ସମ୍ପାଦକୀୟ

 ଗଡ଼ଜାତ ମିଶ୍ରଣ

ଗଡ଼ଜାତ ମିଶ୍ରଣ

ଶରତ ଚନ୍ଦ୍ର ମିଶ୍ର

ଓଡ଼ିଶାରେ ମୋଗଲ ଶାସନ (୧୫୬୮-୧୭୫୧)ର ପ୍ରାରମ୍ଭରେ ସମ୍ରାଟ୍‌ ଆକବରଙ୍କ ରାଜସ୍ବ ମନ୍ତ୍ରୀ ତୋଡର ମଲ୍ଲ ଓଡ଼ିଶାକୁ ମୋଗଲବନ୍ଦୀ ଓ ଗଡ଼ଜାତ ଅଞ୍ଚଳ ମଧ୍ୟରେ ବିଭାଜିତ ଓ ଚିହ୍ନିତ କରାଇଥିଲେ। ମୋଗଲମାନଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଉପକୂଳ ଅଞ୍ଚଳର ପାଞ୍ଚୋଟି ସରକାରକୁ ମୋଗଲବନ୍ଦୀ ଓ ଆଭ୍ୟନ୍ତରୀଣ ଅଞ୍ଚଳର ଭିନ୍ନ ଭିନ୍ନ ରାଜାମାନଙ୍କ ଅଧୀନରେ ଥିବା ଅଞ୍ଚଳକୁ ଗଡ଼ଜାତ କୁହାଗଲା। ...

ଅଷ୍ଟ୍ରେଲିଆର ନୂଆ ନେତା

ଅଷ୍ଟ୍ରେଲିଆର ନୂଆ ନେତା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଅଷ୍ଟ୍ରେଲିଆ ରାଜନୀତିରେ କ୍ଷମତା ଯୁଦ୍ଧ ଅହରହ ଚାଲିଆସିଛି। ଏଇ ଏକ ଦଶନ୍ଧି ମଧ୍ୟରେ ଦେଶ ୬ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସାରିଲାଣି। ୨୦୧୮ ଅଗଷ୍ଟ ୨୪ରେ ସ୍କଟ୍‌ ଜନ୍‌ ମୋରିସନ୍‌ ଅଷ୍ଟ୍ରେଲିଆର  ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସ୍କଟ୍‌ଙ୍କ ଦାୟିତ୍ୱ ଗ୍ରହଣ ପରେ ଲିବେରାଲ ପାର୍ଟି ମଧ୍ୟରେ ଦେଖା ଦେଇଥିବା ବିବାଦର ବସ୍ତୁତଃ ଅନ୍ତ ଘଟିଛି ବୋଲି କୁହାଯାଉଛି। ମାଲ୍‌କମ୍‌ ଟର୍ନବୁଲ୍‌ ସହଯୋଗୀଙ୍କ ...

ଏଇ ଭାରତରେ

ଏଇ ଭାରତରେ

ବିରଳ ଅସ୍ତ୍ରୋପଚାର ଦ୍ୱାରା ଏକ ୭ ମାସର ଶିଶୁକନ୍ୟାର ଜୀବନରକ୍ଷା ହୋଇପାରିଛି। ଆଲିଗଡ ମୁସଲିମ୍‌ ୟୁନିଭର୍ସିଟିର ଜବାହରଲାଲ୍‌ ନେହେରୁ ମେଡିକାଲ କଲେଜ୍‌ର ଡାକ୍ତରମାନେ ଦୀର୍ଘ ୪ଘଣ୍ଟା ଅପରେଶନ୍‌ କରି ଶିଶୁର ଜନ୍ମଗତ ଅସଙ୍ଗତିକୁ ଦୂର କରିପାରିଛନ୍ତି। ...

ପାର୍ଶ୍ୱପ୍ରବେଶକୁ ବିରୋଧ

ପାର୍ଶ୍ୱପ୍ରବେଶକୁ ବିରୋଧ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ସରକାରଙ୍କ ଯୁଗ୍ମସଚିବ-ସ୍ତରୀୟ ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ ପାର୍ଶ୍ୱପ୍ରବେଶକୁ ଅନୁମତି ଦେବା ଲାଗି କେନ୍ଦ୍ରର ନିଷ୍ପତ୍ତିକୁ ନେଇ ନିଶ୍ଚୟ ସମସ୍ତେ ଉତ୍ସାହିତ ନାହାନ୍ତି। ଏ ପ୍ରସ୍ତାବରେ ତ ବାବୁମାନେ ଆଦୌ ଆନନ୍ଦିତ ନୁହନ୍ତି। ଏବେ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଏ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏ ନିଷ୍ପତ୍ତିକୁ ମନମୁଖି ବୋଲି ଅଭିଯୋଗ କରି ଆବେଦନକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ପୂର୍ବତନ ସଚିବ ଚନ୍ଦ୍ରପାଲ କହିଛନ୍ତି ଯେ, ଏହାଦ୍ୱାରା ଅମଲାତନ୍ତ୍ରରେ ବିଶୃଙ୍ଖଳା ସୃଷ୍ଟି ହେବ। କାରଣ...

ଗଧରୁ ମଣିଷ

ଗଧରୁ ମଣିଷ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

୧୯୯୪ ମସିହାର ଘଟଣା। ଭାରତର ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ଓମାନ୍‌ ଗସ୍ତରେ ଯାଇଥାନ୍ତି। ସେତେବେଳେ ଓମାନ୍‌ର ସୁଲତାନ ଥାନ୍ତି ଓ୍ବାବସ୍‌ ବିନ୍‌ ସୟିଦ୍‌ ଅଲ ସୟିଦ୍‌। ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଓମାନ୍‌ ସୁଲତାନ ସ୍ବୟଂ ବିମାନବନ୍ଦରରେ ଉପସ୍ଥିତ ଥାନ୍ତି। ରାଷ୍ଟ୍ରପତି ଯଥାସମୟରେ ପହଞ୍ଚିଲେ ଓ ଓମାନ୍‌ ସୁଲତାନ୍‌ ତାଙ୍କୁ ଭାବପୂର୍ଣ୍ଣ ସ୍ବାଗତ ଜଣାଇ ପାଛୋଟି ଆଣିଲେ। ରାଷ୍ଟ୍ରପତି ବସିଥିବା କାରକୁ ନିଜେ ଚଳାଇ ତାଙ୍କୁ ଅତିଥିଶାଳାକୁ ଘେନିଆସିଲେ। ସେତେବେଳେ ଏହି ଘଟଣା ଓମାନ୍‌ବାସୀଙ୍କୁ ଚକିତ କରିଥିଲା। କାରଣ ...

ସାର୍ଥକ ଜୀବନ

ସାର୍ଥକ ଜୀବନ

ମମତା ପଣ୍ଡା

କବିଙ୍କ ଭାଷାରେ- 
”ମୁହୂର୍ତ୍ତେ ମାତର ଉଜ୍ଜ୍ୱଳି ପ୍ରଖର ଶିଖା ଟେକି ହୁତାଶନ,
ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ।
ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହେ ତା’ ଆଦର ଯଶ,
କି ଲୋଡ଼ା ତହିଁରେ ରହେ ଯେ ମହୀରେ କୁହୁଳି ସହସ୍ର ବର୍ଷ?“ 
(ଧର୍ମପଦ- ପଣ୍ଡିତ ଗୋପବନ୍ଧୁ)
ମଣିଷ ଜୀବନର ସାର୍ଥକତା ଏଇ ଅଗ୍ନିଶିଖା ପରି ଆଲୋକ ଓ ଉତ୍ତାପ ପ୍ରଦାନ କରିବାରେ। ତାହା ସ୍ବଳ୍ପକାଳ ପାଇଁ ହେଉ ପଛେ। କିନ୍ତୁ ଶତାୟୁ ହୋଇ ମଧ୍ୟ ଯଦି ଜୀବ...

ଏଇ ଭାରତରେ

ଏଇ ଭାରତରେ

‘ପର ଦୁଃଖ ଦେଖି କାନ୍ଦେ ଯା’ ପରାଣ ମହତ ମଣିଷ ସିଏ।’ ଏହି ଆପ୍ତ ବାକ୍ୟର ଯଥାର୍ଥତା ଯୁଗେ ଯୁଗେ ରହିଛି। ନିକଟରେ କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ନିରନ୍ନ ଓ ବାସହରା ହୋଇଯାଇଛନ୍ତି। ଏହି ଅଞ୍ଚଳର ଲୋକଙ୍କ ଦୁଃଖ ଦେଖି କୋଝିକୋଡର ଜଣେ ତରୁଣୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ...

ଆଜିର ଅର୍ଥନୀତି/ କୋଚର ଦୂରେଇ ରହନ୍ତୁ

ଆଜିର ଅର୍ଥନୀତି/ କୋଚର ଦୂରେଇ ରହନ୍ତୁ

ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚର ଆଇସିଆଇସିଆଇ ସିକ୍ୟୁରିଟିଜ୍‌ (ଆଇ-ସେକ୍‌) ବୋର୍ଡର ନିର୍ଦ୍ଦେଶକ ପଦରେ ପୁନଃ ଅବସ୍ଥାପିତ ହେବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ଅଗଷ୍ଟ ୩୦ରେ ଆଇ-ସେକ୍‌ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ପ୍ରସ୍ତାବଟି ବିଚାର ପାଇଁ ଉପସ୍ଥାପନ କରାଯିବ। ଯଦି ତାହା ଅନୁମୋଦନ ଲାଭ କରେ, ତେବେ ସେ ବ୍ୟାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଶାଖାର ମଙ୍ଗୁଆଳ ଭାବେ ପ୍ରତ୍ୟାବର୍ତ୍ତନ କରିବେ। ଆଇ-ସେକ୍‌ର ଏକ ବିଜ୍ଞପ୍ତି ଅନୁସାରେ କୋଚର ଉକ୍ତ ପଦରୁ ଅବସର ନେବା ପରେ ନିଜକୁ ଯୋଗ୍ୟ ମନେକରି ପୁନର୍ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି। ଯଦି ସେ ଉକ୍ତ ପଦ ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ଏକ ସାଧାରଣ ରିଜଲ୍ୟୁଶନ ମାଧ୍ୟମରେ ତାଙ୍କର ପୁନର୍ନିଯୁକ୍ତିକୁ ଅନୁମୋ...

ପାକିସ୍ତାନର ଭବିଷ୍ୟତ- ଅନେକ ପ୍ରଶ୍ନବାଚୀ

ପାକିସ୍ତାନର ଭବିଷ୍ୟତ- ଅନେକ ପ୍ରଶ୍ନବାଚୀ

କୁଲଦୀପ ନାୟାର

(ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭକାର, ଲେଖକ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା କୂଟନୀତିଜ୍ଞ କୁଲଦୀପ ନାୟାରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି। ଅତୀତରେ ସେ ଧରିତ୍ରୀର  ନିୟମିତ ଖବରଦାତା ଓ ସ୍ତମ୍ଭକାର ଥିଲେ। ପାଠକଙ୍କ ଅବଗତି ନିମନ୍ତେ ଧରିତ୍ରୀରେ ୨୩ା୦୮ା୧୯୮୮ ତାରିଖରେ ପ୍ରକାଶିତ ତାଙ୍କର ଏକ ଲେଖା ଏଠାରେ ପୁନରୁପସ୍ଥାପନ କରାଯାଉଛି।)

ଜିଆଙ୍କ ଇଚ୍ଛା ମୁତାବକ ପାକିସ୍ତାନ କ’ଣ ଇସ୍‌ଲାମ ରାଷ୍ଟ୍ର ହେବ? ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦେଶରେ ...

ନିଜେ ହିଁ ନିଜର ତୁଳନା

ନିଜେ ହିଁ ନିଜର ତୁଳନା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଗଙ୍ଗାଧର ମେହେରଙ୍କୁ ରାଧାନାଥ ରାୟଙ୍କ ଯୁଗରେ ଅନ୍ତର୍ଭୁକ୍ତ କରାଗଲେ ମଧ୍ୟ ସ୍ବକୀୟ କାବ୍ୟଶୈଳୀ ଓ ବୈଶିଷ୍ଟ୍ୟ ଯୋଗୁ ସେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ। ‘ଚିଲିକା’ ଓ ‘ମହାଯାତ୍ରା’କୁ ଛାଡ଼ିଦେଲେ ରାଧାନାଥଙ୍କର ପ୍ରାୟ ସମସ୍ତ କାବ୍ୟକବିତା ବିଦେଶୀ କଥାବସ୍ତୁର ପଟ୍ଟଭୂମିରେ ପର୍ଯ୍ୟବସିତ। କିନ୍ତୁ ତାଙ୍କ ବିଶେଷତ୍ୱ ଏହି ଯେ, ନିଜ ପ୍ରତିଭା ଦ୍ୱାରା ବିଦେଶୀ କଥାବସ୍ତୁକୁ ତାଙ୍କ କାବ୍ୟ କବିତାରେ ସେ ନୂତନ ରୂପ ଦେଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପିଲାମାନେ ଖେଳନା ଦେଖିଲେ ସେମାନଙ୍କ ଆନନ୍ଦ କହିଲେ ନ ସରେ। ଗୋଟିଏ ହାତରେ ନୁହେଁ, ଦୁଇ ହାତରେ ସେମାନେ ଖେଳନା ଧରି ଖେଳିବାକୁ ଭଲ ପାଆନ୍ତି। କିନ୍ତୁ ନିକଟରେ ପ୍ରଳୟଙ୍କରୀ ବନ୍ୟା କେରଳୀ ପିଲାଙ୍କ ସବୁ ଖେଳନା ଧୋଇନେଇଛି। ସେମାନେ ଏବେ କରିବେ କ’ଣ? ସବୁବେଳେ ମନମାରି ବସୁଛନ୍ତି। ସେମାନଙ୍କ ହାତକୁ ଖେଳନା ବଢ଼ାଇଦେବା ...

ନିଷିଦ୍ଧ ଆଣ୍ଟିବାୟୋଟିକ୍ସ

ନିଷିଦ୍ଧ ଆଣ୍ଟିବାୟୋଟିକ୍ସ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟର ଏକ ଅନୁଧ୍ୟାନ ଅନୁସାରେ ଗତ ୧୦ ବର୍ଷ ଭିତରେ ଭାରତ ଛଡ଼ା ପୃଥିବୀର ଅନ୍ୟ ଦେଶଗୁଡ଼ିକରେ ଆଣ୍ଟିବାୟୋଟିକ୍ସର ବ୍ୟବହାର ୩୬% ଏବଂ ଭାରତରେ ତାହା ୬୨% ବୃଦ୍ଧି ପାଇଛି, ଯାହା ବିଶ୍ୱରେ ସର୍ବାଧିକ। ଭାରତରେ ଯେତେ ଆଣ୍ଟିବାୟୋଟିକ୍ସ ବିକ୍ରି ହେଉଛି, ତା’ର ୭୦ ଭାଗ ରୋଗଣା କୁକୁଡ଼ାଙ୍କୁ ଖୁଆଯାଉଛି, ଯେଉଁମାନଙ୍କ ମାଂସ ଓ ଅଣ୍ଡାକୁ ପରେ ଭାରତୀୟମାନେ ଖାଉଛନ୍ତି। ...

ସହରୀ ବନ୍ୟା

ସହରୀ ବନ୍ୟା

ବିଚିତ୍ର ବିଶ୍ୱାଳ

ଆମେ ପିଲାଦିନରୁ ଝିଣ୍ଟିକା ଓ ପିମ୍ପୁଡ଼ିର ଗପ ଶୁଣିଛେ। ପିମ୍ପୁଡ଼ି ବର୍ଷାଦିନ ପାଇଁ ଖାଦ୍ୟ ସଞ୍ଚୟ କରି ରଖିବା ନିମନ୍ତେ କଠିନ ପରିଶ୍ରମ କରୁଥିବା ବେଳେ ଅଳସୁଆ ଝିଣ୍ଟିକା ବର୍ଷାଦିନ କଥା ନ ଭାବି ମଉଜ ମସ୍ତିରେ ମାତିଥିଲା। ପରିଣାମ ସ୍ବରୂପ ବର୍ଷାଦିନ ଆସିବାରୁ ଝିଣ୍ଟିକା କ୍ଷୁଧାରେ ଛଟପଟ ହେଲା ଓ ବାକି କାହାଣୀ ଆମେ ଜାଣିଛେ। ସମ୍ପ୍ରତି ଆମ ଦେଶର ବଡ଼ ବଡ଼ ସହରଗୁଡ଼ିକର ଅବସ୍ଥା ସେହି ଅଳସୁଆ ଝିଣ୍ଟିକା ପରି ହୋଇଛି। ଏହି ସବୁ ବଡ଼ ବଡ଼ ସହର ବର୍ଷାଦିନ ପାଇଁ ଯୋଜନା ନ କରି କେବଳ ରାସ୍ତାଘାଟ, କୋଠାବାଡ଼ି, ମଲ୍‌, ମଲ୍‌ଟିପ୍ଲେକ୍ସ ଆଦି ବଢ଼େଇ ଚାଲିଛନ୍ତି। ପରିଣାମ କ’ଣ ହେଉଛି ଆମେ ଦେଖୁଛେ। ଅସରାଏ ଦି’ ଅସରା ବର୍ଷାରେ ସହର ଜଳାର୍ଣ୍ଣବ ହୋଇଯାଉଛି। ...

 ଭଡ଼ାରେ ମାତୃତ୍ୱ

ଭଡ଼ାରେ ମାତୃତ୍ୱ

ଅଲେଖ ଚନ୍ଦ୍ର ମିଶ୍ର

ଭଡ଼ାରେ ମାତୃତ୍ୱ (ସରୋଗେସି) ଚିକିତ୍ସା ବିଜ୍ଞାନ ଦ୍ୱାରା ସ୍ବୀକୃତ ଏକ ପ୍ରଜନନ ପ୍ରକ୍ରିୟା, ଯାହାଦ୍ୱାରା ଗର୍ଭଧାରଣ ପାଇଁ ଅକ୍ଷମ ଜଣେ ମହିଳାଙ୍କ ଲାଗି ଅନ୍ୟଜଣେ ମହିଳା ଗର୍ଭଧାରଣ କରନ୍ତି ଏବଂ ଜନ୍ମିତ ସନ୍ତାନକୁ ଅକ୍ଷମ ମହିଳାଙ୍କୁ ହସ୍ତାନ୍ତର କରନ୍ତି। ସନ୍ତାନପ୍ରାପ୍ତିର ଅନ୍ୟ ଏକ ବିକଳ୍ପ ଆଇଭିଏଫ୍‌ (ଇନ୍‌ଭର୍ଟୋ ଫର୍ଟିଲିଟି) ପ୍ରଣାଳୀଠାରୁ ଏହା ଅଧିକ ଉପାଦେୟ, କାରଣ ଏହାଦ୍ୱାରା ନିଜ ଔରସର ସନ୍ତାନପ୍ରାପ୍ତି ସମ୍ଭବ ହୋଇଥାଏ। ତେଣୁ ଏହି ପଦ୍ଧତି ଏତେ ଲୋକପ୍ରିୟ ହୋଇଯାଇଛି ଯେ ସାରା ପୃଥିବୀର କୋଟି କୋଟି ଲୋକ ଏହାର ଆଶ୍ରୟ ନେଉଛନ୍ତି। ବିଶ୍ୱବ୍ୟାପୀ କେତେ ହତାଶ ଦମ୍ପତି ଆଶାର ଆଲୋକ ଦେଖୁଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ମୁମ୍ବାଇର ଜଣେ ସ୍କୁଲ୍‌ ଛାତ୍ରୀ ପଢ଼ିଥିବା ବିଷୟକୁ ଅଗ୍ନିକାଣ୍ଡ ବେଳେ ପ୍ରୟୋଗ କରିବାରୁ ଅନେକଙ୍କ ଜୀବନରକ୍ଷା ହୋଇପାରିଛି। ବୁଧବାର ସକାଳେ କେନ୍ଦ୍ରୀୟ ମୁମ୍ବାଇର ପାରେଲ ଅଞ୍ଚଳର ଏକ ୧୭ମହଲା ବିଶିଷ୍ଟ କ୍ରିଷ୍ଟାଲ ଟାଓ୍ବାର ବିଲ୍‌ଡିଂରେ ହଠାତ୍‌ ନିଅଁା ଲାଗିଯାଇଥିଲା। ୧୦ବର୍ଷ ବୟସ୍କ ଜେନ୍‌ ସଦାବର୍ତ୍ତେ ତାଙ୍କର ଉପସ୍ଥିତି ବୁଦ୍ଧି ଖଟାଇ ନିରାପଦ ଉପାୟ ବତାଇ ଦେଇଥିଲେ। ଏହାଦ୍ୱାରା ତାଙ୍କ ପରିବାର ଏବଂ ପ...

ମଲେ ଗଲେ

ମଲେ ଗଲେ

ସମ୍ପାଦକୀୟ/ତଥାଗତ ସତପଥୀ

ନିକଟରେ ଅର୍ଥାତ୍‌ ଅଗଷ୍ଟ ୯ ଓ ୧୧ରେ ଯଥାକ୍ରମେ କଟକର ନରାଜ ଏବଂ କଳାହାଣ୍ଡି ଜିଲାର ଭବାନୀପାଟଣାରେ ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଦେବାକୁ ଯାଇଥିବା ସୁସ୍ଥସବଳ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨୧ରେ ପୁନର୍ବାର ତୃତୀୟ ଥର ପାଇଁ ଅନ୍ୟ ଜଣେ ଯୁବକଙ୍କ ଏହି ପୋଲିସ ଚାକିରି ପ୍ରବେଶିକା ପରୀକ୍ଷା ସମୟରେ ବୌଦ୍ଧରେ ମୃତ୍ୟୁ ଘଟିଛି। ଏହା ଧରାବନ୍ଧା କଥା ଯେ, ପୋଲିସ ଚାକିରି ପାଇଁ ଇଚ୍ଛୁକ ଯୁବକଙ୍କ ସର୍ବନିମ୍ନସ୍ତରର ଶାରୀରିକ ଯୋଗ୍ୟତା ରହିବା କଥା। କିନ୍ତୁ ଲାଗ୍‌ ଲାଗ୍‌ ତିନିଜଣ ଯୁବକଙ୍କ ମୃତ୍ୟୁ କେବଳ ଏହି ବର୍ଷ ଘଟିନାହିଁ। ପୂର୍ବବର୍ଷଗୁଡ଼ିକରେ ମଧ୍ୟ ଏହିଭଳି ଘଟଣା ଶୁଣିବାକୁ ମିଳିଛି। ଉଲ୍ଲେଖର...

ଫସଲବୀମା ନକାରାତ୍ମକ

ଫସଲବୀମା ନକାରାତ୍ମକ

ତଥାଗତ ସତପଥୀ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ)  ୧୩ ଜାନୁୟାରୀ ୨୦୧୬ରେ ଆରମ୍ଭ ହୋଇଥିଲା। ପୋକ ତଥା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଫସଲ ନଷ୍ଟ ହେଲେ ଏହି ବାବଦରେ କୃଷକ ଯେଉଁ କ୍ଷତି ସହେ ତାହାକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏପରି ବ୍ୟବସ୍ଥା କରିଥିଲେ। ଏଥିପାଇଁ ଚାଷୀଙ୍କୁ ଖରିଫ ଫସଲ ପାଇଁ ୨ ପ୍ରତିଶତ ଓ ରବି ଫସଲ ପାଇଁ ୧.୫ ପ୍ରତିଶତ ପ୍ରିମିୟମ ଏବଂ ଉଦ୍ୟାନ କୃଷି ଭଳି ଲାଭଦାୟକ ଚାଷ ଲାଗି ପ୍ରିମିୟମକୁ ୫ ପ୍ରତିଶତ ରଖାଯାଇଛି। ଅର୍ଥାତ୍‌ କମ୍‌ ପ୍ରିମିୟମ ଦେଇ ଚାଷୀ ଅଧିକ ସୁରକ୍ଷିତ ...

ଖଣିକ୍ଷତିଗ୍ରସ୍ତ ଗାଁର ବେଦନା

ଖଣିକ୍ଷତିଗ୍ରସ୍ତ ଗାଁର ବେଦନା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ଗଛବୃଚ୍ଛରେ ଭରା କେନ୍ଦୁଝରର ଗନ୍ଧମାର୍ଦ୍ଦନ ପାହାଡ଼ରୁ ବର୍ଷ ସାରା ଝରି ଆସୁଥିଲା ଶିଆଳିବୋଡା ଝରଣା। ପର୍ବତ ତଳେ ଥିବା ତଳକାଇଁସାରି ଗାଁର ଆଦିବାସୀଙ୍କ ପାଇଁ ତାହା ଥିଲା ଜୀବନରେଖା। ସେହି ପାଣିରେ ବହି ଆସୁଥିଲା ଜଙ୍ଗଲର ଅମୂଲ୍ୟ ସାର, ମାଟି ହେଉଥିଲା ଉର୍ବର। ଝରଣା ପାଣିରେ ଖାଲି ବର୍ଷାଦିନିଆ ଫସଲ ଲହଡି ଭାଙ୍ଗୁ ନ ଥିଲା, ତା’ସହିତ ଉତୁରୁଥିଲା ଅନେକ ଖରାଦିନିଆ ...

ଶିଶୁ ଯୌନନିର୍ଯାତନା

ଶିଶୁ ଯୌନନିର୍ଯାତନା

ହୃଦୟବଲ୍ଲଭ ଦାସ

ଦେଶର କୋଣ ଅନୁକୋଣରେ ଏବେ ଅଭାବନୀୟ ଘଟଣାମାନ ଦେଖିବାକୁ ମିଳୁଛି। ତାହା ହେଲା ଶିଶୁକନ୍ୟାଙ୍କୁ ବଳାତ୍କାର। ଏପରି ଅପରାଧକୁ ପ୍ରତିହତ କରିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହା ହେଉଛି ‘ଦି ପ୍ରୋଟେକ୍‌ଶନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ ଅଫେନ୍‌ସେସ୍‌ ଆକ୍ଟ-୨୦୧୨। ଏହି ନୂଆ ଆଇନର ଉଦ୍ଦେଶ୍ୟ ହେଉଛି ଏଭଳି ଅପରାଧଗୁଡ଼ିକୁ ପ୍ରତିହତ କରିବା ଓ ଅପ୍ରାପ୍ତବୟସ୍କମାନଙ୍କୁ ଯୌନନିର୍ଯାତନାରୁ ରକ୍ଷା କରିବା। ଏଭଳି ଅପରାଧର ବିଚାର ପଦ୍ଧତି ଫୌଜଦାରି କାର୍ଯ୍ୟବିଧି ଆଇନ-୧୯୭୩ ...

ଏଇ ଭାରତରେ

ଏଇ ଭାରତରେ

ସନ୍ତାନଙ୍କ ଭବିଷ୍ୟତ କଥା ଯେତେବେଳେ ଉଠେ, ଅଧିକାଂଶ ମାତାପିତାଙ୍କ ମୁହଁରୁ ଡାକ୍ତର, ଇଞ୍ଜିନିୟର ଶବ୍ଦ ପ୍ରଥମେ ବାହାରେ। ପୁଅ ଭଲ ପାଠ ପଢ଼ି ଡାକ୍ତର କିମ୍ବା ଇଞ୍ଜିନିୟର ହେଉ ବୋଲି ପ୍ରାୟ ଅଧିକାଂଶ ମାତାପିତା ଚାହିଁଥାନ୍ତି। ଏହାସତ୍ତ୍ୱେ ଦେଶସେବା କଥା ଯେତେବେଳେ ଉଠେ ପ୍ରତିଟି ଭାରତୀୟଙ୍କ ମନପ୍ରାଣରେ ଏକ ଭିନ୍ନ ଆବେଗ ଦେଖିବାକୁ ମିଳିଥାଏ। ତାମିଲନାଡୁର ମଦୁରାଇ ଜିଲାରେ ଏଭଳି ଏକ ଗ୍ରାମ ରହିଛି ଯାହାର ମାଟି, ପାଣି, ପବନରେ ଦେଶଭକ୍ତିର ବାସ୍ନା ଫୁଟି ଉଠିଥାଏ। ଗ୍ରାମର ପ୍ରାୟ ପ୍ରତି ପରିବାରର ଏକାଧିକ ସଦସ୍ୟ ଭାରତୀୟ ...

ଦୁଆର ବନ୍ଦ କରନାହିଁ

ଦୁଆର ବନ୍ଦ କରନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ

କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ୍‌ ୨୦୧୮ ଅଗଷ୍ଟ ୧୮ରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଉତ୍ସବରେ ଯୋଗଦେବା ପାଇଁ ଭାରତର ତିନିଜଣ ପୂର୍ବତନ କ୍ରିକେଟର କପିଲ ଦେବ, ସୁନୀଲ ଗାଭାସ୍କର ଏବଂ ନଭଜୋତ୍‌ ସିଂ ସିଦ୍ଧୁୁଙ୍କୁ ଇମ୍ରାନ ନିମନ୍ତ୍ରଣ କରିଥିଲେ। ବଛା ହୋଇଥିବା ତିନୋଟି ନାମକୁ ଦେଖିଲେ ବୁଝାପଡୁଛି ଯେ, ଏହି ନିଷ୍ପତ୍ତି ପଛରେ ଇମ୍ରାନଙ୍କର କୌଣସି ରାଜନୀତି ନ ଥିଲା। ପୂର୍ବତନ କ୍ରିକେଟ ଖେଳାଳି ଭାବେ ନିଜର ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲେ। ସାଧାରଣ ମଣିଷକୁ ଦେଖିଲେ ସମସ୍ତେ ନିଜ ଜୀବନର ଉଚ୍ଚତମ ମୁହୂର୍ତ୍ତକୁ ବନ୍ଧୁ ଏବଂ ପରିବାର ସହିତ ବିତାଇବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଇମ୍ରାନଙ୍କ ନିମନ୍ତ୍ରଣ ପଛରେ ଥିବା ମାନସିକତା ଆମ ସମସ୍ତଙ୍କ ଦ୍ୱାରା ବୁଝାପଡ଼ିବା ଅତି ସହଜ। ...

ତରକିଥିବୁ ତେରକୁ

ତରକିଥିବୁ ତେରକୁ

ବୈକୁଣ୍ଠନାଥ ମିଶ୍ର

ବିକୃତ ମାନସିକତା ସମାଜରେ ହୁ ହୁ ହୋଇ ବଢିଚାଲିଛି। ମନେହୁଏ ସତେ ଯେପରି ମାନବିକତା କେଉଁକାଳୁ ମରିହଜି ଗଲାଣି। ସାମାଜିକ ପ୍ରାଣୀର ଗୌରବ ବହନ କରୁଥିବା ମନୁଷ୍ୟ ସାମାଜିକତା ପରିବର୍ତ୍ତେ କ୍ରୂରତା ଓ ହିଂସ୍ରପ୍ରବୃତ୍ତିର ଆଶ୍ରୟ ନେଉଛି। ଶାସନ, ପ୍ରଶାସନ ଓ ନ୍ୟାୟିକ ବ୍ୟବସ୍ଥା ତା’ ଚରିତ୍ରରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଉନାହାନ୍ତି। କୋମଳମତି ଶିଶୁକନ୍ୟାଟି ଦୁନିଆର ଭଲମନ୍ଦ ବୁଝିବା ଆଗରୁ ଯେତେବେଳେ ତା’ ପ୍ରତି ହେଉଥିବା ପାଶବିକତାକୁ ଅଙ୍ଗେ ନିଭାଉଛି, ବୟସ ବୃଦ୍ଧି ହେଲେ ତା’ ମନୋରାଜ୍ୟରେ ସମାଜ ପ୍ରତି ଏ...

ସଂସ୍କାରର ଅକାଳ

ସଂସ୍କାରର ଅକାଳ

ରବିନ୍‌ ଖଣ୍ଡାୟତରାୟ

ଖାଦ୍ୟର ଅକାଳ ପଡ଼ିଲେ ମଣିଷ ମରେ, ମାତ୍ର ସଂସ୍କାରର ଅକାଳ ପଡ଼ିଲେ ମନୁଷ୍ୟତା ମରେ। ପ୍ରାଣହୀନ ଶରୀର ଆଉ ଦେବତାବିହୀନ ଦେଉଳର ଅବସ୍ଥା ଯାହା ମାନବିକ ମୂଲ୍ୟବୋଧ ଓ ସଂସ୍କାର ନ ଥିବା ମଣିଷର ଅବସ୍ଥା ତତୋଽଧିକ। ସଂସାର ତେଣୁ କାଳ କାଳ ଧରି ଆଦର୍ଶ ତଥା ସଂସ୍କାରୀ ମଣିଷମାନଙ୍କୁ ପ୍ରାଧାନ୍ୟ ଦେଇଆସିଛି। ଭଲ ମଣିଷଟିଏ ଭଲ ପରିବେଶରୁ ସୃଷ୍ଟି ହେଉଥିବା ବେଳେ ଭଲ ମଣିଷମାନଙ୍କ ପାଇଁ ସମାଜ ସମୃଦ୍ଧିଶାଳୀ ହୋଇଥାଏ। ଜୀବନସାରା ଖାଲି ନିଜ ପାଇଁ ଆଉ ନିଜ ପରିବାର ପାଇଁ ଅର୍ଥ କମେଇଲେ, ...

ଏମିତି ଆଉ କେତେଦିନ

ଏମିତି ଆଉ କେତେଦିନ

ଛନ୍ଦା ମିଶ୍ର

”କିଛିବର୍ଷ ପୂର୍ବର କଥା, ଲୋକଟି ମୋତେ ବଳାତ୍କାର କଲା। ତା’ର ବନ୍ଧୁମାନେ ମୋତେ ଚାରିପଟୁ ଘେରି ଛିଡା ହୋଇଥିଲେ। ସ୍ଥାନଟି ଦିଲ୍ଲୀର ଦ୍ୱାରକା ଅଞ୍ଚଳର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ଥିଲା। ମୁଁ ଭୀଷଣ ଭୟରେ ଥରୁଥିଲି ଓ ନିଶ୍ଚିତ ଥିଲି ଯେ, ୟା’ ପରେ ସେମାନେ ମୋତେ ହତ୍ୟା କରିବେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୋ ଉପରକୁ ମୋ ପିନ୍ଧାଲୁଗାଟିକୁ ଫୋପାଡିଦେଇ କହିଲା- ଯିଏ ତୋତେ ବଳାତ୍କାର କଲା, ସେ ପଡୋଶୀ ରାଜ୍ୟର ଜଣେ ନେତାଙ୍କ ପୁଅ। ତା’ ପାଖରେ ବନ୍ଧୁକ ଅଛି। ସେ ତତେ ମାରିଦେବ। କିନ୍ତୁ ମୁଁ ଚାହୁଁନି ମର୍ଡ...