ବାଣିଜ୍ୟ

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି ମାଲ୍ୟା କହିଛନ୍ତି, ଏହା ଦେଶର ଟିକସଦାତାଙ୍କ ଟଙ୍କାକୁ ଇଂଲଣ୍ଡରେ ଆଇନଗତ ମାମଲା ଲଢିବାରେ ଖର୍ଚ୍ଚ କରୁଛି। ଏସ୍‌ବିଆଇ ନେତୃତ୍ୱାଧିନ ବ୍ୟାଙ୍କ ଗୋଷ୍ଠୀ ତାଙ୍କ ପଛରେ ଭୂଲରେ ପଡିଥିବା ମାଲ୍ୟା ଟୁଇଟରେ କହିଛନ୍ତି। 

ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଲ୍‌ ଆଣ୍ଡଏଫ୍‌ଏସ୍‌ ସିଇଓ

ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଲ୍‌ ଆଣ୍ଡଏଫ୍‌ଏସ୍‌ ସିଇଓ

ନୂଆଦିଲ୍ଲୀ,୨୦-୪: ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଆଇଏଲ୍‌ଆଣ୍ଡ ଏଫ୍‌ଏସ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ରାକେଶ ବାଓ୍ବାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଆଇନ ଭାବେ ଅର୍ଥ ହେରଫେର ମାମଲାରେ ଗତ ସପ୍ତାହରେ ବାଓ୍ବା ଗିରଫ ହୋଇଥିଲେ। ଜଘନ୍ୟ ଅପରାଧ ତଦନ୍ତକାରୀ କାର୍ଯ୍ୟାଳୟ (ଏସ୍‌ଏଫ୍‌ଆଇଓ) ବାଓ୍ବାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ୪ ଦିନ ହାଜତରେ ରହିବା ପରେ ତାଙ୍କୁ ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ସେ ବିଚାର ବିଭାଗୀୟ ହାଜତରେ ରହିବେ। ତାଙ୍କୁ ପଚରା ଉଚୁରା ଲାଗି ସୁବିଧା ହେଉ ନ ଥିବାରୁ ରିମାଣ୍ଡରେ ନେବା ଲାଗି ଏସ୍‌ଏଫ୍‌ଆଇଓ ଚାହୁଁଥିବା ଏହାର ସ୍ବତନ୍ତ୍ର ଓକିଲ ଏଚ୍‌.ଏସ୍‌.ଭେନେଗାଓଁଙ୍କର କହିଛନ୍ତି।   

ଆଇଡିବିଆଇର ନୂଆ ବ୍ୟବସ୍ଥା

ଆଇଡିବିଆଇର ନୂଆ ବ୍ୟବସ୍ଥା

ଭୁବନେଶ୍ୱର,୨୦-୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତା ଖୋଲିବା ପାଇଁ ମୋବାଇଲ ଏବଂ ଓ୍ବେବ ଭିତ୍ତିକ ଇଣ୍ଟରଫେସକୁ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ଆଧାର,କ୍ୟୁ ଆର୍‌ କୋଡ ବ୍ୟବହାର କରି ଏକ ଅନୁକୂଳ ଇଣ୍ଟରଫେସରେ ସେମାନଙ୍କ ଖାତା ଖୋଲି ପାରିବେ। ଏହାକୁ ଆକ୍ଟିଭେଟ ମଧ୍ୟ କରିପାରିବେ। ଏହି ଇଣ୍ଟରଫେସର ଲାଭ ହେଉଛି ଏଥିରେ କାଗଜପତ୍ର କାମ କରିବାକୁ ପଡିବନି। ମାତ୍ର କିଛି ମିନିଟରେ ଖାତା ଖୋଲିଯିବ। ଏହା ଗ୍ରାହକଙ୍କୁ ଉନ୍ନତ ଅନବୋର୍ଡଂ ଅନୁଭୂତି ପ୍ରଦାନ କରିବ। ସେହିଭଳି ଖାତା ଖୋଲିବା ନିମନ୍ତେ ଟର୍ଣ୍ଣ ଆରାଉଣ୍ଡ ସମୟ ବହୁତ କମିଯିବ। ଗ୍ରାହକଙ୍କୁ କାଉଣ୍ଟରରେ ହିଁ ଚେକ୍‌ବୁକ୍‌ ଏବଂ ଡେବିଟ କାର୍ଡ ମିଳିଯିବ। 

ଏଲ୍‌ଆଇସି କଟକ ମଣ୍ଡଳର ସଫଳତା

ଏଲ୍‌ଆଇସି କଟକ ମଣ୍ଡଳର ସଫଳତା

ଭୁବନେଶ୍ୱର,୨୦-୪: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର କଟକ ମଣ୍ଡଳ ବିଭିନ୍ନ ବର୍ଗରେ ବ୍ୟବସାୟ ସଫଳତା ହାସଲ କରିଛି। ଏହି ସମୟରେ ନୂତନ ବୀମା ପଲିସି ବିକ୍ରିରେ ମଣ୍ଡଳ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। କଟକ ମଣ୍ଡଳ ୫.୧୦ ଲକ୍ଷ ପଲିସି ବିକ୍ରି କରିବା ସହ ୬୪୫ କୋଟି ଟଙ୍କାର ପ୍ରିମିୟମ ହାସଲ କରିଛି। ୫ ଲକ୍ଷରୁ ଉର୍ଦ୍ଧ୍ୱ ପଲିସି ବିକ୍ରି କରିବାରେ କଟକ ଏକ ମାତ୍ର ମଣ୍ଡଳ ବୋଲି ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟ ସୂଚନା ଦେଇଛନ୍ତି। ପାରମ୍ପରିକ ବୀମା ପ୍ରିମିୟମ କ୍ଷେତ୍ରରେ ୩୫୨ କୋଟି ଟଙ୍କାରୁ ଅଧିକ ପ୍ରିମିୟମ ସଂଗ୍ରହ କରି ଏହା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। 

ଆମଓ୍ବେର ସ୍ବାସ୍ଥ୍ୟ ସୁରକ୍ଷା ଆଲୋଚନା ଚକ୍ର

ଆମଓ୍ବେର ସ୍ବାସ୍ଥ୍ୟ ସୁରକ୍ଷା ଆଲୋଚନା ଚକ୍ର

ଭୁବନେଶ୍ୱର,୨୦-୪: ଆମଓ୍ବେ ପକ୍ଷରୁ ସ୍ବାସ୍ଥ୍ୟ ସୁରକ୍ଷା ସଂକ୍ରାନ୍ତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଭାରତର ପାରମ୍ପରିକ ଜଡିବୁଟି ଏବଂ ଆଧୁନିକ ଗବେଷଣା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ବଢାଇବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଛି। ଦେଶର ୧୩ଟି ପ୍ରମୁଖ ବଜାରରେ ଏଭଳି ଆଲୋଚନା ଚକ୍ର ଆୟୋଜନ ହୋଇଥିବା ବିଶିଷ୍ଟ କନସଲଣ୍ଟାଣ୍ଟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେମିନାରରେ ଆୟୁର୍ବେଦିକ ବିଶେଷଜ୍ଞମାନେ ଭାରତୀୟ ପାରମ୍ପରିକ ଜଡିବୁଟିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମିନାର ଅବସରରେ ବିଶିଷ୍ଟ ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଗୌହର ବାତ୍ସାୟନଙ୍କୁ ଆମନ୍ତ୍ରଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।  

କେନ୍‌ଷ୍ଟାର ଆଣିଲା ନୂଆ କୁଲର

କେନ୍‌ଷ୍ଟାର ଆଣିଲା ନୂଆ କୁଲର

ଭୁବନେଶ୍ୱର,୨୦-୪ (ବ୍ୟୁରୋ): ଆପ୍ଲାଏନ୍ସ, ହୋମ,କିଚେନ ଆପ୍ଲାଏନ୍ସ,କୁଲର ନିର୍ମାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ କେନ୍‌ଷ୍ଟାର ପକ୍ଷରୁ ନୂଆ ‘କୁଲବ୍ଲାଷ୍ଟର’ କୁଲର ବଜାରକୁ ଆସିଛି। ଏଥିରେ ୨ଟି ମଡେଲ ସାମିଲ ରହିଛି। ଏହା ରିମୋଟ ଏବଂ ଅଣରିମୋଟରେ ପରିଚାଳିତ ହୋଇ ପାରୁଛି। ନୂଆ ପ୍ରଡକ୍ଟକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସପନ୍ସ ମିଳୁଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। 

ହୋଣ୍ଡା ପକ୍ଷରୁ ମତଦାନ ସଚେତନତା

ହୋଣ୍ଡା ପକ୍ଷରୁ ମତଦାନ ସଚେତନତା

ଭୁବନେଶ୍ୱର,୨୦-୪: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ଏହାର ଆକ୍ଟିଭ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମତଦାନକୁ ନେଇ ସଚେତନତା ସୃଷ୍ଟି କରୁଛି। କମ୍ପାନୀ ସର୍ବଭାରତୀୟ ସ୍ତରରେ ଏହି ଅଭିଯାନ ଆରମ୍ଭ କରିଥିବା ବେଳେ  ଲୋକମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଉଛି। ଚଳିତ ମାସ ୨୩ରେ ହେବାକୁ ଥିବା ଭୋଟରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେବାକୁ ହୋଣ୍ଡା ପକ୍ଷରୁ ଲୋକଙ୍କୁ ଆହ୍ବାନ କରାଯାଇଛି। ଏହି ସମୟରେ ଯେଭଳି ଭାବେ କୌଣସି ବି ସିଟ୍‌ ଖାଲି ନ ଯାଏ ତାହା ନିଶ୍ଚିତ କରିବାକୁ ଭୋଟର ମାନଙ୍କୁ ଉତ୍ସାହିତ କରାଯାଉଛି। ଭୋଟ ଦେଇ ଯିବା ବେଳେ ପଛ ସିଟ୍‌ରେ ନିଜର ପଡୋଶୀ, ବନ୍ଧୁ,ପରିଜନଙ୍କୁ ବସାଇ ନେବାକୁ କମ୍ପାନୀ ଏହାର ଗ୍ରାହକଙ୍କୁ କହିଛି। ଏକ ସକରାତ୍ମକ ପରିବର୍ତ୍ତନ ସହ ଭାରତକୁ ଏକ ଆକ୍ଟିଭ ଇଣ୍ଡିଆ ଭାବେ ଗଢି ତୋଳିବା ଲାଗି କମ୍ପାନୀ ପଦକ୍ଷେପ ନେଇଥିବା ଏହାର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂ ଗୁଲେରିଆ ସୂଚନା ଦେଇଛନ୍ତି। 

ଆସିଲା ନୂଆ ହ୍ୟୁଣ୍ଡାଇ ‘ଭେନ୍ୟୁ’

ଆସିଲା ନୂଆ ହ୍ୟୁଣ୍ଡାଇ ‘ଭେନ୍ୟୁ’

ଭୁବନେଶ୍ୱର,୨୦-୪: ପ୍ରମୁଖ କାର ମାନୁଫାକ୍‌ଚରର ହ୍ୟୁଣ୍ଡାଇ ପକ୍ଷରୁ ଦେଶର ପ୍ରଥମ କନେକ୍‌ଟେଡ ଏସ୍‌ୟୁଭି ‘ହ୍ୟୁଣ୍ଡାଇ ଭେନ୍ୟୁ’ର ବଜାର ପ୍ରବେଶ କରାଯାଇଛି। ଏହାକୁ ପୂର୍ବରୁ ୨୦୧୯ ନ୍ୟୁୟର୍କ ଅଟୋ ଶୋ’ରେ ସାମିଲ କରାଯାଇଥିଲା। ଏହି ଷ୍ଟାଇଲିସ ଏସ୍‌ୟୁଭିକୁ ଆରବ ସାଗରର ଏକ କ୍ରୁଜ ଲାଇନରରେ ଉନ୍ମୋଚନ କରାଯାଇଛି। କମ୍ପାନୀର ଏମ୍‌ଡି ତଥା ସିଇଓ ଏସ୍‌.ଏସ୍‌.କିମ୍‌ ଏହାର ବଜାର ପ୍ରବେଶ କରାଇଛନ୍ତି। ଭାରତ ବଜାରରେ ବିଶ୍ୱ ସ୍ତରୀୟ ପ୍ରଡକ୍ଟ ଯୋଗାଣ ଲାଗି ସର୍ବଦା ପ୍ରତିବଦ୍ଧତା ଦେଖାଇ  ଆସିଛୁ ବୋଲି ସିଇଓ କିମ୍‌ କହିଛନ୍ତି। ଦେଶର ପ୍ରଥମ କନେଟେଡ ଯାନ ହୋଇଥିବାରୁ ଏହା ଗ୍ରାହକଙ୍କ ଦ୍ୱାରା ଆଦୃତି ଲାଭ କରିବ। ଏକ ଉନ୍ନତ ଓନରଶିପ ଅଭିଜ୍ଞତା ସହ ସୁରକ୍ଷା ଏବଂ ଶସକ୍ତ ଦିଗରେ ଏହା କାର୍ଯ୍ୟ କରିବ। ହ୍ୟୁଣ୍ଡାଇ ବ୍ଲୁ ଲିଙ୍କ ଟେକ୍ନୋଲୋଜିକୁ ଏଥିରେ ସାମିଲ କରାଯାଇଥିବା କିମ୍‌ କହିଛନ୍ତି। ୩୩ କନେକଟେଡ ଫିଚର ମଧ୍ୟରୁ ୧୦ କେବଳ ଭାରତ ବଜାରକୁ ରଖି ପ୍ରସ୍ତୁତ କରାଯାଇଛି। କାପା ୧.୦ ଟି-ଜିଡିଆଇ ପେଟ୍ରୋଲ,୧.୨ ଲିଟର ପେଟ୍ରୋଲ,୧.୪ ଲିଟର ଡିଜେଲ,  ୭ ସ୍ପିଡ ଡୁଆଲ କ୍ଲଚ ଟ୍ରାନ୍ସମିଶନ ଏବଂ ବୋଲ୍ଡ ଡିଜାଇନକୁ କମ୍ପାନୀ ଏଥିରେ ଗୁରୁତ୍ୱ ଦେଇଛି। 

ଆଇସିଆଇସିଆଇର ତତ୍କାଳ ଅଟୋ ଲୋନ

ଆଇସିଆଇସିଆଇର ତତ୍କାଳ ଅଟୋ ଲୋନ

ଭୁବନେଶ୍ୱର,୨୦-୪: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨ ନୂଆ ସେବା ଶୁଭାରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ କାର ଏବଂ ଦୁଇଚକିଆ ଯାନର ଚୂଡାନ୍ତ ମଞ୍ଜୁରୀ ପତ୍ର ତତ୍କାଳ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ପ୍ରଥମ ସେବାର ନାମ ଇନଷ୍ଟା ଅଟୋ ଲୋନ ହୋଇଥିବା ବେଳେ ୭ ବର୍ଷ ବିଶିଷ୍ଟ ୨୦ ଲକ୍ଷ ଟଙ୍କାର କାର ଋଣ ଗ୍ରାହକ ତତ୍କାଳ ପାଇ ପାରିବେ। ଦ୍ୱିତୀୟ ସେବାଟି ହେଉଛି ଇନଷ୍ଟା ଟୁହ୍ବିଲର୍ସ ଲୋନ। ଏହା ଦ୍ୱାରା ୩ ବର୍ଷ ଅବଧିରେ ଗ୍ରାହକମାନେ ୨ ଲକ୍ଷ ଟଙ୍କାର ଋଣ ପାଇ ପାରିବେ। ସର୍ବଦା ଗ୍ରାହକଙ୍କୁ ନୂଆ ସେବା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ବ୍ୟାଙ୍କର ସିକ୍ୟୁରର୍ଡ ଆସେଟ ମୁଖ୍ୟ ରବି ନାରାୟଣନ କହିଛନ୍ତି। 


ନିର୍ବାଚନ ଲାଗି ରାପିଡୋର ମାଗଣା ଯାତ୍ରା ସୁବିଧା

ନିର୍ବାଚନ ଲାଗି ରାପିଡୋର ମାଗଣା ଯାତ୍ରା ସୁବିଧା

ଭୁବନେଶ୍ୱର,୨୦-୪ : ପ୍ରମୁଖ ବାଇକ ଟାକ୍ସି ସେବା ପ୍ରଦାନକାରୀ ରାପିଡୋ ପକ୍ଷରୁ ନିର୍ବାଚନ ସମୟରେ ଲୋକଙ୍କୁ ମାଗଣା ଯାତ୍ରା ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଭୁବନେଶ୍ୱର ଏବଂ କଟକ ସହରରେ ଉପଲବ୍ଧ ରହିବ।  ଏଥି ପାଇଁ ଗ୍ରାହକ ରାପିଡୋ ଆପ୍‌କୁ ଯାଇ ରାପିଡୋ ବାଇକ୍‌ ବୁକ୍‌ କରି ପାରିବେ। ମତଦାନର ଗୁରୁତ୍ୱକୁ ବିଚାର କରି କମ୍ପାନୀ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି। ଲୋକମାନେ ମତଦାନ କେନ୍ଦ୍ରରେ କିଭଳି ଠିକ୍‌ ସମୟରେ ପହଞ୍ଚି ପାରିବେ ସେ ଦିଗରେ ଏହା ବିଭିନ୍ନ ଯୋଜନା ଗ୍ରହଣ କରିଛି। ବୁକିଂ ବେଳେ ଗ୍ରାହକମାନେ କୁପନ କୋଡ ଆଇଭୋଟକୁ ବ୍ୟବହାର କରିବାକୁ କୁହାଯାଇଛି। ସାଧାରଣ ଭାବେ ଲୋକମାନେ ରାପିଡୋ ବାଇକ ଟାକ୍ସି ବୁକ କରିବାକୁ ଚାହୁଁଥିଲେ ୩ କିମି ପିଛା ୧୦ ଟଙ୍କା ଚାର୍ଜ ଲାଗିବ। ନିର୍ଦ୍ଧାରିତ ସହରଗୁଡିକରେ ମତଦାନ ସମୟରେ ଲୋକଙ୍କୁ ଏହି ସୁବିଧା କରାଯାଇଥିବା ରାପିଡୋ ବାଇକ ଟାକ୍ସିର ସିଟି ହେଡ ଶିବାଶିଷ ରଥ ସୂଚନା ଦେଇଛନ୍ତି। 

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟିଭେସନାଲ୍‌ ଟକ୍‌

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟିଭେସନାଲ୍‌ ଟକ୍‌

ଭୁବନେଶ୍ୱର,୨୦-୪: କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋଟିଭେସନାଲ ଟକ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାର ଚେୟାରମ୍ୟାନ ତଥା କିଟ୍‌ର ପ୍ରତିଷ୍ଠାତା ସଦସ୍ୟ ଡ. ଚିତ୍ତ ରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କେୟାର ହସ୍ପିଟାଲରେ ଲାଇଭ ଅପରେଟିଭ୍‌ ଓ୍ବାର୍କଶପ

କେୟାର ହସ୍ପିଟାଲରେ ଲାଇଭ ଅପରେଟିଭ୍‌ ଓ୍ବାର୍କଶପ

ଭୁବନେଶ୍ୱର,୨୦-୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଲାଇଭ୍‌ ଅପରେଟିଭ ଓ୍ବାର୍କଶପ ଅନୁଷ୍ଠିତ ହୋଇଯାଇଛି। ମିନିମାଲି ଇନ୍‌ଭାସିଭ୍‌ ଅପରେଶନ ଉପରେ ଏହା ପର୍ଯ୍ୟବେସିତ ଥିଲା। ପ୍ରତିଷ୍ଠିତ କର୍କଟ ବିଶେଷଜ୍ଞ ଡକ୍ଟର ଶୈଳେଶ ପୁନତାମ୍ବେକରଙ୍କ ଲାଇଭ୍‌ ଅପରେଶନ ଏଠାରେ ପ୍ରଦର୍ଶନ କରାଯାଇଥିଲା। ମିନିମାଲି ଇନ୍‌ଭାସିଭ୍‌ ସର୍ଜରୀ ସମ୍ପର୍କୀତ ଅଭିଜ୍ଞତା ସମ୍ପର୍କରେ ଡକ୍ଟର ପୁନତାମ୍ବେକର ଏଠାରେ ଉପସ୍ଥିତ ଡାକ୍ତର ମାନଙ୍କୁ ବର୍ଣ୍ଣନା କରିଥିଲେ। ଅପରେଶନ ଥିଏଟରରୁ ଏହି ସିଧାପ୍ରସାରଣକୁ ଅନ୍ୟ ଡାକ୍ତରମାନେ ଦେଖିଥିଲେ। ଉକ୍ତ ଅପରେଶନ ଦ୍ୱାରା ସିଏ ଷ୍ଟୋମାକ ଏବଂ ସିଏ କାର୍ଭିକ୍ସର ସଫଳ ଉପଚାର କରାଯାଇଥିଲା। ଏଥିରେ ପ୍ରଫେସର ଜାତଶଙ୍କର ମହାପାତ୍ର, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ରିତେଶ ରାଏ ପ୍ରମୁଖ ଉପସ୍ଥିତ ଥିଲେ। 

ଏବେ ବି ଜେଟ୍‌ର ଉଡ଼ିବାର ଆଶା;ଡିଜିସିଏ ମାଗିଲା ପୁନରୁଦ୍ଧାର ଯୋଜନା

ଏବେ ବି ଜେଟ୍‌ର ଉଡ଼ିବାର ଆଶା;ଡିଜିସିଏ ମାଗିଲା ପୁନରୁଦ୍ଧାର ଯୋଜନା

ନୂଆଦିଲ୍ଲୀ,୧୯-୪: ଆର୍ଥିକ ସଙ୍କଟ କାରଣରୁ ଘରୋଇ ବିମାନ କମ୍ପାନୀ ଦୀର୍ଘ ୨୫ ବର୍ଷ ପରେ ଉଡ଼ାଣ ତଥା ପରିଚାଳନା ବନ୍ଦ କରିଦେଇଛି। ଏବେ ପୁନର୍ବାର କେବେ ଉଡ଼ିବ ସେ ନେଇ କାହା ନିକଟରେ ଉତ୍ତର ନାହିଁ। 

ଜେଟ୍‌ ଏୟାରଓ୍ବେଜର ୩୫୦୦ କୋଟି ରିଫଣ୍ଡ ବାକି: ଫେରସ୍ତ ନେଇ ସଂଶୟ

ଜେଟ୍‌ ଏୟାରଓ୍ବେଜର ୩୫୦୦ କୋଟି ରିଫଣ୍ଡ ବାକି: ଫେରସ୍ତ ନେଇ ସଂଶୟ

ନୂଆଦିଲ୍ଲୀ,୧୯-୧୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। ତେବେ ବିଗତ ପ୍ରାୟ ଏକମାସ ହେବ କମ୍ପାନୀ ବିମାନ ଯାତ୍ରା ନେଇ ଆଗୁଆ ଟିକେଟ କାଟିସାରିଥିଲା। 

ଜେଟ୍‌କୁ ବଞ୍ଚାଇବାର ୨ଟି ମାର୍ଗ, ବିଫଳ ହେଲେ ବନ୍ଦ ହେବ କମ୍ପାନୀ

ଜେଟ୍‌କୁ ବଞ୍ଚାଇବାର ୨ଟି ମାର୍ଗ, ବିଫଳ ହେଲେ ବନ୍ଦ ହେବ କମ୍ପାନୀ

ନୂଆଦିଲ୍ଲୀ,୧୯-୧୪: ଜେଟ୍‌ ଏୟାରଓ୍ବେଜକୁ ବଞ୍ଚାଇବା ଲାଗି ଏବେ ଦୁଇଟି ମାର୍ଗ ରହିଛି। ଏହା ବିଫଳ ହେଲେ କମ୍ପାନୀ ସବୁଦିନ ଲାଗି ବନ୍ଦ ହୋଇଯିବ। ପ୍ରଥମ ମାର୍ଗଟି ହେଲା ବିଡିଂ ପ୍ରକ୍ରିୟା। 

ଫେବୃୟାରୀରେ ଟେଲିକମ୍‌ ଗ୍ରାହକଙ୍କ ସଂଖ୍ୟା ୧୨୦.୫୪ କୋଟି

ଫେବୃୟାରୀରେ ଟେଲିକମ୍‌ ଗ୍ରାହକଙ୍କ ସଂଖ୍ୟା ୧୨୦.୫୪ କୋଟି

ନୂଆଦିଲ୍ଲୀ,୧୯-୪: ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ ଯୁଗ୍ମ ରୂପରେ ୮୬.୩୯ ନୂଆ ମୋବାଇଲ ଗ୍ରାହକ ଯୋଡିଛନ୍ତି। ତେବେ ଅନ୍ୟ ଟେଲିକମ ଅପରେଟରଙ୍କ ଗ୍ରାହକଙ୍କ ସଂଖ୍ୟା ୬୯.୯୩ ଲକ୍ଷ ହ୍ରାସ ପାଇଛି। 

ହୋଣ୍ଡା ବିଗ୍‌ଓ୍ବିଙ୍ଗ ଶୁଭାରମ୍ଭ

ହୋଣ୍ଡା ବିଗ୍‌ଓ୍ବିଙ୍ଗ ଶୁଭାରମ୍ଭ

ଭୁବନେଶ୍ୱର,୧୯-୪: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ପ୍ରିମିୟମ ବାଇକ ବ୍ୟବସାୟ ‘ହୋଣ୍ଡା ବିଗ୍‌ ଓ୍ବିଙ୍ଗ’ ଶୁଭାରମ୍ଭ ହୋଇଛି।

୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହେଲା ମାଇଣ୍ଡଟ୍ରି

୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହେଲା ମାଇଣ୍ଡଟ୍ରି

ନୂଆଦିଲ୍ଲୀ,୧୯-୪: କମ୍ପାନୀ ପ୍ରତିଷ୍ଠା ହେବାର ଦୀର୍ଘ ୨୦ ବର୍ଷ ପରେ ମାଇଣ୍ଡଟ୍ରି ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୦୦ କୋଟି ଡଲାର କ୍ଲବ୍‌ରେ ସାମିଲ ହୋଇଛି। ବୃହତ ଇଞ୍ଜିନିୟରିଂ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ(ଏଲ୍‌ଆଣ୍ଡଟି)ର ବଳପୂର୍ବକ ଅଧିଗ୍ରହଣ ଉଦ୍ୟମ ଭିତରେ କମ୍ପାନୀ ବୋର୍ଡ ୩୦% ଅନ୍ତରୀଣ ଲାଭାଂଶ ଘୋଷଣା କରିଛି।

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪:  ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। 

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଭୁବନେଶ୍ୱର,୧୯ା୪:ବର୍ତ୍ତମାନ ପ୍ରଚଳିତ ୩ ଲୋକାଲ ଟ୍ରେନ ବଦଳରେ ନୂଆ କରି ଆଉ ୩ ମେମୁ ଟ୍ରେନ ଚଳାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

୨୧ ବର୍ଷରେ ଡୁବିଛନ୍ତି ୧୨ ବିମାନ କମ୍ପାନୀ

୨୧ ବର୍ଷରେ ଡୁବିଛନ୍ତି ୧୨ ବିମାନ କମ୍ପାନୀ

ଗୋଟିଏ ପଟେ ଦେଶରେ ବିମାନଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟ ପଟେ କ୍ଷତି ସହି ନ ପାରି ବିମାନ କମ୍ପାନୀଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେଉଛନ୍ତି। ତଥ୍ୟ ମୁତାବକ ଗତ ୨୧ ବର୍ଷରେ ୧୨ ବିମାନ କମ୍ପାନୀ ବନ୍ଦ ହୋଇଯାଇଛି। ବନ୍ଦ ହୋଇଥିବା ବିମାନ କମ୍ପାନୀଗୁଡିକ ମଧ୍ୟରେ...

ସଙ୍କଟରେ ୨୦,୦୦୦ ଜେଟ୍‌ କର୍ମଚାରୀଙ୍କ ଭବିଷ୍ୟତ

ସଙ୍କଟରେ ୨୦,୦୦୦ ଜେଟ୍‌ କର୍ମଚାରୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୧୯-୪: ଜେଟ ଏୟାର ସାମୟିକ ଭାବେ ଏହାର ଉଡାଣକୁ ବୁଧବାର ରାତିରୁ ବନ୍ଦ କରି ଦେଇଥିବା ବେଳେ ବିମାନ କମ୍ପାନୀରେ କାର୍ଯ୍ୟ କରୁଥିବା ୨୦,୦୦୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଇଛି। 

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ,୧୮-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି। ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୧୮-୪: ଟାଇମ ପତ୍ରିକା ପକ୍ଷରୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ ୩ ଭାରତୀୟ ସାମିଲ ହୋଇଛନ୍ତି।