ବାଣିଜ୍ୟ

ଏଫ୍‌ଏସ୍‌ଡିସି ବୈଠକରେ ନଗଦ ସଙ୍କଟ ଆଲୋଚନା;ଅର୍ଥ ଯୋଗାଇବାକୁ ଆର୍‌ବିଆଇର ପ୍ରତିଶ୍ରୁତି

ଏଫ୍‌ଏସ୍‌ଡିସି ବୈଠକରେ ନଗଦ ସଙ୍କଟ ଆଲୋଚନା;ଅର୍ଥ ଯୋଗାଇବାକୁ ଆର୍‌ବିଆଇର ପ୍ରତିଶ୍ରୁତି

ନୂଆଦିଲ୍ଲୀ,୩୧-୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏଫ୍‌ଏସ୍‌ଡିସିର ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏନ୍‌ବିଏଫ୍‌ସି କମ୍ପାନୀଗୁଡିକ ନଗଦ ସଙ୍କଟର ସାମ୍ନା କରୁଥିବାରୁ ଏହାର ସମାଧାନ ନେଇ ବୈଠକରେ ଆଲୋଚନା ହୋଇଥିଲା। 

ଗଭର୍ନରଙ୍କ କାର୍ଯ୍ୟରେ ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ଖପ୍ପା

ଗଭର୍ନରଙ୍କ କାର୍ଯ୍ୟରେ ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ଖପ୍ପା

ନୂଆଦିଲ୍ଲୀ,୩୧-୧୦: ରିଜର୍ଭ ବ୍ୟାଙ୍କ ଗଭର୍ନର ଉର୍ଜିତ ପଟେଲଙ୍କ କାର୍ଯ୍ୟଶୈଳୀ ନେଇ ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ଅସନ୍ତୁଷ୍ଟ। ଅନାଦାୟ ଋଣ ସମାଧାନ ଲାଗି ଗଭର୍ନରଙ୍କ କଠୋର ମନୋଭାବକୁ ଶୀର୍ଷ ବ୍ୟାଙ୍କ ଅଧିକାରୀ ନାପସନ୍ଦ କରୁଛନ୍ତି।

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ବିକ୍ରି ଲାଗି ସରକାରଙ୍କ ବିଚାର

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ବିକ୍ରି ଲାଗି ସରକାରଙ୍କ ବିଚାର

ନୂଆଦିଲ୍ଲୀ,୩୧-୧୦: ଢାଞ୍ଚାଗତ ନିର୍ମାଣ କ୍ଷେତ୍ରରେ ଋଣ ଦେଇ ସ୍ବୟଂ ଏବେ ଋଣରେ ବୁଡିଯାଇଥିବା ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌)କୁ ବିକ୍ରି କରିଦେବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି। 

ସାମୂହିକ ଛୁଟିରେ ଯାଇ ଚାକିରିରୁ ବିଦା ହେଲେ ୨୩୬ ଇଞ୍ଜିନିୟର

ସାମୂହିକ ଛୁଟିରେ ଯାଇ ଚାକିରିରୁ ବିଦା ହେଲେ ୨୩୬ ଇଞ୍ଜିନିୟର

ନୂଆଦିଲ୍ଲୀ,୩୧-୧୦: ଅଟୋ ପାଟର୍‌ସ ତିଆରି କରୁଥିବା ପୁଣେର ଏକ କମ୍ପାନୀ ଜେଡ୍‌ଏଫ୍‌ ଷ୍ଟିୟରିଂ ଗିୟର ଏକାସଙ୍ଗରେ ୨୩୬ ଇଞ୍ଜିନିୟରଙ୍କୁ ଚାକିରିରୁ ବିଦା କରିଦେଇଛି। 

ନଗଦ ସଙ୍କଟକୁ ଆର୍‌ବିଆଇର ଅଣଦେଖା ଅଭିଯୋଗ

ନଗଦ ସଙ୍କଟକୁ ଆର୍‌ବିଆଇର ଅଣଦେଖା ଅଭିଯୋଗ

ନୂଆଦିଲ୍ଲୀ,୩୧-୧୦:ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ଆର୍ଥିକ ସଙ୍କଟ ଦେଖାଦେବା ପରେ ଶେୟାର ବଜାରରେ ଭୟର ସଞ୍ଚାର ହେଲା। ନିବେଶକମାନେ ଶେୟାର ବିକ୍ରି କଲେ। ଫଳରେ ବଜାରରେ ନଗଦ ସଙ୍କଟ ଗଭୀର ହେଲା। 

ରିଜର୍ଭ ବ୍ୟାଙ୍କ ଉପରେ ବର୍ଷିଲେ ଅର୍ଥମନ୍ତ୍ରୀ ଜେଟଲୀ

ରିଜର୍ଭ ବ୍ୟାଙ୍କ ଉପରେ ବର୍ଷିଲେ ଅର୍ଥମନ୍ତ୍ରୀ ଜେଟଲୀ

ନୂଆଦିଲ୍ଲୀ,୩୧-୧୦: ବିଭିନ୍ନ ଆର୍ଥିକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମତଭେଦ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ଗଭର୍ନର ଉର୍ଜିତ ପଟେଲ ବସ୍ତୁତଃ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି। 

ଘନଉଛି ସରକାର-ଆର୍‌ବିଆଇ ମତଭେଦ

ଘନଉଛି ସରକାର-ଆର୍‌ବିଆଇ ମତଭେଦ

ନୂଆଦିଲ୍ଲୀ,୩୦-୧୦: କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମଧ୍ୟରେ ମତଭେଦ ଚରମସୀମାରେ ପହଞ୍ଚତ୍ଗଲାଣି। ବିମୁଦ୍ରୀକରଣ ସମେତ ବିଭିନ୍ନ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ମତଭେଦର ପରିଣାମସ୍ବରୂପ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ଛିନ୍ନ ହୋଇଛି କହିଲେ ଚଳେ। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ଆର୍‌ବିଆଇର କାର୍ଯ୍ୟ ଉପରେ ହସ୍ତକ୍ଷେପ କରୁଥିବାରୁ ଏହାର ସ୍ବାଧୀନତା କ୍ଷୁଣ୍ଣ ହେଉଛି। ଏହାଛଡା ଏନ୍‌ଡିଏ ସରକାର ରିଜର୍ଭ ବ୍ୟାଙ୍କର କ୍ଷମତା ସଙ୍କୁଚିତ କରିବା ଲାଗି ଉଦ୍ୟମ ଆରମ୍ଭ କରିବା ପରେ ଉର୍ଜିତ ଓ ଅନ୍ୟ ଅଧିକାରୀଙ୍କୁ ଏହା ଅସନ୍ତୁଷ୍ଟ କରିଛି। 

ତେଲ ଦର ହ୍ରାସରୁ ରିଲାଏନ୍ସକୁ ଝଟ୍‌କା;ଶୀର୍ଷ ସ୍ଥାନ ହରାଇଲା କମ୍ପାନୀ

ତେଲ ଦର ହ୍ରାସରୁ ରିଲାଏନ୍ସକୁ ଝଟ୍‌କା;ଶୀର୍ଷ ସ୍ଥାନ ହରାଇଲା କମ୍ପାନୀ

ନୂଆଦିଲ୍ଲୀ,୩୦-୧୦: ପ୍ରାୟ ଏକ ଦଶନ୍ଧି ଧରି ବିଶ୍ୱରେ ସଫଳତା ହାସଲ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପେଟ୍ରୋଲିୟମ କାରବାରରେ ଦେଶରେ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ତେଲ ଦରରେ ରେକର୍ଡ ବୃଦ୍ଧି ଯୋଗୁ ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଯୋଗୁ ରିଲାଏନ୍ସକୁ ଜୋରଦାର ଝଟ୍‌କା ଲାଗିଛି। 

ସେନସେକ୍ସ ୭୧୮ ପଏଣ୍ଟ ବୃଦ୍ଧି

ସେନସେକ୍ସ ୭୧୮ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୩୦-୧୦: ଦୀପାବଳି ପୂର୍ବରୁ ସୋମବାର ଶେୟାର ବଜାରରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ସେନସେକ୍ସ ୭୧୮.୦୯ ପଏଣ୍ଟ(୨.୧୫%)ର ବୃଦ୍ଧି ସହିତ ୩୪,୦୬୭.୪୦ରେ ଏବଂ ନିଫ୍ଟି ୨୨୧.୩୦ ପଏଣ୍ଟ(୨.୨୧%) ମଜଭୁତ ସହିତ ୧୦,୨୫୧.୩୦ରେ ବନ୍ଦ ହୋଇଛି। 

୭୫ ବିଲିୟନ ମୁଦ୍ରା ବିନିମୟ ଲାଗି ଭାରତ-ଜାପାନ ଚୁକ୍ତି

୭୫ ବିଲିୟନ ମୁଦ୍ରା ବିନିମୟ ଲାଗି ଭାରତ-ଜାପାନ ଚୁକ୍ତି

ନୂଆଦିଲ୍ଲୀ,୩୦-୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ୭୫ ବିଲିୟନ ଡଲାର ମୁଦ୍ରା ବିନିମୟ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହାଦ୍ୱାରା ବୈଦେଶିକ ମୁଦ୍ରାରେ ସ୍ଥିରତା ଆସିବା ସହିତ ଭାରତୀୟ ଆର୍ଥିକ ବଜାର ପ୍ରତି ନିବେଶକଙ୍କ ଭରସା ବୃଦ୍ଧି ପାଇବ। 

ଚାଇନାରୁ ଆମଦାନୀ ଲାଗି ୟୁଆନ ହେବ ମାଧ୍ୟମ

ଚାଇନାରୁ ଆମଦାନୀ ଲାଗି ୟୁଆନ ହେବ ମାଧ୍ୟମ

ନୂଆଦିଲ୍ଲୀ,୩୦-୧୦: ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶକୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡୁଛି। ଏହି କାରଣରୁ ଡଲାର ବଦଳରେ ୟୁଆନ ଜରିଆରେ ପଡୋଶୀ ଦେଶ ଚାଇନାରୁ ସାମଗ୍ରୀ ଆମଦାନୀ ଲାଗି ଭାରତ ଏବେ ବିଚାର କରୁଛି। 

 ସ୍ବାୟତ୍ତତାକୁ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘର ସମର୍ଥନ

ସ୍ବାୟତ୍ତତାକୁ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘର ସମର୍ଥନ

ନୂଆଦିଲ୍ଲୀ,୩୦-୧୦: ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଭିିରାଲ ଆଚାର୍ଯ୍ୟଙ୍କ ବୟାନକୁ ନେଇ କର୍ମଚାରୀ ସଂଘ(ଏଆଇଆର୍‌ବିଇଏ) ସୋମବାର ଚିନ୍ତାବ୍ୟକ୍ତ କରିବା ସହିତ ଶୀର୍ଷ ବ୍ୟାଙ୍କର ସ୍ବାୟତ୍ତତା ବଜାୟ ରହୁ ବୋଲି ଦାବି କରିଛନ୍ତି। 

ପିଏନ୍‌ବି ମହାଦୁର୍ନୀତି; ନୀରବ ମୋଦି ପଳାତକ ମାମଲାକୁ ବିରୋଧ କଲେ

ପିଏନ୍‌ବି ମହାଦୁର୍ନୀତି; ନୀରବ ମୋଦି ପଳାତକ ମାମଲାକୁ ବିରୋଧ କଲେ

ନୂଆଦିଲ୍ଲୀ,୩୦-୧୦: ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଅପରାଧୀ ଘୋଷଣା କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପିଏମ୍‌ଏଲ୍‌ଏ ଅଦାଲତରେ ଆବେଦନ କରିଛି। ତେବେ ନୀରବ ଏହାକୁ ବିରୋଧ କରିଛନ୍ତି। 

ପରିଚୟପତ୍ର ପ୍ରମାଣ ନେଇ ରେଲଓ୍ବେ ସ୍ପଷ୍ଟ କଲା;ବାର୍‌ କାଉନସିଲ ଦ୍ୱାରା ଓକିଲଙ୍କୁ ଜାରି ଆଇଡି ଗ୍ରହଣୀୟ

ପରିଚୟପତ୍ର ପ୍ରମାଣ ନେଇ ରେଲଓ୍ବେ ସ୍ପଷ୍ଟ କଲା;ବାର୍‌ କାଉନସିଲ ଦ୍ୱାରା ଓକିଲଙ୍କୁ ଜାରି ଆଇଡି ଗ୍ରହଣୀୟ

ନୂଆଦିଲ୍ଲୀ,୩୦-୧୦: ସମ୍ପୃକ୍ତ ବାର୍‌ କାଉନସିଲ୍‌ ଦ୍ୱାରା ଓକିଲଙ୍କୁ ଜାରି କରାଯାଉଥିବା ଆଇଡି କାର୍ଡ ଟ୍ରେନ ଯାତ୍ରା ବେଳେ ଗ୍ରହଣୀୟ ହେବ ବୋଲି ଭାରତୀୟ ରେଲଓ୍ବେ ବୋର୍ଡ ସୋମବାର ସ୍ପଷ୍ଟ କରିଛନ୍ତି। 

ଦୀପାବଳିରେ ମହାଶୁଭ ମାଲବ୍ୟ ଯୋଗ: ସପ୍ତଯୋଗରେ ସାମଗ୍ରୀ କିଣିଲେ ଶୁଭ

ଦୀପାବଳିରେ ମହାଶୁଭ ମାଲବ୍ୟ ଯୋଗ: ସପ୍ତଯୋଗରେ ସାମଗ୍ରୀ କିଣିଲେ ଶୁଭ

ଭୁବନେଶ୍ୱର,୩୦-୧୦: ୫୯ ବର୍ଷ ପରେ ଚଳିତ ବର୍ଷ ଦୀପାବଳିରେ ମାଲବ୍ୟ ଯୋଗର ବିଶେଷ ସଂଯୋଗ ପଡିଛି। ସୂର୍ଯ୍ୟ, ଚନ୍ଦ୍ର ଏବଂ ଶୁକ୍ର ଗ୍ରହର ଏକ ବିଶେଷ ସଂଯୋଗରେ ଏହା ପଡିଥାଏ। ଏହା ପୂର୍ବରୁ ଏଭଳି ଘଟଣା ୧୯୫୯ ନଭେମ୍ବର ପହିଲାରେ ଦିଓ୍ବାଲୀ ଦିନ ଦେଖିବାକୁ ମିଳିଥିଲା। 

ଟାଟା ମୋଟର୍ସର ହେକ୍ସା ଏକ୍ସଏମ୍‌ ପ୍ଲସ୍‌

ଟାଟା ମୋଟର୍ସର ହେକ୍ସା ଏକ୍ସଏମ୍‌ ପ୍ଲସ୍‌

ଭୁବନେଶ୍ୱର,୩୦-୧୦: ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ବଜାରକୁ ଆସିଛି ନୂଆ ହେକ୍ସା ଏକ୍ସଏମ୍‌ ପ୍ଲସ୍‌। ଲାଇଫ୍‌ ଷ୍ଟାଇଲ ଏସ୍‌ୟୁଭି ବର୍ଗରେ ଉକ୍ତ ମଡେଲକୁ କମ୍ପାନୀ ବଜାରକୁ ଆଣିଛି। ମଡେଲରଟିର ଏକ୍ସ ଶୋ’ରୁମ ଦିଲ୍ଲୀ ମୂଲ୍ୟ ୧୫.୨୭ ଲକ୍ଷ ଟଙ୍କା ରହିଛି। 

ଟ୍ରେନ ଟ୍ରାକ୍‌ରେ ଅନଧିକାର ପ୍ରବେଶ ରୋକିବାକୁ ରେଲଓ୍ବେର ପଦକ୍ଷେପ

ଟ୍ରେନ ଟ୍ରାକ୍‌ରେ ଅନଧିକାର ପ୍ରବେଶ ରୋକିବାକୁ ରେଲଓ୍ବେର ପଦକ୍ଷେପ

ଭୁବନେଶ୍ୱର,୩୦-୧୦: ପୂର୍ବତଟ ରେଳପଥ ପରିସୀମା ଅଧିନରେ ଥିବା ଟ୍ରେନ ଲାଇନ୍‌ରେ ଅନଧିକାର ପ୍ରବେଶ ଏବଂ ବେଆଇନ୍‌ ଭାବେ ରେଳ ଧାରଣା ଅତିକ୍ରମକୁ ରୋକିବା ଲାଗି ରେଲଓ୍ବେ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। 

ପ୍ରିଆପ୍ରୁଭ କାର ଋଣରେ ଆଇସିଆଇସିଆଇର ୧୦୦% ଫାଇନାନ୍ସ ସୁବିଧା

ପ୍ରିଆପ୍ରୁଭ କାର ଋଣରେ ଆଇସିଆଇସିଆଇର ୧୦୦% ଫାଇନାନ୍ସ ସୁବିଧା

ଭୁବନେଶ୍ୱର,୩୦-୧୦: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରିଆପ୍ରୁଭ କାର ଋଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଫାଇନାନ୍ସ ସୁବିଧା ପ୍ରଦାନ କରାଯାଉଛି। ଏହା କାରର ଅନରୋଡ ମୂଲ୍ୟର ୧୦୦% ଫାଇନାନ୍ସ କରୁଛି। 

ଟିଭିଏସ୍‌ ସ୍ପୋର୍ଟସର ସ୍ବତନ୍ତ୍ର ଏଡିଶନ

ଟିଭିଏସ୍‌ ସ୍ପୋର୍ଟସର ସ୍ବତନ୍ତ୍ର ଏଡିଶନ

ଭୁବନେଶ୍ୱର,୩୦-୧୦: ପାର୍ବଣକୁ ଉପଲକ୍ଷେ ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଏହାର ଅନ୍ୟତମ ପ୍ରମୁଖ ମଡେଲ ସ୍ପୋର୍ଟସର ସ୍ବତନ୍ତ୍ର ଏଡିଶନ ବଜାରକୁ ଆସିଛି। ଏହା ଇଲେକଟ୍ରିକ୍‌ ଓ କିଟ୍‌ ଷ୍ଟାର୍ଟ ଆଲଏ ହ୍ବିଲ୍‌ ଭାରିଆଣ୍ଟରେ ଉପଲବ୍ଧ ହେଉଛି।

ଆଇବିସି ଯୋଗୁ ସରକାର ଉତ୍ସାହିତ; ଚଳିତବର୍ଷ ୧.୮ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ଅର୍ଥ ଫେରିବ

ଆଇବିସି ଯୋଗୁ ସରକାର ଉତ୍ସାହିତ; ଚଳିତବର୍ଷ ୧.୮ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ଅର୍ଥ ଫେରିବ

ନୂଆଦିଲ୍ଲୀ,୨୯-୧୦: ଦେଶରେ ଇନସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଲାଗୁ ହେବା ପରେ ଅନାଦାୟ ଋଣ ଫେରସ୍ତ ମିଳିବା ସହଜ ହୋଇଛି। ବ୍ୟାଙ୍କ ଗୁଡିକ ବୁଡି ଯାଇଥିବା ଋଣ ଫେରିପାଇଲେଣି। ଚଳିତ ଆର୍ଥିକ ବର୍ଷରେ ବୁଡ଼ି ଯାଇଥିବା ମୋଟ୍‌ ଋଣରୁ ପ୍ରାୟ ୧.୮୦ ଲକ୍ଷ କୋଟି ଟଙ୍କା ଫେରସ୍ତ ମିଳିବ ବୋଲି କେନ୍ଦ୍ର ସରକାର ମନେକରୁଛନ୍ତି। 

ବାଣ, ଦହନଶୀଳ ସାମଗ୍ରୀ ପରିବହନ ବିରୋଧରେ ରେଲଓ୍ବେର ଅଭିଯାନ

ବାଣ, ଦହନଶୀଳ ସାମଗ୍ରୀ ପରିବହନ ବିରୋଧରେ ରେଲଓ୍ବେର ଅଭିଯାନ

ଭୁବନେଶ୍ୱର,୨୯-୧୦: ଦୀପାବଳିକୁ ନଜରରେ ରଖି ପାସେଞ୍ଜର , ମେଲ୍‌ ଏବଂ ଏକ୍ସପ୍ରେସ ଟ୍ରେନରେ ବାଣ ତଥା ବହନଶୀଳ ସାମଗ୍ରୀଗୁଡିକର ପରିବହନ ରୋକିବା ନେଇ ରେଲଓ୍ବେ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। 

ସାମସଙ୍ଗ ପକ୍ଷରୁ ଗାଲାକ୍ସି ଟ୍ୟାବ୍‌ ଏସ୍‌ ୪

ସାମସଙ୍ଗ ପକ୍ଷରୁ ଗାଲାକ୍ସି ଟ୍ୟାବ୍‌ ଏସ୍‌ ୪

ଭୁବନେଶ୍ୱର,୨୯-୧୦: ସାମସଙ୍ଗ ପକ୍ଷରୁ ବଜାରକୁ ଆସିଛି ନୂଆ ଗାଲାକ୍ସି ଟ୍ୟାବ୍‌ ଏସ୍‌ ୪। ଏହା ଏକ ୨ ଇନ୍‌ ଓ୍ବାନ୍‌ ଟ୍ୟାବଲେଟ୍‌ ହୋଇଥିବା ବେଳେ ଏଥିରେ ସାମସଙ୍ଗ ଡେକ୍ସ ଓ ଏସ୍‌ ପେନ୍‌ ରହିଛି। ସ୍ମାର୍ଟ ତଥା ତ୍ୱରିତ ଭାବେ କାର୍ଯ୍ୟ କରିବାରେ ଏହା ସହାୟତା ପ୍ରଦାନ କରିବ। 

ହୋଣ୍ଡା ଗ୍ରାଜିଆ ବିକ୍ରି ୨ ଲକ୍ଷ ସ୍ତର ଟପିଲା

ହୋଣ୍ଡା ଗ୍ରାଜିଆ ବିକ୍ରି ୨ ଲକ୍ଷ ସ୍ତର ଟପିଲା

ଭୁବନେଶ୍ୱର,୨୯-୧୦: ହୋଣ୍ଡାର ଅତ୍ୟାଧୁନିକ ସହରୀ ସ୍କୁଟର ଗ୍ରାଜିଆର ବିକ୍ରି ୨ ଲକ୍ଷ ସ୍ତର ଅତିକ୍ରମ କରିଛି। ଉନ୍ମୋଚନ ହେବାର ୧୧ ମାସ ମଧ୍ୟରେ କମ୍ପାନୀ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି।

ଗୋଦରେଜ ଇଣ୍ଟେରିଓର ନୂଆ ଫ୍ଲାଗସିିପ୍‌ ଶୋ’ରୁମ

ଗୋଦରେଜ ଇଣ୍ଟେରିଓର ନୂଆ ଫ୍ଲାଗସିିପ୍‌ ଶୋ’ରୁମ

ଭୁବନେଶ୍ୱର,୨୮-୧୦: ପ୍ରମୁଖ ଫର୍ନିଚର ଏବଂ ଇଣ୍ଟେରିୟର ସଲ୍ୟୁସନ ପ୍ରଦାନକାରୀ କମ୍ପାନୀ ଗୋଦରେଜ୍‌ ଇଣ୍ଟେରିଓ ପକ୍ଷରୁ ନୂଆ ଫ୍ରାଞ୍ଚାଇଜି ଶୋ’ରୁମ ସାନ୍‌ଭି ଫର୍ଣ୍ଣିଚର ଆଣ୍ଡ ଫର୍ଣ୍ଣିସିଂ ଭୁବନେଶ୍ୱର ପାତ୍ରପଡାଠାରେ ଖୋଲିଛି।