ସମ୍ପାଦକୀୟ

ଗଙ୍ଗା ପାବନ ପ୍ରହସନ

ଗଙ୍ଗା ପାବନ ପ୍ରହସନ

ଡ. ପ୍ରଫୁଲ୍ଲ କୁମାର ସାହୁ

ଗଙ୍ଗାପୁତ୍ର ସ୍ବାମୀ ଜ୍ଞାନସ୍ବରୂପ ସାନନ୍ଦ। ଜଣେ ବର୍ଷୀୟାନ୍‌ ସନ୍ଥ ଓ ପ୍ରଖ୍ୟାତ ପରିବେଶବିଜ୍ଞାନୀ। ପ୍ରଫେସର ଗୁରୁଦାସ ଅଗ୍ରୱାଲ ନାମରେ ପରିଚିତ ସ୍ବାମୀ ସାନନ୍ଦ ପରିବେଶ ସୁରକ୍ଷା ପାଇଁ ଜାଳିଥିଲେ କ୍ରାନ୍ତିର ମଶାଲ। ଗଙ୍ଗାମାତାର ସୁରକ୍ଷା ଦାବି ନେଇ ଆମରଣ ଅନଶନ ଚଳାଇଥିବା ସ୍ବାମୀ ସାନନ୍ଦ ଶେଷରେ ୧୧ା୧୦ା୨୦୧୮ରେ ଆରପାରିକି ଚାଲିଗଲେ ସରକାରୀ ଉଦାସୀନତାର ଶିକାର ହୋଇ। ତାଙ୍କ ଭଳି ଜଣେ ପ୍ରଖ୍ୟାତ ପରିବେଶବିତ୍‌ଙ୍କୁ ଜାଣିଶୁଣି ମୃତ୍ୟୁମୁହଁକୁ ଠେଲିଦିଆଗଲା ବୋଲି ଏବେ ଚାରିଆଡ଼େ ଚାଲିଛି ଚର୍ଚ୍ଚା। ...

 ପଲିଥିନ୍‌ର ବିଭୀଷିକା

ପଲିଥିନ୍‌ର ବିଭୀଷିକା

ଅଭିମନ୍ୟୁ ଧଳ

ପରିବା କିଣିବା ପାଇଁ ମୁଁ ବ୍ୟାଗ ବାହାର କଲି। ବନ୍ଧୁ କ୍ଷୀରୋଦ ପରିବା ବିକାଳିଙ୍କୁ ପଲିଥିନ ମୁଣାରେ ପରିବା ଦେବା ପାଇଁ କହିବାରୁ ସେ କହିଲେ- ଏଇଥରକ ନିଅନ୍ତୁ, ଆର ଥରକୁ ବ୍ୟାଗ ଆଣିବେ। ସରକାର ଏହାକୁ ବନ୍ଦ କଲେଣି, ବ୍ୟବହାର କଲେ ଜରିମାନା ଦେବୁ। ବନ୍ଧୁଙ୍କ ମୁହଁରେ ହସ। ସଙ୍ଗେ ସଙ୍ଗେ ଲମ୍ବା ହିସାବଟିଏ ଦେଲେ। ସକାଳଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଏହାର ରାଜୁତି। ପଲିଥିନ୍‌ ହିଁ ...

ଏଇ ଭାରତରେ

ଏଇ ଭାରତରେ

କିଛି ଘଟଣା ସତ ଲାଗୁଥିଲେ ମଧ୍ୟ ସେଗୁଡିକ ପରମୁହୂର୍ତ୍ତରେ ମିଥ୍ୟା ପ୍ରମାଣିତ ହୁଏ। ଏପରି ଏକ ଘଟଣାକ୍ରମରେ ଜଣେ ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା ସରିଯିବାପରେ ସେ ଫେରିଆସିବା ଘଟଣାରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ ମନଦୁଃଖ କରିଛନ୍ତି। କାରଣ ...

ଆଜିର ଅର୍ଥନୀତି/ବେପାର ମାନ୍ଦା

ଆଜିର ଅର୍ଥନୀତି/ବେପାର ମାନ୍ଦା

ଦୀପାବଳି ଆଉ ସପ୍ତାହକରୁ କମ୍‌ ସମୟ ରହିଲା। ତଥାପି ଲୋକଙ୍କ ମଧ୍ୟରେ ସେମିତି କିଛି ଉତ୍ସାହ ଦେଖିବାକୁ ମିଳୁନି। ନିକଟରେ ରାଜ୍ୟର ଅନେକ ଉପକୂଳବର୍ତ୍ତୀ ଜିଲା ଦେଇ ତିତ୍‌ଲି ଝଡ଼ ବୋହିଯାଇଛି। ବେଶି ପ୍ରଭାବିତ ଅଞ୍ଚଳର ଲୋକମାନେ ଏଯାଏ ଅଣ୍ଟା ସଳଖି ଠିଆ ...

ବୈଷମ୍ୟ ହିଁ ବଡ଼ ଆହ୍ବାନ

ବୈଷମ୍ୟ ହିଁ ବଡ଼ ଆହ୍ବାନ

ଡ. ସନ୍ତୋଷ କୁମାର ମହାପାତ୍ର

ଭାରତ ବିଶ୍ୱରେ ଷଷ୍ଠ ବୃହତ୍‌ ଅର୍ଥନୀତି ତଥା ଏକ ଦ୍ରୁତ ଅଭିବୃଦ୍ଧିଭିତ୍ତିକ ରାଷ୍ଟ୍ର ବୋଲି ସରକାର ଗର୍ବ କରୁଛନ୍ତି। କିନ୍ତୁ ମାନବ ଉନ୍ନୟନ ଦୃଷ୍ଟିରୁ ଭାରତ ଅତ୍ୟନ୍ତ ପଛରେ ଥିଲାବେଳେ ଆର୍ଥିକ ବୈଷମ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ଚିନ୍ତାର ବିଷୟ ହେଉଛି ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରକାଶିତ ୨୦୧୭ର ମାନବ ଉନ୍ନୟନ ସୂଚକାଙ୍କ (ଏଚ୍‌ଡିଆଇ)ରେ ଭାରତ ୧୮୯ଟି ଦେଶ ମଧ୍ୟରୁ ୧୩୦ତମ ସ୍ଥାନରେ ରହିଛି। ଅର୍ଥାତ୍‌ ୧୨୯ଟି ଦେଶ ତଳେ। ଅବଶ୍ୟ ଗତବର୍ଷ ତୁଳନାରେ ଗୋଟିଏ ଅଙ୍କ ଉନ୍ନତି ଘଟିଥିଲେ ମଧ୍ୟ ୨୦୧୫ରେ ଏହା ଯେଉଁ ସ୍ଥିତିରେ ଥିଲା ୨୦୧୭ରେ ସେହି ସ୍ଥିତିରେ ରହିଛି। ୨୦୧୬ରେ ଭାରତ ୧୩୧ତମ ସ୍ଥାନରେ ଥିଲାବେଳେ ୨୦୧୫ରେ ୧୩୦ତମ ସ୍ଥାନରେ ଥିଲା।...

ସ୍ବାଦିଷ୍ଠ ବିପଦ

ସ୍ବାଦିଷ୍ଠ ବିପଦ

ଡା. ଉମେଶ ଚନ୍ଦ୍ର ପାତ୍ର

ସମ୍ପ୍ରତି ଆମ୍ଭମାନଙ୍କର ଖାଦ୍ୟ ପଦାର୍ଥରେ ଯେତେ ପ୍ରକାର ଅପ୍ରାକୃତିକ, ରାସାୟନିକ ଜିନିଷ ଦିଆଯାଉଛି ଓ ତ୍ୱରିତ ଖାଦ୍ୟ ନାମରେ ଭଣ୍ଡାଯାଉଛି, ତାହା ସଭ୍ୟ ସମାଜର ବିଜ୍ଞ ଲୋକମାନେ ଜାଣୁଥିଲେ ବି ନୀରବ ରହୁଛନ୍ତି। ମା’ଙ୍କ ହାତତିଆରି ଶରୀରର ପୋଷକ ତତ୍ତ୍ୱ ଥିବା ବଗଡ଼ା ଢିଙ୍କିକୁଟା ଚାଉଳର ଭାତ ଆଉ ବା କାହିଁ? ଶରୀରକୁ ପୁଷ୍ଟି ଯୋଗାଉଥିବା ଖେଚୁଡ଼ି ବି କେହି କେଉଁଠି କାଁ ଭାଁ ଖାଉଛନ୍ତି। ଦିନଥିଲା ଢିଙ୍କିକୁଟା ଚୁଡ଼ା ପାଲଟିଥିଲା ଆମ ନିତିଦିନିଆ ଜୀବନର ଏକ ବଡ଼ ଖାଦ୍ୟ। ଘରକୁ କୁଣିଆମଇତ୍ର ଆସିଲେ ଚୁଡ଼ାଗୁଡ଼ ପରଷାଯାଉଥିଲା। ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟବସାୟିକ ଅନୁଷ୍ଠାନରେ ସିସିଟିଭି ଲଗାଯାଇଥିବା ଦେଖାଯାଉଛି। କିନ୍ତୁ ଜଣେ ଫଳବିକାଳି ତାଙ୍କ ଠେଲାଗାଡିରେ ସିସିଟିଭି କ୍ୟାମେରା ଲଗାଇବା ନିଆରା ନିଶ୍ଚୟ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ପାଟ୍‌ନାରେ। ଗ୍ରାହକମାନେ ...

ଜେଲିଫିଶ୍‌ ବିପଦ

ଜେଲିଫିଶ୍‌ ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ବର୍ଷା-ବିଧୌତ ଗୋଆରେ ମୁଁ ଗୋଟିଏ ସପ୍ତାହ କଟେଇଥିଲି, କିନ୍ତୁ ସମୁଦ୍ରକୂଳକୁ ଯାଇ ନ ଥିଲି। ନ ଯିବାର କାରଣ ହେଉଛି- ଜେଲିଫିଶ୍‌। ଗୋଆ ସରକାର ବେଳାଭୂମି ଭ୍ରମଣକାରୀମାନଙ୍କ ପାଇଁ ଏକ ଚେତାବନୀ ଜାରି କରିଛନ୍ତି ଯେ, ଏହି ବେଳାଭୂମିର ଜଳରେ ତଥା ସ୍ଥଳରେ ଜୀବନ୍ତ ଓ ମୃତ ଜେଲିଫିଶ୍‌ ବହୁସଂଖ୍ୟାରେ ରହିଛନ୍ତି। ଏହି ଲମ୍ବା କର୍ଷିକା ଥିବା ଜିଲାଟିନ୍‌ ଭଳି ସାମୁଦ୍ରିକ ଜୀବ ଦେଖିବାକୁ ଯେତିକି ସୁନ୍ଦର, ସେତିକି ମାରାତ୍ମକ। ପ୍ରାୟ ୧୨୦୦ ପ୍ରକାର ଜେଲିଫିଶ୍‌ ଅଛନ୍ତି। ଏମାନଙ୍କ ଭିତରେ ଏତେ ଛୋଟ ଜେଲିଫିଶ୍‌ ଅଛନ୍ତି, ଯାହା ଆପଣ ...

ସ୍ବପ୍ନଶୋଷଣ

ସ୍ବପ୍ନଶୋଷଣ

ଡ. ସୁବାସ ଚନ୍ଦ୍ର ପାତ୍ର

ବିପକ୍ଷରେ ଥିବା ରାଜନୈତିକ ଦଳ, ସମାଜସେବୀ, ବୁଦ୍ଧିଜୀବୀମାନେ ମଣିଷକୁ ବେଳେବେଳେ ସ୍ବପ୍ନ ଦେଖାନ୍ତି ଦେଶରେ ପରିବର୍ତ୍ତନର ଧରାବତରଣ କରେଇବା ପାଇଁ। ଜାଣତରେ ହେଉ ବା ଅଜାଣତରେ ସେମାନେ ଭୁଲିଯାନ୍ତି ସେମାନଙ୍କର ସ୍ବପ୍ନକୁ ବାସ୍ତବାୟିତ କରିବା ପାଇଁ। ସେମାନଙ୍କ ନଜରରେ ପରିବର୍ତ୍ତିତ ଲୋକଚରିତ୍ର ବିଶିଷ୍ଟ କିଛି ମାନବସମ୍ବଳ ଅଛି କି, ନା ରାଜନୈତିକ କ୍ଷେତ୍ରରେ ଏହି ନାରା କ୍ଷମତା ଦଖଲ ପାଇଁ ବା ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ, ନା ନିଃସ୍ବାର୍ଥପର ଅଣରାଜନୈତିକ କ୍ଷେତ୍ରରେ ଆତ୍ମ-ପରାଜୟ...

ମା’ ଓ ମାତୃବତ୍‌

ମା’ ଓ ମାତୃବତ୍‌

ରମେଶ ଚନ୍ଦ୍ର ସାମଲ

ହିନ୍ଦୁ ଶାସ୍ତ୍ରରେ ପାଞ୍ଚଜଣଙ୍କୁ ପିତା ସ୍ଥାନ ଦିଆଯାଇଛି। ସେମାନେ ହେଲେ ଜନ୍ମଦାତା, ଅନ୍ନଦାତା, ପ୍ରାଣଦାତା, ଜ୍ଞାନଦାତା ଓ କନ୍ୟାଦାତା। ଏହି ପାଞ୍ଚ ପିତାଙ୍କର ସ୍ତ୍ରୀଙ୍କୁ ମାତା, ଭୂମିକୁ ଭୂମାତା ଓ ଗାଈକୁ ଗୋମାତା ବିବେଚନା କରି ସପ୍ତମାତାର ପରିକଳ୍ପନା ହୋଇଛି। ପିତାମାତାଙ୍କ ଭଳି ଏ ସମସ୍ତଙ୍କୁ ସମ୍ମାନ ଦିଆଯାଏ। ଭଗବାନ ବିଷ୍ଣୁଙ୍କୁ ବିଶ୍ୱପିତା ବୋଲି କୁହାଯାଏ। ସବୁ ଦେବପତ୍ନୀଙ୍କୁ ମା’ ବୋଲି ସମ୍ବୋଧନ କରାଯାଏ। ଏହାଛଡା ଆମ ପରିବାର ସମାଜରେ ଆମର ବହୁ ସମ୍ପର୍କ ଅଛି। ସେ ସବୁଗୁଡିକ ହେଲା- ବଡ଼ବାପା, ବଡ଼ବୋଉ, ଦାଦା, ଖୁଡ଼ୀ, ଜେଜେ, ଜେଜେମା’, ଅଜା, ଆଈ, ପିଇସା, ପିଇସୀ, ମଉସା, ମାଉସୀ ଇତ୍ୟାଦି। ଏମାନଙ୍କୁ ପିତୃମାତୃବତ୍‌ ବିବେଚନା କରି ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ବାପାଙ୍କ ଦ୍ୱିତୀୟ ପତ୍ନୀ ଥିଲେ ତାଙ୍କୁ ବିମାତା ବା ସାବତମା’ କୁହାଯାଏ। ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଥାଏ, ଯାହାର ଉଦାହରଣ ସାଜିଛନ୍ତି କେରଳର ଅଲ୍‌ପୁଝା ଜିଲାର ୯୬ ବର୍ଷୀୟା କାର୍ତ୍ତାୟନୀ ଆମ୍ମା। କେରଳ ସରକାରଙ୍କ ଦ୍ୱାରା କରାଯାଉଥିବା ଅକ୍ଷର ଲକ୍ଷ୍ୟମ୍‌ ସାକ୍ଷରତା ମିଶନ ଅଭିଯାନରେ ସାମିଲ ହୋଇ କାର୍ତ୍ତାୟନୀ ୯୮% ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ଶତପ୍ରତିଶତ ସାକ୍ଷରତା ଲକ୍ଷ୍ୟ ନେଇ କେରଳ ସରକାର ଅକ୍ଷର ଲକ୍ଷ୍ୟମ୍‌ ସାକ୍ଷରତା ମିଶନ ...

ସମ୍ପାଦକୀୟ/ପ୍ରମାଣ ଲାଗି ସୁଯୋଗ

ସମ୍ପାଦକୀୟ/ପ୍ରମାଣ ଲାଗି ସୁଯୋଗ

କେରଳର ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ଏବେ ବିତର୍କିତ ହୋଇପଡ଼ିଛି। କେତେକ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଚାଲିଛନ୍ତି। ମାଲା ଆର୍ଯ୍ୟମାନେ ଏବେ ପୁନର୍ବାର ମନ୍ଦିରରେ ନୀତିକାନ୍ତି କରିବାର ଅଧିକାର ଦାବିରେ ଅଡ଼ି ବସିଛନ୍ତି। ଏମାନେ ନିଜକୁ ଭଗବାନ୍‌ ଆୟାପ୍ପାନ୍‌ଙ୍କ ସବୁଠାରୁ ପ୍ରମୁଖ ସେବକ ଭାବେ ଅଭିହିତ କରୁଛନ୍ତି। ...

ଆଧୁନିକ ଭାରତର ନିର୍ମାତା

ଆଧୁନିକ ଭାରତର ନିର୍ମାତା


ନରେନ୍ଦ୍ର ମୋଦି

୧୯୪୭ର ପ୍ରଥମାର୍ଦ୍ଧ ଭାରତ ଇତିହାସ ପାଇଁ ଥିଲା ଏକ ସଂକଟମୟ ସମୟ। ଔପନିବେଶିକ ଶାସନର ଅନ୍ତ ଅବଧାରିତ ଥିଲା ଏବଂ ଭାରତର ବିଭାଜନ ମଧ୍ୟ ନିର୍ଦ୍ଧାରିତ ଥିଲା, କିନ୍ତୁ ଯାହା ଅନିଶ୍ଚିତ ଥିଲା ତାହା ହେଉଛି ଭାରତର ଗୋଟିଏରୁ ଅଧିକ ବିଭାଜନ ହେବ ନାହିଁ ତ? ଦରଦାମ୍‌ ବଢ଼ୁଥିଲା, ଖାଦ୍ୟାଭାବ ଅତି ସାଧାରଣ କଥା ଥିଲା କିନ୍ତୁ ଏସବୁର ଊର୍ଦ୍ଧ୍ୱରେ, ଭାରତର ଅଖଣ୍ଡତା ପ୍ରତି ଗମ୍ଭୀର ଚାପ ରହିଥିଲା।
ଏହିପରି ସ୍ଥିତିରେ ସ୍ବରାଷ୍ଟ୍ର ବିଭାଗ ଜୁନ୍‌ ୧୯୪୭ରେ କାର୍ଯ୍ୟକ୍ଷମ ହେଲା। ଏହି ବିଭାଗର ପ୍ରମୁଖ ଲକ୍ଷ୍ୟ ମଧ୍ୟରେ ଥିଲା ୫୫୦ରୁ ଅଧିକ ଗଡଜାତ ରାଜ୍ୟ ସହ ଭାରତର ସମ୍ପର୍କ ବିଷୟରେ ଆଲୋଚନାକୁ ତ୍ୱରାନ୍ବିତ କରିବା ଏବଂ ଏହାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା। ...

ବିଜ୍ଞାନରେ ଆଗେ ଆଗେ ଚାଇନା

ବିଜ୍ଞାନରେ ଆଗେ ଆଗେ ଚାଇନା

ଇଂ. ମାୟାଧର ସ୍ବାଇଁ

ପ୍ରାଚୀନ ଯୁଗରେ ଭାରତ, ମିଶର, ଗ୍ରୀସ୍‌, ବେବିଲୋନ ଆଦି ଦେଶରେ ବିଜ୍ଞାନର ବିକାଶ ହୋଇଥିଲା। ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ନବଜାଗରଣ ହେବା ପରେ ଆଧୁନିକ ବିଜ୍ଞାନର ସୂତ୍ରପାତ ହେଲା। ପ୍ରାୟୋଗିକ ବିଜ୍ଞାନ ସାହାଯ୍ୟରେ କଳକାରଖାନା ଓ ଶିଳ୍ପ ଗଢିଉଠିଲା ଏବଂ ୟୁରୋପୀୟ ଦେଶଗୁଡିକ ସମୃଦ୍ଧିଶାଳୀ ହେଲେ। ଏହି ସମୟରେ ୟୁରୋପରେ ବିଜ୍ଞାନର ଅନେକ ନୂତନ ତତ୍ତ୍ୱ ଆବିଷ୍କୃତ ହୋଇଥିଲା। ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକ ପର୍ଯ୍ୟନ୍ତ ୟୁରୋପ ବିଜ୍ଞାନ ଗବେଷଣାରେ ଶୀର୍ଷରେ ଥିଲା। ଏହାପରେ ଗତ ଶହେ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା ବିଜ୍ଞାନରେ ପ୍ରାଧାନ୍ୟ ବିସ୍ତାର କରିଛି। ସେଠାରେ ଗବେଷଣା ପାଇଁ ଯଥେଷ୍ଟ ପୁଞ୍ଜି ବିନିଯୋଗ କରାଯାଇଛି ଏବଂ ପୃଥିବୀର ...

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଖୁବ୍‌ କମ୍‌ ଲୋକ ସଚ୍ଚୋଟପଣିଆ ଦେଖାଇ ଅନ୍ୟର ଉପକାର କରିଥାଆନ୍ତି। ସେମାନେ ପାଇଥିବା ମହାର୍ଘ ଜିନିଷକୁ ମାଟି ସଦୃଶ ମନେକରୁଥିବାରୁ ହରାଇବା ଲୋକେ ଉପକୃତ ହୋଇଥାଆନ୍ତି। ଏପରି ଏକ ଘଟଣାକ୍ରମରେ ଜଣେ ଅଟୋ ଡ୍ରାଇଭର ସ୍ବର୍ଣ୍ଣାଳଙ୍କାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଏକ ବ୍ୟାଗ୍‌ ପାଇ ତାକୁ ଫେରାଇଦେବା ପରେ ସଚ୍ଚୋଟପଣିଆର ସ୍ବାକ୍ଷର ଛାଡ଼ିଛନ୍ତି। ...

ସମ୍ପାଦକୀୟ/ ବିରଲ ବିଚାର

ସମ୍ପାଦକୀୟ/ ବିରଲ ବିଚାର

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଡେପୁଟୀ ଗଭର୍ନର ବିରଲ ଆଚାର୍ଯ୍ୟ ଅକ୍ଟୋବର ୨୭ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ କହିଥିଲେ ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ ହସ୍ତକ୍ଷେପ ବନ୍ଦ କରିବା ଦରକାର। ତାହା ନ ହେଲେ ଦେଶ ଦୀର୍ଘମିଆଦୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ। ଆର୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ ଏଭଳି ମତ ଦେବା ପରେ ଅର୍ଥନୀତି ସହ ଜଡ଼ିତ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅକ୍ଟୋବର ୨୯ରେ ବିରଲଙ୍କ କଥାରୁ ଖିଅ ଟାଣି ଆର୍‌ବିଆଇ କର୍ମଚାରୀ ସଂଘ...

ବୈଦେଶିକ ଗୋଇନ୍ଦା ସଂସ୍ଥା

ବୈଦେଶିକ ଗୋଇନ୍ଦା ସଂସ୍ଥା

ଶରତ ଚନ୍ଦ୍ର ମିଶ୍ର

ନିଜ ଦେଶର ବୈଦେଶିକ ନୀତି ପ୍ରଣୟନ, ଦେଶରକ୍ଷା ପ୍ରସ୍ତୁତି, ବୈଦେଶିକ ବାଣିଜ୍ୟ ନୀତି ଓ ସର୍ବୋପରି ଜାତୀୟ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଦେଶ ଅନ୍ୟ ଦେଶଗୁଡ଼ିକର ଘଟଣା ପ୍ରବାହ, ସାମରିକ ସ୍ଥିତି, ନିଜ ଦେଶ ପ୍ରତି ଆଭିମୁଖ୍ୟ ଆଦି ପ୍ରତି ନଜର ରଖିବା ଆବଶ୍ୟକ। ଅନ୍ୟ ଦେଶଗୁଡ଼ିକରେ ଦୂତାବାସ ଥାଏ ଓ କୌଣସି ଦେଶ ସହିତ କୂଟନୈତିକ ସମ୍ପର୍କ ନ ଥିଲେ ଅବା ଛିନ୍ନ ହୋଇଯାଇଥିଲେ ପଡ଼ୋଶୀ ଦେଶର ଦୂତାବାସ ମାଧ୍ୟମରେ ଏସବୁ ସମ୍ବନ୍ଧରେ ଖବର ସଂଗ୍ରହ କରାଯାଏ। ଗୋପନ ଖବର ସଂଗ୍ରହ ଓ ଅନ୍ୟ ଦେଶର ଘଟ...

ନିଃସଙ୍ଗତା ଓ ଜୀବନ

ନିଃସଙ୍ଗତା ଓ ଜୀବନ

ଅଲେଖ ଚନ୍ଦ୍ର ମିଶ୍ର

ପ୍ରଖ୍ୟାତ ଇଂରାଜୀ କବି ଆଲେକଜାଣ୍ଡାର ପୋପ୍‌ଙ୍କର ଲୋକପ୍ରିୟ କବିତା ‘ଓଡ୍‌ ଅନ୍‌ ସଲିଚ୍ୟୁଡ’ର ପଂକ୍ତିଟିଏ ହେଲା ”ଦସ୍‌ ଲେଟ୍‌ ମିଲର ଅନ୍‌ସିନ୍‌ ଅନ୍‌ନୋନ୍‌ ଦସ୍‌ ଅନ୍‌ଲାମେଣ୍ଟେଡ ଲେଟ୍‌ ମି ଡାଏ, ଷ୍ଟିଲ ଫ୍ରମ୍‌ ଦ ଓ୍ବାର୍ଲଡ ନଟ୍‌ ଏ ଷ୍ଟୋନ୍‌ ଟେଲ୍‌ ହୋୟାର ଆଇ ଲାଏ।“ (ଏହିପରି ଅଦୃଷ୍ଟ, ଅଜ୍ଞାତ ଭାବରେ ମତେ ବଞ୍ଚିବାକୁ ଦିଅ। ଏହିପରି ମରିଯାଏ ଯେପରି ମୋ ପାଇଁ କେହି ଶୋକ କରିବେନି। ମୃତ୍ୟୁ ପରେ ବି ମୋର ସମାଧି ବନେଇବନି କାରଣ ତାହା ମୋର ଅବସ୍ଥିତିକୁ ସୂଚେଇଦେବ।) କେତେ ନୈରାଶ୍ୟର ଅଭିବ୍ୟକ୍ତି, କେତେ ଅଭିମାନଭରା ଅଭିଳାଷର ସଙ୍କେତ ଦିଏ ଏହି ପଦ୍ୟାଂଶଟି। ମଣିଷ କେଉଁ ସ୍ତରରେ ପହଞ୍ଚିଲେ ଏହିଭଳି ଭାବାବେଗର ବାଣୀ ମୁଖରୁ ତା’ର ନିଃସୃତ ହୁଏ, ସେ କ...

ଏଇ ଭାରତରେ

ଏଇ ଭାରତରେ

ନବଜାତ ଶିଶୁ ସନ୍ତାନକୁ ପାଖରେ ରଖି ଦାୟିତ୍ୱ ସମ୍ପାଦନ କରିବା କଷ୍ଟକର ହେଲେ ବି ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି ଝାନ୍‌ସୀର କଟଓ୍ବାଲି ଥାନାର କନଷ୍ଟେବଳ ଅର୍ଚ୍ଚନା ଜୟନ୍ତ(୩୦)। ସେ ରିସେପ୍‌ଶନ ଡେସ୍କ ପାର୍ଶ୍ୱରେ ଶିଶୁକନ୍ୟାକୁ ଶୁଆଇ କାର୍ଯ୍ୟ କରୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ଚର୍ଚ୍ଚାର ବିଷୟ ହୋଇଛି। ଉତ୍ତରପ୍ରଦେଶର ଡିଜିପି ତାଙ୍କୁ ନିଜ ଜିଲା ଆଗ୍ରାକୁ ବଦଳି ...

ଦାୟିତ୍ୱହୀନତାର ପରିଚୟ

ଦାୟିତ୍ୱହୀନତାର ପରିଚୟ

ଭାରତ ସରକାର ୨୦୧୦ ଅକ୍ଟୋବରରେ ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀର ମାନ୍ୟତା ଦେଇଛନ୍ତି। ହାତୀବଂଶ ସୁରକ୍ଷିତ ରଖିବା ପାଇଁ ସରକାରୀ ଭାବେ ଏଭଳି ପଦକ୍ଷେପ ନିଆଯାଇଥିଲା। ୨୦୧୭ ହାତୀଗଣନା ଅନୁଯାୟୀ ଭାରତରେ ୨୭,୩୧୨ ହାତୀ ଅଛନ୍ତି। 

ଅକ୍ଟୋବରରେ ବାତ୍ୟା ଭୟ

ଅକ୍ଟୋବରରେ ବାତ୍ୟା ଭୟ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ


ଅକ୍ଟୋବର ମାସ ଆସିଲେ ଉପକୂଳବାସୀଙ୍କ ମନରେ ଯେଉଁ କୋକୁଆଭୟ ସଞ୍ଚରିତ ହୁଏ, ସେ ଭୟର କାରଣ ହେଲା ସାମୁଦ୍ରିକ ଝଡ ବା ବାତ୍ୟା। ଧାନଚାଷର ଆର୍ଥିକ ମେରୁଦଣ୍ଡ ଉପରେ ଦଣ୍ଡାୟମାନ ଚାଷୀର ଅଣ୍ଟା ଭାଙ୍ଗିଦିଏ ଏ ବାତ୍ୟା। 

ମର୍ତ୍ତ୍ୟ ସୁଖ

ମର୍ତ୍ତ୍ୟ ସୁଖ

ଅଞ୍ଜନ ଚାନ୍ଦ


ଆଚ୍ଛା, ଏଇ ଯେଉଁ କହୁଛ ମରିଯିବା ପରେ ସ୍ବର୍ଗକୁ ଯିବ, କାହିଁକି ଯିବ? ସ୍ବର୍ଗକୁ ଗଲେ କ’ଣ ମଣିଷରୁ ଦେବତା ହୋଇଯିବ? ଆଗରୁ କେବେ ଏମିତି ହୋଇଛି? ଯଦି ହୋଇଛି ମଣିଷରୁ ଦେବତା ହୋଇଥିବା ସେମାନଙ୍କର ନାମ କ’ଣ?

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ନଗରୀର ପ୍ରାଚୀରକୁ ଚିତ୍ରକଳାରେ ସଜାଇବାରେ ‘ଦିଲ୍ଲୀ ଷ୍ଟ୍ରୀଟ୍‌ ଆର୍ଟ’ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି। କୁମ୍ଭମେଳା ପୂର୍ବରୁ ଆଲ୍ଲାହାବାଦ୍‌ ନଗରୀକୁ ରଙ୍ଗିନ ଚିତ୍ରରେ ସଜେଇବା ଲାଗି ଉକ୍ତ କଳା ସଂଗଠନ ଦାୟିତ୍ୱ ବହନ କରିଛି। 

ଭିନ୍ନମତ ପ୍ରତି ଅସହିଷ୍ଣୁତା

ଭିନ୍ନମତ ପ୍ରତି ଅସହିଷ୍ଣୁତା

ଆକାର ପଟେଲ

ଚଳିତ ସପ୍ତାହରେ ମୋ କାର୍ଯ୍ୟାଳୟକୁ ଚଢ଼ାଉ କରିବାକୁ ଆସିଥିବା ଏକ ତଦନ୍ତକାରୀ ସଂସ୍ଥାର ଜଣେ ବ୍ୟକ୍ତିଙ୍କ ସହ ମୋର ବାର୍ତ୍ତାଳାପ ହୋଇଥିଲା। ସେ ଠିକ୍‌ ମୋ ବୟସର, ମାନେ ତାଙ୍କୁ ପ୍ରାୟ ୫୦ ବର୍ଷ ହେବ। ସେ ଯେଉଁସବୁ କଥା କହିଲେ, ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ତେବେ ସେ ସବୁ କଥା ମୁଁ ପରେ କହିବି। ପ୍ରଥମେ ଦୃଷ୍ଟି ପକାଇବା ଆମେରିକାରେ ଘଟିଚାଲିଥିବା କିଛି ଘଟଣା ଉପରେ। ...