ବାଣିଜ୍ୟ

ବଜାଜ ଫିନସର୍ଭରୁ ରାହୁଲ ବଜାଜଙ୍କ ଇସ୍ତଫା

ବଜାଜ ଫିନସର୍ଭରୁ ରାହୁଲ ବଜାଜଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୪ା୩: ବଜାଜ ଫିନସର୍ଭର ଅଧ୍ୟକ୍ଷ ତଥା ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରୁ ରାହୁଲ ବଜାଜ ଇସ୍ତଫା ଦେଇଛନ୍ତି ବୋଲି କମ୍ପାନୀ ପକ୍ଷରୁ ବୁଧବାର କୁହାଯାଇଛି। 

ଆର୍‌କମ୍‌ର ପାଣ୍ଠି କଟକଣା ପ୍ରତ୍ୟାହାର: ଏନ୍‌ସିଏଲ୍‌ଏଟି ରାୟ ସଂରକ୍ଷିତ ରଖିଲେ

ଆର୍‌କମ୍‌ର ପାଣ୍ଠି କଟକଣା ପ୍ରତ୍ୟାହାର: ଏନ୍‌ସିଏଲ୍‌ଏଟି ରାୟ ସଂରକ୍ଷିତ ରଖିଲେ

ନୂଆଦିଲ୍ଲୀ,୧୪ା୩: ଏରିକ୍‌ସନର ବକେୟା ପ୍ରଦାନ ଲାଗି ଏହାକୁ ଅର୍ଥର ଆବଶ୍ୟକତା ଥିବାରୁ ତୁରନ୍ତ ପାଣ୍ଠି ବ୍ୟବହାର ଉପରୁ କଟକଣା ପ୍ରତ୍ୟାହାର କରିବା ଲାଗି ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ପକ୍ଷରୁ ଆଗତ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)। 

ଆଇଓସି, ଓଏନ୍‌ଜିସିରୁ ପୁଣି ଅନ୍ତରୀଣ ଲାଭାଂଶ ମାଗିଲେ ସରକାର

ଆଇଓସି, ଓଏନ୍‌ଜିସିରୁ ପୁଣି ଅନ୍ତରୀଣ ଲାଭାଂଶ ମାଗିଲେ ସରକାର

ନୂଆଦିଲ୍ଲୀ,୧୪ା୩: ରାଜସ୍ବ ନିଅଣ୍ଟକୁ ଭରଣା କରିବାକୁ ଯାଇ କେନ୍ଦ୍ର ସରକାର ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସି) ଏବଂ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ(ଓଏନ୍‌ଜିସି)ଠାରୁ ଦ୍ୱିତୀୟ ଅନ୍ତରୀଣ ଲାଭାଂଶ ମାଗିଛନ୍ତି।

ଇଡିକୁ ଚନ୍ଦା କୋଚ୍ଚରଙ୍କ ଉତ୍ତର: ସ୍ବାମୀଙ୍କ ବ୍ୟବସାୟ ସମ୍ପର୍କରେ ଜାଣିନାହିଁ

ଇଡିକୁ ଚନ୍ଦା କୋଚ୍ଚରଙ୍କ ଉତ୍ତର: ସ୍ବାମୀଙ୍କ ବ୍ୟବସାୟ ସମ୍ପର୍କରେ ଜାଣିନାହିଁ

ନୂଆଦିଲ୍ଲୀ,୧୪ା୩: ଭିଡିଓକନ ଗ୍ରୁପ୍‌କୁ ଋଣ ଦେବା ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜେରାର ସମ୍ମୁଖୀନ ହୋଇଛନ୍ତି। 

୫୩% ବଢ଼ିଲା ମୁଦ୍ରା ଯୋଜନା ଏନ୍‌ପିଏ

୫୩% ବଢ଼ିଲା ମୁଦ୍ରା ଯୋଜନା ଏନ୍‌ପିଏ

ନୂଆଦିଲ୍ଲୀ,୧୪ା୩: ଅନାଦାୟ ଋଣ (ଏନ୍‌ପିଏ) ସମସ୍ୟା ବ୍ୟାଙ୍କିଙ୍ଗ୍‌ ସେକ୍ଟର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ନିଯୁକ୍ତି ସୃଷ୍ଟି ଲାଗି ପ୍ରଣୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ସେମାନଙ୍କ ଲାଗି ବୋଝ ଉପରେ ନଳିତା ବିଡ଼ା ହେଲାଣି।  

ଟୁଇଟର ଅଧିକାରୀଙ୍କୁ ଜେଲ୍‌ ଧମକ

ଟୁଇଟର ଅଧିକାରୀଙ୍କୁ ଜେଲ୍‌ ଧମକ

ନୂଆଦିଲ୍ଲୀ,୧୪ା୩: ଆପତ୍ତିଜନକ ତଥା ଉତ୍ତେଜନାମୂଳକ ଖବର ପ୍ରଚାରକୁ ରୋକିବାରେ ଟୁଇଟର ବିଫଳ ହେଲେ ଏହାର ଶୀର୍ଷ ଅଧିକାରୀମାନେ ୭ ବର୍ଷ ଜେଲ୍‌ ସହ ଜରିମାନାର ସମ୍ମୁଖୀନ ହେବେ ବୋଲି କେନ୍ଦ୍ର ସରକାର ଧମକ ଦେଇଛନ୍ତି। 

ଅଫ୍‌ଲାଇନ୍‌ରେ ସ୍ଥିତି ଦୃଢ଼ କରୁଛି ରିୟଲମି

ଅଫ୍‌ଲାଇନ୍‌ରେ ସ୍ଥିତି ଦୃଢ଼ କରୁଛି ରିୟଲମି

ଭୁବନେଶ୍ୱର,୧୪ା୩(ବ୍ୟୁରୋ) ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ରିୟଲମି ଅଫ୍‌ଲାଇନରେ ଏହାର ସ୍ଥିତିକୁ ଦୃଢ଼ କରୁଛି। କମ୍ପାନୀ ଏଥର ଦେଶର ୧୫୦ ସହରରେ ଏହାର ଅଫ୍‌ଲାଇନ ଉପସ୍ଥିତି ଜାହିର କରିଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। 

ବୃହତ୍ତ ସ୍ବାର୍ଥ ଲାଗି ବିମୁଦ୍ରୀକରଣକୁ ମିଳିଥିଲା ସମର୍ଥନ

ବୃହତ୍ତ ସ୍ବାର୍ଥ ଲାଗି ବିମୁଦ୍ରୀକରଣକୁ ମିଳିଥିଲା ସମର୍ଥନ

ନୂଆଦିଲୀ,୧୩-୩: ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବୃହତ୍ତ ସ୍ବାର୍ଥ ଲାଗି ଆର୍‌ବିଆଇ ବୋର୍ଡର ସଦସ୍ୟ ସମର୍ଥନ ଦେଇଥିଲେ। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିବା ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବ ୨୦୧୬ ନଭେମ୍ବର ୮ରେ ଆର୍‌ବିଆଇ ବୋର୍ଡ ସାମ୍ନାକୁ ଆସିଥିଲା। 

ବୋଇଂ ୭୩୭ ମାକ୍ସ୮ ବିମାନ ଉପରେ ଲାଗିଲା କଟକଣା

ବୋଇଂ ୭୩୭ ମାକ୍ସ୮ ବିମାନ ଉପରେ ଲାଗିଲା କଟକଣା

ନୂଆଦିଲୀ,୧୩-୩: ଇଥିଓପିଆରେ ଏୟାରଲାଇନରେ ବିମାନ ଦୁର୍ଘଟଣା ଘଟିବା ଯୋଗୁ ୧୫୭ ଯାତ୍ରୀଙ୍କର ଜୀବନ ହାନି ହେବା ପରେ ଭାରତରେ ବୋଇଂର ୭୩୭ ମାକ୍ସ୮ ବିମାନ ଉଡାଣ ଉପରେ ସରକାର ମଙ୍ଗଳବାର କଟକଣା ଲଗାଇଛନ୍ତି।

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ନୂଆଦିଲୀ,୧୩-୩: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏଫଜିଏମ୍‌ଓ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ସିଇଓ ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ ମହିଳା ଶ୍ରମ ଶକ୍ତିକୁ ପ୍ରସଂଶା କରିଥିଲେ। 

ଏସ୍‌ବିଆଇର ଡୋର ଷ୍ଟେପ ବ୍ୟାଙ୍କିଙ୍ଗ 

ଏସ୍‌ବିଆଇର ଡୋର ଷ୍ଟେପ ବ୍ୟାଙ୍କିଙ୍ଗ 

ଭୁବନେଶ୍ୱର,୧୩- ୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର ସ୍ବତନ୍ତ୍ର ଗ୍ରାହକଙ୍କ ଲାଗି ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ସେବା ଆରମ୍ଭ ହୋଇଛି। ଏହି ଗ୍ରାହକଙ୍କ ମଧ୍ୟରେ ୭୦ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଦୃଷ୍ଟିହୀନ ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ବଛା ବଛା ଶାଖା ପକ୍ଷରୁ ଗ୍ରାହକମାନେ ଏହି ସେବା ଲାଭ କରିପାରିବେ। 

ହୋଲି ପାଇଁ କଲିକତା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ

ହୋଲି ପାଇଁ କଲିକତା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ


ଭୁବନେଶ୍ୱର,୧୩-୩: ଦୋଳ ପୁର୍ଣିମା ଓ ହୋଲି ପର୍ବ ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ କଲିକତା ଏବଂ ପୁରୀ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ହୋଇଛି। 

ତେଲ କ୍ରୟ ନେଇ ଭାରତକୁ ପୁଣି ଧମକାଇଲା ୟୁଏସ୍‌

ତେଲ କ୍ରୟ ନେଇ ଭାରତକୁ ପୁଣି ଧମକାଇଲା ୟୁଏସ୍‌

ନୂଆଦିଲୀ,୧୩- ୩: ଭେନେଜୁଏଲାଠାରୁ ତୈଳ କ୍ରୟ ନ କରିବାକୁ ଆମେରିକା ଭାରତକୁ ପୁଣି ଧମକାଇଛି। ଭେନେଜୁଏଲାର ଶାସନ କ୍ଷମତାରେ ରହିଥିବା ନିକୋଲାସ ମାଡୋରୋଙ୍କ ସରକାରଙ୍କୁ କ୍ଷମତାକୁ ହଟାଇବା ଲାଗି ଆମେରିକା ଏଭଳି କରୁଥିବା ଜଣାପଡିଛି।

ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ଇଡ଼ି ସମ୍ବର୍ଦ୍ଧିତ

ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ଇଡ଼ି ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୩- ୩-ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ନବ କିଶୋର ସାହୁଙ୍କୁ ଭୁବନେଶ୍ୱର ମଣ୍ଡଳ ଅଧିକାରୀଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି। ୨୦୧୫ରେ ସେ ଦ୍ୱିତୀୟ ଓଡ଼ିଆ ଭାବେ ବ୍ୟାଙ୍କର ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଥିଲେ। 

ପୁଞ୍ଜିବାଦ ଉପରେ ଏବେ ବିପଦ:ରାଜନ

ପୁଞ୍ଜିବାଦ ଉପରେ ଏବେ ବିପଦ:ରାଜନ

ଲଣ୍ଡନ,୧୩- ୩: ବର୍ତ୍ତମାନ ସମୟରେ ପୁଞ୍ଜିବାଦ ଉପରେ ବଡ ବିପଦ ଲାଗି ରହିଛି। ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟରେ ସଂଘର୍ଷ ଯୋଗୁ ପୁଞ୍ଜିବାଦ ବର୍ତ୍ତମାନ ବିପଦରେ ରହିଥିବା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଙ୍ଗଳବାର ସତର୍କ କରାଇଛନ୍ତି। 

ବେନାମୀ ସମ୍ପତ୍ତି ମାମଲାରେ ଫସିପାରନ୍ତି ଦୀପକ କୋଚ୍ଚର

ବେନାମୀ ସମ୍ପତ୍ତି ମାମଲାରେ ଫସିପାରନ୍ତି ଦୀପକ କୋଚ୍ଚର

ବମ୍ବେ,୧୩- ୩: ଆଇସିଆଇସିଆଇ-ଭିଡ଼ିଓକନ୍‌ ଋଣ ମାମଲାରେ ବିବାଦୀୟ ହୋଇ ପଡିଥିବା ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦିପକ କୋଚ୍ଚରଙ୍କ ଅଡୁଆ ବଢିପାରେ। ଦୀପକ କୋଚ୍ଚରଙ୍କ ନ୍ୟୁପାଓ୍ବାର ରିନ୍ୟୁଏବଲ୍ସରେ ଟିକସ ଠକେଇ ନେଇ ଆୟକର ବିଭାଗ ଠୋସ ପ୍ରମାଣ ପାଇ ନାହିଁ।

ବ୍ୟକ୍ତିଗତ ଆକାଉଣ୍ଟସ୍‌କୁ ୯୩୪ କୋଟି ଚାଲାଣ କରିଛନ୍ତି  ନୀରବ

ବ୍ୟକ୍ତିଗତ ଆକାଉଣ୍ଟସ୍‌କୁ ୯୩୪ କୋଟି ଚାଲାଣ କରିଛନ୍ତି  ନୀରବ

ବମ୍ବେ,୧୩- ୩: ପଳାତକ ଘୋଷିତ ହୀରା ବ୍ୟବସାୟୀ ନୀରବ ମୋଦି ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ ସହ ଅନ୍ୟ ଦୁଇ ଆକାଉଣ୍ଟକୁ ୯୩୪ କୋଟି ଟଙ୍କା ବେଆଇନ ଚାଲାଣ କରିଥିବା ଜଣାପଡ଼ିଛି। ଅନ୍ୟ ଆକାଉଣ୍ଟଗୁଡ଼ିକ ମଧ୍ୟରେ ଗୋଟିଏ ତାଙ୍କର ସ୍ତ୍ରୀ ଆମୀ ଏବଂ ଅନ୍ୟଟି ତାଙ୍କର ବାପାଙ୍କର ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାର ଅତିରିକ୍ତ ଚାର୍ଜଶିଟରେ ଦର୍ଶାଇଛି।

ମୋଟର ସ୍ପୋର୍ଟକୁ ହୋଣ୍ଡା ଟୁହ୍ବିଲର୍ସର ପ୍ରୋତ୍ସାହନ

ମୋଟର ସ୍ପୋର୍ଟକୁ ହୋଣ୍ଡା ଟୁହ୍ବିଲର୍ସର ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୩-୩: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୦୧୯ ଅନ୍ତର୍ଜାତୀୟ ମୋଟର ସ୍ପୋର୍ଟ ଲାଗି ଟିମ୍‌ ଘୋଷଣା କରାଯାଇଛି। ଦେଶରେ ଅନ୍ତର୍ଜାତୀୟ ସ୍ତରର ମୋଟର ଚାଳକ ଗଠନ ନେଇ କମ୍ପାନୀ ଏଭଳି ପଦକ୍ଷେପ ହାତକୁ ନେଇଛି।

ନିର୍ବାଚନ ପୂର୍ବରୁ ସେନସେକ୍ସରେ ଉତ୍ସାହ;ନିବେଶକଙ୍କୁ ଲାଭ ୧.୨୩ ଲକ୍ଷ କୋଟି

ନିର୍ବାଚନ ପୂର୍ବରୁ ସେନସେକ୍ସରେ ଉତ୍ସାହ;ନିବେଶକଙ୍କୁ ଲାଭ ୧.୨୩ ଲକ୍ଷ କୋଟି

ବମ୍ବେ,୧୩-୩: ଦେଶରେ ସାଧାରଣ ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇସାରିଥିବା ବେଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଛି। ମଙ୍ଗଳବାର ଶେୟାର କାରବାର ଉନ୍ନତ ହେବା ସହ ସେନସେକ୍ସ ୪୮୧ ପଏଣ୍ଟ(୧%) ବଢିଛି। ଫଳରେ ନିବେଶକଙ୍କ ସମ୍ପତ୍ତିରେ ୧.୨୩ ଲକ୍ଷ କୋଟି ଟଙ୍କା ଯୋଡି ହୋଇଛି। 

ସାମ୍‌ସଙ୍ଗର ନୂଆ ଗାଲାକ୍ସି ଏମ୍‌୩୦ 

ସାମ୍‌ସଙ୍ଗର ନୂଆ ଗାଲାକ୍ସି ଏମ୍‌୩୦ 

ନୂଆଦିଲ୍ଲୀ,୧୩-୩: ସାମ୍‌ସଙ୍ଗ ଇଣ୍ଡିଆ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌ ୩୦ ସ୍ମାର୍ଟଫୋନ୍‌ ବଜାରକୁ ଆସିଛି। ଟେକ୍ନୋଲୋଜିପ୍ରିୟ ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏଭଳି ଏକ ମଡେଲ ବଜାରକୁ ଆସିଛି। 

ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ଇଡ଼ି ସମ୍ବର୍ଦ୍ଧିତ

ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ଇଡ଼ି ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୨- ୩: ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ନବ କିଶୋର ସାହୁଙ୍କୁ ଭୁବନେଶ୍ୱର ମଣ୍ଡଳ ଅଧିକାରୀଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି। ୨୦୧୫ରେ ସେ ଦ୍ୱିତୀୟ ଓଡ଼ିଆ ଭାବେ ବ୍ୟାଙ୍କର ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏହା ପୂର୍ବରୁ ସେ କାନାରା ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି। କଟକର କଳାପଥରଠାରେ ଜନ୍ମିତ ସାହୁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟୁ ଶିକ୍ଷା ପରେ କାନାରା ବ୍ୟାଙ୍କର ସମ୍ପ୍ରସାରଣ ଅଧିକାରୀ ଭାବେ କର୍ମଜୀବନ ଆରମ୍ଭ କରିଥିଲେ। ଏଥିରେ ବ୍ୟାଙ୍କର ଅଂଶୀଦାର ନିର୍ଦ୍ଦେଶକ ବିଜୟ କୁମାର ସାହୁ ଏବଂ ଶିଳ୍ପପତି ମହେନ୍ଦ୍ର କୁମାର ଗୁପ୍ତା, ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ମୁଖ୍ୟ ଉପମହାପ୍ରବନ୍ଧକ କେ.ମୂରଲୀକ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। 

ବୋଇଙ୍ଗ ଜେଟ୍‌ର ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲୀ,୧୨- ୩: ଗତ ୫ ମାସରେ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଙ୍ଗର ବି୭୩୭ ମାକ୍ସର ୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୪୬ ଯାତ୍ରୀଙ୍କ ଜୀବନ ହାନି ଘଟିଛି। ନିକଟରେ ଇଥିଓପିଆରେ ହୋଇଥିବା ବିମାନ ଦୁର୍ଘଟଣାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଘରୋଇ ବଜାରରେ ପରିଚାଳିତ ଏହି ମଡେଲ ପ୍ଲେନଗୁଡ଼ିକର ନିରାପତ୍ତା ଯାଞ୍ଚ କରାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। 

୩୭ ହଜାର ସ୍ତରରେ ସେନ୍‌ସେକ୍ସ

୩୭ ହଜାର ସ୍ତରରେ ସେନ୍‌ସେକ୍ସ

ମୁମ୍ବାଇ,୧୨- ୩: ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୋମବାର ୩୮୩ ପଏଣ୍ଟ ବୃଦ୍ଧି ଘଟି ପୁଣିଥରେ ୩୭,୦୦୦ ସ୍ତର ଛୁଇଁଛି। ଏହା ୬ ମାସ ମଧ୍ୟରେ ସବୁଠାରୁ ଉନ୍ନତ ସ୍ତର ବୋଲି ଜଣା ପଡ଼ିଛି। ବିଦେଶୀ ପୁଞ୍ଜି ଏବଂ ବିଶ୍ୱ ବଜାରର ଉନ୍ନତ ସ୍ଥିତି ଯୋଗୁ ସୂଚକାଙ୍କରେ ଉନ୍ନତି ଆସିଛି। ସେହିଭଳି ଏନ୍‌ଡିଏ ସରକାର ଆଉଥରେ ସତ୍ତାକୁ ଆସିବା ନେଇ ନିବେଶକ ମାନେ ଆଶା ରଖୁଥିବାରୁ ଏହା ବଜାର ଉପରେ ଭଲ ପ୍ରଭାବ ପକାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେନସେକ୍ସରେ ସୋମବାର ୩୮୨.୬୭ ପଏଣ୍ଟ(୧.୦୪%) ବୃଦ୍ଧି ଘଟି ୩୭,୦୫୪.୧୦ ସ୍ତରରେ କାରବାର ବନ୍ଦ ହୋଇଛି। ଗତ ସେପ୍ଟେମ୍ବର ମାସଠାରୁ ଏହା ସର୍ବୋଚ୍ଚ ସ୍ତରର କାରବାର। ଶୁକ୍ରବାର ସେନସେକ୍ସରେ ୦.୧୫% ହ୍ରାସ ଘଟି କାରବାର ୩୬,୬୭୧.୪୩ ସ୍ତରରେ ରହିଥିଲା। ସେହିଭଳି ସେପ୍ଟେମ୍ବର ୨୬ ପରଠାରୁ ନିଫ୍ଟିରେ କାରବାର ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି। ଏହି ସମୟରେ ନିଫ୍ଟି ୧୧,୧୭୨.୪୦ ପଏଣ୍ଟ ସ୍ତର ଛୁଇଁଥିବା ଜଣା ପଡ଼ିଛି। 

ଏତିହାଦଠାରୁ ୭୫୦ କୋଟି ପୁଞ୍ଜି ଚାହଁୁଛି ଜେଟ୍‌

ଏତିହାଦଠାରୁ ୭୫୦ କୋଟି ପୁଞ୍ଜି ଚାହଁୁଛି ଜେଟ୍‌

ନୂଆଦିଲୀ,୧୨- ୩: ଜେଟ୍‌ ଏୟାରଓ୍ବେଜ ଏହାର ପାର୍ଟନର ଏତିହାଦଠାରୁ ୭୫୦ କୋଟିର ପୁଞ୍ଜି ଆବଶ୍ୟକ କରୁଛି। ବିମାନ କମ୍ପାନୀ ବର୍ତ୍ତମାନ ଘୋର ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ ସମସ୍ୟା ଲାଗି ଏହାର ଅନେକ ପ୍ଲେନକୁ ଚଳାଉ ନାହିଁ।