ବାଣିଜ୍ୟ

ବଢ଼ିଛି ଦେଶର ଇନ୍ଧନ ଚାହିଦା
ନୂଆଦିଲ୍ଲୀ,୧୩-୧: ବିମୁଦ୍ରୀକରଣର ପ୍ରଭାବ ହ୍ରାସ ପାଇବା ସହ ଜିଏସ୍ଟି ଲାଗୁ ହେବା ପରେ ଦେଶର ଇନ୍ଧନ ଚାହିଦା ବଢ଼ିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ପ୍ଲାନିଂ ଓ ଆନାଲିସିସ୍ ସେଲ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ୨୦୧୬ରେ ପେଟ୍ରୋଲିୟମ ପଦାର୍ଥର ଚାହିଦା ୨.୭% ହାରରେ ବଢ଼ିଥିବା ବେଳେ ଗତବର୍ଷ ଏହା ୪.୧% ହାରରେ ବୃଦ୍ଧି ପାଇ ୨୧୦ ମିଲିୟନ ଟନରେ ପହଞ୍ଚତ୍ଛି। ତେବେ ଘରୋଇ ବଜାରରେ ତୈଳ ଦର ବଢ଼ିବା, ଏନ୍ବିଏଫ୍ସିଙ୍କ ଆର୍ଥିକ ସଙ୍କଟ, ଗାଡ଼ି ବିକ୍ରି ହ୍ରାସ ପାଇବା ଏବଂ ଔଦ୍ୟୋଗିତ ଉତ୍ପାଦନ କମିବା କାରଣରୁ ଗତବର୍ଷର ଦ୍ୱିତୀୟାର୍ଦ୍ଧରେ ପେଟ୍ରୋଲିୟମ ପଦାର୍ଥର ଚାହିଦା କମିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଏୟାରସେଲ-ମାକ୍ସିସ୍ ମାମଲା;ଏନ୍ଏସଇ ଅଧ୍ୟକ୍ଷଙ୍କ ଇସ୍ତଫା
ନୂଆଦିଲ୍ଲୀ,୧୨-୧: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ଅଧ୍ୟକ୍ଷ ଅଶୋକ ଚାଓଲା ଶୁକ୍ରବାର ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ଏନ୍ଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲେ ହେଁ ଇସ୍ତଫାର କାରଣ ଦର୍ଶାଯାଇ ନାହିଁ।

ଆଇଏଲ୍ଆଣ୍ଡଏଫ୍ଏସ୍ର ସମ୍ପତ୍ତି ବିକ୍ରି;ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତି ପ୍ରସ୍ତାବ
ନୂଆଦିଲ୍ଲୀ,୧୨-୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଇନଫ୍ରାଷ୍ଟ୍ରକଚର ଲିଜିଂ ଆଣ୍ଡ ଫାଇନାନ୍ସିଂ ସର୍ଭିସେସ୍(ଆଇଏଲ୍ଆଣ୍ଡ୍ଏଫ୍ଏସ୍)ର ସମ୍ପତ୍ତି ବିକ୍ରି ଜନିତ ସମସ୍ତ କାର୍ଯ୍ୟକଳାପ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ମାଧ୍ୟମରେ ହେବା ଉଚିତ୍ ବୋଲି ରାଷ୍ଟ୍ରୀୟ କମ୍ପାନୀ ଅପିଲୀୟ ନ୍ୟାୟାଧିକରଣ(ଏନ୍ସିଏଲ୍ଏଟି) ଶୁକ୍ରବାର ପ୍ରସ୍ତାବ ଦେଇଛନ୍ତି।

ବିଶ୍ୱବ୍ୟାଙ୍କ ପରେ ଏଡିବିର ପୂର୍ବାନୁମାନ;ଭାରତର ଜିଡିପି ହାର ୭.୩% ରହିବ
ନୂଆଦିଲ୍ଲୀ,୧୨-୧: ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୩% ରହିବ ବୋଲି ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିବାର ଦୁଇ ଦିନ ପରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ମଧ୍ୟ ସମାନ ଅନୁମାନ କରିଛି।

ଅର୍ଥନୀତିକୁ ଝଟକା;୧୭ମାସର ସର୍ବନିମ୍ନ ସ୍ତରରେ ଆଇଆଇପି
ନୂଆଦିଲ୍ଲୀ,୧୨-୧: ମାନୁଫାକଚରିଂ ସେକ୍ଟର ବିଶେଷକରି ଉପଭୋକ୍ତା ଏବଂ ପୁଞ୍ଜିଗତ ସାମଗ୍ରୀ ଉତ୍ପାଦନ ହ୍ରାସ ପାଇବା କାରଣରୁ ନଭେମ୍ବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୧୭ ମାସର ସର୍ବନିମ୍ନ ସ୍ତର ୦.୫%କୁ ଖସି ଆସିଛି।

ପେଟ୍ରୋଲ ମାସର ସର୍ବୋଚ୍ଚ ସ୍ତରରେ;ଡିଜେଲ ମଧ୍ୟ ମହଙ୍ଗା
ନୂଆଦିଲ୍ଲୀ,୧୨-୧: ବ୍ୟୟଭାର ବୃଦ୍ଧି କାରଣରୁ ପେଟ୍ରୋଲିୟମ କମ୍ପାନୀଗୁଡିକ ଶୁକ୍ରବାର ପେଟ୍ରୋଲ ଦାମ୍ରେ ୧୯ ପଇସା ଓ ଡିଜେଲ ଦାମ୍ ୨୮ ପଇସା ବୃଦ୍ଧି କରିଛନ୍ତି। ଜାରି ଅଧିସୂଚନାନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬୮.୮୮ଟଙ୍କାରୁ ବଢ଼ି ୬୯.୦୭ ଟଙ୍କା ହୋଇଛି, ଯାହାକି ଚଳିତ ମାସର ସର୍ବୋଚ୍ଚ ସ୍ତର କୁହାଯାଉଛି। ସେହିପରି ଡିଜେଲ ଲିଟର ପିଛା ୬୨.୫୩ଟଙ୍କାରୁ ବୃଦ୍ଧି ପାଇ ୬୨.୮୧ ଟଙ୍କା ହୋଇଛି।

ବୀମାଭୁକ୍ତ ହେବେ ଜିଏସ୍ଟି ପଞ୍ଜୀକୃତ କ୍ଷୁଦ୍ର ବ୍ୟବସାୟୀ
ନୂଆଦିଲ୍ଲୀ,୧୨-୧: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଆଉ ଏକ ଉପହାର ଦେବାକୁ ଯୋଜନା କରୁଛନ୍ତି। ଜିଏସ୍ଟିରେ ବୀମାଭୁକ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ସରକାର ବୀମାଭୁକ୍ତ କରିବା ଲାଗି ବିଚାର କରୁଛନ୍ତି। ଏହାଦ୍ୱାରା ଛୋଟ ବ୍ୟବସାୟୀଙ୍କ ଚିନ୍ତାକୁ ସରକାର ଅନେକାଂଶରେ ଦୂର କରିପାରିବେ।

ଭୂତ କମ୍ପାନୀଙ୍କ ଉପରେ ଲାଗିବ ଲଗାମ;ବାଧ୍ୟତାମୂଳକ ହେବ କେୱାଇସି
ନୂଆଦିଲ୍ଲୀ,୧୧-୧: ଭୂତ କମ୍ପାନୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଅଭିଯାନକୁ ଆହୁରି କଡ଼ାକଡ଼ି କରାଯିବ। ଏହିକ୍ରମରେ ସମସ୍ତ କମ୍ପାନୀଙ୍କ ଲାଗି ‘ନିଜ ଗ୍ରାହକଙ୍କୁ ଜାଣନ୍ତୁ’ଅର୍ଥାତ୍ କଓ୍ବୋଇସି ପ୍ରକ୍ରିୟା ବାଧ୍ୟତାମୂଳକ ହେବାକୁ ଯାଉଛି।

ମତ ସ୍ପଷ୍ଟ କଲେ ଜଲାନ;ଆର୍ବିଆଇ ସରକାରଙ୍କ ପ୍ରତି ଉତ୍ତରଦାୟୀ
ନୂଆଦିଲ୍ଲୀ,୧୦-୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ସରକାରଙ୍କ ପ୍ରତି ଉତ୍ତରଦାୟୀ। ଏଣୁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଢାଞ୍ଚା ମଧ୍ୟରେ ରହି ଏହାକୁ କାର୍ଯ୍ୟ କରିବାକୁ ହେବ ବୋଲି ପୂର୍ବତନ ଗଭର୍ନର ବିମଳ ଜଲାନ ଗୁରୁବାର ନିଜର ମତ ସ୍ପଷ୍ଟ କରିଛନ୍ତି।

ରେମଣ୍ଡ ଗ୍ରୁପ୍ର ସମସ୍ତ କମ୍ପାନୀରୁ ଇସ୍ତଫା ଦେବେ ଗୌତମ ସିଂଘାନିଆ
ନୂଆଦିଲ୍ଲୀ,୧୧-୧: ରେମଣ୍ଡ ଗ୍ରୁପ୍ର ପ୍ରମୋଟର ତଥା ଅଧ୍ୟକ୍ଷ ଗୌତମ ସିଂଘାନିଆ ସମସ୍ତ୍ କମ୍ପାନୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଗ୍ରୁପ୍ରୁ ବାହାରି ଯିବା ପରେ ସେ ଦୈନନ୍ଦିନ କାର୍ଯ୍ୟରୁ ଅବ୍ୟାହତି ନେବେ ବୋଲି କହିଛନ୍ତି।

କ୍ରମାଗତ ୨ଥର ରିଟର୍ନ ଦାଖଲ ହୋଇ ନ ଥିଲେ;କମ୍ପାନୀଙ୍କୁ ମିଳିବନି ଇ-ଓ୍ବେ ବିଲ୍
ନୂଆଦିଲ୍ଲୀ,୧୧-୧: ଜିଏସ୍ଟି ଆଦାୟ କ୍ରମାଗତ ହ୍ରାସ ପାଉଥିବାକୁ ନେଇ କେନ୍ଦ୍ର ସରକାର ବେଶ ଚିନ୍ତିତ। ଟିକସ ଫାଙ୍କିକୁ ରୋକିବା ଲାଗି ରିଟର୍ନ ଦାଖଲ କରୁ ନ ଥିବା କମ୍ପାନୀଙ୍କ ବିରୋଧରେ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।

ସିଇଓ ଚୟନ କଲା ୟେସ ବ୍ୟାଙ୍କ
ମୁମ୍ବାଇ,୧୧-୧: ଘରୋଇ କ୍ଷେତ୍ରରେ ଆଗଧାଡିର ବ୍ୟାଙ୍କ କୁହାଯାଉଥିବା ୟେସ ବ୍ୟାଙ୍କ ଏହାର ଏମଡି ଓ ସିଇଓଙ୍କ ସମ୍ଭାବ୍ୟ ନାମଗୁଡିକ ସ୍ଥିର କରିିଛି। ଗୁରୁବାର ଏହା ରିଜର୍ଭ ବ୍ୟାଙ୍କ ନିକଟକୁ ଅନୁମୋଦନ ଲାଗି ପଠାଇଛି।

ବିବାହ ବିଚ୍ଛେଦ ପରେ ସବୁଠୁ ଧନୀ ମହିଳା ହେବେ ବେଜୋସ୍ଙ୍କ ପତ୍ନୀ
ନୂଆଦିଲ୍ଲୀ,୧୧-୧: ବିିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନର ମାଲିକ ଜେଫ୍ ବେଜୋସ୍ ଓ ତାଙ୍କ ପତ୍ନୀ ମ୍ୟାକେଞ୍ଜି ଖୁବଶୀଘ୍ର ବିବାହ ବନ୍ଧନରୁ ଅଲଗା ହୋଇଯିବେ। ଦୀର୍ଘ ୨୫ ବର୍ଷ ପରେ ସେମାନେ ବିବାହବିଚ୍ଛେଦ ଲାଗି ରାଜି ହୋଇଛନ୍ତି।

ଏୟାର ଇଣ୍ଡିଆକୁ ବିକ୍ରିରୁ ମିଳିବ ୭ ହଜାର କୋଟି
ନୂଆଦିଲ୍ଲୀ,୧୦-୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବୋଝକୁ କେନ୍ଦ୍ର ସରକାର ଆଉ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ବିକିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି।

ପିଏନ୍ଜି, ବାୟୋଗ୍ୟାସ୍ରେ ମିଳି ପାରେ ସବ୍ସିଡି
ନୂଆଦିଲ୍ଲୀ,୧୦-୧: ଆସନ୍ତା ଲୋକ ସଭା ନିର୍ବାଚନ ବୈତରଣୀ ପାରିହେବା ପାଇଁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗରିବ ଓ ମଧ୍ୟବିତ୍ତଙ୍କୁ ଆଉ ଏକ ଥୋପ ଦେବାକୁ ଚାହୁଁଛନ୍ତି।

ଟୋକନ ସିଷ୍ଟମ ଆଣୁଛି ଆର୍ବିଆଇ
ମୁମ୍ବାଇ,୧୦-୧: ଡେବିଟ୍ ଓ କ୍ରେଡିଟ କାର୍ଡ ମାଧ୍ୟମରେ ନେଣଦେଣକୁ ଅଧିକ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ଟୋକନ’ ବ୍ୟବସ୍ଥା ଆଣିବାକୁ ଯାଉଛି। ଏଥିପାଇଁ ଗାଇଡଲାଇନ ଜାରି କରାଯାଇଛି।

ଚେତାବନୀ ଶୁଣାଇଲା ବିଶ୍ୱବ୍ୟାଙ୍କ
ନୂଆଦିଲ୍ଲୀ,୧୦-୧: ଭାରତ ଭଳି ଦେଶଗୁଡିକ ଆଗାମୀ ଦିନରେ ଆର୍ଥିକ କ୍ଷେତ୍ରରେ ଅସ୍ଥିରତାର ସାମ୍ନା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ବିଶ୍ୱ ବ୍ୟାଙ୍କ ଚେତାବନୀ ଶୁଣାଇଛି। ପ୍ରସ୍ତୁତି ସ୍ବରୂପ ଋଣ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଦ୍ରୁତତର କରିବାକୁ ବିଶ୍ୱ ବ୍ୟାଙ୍କ ସିଇଓ କ୍ରିଷ୍ଟଲୀନା ଜର୍ଜିୟେବା ପରାମର୍ଶ ଦେଇଛନ୍ତି।

ଟ୍ରେନ୍ ୧୮ ଗଡ଼ିବା ବିଳମ୍ବିତ ହେଉଛି
ନୂଆଦିଲ୍ଲୀ,୧୦-୧: ରେଳ ମନ୍ତ୍ରଣାଳୟ ଅଧୀନରେ ଦୁଇଟି ବିଭାଗ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯିବାରୁ ଦେଶର ସବୁଠୁ ଦ୍ରୁତଗାମୀ ଟ୍ରେନ କୁହାଯାଉଥିବା ‘ଟ୍ରେନ ୧୮’ର ଗଡ଼ିବା ବିଳମ୍ବିତ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଆୟକର ଛାଡ଼ସୀମା ୫ ଲକ୍ଷକୁ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ସିଆଇଆଇର ଦାବି
ନୂଆଦିଲ୍ଲୀ,୧୦-୧: ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ) ଅନ୍ତରୀଣ ବଜେଟ୍ରେ ଆୟକର ଛାଡ଼ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି।

ଆଜି ଜିଏସ୍ଟି କାଉନସିଲ ବୈଠକ
ନୂଆଦିଲ୍ଲୀ,୧୦-୧: ଜିଏସ୍ଟି କାଉନସିଲ୍ର ୩୨ତମ ବୈଠକ ଗୁରୁବାର ଏଠାରେ ବସିବାକୁ ଯାଉଛି। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। କାଉନସିଲ୍ର ୩୧ତମ ବୈଠକରେ କେତେକ ସାମଗ୍ରୀ ଦର ହ୍ରାସ କରାଯାଇଥିଲା।

ରିଜର୍ଭ ବ୍ୟାଙ୍କର ବଳକା ପୁଞ୍ଜି ପ୍ରଦାନ;ଏପ୍ରିଲରେ ଜଲାନ କମିଟି ରିପୋର୍ଟ
ନୂଆଦିଲ୍ଲୀ,୯-୧: ରିଜର୍ଭ ବ୍ୟାଙ୍କର ବଳକା ପୁଞ୍ଜିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ନେଇ ସୁପାରିସ କରିବାକୁ ଗଠିତ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରିଜର୍ଭ ବ୍ୟାଙ୍କ କେତେ ପୁଞ୍ଜି ନିଜ ପାଖରେ ରଖିପାରିବ ସେ ନେଇ ଆଲୋଚନା ହୋଇଥିଲା। ୬ ଜଣିଆ କମିଟି ଏପ୍ରିଲରେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି।

ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା;ନିଲେକାନି ଆର୍ବିଆଇ କମିଟି ଅଧ୍ୟକ୍ଷ
ନୂଆଦିଲ୍ଲୀ,୯-୧: ଇନଫୋସିସ୍ ସହ ପ୍ରତିଷ୍ଠାତା ତଥା ଆଧାର କାର୍ଡ ପ୍ରକଳ୍ପ ପ୍ରସ୍ତୁତ କରିଥିବା ନନ୍ଦନ ନିଲେକାନି ଏବେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନର ସୂତ୍ରଧର ହେବାକୁ ଯାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ମଙ୍ଗଳବାର ନିଲେକାନିଙ୍କ ଅଧ୍ୟକ୍ଷତାରେ ୫ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଏହାକୁ କିପରି ଅଧିକ ସୁରକ୍ଷିତ କରି ହେବ ସେ ଦିଗରେ ପରାମର୍ଶ ଦେବେ।

ରପ୍ତାନି ବୃଦ୍ଧି ଉପରେ ସରକାରଙ୍କ ଜୋର୍
ନୂଆଦିଲ୍ଲୀ,୯-୧: ବିଶ୍ୱରେ ଏକ ବାଣିଜ୍ୟ କ୍ଷେତ୍ରରେ ସଂରକ୍ଷଣବାଦ୍ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ରପ୍ତାନି ବଢ଼ାଇବା ଏବେ ସବୁ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ହେଲାଣି। ଭାରତ ମଧ୍ୟ ଏଥିରୁ ଅଛୁଆଁ ନୁହେଁ। ଭାରତ ଏବେ କିପରି ରପ୍ତାନି ବୃଦ୍ଧି କରିବ ସେନେଇ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା ବଢ଼ିଯାଇଛି।

୩୩.୬୬ କୋଟି ଜନଧନ ଆକାଉଣ୍ଟରେ ୮୬,୩୨୧ କୋଟି ଟଙ୍କା ଜମା
ନୂଆଦିଲ୍ଲୀ,୯-୧: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଦେଶର ବିଭିନ୍ନ ବ୍ୟାଙ୍କରେ ୩୩.୬୬ କୋଟି ଆକାଉଣ୍ଟ ରହିଛି।