ସମ୍ପାଦକୀୟ

ନ୍ୟାୟ, ନୀତି ଓ ସମଲିଙ୍ଗୀ ସମ୍ପର୍କ

ନ୍ୟାୟ, ନୀତି ଓ ସମଲିଙ୍ଗୀ ସମ୍ପର୍କ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

କେତେଦୂର ନ୍ୟାୟରୁ ନୈତିକତା? ଏ ପ୍ରଶ୍ନ କିଏ ଆଗ-ଗଛ ନା ମଞ୍ଜି, ଦିନ ନା ରାତି ଭଳି ଏକ ଗହନ ପ୍ରଶ୍ନ। ଯାହା କିଛି ନୀତିସଂଗତ, ତାହା ହିଁ ନ୍ୟାୟ ବା ଯାହା କିଛି ନ୍ୟାୟୋଚିତ, ତାହା ହିଁ ନୀତି; ଏ ଦୁଇଟି ବିକଳ୍ପ ମଧ୍ୟରୁ କେଉଁଟି ଅଧିକ ଗ୍ରହଣୀୟ, ଏମିତି ଗୋଟିଏ ପ୍ରଶ୍ନର ଏକ ନିର୍ଣ୍ଣାୟକ ଉତ୍ତର ମିଳିବା ଏତେ ସହଜ ନୁହେଁ। ଅବଶ୍ୟ ଏ କଥା ବି ନୁହେଁ ଯେ ନ୍ୟାୟ ଓ ନୀତି ଦୁଇଟି ସମାନ୍ତରାଳ ସରଳରେଖାରେ ଗତି କରି କେଉଁଠି ବି ମିଶିପାରନ୍ତି ନାହିଁ। ପରସ୍ପର ପ୍ରତିକୂଳ ଦିଗରେ ଗଲେ ବି ଏକ ବୃତ୍ତାକା...

ପରବର୍ତ୍ତୀ ପ୍ରଧାନ ନ୍ୟାୟାଧୀଶ

ପରବର୍ତ୍ତୀ ପ୍ରଧାନ ନ୍ୟାୟାଧୀଶ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଚଳିତବର୍ଷ ଜାନୁୟାରୀ ୧୨ରେ ନ୍ୟାୟପାଳିକାରେ ଦେଖାଦେଇଥିଲା ବିଦ୍ରୋହ। ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି ଖବରଦାତା ସମ୍ମିଳନୀ କରି ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବିଫଳତା ଓ ମାମଲା ଆବଣ୍ଟନରେ ଅସଙ୍ଗତି ଦେଖାଦେଉଥିବା ପ୍ରସଙ୍ଗ ଉଠାଇଥିଲେ। ଏହି ବିଚାରପତିମାନେ ହେଲେ ଜଷ୍ଟିସ ଜେ ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌.ବି. ଲକ୍ୟୁର ଏବଂ କୁରିଏନ୍‌ ...

ଏଇ ଭାରତରେ

ଏଇ ଭାରତରେ

ଜଣେ ସୁଇମିଂ କୋଚ୍‌ ଜଣେ ବାଳିକାକୁ ପହଁରା ଶିଖାଉଥିବା ବେଳେ ତାକୁ ଚାବୁକରେ ପିଟିବା ଘଟଣା ନିନ୍ଦନୀୟ ନିଶ୍ଚୟ। ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗୁଜରାଟ ମହିଳା ଓ ଶିଶୁ ଅଧିକାର କମିଶନ୍‌ ସମ୍ପୃକ୍ତ କ୍ଲବ୍‌କୁ ନୋଟିସ ଜାରି କରିଛି। ଅହମଦାବାଦ ...

ଦୁର୍ନୀତିବିରୋଧୀ ଯୋଗୀ

ଦୁର୍ନୀତିବିରୋଧୀ ଯୋଗୀ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଦୁର୍ନୀତିବିରୋଧୀ ଅଭିଯାନ ଚଳାଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଶତାଧିକ ଆଇଏଏସ୍‌, ଆଇପିଏସ୍‌ ଓ ରାଜ୍ୟ ସେବା ଅଫିସରଙ୍କ ରେକର୍ଡ ମାଗିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ତଥା ଆର୍ଥିକ ଅନିୟମିତତା ଅଭିଯୋଗ ଥିବା ଅନୂ୍ୟନ ୩୦୦ ଅଫିସର ଓ କର୍ମଚାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ...

ଶିଶୁ ସହଭାଗିତା ନାମକୁ ମାତ୍ର

ଶିଶୁ ସହଭାଗିତା ନାମକୁ ମାତ୍ର

ରାଜୀବ କର୍ମୀ

ୟୁନିସେଫ୍‌ ସହିତ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ଲାଗି ଶିଶୁ ସହଭାଗିତା ବର୍ତ୍ତମାନର ଏକ ପ୍ରମୁଖ ବିଷୟ। ୧୯୮୯ରେ ମିଳିତ ଜାତିସଂଘର ଶିଶୁ ଅଧିକାର ସମ୍ପର୍କିତ ସମ୍ମିଳନୀ ପରେ ପରେ ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ଦେଶରେ ଶିଶୁମାନଙ୍କର ସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଇ ଆସୁଛି, ଯେଉଁଥିରେ ଶିଶୁଙ୍କୁ ପ୍ରଭାବିତ କରୁଥିବା କାର୍ଯ୍ୟକ୍ରମରେ ତାଙ୍କର ଅଂଶଗ୍ରହଣକୁ ଅଧିକାରର ମାନ୍ୟତା ଦିଆଯାଇଛି। ଲକ୍ଷ୍ୟ ରହିଛି- ଉପରୋକ୍ତ ସମ୍ମିଳନୀରେ ସ୍ବାକ୍ଷର କରିଥିବା ଦେଶସମୂହ ଶିଶୁମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ସୃଷ୍ଟି କରିବେ। ମାତ୍ର ବିଗତ ତିନି ଦଶନ୍ଧି ମଧ୍ୟରେ ଶିଶୁମାନଙ୍କୁ ନିଜସ୍ବ ମତାମତ ପାଇଁ ସୁଯୋ...

ଜୀବନ ରକ୍ଷାକାରୀ ଓଜୋନ ସ୍ତର

ଜୀବନ ରକ୍ଷାକାରୀ ଓଜୋନ ସ୍ତର

ବିଭୁପ୍ରସାଦ ମହାପାତ୍ର

କୁହାଯାଏ- "Earth without ozone is like a house without roof." ଆଜିକାଲି ଓଜୋନ୍‌ ସ୍ତରର କ୍ଷୟ ଏକ ଆତଙ୍କର କାରଣ ହୋଇଛି। ସ୍ବନାମଧନ୍ୟ ସାହିତି୍ୟକ, ଜର୍ମାନ୍‌ ଔପନ୍ୟାସିକ ଓ ଗାଳ୍ପିକ ଫ୍ରାଞ୍ଜ୍‌ କାଫ୍‌କା(୧୮୮୩-୧୯୨୪)ଙ୍କ ପ୍ରତୀକସ୍ବରୂପ ମୂଷା ପରି ତଥାକଥିତ ସଭ୍ୟ ଓ ଶିକ୍ଷିତ ମନୁଷ୍ୟର ଅବସ୍ଥା ବି ସଙ୍କଟାପନ୍ନ। ପ୍ରବେଶପଥ ପ୍ରଶସ୍ତ ଥାଇ ଦୁଇ ଉଚ୍ଚା କାନ୍ଥ ମଝିରେ ବିଚରା ମୂଷାଟି ...

ଏଇ ଭାରତରେ

ଏଇ ଭାରତରେ

‘କନ୍ୟା ରତ୍ନ କର ଯତ୍ନ’ ସ୍ଲୋଗାନକୁ ଲୋକେ ଭୁଲିଗଲେଣି। ପରିବାରରେ କନ୍ୟାସନ୍ତାନ ଜନ୍ମିଲେ ଆଜିକାଲି ବାପାଙ୍କ ମନ ଫିକା ପଡିଯାଉଛି। ସ୍ଥଳବିଶେଷରେ କନ୍ୟା ସନ୍ତାନକୁ ହତ୍ୟାକରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲିଠାରେ। ପରିବାରରେ ଗୋଟିଏ ସନ୍ତାନ ଜନ୍ମ ହୋଇଥିବାରୁ ମନକୁ ବୁଝେଇ ଚଳିହେଉଥିଲା। କିନ୍ତୁ ଏହାପରେ ...

 ଆଜିର ଅର୍ଥନୀତି/ ଟିକସ କାଟ

ଆଜିର ଅର୍ଥନୀତି/ ଟିକସ କାଟ

ଆଧୁନିକ ମଣିଷ ପାଇଁ ଜୀବାଶ୍ମ ଇନ୍ଧନ ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଛି। ଏହା ଆମ ପାଇଁ ସବୁଠାରୁ ମୂଲ୍ୟବାନ୍‌ ପ୍ରାକୃତିକ ସମ୍ପଦ। ପରିବହନ ହେଉ ବା ଜାଳେଣି ବା ବିଦ୍ୟୁତ୍‌ ଉତ୍ପାଦନ, ପେଟ୍ରୋଲିୟମ୍‌ ଉତ୍ପାଦ ବିନା ଆଜି ଜୀବନ ଅକଳ୍ପନୀୟ ହୋଇପଡ଼ିଛି। ଶକ୍ତି-ବୁଭୁକ୍ଷୁ ଭାରତ ତା’ ଚାହିଦାର ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନି କରୁଛି। ଏହା ଗତ ଆର୍ଥିକ ବର୍ଷରେ ...

 ରୋହିଙ୍ଗ୍ୟା ସମସ୍ୟା ଓ ଭାରତ

ରୋହିଙ୍ଗ୍ୟା ସମସ୍ୟା ଓ ଭାରତ

ବିପିନ ବିହାରୀ ମିଶ୍ର

୧୭୮୫ ମସିହାରେ ବର୍ମାର ରାଜା ଆରାକାନ୍‌ ବୋଲି ଏକ ଅଞ୍ଚଳ ଦଖଲ କରିନେଲେ। ଆରାକାନ୍‌ ବିଷୟରେ ମୋଗଲ ଇତିହାସରେ ମଧ୍ୟ ଉଲ୍ଲେଖ ଅଛି। ମୋଗଲମାନେ ଆସିବାର ବହୁବର୍ଷ ପୂର୍ବରୁ ଚିଟାଗଙ୍ଗ (ବର୍ତ୍ତମାନ ବାଂଲାଦେଶ)ର ଅନେକ ମୁସଲମାନ ଆରାକାନ୍‌ (ପରେ ନଁା ହେଲା ରାଖିନ୍‌)ରେ ରହିଗଲେ, କାରଣ ସେଠାରେ ମଜୁରି ବେଶି ମିଳୁଥିଲା। ଦ୍ୱିତୀୟ ମହାଯୁଦ୍ଧ ବେଳକୁ ଏହି ଚିଟାଗଙ୍ଗୀମାନେ ନିଜକୁ ରୋହିଙ୍ଗ୍ୟା ବୋଲି କହିଲେ। ୧୮୨୪ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀର ବର୍ମା ସଙ୍ଗେ ଯୁଦ୍ଧ ହେବାରୁ କମ୍ପାନୀ ରାଖିନ୍‌ ଦଖଲ କରିନେ...

ବ୍ୟସ୍ତ ଜୀବନ

ବ୍ୟସ୍ତ ଜୀବନ

ସଂଗ୍ରାମ କେଶରୀ ପୃଷ୍ଟି

ସକାଳୁ ରାତିଯାଏ ସବୁବେଳେ ଖାଲି କାମ ହିଁ କାମ। ଏଥିରୁ ଫୁରସତ ଟିକିଏ କୋଉ ମିଳୁଛି ଭଲା! ଖାଇବା ତ ଛାଡ ମରିବାକୁ ବି ସମୟ ନାହିଁ। ପ୍ରାୟତଃ ଏମିତି କଥା ଅନେକଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ। କହୁଥିବା ଲୋକର ଭାଷାଶୈଳୀ ଓ ମୁଖମଣ୍ଡଳ ଦେଖିଲେ ଲାଗେ ସତେଯେମିତି ୟାଙ୍କଠାରୁ ବଳି ବ୍ୟସ୍ତ ମଣିଷ ଏ ଦୁନିଆରେ ଆଉ କେହି ନ ଥିବେ। ତେବେ ଏ ବ୍ୟସ୍ତ ମଣିଷଙ୍କ ବ୍ୟସ୍ତତା ପରଖିବାକୁ କାହାର ଆଗ୍ରହ ନ ଥାଏ କି ବେଳ ମଧ୍ୟ ନ ଥାଏ।...

ଏଇ ଭାରତରେ

ଏଇ ଭାରତରେ

ଦେଶର ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ ସହଯୋଗ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେମାନଙ୍କ ନିମନ୍ତେ ଇଣ୍ଟରନେଟ୍‌ ଏବଂ ଜିପିଏସ୍‌ଭିତ୍ତିକ ଜରୁରୀ ସତର୍କ ବ୍ୟବସ୍ଥା ବିକାଶ କରିବାକୁ ପୋଲିସକୁ କୁହାଯାଇଛି। ଏହାଦ୍ୱାରା ପରିଣତ ବୟସରେ ପଦାର୍ପଣ କରିଥିବା ଲୋକେ ସମସ୍ୟାରେ ପଡିଲେ ସେମାନଙ୍କୁ ତୁରନ୍ତ ସହାୟତା ମିଳିପାରିବ। ଜରୁରୀ ସତର୍କ ସୂଚନା ବ୍ୟତୀତ ମୋବାଇଲ୍‌ ଆଲାର୍ମ, ଇଣ୍ଟରନେଟ୍‌ ବା ଗ୍ଲୋବାଲ ପୋଜିଶନିଂ ସିଷ୍ଟମ୍‌ ମାଧ୍ୟମରେ ସେମାନଙ୍କୁ ସହାୟତା ଯୋଗାଇ ...

ମାନସିକ ରୋଗ ଓ ଖାଦ୍ୟ

ମାନସିକ ରୋଗ ଓ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଆପଣଙ୍କ ଜାଣିବାରେ କେହି ପାଗଳ ପରି, ସନ୍ଦେହଜନକ, ଉଦାସ, ଅତି ସକ୍ରିୟ, ନିଦ୍ରାହୀନତାଗ୍ରସ୍ତ ଓ ବିନା କାରଣରେ ରାଗିବା ପରି ଲକ୍ଷଣମାନ ପ୍ରକାଶ କରୁଛନ୍ତି କି? ଦେଖନ୍ତୁ ସେ କେତେ ମାଂସ ଖାଉଛନ୍ତି। ବିଶେଷତଃ ପୂର୍ବରୁ ପ୍ୟାକେଜ୍‌ ହୋଇଥିବା ବା ହୋଟେଲର ମାଂସ ଯଥା ହାମ୍‌, ସସେଜ୍‌, ହଟ୍‌ ଡଗ୍‌, ଶୁଷ୍କ ଗୋମାଂସ ବା ତୁର୍କୀ ଜର୍କୀ, ସାଲାମି ପ୍ରଭୃତି ସେ କେତେ ଖାଉଛନ୍ତି ଦେଖନ୍ତୁ। ସମାନ ବୟସର ବିଭିନ୍ନ ଗ୍ରୁପ୍‌ର ଲୋକଙ୍କ ଉପରେ କରାଯାଇଥିବା ଅନୁଧ୍ୟା...

ଚକ୍ରି ଦୋଳି

ଚକ୍ରି ଦୋଳି


ବିଚିତ୍ର ବିଶ୍ୱାଳ

ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନର ବାସ୍ତବ ପରିଣତି ଓ ସରକାରଙ୍କ ଘୋଷଣା ଭିତରେ ଥିବା ଆକାଶପାତାଳ ପ୍ରଭେଦ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ମାମେଲାକାଙ୍କ ଅଭିଜ୍ଞତାରୁ ଭଲଭାବେ ବୁଝି ହେବ। ସମ୍ପ୍ରତି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ନରେଗା)କୁ ସବୁଠାରୁ ଅଧିକ ଫଳପ୍ରଦ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଭାବେ ପରିଗଣିତ କରାଯାଉଥିବା ବେଳେ ତାହାର ବାସ୍ତବ ପରିସ୍ଥିତି ଯେତିକି ହାସ୍ୟାସ୍ପଦ ସେତିକି ଦୁର୍ଭାଗ୍ୟଜନକ। ବେକାରମାନଙ୍କ କର୍ମନିଯୁକ୍ତି କଥା ଉଠିବା ମାତ୍ରେ ସରକାରରେ ଥିବା ନେତା, ମନ୍ତ୍ରୀ ଓ ଅଫିସରମାନେ ସଙ୍ଗେ ସଙ୍ଗେ ନରେଗା ଯୋଜନାରେ କେତେକୋଟି ଟଙ୍କା ଖର୍ଚ୍ଚ ହେଉଛି, ସେ ହିସାବ ଦେବାକୁ ବାହାରି ପଡୁଛନ୍ତି। କିନ୍ତୁ ବାସ୍ତବ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ନରେଗା ଏବେ କେବଳ ଧନୀ ଜେସିବି ମାଲିକମାନଙ୍କୁ ହଁି ରୋଜଗାର ଯୋଗାଇ ଦେଉଥିବା ବେଳେ ଗାଁର ଗରିବ ...

ନାନା ଧର୍ମ, ନାନା ଦେଶରେ ବିନାୟକ

ନାନା ଧର୍ମ, ନାନା ଦେଶରେ ବିନାୟକ

ବ୍ରହ୍ମାନନ୍ଦ ପଣ୍ଡା

ପୁରାଣ ମତରେ ଭାଦ୍ର କୃଷ୍ଣ ଚତୁର୍ଥୀରେ ଗଣେଶଙ୍କର ଜନ୍ମ ଏବଂ ଭାଦ୍ର ଶୁକ୍ଳ ଚତୁର୍ଥୀରେ ତାଙ୍କର ଗଜାନନ ରୂପରେ ଜୀବନ୍ୟାସ ହୋଇଥିଲା। ଏଥିପାଇଁ ମତାନ୍ତର ସହ ବିଭିନ୍ନ ସ୍ଥାନରେ ଭାଦ୍ର କୃଷ୍ଣ ଓ ଶୁଳ୍କ ଚତୁର୍ଥୀରେ ଗଣେଶଙ୍କର ପୂଜା କରାଯାଏ। ଭିନ୍ନ ମତ ଅନୁସାରେ ମାଘ ଶୁକ୍ଳ ଚତୁର୍ଥୀରେ ମଧ୍ୟ ଗଣେଶ ପୂଜା କରାଯାଏ। ଗଣେଶଙ୍କ ଷୋଡ଼ଶ ଉପଚାର ପୂଜାରେ ଜଳ, ଦଧି, କୁଶ, ଦୂବ, ପୁଷ୍ପ, ଅକ୍ଷତ, କୁଙ୍କୁମ, ହଳଦିଆ ସୋରିଷ ଏବଂ ସୁପାରି ମିଶ୍ରଣ ଅର୍ଘ୍ୟ ରୂପେ ଦିଆଯାଏ। ପ୍ରିୟ ଦ୍ରବ୍ୟ ଦୂବ। ଗଣେଶ ସମସ୍ତ ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ କର୍ମରେ ବିଘ୍ନନାଶକ ଓ ସଂକଟ ମୋଚନକାରୀ ହୋଇଥିବାରୁ ପ୍ରତ୍ୟେକ ମାସ ଶୁକ୍ଳ ଚତୁର୍ଥୀରେ ମଧ୍ୟ ...

ଏଇ ଭାରତରେ

ଏଇ ଭାରତରେ

ପରିସ୍ଥିତିରେ ପଡ଼ି ମଣିଷ କିପରି ଅପରାଧ କରେ ତାହା ମଧ୍ୟପ୍ରଦେଶ ଭୋପାଳ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଜଣାପଡ଼ିଛି। ଟେଲରିଂ କାମ କରୁଥିବା ଜଣେ ବ୍ୟକ୍ତି ପୋଲିସ ହାତରେ ଧରାପଡ଼ିବା ପରେ ତାଙ୍କର ଅପରାଧ କାର୍ଯ୍ୟକଳାପର ଲମ୍ବା ତାଲିକା ପ୍ରକାଶ ପାଇଛି। ପ୍ରଥମେ କିଛି ଟଙ୍କା ରୋଜଗାର କରିବା ଉଦ୍ଦେ...

 ସମ୍ପାଦକୀୟ/ ଯୁଦ୍ଧକୁ ଅପେକ୍ଷା

ସମ୍ପାଦକୀୟ/ ଯୁଦ୍ଧକୁ ଅପେକ୍ଷା

ଚଳିତବର୍ଷ ମେ’ରେ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ପ୍ରଦାନ କରିଥିଲା ଯେ, ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ପ୍ରତିରକ୍ଷା ଦିଗରେ ସର୍ବାଧିକ ଖର୍ଚ୍ଚ କରୁଥିବା ଶ୍ରେଷ୍ଠ ୫ ଦେଶ ତାଲିକାରେ ସ୍ଥାନ ପାଇଛି। ଆମେରିକା, ଚାଇନା, ସୌଦି ଆରବ ଏବଂ ରୁଷିଆ ପରେ ଭାରତ ରହିଛି। ଆମେରିକା ଓ ଚାଇନାର ପ୍ରତିରକ୍ଷା ଖର୍ଚ୍ଚ ଯଥାକ୍ରମେ ୬୧୦ ବିଲିୟନ ଡଲାର ଓ ୨୨୮ ବିଲିୟନ ଡଲାର ରହିଥିବା ବେଳେ ଭାରତର ରହିଛି ମାତ୍ର ୬୩.୯ ବିଲିୟନ ଡଲାର। କୁହାଯାଉଛି ଚାଇନାର ଅର୍ଥନୀତି ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବାରୁ ସୈନ୍ୟ ସଂଖ୍ୟା କମାଇ ଆଧୁନିକ ଅସ୍ତ୍ରଶସ୍ତ୍ରରେ ବଳୀୟାନ ହେବାକୁ ପ୍ରସ୍ତୁତି ଆରମ୍ଭ କ...

ତଥ୍ୟ ପ୍ରସାରରେ ଅତିରଞ୍ଜନ

ତଥ୍ୟ ପ୍ରସାରରେ ଅତିରଞ୍ଜନ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ଶୁକ୍ରବାର ସକାଳୁ ସକାଳୁ ଫୋନ୍‌ଟେ ପାଇ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଆରପଟରୁ ବନ୍ଧୁଜଣକ ବିକଳ ହୋଇ ପଚାରିଥିଲେ- ”ଆଜି ମୋର ଭୁବନେଶ୍ୱରରେ ଗୋଟେ ଜରୁରୀ କାମ ଅଛି, କିନ୍ତୁ ଶୁଣିଲି ସରକାର ପ୍ରବଳ ବର୍ଷାର ଚେତାବନୀ ଦେଇ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସାରା ଓଡ଼ିଶାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି।“ ବଡ ଅଡୁଆ ଲାଗିଲା ମୋତେ। ପାଗ ଅବଶ୍ୟ ମେଘୁଆ ଥିଲା କିନ୍ତୁ ମୋତେ ବଡ଼ ବର୍ଷାର କୌଣସି ସୂଚନା ଦିଶୁ ନ ଥାଏ। ମୁଁ ପାଣିପାଗ ବିଭାଗରୁ ସକାଳର ଉପଗ୍ରହ ଚିତ୍ର ଦେଖିଲି, ବଡ଼ ବର୍ଷା ତ ଦୂରର କଥା ଦିନଟି ଶୁଖିଲା ରହିବାର ସମସ୍ତ ସୂଚନା ସେଥିରେ ସ୍ପଷ୍ଟ ଥିଲା। ମନରେ ଅନେକ ପ୍ରଶ୍ନ ଆସିଲା। ସରକାର କ’ଣ ସତରେ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ? ସତରେ କ’ଣ ଜଳବାୟୁ ବିଭାଗ ସେମିତି ଏକ ପୂର୍ବାନୁମାନ ଜାରି କରିଥିଲା? ଯଦି ଜାରି କରିଥିଲା ତା’ହେଲେ କ’ଣ ଆମର ବ...

 ବନ୍ଦ ପାଳନର ଚିତ୍ର ଓ ଚରିତ୍ର

ବନ୍ଦ ପାଳନର ଚିତ୍ର ଓ ଚରିତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ


ଏଇ କେତେଦିନ ହେଲା ବଢ଼ିଚାଲିଛି ଡିଜେଲ, ପେଟ୍ରୋଲ ଓ ରନ୍ଧନଗ୍ୟାସ୍‌ ଦର। ଏ ନେଇ ଲୋକଙ୍କ ଅସନ୍ତୋଷକୁ ଆଧାର କରି ଏବେ ସରଗରମ ହୋଇଉଠିଛି ଦେଶର ରାଜନୈତିକ ପାଣିପାଗ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଅତ୍ୟଧିକ ମୂଲ୍ୟବୃଦ୍ଧି ତଥା ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଯୋଗୁ ତୈଳଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ବୋଲି ସଫେଇ ଦେଉଛନ୍ତି ସରକାର। ଅନ୍ୟପକ୍ଷରେ ଇନ୍ଧନର ମାତ୍ରାଧିକ ମୂଲ୍ୟ ବଢ଼େଇ ନିର୍ବାଚନରେ ଭୋଟ କିଣିବା ପାଇଁ ମୋଦି ସରକାର ଟଙ୍କା ଠୁଳ କରୁଛନ୍ତି ବୋଲି ଅଭିଯୋଗ ଆଣି ତା’ର ପ୍ରତିବାଦରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ପର୍ଯ୍ୟାୟକ୍ରମେ ଜାରି ରହିଛି ବିକ୍ଷୋଭ, ହରତାଳ ଓ ବନ୍ଦ ପାଳନ। ଏହି କ୍ରମରେ ସୋମବାର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁ ୮ଘଣ୍ଟା ଧରି ଅଚଳ ହୋଇଗଲା ଦେଶର ସ୍ବାଭାବିକ ଜୀବନଯାତ୍ରା। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଲୋକଙ୍କ ଉପରେ ସରକାରଙ୍କ ତେଲ ଚଡ଼କ ଯେତିକି ପୀ...

ଏଇ ଭାରତରେ

ଏଇ ଭାରତରେ

ମା’ର ନାଗରିକତ୍ୱ ମାମଲା ଲଢ଼ିବା ପାଇଁ ପାଖରେ ପଇସା ନ ଥିବାରୁ ଜଣେ ବ୍ୟକ୍ତି ହତାଶ ହୋଇପଡିବା ସହିତ ନିଜ ଉପରେ ଚରମ ପ୍ରତିଶୋଧ ନେଇଛନ୍ତି। ଏପରି ଏକ ଘଟଣା ଆସାମରେ ଘଟିଛି। ବିନୟ ଚାନ୍ଦ ନାମକ ଏହି ବ୍ୟକ୍ତି ଦିନ ମଜୁରିଆ। ତାଙ୍କ ମା’ଙ୍କ ନାଗରିକତ୍ୱ ପାଇଁ ଆଇନଗତ ଯୁଦ୍ଧ ଲଢ଼ି ସବୁ ପଇସା ...

ସମ୍ପାଦକୀୟ/ ଉଭୟ ହିସାବ

ସମ୍ପାଦକୀୟ/ ଉଭୟ ହିସାବ

ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୮୦ ଓ ୭୨ ଟଙ୍କାରୁ ଊର୍ଦ୍ଧ୍ୱକୁ ଚାଲିଯାଇଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ସେପ୍ଟେମ୍ବର ୧୦ରେ ଦେଶବ୍ୟାପୀ ବନ୍ଦ ପାଳନ କରିଛନ୍ତି। ବିହାରର ଜେହେନାବାଦରେ ଟ୍ରାଫିକ୍‌ ଭିଡ଼ରେ ଏକ ଆମ୍ବୁଲାନ୍ସ ରହିଯିବା ଫଳରେ ଜଣେ ଦୁଇ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଦେଶର ପ୍ରତ୍ୟେକ ନାଗରିକର ଜୀବନ ଅତି ମୂଲ୍ୟବାନ । 

ପୁଞ୍ଜି ନିବେଶ ହେଉଛି, ନିଯୁକ୍ତି ସୁଯୋଗ ନାହିଁ

ପୁଞ୍ଜି ନିବେଶ ହେଉଛି, ନିଯୁକ୍ତି ସୁଯୋଗ ନାହିଁ

ସହଦେବ ସାହୁ

ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ କୁବେରମାନଙ୍କୁ ସୁନାପାତ୍ରରେ ଆମନ୍ତ୍ରଣ କରାଯାଉଥିଲେ ବି ଆଖିଦୃଶିଆ ନିଯୁକ୍ତି ସୁଯୋଗ ମିଳୁନାହିଁ। କାରଣ କମ୍ପାନୀମାନେ ବିନା କର୍ମଚାରୀରେ କାମ କରିବା ଆରମ୍ଭ କଲେଣି। ଇନ୍‌ଭେଷ୍ଟ କନ୍‌କ୍ଲେଭ୍‌ (ନିବେଶ ମେଳା) କରୁଥିବା ବା କରାଉଥିବା ସରକାର ତ ଖୋଦ୍‌ ଠିକାଦାର ହୋଇଗଲେଣି । ସେ ପୁଣି କିପରି ନିଶ୍ଚିତ କରିବେ ଯେ ପୁଞ୍ଜି ନିବେଶ ପ୍ରତିଶ୍ରୁତି ଦେଉଥିବା କୁବେରମାନେ ରାଜ୍ୟରେ ଆଶାଜନକ ନିଯୁକ୍ତି ସୁଯୋଗ ଯୋଗାଇବେ!

ନ୍ୟାୟାଳୟର ତତ୍ପରତା ଓ ବ୍ୟକ୍ତି ସ୍ବାଧୀନତା

ନ୍ୟାୟାଳୟର ତତ୍ପରତା ଓ ବ୍ୟକ୍ତି ସ୍ବାଧୀନତା

ଡା. ନୀଳମାଧବ ପୃଷ୍ଟି

ସୁଧୀ ପାଠକଙ୍କୁ ଦୁଇବର୍ଷ ତଳର ଏକ ଘଟଣା ମନେ ପକାଇ ଦେଉଛୁ। ୨୦୧୬ ଏପ୍ରିଲ ୨୫ ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଟି.ଏସ୍‌. ଠାକୁର ବର୍ଷ ବର୍ଷ ଧରି ଲକ୍ଷାଧିକ ମାମଲାର ବୋଝକୁ ନେଇ ଦୁଃଖ ପ୍ରକଟ କରିଥିଲେ। 

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଗୁଜରାଟର ବଡ଼ୋଦରା ଅଞ୍ଚଳରେ ସ୍କୁଲପିଲାମାନେ ମାଟିରେ ଗଣେଶ ମୂର୍ତ୍ତି ଗଢ଼ି ପରିବେଶ ସୁରକ୍ଷାରେ ସହାୟକ ହୋଇପାରିଛନ୍ତି। 

ନଈ ନ ଦେଖୁଣୁ

ନଈ ନ ଦେଖୁଣୁ

ଭାରତ ଲୋକ ସଭା ସହ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ କରାଯିବା ନେଇ ଗତ କିଛି ଦିନ ଧରି ଜୋରଦାର ଆଲୋଚନା ହେଉଛି।  ଏହାର ସପକ୍ଷବାଦୀ ଯୁକ୍ତି ବାଢ଼ୁଛନ୍ତି ଯେ, ଏକାସଙ୍ଗେ ନିର୍ବାଚନ କରାଗଲେ ଦେଶର ରାଜକୋଷ ଉପରେ କମ୍‌ ବୋଝ ପଡ଼ିବ। କିନ୍ତୁ ଯେଉଁ ରାଜ୍ୟଗୁଡ଼ିକରେ ନିକଟ ଅତୀତରେ ନିର୍ବାଚନ ହୋଇଯାଇଛି ଓ ବହୁ ଆଗକୁ ଏହା ହେବାର ଅଛି, ସେଗୁଡ଼ିକର ଅବସ୍ଥା କ’ଣ ହେବ ସେଥିନେଇ ଏହି ବର୍ଗ କିଛି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି।