ବାଣିଜ୍ୟ

ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ଶତାବ୍ଦୀର ଦେଢ଼ଗୁଣା

ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ଶତାବ୍ଦୀର ଦେଢ଼ଗୁଣା

ନୂଆଦିଲ୍ଲୀ,୧୨-୨:  ଦେଶର ସବୁଠାରୁ ମହଙ୍ଗା ଟ୍ରେନ ହେବାକୁ ଯାଉଛି ଟ୍ରେନ୧୮ ଅର୍ଥାତ୍‌ ବନ୍ଦେ ଭାରତ ଏକ୍ସପ୍ରେସ। ମାତ୍ର ୮ ଘଣ୍ଟାରେ ଦିଲ୍ଲୀରୁ ବାରାଣସୀ ଯିବାକୁ ଥିବା ଏହି ସେମି ହାଇସ୍ପିଡ ଟ୍ରେନର ଭଡ଼ା ଶତାବ୍ଦୀ ଏକ୍ସପ୍ରେସଠାରୁ ଦେଢ଼ଗୁଣା ଅଧିକ ହେବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। 

ଆଉ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବ ନାହିଁ

ଆଉ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧୨-୨:  କେନ୍ଦ୍ର ସରକାର ଆହୁରି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ଦେବା ଲାଗି ବିଚାର କରୁନାହାନ୍ତି। ବର୍ତ୍ତମାନ ଏହା ବ୍ୟାଙ୍କ ଅଫ୍‌ ବରୋଦା ସହିତ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ କାର୍ଯ୍ୟ ସାରିବାକୁ ଗୁରୁତ୍ୱ ଦେଉଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏହି ୩ ବ୍ୟାଙ୍କର ମିଶ୍ରଣ ଶେଷ ପରେ ହିଁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଧିକ ମିଶ୍ରଣ ନେଇ ସରକାର ବିଚାର କରିବେ। ଏବେ ଉକ୍ତ ୩ ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। 

୨୮ହଜାର କୋଟି ଲାଭାଂଶ ଦେବ ଆର୍‌ବିଆଇ

୨୮ହଜାର କୋଟି ଲାଭାଂଶ ଦେବ ଆର୍‌ବିଆଇ

ମୁମ୍ବାଇ,୧୨-୨:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିଜ ନିକଟରେ ଥିବା ଅତିରିକ୍ତ ପୁଞ୍ଜିକୁ କେନ୍ଦ୍ର ସରକାରଙ୍କୁ ଦେବାକୁ ରାଜି ନୁହେଁ। ତେବେ କେନ୍ଦ୍ରୀୟ ବ୍ୟାଙ୍କ ଅଡିଟ କମିଟି ଚଳିତ ଆର୍ଥିକ ବର୍ଷ ଲାଗି ସୀମିତ ଆକଳନ ଆଧାରରେ ସରକାରଙ୍କୁ ୨୮ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେବାକୁ ସ୍ଥିର କରିଛି। ଆସନ୍ତା ୧୮ରେ ହେବାକୁ ଥିବା ବୋର୍ଡ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। 

ପେଟ୍ରୋଟେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ;ଭାରତ ହୋଇପାରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି

ପେଟ୍ରୋଟେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ;ଭାରତ ହୋଇପାରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି

ନୂଆଦିଲ୍ଲୀ,୧୨-୨: ପ୍ରମୁଖ ଅର୍ଥନୀତିଗୁଡ଼ିକୁ ବିଚାରକୁ ନେଲେ ଭାରତର ଦ୍ରୁତ ଅଭିବୃଦ୍ଧି ଧାରା ଆଗାମୀ ଦିନଗୁଡ଼ିକରେ ବଜାୟ ରହିବ। ୨୦୩୦ ବେଳକୁ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବାର ସମ୍ଭାବନା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

କ୍ଷତିରେ ଅର୍ଦ୍ଧାଧିକ ରେଳ ଜୋନ;ପ୍ରତି ୧୦୦ ଟଙ୍କା ପାଇବା ପାଇଁ ଖର୍ଚ୍ଚ ହେଉଛି ୧୧୦ ଟଙ୍କା

କ୍ଷତିରେ ଅର୍ଦ୍ଧାଧିକ ରେଳ ଜୋନ;ପ୍ରତି ୧୦୦ ଟଙ୍କା ପାଇବା ପାଇଁ ଖର୍ଚ୍ଚ ହେଉଛି ୧୧୦ ଟଙ୍କା

ନୂଆଦିଲ୍ଲୀ,୧୨-୨: ଦେଶର ମୋଟ ୧୭ ରେଳ ଜୋନ ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ ୧୦ଟି ଏବେ  ପରିଚାଳନାଗତ କ୍ଷତି ସହି ଚାଲିଛନ୍ତି। କଲିକତା ମେଟ୍ରୋ ମଧ୍ୟ ଏଥିରୁ ବାଦ ପଡ଼ିନି। ମାର୍ଚ୍ଚ ଶେଷ ସୁଦ୍ଧା ପରିଚାଳନା ଅନୁପାତକୁ ୯୮.୨%ରେ ସୀମିତ ରଖିବା ଲାଗି ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୨୦୧୮ ଡିସେମ୍ବର ସୁଦ୍ଧା ପରିଚାଳନା ଅନୁପାତ ୧୧୦.୮% ରହିଥିବା ରେଲଓ୍ବେର ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି। 

ମହିଳାଙ୍କ ମୁହଁରେ ହସ ଫୁଟାଇଛି ଉଜ୍ଜ୍ୱଳା: ଉମା ଭାରତୀ

ମହିଳାଙ୍କ ମୁହଁରେ ହସ ଫୁଟାଇଛି ଉଜ୍ଜ୍ୱଳା: ଉମା ଭାରତୀ

ଭୁବନେଶ୍ୱର,୧୨-୨: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମହିଳାଙ୍କ ମୁହଁରେ ହସ ଫୁଟାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଉଜ୍ଜ୍ୱଳା ଏକ ସଫଳତମ ଯୋଜନା ବୋଲି କେନ୍ଦ୍ର ପାନୀୟ ଜଳ ତଥା ପରିମଳ ମନ୍ତ୍ରୀ ଉମା ଭାରତୀ ସୋମବାର ସୂଚନା ଦେଇଛନ୍ତି। 

ସବୁ ପରିବାରକୁ ଉପଲବ୍ଧ ହେବ ସ୍ବଚ୍ଛ ଇନ୍ଧନ:ଧର୍ମେନ୍ଦ୍ର

ସବୁ ପରିବାରକୁ ଉପଲବ୍ଧ ହେବ ସ୍ବଚ୍ଛ ଇନ୍ଧନ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୧-୨: ଦେଶର ସବୁ ପରିବାରକୁ ଶୀଘ୍ର ସ୍ବଚ୍ଛ ଇନ୍ଧନ ଯୋଗାଇ ଦିଆଯିବ। ୫୫ ମାସରେ ସରକାର ଏଲ୍‌ପିଜି କଭରେଜକୁ ୪୦% ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। ଏହାକୁ ଦେଶର ସବୁ ପରିବାରରେ ଉପଲବ୍ଧ କରାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି।

ତୃତୀୟ ତ୍ରୈମାସରେ ୬୧୬ କୋଟି ଲାଭ କଲା ସେଲ୍‌

ତୃତୀୟ ତ୍ରୈମାସରେ ୬୧୬ କୋଟି ଲାଭ କଲା ସେଲ୍‌

ନୂଆଦିଲ୍ଲୀ,୧୧-୨: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ(ସେଲ୍‌) ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସରେ ୬୧୬ କୋଟି ଟଙ୍କା ଲାଭ ଅର୍ଜନ କରିଛି। ଗତ ବର୍ଷ ସମାନ ସମୟରେ ଏହା ମାତ୍ର ୪୩ କୋଟି ଟଙ୍କା ରହିଥିଲା। 

ପିଏନ୍‌ବି ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ପିଏନ୍‌ବି ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୧୧-୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଆର୍‌ପିଆର୍‌ସି ଶାଖା ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଏନ୍‌ବି ଓଡ଼ିଶା ମଣ୍ଡଳ ମୁଖ୍ୟ ଗଣପତି ଲାଲ ଏହି କାଯର୍ର୍‌ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥର ତେଲ ନଦୀ ଉପରେ ପୋଲ ନିର୍ମାଣ

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥର ତେଲ ନଦୀ ଉପରେ ପୋଲ ନିର୍ମାଣ

ଭୁବନେଶ୍ୱର,୧୧-୨:ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟର ଏକ ଅଂଶ ବିଶେଷ ତେଲ ନଦୀ ଉପରେ ଗୁରୁତ୍ୱପୂର୍ଣ୍ଣ ରେଳ ପୋଲ ନିର୍ମାଣ ହେବ। ଏଥି ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। 

ଲିଡ଼ରଶିପରେ ପରିବର୍ତ୍ତନ କଲା ରେନୋ ଇଣ୍ଡିଆ

ଲିଡ଼ରଶିପରେ ପରିବର୍ତ୍ତନ କଲା ରେନୋ ଇଣ୍ଡିଆ

ନୂଆଦିଲ୍ଲୀ,୧୧-୨: ରେନୋ ଏସ୍‌ଏଏସ୍‌ ଫ୍ରାନ୍ସ ଭାରତର ଲିଡରଶିପରେ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରିଛି। ରେନୋର ଭାରତ୍‌ ଅପରେଶନ ଲାଗି ଭେଙ୍କଟରାମ ମାମିଲାପଲ୍ଲେଙ୍କୁ ଏମ୍‌ଡ଼ି ଦାୟିତ୍ୱଭାର ପ୍ରଦାନ କରାଯାଇଛି। 

ଆଇଡିବିଆଇ ବ୍ୟାଙ୍କର ଆର୍ଥତ୍କ ଫଳାଫଳ ଘୋଷଣା

ଆଇଡିବିଆଇ ବ୍ୟାଙ୍କର ଆର୍ଥତ୍କ ଫଳାଫଳ ଘୋଷଣା

ମୁମ୍ବାଇ,୧୧-୨: ରାଷ୍ଟ୍ରାୟତ୍ତ ଆଇଡ଼ିବିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏଲ୍‌ଆଇସି ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ଅଧିଗ୍ରହଣ କାର୍ଯ୍ୟ ଚୂଡାନ୍ତ କରିବା ପରେ ବ୍ୟାଙ୍କରେ ଏହା ୨୧,୬୨୪ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଛି। 

ମାଲ୍ୟାଙ୍କ ନିକଟରେ ଥିଲା ୭୫୦୦କୋଟିର ଶେୟାର

ମାଲ୍ୟାଙ୍କ ନିକଟରେ ଥିଲା ୭୫୦୦କୋଟିର ଶେୟାର

ନୂଆଦିଲ୍ଲୀ,୧୧-୨:  ସଙ୍କଟରେ ଫସିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା,ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗ୍‌ସ ଲିମିଟେଡ(ୟୁବିଏଚ୍‌ଏଲ୍‌) ଓ କିଙ୍ଗଫିଶର ଏୟାରଲାଇନ ଲିମିଟେଡ(କେଏଏଲ୍‌)ର ପ୍ରମୋଟରଙ୍କ  ନିକଟରେ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ୭୫୦୦ କୋଟି ଟଙ୍କାର ଶେୟାର ରୂପରେ ଅସ୍ଥାବର ସମ୍ପତ୍ତି ଥିଲା। 

୫୭୪୦ କୋଟିର ଏନ୍‌ପିଏ ସମ୍ପତ୍ତି ବିକିବେ ଏସ୍‌ବିଆଇ, ଓରିଏଣ୍ଟାଲ ବ୍ୟାଙ୍କ

୫୭୪୦ କୋଟିର ଏନ୍‌ପିଏ ସମ୍ପତ୍ତି ବିକିବେ ଏସ୍‌ବିଆଇ, ଓରିଏଣ୍ଟାଲ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୨:  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି) ୫,୭୪୦ କୋଟି ଟଙ୍କାର ଏନ୍‌ପିଏ ସମ୍ପତ୍ତି ବିକିବାକୁ ଯାଉଛନ୍ତି। ଏସ୍‌ବିଆଇ ପକ୍ଷରୁ ୪,୯୭୫ କୋଟି ଟଙ୍କାର ଏନ୍‌ପିଏ ବିକ୍ରି ଲାଗି ଆର୍ଥିକ ସଂସ୍ଥାଗୁଡ଼ିକଠାରୁ ନିଲାମ ଆହ୍ବାନ କରାଯାଇଛି। 

ଆର୍‌ବିଆଇଠାରୁ ୨୭,୩୮୦ କୋଟି ମାଗିଲେ ସରକାର

ଆର୍‌ବିଆଇଠାରୁ ୨୭,୩୮୦ କୋଟି ମାଗିଲେ ସରକାର

ନୂଆଦିଲ୍ଲୀ,୧୧-୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୭,୩୮୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେଉ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆର୍‌ବିଆଇ ଏହି ଅର୍ଥକୁ ବିଗତ କିଛି ବର୍ଷ ହେବ ବିପଦ ପରିଚାଳନା ଏବଂ ସଂରକ୍ଷିତ ଭଣ୍ଡାର ଭାବେ ସଞ୍ଚୟ କରି ରଖିଥିଲା। 

ଚାପରେ ୨.୫ ଲକ୍ଷ କୋଟିର ତାପଜ ବିଦ୍ୟୁତ୍‌ ପ୍ରକଳ୍ପ

ଚାପରେ ୨.୫ ଲକ୍ଷ କୋଟିର ତାପଜ ବିଦ୍ୟୁତ୍‌ ପ୍ରକଳ୍ପ

ନୂଆଦିଲ୍ଲୀ,୧୧-୨:  ଦେଶର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ତାପଜ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ଏବେ ଚାପଗ୍ରସ୍ତ ହୋଇଛନ୍ତି। ସେମାନେ ଏବେ ସଙ୍କଟ ଦେଇ ଗତିକରୁଛନ୍ତି। ଏଥିରୁ ସେମାନଙ୍କୁ ମୁକୁଳାଇବା ଲାଗି ତତ୍କାଳ ସମାଧାନସୂଚକ ପଦକ୍ଷେପ ନେବାକୁ ହେବ ବୋଲି ଆସୋଚାମ୍‌-ଗ୍ରାଣ୍ଟ ଥର୍ନଟନ ପକ୍ଷରୁ ମିିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ବନ୍ଦେ ଭାରତ ଟ୍ରେନ ଯାତ୍ରୀ ଖାଦ୍ୟ  ପାଇଁ ଦେବେ ୩୯୯ ଟଙ୍କା

ବନ୍ଦେ ଭାରତ ଟ୍ରେନ ଯାତ୍ରୀ ଖାଦ୍ୟ ପାଇଁ ଦେବେ ୩୯୯ ଟଙ୍କା

ନୂଆଦିଲ୍ଲୀ,୧୧-୨:  ଦେଶର ପ୍ରଥମ ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ଟ୍ରେନ୧୮ ଅଥବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଯାତ୍ରୀଙ୍କୁ ଆଇଆରସିଟିସି ଦ୍ୱାରା ପ୍ରସ୍ତୁତ କ୍ୟାଟରିଂ ଖାଦ୍ୟ ନେବା ବାଧ୍ୟତାମୂଳକ କରାଯାଇଛି। 

୯୦ ହଜାର କୋଟି ଟପିବ ଜନଧନ ଆକାଉଣ୍ଟ ଜମା

୯୦ ହଜାର କୋଟି ଟପିବ ଜନଧନ ଆକାଉଣ୍ଟ ଜମା

ନୂଆଦିଲ୍ଲୀ,୧୧-୨:  ଗରିବଙ୍କୁ ବ୍ୟାଙ୍କ ସହ ଯୋଡିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ୨୦୧୪ ଅଗଷ୍ଟ ୨୮ରେ ଶୁଭାରମ୍ଭ କରିଥିଲେ। ଏବେ ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟରେ ଜମା ପରିମାଣ ୯୦ ହଜାର କୋଟି ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି। 

୯କୋଟି ଗ୍ରାହକ ଚୟନ କରିଛନ୍ତି ନୂଆ ଟାରିଫ: ଟ୍ରାଇ ମୁଖ୍ୟ

୯କୋଟି ଗ୍ରାହକ ଚୟନ କରିଛନ୍ତି ନୂଆ ଟାରିଫ: ଟ୍ରାଇ ମୁଖ୍ୟ

ନୂଆଦିଲ୍ଲୀ,୧୧-୨:  ଟେଲିକମ ନିୟାମକ(ଟ୍ରାଇ)ର ନିର୍ଦ୍ଦେଶ ଅନୁଯାୟୀ ଦେଶର ୧୭ କୋଟି କେବୁଲ ଓ ଡିଟୁଏଚ୍‌ ଗ୍ରାହକଙ୍କ ମଧ୍ୟରୁ ୯ କୋଟି ନୂଆ ଟାରିଫ ବ୍ୟବସ୍ଥାରେ ନିଜର ମନପସନ୍ଦ ଚ୍ୟାନେଲ ଚୟନ କରିସାରିଛନ୍ତି ବୋଲି ଟ୍ରାଇ ଅଧ୍ୟକ୍ଷ ଆର.ଏସ୍‌. ଶର୍ମା ପ୍ରକାଶ କରିଛନ୍ତି। 

ଶେୟାର, ମ୍ୟୁଚୁଆଲ ଫଣ୍ଡରେ ନିବେଶ;ବଦଳିଗଲା ୨୬ ବର୍ଷ ପୁରୁଣା ନିୟମ

ଶେୟାର, ମ୍ୟୁଚୁଆଲ ଫଣ୍ଡରେ ନିବେଶ;ବଦଳିଗଲା ୨୬ ବର୍ଷ ପୁରୁଣା ନିୟମ

ନୂଆଦିଲ୍ଲୀ,୧୦-୨:  ଶେୟାର ଓ ମୁଚ୍ୟୁଆଲ ଫଣ୍ଡରେ ନିବେଶ ସଂକ୍ରାନ୍ତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ସରକାର ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରିଛନ୍ତି। 

ବିଦେଶୀ ମୁଦ୍ରା ଭଣ୍ଡାର ୪୦୦ ବିଲିୟନ ଡଲାର ଅତିକ୍ରମ କଲା

ବିଦେଶୀ ମୁଦ୍ରା ଭଣ୍ଡାର ୪୦୦ ବିଲିୟନ ଡଲାର ଅତିକ୍ରମ କଲା

ମୁମ୍ବାଇ,୧୦-୨:  ଦୀଘର୍ର୍ ୫ ମାସ ପରେ ଫେବୃୟାରୀ ପହିଲାରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପୁନର୍ବାର ୪୦୦ ବିଲିୟନ ଡଲାର ଅତିକ୍ରମ କରିଛିି। ଏହା ୪୦୦.୨୪ ବିଲିୟନ ଡଲାରରେ ପହଞ୍ଚତ୍ପାରିଛି ବୋଲି ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟରୁ ଜଣାପଡିଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;୧୫ରୁ ସାମିଲ ହୋଇପାରିବେ ଶ୍ରମିକ

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;୧୫ରୁ ସାମିଲ ହୋଇପାରିବେ ଶ୍ରମିକ

ନୂଆଦିଲ୍ଲୀ,୧୦-୨:  କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା(ପିଏମ୍‌ଏସ୍‌ଓ୍ବାଇଏମ୍‌) ସମ୍ପର୍କରେ ଘୋଷଣା କରିଥିଲେ। ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ବର୍ଷ ପର୍ଯ୍ୟନ୍ତ ବୟସର ଶ୍ରମିକ ମାନେ ଚଳିତ ମାସ ୧୫ ତାରିଖରୁ ଏହି ଯୋଜନାରେ ସାମିଲ ହୋଇପାରିବେ। 

ମହାରାଷ୍ଟ୍ର ସରକାରଙ୍କୁ ଠକିବାକୁ ଚୋକ୍‌ସୀ ଯୋଜନା କରିଥିଲେ

ମହାରାଷ୍ଟ୍ର ସରକାରଙ୍କୁ ଠକିବାକୁ ଚୋକ୍‌ସୀ ଯୋଜନା କରିଥିଲେ

ନୂଆଦିଲ୍ଲୀ,୧୦-୨:  ଭଣଜା ନୀରବ ମୋଦିଙ୍କ ସହ ମିଶି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ୧୩,୫୦୦ କୋଟି ଟଙ୍କା ଠକି ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ଠକିବାର ପୂରା ଯୋଜନା ପ୍ରସ୍ତୁତ କରିଥିଲେ। 

ସଂସଦୀୟ କମିଟିକୁ ଟୁଇଟର ସିଇଓଙ୍କ ଅବଜ୍ଞା

ସଂସଦୀୟ କମିଟିକୁ ଟୁଇଟର ସିଇଓଙ୍କ ଅବଜ୍ଞା

ନୂଆଦିଲ୍ଲୀ,୧୦-୨:  ଲୋକ ସଭା ଏମ୍‌ପି ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ପକ୍ଷରୁ ଟୁଇଟର ସିଇଓ ଓ ଅନ୍ୟ ଅଧିକାରୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ଭାରତ ଆସିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।