ଦୀପାବଳି


ଦିବ୍ୟାଙ୍ଗ ପାଳିଲେ ଦୀପାବଳି

ଦିବ୍ୟାଙ୍ଗ ପାଳିଲେ ଦୀପାବଳି

କଣ୍ଟାପଡା, ୮/୧୧(ଡି.ଏନ୍‌.ଏ.)- କଟକ ଜିଲ୍ଲା ସ୍ଥିତ  ଓଲଟପୁରଠାରେ ଥିବା ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା କେନ୍ଦ୍ର ପରିସରରେ ଚିକିତ୍ସାଧିନ ଥିବା ଦିବ୍ୟାଙ୍ଗମାନେ ବୁଧବାର ସନ୍ଧ୍ୟାରେ ଆଲୋକର ପର୍ବ ଦୀପାବଳି  ପାଳନ କରିଛନ୍ତି।

ତୁଷରାରେ ଦୀପାବଳି , ପିତୃ ପୁରୁଷଙ୍କୁ ପିଣ୍ଡଦାନ

ତୁଷରାରେ ଦୀପାବଳି , ପିତୃ ପୁରୁଷଙ୍କୁ ପିଣ୍ଡଦାନ

ଗୁଡଭେଲା,୮।୧୧(ଡି.ଏନ୍‌.ଏ.)- ତୁଷରା ଏନ୍‌ଏସି ଅଞ୍ଚଳରେ ବୁଧବାର ମହାସମରୋହରେ ଆଲୋକର ପର୍ବ ଦୀପାବଳି  ପାଳିତ ହୋଇଯାଇଛି। ସନ୍ଧ୍ୟାରେ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ, ଶିଳ୍ପ ସଂସ୍ଥା, ଦୋକାନ ମାନଙ୍କରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସହର ଆଲୋକ ସାଜସଜ୍ଜା ସହ ରଙ୍ଗ ବେରଙ୍ଗର ଦୀପରେ ଝଳକି ଉଠିଥିଲା। ଯୁବତୀ ଯୁବକମାନେ ବାଣ ଫୁଟାଇବା ସହ ବୟସ୍କ ଲୋକଙ୍କଠାରୁ ଆଶୀର୍ବାଦ ନେଇଥିଲେ ।  ଅନ୍ୟପକ୍ଷେ ଦୀପାବଳି ଅବସରରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପରମ୍ପରା ରହିଥିବାରୁ ସକାଳୁ ଲୋକେ ପିଣ୍ଡଦାନ କରିଥିଲେ। ସନ୍ଧ୍ୟାରେ କାଉଁରିଆ କାଠି ଜାଳି ବଡବଡୁଆ ଲୋକ ଗୀତ ଗାଇ ପିତୃ ପୁରୁଷଙ୍କୁ ଆବାହନ କରିଥିଲେ । 

ଲାଞ୍ଜିଗଡ଼ରେ ମା’ଶ୍ୟାମାକାଳୀ ପୂଜା

ଲାଞ୍ଜିଗଡ଼ରେ ମା’ଶ୍ୟାମାକାଳୀ ପୂଜା

ଲାଞ୍ଜିଗଡ଼,୮।୧୧(ଡି.ଏନ୍‌.ଏ.)- ଲାଞ୍ଜିଗଡ଼ ସହରରେ ପ୍ରତି ବର୍ଷଭଳି ଚଳିତ ବର୍ଷ ମଧ୍ୟ ମା’ଶ୍ୟାମାକାଳୀଙ୍କ ପୂଜନଉତ୍ସବ ଲାଞ୍ଜିଗଡ଼ ଆଶ୍ରମପଡ଼ାଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଶ୍ରମପଡ଼ା ନିକଟସ୍ଥ ପୋଖରୀରୁ ଗ୍ରାମର ଶତାଧିକ ମହିଳା କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ବୁଧବାରଠାରୁ ୩ଦିନ ପର୍ଯ୍ୟନ୍ତ ମା’ଙ୍କ ମଣ୍ଡପରେ ମହାଯଜ୍ଞ, ଚଣ୍ଡୀପାଠ, କୁସ୍ମାଣ୍ଡବଳି ଆଦି ନୀତି ଅନୁସାରେ ପୂଜା ହୋଇଥିଲା।

ରାଜରାଜେଶରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ରାଜରାଜେଶରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକଅଫିସ, ୮।୧୧: ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ତୃତୀୟ  ଦିବସରେ ମା’ ରାଜରାଜେଶରୀ  ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l

କାଳୀପୂଜା ପାଇଁ ଉତ୍ସବମୁଖର

କାଳୀପୂଜା ପାଇଁ ଉତ୍ସବମୁଖର

କେନ୍ଦୁଝର, ୭।୧୧(ସ୍ବ.ପ୍ର.)-କାଳୀ ପୂଜା ପାଇଁ କେନ୍ଦୁଝର ସହର ଉତ୍ସବମୁଖର ହୋଇଉଠିଛି। ବହୁ ପୁରାତନ କାଳୀତୀର୍ଥ, ଟେଲିଫୋନ ଏକ୍ସଚେଞ୍ଜସ୍ଥିତ ନେତ୍ରାକାଳି ଓ କାଶୀପୁରସ୍ଥିତ ଶ୍ମଶାନ କାଳି ଆଦି ସ୍ଥାନରେ ପୂଜା ଚାଲିଛି । ଆକର୍ଷଣୀୟ ମଣ୍ଡପ ସହିତ ସୁଉଚ୍ଚ ତୋରଣ, ବିଭିନ୍ନ ରଙ୍ଗବେରଙ୍ଗ ଆଲୋକରେ ସବୁଆଡେ ଝଲମଲ ହୋଇଉଠିଛି। ସେହିପରି ବିଭିନ୍ନ ସ୍ଥାନରେ ମୀନାବଜାର ଓ ଦୋଳି ଆଦି ବସିଛି । 

ଅଠରବାଙ୍କିରେ ଶ୍ୟାମାକାଳୀ ପୂଜା

ଅଠରବାଙ୍କିରେ ଶ୍ୟାମାକାଳୀ ପୂଜା

ପାରାଦୀପ,୭।୧୧(ସ୍ବ.ପ୍ର.)-ପାରାଦୀପର ସର୍ବ ପୁରାତନ ୫୨ ବର୍ଷର ମା’ ଶ୍ୟାମାକାଳୀଙ୍କ ଷୋଡଶ ଉପଚାର ପୂଜା ଅଠରବାଙ୍କିରେ ଅନୁଷ୍ଠିତ ହେଉଛି ।

କାଳୀପୂଜାର ପ୍ରଥମ ଦିନ: ଖୋଲିଲା କଳାକୁଞ୍ଜ

କାଳୀପୂଜାର ପ୍ରଥମ ଦିନ: ଖୋଲିଲା କଳାକୁଞ୍ଜ

ଭଦ୍ରକ ଅଫିସ, ୭।୧୧-ଭଦ୍ରକ କାଳୀପୂଜାର ପ୍ରଥମ ଦିନରେ ବୁଧବାର ବିଭିନ୍ନ ମେଢ ଓ କଳାକୁଞ୍ଜ ଖୋଲାଯାଇଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଆରମ୍ଭ ହୋଇଗଲାଣି।

କାଳୀପୂଜାରେ କୁଡୁମୀ ସମ୍ପ୍ରଦାୟଙ୍କ ବନ୍ଦାଣ ପରବ

କାଳୀପୂଜାରେ କୁଡୁମୀ ସମ୍ପ୍ରଦାୟଙ୍କ ବନ୍ଦାଣ ପରବ

କେନ୍ଦୁଝର, ୭।୧୧ (ସ୍ବ.ପ୍ର.)-ଆଲୋକର ପର୍ବ ଦୀପାବଳିରେ ସମସ୍ତେ  ବାଣ ଫୁଟାଇ, ମିଠା ଖାଇ ଧୁମଧାମରେ ପାଳନ କରୁଥିବା ବେଳେ କୁଡୁମୀ ସମ୍ପ୍ରଦାୟର ଲୋକେ ଗୋ ବନ୍ଦାଣ ପର୍ବ ବା ଗୋବର୍ଦ୍ଧନ ପର୍ବ ପାଳନ କରୁଛନ୍ତି।  ଏହା ୩ ଦିନ ଧରି ଚାଲିଥାଏ । ବିଶେଷ କରି  କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା କୁଡୁମି, ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି।

ଭାରତବାସୀଙ୍କୁ ହିନ୍ଦୀରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଭାରତବାସୀଙ୍କୁ ହିନ୍ଦୀରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭।୧୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଭାରତବାସୀଙ୍କୁ ହିନ୍ଦୀରେ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ କହି ସମ୍ବୋଧନ କରିଛନ୍ତି ନେତାନ୍ୟାହୁ।

କାଳୀପୂଜା: ଭୁବନ ଚଳଚଞ୍ଚଳ

କାଳୀପୂଜା: ଭୁବନ ଚଳଚଞ୍ଚଳ

 ଭୁବନ , ୭।୧୧(ଡି.ଏନ୍‌.ଏ.)-ପ୍ରସିଦ୍ଧ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଭୁବନ ସହର। ମଙ୍ଗଳବାର ମଧ୍ୟରାତ୍ରରୁ ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଛି ମା’ଙ୍କ ପୂଜାର୍ଚ୍ଚନା। ରାତ୍ର ୧୨ଘଟିକାରେ ସମସ୍ତ ପୂଜା ପ୍ର୍ରତିଷ୍ଠାନ ପକ୍ଷରୁ କଳସ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ପାଣି ଆଣାଯାଇ ମଣ୍ଡପରେ ସ୍ଥାପନ କରାଯାଇଥିଲା।

ଆଲୋକର ପର୍ବରେ କୋରାପୁଟ ସହର ଚଳଚଞ୍ଚଳ

ଆଲୋକର ପର୍ବରେ କୋରାପୁଟ ସହର ଚଳଚଞ୍ଚଳ

କୋରାପୁଟ,୭।୧୧(ସ୍ବ.ପ୍ର.): ଆଲୋକର ପର୍ବ ଦିପାବଳୀ ଓ କାଳୀପୂଜା  ପାଇଁ କୋରାପୁଟ ସହର ଚଳଚଞ୍ଚଳ ହୋଇଛି । ଚଳିତ ବର୍ଷ ସହରର ଡିଏନ୍‌କେସ୍ଥିତ ରବୀନ୍ଦ୍ର ମଣ୍ଡପ, ଫରେଷ୍ଟ କଲୋନି ଭଳି ୪ଟି ସ୍ଥାନରେ କାଳୀପୂଜା ହୋଇଛି ।

ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭।୧୧(ବ୍ୟୁରୋ)-ପବିତ୍ର କାଳୀପୂଜା ଓ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। 

କାଳୀପୂଜା ପାଇଁ କାକଟପୁର, ଅସ୍ତରଙ୍ଗ ଉତ୍ସବମୁଖର

କାଳୀପୂଜା ପାଇଁ କାକଟପୁର, ଅସ୍ତରଙ୍ଗ ଉତ୍ସବମୁଖର

କାକଟପୁର, ୭।୧୧(ଡି.ଏନ୍‌.ଏ.)- କାର୍ତ୍ତିକ ମାସର ପବିତ୍ର ଅମାବାସ୍ୟା ତିଥିରେ ପାରମ୍ପରିକ ପ୍ରଥାନୁସାରେ ମଙ୍ଗଳବାର ବିଳମ୍ବିତ ରାତିଠାରୁ ମା’କାଳୀଙ୍କ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। 

ଜରାଶ୍ରମରେ ଦୀପାବଳି ଓ ଫଳବଣ୍ଟନ

ଜରାଶ୍ରମରେ ଦୀପାବଳି ଓ ଫଳବଣ୍ଟନ

ପୁରୀ ଅଫିସ, ୭ା୧୧ : ପୁରୀ ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ ସୁରକ୍ଷା ମଞ୍ଚ ସ୍ଥାନୀୟ ଆଖଣ୍ଡଳମଣୀସ୍ଥିତ ଜରାଶ୍ରମରେ ଅନ୍ତେବାସୀଙ୍କ ସହ ବୁଧବାର ଦୀପାବଳି ପାଳିଥିଲେ। 

କାଳୀପୂଜା: ଝଲସୁଛି ମଣ୍ଡପ

କାଳୀପୂଜା: ଝଲସୁଛି ମଣ୍ଡପ

ବଅଁରପାଳ, ୭।୧୧(ଡି.ଏନ୍‌.ଏ.)-ଆଲୋକର ପର୍ବ ଦୀପାବଳି ଆଉ ତା’ ସାଙ୍ଗକୁ ଦୁର୍ଗତିନାଶିନୀ ମା’ କାଳୀଙ୍କ ଆବାହନ। ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲି। ଏଥିରେ ସାମିଲ ହୋଇଛି ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା।

ଦିଗପହଣ୍ଡି ଅଞ୍ଚଳରେ ଶ୍ୟାମାକାଳୀପୂଜା

ଦିଗପହଣ୍ଡି ଅଞ୍ଚଳରେ ଶ୍ୟାମାକାଳୀପୂଜା

ଦିଗପହଣ୍ଡି,୭ା୧୧(ଡି.ଏନ.ଏ.)-ଦିଗପହଣ୍ଡି ସାନ ବ୍ରାହ୍ମଣସାହିରେ ମା’ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଛି  । ସାଜସଜ୍ଜା ସାଙ୍ଗକୁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । 

ଦୀପାବଳି ପାଇଁ ଦେବଗଡ଼ ଚଳଚଞ୍ଚଳ

ଦୀପାବଳି ପାଇଁ ଦେବଗଡ଼ ଚଳଚଞ୍ଚଳ

ଦେବଗଡ଼,୭।୧୧(ସ୍ବ.ପ୍ର)- ଆଲୋକର ପର୍ବ ଦୀପାବଳି ପାଇଁ ଦେବଗଡ ସହର ଚଳଚଞ୍ଚଳ ହୋଇପଡିିଛି। ସହରର ଶନି ମନ୍ଦିର ନିକଟରେ ଖୋଲାଯାଇଥିବା ଅସ୍ଥାୟୀ ବାଣ ଦୋକାନରେ ବୁଧବାର ଲୋକଙ୍କ ପ୍ରବଳ ଭିଡ ଲାଗି ରହିଛି। ସେହିପରି ଧନ୍ବନ୍ତରୀ ପୂଜା ପାଇଁ ମହିଳା ତଥା ପୁରୁଷମାନେ ସହରରେ ଥିବା ପ୍ରତିଷ୍ଠିତ ସୁନା ଦୋକାନ ମାନଙ୍କରେ ମଧ୍ୟ ଭିଡ ଜମାଇଥିଲେ। ଏପରି କି କେତେକ ସୁନା ଦେକାନରେ ପ୍ରବଳ ଭିଡ ଯୋଗୁ ଟୁକନ ଧରି ଲାଇନରେ ଆସି ସୁନା କିଣୁଥିବା ଦେଖିବାକୁ ମିଳିଥିଲା ା ସହରରେ ବିଭିନ୍ନ ସୁନା ଦେକାନରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରି ହୋଇଥିବା ଅନୁମାନ କରାଯାଉଛି।  ଅନ୍ୟପକ୍ଷେ ଲୋକେ ଦୀପାବଳି ପାଇଁ ମାଟି ଦୀପ କିଣି ଘରକୁ ନେଉଥିବା ଦେଖିବାକୁ ମଳିଛି। ଘର ତଥା ଦୋକାନଗୁଡିକୁ ସୁସଜ୍ଜିତ ଆଲୋକମାଲାରେ ସଜେଇବା ସହ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ ନେଇ ପ୍ରସ୍ତୁତି ଚଳାଇଛନ୍ତି। 

ମାଟିଦୀପର ଗାଁ କୁମ୍ଭାର ଲିମକା

ମାଟିଦୀପର ଗାଁ କୁମ୍ଭାର ଲିମକା

କୋରାପୁଟ,୭।୧୧(ସ୍ବ.ପ୍ର.): ଦୀପାବଳି ପାଇଁ ଚାରିଆଡ଼େ ମାଟିଦୀପର ଆଦର। କୋରାପୁଟ ସହର ଓ ଆଖପାଖ ଅଞ୍ଚଳକୁ ଏଇ ମାଟିଦୀପ ଯୋଗାଇଥାଏ ମାଟି ଶିଳ୍ପର ଗାଁ ଭାବେ ବେଶ ଜଣାଶୁଣା କୁମ୍ଭାର ଲିମ୍‌କା।

ବରପାଲି କାଳୀପୂଜାର ସୁବର୍ଣ୍ଣଜୟନ୍ତୀ ମହୋତ୍ସବ

ବରପାଲି କାଳୀପୂଜାର ସୁବର୍ଣ୍ଣଜୟନ୍ତୀ ମହୋତ୍ସବ

ବରପାଲି,୭।୧୧(ଡି.ଏନ.ଏ)- ବରପାଲି ସହର ଶ୍ୟାମଛକ ସ୍ଥିତ କାଳୀପୂଜା ୫୦ତମ ବର୍ଷରେ ପଦାର୍ପଣ କରିଛି। ଏନେଇ ୬ଦିନ ଧରି ହେବାକୁ ଥିବା ସୁବର୍ଣ୍ଣଜୟନ୍ତୀ ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ କଳସ ଶୋଭାଯାତ୍ରା ସହ କଳସ ସ୍ଥାପନ ଏବଂ ପୂଜାକାର୍ଯ୍ୟ ଚାଲିଛି। ପଣ୍ଡିତ ଦେବବ୍ରତ କର ଏବଂ ତାଙ୍କ ସାଥୀ ପୂଜା କାର୍ଯ୍ୟ କରୁଥିବା ବେଳେ ଗତିକୃଷ୍ଣ ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ କର୍ତ୍ତା ଭାବେ ରହି ପୂଜା ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଚଳିତ ବର୍ଷ ସୁଉଚ୍ଚ ତୋରଣ ସାଙ୍ଗକୁ ବ୍ୟାପକ ସାଜସଜ୍ଜାରେ ସହର ଝଲସି ଉଠୁଛି ।

ଦୀପାବଳି ପାଇଁ କାଉଁରିଆ କାଠିର ଚାହିଦା

ଦୀପାବଳି ପାଇଁ କାଉଁରିଆ କାଠିର ଚାହିଦା

ମାର୍ଶାଘାଇ ,୭।୧୧(ଡିଏନଏ)-ଦୀପାବଳି ଅମାବାସ୍ୟାରେ ପିମ୍ପେଇ ବା କାଉଁରିଆ ଜାଳି ପିତୃପୁରୁଷଙ୍କୁ ପୂଜା କରିବା ବିଧି ରହିଛ। 

ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭଦ୍ରକ ଅଫିସ,୭।୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବୁଧବାର ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ଯବାନଙ୍କ ସହ ଦିଓ୍ବାଲୀ  ପାଳନ କଲେ ମୋଦି

ଯବାନଙ୍କ ସହ ଦିଓ୍ବାଲୀ ପାଳନ କଲେ ମୋଦି

ଡେରାଡୁନ୍‌ ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରାଖଣ୍ଡ ଡେରାଡୁନ୍‌ରେ ପହଞ୍ଚିଛନ୍ତି। ଏହାପରେ ଭାରତ-ଚାଇନା ସୀମାସ୍ଥିତ ହର୍ଷିଲ୍‌ରେ ପହଞ୍ଚି ସେଠାରେ ମୁତୟନ ଥିବା ଯବାନଙ୍କ ସହିତ ୧୧ ହଜାର ଫୁଟ ଉଚ୍ଚରେ ଦିଓ୍ବାଲୀ ପାଳନ କରିଛନ୍ତି। 

ଆଜି ଦୀପାବଳି: ଉତ୍ସବ ମୁଖର ପୁରପଲ୍ଲୀ

ଆଜି ଦୀପାବଳି: ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ। ଘରେ ଘରେ ହର୍ଷ ଉଲ୍ଲାସର ମାହୋଲ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ମଧ୍ୟରେ ଉତ୍ସାହ ସହ ଘରେ ଘରେ ମହିଳାମାନେ ରଙ୍ଗୋଲି କରିଥିବା ଦେଖିବାକୁ ମିଳିଛି। 

ଭାଇଚାରାର ନିଦର୍ଶନ ମଝିପଡା କାଳୀପୂଜା

ଭାଇଚାରାର ନିଦର୍ଶନ ମଝିପଡା କାଳୀପୂଜା

ସୋନପୁର, ୭।୧୧(ନି.ପ୍ର.)- ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ମହା ମିଳନସ୍ଥଳୀ ଐତିହାସିକ ସୁବର୍ଣ୍ଣପୁର ସହର। ଏଠାରେ ଶତାଧିକ ହିନ୍ଦୁ ମନ୍ଦିର ସହ ମଧ୍ୟଭାଗ ମଝିପଡାରେ ରହିଛି ମସଜିଦ୍‌।