ସମ୍ପାଦକୀୟ

 ସାର୍ବଜନୀନ ନୂ୍ୟନତମ ଆୟ

ସାର୍ବଜନୀନ ନୂ୍ୟନତମ ଆୟ

ସହଦେବ ସାହୁ

ଅର୍ଥନୀତି ବିଶାରଦମାନେ କହୁଛନ୍ତି ଆମ ଦେଶ ଏକ ୨.୬ ଟ୍ରିଲିଅନ ଡଲାର ଇକନମି, ପୃଥିବୀରେ ଷଷ୍ଠ ଧନୀ ଦେଶ। ଯଦି ଟଙ୍କାର କ୍ରୟମୂଲ୍ୟ ହାର ହିସାବରେ ଦେଖିବା ୯.୪୬ ଟ୍ରିଲିଅନ ଡଲାର ହେବ ଏବଂ ଭାରତ ହେବ ବିଶ୍ୱରେ ୩ୟ ଧନୀ ଦେଶ (୧ ଡଲାର = ୭୧ଟଙ୍କା, ୧ ଟ୍ରିଲିଅନ = ୧ ଲକ୍ଷ କୋଟି)। ଦେଶର ଏତେ ସମ୍ପଦ ପୁଣି ବର୍ଷକୁ ଶତକଡା ୭ ଭାଗ ବୃଦ୍ଧି ପାଉଛି! ଆମର ଏଭଳି ଜିଡିପି ବୃଦ୍ଧି ହାର ଅନୁପାତରେ କର୍ମ ଯୋଗାଣ ବଢୁନାହିଁ। ବରଂ ଚଳିତ ବର୍ଷ ବେକାରି ବୃଦ୍ଧି ହାର ଗତ ୨୦ ବର୍ଷ ଭିତରେ ସର୍ବାଧିକ, ୬.୨%, ଏବେ ଜିଡିପିରେ ୧୦ ଶତାଂଶ ବୃଦ୍ଧି ହେଲେ କର୍ମଯୋଗାଣ ବୃଦ୍ଧି ହାର ୧ ଶତାଂଶ ହେଉଛି, ବଡ ନିରୁତ୍ସାହଜନକ! ତେଣୁ ଆମ ..

ଘରଣୀ ଓ ସ୍ମାର୍ଟ ଫୋନ୍‌

ଘରଣୀ ଓ ସ୍ମାର୍ଟ ଫୋନ୍‌

ଡ. କୁଳାଙ୍ଗାର

ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରେ ଏବେ ସ୍ମାର୍ଟ ଫୋନ୍‌ ହେଉଛି ଅନ୍ୟତମ ଅତ୍ୟାବଶ୍ୟକ ଦ୍ରବ୍ୟ। ନାରୀ ଆଉ ପୂର୍ବପରି ଅବଳା ହୋଇନାହିଁ। ଏବେ ପରିବାରରେ ଉଭୟ ମହିଳା ଓ ସ୍ମାର୍ଟ ଫୋନ୍‌ ଅପରିହାର୍ଯ୍ୟ। ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ ପରି ଏବେ ମଣିଷ ସୁନ୍ଦର ଦିଶେ ସ୍ମାର୍ଟ ଫୋନ୍‌ ଥିଲେ। ଉଭୟ ଘରଣୀ ଓ ସ୍ମାର୍ଟ ଫୋନ୍‌କୁ ଯିଏ ସୁରକ୍ଷିତ ରଖିପାରେ ସିଏ ହେଉଛି ଅସଲ ମରଦ।..

ଏଇ ଭାରତରେ

ଏଇ ଭାରତରେ

ମନୋବଳ ଦୃଢ଼ ଥିଲେ ଜଣେ ଦୁର୍ବଳ ବ୍ୟକ୍ତି ବି ଅସାଧ୍ୟ ସାଧନ କରିପାରେ। ବୃଦ୍ଧ ବୟସରେ ବି କୌଣସି ବ୍ୟକ୍ତି ଘୋଡା ସହ ତାଳ ଦେଇ ଦୌଡି ପାରନ୍ତି। ଏହା ଅସମ୍ଭବ ମନେହେଲେ ମଧ୍ୟ ସତ୍ୟ। ଏପରି ଏକ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଛି ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ। ପଞ୍ଜାବର ବଟାଲାସ୍ଥିତ ତଲବଣ୍ଡି ଝିୟଁୁରାର ବାସିନ୍ଦା ବଲଓ୍ବନ୍ତ ସିଂ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ପ୍ରତିଦିନ ଘୋଡା ସହ ଦୌଡ ପ୍ରତିଯୋଗିତା କରୁଛନ୍ତି। ନାଁ ଯେପରି ବଲଓ୍ବନ୍ତ, ବାସ୍ତବରେ ସେ ସେହିପରି ବଳବନ୍ତ ଓ ସୁ..

ମଧ୍ୟସ୍ଥର ନାହିଁ ପ୍ରୟୋଜନ

ମଧ୍ୟସ୍ଥର ନାହିଁ ପ୍ରୟୋଜନ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଦେଶର ପ୍ରମୁଖ କ୍ଷମତାକେନ୍ଦ୍ର ଭାବେ ଜଣାଶୁଣା। ରାଷ୍ଟ୍ର ହିତରେ ନ ଲାଗି ଏହା ଯେତେବେଳେ ଅହଂକାର ଓ ଆର୍ଥିକ କାରବାର ସହିତ ପ୍ରବଳ ମାତ୍ରାରେ ଜଡ଼ିତ ହୋଇଯାଏ, ସେତେବେଳେ ଦୁର୍ନୀତିର ଗନ୍ତାଘର ପାଲଟିବାର ଆଶଙ୍କା ଥାଏ। ନିକଟ ଅତୀତରେ ପିଏମ୍‌ଓର ଶୀର୍ଷ ଅଧିକାରୀଙ୍କ ଅଯଥା ହସ୍ତକ୍ଷେପ ଯୋଗୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରସାତଳକୁ ଯିବା ସହ ଏହାର ମର୍ଯ୍ୟାଦାହାନି ହୋଇଛି। 

ଦୁର୍ନୀତିର ସ୍ବରୂପ

ଦୁର୍ନୀତିର ସ୍ବରୂପ

ପ୍ରେମାନନ୍ଦ ନାୟକ

ତୃଣମୂଳ ସ୍ତରରେ ଲୋକମାନେ ଶାସନ ତଥା ବିକାଶରେ ପ୍ରତ୍ୟକ୍ଷ ଭାବେ ଭାଗୀଦାର ହୋଇପାରିଲେ ଦେଶର ପ୍ରକୃତ ଉନ୍ନତି ସାଧିତ ହେବ ବୋଲି ଚିନ୍ତାକରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଛି। 

ଆମ ହାତରେ ଆମ ପରିବେଶ

ଆମ ହାତରେ ଆମ ପରିବେଶ

ପ୍ରଜ୍ଞାପାରମିତା ପତ୍ରି

କଥାରେ ଅଛି- ‘ଘର ପାଖେ ଥିଲେ ଗୋବର ଖାତ, ରୋଗ ହେଉଥିବ ଅନବରତ।’ ଗାଁ ଗହଳିର ଲୋକମାନେ ଏଥିପ୍ରତି ଖୁବ୍‌ ଚେତିଲେଣି ଓ ନିଜ ଗୋବର ଗାଡ଼ିଆକୁ ଘରଠାରୁ ଦୂରରେ ରଖିଲେଣି।

ଏଇ ଭାରତରେ

ଏଇ ଭାରତରେ

ଆଜିର ଖାଦ୍ୟ ପରବର୍ତ୍ତୀ ଦିନକୁ ବାସି ହୋଇଯାଏ। ଏହାକୁ ତଟକା ରଖିବା ଲାଗି ଆଜିକାଲି ଫ୍ରିଜ୍‌ ବ୍ୟବହାର କରାଯାଉଛି। ଫ୍ରିଜ୍‌ରେ ରଖାଯାଉଥିବା ଖାଦ୍ୟଦ୍ରବ୍ୟ ବେଶିଦିନ ରହିଲେ ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। 

ସୁଧ ଓ ଗୋବଧ

ସୁଧ ଓ ଗୋବଧ

ଆକାର ପଟେଲ

ଏ  ଯାବତ୍‌ ପାକିସ୍ତାନ ତିନୋଟି ସମ୍ବିଧାନ ପାଇଛି। ଏ ତିନୋଟି ଭିତରେ ଗୋଟିଏ ଜିନିଷ ହେଉଛି ସାଧାରଣ ଏବଂ ତାହା ହେଉଛି ସୁଧ ଓ ଆଧୁନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ନାପସନ୍ଦ କରିବା। ତେବେ ଏହାର ଇତିହାସ ନିର୍ଦ୍ଦିଷ୍ଟଭାବେ ଇସ୍‌ଲାମୀୟ ନୁହେଁ। ବାଇବେଲର ପୁରାତନ ନିୟମରେ ମଧ୍ୟ ଅଛି ଯେ ଋଣ ଉପରେ ସୁଧ ନେବା ଉଚିତ ନୁହେଁ। ମୁଦ୍ରା ବିନିମୟକାରୀ ଓ ଋଣଦାତାମାନଙ୍କ ଉପରେ ରାଗି ଯିଶୁ ଏକଦା ସେମାନଙ୍କୁ ଜେରୁଜେଲମ୍‌ ମନ୍ଦିରରୁ ବାହାର କରିଦେଇଥିଲେ। ..

ଶାଗୁଣା ଓ ଭୋକିଲା ମଣିଷ

ଶାଗୁଣା ଓ ଭୋକିଲା ମଣିଷ

ପ୍ରକାଶ ତ୍ରିପାଠୀ

ଗତ ଜାନୁୟାରୀ ୧୦ ତାରିଖରେ ଗଣମାଧ୍ୟମଗୁଡିକରେ ଏକ ଚିନ୍ତା ଉଦ୍ରେକକାରୀ ଖବରଟିଏ ପ୍ରକାଶ ପାଇଥିଲା। ଖବରଟି ଥିଲା- ୮ହଜାର ଲୋକଙ୍କ ଖାଦ୍ୟକୁ ଫୋପାଡି ଦିଆଗଲା। ବନ୍ଦ ପାଳନ ଯୋଗୁ ଆହାର କେନ୍ଦ୍ରକୁ ଲୋକେ ଆସି ନ ପାରିବାରୁ ରନ୍ଧା ଖାଦ୍ୟ ବଳି ପଡିଥିଲା ଓ ଏହାକୁ ଏକ ଟ୍ରାକ୍ଟରରେ ନିଆଯାଇ ନିକଟସ୍ଥ ଏକ ଡମ୍ପିଂୟାର୍ଡରେ ଫୋପାଡି ଦିଆଯାଇଥିଲା। ଘଟଣାଟି ..

ଦୁଃସାହସିକା ଉଦ୍ୟୋଗୀ

ଦୁଃସାହସିକା ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ


‘ତୁ ମକୁ ଏକ ସୁନାର ପାତ୍ର ମିଳିଲେ ତାହାକୁ ନେଇ କ’ଣ କରିବ’ ବୋଲି ୬ ବର୍ଷର ଜଣେ ଛାତ୍ରକୁ ଶିକ୍ଷକ ଏକ ପ୍ରବନ୍ଧ ଲେଖିବାକୁ ଦେଇଥିଲେ। ସେତେବେଳେ ଛାତ୍ର ଲେଖିଥିଲେ, ‘ ଯଦି ସେ ଏଭଳି ଏକ ସୁନାର ପାତ୍ର ପାଆନ୍ତି, ତାହା ହେଲେ ତାହାକୁ ସେ ତାଙ୍କ ପିଉସୀଙ୍କୁ ଦେଇଦେବେ। ତାହାକୁ ନେଇ ପିଉସୀଙ୍କ କମ୍ପାନୀ ଅତି ଦୁଃସାଧ୍ୟ ରୋଗ ପାଇଁ ଉତ୍ତମ ଔଷଧ ପ୍ରସ୍ତୁତ କରିପାରିବ’। ଆମେରିକାର କାଲିଫର୍ନିଆସ୍ଥିତ ବର୍କଲେଠାରେ ଗବେଷଣା କରୁଥିବା ଜଣେ ପିଏଚ୍‌ଡି ଛାତ୍ରଙ୍କ ଏହା ଥିଲା ସେ..

ଏଇ ଭାରତରେ

ଏଇ ଭାରତରେ

ଡାକ୍ତରଙ୍କର ଏକ ଖାମଖିଆଲି ମନୋଭାବ ଯୋଗୁ ଜଣେ ରୋଗୀଙ୍କୁ ଅଯଥା ହଇରାଣ ହେବାକୁ ପଡିଛି। ସର୍ଜରି ପରେ ଜଣେ ରୋଗୀଙ୍କ ପେଟରେ ଡାକ୍ତର ଫୋର୍‌ସେପ (ଶଲ୍ୟ ଚିକିତ୍ସାରେ ବ୍ୟବହୃତ ସଣ୍ଡୁଆଶି) ଛାଡିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅସ୍ତ୍ରୋପଚାର ହେବାର ୩ମାସ ପରେ ଏକ୍ସ-ରେ ହେବାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ ୩ମାସ ତଳେ ଜଣେ ୩୩ ବର୍ଷୀୟା ମହିଳା ..

ମିଛ ପରିସଂଖ୍ୟାନ

ମିଛ ପରିସଂଖ୍ୟାନ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ପରିସଂଖ୍ୟାନ ଆୟୋଗର କାର୍ଯ୍ୟକାରୀ ମୁଖ୍ୟଙ୍କ ସମେତ ଏହାର ଦୁଇଜଣ ବେସରକାରୀ ସଦସ୍ୟ ମୋଦି ସରକାର ସହ ମତାନ୍ତର ଯୋଗୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହି ସ୍ବୟଂଶାସିତ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ତଥା ଭାରତୀୟ ପରିସଂଖ୍ୟାନ ସେବାର ପୂର୍ବତନ ସଦସ୍ୟ ପି.ସି. ମୋହାନନ ଏବଂ ଏହାର ଅନ୍ୟତମ ସଦସ୍ୟ ତଥା ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସର ପ୍ରଫେସର ଜେ.ଭି. ମୀନାକ୍ଷୀ ଇସ୍ତଫା ଦେବା ପରେ ଆୟୋଗରେ ଆଉ କୌଣସି ବାହ୍ୟ ସଦସ୍ୟ ନାହା..

କେବଳ ସରକାରଙ୍କ ଦୋଷ ନୁହେଁ

କେବଳ ସରକାରଙ୍କ ଦୋଷ ନୁହେଁ

ମନ-ମାନଚିତ୍ର/ ଡ. ନରହରି ବେହେରା

ଏ ପ୍ରବନ୍ଧ ସରକାରଙ୍କର ସ୍ତୁତି ନୁହେଁ କି ଜନସାଧାରଣଙ୍କୁ ଆକ୍ଷେପ ନୁହେଁ। ଏହା ହେଉଛି କ୍ଷେତ୍ରୀୟ କାର୍ଯ୍ୟର କିଛି ରୂପରେଖ, ଯାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ। କିଛିଦିନ ତଳେ ଖବରକାଗଜରୁ ଗ୍ରାମୀଣ ଆବାସ ଯୋଜନା ସମ୍ପର୍କରେ ଦୁଇଟି ପ୍ରସଙ୍ଗ ଦୃଷ୍ଟିଗୋଚର ହୋଇଥିଲା। ଗୋଟିଏ ଥିଲା, ସରକାର ସମସ୍ତଙ୍କୁ ପକ୍କାଘର ଯୋଗାଇବା ପାଇଁ ଦେଇଥିବା ପ୍ର..

ପ୍ରକୃତ ନେତା

ପ୍ରକୃତ ନେତା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ 

ଗୀତାରେ ଅଛି- ”ଯଦ୍‌ ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନାଃ। ସ ଯତ୍‌ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ।ା“ (୩ା୨୧) ଅର୍ଥାତ୍‌ ଶ୍ରେଷ୍ଠ ବ୍ୟକ୍ତି ଯେଭଳି ଆଚରଣ କରନ୍ତି ସାଧାରଣ ଜନତା ତାହା ଅନୁସରଣ କରନ୍ତି ଏବଂ କୌଣସି ବିଷୟର ଭଲମନ୍ଦ ବିଚାରକରି ନିଜର ବାସ୍ତବ ଅଭିଜ୍ଞତା ଦ୍ୱାରା ସେ ଯାହା ପ୍ରମାଣ କରନ୍ତି ସାଧାରଣ ଜନତା ସେହି ପଥରେ ଚାଲନ୍ତି। ବାସ୍ତବରେ ସମାଜ ସବୁବେଳେ ଏପରି ଜଣେ ନେତା ଆବଶ୍ୟକ କରେ, ଯିଏ ବାସ୍ତବ ଆଚରଣ ଭିତରଦେଇ ଲୋକଙ୍କୁ ଶିକ୍ଷା ଦେଇପାରୁଥି..

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏଠାରେ ଏପରି ଏକ ଅଞ୍ଚଳ ରହିଛି  ଯେଉଁଠାରେ ଅନ୍ୟର ଅଇଁଠାପତ୍ର ଉଠାଇବା ଦ୍ୱାରା ପୁଣ୍ୟ ମିଳେ ବୋଲି ବିଶ୍ୱାସ କରାଯାଏ। ଏହା କରିବା ପାଇଁ କେତେଜଣ ଲୋକ ଘୃଣାରେ ନାକ ଟେକନ୍ତି। କିନ୍ତୁ ଆୟୋଜିତ ଉତ୍ସବରେ ଅଇଁଠାପତ୍ର ଉଠାଇବାକୁ ଲୋକେ ଆଗଭର ହୋଇ ଏଥିପାଇଁ ନିଲାମ ଧରିଥାଆନ୍ତି। ମଧ୍ୟପ୍ର..

ଆଜିର ଅର୍ଥନୀତି/ ଅସାର ବଜେଟ

ଆଜିର ଅର୍ଥନୀତି/ ଅସାର ବଜେଟ

ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଫେବୃୟାରୀ ପହିଲାରେ ଯେଉଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି, ତାହା ବାହାରକୁ ଦେଖିବାକୁ ବେଶ୍‌ ଭଲ ଓ ଲୋକପ୍ରିୟ ହୋଇଥିଲେ ମଧ୍ୟ ବାସ୍ତବରେ ତାହା ଅତ୍ୟନ୍ତ ଅସାର। ବାହାରକୁ ଦେଖିବାକୁ ଭଲ କାରଣ ତାହା ସମ୍ପୂର୍ଣ୍ଣରୂପେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ସ୍ତରର ଲୋକଙ୍କୁ ସନ୍ତୁଷ୍ଟ କଲା ଭଳି କରାଯାଇଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ବଜେଟ ମାଧ୍ୟମରେ ଏନ୍‌ଡିଏ ସରକାରର କେତେକ ଦୋଷତ୍ରୁଟିକୁ ଘୋଡ଼ାଇବା ଓ ସ..

ପ୍ରତିମୂର୍ତ୍ତି ସ୍ଥାପନ ପରମ୍ପରା

ପ୍ରତିମୂର୍ତ୍ତି ସ୍ଥାପନ ପରମ୍ପରା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ପ୍ରତିମୂର୍ତ୍ତି ସ୍ଥାପନ ଓ ବିସ୍ଥାପନକୁ ନେଇ ଭାରତରେ ଅନେକ ସମୟରେ ରାଜନୈତିକ ବାଦବିବାଦର ସୂତ୍ରପାତ ହୋଇଛି। ତ୍ରିପୁରାରେ ସରକାର ପରିବର୍ତ୍ତନ ହେବା ପରେ ଲେଲିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଗଲା। ପରେ ପରେ ଉତ୍ତରପ୍ରଦେଶ ଓ ତାମିଲନାଡୁରେ ଆମ୍ବେଡକର ଓ ପେରିୟାରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଗଲା। ପ୍ରତିକ୍ରିୟାସ୍ବରୂପ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଆକ୍ରମଣର ଶିକାର ହେଲା। ପ୍ରତିମୂର୍ତ୍ତି ଯେଉଁ ଆଦର୍ଶକୁ ପ୍ରତିନିଧିତ୍ୱ କରେ ସେହି ଆଦର୍ଶରେ ବିଶ୍ୱାସ କରୁ ନ ଥିବାବେଳେ ଲୋକେ ସେହି ..

ପ୍ରେମ ଓ ପ୍ରାର୍ଥନାର କବି

ପ୍ରେମ ଓ ପ୍ରାର୍ଥନାର କବି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଦେଶର ସ୍ବାଧୀନତା ଆନ୍ଦୋଳନ ସମୟରେ ଯେଉଁ କେତେଜଣ କବୀ/ଲେଖିକା ସେମାନଙ୍କ ଲେଖନୀ ଦ୍ୱାରା ବିପ୍ଳବର ବହ୍ନି ଜାଳି ଦେଇଥିଲେ, ତନ୍ମଧ୍ୟରୁ କୁନ୍ତଳା କୁମାରୀଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ। ତାଙ୍କୁ କେବଳ କବୀ ବା ଲେଖିକା କହିଲେ ତାଙ୍କ ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ମୂଲ୍ୟାୟନ ହେବନାହିଁ। ଏକାଧାରରେ ସେ ଥିଲେ ଡାକ୍ତର, ଲେଖିକା, କବୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ। ଅନେକେ ହୁଏ ତ ଏ କଥା ଜାଣି ନ ଥିବେ ଯେ, ସେ ହେଉଛନ୍ତି ଓଡ଼ିଶାର ପ୍ରଥ..

ଏଇ ଭାରତରେ

ଏଇ ଭାରତରେ

ପରୀକ୍ଷା ଚାପରୁ ମୁକ୍ତି ପାଇଁ କିଏ କେତେ ପ୍ରକାର ପନ୍ଥା ଆପଣାଇ ଥାଆନ୍ତି। କିଏ ଉପାସନା ପୀଠ ଯାଇ ନିଜ ଆରାଧ୍ୟ ଦେବତାଙ୍କୁ ପ୍ରାର୍ଥନା କରନ୍ତି, କିଏ ପରୀକ୍ଷାରେ ପାସ୍‌ କଲେ ଠାକୁରଙ୍କୁ ବିଭିନ୍ନ ଦେବପ୍ରିୟ ଦ୍ରବ୍ୟ ଭୋଗ ଲଗାଇବେ ବୋଲି କାମନା କରନ୍ତି। କିନ୍ତୁ ପରୀକ୍ଷା ଚାପରୁ ମୁକ୍ତି ଲାଗି ଏକ ସ୍କୁଲରେ ଯଜ୍ଞ ଆୟୋଜନ କରାଯିବା କଥା ସମ୍ପୂର୍ଣ୍ଣ ନିଆରା ନିଶ୍ଚୟ। ମଧ୍ୟପ୍ରଦେଶର ଏକ ସ୍କୁଲରେ ଆପଣାଯାଇଛି ଏଭଳି ଏକ ଧାର୍ମିକ କାର୍ଯ୍ୟକ୍ରମ। ଏଠାରେ ଅନୁଷ୍ଠିତ ହେଉଛି ହୟଗ୍ରୀବ ଯଜ୍ଞ। ଏହାଦ୍ୱାରା ପରୀକ୍ଷାର୍ଥୀ ..

ଭିଗନ୍‌ଙ୍କ ପାଇଁ ବ୍ୟବସାୟ ସୁଯୋଗ

ଭିଗନ୍‌ଙ୍କ ପାଇଁ ବ୍ୟବସାୟ ସୁଯୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭି ଗନ୍‌ (ଶୁଦ୍ଧ ନିରାମିଷାଶୀ, ଯେଉଁମାନେ ଆମିଷ, କ୍ଷୀର, ମହୁ ପ୍ରଭୃତି ଖାଆନ୍ତି ନାହିଁ କିମ୍ବା କୌଣସି ପ୍ରକାର ପ୍ରାଣିଜ ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ)ଙ୍କ ପାଇଁ ବ୍ୟବସାୟ ସୁଯୋଗ ସମ୍ପର୍କରେ ଏହା ମୋର ତୃତୀୟ ନିବନ୍ଧ। ପ୍ରଥମ ଦୁଇଟି ଥିଲା କିପରି ଭିଗନ୍‌ ସାମଗ୍ରୀର ଉତ୍ପାଦନ, ବିପଣନ କରାଯିବ ଓ ସେବା ଯୋଗଯିବ, ତା’ ଉପରେ ପର୍ଯ୍ୟବସି..

ଅବହେଳିତ ଶିଶୁ ସାମ୍ରାଜ୍ୟ

ଅବହେଳିତ ଶିଶୁ ସାମ୍ରାଜ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର

ଯେ ସମ୍ରାଟ, ଯା’ର ସାମ୍ରାଜ୍ୟ ଅଛି, ସେ ପୁଣି ଅବହେଳିତ? କଥାଟା ଅନେକଙ୍କୁ ଅଡୁଆ ଲାଗିପାରେ। କିନ୍ତୁ ତାହାହିଁ ସତ୍ୟ, କାରଣ ସେ ମୁକୁଟବିହୀନ ସମ୍ରାଟ! ଓଡ଼ିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍‌, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ କ୍ଷୋଭ ପ୍ରକାଶ କରି କହିଲେ ଯେ, ବୋଧହୁଏ ଶିଶୁର ଉଚ୍ଚତା ଓ ଆକାର ଅନୁଯାୟୀ ତାକୁ ଗୁରୁତ୍ୱ ଦିଆଯାଉଛି। ଯେହେତୁ ସେ ଦେଖିବାକୁ ଛୋଟ, ତା’ର ସମସ୍ୟା ମଧ୍ୟ ଛୋଟ ! ଗୁରୁତ୍ୱହୀନ! ତା’ ଛଡ଼ା ସେମାନଙ୍କର କୌଣସି ସଂଗଠନ ନାହିଁ କି କେହି ନେତା ନାହାନ୍ତି ଯେ ..

ନିର୍ବାଚନ ଆସିଗଲେ

ନିର୍ବାଚନ ଆସିଗଲେ

ସୌମ୍ୟା ପରିଡ଼ା 

ଆଜି ଅମୁକ ଜାଗାରେ ଶିଳାନ୍ୟାସ, କାଲି ସମୁକ ଜାଗାରେ ଗଛ ବଣ୍ଟା, କମ୍ବଳ ବଣ୍ଟା...ଏମିତି ଅନେକ କଥା। ଏଥିରୁ ଜାଣିବେ ନିର୍ବାଚନ ପାଖେଇ ଆସିଲା। କୁଜି ନେତାଙ୍କଠୁ ଆରମ୍ଭକରି ବଡ଼ ନେତାଙ୍କ ଯାଏ ସମସ୍ତେ ଜାଗିଉଠିଲେ। ଏଇ ତପତ୍ରତା ଯଦି ସବୁବେଳେ ଦେଖାଯାଆନ୍ତା ତା’ହେଲେ ଦେଶ ସୁଧୁରିଯାଆନ୍ତା। ଏବେ ସୋସିଆଲ୍‌ ମିଡ଼ିଆ ଏସବୁ ଫଟୋରେ ଆଉ ସାଧାରଣ ଭୋଟରଙ୍କ ମୋବାଇଲ୍‌ ରାଜନିତିଆଙ୍କର ଏସବୁ ମେସେଜ୍‌ରେ ଫୁଲ୍‌। ଆଗରୁ ଶୋଇଥିବା ଏସବୁ ଲୋକେ ଏବେ ଜାଗି ..

ଏଇ ଭାରତରେ

ଏଇ ଭାରତରେ

ମନ୍ଦିରକୁ ଦାନକଲେ ପୁଣ୍ୟଫଳ ମିଳେ। ଏହି ଧାରଣା ଭକ୍ତ ତଥା ଜନସାଧାରଣଙ୍କର ରହିଛି। କିନ୍ତୁ ମନ୍ଦିରରୁ ଚୋରି କଲେ ସୌଭାଗ୍ୟ ଓ ସୁଫଳ ମିଳିବ ବୋଲି ବିଶ୍ୱାସ ଥିବା ଘଟଣା ନୂଆ ଲାଗିଲେ ମଧ୍ୟ ସତ୍ୟ। ଉତ୍ତରାଖଣ୍ଡର ଚୁଡିଆଲ୍‌ ଗଁାରେ ରହିଛି ଏପରି ଏକ ମନ୍ଦିର। ଏହା ମାତା ଚୂଡାମଣି ଦେବୀଙ୍କର ପ୍ରସିଦ୍ଧ ମନ୍ଦିର। ଏଠାରେ ଶ୍ରଦ୍ଧାଳୁ ଚୋରି କରିବା ପରମ୍ପରା ରହିଛି। ସନ୍ତାନକାମୀ ..

ସମ୍ପାଦକୀୟ/ ହଠାତ୍‌ ସଜାଗ

ସମ୍ପାଦକୀୟ/ ହଠାତ୍‌ ସଜାଗ

ନିକଟରେ କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍‌-କିଷାନ ଯୋଜନା) ନୂତନ ଭାବେ ଘୋଷଣା କରାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩ କିସ୍ତିରେ ୨୦୦୦ ଟଙ୍କା ଲେଖାଏ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଏଥିରେ ବ୍ୟବସ୍ଥା ରହିଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଚାଷୀଙ୍କୁ ମାର୍ଚ୍ଚ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ପଠାଯିବ। ତେବେ ପ୍ରଥମ କିସ୍ତି ପାଇବା ଲାଗି ଆଧାର ନମ୍ବରକୁ ଇଚ୍ଛାଧୀନ ..