ସମ୍ପାଦକୀୟ

ଏଇ ଭାରତରେ

ଏଇ ଭାରତରେ

ଛୋଟ ପିଲା। ଯେ କୌଣସି ସମୟ ଓ ସ୍ଥାନରେ ପରିସ୍ରା କରିଦେବା ସ୍ବାଭାବିକ। କିନ୍ତୁ ଅଙ୍ଗନଓ୍ବାଡି କେନ୍ଦ୍ରର ଜଣେ ୩ ବର୍ଷର ବାଳକକୁ ଏଥିପାଇଁ ଚିଅଁା ଦେବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଏପରି ଏକ ଘଟଣା ମହୀଶୂରରେ ଘଟିଛି। ଶ୍ରୀରାମପୁର ଷ୍ଟେଜ୍‌-୨ରେ ଥିବା ଦେବାୟନହୁଣ୍ଡି ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ୩ ବର୍ଷର ବାଳକ ପରିସ୍ରା କରିଦେବାରୁ ଜଣେ ସହାୟିକା ଏକ ଛୁରି ତତାଇ ତା’ ଗୋଡରେ ...

ବିପଦରେ ସିନ୍ଧୁଘୋଟକ ବଂଶ

ବିପଦରେ ସିନ୍ଧୁଘୋଟକ ବଂଶ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ମୁଁ ଯେତେବେଳେ ପିଲା ଥିଲି, ସେତେବେଳେ ଭାରତରେ ବହୁତ କମିକ୍‌ (ହାସ୍ୟରସାତ୍ମକ) ବହି ପଢ଼ିବାକୁ ମିଳୁଥିଲା। ଏହାର ମଝି ଦୁଇପୃଷ୍ଠା ଏବଂ ପଛ ପୃଷ୍ଠାରେ ଆମେରିକାରେ ବିକ୍ରି ହେଉଥିବା ଜିନିଷ ଯଥା ପାର୍ଟି ଟ୍ରିଟ୍‌ସ, ହାଲୋଓ୍ବିନ୍‌ କଷ୍ଟ୍ୟୁମ୍‌ସ ପ୍ରଭୃତିର ବିଜ୍ଞାପନ ରହୁଥିଲା। ଆକ୍ୱାରିୟମ୍‌ ପାଇଁ ସିହର୍ସ (ସିନ୍ଧୁଘୋଟକ- ସାମୁଦ୍ରିକ ମାଛ ବିଶେଷ)ର ବିଜ୍ଞାପନ ପାଇଁ ସବୁଠାରୁ ଅଧିକ ସ୍ଥାନ ଦିଆଯାଉଥିଲା। ଏକ ଡଲାର ଦେଲେ ୬ଟା ସିନ୍ଧୁଘୋଟକ ମିଳୁଥିଲା। ଏହି ବିଜ୍ଞାପନ ଯୋଗୁ କୋଟି କୋଟି ସିନ୍ଧୁଘୋଟକ ମାଛ ...

ସହରୀ ଡ୍ରେନେଜ୍‌ : ଭଗବାନ ଭରସା

ସହରୀ ଡ୍ରେନେଜ୍‌ : ଭଗବାନ ଭରସା

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ କଥାଶିଳ୍ପୀ ଆର୍‌.କେ. ନାରାୟଣ ତାଙ୍କର ଏକ ନିବନ୍ଧରେ ପୌରପାଳିକା ଓ ସଫେଇ ପ୍ରସଙ୍ଗ ଲେଖିଥିଲେ ହାସ୍ୟରସାତ୍ମକ ଢଙ୍ଗରେ। ସେ ଲେଖିଥିଲେ ତାଙ୍କ କଳ୍ପିତ ସହର ମାଲଗୁଡ଼ିରେ ଲୋକେ ପୌରପାଳିକାର ଅସ୍ତିତ୍ୱ ଅନୁଭବ କରନ୍ତି ନାହିଁ, ଯେହେତୁ ତାହା ପ୍ରକୃତି ଉପରେ ନ୍ୟସ୍ତ। ଜୋର ବତାସରେ ଶୁଖିଲା ପତ୍ର, ଟୁକୁରା କାଗଜ ଉଡ଼ିଯାଉଥିବା ବେଳେ, ଜୋର ବର୍ଷାରେ ନାଳନର୍ଦ୍ଦମା ସଫା ହୋଇଯାଏ, ତେଣୁ ସହରବାସୀ ଏହି ଦୁଇ ପ୍ରାକୃତିକ ଶକ୍ତିକୁ ଅପେକ୍ଷା କରିଥାନ୍ତି କାରଣ ଯାହା ବି ପ୍ରକୃତି କରେ ବେଶ୍‌ ଦକ୍ଷତାର ସହ କରେ ଲୋକଙ୍କୁ ସୁହାଇଲା ଭଳି।...

ଭାରତୀୟ ନଦୀର ଦୁଃଖ

ଭାରତୀୟ ନଦୀର ଦୁଃଖ

ଇଂ. ମାୟାଧର ସ୍ବାଇଁ

ଭାରତରେ ଚାରିଶହରୁ ଅଧିକ ନଦୀ ଅଛି। ଯଦି ଏଗୁଡିକୁ ଗୋଟିଏ ପରେ ଗୋଟିଏ ଯୋଡି ଦିଆଯାଏ, ତାହାହେଲେ ଏହାର ଦୈର୍ଘ୍ୟ ପ୍ରାୟ ଦୁଇଲକ୍ଷ କି.ମି. ହେବ। ଏହା ପୃଥିବୀ ଚାରିପଟେ ପାଞ୍ଚଥର ଯିବା ସହ ସମାନ କିମ୍ବା ପୃଥିବୀଠାରୁ ଚନ୍ଦ୍ର ଦୂରତାର ଦୁଇ ତୃତୀୟାଂଶ ହେବ। ଏଗୁଡିକରେ ବର୍ଷକୁ ୧୮୬୯ ବିଲିୟନ ଘନମିଟର ଜଳ ପ୍ରବାହିତ ହେଉଛି। ଏହି ଜଳକୁ ସମଗ୍ର ଭାରତ ଉପରେ ରଖିଲେ ଏହା ଦୁଇଫୁଟ ଉଚ୍ଚତା ପର୍ଯ୍ୟନ୍ତ ଜଳମଗ୍ନ ହୋଇଯିବ। ଭାରତର ୧୩୦ କୋଟି ଲୋକଙ୍କର ଜୀବନନାଟିକା ସଦୃଶ ନଦୀଗୁଡିକ କାର୍ଯ୍ୟ କରୁଛନ୍ତି। କେବଳ ଭାରତ ନୁହେଁ, ସମସ୍ତ ପ୍ରାଚୀନ ସଭ୍ୟତା ନଦୀକୂଳରେ ଗଢି ଉଠିଥିଲା। ନଦୀର ଜଳ କୃଷି ଓ ପାନୀୟ ପାଇଁ ବ୍ୟବହୃତ ହେଉଥିଲା। ସେଥିପାଇଁ ନଦୀକୁ ପୂଜା କରାଯାଏ। ନଦୀର କୂଳେ କୂଳେ ମୁନିଋଷିମାନଙ୍କର ଅ...

ଏଇ ଭାରତରେ

ଏଇ ଭାରତରେ

ଦେବଦେବୀଙ୍କୁ ଖୁସି କରିବା ଲାଗି ସେମାନଙ୍କ ମନପସନ୍ଦର ଫୁଲଫଳାଦି ଅର୍ପଣ କରିଥାନ୍ତି ଭାରତୀୟ ଭକ୍ତ। ଦେଶବ୍ୟାପୀ ମନ୍ଦିରଗୁଡ଼ିକରେ ପ୍ରତିଦିନ ବିପୁଳ ମାତ୍ରାରେ ଫୁଲ, ଫଳ, ପତ୍ର ଆଦି ସାମଗ୍ରୀ ସହ ପୂଜାର୍ଚ୍ଚନା କରାଯାଏ। ପରଦିନ ସକାଳୁ କୁଢ଼କୁଢ଼ ଆବର୍ଜନା ମନ୍ଦିରରୁ ବାହାରିଥାଏ। ତେବେ ଏହି ଜୈବ ଆବର୍ଜନାର ଶେଷ ପରିଣତି କ’ଣ ହୁଏ, ତାହା ଜାଣିବା ଲାଗି ଉତ୍ସୁକ ହୋଇପଡ଼ିଥିଲେ  ଗୁଜରାଟର ଦୁଇ ଛାତ୍ର। ସେମାନଙ୍କ ଉତ୍ସୁକତା ଆଜି ଏକ ନୂଆ ଉଦ୍ଭାବନକୁ ଜନ୍ମ ଦେଇଛି। ମନ୍ଦିରରୁ ନିର୍ଗତ ଜୈବ ...

ସମ୍ପାଦକୀୟ/ବ୍ୟବସ୍ଥା ପାଇଁ ବୋଝ

ସମ୍ପାଦକୀୟ/ବ୍ୟବସ୍ଥା ପାଇଁ ବୋଝ

ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରୋକ୍ଷ କର ଭାବେ ୨୦୧୭ ଜୁଲାଇ ୧ରେ ଭାରତରେ ଲାଗୁ ହୋଇଛି। ଏହି ନୂଆ ଟିକସ ବ୍ୟବସ୍ଥା ଜଟିଳ ଥିବାରୁ ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ତା’ର ବାଲାନ୍ସ ଶିଟ୍‌ ପରିଚାଳନା କରିବା ଲାଗି ବିଧିବଦ୍ଧ ଭାବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରଖୁ ନ ଥିଲା। ଏବେ ପରିସ୍ଥିତି ଏଭଳି ହୋଇଛି ଯେ, ...

ଭାରତର ଅତୀତ ଶିକ୍ଷା

ଭାରତର ଅତୀତ ଶିକ୍ଷା

ଡ. ତ୍ରିନାଥ ପଟ୍ଟନାୟକ

ଭାରତରେ ବହୁ ପ୍ରାଚୀନ କାଳରୁ ବିଭିନ୍ନ ବିଦ୍ୟା, ଶାସ୍ତ୍ର ଓ ଶିକ୍ଷାକୁ ସମ୍ମାନ ଦିଆଯାଇ ଆସିଛି। ପୁରାଣ ଯୁଗରେ ରାଜାମହାରାଜାଙ୍କ ପୃଷ୍ଠପୋଷକତାରେ ଦେଶର ବିଭିନ୍ନ ସ୍ଥାନରେ ଗୁରୁକୁଳ ସ୍ଥାପନ କରାଯାଇଥିଲା। ଅନେକ ଗୁରୁକୁଳରେ ଏତେସଂଖ୍ୟାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ଓ ଏତେ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଥିଲା ଯେ ସେଗୁଡିକ ସ୍ବତଃ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଯାଇଥିଲା। ସେହି ସମୟରେ ବିଶେଷ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱବିଦ୍ୟାଳୟ ହେଉଛି- ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ବଲ୍ଲଭି, ପୁଷ୍ପଗିରି, ଉଦନ୍ତିପୁରୀ, ସୋମପୁର, ରତ୍ନଗିରି ଓ ଜାଗଦଳ। ଏଗୁଡିକର ଏଭଳି ସୁନାମ ଥିଲା ଯେ ବିଦେଶରୁ ହ...

ନବଘନିଆର ଘର ଚିନ୍ତା

ନବଘନିଆର ଘର ଚିନ୍ତା

ବିଜୟ ଦାସ

ନବଘନିଆର ଏଇ କେଇଦିନ ହେବ ଘର ଚିନ୍ତା ସାମାନ୍ୟ ବଢ଼ିଯାଇଛି। କାରଣ ଲଘୁଚାପଜନିତ ପ୍ରବଳ ବର୍ଷାରେ ତା’ର ଚାଳଘରେ ଆଣ୍ଠୁଏ ପାଣି ଦେଖି ସେ ଆଉ ସ୍ତ୍ରୀର କଟୁ ମନ୍ତବ୍ୟ ସହିପାରୁନାହିଁ। ଦୀର୍ଘ ସତର ଅଠର ବର୍ଷ ତଳେ ମହାବାତ୍ୟା ପରେ ନବଘନିଆ ତା’ ବୁଢ଼ାବାପାଙ୍କ ନାଁରେ ଇନ୍ଦିରା ଆବାସ ବଖରାଏ ପାଇଥିଲା। ସେତେବେଳର ପଞ୍ଚାୟତ ସମ୍ପାଦକ ସିମେଣ୍ଟ, ରଡ ଓ ବାଲି ଗୋଡି ବେପାର କରୁଥିବା ନିଜ ...

ଏଇ ଭାରତରେ

ଏଇ ଭାରତରେ

କେରଳ ବର୍ତ୍ତମାନ ଏକ ବନ୍ୟାବିପନ୍ନ ରାଜ୍ୟ ହୋଇଥିବା ବେଳେ ରାଜ୍ୟବାସୀଙ୍କୁ ସାନ୍ତ୍ୱନା ଦେବା ମୁଖ୍ୟ ପ୍ରସଙ୍ଗ ହୋଇଛି। ଏଥିପାଇଁ କିଏ କେତେ ସାହାଯ୍ୟ ସହଯୋଗ କରୁଛନ୍ତି। କିନ୍ତୁ ଜଣେ ନୃତ୍ୟଶିଳ୍ପୀ ତାଙ୍କର ନୃତ୍ୟ ମାଧ୍ୟମରେ କେରଳବାସୀଙ୍କୁ ପ୍ରବୋଧନା ଦେବାକୁ ଚାହାନ୍ତି। ସେମାନଙ୍କ ଭଙ୍ଗାମନକୁ ଯୋଡିବା ଲାଗି ଇଣ୍ଡିଆ ଇଣ୍ଟର୍‌ନ୍ୟାଶ୍‌ନାଲ ସେଣ୍ଟର (ଆଇଆଇସି)ର ପଦ୍ମଶ୍ରୀ ଭାରତୀ ଶିବାଜୀଙ୍କ ଦ୍ୱାରା ନୃତ୍ୟ ...

 ସମ୍ପାଦକୀୟ/ବୁଢ଼ା ହେଲେ ବି

ସମ୍ପାଦକୀୟ/ବୁଢ଼ା ହେଲେ ବି

ପାଶ୍ଚାତ୍ୟରେ ବଡ଼ ଚୌକିରେ ବସିସାରିଥିବା ବ୍ୟକ୍ତି ପଦ ଲାଳସାରେ ପଡ଼ନ୍ତି ନାହିଁ। ସେମାନେ ଦୀର୍ଘ ବର୍ଷ ଧରି ଆହରଣ କରିଥିବା ଅଭିଜ୍ଞତାକୁ  ଉତ୍ତରପିଢ଼ିଙ୍କ ମଧ୍ୟରେ ବାଣ୍ଟିବାକୁ ଉଚିତ ମଣିଥାନ୍ତି। ଉଦାହରଣ ସ୍ବରୂପ ଆମେରିକାର କେତେକ ପୂର୍ବତନ ରାଷ୍ଟ୍ରପତି ଅବ୍ୟାହତି ନେବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ  ଶିକ୍ଷାଦାନ କରିବାକୁ ପସନ୍ଦ କରିଥାଆନ୍ତି। ବାରକ୍‌ ଓବାମା ଆମେରିକା ରାଷ୍ଟ୍ରପତି ...

ଭାରତରେ ଶରଣାର୍ଥୀ ସମସ୍ୟା

ଭାରତରେ ଶରଣାର୍ଥୀ ସମସ୍ୟା

ବୈକୁଣ୍ଠନାଥ ମିଶ୍ର

ସମଗ୍ର ପୃଥିବୀରେ ଶରଣାର୍ଥୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଗୋଟିଏ ଦେଶରେ ଜନ୍ମଗ୍ରହଣ କରି କୌଣସି କାରଣବଶତଃ ନିଜ ଜନ୍ମଭୂମିରୁ ସ୍ଥାନାନ୍ତରିତ ହୋଇ ଅନ୍ୟ ଏକ ଦେଶରେ ବସବାସ କରି ସମୟକ୍ରମେ ସେ ଦେଶର ନାଗରିକତ୍ୱ ଗ୍ରହଣ ଓ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ ସମ୍ପୃକ୍ତ ଦେଶର ମୂଳ ଅଧିବାସୀଙ୍କ ମଧ୍ୟରେ ଭ୍ରୂକୁଞ୍ଚନ ସୃଷ୍ଟି କରେ। ପ୍ରଥମେ ସେମାନେ ଅତ୍ୟନ୍ତ ନିରୀହ ଓ ସରଳ ପ୍ରତୀତ ହୁଅନ୍ତି। ସେମାନେ ସ୍ଥାନୀୟ ମୂଳ ଅଧିବାସୀଙ୍କ ବିଶ୍ୱାସଭାଜନ ହୁଅନ୍ତି ଓ ସମୟସୁବିଧା ଦେଖି ଜମିବାଡି କ୍ରୟ କରି ନିଜର ପ୍ରଭୁତ୍ୱ ବିସ୍ତାର କରନ୍ତି। ବେଳେ ବେଳେ ସେମାନଙ୍କ ଉପଦ୍ରବ ପ୍ରବଳ ହେଲେ ମଧ୍ୟ ସେମାନଙ୍କୁ ସେଥିରୁ ନିବୃତ୍ତ କରିବା ଦୁରୂହ ହୋଇପଡେ।...

ଆମ୍ବଟାକୁଆ ଯାଉ

ଆମ୍ବଟାକୁଆ ଯାଉ

କାନ୍ତିଲତା ଦାଶ

ଖାଲି ମାଟି ଘୋଡ଼େଇ ଦେଇଥିବା ଆମ୍ବଟାକୁଆ ପାଣି ପବନ ପାଇ ଆପେ ଆପେ ବଡ଼ ହୋଇଛି ମୋ ବାଡ଼ିରେ। ଆମ ଘରକୁ ଲୋକେ ଆମ୍ବଗଛ ଘର ବୋଲି କହିଥାନ୍ତି। ବେଳେବେଳେ ମୁଁ ଦେଖେ ଏଇ ଆମ୍ବଗଛର ପତ୍ରଗୁଡ଼ିକ ଆପେ ଆପେ ପୁଡିଆ ଭଳି ବାନ୍ଧି ହୋଇଥାଏ, ଆଉ ଦେଖେ ତା’ ଭିତରେ କାଇ (ନାଲିଜନ୍ଦା)ର ଡିମ୍ବ ଭର୍ତ୍ତି, ଚାରିପାଖେ କାଇ ପ୍ରହରୀ। ମୋର ମନେପଡେ, ପିଲାଦିନେ ଆମ ଘରର ...

ଏଇ ଭାରତରେ

ଏଇ ଭାରତରେ

ମଣିଷକୁ ମଣିଷ ଭଲ ପାଇବା ବୋଧହୁଏ ସବୁଠୁ ଶ୍ରେଷ୍ଠ ଧର୍ମ। ଏଭଳି ସର୍ବଧର୍ମ ସମନ୍ବୟର ବାର୍ତ୍ତା ବହନ କରି ଜଣେ କ୍ୟାଥୋଲିକ୍‌ ଧର୍ମଯାଜକ କେରଳ ବନ୍ୟାପୀଡିତଙ୍କୁ ସାହାଯ୍ୟ କରିଥିବା ମୁସଲମାନ ସମ୍ପ୍ରଦାୟକୁ  ଧନ୍ୟବାଦମୂଳକ ବକ୍ତୃତା ଦେବା ଅବସରରେ ପ୍ରଶଂସା କରିଛନ୍ତି। ବନ୍ୟା ପ୍ରପୀଡିତ ଲୋକମାନେ ଏକ ଗୀର୍ଜାରେ ଆଶ୍ରୟ ନେଇଥିବା ବେଳେ ମୁସଲମାନ ଭାଇମାନେ ସେମାନଙ୍କୁ ଖାଦ୍ୟ ...

 ନ୍ୟାୟର ଗତି କୁଆଡ଼େ

ନ୍ୟାୟର ଗତି କୁଆଡ଼େ

ଆକାର ପଟେଲ

ଭାରତରେ ବିଭିନ୍ନ ଲୋକଙ୍କ ମୁହଁରୁ ଅନେକ ସମୟରେ ଶୁଣାଯାଏ, ‘ମୋର ନ୍ୟାୟପାଳିକା ଉପରେ ପୂର୍ଣ୍ଣବିଶ୍ୱାସ ଅଛି’ ବା ‘ଆଇନ ତା’ ବାଟରେ ଯିବ’। କିନ୍ତୁ ମୋର ନ୍ୟାୟପାଳିକା ଉପରେ ବିଶ୍ୱାସ ନାହିଁ। ଭାରତରେ ଆଇନ ପ୍ରାୟତଃ ତା’ ବାଟରେ ଯାଏ ନାହିଁ। ସରକାର ନାଗରିକଙ୍କୁ ହଇରାଣ କରନ୍ତି ଏବଂ ନ୍ୟାୟପାଳିକା ତା’ର ପ୍ରତିରୋଧ କରିପାରେ ନାହିଁ। ମୁଁ ବର୍ତ୍ତମାନ ଏ କଥା ବୁଝାଇବା ପାଇଁ ନିକଟରେ ଘଟିଥିବା ଏକ ଘଟଣାର ଉଦାହରଣ ଦେଉଛି। ନିକଟରେ ପାଞ୍ଚଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାଙ୍କୁ ସରକାର ଓ ତାଙ୍କ ଗଣମାଧ୍ୟମ ‘ସହରୀ ନକ୍ସଲ’ ଆଖ୍ୟା ଦେଇଛନ୍ତି। ମୁଁ ପାଠକମାନଙ୍କୁ ଅନୁରୋଧ କରୁଛି, ଗଣମାଧ୍ୟମରୁ ପଢ଼ି ବା ଶୁଣି ସେମାନଙ୍କ ବିଷୟରେ କିଛି ...

ଜ୍ଞାନଦାତାଙ୍କ ଜ୍ଞାନ

ଜ୍ଞାନଦାତାଙ୍କ ଜ୍ଞାନ


ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ମାତାପିତା, ପରିବାର, ସମାଜ ଓ ରାଷ୍ଟ୍ର ପାଇଁ ପ୍ରତ୍ୟେକ ଶିଶୁ ଗୋଟିଏ ଗୋଟିଏ ଆଲୋକିତ ଆସନ୍ତାକାଲି। ଏମାନଙ୍କ ମଧ୍ୟରୁ ଆଉଥରେ ଆବିର୍ଭୂତ ହେବେ ଗାନ୍ଧୀ, ଗୋପବନ୍ଧୁ, ସୁଭାଷ, ବିବେକାନନ୍ଦ ଏବଂ ନୂଆକରି ସର୍ଜନା କରିବେ ଏକ ଶୁଦ୍ଧ ସମାଜର ସୁରଭିତ ସମ୍ବିଧାନ। ଏକ ଆକାଂକ୍ଷିତ ଆସନ୍ତାକାଲିର ଏମାନେ ହେବେ ଜଣେ ଜଣେ କୁଶଳୀ କର୍ମକାର। ମାତ୍ର ଏମାନଙ୍କୁ ଗଢିବେ କିଏ? କିଏ ହେବେ ଏଇ କର୍ମକାରଙ୍କ କାରିଗର?...

ଡିଆର୍‌ଡିଓ ମୁଖ୍ୟ

ଡିଆର୍‌ଡିଓ ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ପ୍ରତିରକ୍ଷା ବ୍ୟବସ୍ଥାରେ ସ୍ବାବଲମ୍ବୀ ହେବା ସହ ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ଉତ୍ପାଦନ ସକାଶେ ଗବେଷଣା ଓ ସେଗୁଡ଼ିକ ବିକଶିତ କରିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ (ଡିଆର୍‌ଡିଓ) କାର୍ଯ୍ୟ କରୁଛି। ସଙ୍ଗଠନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଆସୁଥିବାରୁ ଏହା ଅନେକ ଗୁରୁତ୍ୱ ବହନ କରିଥାଏ। ସମଗ୍ର ଦେଶରେ ଥିବା ପ୍ରାୟ ୫୦ ଜାତୀୟ ଗବେଷଣାଗାରରେ ୭,୫୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି। ପ୍ରତିରକ୍ଷା ସହ ଜଡ଼ିତ ଏଭଳି ଏକ ସଂସ୍ଥାର ନେତୃତ୍ୱ ନେଉଥିବା ବ୍ୟକ୍ତି ଜଣେ ଦକ୍ଷ ବୈଜ୍ଞାନିକ ହେବା ସହ ସମ୍ବେଦନଶୀଳ ଦାୟିତ୍ୱ ବହନ କରିଥାନ୍ତି। ନିକଟରେ ଜି. ସଥୀଶ ରେଡ୍ଡୀ ଡିଆର୍‌ଡିଓ ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ...

ଏଇ ଭାରତରେ

ଏଇ ଭାରତରେ

ସ୍କୁଲପଢ଼ୁଆ ପିଲାଙ୍କ ମନରେ କୌଣସି କାରଣରୁ  ଅଶାନ୍ତି ସୃଷ୍ଟିହେଲେ ସେମାନେ ଘର ଛାଡି ଚାଲିଯିବାକୁ ଶ୍ରେୟ ମନେକରନ୍ତି। କିନ୍ତୁ ଏପରି କରିବା ଦ୍ୱାରା ନିଜର କ୍ଷତି ଘଟିଥାଏ ବୋଲି ସେମାନେ ଜାଣିପାରି ନ ଥାନ୍ତି। ଏପରି ଏକ ଘଟଣାରେ ଦକ୍ଷିଣ ମୁମ୍ବାଇ ସ୍କୁଲର ୫ଜଣ ଛାତ୍ରୀ ଘରଛାଡି କେଉଁଆଡେ ପଳାଇଛନ୍ତି। ଗୋଟିଏ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ବାଳିକାମାନେ ଶୁକ୍ରବାର ସ୍କୁଲ ଯାଇ ...

ଡିଆର୍‌ଡିଓର ନୂଆ ମୁଖ୍ୟ

ଡିଆର୍‌ଡିଓର ନୂଆ ମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଜି. ସତୀଶ ରେଡ୍ଡୀଙ୍କୁ ପ୍ରତିରକ୍ଷା ଗବେଷଣା ବିଭାଗ (ଡିଡିଆର୍‌ଡି)ର ସଚିବ ତଥା ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ତିନିମାସର କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ମେ ଶେଷ ସପ୍ତାହରେ ଅବସର ନେଇଥିବା ସେଲ୍‌ଭିନ୍‌ ଖ୍ରୀଷ୍ଟୋଫରଙ୍କ ସ୍ଥାନରେ ସେ ଦୁଇବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି। ଯଦିଚ ୧୯୮୨ ବ୍ୟାଚ୍‌ର ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍‌ ଅଫିସର ତଥା ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ଉକ୍ତ ପଦବୀର ଅତିରିକ୍ତ ଦାୟିତ୍ୱ ତୁଲା...

ନୂଆ କୋଣାର୍କ: ସ୍ପର୍ଦ୍ଧା ନୁହେଁ ପ୍ରଚେଷ୍ଟା

ନୂଆ କୋଣାର୍କ: ସ୍ପର୍ଦ୍ଧା ନୁହେଁ ପ୍ରଚେଷ୍ଟା

ଦେବୀପ୍ରସନ୍ନ ନନ୍ଦ

ଭାସ୍କର୍ଯ୍ୟ ଶିଳ୍ପ ଦୃଷ୍ଟିରୁ କୋଣାର୍କ ଅନନ୍ୟ। ଏହାର ପ୍ରସ୍ତର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟର ପଟାନ୍ତର ନାହିଁ। ଓଡ଼ିଶାର ସ୍ବାଭିମାନର ପ୍ରତୀକ କୋଣାର୍କ। ଭାରତର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ କୋଣାର୍କ ଅନ୍ୟତମ। ୟୁନେସ୍କୋ ପକ୍ଷରୁ ଚିହ୍ନିତ ବିଶ୍ୱର ଐତିହ୍ୟସ୍ଥଳୀ ତାଲିକାରେ କୋଣାର୍କ ଅନ୍ତର୍ଭୁକ୍ତ। ମୁଖ୍ୟ ମନ୍ଦିର ନଷ୍ଟ ହୋଇଯାଇଥିଲେ ମଧ୍ୟ କେବଳ ଜଗମୋହନ ଓ ସଂଲଗ୍ନ ମୂର୍ତ୍ତି ସବୁ ସେହି ଅର୍ଦ୍ଧଭଗ୍ନ ପ୍ରସ୍ତରସ୍ତୂପ ମଧ୍ୟରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଶାସ୍ତ୍ରସମ୍ମତ ସ୍ଥାପତ୍ୟ କୌଶଳରେ ସମୃଦ୍ଧ ଏହି କୀର୍ତ୍ତି ଯେ ଦିନେ ଏହି ରାଜ୍ୟର ଶିଳ୍ପୀମାନଙ୍କ ଦ୍ୱାରା ନି...

ଜନ୍ମାଷ୍ଟମୀର ବାର୍ତ୍ତା

ଜନ୍ମାଷ୍ଟମୀର ବାର୍ତ୍ତା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆଉ ଦିନକ ପରେ ଆସୁଛି ଜନ୍ମାଷ୍ଟମୀ, ଲୀଳାପୁରୁଷ ଭଗବାନ୍‌ ଶ୍ରୀକୃଷ୍ଣଙ୍କର ଜନ୍ମତିଥି। ଦୁଷ୍ଟ ସଂହାର ଓ ଧର୍ମ ସଂସ୍ଥାପନା ପାଇଁ ଭଗବାନ ଯୁଗେ ଯୁଗେ ଧରାଧାମକୁ ଅବତରି ଆସିଛନ୍ତି ଭିନ୍ନ ଭିନ୍ନ ରୂପରେ। ଭାଗବତରେ ଅଛି- ”ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ।“ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଠିକ୍‌ ଏହି କଥା କହିଛନ୍ତି ଗୀତାରେ। ଅର୍ଥାତ୍‌ ଆସୁରିକ ଶକ୍ତିର ବିନାଶ ଓ ଧର୍ମର ପୁନଃସଂସ୍ଥାପନ ହେଉଛି ଭଗବାନଙ୍କ ଧରାବତରଣର ମହାନ୍‌ ଉଦ୍ଦେଶ୍ୟ।...

ଏଇ ଭାରତରେ

ଏଇ ଭାରତରେ

ପୋଲିସର ଅନ୍ୟ ନାମ ଶାନ୍ତିରକ୍ଷକ। କିନ୍ତୁ ପୋଲିସ ପୋଷାକ ପିନ୍ଧି ଅଭିଯୋଗକାରୀ ମନରେ ଅଶାନ୍ତିର ମଞ୍ଜି ବୁଣିଲେ ସେ ସହିପାରେ ନାହିଁ। ଆତ୍ମହତ୍ୟାର ପଥ ବାଛିନିଏ। ଏପରି ଏକ ସ୍ପର୍ଶକାତର ଘଟଣା ଉତ୍ତରପ୍ରଦେଶର ଶାହାଜାହାନପୁରରେ ଘଟିଛି। ୨୮ବର୍ଷର ଜଣେ ...

ଆଜିର ଅର୍ଥନୀତି/ ମିଛ ଦାବି

ଆଜିର ଅର୍ଥନୀତି/ ମିଛ ଦାବି

୨୦୧୬ ନଭେମ୍ବର ୮ ତାରିଖରେ ହଠାତ୍‌ ଘୋଷଣା କରାଗଲା ଯେ, ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଆଉ ଚଳିବନି। କଳାଟଙ୍କାର ପ୍ରସାରକୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେତେବେଳେ କୁହାଯାଇଥିଲା। କଳାଟଙ୍କା ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଯାଉଥିବାରୁ ଉକ୍ତ ବିମୁଦ୍ରୀକରଣ ପଦକ୍ଷେପ ଦ୍ୱାରା ଆତଙ୍କବାଦୀ ତଥା ଦେଶବିରୋଧୀ କାର୍ଯ୍ୟକଳାପକୁ ହ୍ରାସ ...

 ବିଧାନ ପରିଷଦ: ଗଢ଼ି ଜାଣିଲେ ଭଲ

ବିଧାନ ପରିଷଦ: ଗଢ଼ି ଜାଣିଲେ ଭଲ

ସବ୍ୟସାଚୀ ଅମିତାଭ 

ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି ଗଠିତ ଅନୁଧ୍ୟାନ କମିଟି ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି। ମୋଟାମୋଟି ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶା ପରିଷଦ ଗଠନ ଲାଗି ସୁପାରିସ କରିଛି କମିଟି। ବିଧାନସଭାରେ ଏହି ବିଲ୍‌ ପାସ୍‌ ହେବା ପରେ ଏହାକୁ ପାର୍ଲାମେଣ୍ଟକୁ ପଠାଯିବ। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଏହା ଗୃହୀତ ହେଲେ ରାଷ୍ଟ୍ରପତିିଙ୍କ ଅନୁମୋଦନ ପାଇଁ ଯିବ। ଏହା ପରେ ହିଁ ବିଧାନ ପରିଷଦ ଗଠିତ ହେବ। ...

ଶ୍ୱେତକାୟଙ୍କ ଶ୍ରୀମନ୍ଦିର ପ୍ରବେଶ

ଶ୍ୱେତକାୟଙ୍କ ଶ୍ରୀମନ୍ଦିର ପ୍ରବେଶ

ଶିବରାମ ଶତପଥୀ

ଶ୍ରୀମନ୍ଦିରରେ ବିରାଜମାନ କରିଥିବା ଜଗନ୍ନାଥଙ୍କୁ ଶ୍ୱେତକାୟ (ବିଦେଶୀ)ମାନେ ଦର୍ଶନ କରିବାର ଔଚିତ୍ୟକୁ ନେଇ ବିତର୍କ ଚାଲିଛି। କିନ୍ତୁ ସେମାନଙ୍କୁ କାହିଁକି ମନ୍ଦିର ପ୍ରବେଶ ବାରଣ କରାଯାଇଛି, ତାକୁ କେହି ଯୁକ୍ତିନିଷ୍ଠ ଭାବେ ପ୍ରତିପାଦିତ କରିବା ଦେଖାଯାଉ ନାହିଁ। ସ୍ବାମୀ ବିବେକାନନ୍ଦ ଶିକାଗୋ ଧର୍ମସଭାରେ ଭାଷଣ ଦେବାବେଳେ କହିଥିଲେ- ସମସ୍ତ ନଦୀ ଯେପରି ସମୁଦ୍ରାଭିମୁଖୀ ହୋଇ ସେଥିରେ ବିଲୀନ ହୋଇଯାଆନ୍ତି, ସମସ୍ତ ଧର୍ମ ସେପରି ସନାତନ ଧର୍ମରେ ଆତ୍ମବିସ୍ମୃତ ହୁଅନ୍ତି। ଯେତେବେଳେ ବିଶ୍ୱରେ କୌଣସି ଧର୍ମବିଶ୍ୱାସର ପ୍ରଚଳନ ନ ଥିଲା ସେତେବେଳେ ସନାତନ ଧର୍ମ ହିଁ ସର୍ବବ୍ୟାପ୍ତ ଥିଲା।...