ଫୁରସତ

ଯେଉଁଠି ଗୋଟିଏ ଦିନରେ ତିଆରି ହୋଇଛି ମନ୍ଦିର

ଯେଉଁଠି ଗୋଟିଏ ଦିନରେ ତିଆରି ହୋଇଛି ମନ୍ଦିର

ଉତ୍ତରାଖଣ୍ଡ ପଥୌରାଗଡ଼ରୁ ୬ କିଲୋମିଟ ଦୂର ବାଲତୀର ଗାଁରେ ରହିଛି ହାଥିୟା ଦଓ୍ବୋଲ ମନ୍ଦିର। ଜଣେ ବ୍ୟକ୍ତି ଗୋଟିଏ ଦିନରେ ଏହା ନିର୍ମାଣ କରିଛନ୍ତି ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି।

ବର୍ଷାର ସୂଚନା ଦେଉଛି ଗଛ

ବର୍ଷାର ସୂଚନା ଦେଉଛି ଗଛ

ଗଛ ଦେଉଛି ବର୍ଷା ସମ୍ପର୍କରେ ସୂଚନା। ଗୁଜରାଟର ଶିତଳା ମାତା ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପ୍ରକାର ଗଛର ବୃଦ୍ଧିକୁ ଦେଖି ବର୍ଷା ହେବ କି ନାହିଁ ତାହା ସେଠାକାର ଲୋକେ ଜାଣିପାରୁଛନ୍ତି। ଏପ୍ରକାର ଗଛ ପ୍ରାୟତଃ ବାଗଡ଼ ଅଞ୍ଚଳର ଗାଲିୟାକୋଟରେ ଦେଖାଯାଇଥାଏ।

ପକ୍ଷୀ ବି’ ଅଣ୍ଡିରା ଶାବକର ଆଶା ରଖନ୍ତି

ପକ୍ଷୀ ବି’ ଅଣ୍ଡିରା ଶାବକର ଆଶା ରଖନ୍ତି

ମଣିଷ ଭଳି ପକ୍ଷୀ ମଧ୍ୟ ଅଣ୍ଡିରା ଶାବକ ପ୍ରତି ଅଧିକ ଆଶା ରଖିଥାନ୍ତି। ଫିଞ୍ଚ୍‌ ପ୍ରଜାତିର ପକ୍ଷୀ ଏଭଳି ଆଚରଣ ଦେଖାଇଥାଏ। ଏହି ପ୍ରଜାତିର ମାଈ ପକ୍ଷୀ ସେମାନଙ୍କ ମିଳନ ପାଇଁ ଖୁବ୍‌ ବାଛି ବିଚାରି ସାଥୀ ଚୟନ କରନ୍ତି। ଅଣ୍ଡିରା ଶାବକ ପାଇଁ ଏହି ପକ୍ଷୀମାନେ ନିଜ ରଙ୍ଗଠାରୁ

ପୋଷା ପ୍ରାଣୀ ଭଳି ମାଲିକ ପଛରେ ଚାଲିବ ସୁଟକେସ୍‌

ପୋଷା ପ୍ରାଣୀ ଭଳି ମାଲିକ ପଛରେ ଚାଲିବ ସୁଟକେସ୍‌

ଦେଶ ବିଦେଶ ବୁଲିବାକୁ ସମସ୍ତଙ୍କର ଥାଏ ପସନ୍ଦ। ଆଉ ଯାତ୍ରାକୁ ଆରାମ ଦାୟକ କରିବା ସଭିଏଁ ଚାହାନ୍ତି। କିନ୍ତୁ ଲଗେଜକୁ ନେଇ ଚିନ୍ତାରେ ରହିଥାନ୍ତି ଅନେକ। ଯାତ୍ରା ସମୟରେ ଲଗେଜ ବୋହିବା ଏକ ସମସ୍ୟା ହୋଇଥାଏ। ତେବେ ଏହି ଲଗେଜ୍‌ ସମସ୍ୟାର ସମାଧାନ କରିଛି ଆମେରିକାର

ଯେଉଁଠି ହୁଏ ପକ୍ଷୀଙ୍କ ପାଇଁ ସଙ୍ଗୀତ ପ୍ରତିଯୋଗିତା

ଯେଉଁଠି ହୁଏ ପକ୍ଷୀଙ୍କ ପାଇଁ ସଙ୍ଗୀତ ପ୍ରତିଯୋଗିତା

ସଙ୍ଗୀତ ସହିତ ପ୍ରକୃତିର ସମ୍ପର୍କ ରହିଛି। ପଶୁ ପକ୍ଷୀଙ୍କ ସ୍ବରର ଅନୁକରଣରେ ସଙ୍ଗୀତର ସୃଷ୍ଟି ବୋଲି ବିଶ୍ୱାସ କରାଯାଏ।

ମୋଜା ପିନ୍ଧି ଶୋଇଲେ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୁଏ

ମୋଜା ପିନ୍ଧି ଶୋଇଲେ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୁଏ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ପତ୍ନୀପତି ଶୋଇବା ସମୟରେ ମୋଜା ପିନ୍ଧିବା ଭଲ ବୋଲି ନେଦରଲାଣ୍ଡର ଗୋନେନଜନ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ମୋଜା ପିନ୍ଧିବା ଫଳରେ ଶରୀର ଉଷୁମ ରହିଥାଏ। ଫଳରେ ଶରୀରରେ ତଥା ପାଦରେ ରକ୍ତ ସଞ୍ଚାଳନ ଠିକ୍‌ ରୂପେ ହୋଇଥାଏ। ଏମିତି ହେବା ଫଳରେ ପତ୍ନୀପତି ପରସ୍ପରର ବେଶୀ ନିକଟତର ହୋଇ ଥାଆନ୍ତି । ସେମାନଙ୍କ ଶାରୀରିକ ସମ୍ପର୍କ ଠିକ୍‌ ଭାବେ ହୋଇଥାଏ। ଅପରପକ୍ଷରେ ଏହା ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଦୃଢ କରିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗରୁଡ ମନ୍ତ୍ର ଉଚ୍ଚାରଣ କଲେ ଖୋଲେ ମନ୍ଦିରର ଦ୍ୱାର

ଗରୁଡ ମନ୍ତ୍ର ଉଚ୍ଚାରଣ କଲେ ଖୋଲେ ମନ୍ଦିରର ଦ୍ୱାର

ପୃଥିବୀ ଅନେକ ରହସ୍ୟମୟ କାହାଣୀରେ ପରିପୂର୍ଣ୍ଣ। କେତେକ କାହାଣୀ କେବଳ ଚର୍ଚ୍ଚାରେ ବିଷୟ ହୋଇ ରହିଯାଇଛି। କିନ୍ତୁ ଏହା ପଛରେ ଥିବା ରହସ୍ୟର ଗଣ୍ଠିକୁ ଖୋଲିବା ଏବେ ବି ସମ୍ଭବପର ହୋଇପାରିନାହିଁ। ଏମିତି ଏକ ରହସ୍ୟମୟ କାହାଣୀ ରହିଛି କେରଳର ତିରୁବନ୍ତପୁରମଠାରେ ଥିବା ପଦ୍ମନାଭ ସ୍ବାମୀ ମନ୍ଦିରକୁ ନେଇ। ଏହି ମନ୍ଦିରରେ ରହିଛି ଅନେକ ରହସ୍ୟ।

ମଣିଷ ଅସ୍ଥିରେ ତିଆରି ହୋଇଥାଏ ଚର୍ଚ୍ଚ

ମଣିଷ ଅସ୍ଥିରେ ତିଆରି ହୋଇଥାଏ ଚର୍ଚ୍ଚ

୪ହଜାର ଲୋକଙ୍କ ଅସ୍ଥିରେ ତିଆରି ହୋଇଛି ଚର୍ଚ୍ଚ। କଥାଟା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଏଭଳି ଚର୍ଚ୍ଚ ରହିଛି ଚେକ୍‌ ଗଣରାଜ୍ୟରେ। ଏହି ଚର୍ଚ୍ଚକୁ ୪ହଜାର ଲୋକଙ୍କ ଅସ୍ଥିରେ ଖୁବ୍‌ ସୁନ୍ଦର ଭାବରେ ଖଞ୍ଜା ଯାଇ ନିର୍ମାଣ କରାଯାଇଛି। ଅସ୍ଥିରେ ଅତି ସୁନ୍ଦର କାରୁକାର୍ଯ୍ୟ ବି ହୋଇଛି। ଇତିହାସରୁ ଜଣାଯାଏ ପୂର୍ବରୁ ଏହି ସ୍ଥାନରେ ଏକ କବରସ୍ତାନ ଥିଲା। ତେବେ ସ୍ଥାନ ଅଭାବରୁ ମୃତଦେହଗୁଡି଼କୁ ଆଉ ଏଠାରେ ପୋତା ହୋଇ ପାରି ନ ଥିଲା। ତେଣୁ କବରଗୁଡ଼ିକରୁ ପୁରୁଣା କଙ୍କାଳ ବାହାର କରି ଚର୍ଚ୍ଚ ନିର୍ମାଣ ହୋଇଥିଲା। ଚର୍ଚ୍ଚଟି ‘ଦି ଚର୍ଚ୍ଚ ଅଫ୍‌ ବୋନ୍ସ’ ଭାବରେ ପ୍ରସିଦ୍ଧି ହାସଲ କରିଛି। ଏହାକୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ନିଜ କଥା: ମୋ ରିମୋଟ୍‌ ସ୍ତ୍ରୀଙ୍କ ହାତରେ-ଭାସ୍କର ଚନ୍ଦ୍ର ଦାଶ

ନିଜ କଥା: ମୋ ରିମୋଟ୍‌ ସ୍ତ୍ରୀଙ୍କ ହାତରେ-ଭାସ୍କର ଚନ୍ଦ୍ର ଦାଶ

ମୋ ରିମୋଟ୍‌ ମୋ ସ୍ତ୍ରୀଙ୍କ ହାତରେ ରହିଛି। ବିଭିନ୍ନ ସମୟରେ ସେ ମୋତେ ନିୟନ୍ତ୍ରଣ କରିଥାନ୍ତି। ମୋଟାମୋଟି ଭାବେ ମୁଁ ତାଙ୍କୁ ନିୟନ୍ତ୍ରକ ବୋଲି କହିଥାଏ। ଏହି କଥା କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ଦାଶ।

ମୋ ଅନୁଭୂତି: ମୋ ପିଲାଳିଆମି ବଡ଼ ସମସ୍ୟା ଡାକି ଆଣିଥିଲା-ଗୌତମ ଗିରି

ମୋ ଅନୁଭୂତି: ମୋ ପିଲାଳିଆମି ବଡ଼ ସମସ୍ୟା ଡାକି ଆଣିଥିଲା-ଗୌତମ ଗିରି

ସେ ଜଣେ ବ୍ୟାଙ୍କ କର୍ମଚାରୀ, ହେଲେ ତାଙ୍କ ନାମ ଓଡ଼ିଆ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। ପିଲାଟିବେଳୁ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା। କିନ୍ତୁ ବଡ଼ ହେବା ପରେ ୫ ବର୍ଷ ଶ୍ରୀକାନ୍ତ ଦାସଙ୍କଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ, ଯାହା ତାଙ୍କୁ ସଙ୍ଗୀତରେ କ୍ୟାରିୟର ଗଢ଼ିବାକୁ ସହାୟକ ହୋଇଥିଲା।

ବ୍ୟାଡ୍‌ମିଣ୍ଟନକୁ ଅଧିକ ପ୍ରାଧାନ୍ୟ ଦିଏ: ନିର୍ମଳ କୁମାର ଶତପଥୀ

ବ୍ୟାଡ୍‌ମିଣ୍ଟନକୁ ଅଧିକ ପ୍ରାଧାନ୍ୟ ଦିଏ: ନିର୍ମଳ କୁମାର ଶତପଥୀ

ନିର୍ମଳ କୁମାର ଶତପଥୀ। ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଲାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନିର୍ମଳ ୧୯୮୩ରେ ଓଡ଼ିଶା ପୋଲିସରେ ଯୋଗଦେଇଥିଲେ। ବର୍ତ୍ତମାନ ସେ ଭୁବନେଶ୍ୱରରେ ଡିସିପି(ସିକ୍ୟୁରିଟି)ଭାବେ କାର୍ଯ୍ୟରତ।

ଯେଉଁଠି ହୁଏ କିନ୍ନରଙ୍କ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

ଯେଉଁଠି ହୁଏ କିନ୍ନରଙ୍କ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

ମିସ୍‌ ୟୁନିଭର୍ସ ଏବଂ ମିସ୍‌ ଓ୍ବାଲ୍ଡ ଭଳି କିନ୍ନର ସମାଜରେ ମଧ୍ୟ ହୋଇଥାଏ ଏଭଳି ପ୍ରତିଯୋଗିତା। ଏଠାରେ କିନ୍ନରମାନେ ବିଭିନ୍ନ ବେଶଭୂଷାରେ ର଼୍ୟାମ୍ପ୍‌ରେ ଚାଲିଥାନ୍ତି।

ଯେଉଁ ମନ୍ଦିରରେ ଯମରାଜା କରନ୍ତି କର୍ମର ବିଚାର

ଯେଉଁ ମନ୍ଦିରରେ ଯମରାଜା କରନ୍ତି କର୍ମର ବିଚାର

ମୃତ୍ୟୁ ପରେ ଆତ୍ମା ସ୍ବର୍ଗ କିମ୍ବା ନର୍କକୁ ଯାଇଥାଏ ବୋଲି ରହିଛି ବିଶ୍ୱାସ। କିନ୍ତୁ କେବେ କୌଣସି ମନ୍ଦିରକୁ ଆତ୍ମା ଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ମନ୍ଦିର ହିମାଚଳପ୍ରଦେଶର ଚମ୍ବାରେ ଅଛି। ମନ୍ଦିରକୁ କେବଳ ଆତ୍ମାମାନେ ଯାଇଥାନ୍ତି ବୋଲି ଲୋକେ କୁହନ୍ତି।

ଯେଉଁଠି ହସ୍ତରେଖାର ପରିବର୍ତ୍ତନ ଲାଗି କରାଯାଏ ଏହି ଉପାୟ

ଯେଉଁଠି ହସ୍ତରେଖାର ପରିବର୍ତ୍ତନ ଲାଗି କରାଯାଏ ଏହି ଉପାୟ

ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ ମଣିଷ ମନରେ ସବୁବେଳେ ରହି ଆସିଛି। ଯେଉଁମାନେ ହସ୍ତରେଖାକୁ ବିଶ୍ୱାସ କରନ୍ତି ସେମାନେ ବାରମ୍ବାର ଜ୍ୟୋତିଷଙ୍କୁ ହାତ ଦେଖାଇ ଧନ ଅର୍ଜନ, ବିବାହ, ଆୟୁଷ ଆଦି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥାନ୍ତି। ଜାପାନ ଲୋକମାନେ ଏହାକୁ ନେଇ ବେଶ ତପତ୍ର।

ଅନ୍ୟ ମହିଳାଙ୍କ ସହ ଏଭଳି ସମ୍ପର୍କ ରଖିବାକୁ ଚାହାଁନ୍ତି ପୁରୁଷ

ଅନ୍ୟ ମହିଳାଙ୍କ ସହ ଏଭଳି ସମ୍ପର୍କ ରଖିବାକୁ ଚାହାଁନ୍ତି ପୁରୁଷ

କେତେକ ବିବାହିତ ପୁରୁଷ ବି’ ଅନ୍ୟ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥାନ୍ତି। ତେବେ ଏଥିପାଇଁ ସେମାନେ ନିଜ ମହିଳା ସାଥୀଙ୍କୁ ଧୋକ୍କା ଦେଇ ନ ଥାନ୍ତି ବୋଲି ବ୍ରିଟେନର ୱିନରେଷ୍ଟର ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

ସଙ୍କୁଚିତ ହେଉଛି ବିଶ୍ୱର ସର୍ବବୃହତ୍‌ ପେଙ୍ଗୁଇନ୍‌ କଲୋନୀ

ସଙ୍କୁଚିତ ହେଉଛି ବିଶ୍ୱର ସର୍ବବୃହତ୍‌ ପେଙ୍ଗୁଇନ୍‌ କଲୋନୀ

ଲଣ୍ଡନ: ବିଶ୍ୱର ସର୍ବବୃହତ୍‌ ପେଙ୍ଗୁଇନ୍‌ କଲୋନୀ ୩୫ ବର୍ଷ ମଧ୍ୟରେ ପାଖାପାଖି ୯୦% ହ୍ରାସ ପାଇଛି। ପେଙ୍ଗୁଇନ୍‌ ହ୍ରାସର କାରଣ ଏବେ ବି ରହସ୍ୟମୟ ହୋଇ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ୧୯୬୦ ମସିହାରୁ କିଙ୍ଗ୍‌ ପେଙ୍ଗୁଇନ (ଆପ୍ଟେନୋଡାଇଟ୍ସ ପାଟାଗୋନିକସ୍‌)ଙ୍କ ଏହି କଲୋନୀ ବେଶ୍‌ ପରିଚିତ। ଭାରତ ମହାସାଗରର ଦକ୍ଷିଣଭାଗ ଦ୍ୱୀପ-ଇଲେ ଅକ୍ସ କୋକନ୍ସରେ ଏହା ଅବସ୍ଥିତ। ଏହା କିଙ୍ଗ୍‌ ପେଙ୍ଗୁଇନ୍‌ଙ୍କ ନିବାସସ୍ଥଳ ଭାବରେ ବିଶ୍ୱରେ ସବୁଠୁ ବୃହତ୍‌ ହୋଇଥିବା ବେଳେ ସବୁ ପ୍ରଜାତିର ପେଙ୍ଗୁଇନ୍‌ଙ୍କର ଏହା ହେଉଛି ଦ୍ୱିତୀୟ ବୃହତ୍ତମ କଲୋନୀ।

ଏୟାର ହୋଷ୍ଟେସ୍‌ ମା’ଙ୍କ ବିଦାୟ ବିମାନ ଉଡ଼ାଇଲେ ପାଇଲଟ୍‌ କନ୍ୟା

ଏୟାର ହୋଷ୍ଟେସ୍‌ ମା’ଙ୍କ ବିଦାୟ ବିମାନ ଉଡ଼ାଇଲେ ପାଇଲଟ୍‌ କନ୍ୟା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର କ୍ରିଉ ମେମ୍ବର ଭାବରେ ଦୀର୍ଘ ୩୮ବର୍ଷ ସେବା କରିସାରିବା ପରେ ଏୟାର ହୋଷ୍ଟେସ୍‌ ପୂଜା ଚିନ୍‌ଚାନ୍‌କର ମଙ୍ଗଳବାର ଅବସର ନେଇଛନ୍ତି। ଏହି ଅବସରରେ ତାଙ୍କ ବିଦାୟକାଳୀନ ବିମାନକୁ ମୁମ୍ବାଇରୁ ବେଙ୍ଗାଲୁରୁ ଉଡାଣ କରିଥିଲେ ତାଙ୍କ କନ୍ୟା ଆଶ୍ରିତା। କନ୍ୟା ତାଙ୍କର ଦିନେ ପାଇଲଟ୍‌ ହେବ ବୋଲି ପୂଜା ସ୍ବପ୍ନ ଦେଖିଥିଲେ।

ଯମୁନା ନଦୀର ଶୁଦ୍ଧତା ଫେରିଲା

ଯମୁନା ନଦୀର ଶୁଦ୍ଧତା ଫେରିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଯମୁନା ନଦୀର ଶୁଦ୍ଧତା ଫେରିଆସିଛି। ପ୍ରଦୂଷିତ ଜଳକୁ ପ୍ରଖର ବନ୍ୟାପାଣି ଧୋଇ ନେଇଥିବାରୁ ଏହାର ଗୁଣବତ୍ତାରେ ଢ଼େର୍‌ ଉନ୍ନତି ଘଟିଥିବା ବିଶେଷଜ୍ଞମାନେ କହିଛନ୍ତି। ପ୍ରଖର ବନ୍ୟାଜଳ ନଦୀର ଆବର୍ଜନାକୁ ଧୋଇନେଇଛି। ଦୁଇଦିନ ତଳେ ଯମୁନା ନଦୀର ଜଳପତ୍ତନ ବିପଦ ସଂକେତ ୨୦୪.୮୩ ମିଟର ଉପରେ ପ୍ରବାହିତ ହୋଇଥିବାରୁ ତଳିଆ ଅଞ୍ଚଳର ପ୍ରାୟ ୧୦,୦୦୦ ଲୋକଙ୍କୁ ନିରାପଦ ସ୍ଥଳକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା।

ଅଷ୍ଟ୍ରେଲୀୟ ହାପ୍‌-ମାରାଥନ୍‌ରେ ପଦକ ଜିତିଲା ବୁଲାକୁକୁର

ଅଷ୍ଟ୍ରେଲୀୟ ହାପ୍‌-ମାରାଥନ୍‌ରେ ପଦକ ଜିତିଲା ବୁଲାକୁକୁର

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଆୟୋଜିତ ହାପ୍‌-ମାରାଥନ ପ୍ରତିଦ୍ୱିନ୍ଦ୍ୱିତାରେ ବିଜୟୀ ହୋଇ ଏକ କୁକୁର ପଦକ ଜିତିପାରିଛି। ଷ୍ଟର୍ମି ନାମକ ଏହି କୁକୁର ମାନବ ପ୍ରତିଦ୍ୱିନ୍ଦ୍ୱୀଙ୍କ ହୃଦୟକୁ ଜିଣିପାରିଛି। ସଙ୍କର ଜାତୀୟ ଏହି କୁକୁରଟି ତତ୍ପରତା ଦେଖାଇ ୨୧କିଲୋମିଟର ଦୀର୍ଘ ଦୂରତାକୁ ଅଢ଼େଇ ଘଣ୍ଟାରେ ଦୌଡିପାରିଥିଲା। ଚଳିତ ମାସରେ ପଶ୍ଚିମ ଅଷ୍ଟ୍ରେଲୀୟ ସହର କାଲଗୁର୍ଲି ନିକଟବର୍ତ୍ତୀ ଗୋଲ୍ଡଫିଲ୍ଡସ ପାଇପଲାଇନ୍‌ଠାରେ ଏହି ମାରାଥନ୍‌ ଆୟୋଜିତ ହୋଇଥିଲା।

ଆଇପିଏଲ୍‌ ଭଳି ହେବ ପାରମ୍ପରିକ ସ୍ନେକ୍‌ ବୋଟ୍‌ ରେସ୍‌

ଆଇପିଏଲ୍‌ ଭଳି ହେବ ପାରମ୍ପରିକ ସ୍ନେକ୍‌ ବୋଟ୍‌ ରେସ୍‌

ଥିରୁଭନନ୍ତପୁରମ୍‌: କେରଳର ପ୍ରସିଦ୍ଧ ସ୍ନେକ୍‌ ବୋଟ୍‌ (ସାପୁଆ ଡଙ୍ଗା) ଦୌଡ ବର୍ଷବର୍ଷ ଧରି ପର୍ଯ୍ୟଟକଙ୍କ ଚିତ୍ତ ଆକର୍ଷଣ କରିଆସିଛି। ଏହା ବର୍ତ୍ତମାନ ଏକ ନୂଆ ଅବତାର ନେବାକୁ ଯାଉଛି। ଚଳିତ ବର୍ଷଠାରୁ ଏହି ଡଙ୍ଗାଦୌଡ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଭଳି ହେବ। କେରଳ ପର୍ଯ୍ୟଟନ ବିଭାଗ ଏହା ଘୋଷଣା କରିଛି। କେରଳର ବିଭିନ୍ନ ନଦୀରେ ୧୩ଟି ସ୍ଥାନରେ ଲିଗ୍‌ ଫର୍ମାଟରେ ଏହି ପ୍ରତିଯୋଗିତା ହେବ। ଏହାକୁ ଚାମ୍ପିୟନ୍ସ ବୋଟ୍‌ ଲିଗ୍‌ (ସିବିଏଲ୍‌) ନାମକରଣ କରାଯାଇଛି।

ବିଦ୍ୟୁତ୍‌ ଶକ୍ତି ବି’ ମିଳିବ ମଣିଷ ରକ୍ତରୁ

ବିଦ୍ୟୁତ୍‌ ଶକ୍ତି ବି’ ମିଳିବ ମଣିଷ ରକ୍ତରୁ

ମଣିଷ ରକ୍ତ ଭବିଷ୍ୟତରେ ବିଦ୍ୟୁତ୍‌ ଶକ୍ତିର ବିକଳ୍ପ ଉତ୍ସ ଭାବେ କାମ କରିବ। ଏନେଇ ନିକଟରେ ଚାଇନାର ବେଜିଂ ବିଶ୍ୱିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମନ୍ଦିର ଜଗିଛନ୍ତି ମହୁମାଛି

ମନ୍ଦିର ଜଗିଛନ୍ତି ମହୁମାଛି

ଭାରତରେ ରହିଛି ବହୁ ମନ୍ଦିର । ଏସବୁ ପାଲଟିଛି ପରମ୍ପରା ଓ ଐତିହ୍ୟର ନିଦର୍ଶନ। ତେବେ କିଛି ସ୍ବାତନ୍ତ୍ର୍ୟ ଲାଗି ପ୍ରସିଦ୍ଧ ହୋଇଛି କେତେକ ମନ୍ଦିର। ଏମିତି ଏକ ମନ୍ଦିର ହେଉଛି ତେଲେଙ୍ଗାନର ନାଲ୍ଲମାଲା ଫରେଷ୍ଟ ରେଞ୍ଜସ୍ଥିତ ନେମାଲିଙ୍ଗୁଦଲା ରଙ୍ଗନାୟକା ମନ୍ଦିର।

କାହିଁକି କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ ମହିଳା

କାହିଁକି କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ ମହିଳା

ମହିଳାମାନେ କୌଣସି କଥାକୁ ଲୁଚାଇ ରଖି ପାରନ୍ତି ନାହିଁ। ଏନେଇ ମହାଭାରତରେ ରହିଛି ଏକ ରୋଚକ ବର୍ଣ୍ଣନା। ତେବେ ଆଧୁନିକ ବିଜ୍ଞାନ ଅନୁସାରେ ମହିଳାଙ୍କ ଶରୀର ଗଠନ ଅନୁସାରେ ସେମାନେ ସବୁବେଳେ ଚାପମୁକ୍ତ ରହିବାକୁ ପସନ୍ଦ କରନ୍ତି।

ଅପହୃତ ହେବା ଲାଗି ନିଜେ ଦିଅନ୍ତି ଟଙ୍କା

ଅପହୃତ ହେବା ଲାଗି ନିଜେ ଦିଅନ୍ତି ଟଙ୍କା

ନିଜକୁ ନିଜେ ଅପହରଣ କରାଇବା ସହିତ ନିର୍ଯାତନା ଭୋଗିବା ଶୁଣିଲେ ଅଜବ ଲାଗିଥାଏ । କିନ୍ତୁ ଏକ୍ସଟ୍ରିମ୍‌ କିଡନାପିଙ୍ଗ ନାମକ ଏକ ଆମେରିକୀୟ ସଂସ୍ଥା ଏଭଳି ସେବା ଗ୍ରାହକଙ୍କୁ ଯୋଗାଇଥାଏ। ଏବେ ଏହି ସଂସ୍ଥାର ଗ୍ରାହକ ସେବା ନେଇ ସୋସିଆଲ ମିଡ଼ିଆରେ ନାନା ଚର୍ଚ୍ଚା ଜାରି ରହିଛି।