ସମ୍ପାଦକୀୟ

ଜିରାଫ ବଂଶ ବିପଦରେ

ଜିରାଫ ବଂଶ ବିପଦରେ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

୧୯୯୦ ମସିହାରେ ମୁଁ ବୀଭତ୍ସ କୋଲକାତା ଚିଡ଼ିଆଖାନାକୁ ଯାଇଥିଲି। ସେମାନେ ଆଫ୍ରିକାରୁ ଏକ ମାଈ ଯୁବ ଜିରାଫ ଆଣିଥିଲେ, ଯେଉଁ ପରମ୍ପରାକୁ ଆମେ ବନ୍ଦ କରିବା ଉଚିତ। ଜିରାଫଟି ବାସ୍ତବରେ ଖୁବ୍‌ ସୁନ୍ଦର ଥିଲା। ମୁଁ ତା’ର ନାଁ ଦେଇଥିଲି ତିସ୍ତା- ଏକ ରହସ୍ୟମୟ ଓ ଚିତ୍ତାକର୍ଷକ ନଦୀର ନାମାନୁସାରେ। କୋଲକାତା ଚିଡ଼ିଆଖାନାର କର୍ମକର୍ତ୍ତା ତଥା ବିଭାଗୀୟ ମନ୍ତ୍ରୀ ମୋ ଆଗରେ କଥା ଦେଇଥିଲେ ଯେ, ସେମାନେ ଚିଡ଼ିଆଖାନାଟିକୁ ଏକ ବୃହତ୍ତର ଜାଗାକୁ ଉଠାଇନେବେ, ଯେଉଁଠି ପ୍ରାଣୀମାନେ ସ୍ବଚ୍ଛନ୍ଦରେ ବିଚରଣ କରିପାରିବେ। କିନ୍ତୁ ଏହା ଭିତରେ ଅନେକ ବର୍ଷ ବିତିଯାଇଥିଲେ ବି ଏବଂ ପ୍ରାୟ ୪୦୦୦ ପ୍ରାଣୀଙ୍କ ଅକାଳ ମୃତ୍ୟୁ ..

କରତାଳି ସଂଗ୍ରହ

କରତାଳି ସଂଗ୍ରହ

ଡ. ସୁବାସ ଚନ୍ଦ୍ର ପାତ୍ର

କ୍ରିକେଟ ଖେଳର ବର୍ଣ୍ଣନାକ୍ରମରେ ଏକ ପ୍ରକାର ରୂଢ଼ି ପ୍ରୟୋଗ କରାଯାଏ- ‘ପ୍ଲେ ଟୁ ଦ ଗ୍ୟାଲେରି’ ଅର୍ଥାତ୍‌ ଗ୍ୟାଲେରିରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଖେଳିବା, ସ୍ଥଳବିଶେଷରେ ଦଳର ସ୍ବାର୍ଥକୁ ନଜର ଅନ୍ଦାଜ କରି। ଚଉକା ଓ ଛକା ବର୍ଷଣ କରୁଥିବା ଏହି ଗୋଷ୍ଠୀର ଖେଳାଳିମାନେ ଦର୍ଶକମାନଙ୍କର ଭାରି ପ୍ରିୟ କିନ୍ତୁ ଦଳର ଦଳପତି ଓ ଅନ୍ୟାନ୍ୟ ସମ୍ପର୍କିତ ବ୍ୟକ୍ତିମାନଙ୍କର ଏମାନଙ୍କୁ ଥାଏ ଘୋର ସନ୍ଦେହ, କାରଣ ଏମାନଙ୍କର ମନୋରଞ୍ଜନଧର୍ମୀ ଖେଳ ବେଳେବେଳେ ଦଳପାଇଁ ମହଙ୍ଗା ପଡ଼େ। ସତୁରି ଦଶକରେ ..

 ଅଭିଯାନର ନାଁ ରହୁ ‘ଓ୍ବିଟୂ’

ଅଭିଯାନର ନାଁ ରହୁ ‘ଓ୍ବିଟୂ’

ଦ୍ୱିତୀ ଚନ୍ଦ୍ର ସାହୁ

ଲୋକଙ୍କ ମୁହଁରୁ ଅନେକ ସମୟରେ ଶୁଣିବାକୁ ମିଳେ ‘ସବୁ ଯାଉ ପଛେ ଚରିତ୍ର ଥାଉ’। ଆତ୍ମ ସ୍ବାଭିମାନ ସମାଜର ପ୍ରତ୍ୟେକ ବ୍ୟକ୍ତି ଲାଗି ବଡ଼ ସମ୍ପତ୍ତି। ମଣିଷକୁ ଆର ମଣିଷ ନିକଟରେ ପରିଚିତ କରାଏ ସେ। ଦୁନିଆରେ ପରିଚୟ ନଷ୍ଟ ହୋଇଗଲେ କିଛି ବାକି ରହେନା। ଏଇ କାରଣରୁ ବିଗତ ଦିନଗୁଡ଼ିକରେ ନିଜର ସମ୍ମାନ ଓ ଆଦର୍ଶକୁ ନେଇ ସମାଜରେ ସ୍ଥାନ ମିଳୁଥିଲା। ନିଚ୍ଛକ ଭଲ ..

ଏଇ ଭାରତରେ

ଏଇ ଭାରତରେ

ସେ ଜନ୍ମରୁ ଭିନ୍ନକ୍ଷମ। ହାତ ୨ଟି ନାହିଁ। କିନ୍ତୁ ନିଜର ଦୃଢ଼ ପ୍ରଚେଷ୍ଟା ବଳରେ ଆଜି ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି । ସେ ହେଉଛନ୍ତି ଉତ୍ତରାଖଣ୍ଡ ଋଷିକେଶର ସ୍ବର୍ଗାଶ୍ରମ ଅଞ୍ଚଳରେ ରହୁଥିବା ୩୨ବର୍ଷୀୟା ଅଞ୍ଜନା। ଗତ ୧୨ବର୍ଷ ଧରି ରାସ୍ତା ପାର୍ଶ୍ୱରେ ଭିକ ମାଗି ଚଳି ଆସୁଥିବା ଅଞ୍ଜନା ଜଣେ ବିଦେଶିନୀଙ୍କ ପ୍ରେରଣା ଓ ସହଯୋଗରେ ଏବେ ଜଣେ ବିଶିଷ୍ଟ ଚିତ୍ରକର ହୋଇପାରିଛନ୍ତି। ଆଉ ..

ସମ୍ପାଦକୀୟ/ ଋଣ ଛାଡ଼

ସମ୍ପାଦକୀୟ/ ଋଣ ଛାଡ଼

ଡିସେମ୍ବର ୧୭ରେ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ ହେବ ବୋଲି ଘୋଷଣା କରିଛନ୍ତି। କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷିଋଣ ଛାଡ଼ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିବାରୁ କମଲନାଥ ତତ୍‌କ୍ଷଣାତ୍‌ ପଦକ୍ଷେପ ନେଇଛନ୍ତି। ସେହିପରି ଏହିଦିନ କେନ୍ଦ୍ର ..

ସୁନ୍ଦର ଜାଗା, ଭଲ ଲୋକ

ସୁନ୍ଦର ଜାଗା, ଭଲ ଲୋକ

ନବୀନ ପଟ୍ଟନାୟକ

ଗତ କେତେ ସପ୍ତାହ ଧରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତିମାନେ ଏକାଠି ହୋଇଥିଲେ। ସେହିପରି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ବିଶ୍ୱ ପ୍ରସିଦ୍ଧ କଳାକାର, ସାଂସ୍କୃତିକ ତଥା କ୍ରୀଡ଼ା ଜଗତର ଖ୍ୟାତନାମା ବ୍ୟକ୍ତିତ୍ୱ, ବିଭିନ୍ନ ଦେଶର ..

ଆତ୍ମହତ୍ୟା ମହାପାପ

ଆତ୍ମହତ୍ୟା ମହାପାପ

ଇଂ. ବିଦ୍ୟାଧର ପଣ୍ଡା

ହାଡୁ ପୁରୋହିତଙ୍କର ପୁରାଣ ଜ୍ଞାନ ଭଲ। ଛକ ଚା’ଦୋକାନରେ ବସି କେତେ କଥା ଆଲୋଚନା କରନ୍ତି। କାଲି ପେଥାଇ ବାତ୍ୟାର କୋହଲା ପାଗରେ ଅଦିନିଆ ଚାଷୀମାନେ ଚା’ ପିଇବାକୁ ଛକକୁ ଝଡପରି କୁଆଡୁ ମାଡିଆସି ଭିଡ କରିଥାନ୍ତି। ଗୋସେଇଁଙ୍କୁ ଦେଖିବା ମାତ୍ରେ ପାଦତଳେ ଓଳଗି ହୋଇ ଚାରିପଟେ ଚକ୍ରାକାରରେ ଛିଡା ହୋଇଗଲେ। ଚା’ ପିଇବା ସହ ଟିଭି ଖବର ଦେଖିବେ ଓ ଲୋକଙ୍କଠାରୁ ଆଗାମୀ ବର୍ଷା ଓ ବାତ୍ୟା କଥା ଜାଣିବେ। ଏମିତି ପ୍ରକାରର ଲୋକଙ୍କୁ ଦେଖି ହାଡୁ ପୁରୋହିତଙ୍କର ପାକୁଆ ପାଟିରେ ପ୍ରବଚନ ଶକ୍ତି ବଢିଯାଏ। ଗତବର୍ଷ ଚାଷକାମରେ ହାରି ଚାରିଜଣ ଅଧାବରଷିଆ ଚାଷୀ ଆତ୍ମହତ୍ୟା କଲେ। ଏକଥା ଗୋସେଇଁଙ୍କୁ ...

ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର

ଅଲେଖ ଚନ୍ଦ୍ର ମିଶ୍ର

ସକଳ ଶକ୍ତିର ଉତ୍ସ ସୂର୍ଯ୍ୟଙ୍କୁ କେଉଁ ଆଦିମ କାଳରୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆ ହୋଇଛି। ଋତୁଚକ୍ର, ଦିନରାତି, ମେଘ, ରଙ୍ଗ, ଅଗ୍ନି, ତାପଶକ୍ତି ଇତ୍ୟାଦି ସୂର୍ଯ୍ୟଙ୍କ ଯୋଗୁ ସମ୍ଭବ। ସୂର୍ଯ୍ୟଙ୍କ ନାମ ସହିତ ଅନେକ ଦେଶର ଭୌଗୋଳିକ ସ୍ଥିତିକୁ ଯୋଡାଯାଇଛି, ଯଥା ନିଶିଥସୂର୍ଯ୍ୟର ଦେଶ (ନରଓ୍ବେ), ସୂର୍ଯ୍ୟୋଦୟର ଦେଶ (ଜାପାନ) ଇତ୍ୟାଦି। ସାରା ପୃଥିବୀରେ ରବିବାର (ସନ୍‌ଡେ)ର ଏକ ସ୍ବ...

ଏଇ ଭାରତରେ

ଏଇ ଭାରତରେ

ଭାରତର ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଅନେକେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ତେବେ ଭାରତର ଏକ ଗଁା ରହିଛି, ଯେଉଁଠି ଭିକ ମାଗିବା ଲୋକଙ୍କର ପେସା। ଉତ୍ତରପ୍ରଦେଶର କାନପୁର ଜିଲାରେ ରହିଛି ଏକ କପାଡିଆ ବସ୍ତି। ଏଠାରେ ବାସ କରୁଥିବା ଲୋକେ ଭିକ୍ଷାବୃତ୍ତି କରି ଚଳନ୍ତି। ଏହା ତାଙ୍କର କୌଳିକ ବୃତ୍ତି। ବସ୍ତିର କୌଣ..

ସମ୍ପାଦକୀୟ/ରାୟର ରଙ୍ଗ

ସମ୍ପାଦକୀୟ/ରାୟର ରଙ୍ଗ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦେହରକ୍ଷୀ ବେୟନ୍ତ ସିଂ ଓ ସତ୍‌ଓ୍ବନ୍ତ ସିଂ ୧୯୮୪ ଅକ୍ଟୋବର ୩୧ରେ ଗୁଳିକରି ହତ୍ୟା କରିଥିଲେ। ଏହା ପରେ ଦିଲ୍ଲୀ ସମେତ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗାରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ଅବଶ୍ୟ ବେସରକାରୀ ହିସାବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଥିବା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଭଳି ଗଣହତ୍ୟା ସେହି ସମୟରେ ସମଗ୍ର ଦେଶରେ ଚହଳ ପକାଇ ଦେଇଥିଲା। ଦୀର୍ଘ ୩୪ ବର୍ଷ ପରେ ଦଙ୍ଗାର ...

ମାନବାଧିକାର ଓ ମୃତ୍ୟୁଦଣ୍ଡ

ମାନବାଧିକାର ଓ ମୃତ୍ୟୁଦଣ୍ଡ

ବୈକୁଣ୍ଠନାଥ ମିଶ୍ର

ଭାରତ ସମ୍ବିଧାନର ଧାରା ୨୧ ଭାରତୀୟ ନାଗରିକଙ୍କୁ ସ୍ବାଧୀନଭାବେ ବଞ୍ଚିବାର ଅଧିକାର ପ୍ରଦାନ କରିଛି। ବ୍ୟକ୍ତିର ସେହି ଅଧିକାର କ୍ଷୁଣ୍ଣ ହେଲେ ମାନବିକ ଅଧିକାର ବିପନ୍ନ ହେଲା ବୋଲି ବୁଝିବାକୁ ହେବ। ଆଧୁନିକ ଯୁଗରେ ମାନବାଧିକାର ଏକ ବିତର୍କିତ ପ୍ରସଙ୍ଗ। କାରଣ ମାନବାଧିକାରର ସଂଜ୍ଞା ଅସ୍ପଷ୍ଟ। ସମାନ ଅପରାଧ ପାଇଁ ଜଣେ ଫାଶୀ ଦଣ୍ଡାଦିଷ୍ଟ ହେଉଥିବା ବେଳେ ଆଉ ଜଣେ ଆଜୀବନ ଜେଲଦଣ୍ଡ ପାଏ। ଜଣେ ନ୍ୟାୟମୂର୍ତ୍ତିଙ୍କ ଦୃଷ୍ଟିରେ ଫାଶୀ ମାନବାଧିକାରର ପରିପନ୍ଥୀ ତ ଆଉ ଜଣେ ବିରଳରୁ ଅତି ବିରଳ ଅପରାଧ ପାଇଁ ଫାଶୀଦଣ୍ଡ ଏକମାତ୍ର ବିକଳ୍ପ ବୋଲି ବିବେଚନା କରନ୍ତି। କେତେକ ମାନବାଧିକାର କର୍ମୀଙ୍କ ମତରେ ଜଣଙ୍କର ଜୀବ..

ଶୀତ ପରେ ବସନ୍ତ

ଶୀତ ପରେ ବସନ୍ତ

ଉପେନ୍ଦ୍ର ବିଶ୍ୱାଳ

‘ଧାରେ ହସ’ ଶୀର୍ଷକ ମୋର ପ୍ରବନ୍ଧଟିଏ ପାଠକଲା ପରେ କଲ୍ୟାଣୀ ନାମ୍ନୀ ଶିକ୍ଷୟିତ୍ରୀ କହିଲେ ”ଭଗବାନ ଯାହା ଓଠରୁ ସବୁଦିନ ପାଇଁ ହସ ଲିଭାଇ ଦେଇଛନ୍ତି, ସେ ବା ହସିବ କେମିତି?“ ଅବଶ୍ୟ ବେଦନାଭରା ଥିଲା ତାଙ୍କ ଜୀବନ କାହାଣୀ। ଦୁର୍ଭାଗ୍ୟର କଳାବାଦଲ ଘୋଟିଆସିଛି ତାଙ୍କ ଜୀବନରେ। ପ୍ରଥମେ ମା’ଙ୍କୁ ଓ ପରେ ବାପାଙ୍କୁ ହରାଇ ଦିଗହରା ହେଲେ। ଏକମାତ୍ର ଭାଇ ହିଁ ସାହାରା ସାଜି ଭଉଣୀର ବିବାହ କରାଇଦିଏ। ମାତ୍ର ନିୟତି ନିଷ୍ଠୁର ସାଜିଥିଲା। ସ୍ବାମୀଙ୍କ ନିର୍ଯାତନା ଥିଲା ତାଙ୍କ ପାଇଁ ଆହୁରି ଅସହ୍ୟ। ଜୀବନ ବଞ୍ଚାଇବାକୁ ଯାଇ ଭଉଣୀଟି ଫେରିଆସେ ଭାଇର ଆଶ୍ରାରେ। ବିବାହ ପରେ ଭାଇ ମଧ୍ୟ ହାତ ଛାଡ଼ିଦିଏ। ତା’ପରେ ଚାରିଦି..

ଏଇ ଭାରତରେ

ଏଇ ଭାରତରେ

କେତେକେ ଜୀବନ ଧାରଣ ପାଇଁ ଯେଭଳି କଷ୍ଟ ବରଣ କରିଥାଆନ୍ତି ତାହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ତ୍ରିପୁରାର ରାଜଧାନୀ ଅଗରତାଲାରେ ରିକ୍‌ସା ଚଳାଉଥିବା ସୋମା ଚକ୍ରବର୍ତ୍ତୀ। ସେ ଝିଅକୁ କପଡାରେ ବାନ୍ଧି ଛାତିରେ ଧରିବା ସହିତ ପେଟ ପୋଷିବା ପାଇଁ ଦିନସାରା ରାଜରାସ୍ତାରେ ରିକ୍ସା ଟାଣନ୍ତି। ତାଙ୍କ ପ୍ରତି ସହାନୁଭୂତି ଦେଖାଇ ଅନେକେ ଅଧାବାଟରୁ..

ବିଶ୍ୱାସ ତୁଟିଲା

ବିଶ୍ୱାସ ତୁଟିଲା

ତଥାଗତ ସତପଥୀ

ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ ରାୟ ଦେବା ପରେ ରାଜନୈତିକ କାଦୁଅ ଫିଙ୍ଗାଫୋପଡ଼ା ଆରମ୍ଭ ହୋଇଯାଇଛି। 

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଚିନ୍ମୟ ରଞ୍ଜନ କୁମାର

କୃଷି ଓ କୃଷକ ବିଭିନ୍ନ କାରଣ ପାଇଁ ଏବେ ଚାପଗ୍ରସ୍ତ। କୃଷି ମୁଖ୍ୟତଃ ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ସରକାରୀ ଅର୍ଥ ବିନିଯୋଗର ହ୍ରାସ, ନୀତି ନିର୍ଦ୍ଧାରଣ ଓ ପ୍ରଣୟନରେ ଅସମାନତା ଏବଂ ପ୍ରାକୃତିକ ସମ୍ପଦର ସ୍ଖଳନ ଭଳି ସମସ୍ୟା ଦ୍ୱାରା ପୀଡ଼ିତ।

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

୧୯୭୨ ମସିହାର ଏକ ଘଟଣା। ମୁଁ ରାଉରକେଲାକୁ ବଦଳି ହୋଇ, ସେଠାରେ ଥିବା ଓଡ଼ିଶା-ମିଲିଟାରୀ ପୋଲିସ (ଓଏମ୍‌ପି)ର ତ୍ରିତାଲା ଫ୍ଲାଟ୍‌ର ଉପର ମହଲାର ଏକ ବାସଗୃହରେ ରହୁଥାଏ। 

ଏଇ ଭାରତରେ

ଏଇ ଭାରତରେ

ଆମ ଦେଶରେ ବିଭିନ୍ନ ଧର୍ମର ଲୋକ ବାସକରନ୍ତି। ବିଭିନ୍ନ ଧର୍ମବିଶ୍ୱାସୀ ଲୋକଙ୍କ ପ୍ରଥା ଓ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ। ସେଥିପାଇଁ ଆମ ଦେଶରେ ମନ୍ଦିର, ମସ୍‌ଜିଦ୍‌, ଗିର୍ଜା ଓ ଗୁରୁଦ୍ୱାର ଭଳି ବିଭିନ୍ନ ଉପାସନା ପୀଠ ଦେଖିବାକୁ ମିଳେ। ବିଭିନ୍ନ ଧର୍ମୀୟ ପୀଠରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ଦୃଷ୍ଟିଗୋଚର ହୁଏ। ତାମିଲନାଡୁରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭକ୍ତ ଦେହରେ ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ହାଇକମାଣ୍ଡ

ହାଇକମାଣ୍ଡ

ଆକାର ପଟେଲ

ଯେତେବେଳେ ମୋତେ ୧୮ ବର୍ଷ ହେଲା ଓ ଭୋଟ ଦେବାର ଅଧିକାର ପ୍ରାପ୍ତ ହେଲି, ସେତେବେଳେ ସୁରତରୁ ପାର୍ଲାମେଣ୍ଟ ସଦସ୍ୟ ଥିଲେ ଭାଜପାର କାଶୀରାମ ରାଣା।  ମୋତେ ୪୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ସୁରତର ଏମ୍‌ପି ଥିଲେ। ତୃଣମୂଳସ୍ତରରୁ ସେ ଜଣେ ଲୋକପ୍ରିୟ ନେତା ଥିଲେ, ଛଅଥର ଜିତିଥିଲେ ଏବଂ କେବେ ବି ହାରି ନ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ବିନା କାରଣରେ ୨୦୦୮ରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା ଏବଂ ତା’ର କିଛିବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିଷୟରେ ଏଠାରେ ଉଲ୍ଲେଖ କରିବାର କାରଣ ଟିକିଏ ପରେ କହିବି। ..

ମଣିଷରୁ ଅମଣିଷ

ମଣିଷରୁ ଅମଣିଷ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ନିଜର ସକଳ ସୃଷ୍ଟି ମଧ୍ୟରେ କେବଳ ମଣିଷ ଭିତରେ ଦିବ୍ୟ ଚେତନା ସଞ୍ଚାର କରି ସେ ଦିନ ସ୍ରଷ୍ଟା ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ସେ ଦିନରୁ ଏ ଯାଏ ସମଗ୍ର ପ୍ରାଣିଜଗତ ମଧ୍ୟରେ ମଣିଷ ନିଜ ବୌଦ୍ଧିକ ବିକାଶ ତଥା ଚେତନାର ପରିପକ୍ୱ ପରିସ୍ଫୁଟନ ପାଇଁ ଶ୍ରେଷ୍ଠଜୀବ ଭାବେ ପରିଗଣିତ ହୋଇଆସୁଛି। ନିଜ ବୋଧଶକ୍ତି ମାଧ୍ୟମରେ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ରୋମାଞ୍ଚିତ ହେଉଛି ତ ଭବିଷ୍ୟତର ଅନାଗତ ଆଶଙ୍କାରେ ବି ଆତଙ୍କିତ ହେଉଛି। ଅଶ୍ରୁଳ ଅତୀତକୁ ମନେପକାଇ ନୀରବରେ ବାହୁନୁଛି ତ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖି ମୁଗ୍ଧବିଭୋର ଅନୁଭବରେ ଜଡସଡ ହେଉଛି। ପୁଣି କେତେବେଳେ ଦାନବ ସାଜି ଅନ୍ୟ ତୁଣ୍ଡରୁ ...

 ସାମ୍ବାଦିକରୁ ସାହିତି୍ୟକ

ସାମ୍ବାଦିକରୁ ସାହିତି୍ୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଜ୍ଞାନପୀଠ ପକ୍ଷରୁ ପ୍ରତିବର୍ଷ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୧୯୬୧ ମସିହାଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଚଳିତଥର ଇଂଲିଶ୍‌ ଭାଷାରେ ପ୍ରଥମ ଥର ପାଇଁ ଅମିତାଭ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ଚର୍ଚ୍ଚାକୁ ଆସିଛି। ..

ଏଇ ଭାରତରେ

ଏଇ ଭାରତରେ


ଆମ ଦେଶର ଅନେକ ଲୋକ ପ୍ରକୃତିକୁ ଦେବତା ଭାବି ପୂଜା କରିଥାଆନ୍ତି। ଲୋକଙ୍କ ଧର୍ମୀୟ ଭାବନା ଏତେ ଦୃଢ଼ ଯେ, ଏଠାରେ ପଥରକୁ ପୂଜା କଲେ ବି ସେ ଦେବତା ପାଲଟି ଯାଆନ୍ତି।  ତେବେ ମନୋବାଞ୍ଛା କେତେଦୂର ପୂରଣ ହୁଏ କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ କହିପାରେ। ଗୋବରରେ ପ୍ରଭୁ ଗଣେଶଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ..

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...