେଟର୍‌ ରହିବା ଏବେ ଏକ ନୂଆ କନସେପ୍ଟ ହୋଇ ରହିନାହିଁ। ନେପାଳର ନାଉଲୋ ରେଷ୍ଟୁରାଣ୍ଟରେ ତ ‘ଜିଞ୍ଜର୍ସ’ ନାମକ ତିନୋଟି ରୋବୋ ଓ୍ବେଟର୍‌ ଅଛନ୍ତି।

ସାହେବୀ ଠାଣି ଓଡ଼ିଆ ଚଳଣି

ସାହେବୀ ଠାଣି ଓଡ଼ିଆ ଚଳଣି

ଚେହେରା ଓ ବଂଶ ପରମ୍ପରାରେ ଏମାନେ ଆଙ୍ଗ୍ଲୋଇଣ୍ଡିଆନ୍‌। କିନ୍ତୁ ମନ ମିଶିଯାଇଛି ଓଡ଼ିଆଙ୍କ ସହ। ସେଇଥିପାଇଁ ଭଲ ପାଇ ବସିଛନ୍ତି ଜଟଣୀକୁ, ଓଡ଼ିଶାକୁ ଆଉ ଓଡ଼ିଶାର ପରମ୍ପରାକୁ...


ଯେଉଁ ମନ୍ଦିରରେ ଅଗ୍ନିସ୍ନାନ କରନ୍ତି ଦେବୀ...

ଯେଉଁ ମନ୍ଦିରରେ ଅଗ୍ନିସ୍ନାନ କରନ୍ତି ଦେବୀ...

ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ଚମତ୍କାରୀ ମନ୍ଦିର ରହିଛି। ସେସବୁ ମନ୍ଦିରରେ ହେଉଥିବା ଅଲୌକିକ ଘଟଣା ସମସ୍ତଙ୍କୁ ଚକିତ କରିଥାଏ। 

ମହିଳାଙ୍କୁ ଅଧିକ ଡାଏଟିଂ ମନା କାହିଁକି ...

ମହିଳାଙ୍କୁ ଅଧିକ ଡାଏଟିଂ ମନା କାହିଁକି ...

ସ୍ବାସ୍ଥ୍ୟ ପାଇଁ କେତେକ ଡାଏଟିଂ କରିଥାନ୍ତି। ତେବେ ଅଧିକ ଡାଏଟିଂ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ଅଛି। 

ଗାଡ଼ି ପଛରେ କାହିଁକି ଭୁକେ କୁକୁର

ଗାଡ଼ି ପଛରେ କାହିଁକି ଭୁକେ କୁକୁର

ସାଧାରଣତଃ ଅଚିହ୍ନା ଗଳିରେ ଗାଡ଼ି ପଶିଲେ ସେଠାରେ ଥିବା କୁକୁରମାନେ ହଠାତ୍‌ ଭୁକିବା ଆରମ୍ଭ କରନ୍ତି ଓ କିଛି  ଦୂର ପର୍ଯ୍ୟନ୍ତ ଗାଡ଼ି ପଛରେ ଗୋଡ଼ାଇ ଗୋଡ଼ାଇ ଯାଇଥାଆନ୍ତି। ଏହା ପଛର କାରଣ ହୁଏତ ଅନେକଙ୍କୁ ଜଣା ନ ଥିବ। କୁହାଯାଏ କୁକୁରମାନେ ଯେଉଁ ଅଞ୍ଚଳରେ ଥାଆନ୍ତି ସେଠାରେ ଥିବା ଗାଡ଼ର ଟାୟାର ଉପରେ ପରିସ୍ରା କରି ସେମାନେ ନିଜର ଇଲାକା ସ୍ଥିର କରିଥାଆନ୍ତି।

ଏଠି ବଳାତ୍କାରୀଙ୍କୁ ବିବାହ କରନ୍ତି ଯୁବତୀ

ଏଠି ବଳାତ୍କାରୀଙ୍କୁ ବିବାହ କରନ୍ତି ଯୁବତୀ

ବିଭିନ୍ନ ଦେଶରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ହେଲେ କିର୍ଗିଜସ୍ତାନର ପରମ୍ପରା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏଠାକାର ଯୁବକମାନେ ଯେଉଁ ଯୁବତୀଙ୍କୁ ପସନ୍ଦ କରନ୍ତି ପ୍ରଥମେ ତାଙ୍କୁ ଅପହରଣ କରି ନିଅନ୍ତି। 

ଯେଉଁଠି ପୁଅ ଆଶାରେ କରାଯାଏ ଦ୍ୱିତୀୟ ବିବାହ

ଯେଉଁଠି ପୁଅ ଆଶାରେ କରାଯାଏ ଦ୍ୱିତୀୟ ବିବାହ

ରାଜସ୍ଥାନ ଓ୍ବାଡ଼ମେର ଜିଲା ଦେଶସର ଗାଁରେ ଦ୍ୱିତୀୟ ବିବାହ ପରମ୍ପରା ପ୍ରଚଳିତ। ତେବେ ଏଠାରେ କେବଳ ପୁଅ ଆଶାରେ ଦ୍ୱିତୀୟ ବିବାହ କରାଯାଇଥାଏ। ପ୍ରଥମ ସ୍ତ୍ରୀ ସନ୍ତାନ ସମ୍ଭବା ନ ହେଲେ କିମ୍ବା କନ୍ୟା ସନ୍ତାନ ଜନ୍ମଦେଲେ ଏଠାରେ ପୁରୁଷମାନେ ଦ୍ୱିତୀୟ ବିବାହ କରନ୍ତି।