ବାଣିଜ୍ୟ

ଖରୋଲା ବେସାମରିକ ବିମାନ ଚଳାଚଳ ସଚିବ

ଖରୋଲା ବେସାମରିକ ବିମାନ ଚଳାଚଳ ସଚିବ

ନୂଆଦିଲ୍ଲୀ,୭-୨:  ଏୟାର ଇଣ୍ଡିଆ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କୁ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି। 

ଭାଇଜାଗରେ ବିଶ୍ୱର ପ୍ରଥମ ହାଣ୍ଡିକ୍ରାପ୍ଟସ ହୋଟେଲ

ଭାଇଜାଗରେ ବିଶ୍ୱର ପ୍ରଥମ ହାଣ୍ଡିକ୍ରାପ୍ଟସ ହୋଟେଲ

ଭୁବନେଶ୍ୱର,୭-୨ : ଲି ସୂତ୍ର ହୋଟେଲ ମୁମ୍ବାଇର ଏକ ସଂସ୍ଥା ପାଲ୍ମ ବିଚ୍‌ ହୋଟେଲ ପକ୍ଷରୁ ବିଶ୍ୱର ପ୍ରଥମ ହାଣ୍ଡିକ୍ରାଫ୍ଟସ ହୋଟେଲ ‘ଦି ଆନ୍ଧ୍ର ଆର୍ଟ ଆଣ୍ଡ କ୍ରାଫ୍ଟ ହୋଟେଲ’ ଭାଇଜାଗଠାରେ ଖୋଲିଛି। 

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୭-୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଚଳିତ ମାସ ୪ରୁ ୧୦ ତାରିଖ ଯାଏ ସାରା ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। କମ୍ପାନୀ ଏହାର ୮,୫୦୦ ଟଚ୍‌ ପଏଣ୍ଟରେ ଲୋକଙ୍କୁ ‘ହେଲମେଣ୍ଟ ଅନ୍‌ ଲାଇଫ ଅନ୍‌’ବାର୍ତ୍ତା ପ୍ରଦାନ କରୁଛି। 

ମର୍ସିଡ଼ିଜ ବେଞ୍ଜ ଆଣିଲା ନୂଆ ଭି-କ୍ଲାସ

ମର୍ସିଡ଼ିଜ ବେଞ୍ଜ ଆଣିଲା ନୂଆ ଭି-କ୍ଲାସ

ପୁନେ,୭-୨: ଲକଜ୍ୟୁରି କାର ନିର୍ମାତା ମର୍ସିଡିଜ ବେଞ୍ଜ ପକ୍ଷରୁ ଘରୋଇ ବଜାରରେ ନୂଆ ଲକଜ୍ୟୁରୀ ମଲ୍ଟି ପରପସ ଭେଇକିଲ(ଏମ୍‌ପିଭି) ଭି-କ୍ଲାସ ବଜାରକୁ ଆସିଛି। ଏହା ଏକ ଉଚ୍ଚଗୁଣବତ୍ତା ସମ୍ପର୍ନ ପାସେଞ୍ଜର କାର ହୋଇଥିବା ବେଳେ ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି ବିଭିନ୍ନ ବିକଳ୍ପ ଏଥିରେ ପ୍ରଦାନ କରାଯାଇଥିବା  କମ୍ପାନୀ ପ୍ରକାଶ କରିଛି। 

ଜର୍ମାନୀରେ ଟେକ୍‌ ସେଣ୍ଟର ସ୍ଥାପନ କଲା ହିରୋ ମୋଟୋକର୍ପ

ଜର୍ମାନୀରେ ଟେକ୍‌ ସେଣ୍ଟର ସ୍ଥାପନ କଲା ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୬-୨: ହିରୋ ମୋଟୋକର୍ପ ଲିମିଟେଡ ପକ୍ଷରୁ ଜର୍ମାନୀରେ ଏକ ଟେକ୍‌ ସେଣ୍ଟର ସ୍ଥାପନ ହୋଇଛି। ଏହା ରିସର୍ଚ୍ଚ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବ। ଏହା କମ୍ପାନୀର ବିଶ୍ୱ ସ୍ତରୀୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। 

ସାମ୍‌ସଙ୍ଗର ନୂଆ ଗାଲାକ୍ସି ଏମ୍‌

ସାମ୍‌ସଙ୍ଗର ନୂଆ ଗାଲାକ୍ସି ଏମ୍‌

ଗୁରୁଗ୍ରାମ,୬-୨: ସାମ୍‌ସଙ୍ଗ ଇଣ୍ଡିଆ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌ ୨୦ ଏବଂ ଏମ୍‌ ୧୦ ସ୍ମାର୍ଟ ଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କୁ ନଜରରେ ରଖି କମ୍ପାନୀ ଏହି ସ୍ମାର୍ଟଫୋନକୁ ବଜାରକୁ ଛାଡ଼ିଛି। 

୩ ଏନ୍‌ଏଚ୍‌ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ଦେବେ ନୀତିନ ଗଡକରୀ

୩ ଏନ୍‌ଏଚ୍‌ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ଦେବେ ନୀତିନ ଗଡକରୀ

ଭୁବନେଶ୍ୱର,୬-୨: କେନ୍ଦ୍ର ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଓଡିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାଶ  କରିବେ। 

ହୋଣ୍ଡା କାରସ ଇଣ୍ଡିଆର ବିକ୍ରି ଅଭିବୃଦ୍ଧି

ହୋଣ୍ଡା କାରସ ଇଣ୍ଡିଆର ବିକ୍ରି ଅଭିବୃଦ୍ଧି

ନୂଆଦିଲ୍ଲୀ,୬-୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ଜାନୁୟାରୀରେ ୨୩% ବିକ୍ରି ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ କମ୍ପାନିର ଘରୋଇ ବଜାର ବିକ୍ରି ୧୮,୨୬୧ ୟୁନିଟ ରହିଛି। 

ଉଜ୍ଜ୍ୱଳା ଆଣିଦେଲା ବଡ଼ ଉପଲବ୍ଧି; ଏଲ୍‌ପିଜି ବ୍ୟବହାରରେ ଭାରତ ବିଶ୍ୱରେ ଦ୍ୱିତୀୟ

ଉଜ୍ଜ୍ୱଳା ଆଣିଦେଲା ବଡ଼ ଉପଲବ୍ଧି; ଏଲ୍‌ପିଜି ବ୍ୟବହାରରେ ଭାରତ ବିଶ୍ୱରେ ଦ୍ୱିତୀୟ

ନୂଆଦିଲ୍ଲୀ,୬-୨: ଗରିବ ମହିଳାଙ୍କ ଘରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ଉଦ୍ଦେଶ୍ୟରେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ଉଜ୍ଜ୍ୱଳା ଯୋଜନା। ଏବେ ଏହି ଯୋଜନାରେ ୬ କୋଟି ଗରିବଙ୍କ ଘରେ ଏଲ୍‌ପିଜି ପହଞ୍ଚତ୍ ପାରିଛି।

୨୪ ଘଣ୍ଟାରେ ମିଳିବ ଆୟକର ରିଫଣ୍ଡ

୨୪ ଘଣ୍ଟାରେ ମିଳିବ ଆୟକର ରିଫଣ୍ଡ

ନୂଆଦିଲ୍ଲୀ,୬-୨: ଟିକସଦାତାଙ୍କୁ ତୁରନ୍ତ ରିଫଣ୍ଡ ପ୍ରଦାନ ଲାଗି ରାଜସ୍ବ ବିଭାଗ ପକ୍ଷରୁ ଏକ ପ୍ରଣାଳି ତିଆରି କରାଯିବ। ୨୦୨୧ ସୁଦ୍ଧା ଆୟକର ରିଟର୍ନକୁ ଯାଞ୍ଚ କରି ୨୪ଘଣ୍ଟା ଭିତରେ ଯେପରି ରିଫଣ୍ଡ ଦିଆଯାଇପାରିବ ସେଥିନେଇ ପ୍ରଣାଳି ବିକଶିତ କରାଯିବ ବୋଲି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ପ୍ରକାଶ କରିଛନ୍ତି। 

୨୦୪୩ ଋଣଗ୍ରହିତାଙ୍କ ଉପରେ ୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଋଣ

୨୦୪୩ ଋଣଗ୍ରହିତାଙ୍କ ଉପରେ ୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଋଣ

ନୂଆଦିଲ୍ଲୀ,୬-୨:  ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୨୫ କୋଟିରୁ ଅଧିକ ଟଙ୍କା ଋଣ ନେଇଥିବା ୨୦୪୩ ଜଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି

ଭାରତ ଛାଡ଼ିବାକୁ ଓ୍ବାଲମାର୍ଟର ପ୍ରସ୍ତୁତି;ଆମାଜନ-ଫ୍ଲିପ୍‌କାର୍ଟରୁ ୪ ଲକ୍ଷ ସାମଗ୍ରୀ ଗାଏବ

ଭାରତ ଛାଡ଼ିବାକୁ ଓ୍ବାଲମାର୍ଟର ପ୍ରସ୍ତୁତି;ଆମାଜନ-ଫ୍ଲିପ୍‌କାର୍ଟରୁ ୪ ଲକ୍ଷ ସାମଗ୍ରୀ ଗାଏବ

ନୂଆଦିଲ୍ଲୀ,୬-୨: ରିଟେଲ ସେକ୍ଟରରେ କେନ୍ଦ୍ର ସରକାର ଫେବୃୟାରୀ ପହିଲାରୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିିନିବେଶ(ଏଫ୍‌ଡିଆଇ) ନିୟମ ଲାଗୁ କରିଛନ୍ତି। ଫଳରେ ଏହାର ପ୍ରଭାବରେ ବଡ଼ ଅନ୍‌ଲାଇନ୍‌ କମ୍ପାନୀଗୁଡ଼ିକ  ଦୋହଲି ଯାଇଛି। 

ଅତିରିକ୍ତ ୩୬ ହଜାର କୋଟି ଋଣ କରିବ କେନ୍ଦ୍ର

ଅତିରିକ୍ତ ୩୬ ହଜାର କୋଟି ଋଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୬-୨: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ନିଜର ଖର୍ଚ୍ଚ ତୁଲାଇବା ଲାଗି ଧାର୍ଯ୍ୟ ଦିନ ଆଧାରିତ ସିକ୍ୟୁରିଟିଜ ଜରିଆରେ ୩୬ ହଜାର କୋଟି ଟଙ୍କାର ଅତିରିକ୍ତ ଋଣ କରିବାକୁ ଯାଉଛନ୍ତି।

ଆର୍‌ବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ

ଆର୍‌ବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ

ମୁମ୍ବାଇ,୬-୨: ବହୁ ପ୍ରତୀକ୍ଷିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ତିନି ଦିବସୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ଗୁରୁବାର କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି ଘୋଷଣା କରିବେ। 

ଇପିଏଫଓ ସଦସ୍ୟଙ୍କୁ ମିଳିପାରେ ବଡ଼ ପେନସନ ଉପହାର;୩୦୦୦ ଟଙ୍କାକୁ ବଢ଼ିପାରେ ସର୍ବନିମ୍ନ ପେନସନ

ଇପିଏଫଓ ସଦସ୍ୟଙ୍କୁ ମିଳିପାରେ ବଡ଼ ପେନସନ ଉପହାର;୩୦୦୦ ଟଙ୍କାକୁ ବଢ଼ିପାରେ ସର୍ବନିମ୍ନ ପେନସନ

ନୂଆଦିଲ୍ଲୀ,୫-୨: କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ  ଅନ୍ତରୀଣ ବଜେଟରେ ଅଣସଂଗଠିତ କ୍ଷେତ୍ରର କର୍ମଚାରୀ/ଶ୍ରମିକଙ୍କ ଲାଗି ପେନସନ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏବେ ଇପିଏଫ୍‌ଓ ସଦସ୍ୟଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଖୁବଶୀଘ୍ର ଇପିଏଫ୍‌ଓ ସଦସ୍ୟଙ୍କ ସର୍ବନିମ୍ନ ପେନସନ ୩ ହଜାର ଟଙ୍କାକୁ ବୃଦ୍ଧି ପାଇବାକୁ ଯାଉଛି।

ଡାକଘରେ ପଡ଼ିରହିଛି ଦାବିହୀନ ୯ହଜାର କୋଟି

ଡାକଘରେ ପଡ଼ିରହିଛି ଦାବିହୀନ ୯ହଜାର କୋଟି

ନୂଆଦିଲ୍ଲୀ,୫-୨: ଦେଶର ଡାକଘରେ ପ୍ରାୟ ୯ହଜାର କୋଟି ଟଙ୍କା ପଡ଼ିରହିଛି। ଏହାର କେହି ଦାବିଦାର ନାହାନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ୬ଟି କ୍ଷୁଦ୍ର ସଞ୍ଚୟ ଯୋଜନା ଯଥା- କିଷାନ ବିକାଶ ପତ୍ର(୨,୪୨୯କୋଟି ଟଙ୍କା), ମାସିିକ ଆୟ ଯୋଜନା(୨,୦୫୭ କୋଟି ଟଙ୍କା), ଜାତୀୟ ସଞ୍ଚୟ ସାର୍ଟିଫିକେଟ(୧,୮୮୮ କୋଟି ଟଙ୍କା), ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(୨୮୯ କୋଟି ଟଙ୍କା), ରେକରିଂ ଡିପୋଜିଟ୍‌(୭୯୬ କୋଟି ଟଙ୍କା) ଏବଂ ଟାଇମ ଡିପୋଜିଟ୍‌(୧,୯୩୫ କୋଟି ଟଙ୍କା)ରେ ମୋଟ ୯,୩୯୫ କୋଟି ଟଙ୍କା ପଡ଼ିରହିଛି। 

ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ;ଅର୍ଥନୀତିରେ  ନାହିଁ ଅଧେ ଜନସଂଖ୍ୟାର ଯୋଗଦାନ

ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ;ଅର୍ଥନୀତିରେ ନାହିଁ ଅଧେ ଜନସଂଖ୍ୟାର ଯୋଗଦାନ

ନୂଆଦିଲ୍ଲୀ,୫-୨: ନ୍ୟାଶନାଲ ସାମ୍ପଲ ସର୍ଭେ ଅଫିସ(ଏନ୍‌ଏସ୍‌ଏସ୍‌ଓ)ର ସଦ୍ୟତମ ନିଯୁକ୍ତି ସର୍ଭେ ରିପୋର୍ଟ ନିକଟରେ ପ୍ରକାଶ ପାଇଥିଲା। ଏହି ଅସମର୍ଥତ୍ତ ରିପୋର୍ଟରେ ଚକିତ କଲା ଭଳି ତଥ୍ୟ ପଦାକୁ ଆସିଛି। 

‘ଚୋକ୍‌ସୀଙ୍କୁ ଭାରତ ପ୍ରତ୍ୟର୍ପଣ ଉଦ୍ୟମ ଚାଲିଛି’

‘ଚୋକ୍‌ସୀଙ୍କୁ ଭାରତ ପ୍ରତ୍ୟର୍ପଣ ଉଦ୍ୟମ ଚାଲିଛି’

ଜର୍ଜଟାଉନ,୫-୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକ୍‌ସୀଙ୍କୁ ଆଣ୍ଟିଗୁଆରୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ସରକାରଙ୍କ ନିର୍ଦ୍ଦେଶ

ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ସରକାରଙ୍କ ନିର୍ଦ୍ଦେଶ

ଲଣ୍ଡନ,୫-୨: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ଗୃହ ସଚିବ ସାଜିଦ ଜାଭିଦ ସୋମବାର ନିର୍ଦ୍ଦେଶ ସଂକ୍ରାନ୍ତ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ବ୍ରିଟେନ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ମାଲ୍ୟାଙ୍କୁ ଜୋର ଝଟ୍‌କା ଲାଗିଛି।

ସ୍ବର୍ଣ୍ଣିମ ବେଭରେଜ୍‌ ଆଣିଲା ନୂଆ ଗ୍ଲୁକୋରିଚ୍‌

ଭୁବନେଶ୍ୱର,୫-୨: ସ୍ବର୍ଣ୍ଣିମ ଅର୍ଗାନିକ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର ନୂଆ ପ୍ରଡକ୍ଟ ଗ୍ଲୁକୋରିଚ୍‌ ବଜାରକୁ ଆସିଛି। ଏହା ଏକ ଏନର୍ଜି ବୋଷ୍ଟର ଭାବେ ବଜାରରେ ପ୍ରବେଶ କରିଛି। ଅନଲିମିଟେଡ ଲିଚି, କଚା ଆମ୍‌ ଏବଂ ଜୁସି ଅରେଞ୍ଜ ଭଳି ୩ ସ୍ବାଦରେ ଏହା ଉପଲବ୍ଧ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

ଆସିଲା ନୂଆ ଟାଟା ହାରିୟର

ଆସିଲା ନୂଆ ଟାଟା ହାରିୟର

ଭୁବନେଶ୍ୱର,୫-୨: ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ଓଡ଼ିଶା ବଜାରରେ ବହୁ ପ୍ରତୀକ୍ଷିତ ମଡେଲ‘ହାରିୟର’ ପ୍ରବେଶ କରିଛି । ସ୍ଥାନୀୟ ଗୁଗନାନୀ ମୋଟର୍ସଠାରେ ଏହି ମଡେଲଟିକୁ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ,ବରିଷ୍ଠ ପ୍ରବନ୍ଧକ ରାଜ ଭଟ୍ଟ, ଡିଲର ପ୍ରିନ୍ସପାଲ ରାଜନ ଗୁଗନାନୀ ଉନ୍ମୋଚନ କରାଇଥିଲେ। 

କାନାରା ବ୍ୟାଙ୍କ ପକ୍ଷରୁ ମେଗା ରିଟେଲ ଏକ୍ସପୋ

କାନାରା ବ୍ୟାଙ୍କ ପକ୍ଷରୁ ମେଗା ରିଟେଲ ଏକ୍ସପୋ

ଭୁବନେଶ୍ୱର ,୫-୨:କାନାରା ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ମେଗା ରିଟେଲ ଏକ୍ସପୋ ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କାନାରା ବ୍ୟାଙ୍କର ମହାପ୍ରବନ୍ଧକ ତଥା ବ୍ୟାଙ୍କର ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରମୁଖ ବିଲ୍ଡର ଏବଂ ଗାଡି ଡିଲରମାନେ ନିଜ ନିଜ ଉତ୍ପାଦକୁ ପ୍ରଦର୍ଶନ କରିଥିଲେ। 

ପାରାଦୀପରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ

ପାରାଦୀପରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ

ଭୁବନେଶ୍ୱର ,୫-୨: ପାରାଦୀପରେ ଏକ ବନ୍ଦର ଭିତ୍ତିକ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ସ୍ଥାପନ ଲାଗି ଯୋଜନା ରହିଛି। ଏହା ପୂର୍ବାଞ୍ଚଳର ଏକ ପ୍ରମୁଖ ବିତରଣ ହବ୍‌ ହେବ। ଏଥିପାଇଁ କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆକୁ ୧୦୦ ଏକର ଜମି ପ୍ରଦାନ କରାଯାଇଛି। ଏଥିରେ ୧୧ ଲକ୍ଷ ବର୍ଗଫୁଟ ସ୍ଥାନରେ ଏକ ଓ୍ବେରହାଉସ ସ୍ଥାପନ ହେବ  ବୋଲି ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରଏ ସୋମବାର ସୂଚନା ଦେଇଛନ୍ତି। 

ବୁଧବାର ପାରାଦୀପରେ ଉଦ୍‌ଘାଟିତ ହେବ ପଲିପ୍ରୋପିଲିନ ପ୍ରକଳ୍ପ;ଲୋକାର୍ପିତ ହେବ ୧୧,୦୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ

ବୁଧବାର ପାରାଦୀପରେ ଉଦ୍‌ଘାଟିତ ହେବ ପଲିପ୍ରୋପିଲିନ ପ୍ରକଳ୍ପ;ଲୋକାର୍ପିତ ହେବ ୧୧,୦୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର,୫-୨(ବ୍ୟୁରୋ) : ବୁଧବାର ପାରାଦୀପଠାରେ ୧୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ସ୍ଥାପନ ହୋଇଥିବା ପଲିପ୍ରୋପିଲିନ ୟୁନିଟ ଉଦଘାଟିତ ହେବ। ସେହିଭଳି କ୍ଲିନ କାର୍ଗୋ ପରିବହନ ଲାଗି ପାରାଦୀପ ବନ୍ଦରରେ ମଲ୍ଟି ପରପସ ବର୍ଥର ଏହି ଦିନ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।