ନିର୍ବାଚନ-୨୦୧୯

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ନାରାୟଣ ରାଓ

ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ନାରାୟଣ ରାଓ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଭାଜପା ପକ୍ଷରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। 

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ:  ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ: ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନୂଆପଡା ଅଫିସ,୨୦ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେହି ଦିନଠାରୁ ନାମାଙ୍କନପତ୍ର ଦାଖଲ ପାଇଁ ଘୋଷଣା କରାଯାଇଥିଲା । 

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବୁଧବାର ଭାଜପାରେ ମିଶିଛନ୍ତି। ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ବିଧିବଦ୍ଧଭାବେ ଭାଜପାରେ ଯୋଗ ଦେଇଛନ୍ତି। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ୧୯ରୁ ୨୬ ପ୍ରାର୍ଥତ୍ପତ୍ର ଦାଖଲ; ୨୭ରେ ଯାଞ୍ଚ, ୨୯ରେ ଚୂଡ଼ାନ୍ତ ତାଲିକା

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ୧୯ରୁ ୨୬ ପ୍ରାର୍ଥତ୍ପତ୍ର ଦାଖଲ; ୨୭ରେ ଯାଞ୍ଚ, ୨୯ରେ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ଏପ୍ରିଲ ୧୮ ରେ ୫ଟି ଲୋକ ସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ହିଞ୍ଜିଳି, ବିଜେପୁର ବିଧାନସଭା ଆସନରୁ ଲଢ଼ିବେ ନବୀନ

ହିଞ୍ଜିଳି, ବିଜେପୁର ବିଧାନସଭା ଆସନରୁ ଲଢ଼ିବେ ନବୀନ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ହିଞ୍ଜିଳି ଏବଂ ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ବିଜେଡି ପକ୍ଷରୁ ସୋମବାର ଏହି ଘୋଷଣା ନିଜେ ମୁଖ୍ୟମନ୍ତ୍ରୀ କରିଛନ୍ତି। ରବିବାର ପଶ୍ଚିମ ଓଡ଼ିଶାର ନେତା ଏବଂ ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାରେ ଲଢ଼ିବା ପାଇଁ ଅନୁରୋଧ କରିଥିଲେ।

 ପରିବର୍ତ୍ତନ ଆଶାରେ ବିରୋଧୀ

ପରିବର୍ତ୍ତନ ଆଶାରେ ବିରୋଧୀ

ପ୍ରଦୀପ ଦାସ

ଭୋଗରାଇ, ୧୯।୩(ଡି.ଏନ୍‌.ଏ.) : ନିର୍ବାଚନ ଘୋଷଣା ପରେ ବାଲେଶ୍ୱର ଜିଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବଳ କଷାକଷି ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡିରେ ଅଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି।

ଟିକେଟ୍‌ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ   ସସ୍‌ପେନ୍ସ

ଟିକେଟ୍‌ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ସସ୍‌ପେନ୍ସ

ଶୁଭାଶିଷ ପାଢ଼ୀ

ସମ୍ବଲପୁର,୧୯।୩ (ବ୍ୟୁରୋ) : ସମ୍ବଲପୁର ଜିଲା ରେଙ୍ଗାଲି ନିର୍ବାଚନମଣ୍ଡଳୀ ୨୦୦୯ ମସିହାରୁ ପୁନର୍ଗଠନ ହୋଇଥିଲା। ରେଙ୍ଗାଲି ବ୍ଲକ, ଧନକଉଡା ବ୍ଲକ ଓ ମାନେଶ୍ୱର ବ୍ଲକର ୫ ଗ୍ରାମ ପଞ୍ଚାୟତ ଓ ସମ୍ବଲପୁର ମହାନଗରର ୧୦ ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଅନୁସୂଚିତ ଜାତି(ଏସସି) ପ୍ରାର୍ଥୀଙ୍କ ପାଇଁ ଏହି ଆସନ ସଂରକ୍ଷିତ ହୋଇରହିଛି। 

ଘସିପୁରା ନିର୍ବାଚନମଣ୍ଡଳୀରେ ହେଭିଓ୍ବେଟ ନେତାଙ୍କ ଲଢେଇ ସମ୍ଭାବନା

ଘସିପୁରା ନିର୍ବାଚନମଣ୍ଡଳୀରେ ହେଭିଓ୍ବେଟ ନେତାଙ୍କ ଲଢେଇ ସମ୍ଭାବନା

ଘସିପୁରା,୧୯ା୩(ସ୍ବ.ପ୍ର.): ନିର୍ବାଚନ ଘୋଷଣା ପରେ କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ହେଭିଓ୍ବେଟ ନେତାଙ୍କ ଲଢେଇ ସମ୍ଭାବନାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। 

୬ ଲୋକ ସଭା, ୩୬ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ

୬ ଲୋକ ସଭା, ୩୬ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ଦଫାରେ ୬ ଲୋକ ସଭା ଏବଂ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇଛି।